Tuesday, 26 January 2021

Odia Essay on "Rath Yatra Festival", "ରଥଯାତ୍ରା ରଚନା" for Students

Essay on Rath Yatra Festival in Odia Language: In this article "ରଥଯାତ୍ରା ରଚନା", "Rath Yatra Rachana in Odia for students of class 5, 6, 7, 8, 9, and 10.

Odia Essay on "Rath Yatra Festival", "ରଥଯାତ୍ରା ରଚନା" for Students

(ଉପକ୍ରମ- ରଥଯାତ୍ରାର ଉତ୍ପରି-ରଥ ନିର୍ମାଣ ଓ ଯାତ୍ରା ଆୟୋଜନ, -ଯାତ୍ରୀ ସମାଗମ ଓ ଶାରିରକ୍ଷା – ନବକଳେବର-ରଥଯାତ୍ରାର ସାମାଜିକ ଉପଯୋଗିତା ଶେଷକଥା)

ଉପକ୍ରମ : ଧର୍ମପ୍ରାଣ ଉତ୍କଳୀୟମାନଙ୍କର ପରମ ଆରାଧ୍ୟ ଦେବତା ନୀଳାଦ୍ରି ବିହାରୀ ପ୍ରଭୁ ଜଗନ୍ନାଥ ସମଗ୍ର ହିନ୍ଦୁଜାତିର ନମସ୍ୟ । ଜଗନ୍ନାଥ ଧାମ ହେଉଛି ଭାରତର ଚତୁର୍ଦ୍ଧାମ ମଧ୍ୟରୁ ଏକତମ । ଏହି ନିତ୍ୟ ଲୀଳାମୁଖର କକ୍ଷିତ ମର୍ତ୍ତ୍ୟ ବୈକୁଣ୍ଠ ଶ୍ରୀକ୍ଷେତ୍ରକୁ କେନ୍ଦ୍ରକରି ଗଢ଼ିଉଠିଛି ଉତ୍କଳର କେତେ ପୁଣ୍ୟପର୍ବ; କେତେ ପାରମ୍ପରିକ ଉତ୍ସବ ଓ ମହୋତ୍ସବ । ଜଗନ୍ନାଥଙ୍କୁ ଆଧାର କରି ଲେଖାଯାଇଛି ରାଶି ରାଶି କାବ୍ୟ କବିତା, ଭଜନ ଜଣାଣ ଓ ଗଳ୍ପ ଇତ୍ୟାଦି । କେତେ କେତେ ଭକ୍ତ ସେମାନଙ୍କର ପ୍ରାଣର ଆକୁଳ ଆବେଦନ ଅଜାଡ଼ି ଦେଇଛନ୍ତି ତାହାଙ୍କର ପଦାରବିନ୍ଦରେ । ପୁଣି ଜଣେ ମୁସଲମାନ ଭକ୍ତ ସାଲବେଗ ନିଜର ଦୁଃଖାଉଁ ହୃଦୟର ଜ୍ବାଳାକୁ । ନେଇ ବ୍ୟାକୁଳ କଣ୍ଠରେ ଗାଇଛନ୍ତି

“ ଆହେ ନୀଳ ଶଇଳ ପ୍ରବଳ ମତ୍ତ-ବାରଣ ।

ମୋ ଆରତ-ନଳିନୀବନକୁ କର ଦଳନ ।”

ତେଣୁ ଜଗନ୍ନାଥ ମନ୍ଦିର ହେଉଛି ଉତ୍କଳର ଜାତୀୟ ଜୀବନର ପ୍ରାଣକେନ୍ଦ୍ର, ସାଂସ୍କୃତିକ ଜୀବନର ଏକ ଆଧାରଶିଳା ।

କେଉଁ ସ୍ମରଣାତୀତ କାଳରୁ ପାଳିତ ହୋଇ ଆସୁଛି ଏହି ବିଶ୍ବବିଖ୍ୟାତ ରଥଯାତ୍ରା । ଏହି ରଥଯାତ୍ରାର ଉତ୍ପତ୍ତା ସମ୍ପର୍କରେ ବହୁ ପୌରାଣିକ ଓ ଐତିହାସିକ ଅନୁଧ୍ୟାନ ପରେ ଏବେ ମଧ୍ୟ । ସର୍ବଜନ ଗ୍ରହଣୀୟ ମତଟିଏ ଆବିଷ୍କୃତ ହୋଇପାରି ନାହିଁ । ପୌରାଣିକ କାହାଣୀ ଅନୁଯାୟୀ ଏକ ସମୟରେ ବିଶ୍ବାବସୁ ନାମକ ଜଣେ ଶବର ରାଜା ଘୋର ଜଙ୍ଗଲ ମଧ୍ୟସ୍ଥ ନିକାଞ୍ଚନ ପର୍ବତ ଗହ୍ମର ମଧ୍ୟରେ ନୀଳମାଧବ ମୂର୍ତ୍ତି ରଖ୍ ଏକନିଷ୍ଠ ଭକ୍ତିର ସହ ପୂଜା କରୁଥିଲେ । କୌଶଳ କ୍ରମେ ପୁରୀର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ସେନାପତି ବିଦ୍ୟାପତି ନାମରେ ଜଣେ ବ୍ରାହ୍ମଣ ବିଶ୍ଵାବସୁର କନ୍ୟା ଲଳିତାକୁ ବିବାହ କରି ନୀଳମାଧବଙ୍କର ସନ୍ଧାନ ପାଇଥିଲେ । ଶେଷରେ ଦିନେ ସେ ଗୋପନରେ ମାଧବଙ୍କୁ ଅପହରଣ କରି ନେଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ହସ୍ତରେ ଅର୍ପଣ କରିଥିଲେ । ରାଜା ପୁରୀରେ ମନ୍ଦିର ନିର୍ମାଣ କରି ସେଥିରେ ଦିଅଁ ସ୍ଥାପନ କରିଥିଲେ ଏବଂ ସେଠାରେ ନୀଳମାଧବ ଜଗନ୍ନାଥ ଭାବରେ ପୂଜିତ ହେଲେ । ତେଣେ ଭକ୍ତପ୍ରବର ବିଶ୍ଵାବସୁ ନୀଳମାଧବଙ୍କୁ ନ ପାଇ ପାଗଳ ପ୍ରାୟ ହୋଇ ପୂରି ବୁଲିଲେ ଏବଂ ଶେଷରେ ପୁରୀରେ ପହଞ୍ଚି ସମସ୍ତକଥା ଜାଣିପାରିଲେ । ସେ ଭଗବାନଙ୍କର ଦର୍ଶନ ପାଇଁ ଅତି ବ୍ୟାକୁଳ ଭାବରେ ରାଜାଙ୍କ ପାଖରେ ନିବେଦନ କଲେ; ମାତ୍ର ତାହାକୁ ଅସୃଶ୍ୟ ବୋଲି କହି ରାଜା ତା’ର ନିବଦେନକୁ ପ୍ରତ୍ୟାଖ୍ୟାନ କଲେ । ଭକ୍ତବତ୍ସଳ ପ୍ରଭୁ ଜଗନ୍ନାଥ ଏଥିରେ କ୍ଷୁବଧ ହୋଇ ଅର୍ଦ୍ଧରାତ୍ରିରେ ଧର୍ମପ୍ରାଣା ରାଣୀ ଗୁଣ୍ଡିଚା ଦେବୀଙ୍କୁ ସ୍ବପ୍ନରେ ଆଦେଶ ଦେଇ ରଥଯାତ୍ରା ଭଳି ଗୋଟିଏ ଉତ୍ସବର ଆୟୋଜନ କରିବାକୁ କହିଲେ । ଫଳତଃ ଭକ୍ତ ବିଶ୍ଵାବସୁ ସମେତ ଜାତି ବର୍ଣ୍ଣ ନିର୍ବିଶେଷରେ ଆଚାଣ୍ଡାଳ ବ୍ରାହ୍ମଣ ସେଇ ଦିନଠାରୁ ବଡ଼ଦାଣ୍ଡରେ ରଥ ଉପରେ ଜଗନ୍ନାଥଙ୍କର ଦର୍ଶନ କରିବାର ସୁଯୋଗ ଲାଭ କଲେ । ଏହି ଯାତ୍ରାର ନାମ ରାଣୀଙ୍କର ନାମାନୁସାରେ ‘ଗୁଣ୍ଡିଚା ଯାତ’ ନାମରେ କଥିତ ହେଲା । ରଥଯାତ୍ରାର ଉତ୍ପତ୍ତା ସମ୍ପର୍କରେ ବହୁ ମତ ମଧ୍ୟରୁ ଏହା ହେଉଛି ଗୋଟିଏ ମତ ।

ରଥ ନିର୍ମାଣ ଓ ଯାତ୍ରା ଆୟୋଜନ : ପ୍ରତିବର୍ଷ ଆଷାଢ଼ ମାସର ଶୁକ୍ଳ ଦ୍ଵିତୀୟାଠାରୁ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଏ । ବାସ୍ତବରେ ଏହା ହେଉଛି ଏକ ନବଦିନ ବ୍ୟାପୀ ପର୍ବ । ପ୍ରତିବର୍ଷ ବୈଶାଖ ମାସ ଅକ୍ଷୟ ତୃତୀୟାଠାରୁ ପୂଜାର୍ଚ୍ଚନା କରାଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୁଏ । ଷୋହଳ ଚକ ବିଶିଷ୍ଟ ଜଗନ୍ନାଥଙ୍କ ରଥର ଉଚ୍ଚତା ହେଉଛି ୨୩ ହାତ ଓ ଏହା ନନ୍ଦିଘୋଷ ନାମରେ ନାମିତ । ଏହି ରଥଟି ହରିତ ରଙ୍ଗର ବସ୍ତ୍ରରେ ଆଚ୍ଛାଦିତ ହୋଇଥାଏ । ବଳଭଦ୍ରଙ୍କ ରଥ ଚଉଦଟି ଚକ ବିଶିଷ୍ଟ ଓ ଏହାର ଉଚ୍ଚତା ୨୨ ହାତ ଅଟେ । ଏହି ରଥ ତାଳଧ୍ବଜ ନାମରେ ନାମିତ । ରଥଟି ନୀଳ ଲୋହିତ ବସ୍ତରେ ଆଚ୍ଛାଦିତ ହୋଇଥାଏ । ଦେବୀ ସୁଭଦ୍ରାଙ୍କର ଦେବଦଳନ ରଥଟିର ଉଚ୍ଚତା ୨୧ ହାତ ଏବଂ ଏହା ଦ୍ଵାଦଶ ଚକ ବିଶିଷ୍ଟ ଅଟେ । ଏହା ଉପରେ କୃଷ୍ଣ ଓ ଲୋହିତ ବର ବସ୍ତ୍ର ଆଚ୍ଛାଦିତ ହୋଇଥାଏ ।

ଶୁକ୍ଳ ଦ୍ଵିତୀୟାଦିନ ଶ୍ରୀମନ୍ଦିର ମଧ୍ୟରେ ପୂଜାଅର୍ଚ୍ଚନା କରି ମୂଗୁଡ଼ିକୁ ପହଣ୍ଡି ବିଜେ କରାଇ ନିଜ ନିଜ ରଥ ଉପରେ ସ୍ଥାପନ କରାଯାଏ । ଗଜପତି ମହାରାଜା ଶ୍ରୀନଅରରୁ ଆସି ରଥ ଉପରେ ସୁବର୍ଣ୍ଣ ବେଣ୍ଟ ନିର୍ମିତ ଖଡ଼ିକା ଧରି ସୁବାସିତ ଜଳରେ ଛେରାପହଁରା କରନ୍ତି । ଶଙ୍ଖ ଘଣ୍ଟା ମୃଦଙ୍ଗର ଧ୍ବନି ସହିତ ନାମ ସଂକୀର୍ତ୍ତନରେ ବଡ଼ଦାଣ୍ଡ ଉଛୁଳି ଉଠେ । ଅଦୂର ସମୁଦ୍ର ବକ୍ଷରେ ଉତ୍ତ ତରଙ୍ଗମାଳା ସଦୃଶ ପୁରୀ ବଡ଼ଦାଣ୍ଡରେ କୋଳାହଳମୁଖର ଜନସମୁଦ୍ର ତରଙ୍ଗାୟିତ ହୋଇଉଠେ । ଲକ୍ଷ ଲକ୍ଷ ଜନତା ଗଭୀର ଭକ୍ତି ଓ ଆନନ୍ଦର ସହିତ ରଥ ସଂଲଗ୍ନ ଦଉଡ଼ିକୁ ଧରି ମାଉସୀମାଆ ମନ୍ଦିର ପର୍ଯ୍ୟନ୍ତ ଟାଣି ଟାଣି ନିଅନ୍ତି । ଏହି ଦୃଶ୍ୟ ଦେଲେ ଭକ୍ତିପ୍ରାଣ ପ୍ରତ୍ୟେକ ଓଡ଼ିଆର ବୁକୁ ଗର୍ବ ଓ ଗୌରବରେ ଉଫୁଲ୍ଲ ହୋଇଉଠେ । ଜାତି, ଧର୍ମ, ଉଚ୍ଚ, ନୀଚ, ଧନୀ, ଦରିଦ୍ର ସମସ୍ତ ପ୍ରକାର ଭେଦଭାବ ଭୁଲି ଲକ୍ଷ ଲକ୍ଷ ଜନତା ଏକାକାର ହୋଇଯାଆନ୍ତି । ରଥ ଉପରେ ତିନି ଠାକୁରଙ୍କୁ ଦର୍ଶନ କରି ଓ ରଥ ଦଉଡ଼ିକୁ ଥରେ ସ୍ପର୍ଶ କରି ଜୀବନକୁ ସାର୍ଥକ ମନେ କରନ୍ତି । ମାଉସୀମା ମନ୍ଦିରରେ ତିନି ଠାକୁର ନବମୀ ପର୍ଯ୍ୟନ୍ତ ଅବସ୍ଥାନ କରି ଦଶମୀଦିନ ପୁନରାୟ ରଥ ଆରୋହଣ ପୂର୍ବକ ଆଡ଼ମ୍ବର ସହକାରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି । ଏହାକୁ କୁହାଯାଏ 'ବାହୁଡ଼ା ଯାତ୍ରା । ଠାକୁରମାନଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ପରେ ରଥଯାତ୍ରାର ପରିସମାପ୍ତି ଘଟେ।

ଯାତ୍ରୀ ସମାଗମ ଓ ଶାନ୍ତିରକ୍ଷା : । ହିନ୍ଦୁମାନଙ୍କର ପୁଣ୍ୟତୀର୍ଥ ଶ୍ରୀକ୍ଷେତ୍ରରେ ଏହି ଭାରତବିଖ୍ୟାତ ପର୍ବକୁ ଉପଭୋଗ କରିବା ନିମନ୍ତେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଯାତ୍ରୀ ଆସି ସମବେତ ହୁଅନ୍ତି । କଳୁଷ ମୋଚନ ଓ ମୁକ୍ତିଲାଭର ଅଦମ୍ୟ ପ୍ରେରଣା ସେମାନଙ୍କୁ ବଳେ ବଳେ ଆକର୍ଷିତ କରି ଆଣେ ଏହି ଜନସମୁଦ୍ର ମଧ୍ୟକୁ । ଆଚାଣ୍ଡାଳ ବ୍ରାହ୍ମଣ ଲକ୍ଷ ଲକ୍ଷ ଦର୍ଶନାଭିଳାଷୀ ଭକ୍ତ ସମୁଦ୍ର ସ୍ନାନ ସହିତ ଶ୍ରୀଜଗନ୍ନାଥଙ୍କର ଦର୍ଶନକୁ ଏକ ପରମ ସୌଭାଗ୍ୟ ବୋଲି ମନେକରନ୍ତି । ଏହି ବିରାଟ ଜନ ସମାବେଶକୁ ନିୟନ୍ତ୍ରଣ କରି ଶାନ୍ତିରକ୍ଷା ନିମନ୍ତେ ପୋଲିସ୍‌ କର୍ମଚାରୀଙ୍କୁ ବହୁ ଆୟାସ ସ୍ବୀକାର କରିବାକୁ ପଡ଼େ । ସ୍କୁଲ କଲେଜରେ ଛାତ୍ର ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନ ମଧ୍ୟ ସ୍ବତଃପ୍ରବୃଭ ଭାବେ ଏହି କାର୍ଯ୍ୟରେ ସହଯୋଗ କରନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସହରରେ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ହଇଜା ପ୍ରତିଷେଧକ ଟୀକା ଦିଆଯାଏ ।

ଯାତ୍ରା ସମୟରେ ସରକାରଙ୍କ ତରଫରୁ ସ୍ବାସ୍ଥ୍ୟରକ୍ଷା ଓ ସହରର ପରିମଳ ବ୍ୟବସ୍ଥା ପ୍ରତି ଧାନ ଦିଆଯାଇଥାଏ । ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଯାତ୍ରୀମାନଙ୍କୁ ଆବଶ୍ୟକ ସୂଚନା ଦିଆଯାଏ । ଆକାଶବାଣୀ ଓ ଦୂରଦର୍ଶନ ତରଫରୁ ଧାରାବିବରଣୀ । ପରିବେଷଣ କରାଯାଏ । ଦୂରଦୂରାନ୍ତରେ ଥିବା ଲକ୍ଷ ଲକ୍ଷ ଲୋକ ଆକାଶବାଣୀର ଧାରାବିବରଣୀ ଶୁଣି ଏବଂ ଦୂରଦର୍ଶନରେ ସେହି ମହାର୍ଘ ଦୃଶ୍ୟ ଦେଖି ନିଜର କର୍ଣ୍ଣ ନୟନକୁ ସାର୍ଥକ କରନ୍ତି ।

ସମସ୍ତ ପ୍ରକାର ସତର୍କତା ସତ୍ତେ ବେଳେ ବେଳେ ରଥଟଣାରେ ଦୁର୍ଘଟଣା ଘଟେ । ଯାତ୍ରୀ । ଗହଳିର ସୁଯୋଗ ନେଇ ଅସାମାଜିକ ଲୋକମାନେ ସଜାଗ ହୋଇଉଠନ୍ତି । ବହୁ ଲୋକ ବିଭିନ୍ନ ସ୍ଥାନରୁ ଆସି ଏକତ୍ର ହେଉଥିବାରୁ ସଂକ୍ରାମକ ରୋଗର ସମ୍ଭାବନା ଥିବାରୁ ସେଥିପ୍ରତି ସରକାର ସତର୍କ ଥାଆନ୍ତି । ଆଷାଢ଼ ମାସରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଅତ୍ୟଧୁକ ଗୁଳୁଗୁଳି ଅଥବା ବର୍ଷା ଫଳରେ ଯାତ୍ରୀମାନେ ଦୁର୍ଦ୍ଦଶାଗ୍ରସ୍ତ ହୋଇପଡ଼ନ୍ତି । ତଥାପି ମୁକ୍ତିପାଗଳ । ଧାର୍ମିକ ଭକ୍ତମାନେ ରଥ ଉପରେ ତିନିଠାକୁରଙ୍କୁ ଦର୍ଶନ କରି ନୟନମନକୁ ସାର୍ଥକ କରିବା । ନିମନ୍ତେ ପାଗଳପ୍ରାୟ ଧାଇଁ ଆସନ୍ତି ଏଠାକୁ ।

ନବକଳେବର : ସ୍ଵୟଂ ଜଗନ୍ନାଥଙ୍କ ଭଳି ତାହାଙ୍କର ନବକଳେବର ପର୍ବ ହେଉଛି ଏକ କୌତୁକପ୍ରଦ ତଥା ରହସ୍ୟପୂର୍ଣ୍ଣ ଘଟଣା । ଯେଉଁ ବର୍ଷ ମଳମାସ ସ୍ଵରୂପ ଦୁଇଟି ଆଷାଢ଼ ପଡ଼େ, ସେହି ବର୍ଷ ନବକଳେବର ଉତ୍ସବ ସଂପାଦିତ ହୁଏ । ଠାକୁରମାନଙ୍କ ନିମନ୍ତେ ବିଭିନ୍ନ ସ୍ଥାନରୁ ଉପଯୁକ୍ତ ଲକ୍ଷଣଯୁକ୍ତ ନିମ୍ବଦାରୁ ସଂଗ୍ରହ କରି ସେଥିରେ ନୂତନ ମୃଉଁଗଠନ କରାଯାଏ । କାକଟପୁରସ୍ଥ ମଙ୍ଗଳାଙ୍କ ନିକଟରେ ସେବକମାନେ ଅଧା ପଡ଼ନ୍ତି ଏବଂ ଠାକୁରାଣୀ ସ୍ୱପ୍ନରେ ସେମାନଙ୍କୁ ଦାରୁ କେଉଁଠାରେ ମିଳିବ ତାହା ଜଣାଇ ଦିଅନ୍ତି । ପରେ ସେବକମାନେ ନିର୍ଦ୍ଦିଷ୍ଟ ଦିଗରେ ଯାତ୍ରାକରି ସୁବର୍ଣ କୁରାଢ଼ି ଦ୍ଵାରା ବୃକ୍ଷକୁ ଛେଦନ କରି ନାମକୀର୍ଭନ ପୂର୍ବକ ଦାରୁଗୁଡ଼ିକୁ ଶ୍ରୀମନ୍ଦିରକୁ ବୋହି ଆଣନ୍ତି । ଏହି ନୂତନ ଦାରୁକୁ ଶ୍ରୀମନ୍ଦିର ବେଢ଼ାରେ ଏକ ସ୍ଵତନ୍ତ୍ର ସ୍ଥାନରେ ସାଇତି ରଖ୍ ପୂର୍ବ ନବକଳେବର ସମୟରେ ସଂଗୃହୀତ ଦାରୁରେ ତ୍ରିମୂର୍ତ୍ତି ନିର୍ମାଣ କରାଯାଏ । ମୂର୍ଭନିର୍ମାଣ ପରେ ଶ୍ରୀଜଗନ୍ନାଥଙ୍କ ପୁରାତନ ବିଗ୍ରହର ନାଭିମଣ୍ଡଳରେ ଥିବା ବ୍ରହ୍ମଙ୍କୁ ଅତି ଗୋପନ ଭାବରେ ନୂତନ ବିଗ୍ରହ ମଧ୍ୟରେ ସ୍ଥାପନ କରାଯାଏ । ଏଥିପାଇଁ ନିଯୁକ୍ତ ସେବକଙ୍କର ହସ୍ତ, ମୁଖ ନବବସ୍ତ୍ର ଦ୍ଵାରା ଆଚ୍ଛାଦିତ କରାଯାଇଥାଏ । ତେଣୁ ସେ କାର୍ଯ୍ୟ ସଂପାଦନ ସମୟରେ ସେହି ବ୍ରହ୍ମଯୁକ୍ତ ପେଟିକାକୁ ପ୍ରତ୍ୟକ୍ଷଭାବେ ସ୍ପର୍ଶ ବା ଦର୍ଶନ କରିପାରନ୍ତି ନାହିଁ । ଏହା ଏକ ରହସ୍ୟପୂର୍ଣ୍ଣ ଘଟଣା । କେତେକଙ୍କ ମତରେ ଶ୍ରୀମନ୍ଦିର ହେଉଛି ଏକ ବୌଦ୍ଧପୀଠ ଏବଂ ନାଭିବ୍ରହ୍ମ ବୋଲି ଯାହା କୁହାଯାଉଛି ତାହା ହେଉଛି ବୁଦ୍ଧଦେବଙ୍କର କିଛି ଅସ୍ଥି ବା ଦାନ୍ତ । ନବକଳେବର ପ୍ରାୟତଃ ପ୍ରତି ପନ୍ଦରରୁ କୋଡ଼ିଏ ବର୍ଷ ମଧ୍ୟରେ ଅନୁଷ୍ଠିତ ହୋଇଥାଏ । ରଥଯାତ୍ରାର ସାମାଜିକ ଉପଯୋଗିତା:

ଆଜି କ୍ରାନ୍ତିକାରୀ ବିଂଶ ଶତାବ୍ଦୀର ପରମାଣୁ ଯୁଗରେ ଏକ ଧର୍ମକୈନ୍ଦ୍ରିକ ଉତ୍ସବକୁ କୁସଂସ୍କାର ବା ଅନ୍ଧବିଶ୍ବାସ ବୋଲି କୁହାଗଲେ ମଧ୍ୟ ଏହାର ସାମାଜିକ ଓ ଆଧାର୍ମିକ ମୂଲ୍ୟ ନ୍ୟୁନ ନୁହେଁ । ରଥଯାତ୍ରା ହେଉଛି ସମତା, ଏକତା ଓ ସମନ୍ବୟର ପ୍ରତୀକ । ଜାତି, ଧର୍ମ ନିର୍ବିଶେଷରେ କି ଧନୀ, କି ଦରିଦ୍ର, କି ରାଜା, କି ପ୍ରଜା ଲକ୍ଷ ଲକ୍ଷ ଜନତା କେଉଁ ଅତୀତ କାଳରୁ ପୁରୀ ବଡ଼ଦାଣ୍ଡରେ ସମବେତ ହୋଇ ଆସୁଛନ୍ତି । କ୍ଷଣକ ପାଇଁ ହେଲେ ମଧ୍ୟ ଆପଣାର ଗର୍ବ ଓ ଅହମିକାକୁ ତୁଚ୍ଛ କରିଦେଇ ସେଇ ରଥାରୁଢ଼ ବିଗ୍ରହମାନଙ୍କ ନିକଟରେ ନିଜକୁ ସମର୍ପଣ କରି ଦେଉଛନ୍ତି । ପୁଣି ଏକ ମନ, ଏକ ପ୍ରାଣ ହୋଇ କାନ୍ଧକୁ କାନ୍ଧ ମିଳାଇ, ହସ୍ତରେ ରଥ ଦଉଡ଼ି ଟାଣି ନେଉଛନ୍ତି ରାଜପଥ ଉପରେ । ସେତେବେଳେ ମନେ ହେଉଛି ସବୁ ମଣିଷ ସମାନ, ସମସ୍ତେ ହେଉଛନ୍ତି ଭଗବାନଙ୍କର ପ୍ରିୟ ସନ୍ତାନ । ମୁହୁର୍ଭକ ପାଇଁ ଜଞ୍ଜାଳଗ୍ରସ୍ତ ଜୀବନର ସମସ୍ତ ଅବସାଦକୁ ଭୁଲି ଏକ ସ୍ଵର୍ଗୀୟ ଆନନ୍ଦରେ ସେମାନେ ଉତ୍‌ଫୁଲ୍ଲ ହୋଇ ଉଠୁଛନ୍ତି ।

ଶେଷ କଥା : ରଥଯାତ୍ରା ଆଜି ଆଉ କେବଳ ଶ୍ରୀକ୍ଷେତ୍ର ପୁରୀଠାରେ ସୀମିତ ହୋଇ ରହିନାହିଁ । ଓଡ଼ିଶାର ପୁରପଲ୍ଲୀ, ନଗର ଇତ୍ୟାଦି ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ଆଗ୍ରହ, ଆନନ୍ଦ ଓ ଉନ୍ମାଦନା ସହିତ ପାଳିତ ହେଉଅଛି । ଓଡ଼ିଶା ବାହାରେ ରାଜଧାନୀ ଦିଲ୍ଲୀ ସମେତ ଭାରତର ବିଭିନ୍ନ ସ୍ଥାନରେ ରଥଯାତ୍ରାର ଆୟୋଜନ ହେଉଥିବା ସ୍ଥଳେ ଭାରତ ବାହାରେ ଆମେରିକା ଓ ବିଟ୍ରେନ ପ୍ରଭୃତି ଦେଶରେ ମଧ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ ଓ ରଥଯାତ୍ରାର ଆୟୋଜନ ପାଇଁ ଆଗ୍ରହ ପ୍ରକାଶ ପାଇଛି । ଭାରତରେ ରାଜନୈତିକ ଉଦ୍ଦେଶ୍ୟରେ ନେତାମାନେ ଏବେ ନିଜ ନିଜର ରଥ ନିର୍ମାଣ କରି ତଥାକଥିତ ଆଦର୍ଶର ପ୍ରଚାର ନିମନ୍ତେ ବିଭିନ୍ନ ସ୍ଥାନ ଭ୍ରମଣ କରୁଛନ୍ତି । ଜଗନ୍ନାଥ ସଂସ୍କୃତିର ବୈଶିଷ୍ଟ୍ୟ ଓ ଲୋକପ୍ରିୟତା ଯେ ଏହାର ନମୁନା, ଏହା ପ୍ରମାଣିତ ହୋଇଅଛି ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: