Essay on Secularism in India in Odia Language : In this article " ଭାରତର ଧର୍ମନିରପେକ୍ଷତା ରଚନା ", " Bharatre Dharm Nirpekshta Od...
Essay on Secularism in India in Odia Language: In this article "ଭାରତର ଧର୍ମନିରପେକ୍ଷତା ରଚନା", "Bharatre Dharm Nirpekshta Odia Rachna for students of class 5, 6, 7, 8, 9, and 10.
Odia Essay on "Secularism in India", "ଭାରତର ଧର୍ମନିରପେକ୍ଷତା ରଚନା" for Students
ଉପକ୍ରମ : ମହାଭାରତ ଯୁଦ୍ଧ କ୍ଷେତ୍ରରେ ମୋହବଦ୍ଧ ଅର୍ଜୁନଙ୍କ ଉଦ୍ଦେଶ୍ୟରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ:
"ପଦା ଯହା ହି ଧର୍ମସଂ ଗ୍ଲାନିର୍ଭବତି ଭାରତ ।
ଅଭ୍ୟୁଥାନଧର୍ମସ୍ୟ ତଦାମ୍ବ ହ୍ଜାମ୍ୟହମ୍
ପରିତ୍ରାଣାୟ ସାଧୁନା ବିନାଶୟ ଚ ଦୁଷ୍ମତାମ୍
ଧର୍ମସଂସ୍ଥାପନାର୍ଥାୟ ସମବାମି ଯୁଗେ ଯୁଗେ ।।''
ଅର୍ଥାତ୍, ଯେତେବେଳେ ସଂସାରରେ ଧର୍ମର ପରାଭବ ଘଟି ଅଧର୍ମର ଉତଥାନ ହୁଏ,ମୁଁ ସେତେବେଳେ ଦୁରାଚାରୀମାନଙ୍କୁ ବିନାଶ କରି ଧର୍ମର ସୁରକ୍ଷା ଏବଂ ସାଧୁମାନଙ୍କର ପରିତ୍ରାଣ ପାଇଁ ଅବତାର ଗ୍ରହଣ କରେ ।
ଭଗବାନଙ୍କ ମୁଖୋଚ୍ଚାରିତ ଏହି ‘ଧର୍ମ’ ଶବ୍ଦର ସଂଜ୍ଞା ଥିଲା ଗୋଷ୍ଠୀହୀନ, ବାଦହୀନ ଏବଂ ବିବାଦମୁକ୍ତ । ଧର୍ମ ହେଉଛି ସତ୍ୟ, ନ୍ୟାୟ, ସହୃଦୟତା ଓ ସୌନ୍ଦର୍ଯ୍ୟ । ମହର୍ଷି ବ୍ୟାସଦେବ ପ୍ରଚାର କରିଥିଲେ- 'ଧର୍ମ ହେଉଛି ଆଚାରସମ୍ମତ । ଅର୍ଥାତ୍ ସୁସ୍ଥ ମାନବିକ ଜୀବନ ନିର୍ବାହ ନିମନ୍ତେ କେତେଗୁଡ଼ିଏ ଶୁଦ୍ଧପୂତ ଆଚରଣ ଓ ନୀତି, ନିୟମ ବା ଶୃଙ୍ଖଳାର ସମାହାର ହିଁ ହେଉଛି ଧର୍ମ । ଏହିଭଳି ମହତ୍ ପଥରେ ଗତିକରି ଜୀବନର ପୂର୍ଣ୍ଣତା ପ୍ରାପ୍ତିକୁ ଧର୍ମ ବୋଲି କୁହାଯାଏ; କିନ୍ତୁ ଦୁଃଖର ବିଷୟ, ମଧ୍ୟଯୁଗରେ ବିଭିନ୍ନ ସାଂପ୍ରଦାୟିକ ବା ଗୋଷ୍ଠୀଗତ ସଂକୀର୍ଣ୍ଣତାକୁ ଆଧାର କରି ଧର୍ମର ଏକ ଭିନ୍ନ ସଂଜ୍ଞା ନିରୂପଣ କରାଗଲା । ଫଳରେ ଧର୍ମ ହେଲା ଏକ ଅପପ୍ରଚଳିତ ସାଂପ୍ରଦାୟିକ ବ୍ୟାପାର । ସେହି ଅର୍ଥରେ ହିଁ ଧର୍ମ ଶବ୍ଦ ଆଜି ସୁଦ୍ଧା ବ୍ୟବହୃତ ହୋଇ ଆସୁଅଛି ।
ଧର୍ମ ନାମରେ ସଂକୀର୍ଣ୍ଣ ସ୍ଵାର୍ଥର ଶିକାର ହୋଇ ଏହି ମାନବଜାତି କମ୍ ଦୁଃଖ ଓ ନିର୍ଯ୍ୟାତନା ବରଣ କରିନାହିଁ । ଯୁଦ୍ଧର ବିଭୀଷିକା ଭୟଙ୍କର ରକ୍ତପାତ, ସନ୍ଦେହ ଓ ଷଡ଼ଯନ୍ତ ବିଶ୍ଵମାନବିକତାର କଣ୍ଠରୋଧ କରିଛି । ଇହୁଦୀମାନଙ୍କ ଭଳି ଗୋଟିଏ ପ୍ରାଚୀନ ଜାତି ଶତାବ୍ଦୀ ଶତାବ୍ଦୀ ଧରି ପରାଧୀନତାର ପରାଭବକୁ ବରଣ କରିନେଇଛି ଓ ଜନ୍ମମାଟିରୁ ଉଚ୍ଛନ୍ନ ହୋଇ ପରାରାଷ୍ଟ୍ରରେ ଦାସତ୍ବବରଣ କରିବାକୁ ବାଧ୍ୟ ହୋଇଛି । ପୁଣି ପାଶ୍ଚାତ୍ୟ ରାଜ୍ୟରେ 'ଧର୍ମଯୁଦ୍ଧ'ର ଆହ୍ବାନରେ ବହୁଲୋକ ପ୍ରାଣବଳି ଦେଇଛନ୍ତି । ଯୀଶୁ ଓ ପିଟରଙ୍କ ଭଳି ମହାପୁରୁଷଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି । ଏ ସବୁ ମୂଳରେ ରହିଛି ବ୍ୟକ୍ତି ସ୍ୱାର୍ଥ, ସଂକୀର୍ଣ୍ଣ ସାଂପ୍ରଦାୟିକତା ଓ ନିଷ୍ପଳ ଅହମିକାର ଆହ୍ବାନ । ଏହା ଫଳରେ ଧର୍ମର ମହାନ୍ ଉଦ୍ଦେଶ୍ୟ ହୋଇଛି ଖଣ୍ଡିତ ଓ ବିଶ୍ଵର ଉଦାର ମାନବିକ ଚିନ୍ତା ଓ ଚେତନା ହୋଇଛି ବ୍ୟଥିତ । ଅତ୍ୟାଚାରୀ ଶାସକମାନେ ଆତ୍ମସଂପ୍ରସାରଣର ହୀନ ମନୋବୃତ୍ତବଶତଃ ଧର୍ମ ଭଳି ଏକ ‘ ଶବ୍ଦ’କୁ ରାଜନୈତିକ ସ୍ବାର୍ଥ ସାଧନାରେ ବ୍ୟବହାର କରିଛନ୍ତି । ଆଉରଙ୍ଗଜେବଙ୍କ ଧର୍ମଭିରିକ ରାଜନୀତି ତତ୍କାଳୀନ ହିନ୍ଦୁ ପ୍ରଜାମାନଙ୍କୁ କମ୍ ବେଦନା ବିଦଧ କରିନାହିଁ । ଏପରିକି ପରବର୍ତ୍ତୀ କାଳରେ ବ୍ରିଟିଶ ଶାସକମାନେ ମଧ୍ୟ ସ୍ଵଧର୍ମର ପ୍ରସାର ନିମନ୍ତେ ଭାରତୀୟ ଧର୍ମ ଓ ସଂସ୍କୃତି ଉପରେ ନିର୍ମମ ଭାବରେ ଛୁରିକାଘାତ କରିଛନ୍ତି । ସେ ଦୁଃଖ ଓ ନିର୍ଯ୍ୟାତନାର କାହାଣୀ ଇତିହାସ ପୃଷ୍ଠାରୁ କେବେ ଲିଭିଯିବ ନାହିଁ ।
ସ୍ଵାଧୀନ ଭାରତରେ ଧର୍ମନିରପେକ୍ଷତା : ଏହି ସବୁ ବାଦାନୁବାଦ, ସନ୍ଦେହ ଓ ଷଡ଼ଯନ୍ତ୍ର ଇତ୍ୟାଦିରୁ ନିଷ୍ପତି ଲାଭ କରିବା ନିମନ୍ତେ ଭାରତର ସ୍ଵାଧୀନ ଗଣତାନ୍ତ୍ରିକ ସରକାର ‘ଧର୍ମ ନିରପେକ୍ଷତା’କୁ ସମ୍ବିଧାନର ଏକ ପ୍ରଧାନ ଆଦର୍ଶ ରୂପେ ଗ୍ରହଣ କରି ନେଇଛନ୍ତି । ବିଶ୍ଵ ରାଜନୀତିରେ ଭାରତର ଏହି ଆଦର୍ଶର ପଟାନ୍ତର ନାହିଁ । ଏଠାରେ ‘ଧର୍ମନିରପେକ୍ଷତା’ ଧର୍ମହୀନତା ଅର୍ଥରେ କେବେ ବ୍ୟବହୃତ ନୁହେଁ । ଏଠାରେ ସବୁ ଧର୍ମ ବା ସବୁ ସଂପ୍ରଦାୟକୁ ସମାନ ରାଜନୈତିକ ଓ ସାମାଜିକ ଅଧୁକାର ପ୍ରଦାନ କରିବା ହେଉଛି ଧର୍ମନିରପେକ୍ଷତା । ନିଜ ନିଜର ଉପାସ୍ୟ ଦେବତାର ଉପାସନା, ନିଜ ସଂପ୍ରଦାୟ ବା ଗୋଷ୍ଠୀର ନୀତି ନିୟମ ଇତ୍ୟାଦିର ଅନୁସରଣ, ନିଜ ନିଜର ପୂଜା ପାର୍ବଣ, ବିଧୂ ବିଧାନ ଇତ୍ୟାଦି ପରିପାଳନ, ଏ ସବୁ ପ୍ରକାର ଅଧୁକାର ହେଉଛି ଭାରତୀୟ ନାଗରିକର ମୌଳିକ ଅଧୁକାର । ସମ୍ବିଧାନରେ ଏ ସମ୍ପର୍କରେ ଉଲ୍ଲେଖ ଅଛି ଯେ,
୧. ଭାରତର ପ୍ରତ୍ୟେକ ନାଗରିକ ନିଜର ଇଚ୍ଛା ମୁତାବକ ଯେ କୌଣସି ପ୍ରକାର ଧର୍ମନୀତି ଆଚରଣ କରିପାରିବ ।
୨. ପ୍ରତ୍ୟେକ ଧର୍ମାବଲମ୍ବୀ ସ୍ଵତନ୍ତ୍ର ଧର୍ମାନୁଷ୍ଠାନମାନ ଗଠନ କରି ପାରିବେ ।
୩. କୌଣସି ନାଗରିକକୁ କୌଣସି ଧର୍ମର ପ୍ରଚାର ବା ପ୍ରସାର କାର୍ଯ୍ୟ ନିମନ୍ତେ କର ବା ଟିକସ ଦେବାକୁ ବାଧ୍ୟ କରାଯିବ ନାହିଁ ।
୪. ସରକାରୀ ଅର୍ଥରେ ପରିଚାଳିତ ଶିକ୍ଷାନୁଷ୍ଠାନମାନଙ୍କରେ କୌଣସି ପ୍ରକାର ଧର୍ମ ବିଷୟରେ । ଶିକ୍ଷା ଦିଆଯିବ ନାହିଁ ।।
ପୃଥିବୀ ମଧ୍ୟରେ ଭାରତ ହେଉଛି ଏକ ବିଚିତ୍ର ଦେଶ । ଏଠାରେ ବହୁ ଭାଷା, ବହୁ ଧର୍ମ, ବହୁ ସଂପ୍ରଦାୟ ଓ ମତାବଲମ୍ବୀ ଲୋକମାନଙ୍କର ସମେଳନ ହୋଇଛି । ସର୍ବପ୍ରାଚୀନ ସନାତନ ଧର୍ମର ଉଭବ ଏଇଠାରୁ ହୋଇଛି । ବେଦ, ବେଦାନ୍ତ, ଉପନିଷଦ, ଗୀତା, ଭାଗବତ ଇତ୍ୟାଦି ଧର୍ମଗ୍ରନ୍ଥ ଏଇଠାରେ ରଚନା କରାଯାଇଛି । ମହବୀର, ବୃଦ୍ଧ, ଶଙ୍କରାଚାର୍ଯ୍ୟ, ରାମାନୁଜ, ଶ୍ରୀଚୈତନ୍ୟ, କବୀର, ନାନକ, ରାମକୃଷ୍ଣ, ବିବେକାନନ୍ଦ ଇତ୍ୟାଦିଙ୍କ ଭଳି ସତ୍ୟାଶ୍ରୟୀ ଉଦାର ମହାପୁରୁଷଗଣ ଏଇ ମାଟିରେ ଜନ୍ମଗ୍ରହଣ କରି ମାନବସମାଜକୁ ପରିତ୍ରାଣର ପଥ ଦେଖାଇ ଯାଇଛନ୍ତି । ଏହା ବ୍ୟତୀତ ଖ୍ରୀଷ୍ଟ ଧର୍ମ, ଇସଲାମ ଧର୍ମ ଏ । ପାଟିରେ ନିଜ ନିଜର ସ୍ଥିତି ସୁଦୃଢ଼ କରିଛି । ତେଣୁ ବୈଚିତ୍ରୀମଣ୍ଡିତ ଏଇ ଭାରତ ଭୂମି ଏକ ଉପମହାଦେଶର ସମ୍ମାନରେ ସମ୍ମାନିତ ।
ଦୀର୍ଘ ଦିନର ପରତନ୍ତ୍ରତାକୁ ଦୂରକରିବା ନିମନ୍ତେ ଯେତେବେଳେ ଆକୁମାରୀ ହିମାଚଳ ମୁକ୍ତିର ଉଦ୍ଦାମ ସଙ୍ଗୀତ ପ୍ରତିଧ୍ବନିତ ହୋଇ ଉଠିଥିଲା, ସେତେବେଳେ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭାରତୀୟମାନେ ସେଥିରେ ଲମ୍ଫ ପ୍ରଦାନ କରିଥିଲେ । ବହୁ ତ୍ୟାଗ ଓ ବଳିଦାନ ଶେଷରେ ଭାରତ ସ୍ୱାଧୀନତା ଲାଭକଲା ଓ କୋଟି କୋଟି ଜନତାର ଆଶା ଆକାଂକ୍ଷା ପରିପୂର୍ଣ୍ଣ କରିବା ନିମନ୍ତେ ଏଠାରେ ଏକ ଗଣତାନ୍ତ୍ରିକ ସରକାର ଗଠନ କରାଗଲା । ସେତେବେଳେ ସଂଖ୍ୟାଲଘୁ ବା ସଂଖ୍ୟା ଗରିଷ୍ଠ କୌଣସି ସଂପ୍ରଦାୟକୁ ଉପେକ୍ଷା କରା ନ ଯାଇ ସମ୍ବିଧାନରେ ସମସ୍ତଙ୍କୁ ସମାନ ସୁବିଧା ସୁଯୋଗ ମଞ୍ଜୁର କରାଗଲା । ବସ୍ତୁତଃ ସମ୍ବିଧାନରେ ଧର୍ମନିରପେକ୍ଷ (Secularism) ନୀତି ହେଲା ଏକ ପ୍ରଧାନ ଆଦର୍ଶ; ମାତ୍ର ସାଂପ୍ରଦାୟିକ ସ୍ଵାର୍ଥବଶତଃ ମୁସଲମାନ ଅଧିବାସୀମାନେ ଭାରତ ସହିତ ଏକତ୍ର ରହିବାକୁ ଇଚ୍ଛା ପ୍ରକାଶ ନ କରି ଦେଶକୁ ଦୁଇଭାଗ କରି ସ୍ୱର୍ଗତ ଜିନ୍ନାଙ୍କ ନେତୃତ୍ବରେ ପାକିସ୍ତାନ ନାମରେ ଏକ ସ୍ବତନ୍ତ୍ର ରାଷ୍ଟ୍ର ଗଠନ କଲେ । ଭାରତର ଏଣେ ଧର୍ମନିରପେକ୍ଷ ନୀତିକୁ ଅନୁସରଣ କଲାବେଳେ, ପାକିସ୍ତାନ ତେଣେ ଏକ ଧର୍ମଭିକ ମୁସଲମାନ ରାଷ୍ଟ୍ରରେ ପରିଣତ ହେଲା । ତଥାପି ବହୁ ସଂଖ୍ୟକ ମୁସଲମାନ ଅବାସୀ ଭାରତୀୟ ମୂଭିକାର ଆକର୍ଷଣକୁ ଏଡ଼ିଦେଇ ନପାରି ଏଠାରେ ସୌହାର୍ଘ୍ୟପୂର୍ଣ୍ଣ ଭାବରେ ବନବାସ କରି ରହିଲେ । ପାକିସ୍ତାନରେ ପୂର୍ବରୁ ରହିଯାଇଥିବା ହିନ୍ଦୁ ଅଧୁବାସୀମାନେ ଦେଶ ବିଭାଜନ ବେଳେ ଅତ୍ୟାଚାର ଭୟରେ ଧନସମ୍ପତ୍ତିର ଲୋଭକୁ ପରିତ୍ୟାଗ କରି ଶରଣାର୍ଥୀ ଭାବରେ ଭାରତକୁ ପଳାଇ ଆସି ଏଠାରେ ଆଶ୍ରୟ ଲୋଡ଼ିଲେ । ଆଜି ଭାରତୀୟ ଅଧିବାସୀମାନଙ୍କର ଏତିକି ଆତ୍ମସନ୍ତୋଷ, ଏଇ ଭୂମି ହେଉଛି ଉଦାର । ମାନବିକତାର ଏକ ପ୍ରତୀକ, ସର୍ବ ଧର୍ମର ଏକ ସମନ୍ବୟ କ୍ଷେତ୍ର । ଶିକ୍ଷା, ସମାଜ, ଶାସନ, ରାଜନୀତି, ବ୍ୟବସାୟ ବାଣିଜ୍ୟ, ଆମୋଦପ୍ରମୋଦ ସବୁ ଦୃଷ୍ଟିରୁ ଏଠାରେ ସମସ୍ତେ ସମାନ ଅଧୁକାର ପ୍ରାପ୍ତ ।
ଭାରତରେ ଧର୍ମନିରପେକ୍ଷତାର ପ୍ରାଚୀନତା : ଧର୍ମ ନିରପେକ୍ଷତା ଆଜି କେବଳ ଆଧୁନିକ ଭାରତରେ ଏକ ସ୍ଲୋଗାନ ନୁହେଁ, ଏହାର ଐତିହ୍ୟ ସୁପ୍ରାଚୀନ ଅଟେ । ଯେତେ ଯେତେ ମହାପୁରୁଷ ଏଠାରେ ଜନ୍ମଗ୍ରହଣ କରି ସେମାନଙ୍କର ମାନବବାଦର ଅମର ବାଣୀ ଶୁଣାଇ ଯାଇଛନ୍ତି, କେହି କୁତ୍ରାପି କୌଣସି ଧର୍ମ ପ୍ରତି ବିଦ୍ବେଷ ପୋଷଣ କରି ନାହାଁନ୍ତି । ସମସ୍ତେ ସେହି ଗୋଟିଏ ମହାନ ଉଦ୍ଦେଶ୍ୟରେ ଅଭିପ୍ରେତ ହୋଇଛନ୍ତି ଓ ସମସ୍ତେ ସେହି ଗୋଟିଏ ସାର୍ବଜନୀନ ବାଣୀ ଶୁଣାଇଛନ୍ତି, ତାହା ହେଉଛି ମାନବ ସମାଜର କଲ୍ୟାଣ ସାଧନ । ବୌଦ୍ଧଧର୍ମର ପ୍ରବକ୍ତା ମହାପୁରୁଷ ଗୌତମବୃଦ୍ଧ ଧର୍ମ ନିରପେକ୍ଷତାର ପ୍ରଥମ ପ୍ରବକ୍ତା । ମୋଗଲ ସମ୍ରାଟ ଆକବର ନିଜର ଉଦାରତା ଓ ନିରପେକ୍ଷତା ବଳରେ ହିନ୍ଦୁ-ମୁସଲମାନ ଉଭୟଙ୍କର ଅତ୍ୟନ୍ତ ପ୍ରିୟଭାଜନ ହୋଇପାରିଥିଲେ । ସେ ସର୍ବ ଧର୍ମର ସାରମର୍ମକୁ ସଂଗ୍ରହ କରି ‘ଦିନ-ଇ-ଇଲାହି' ନାମକ ଏକ ସମନ୍ବିତ ଧର୍ମର ପ୍ରଚାର କରିଥିଲେ । ଏପରିକି ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ କହିଛନ୍ତି।
“ସର୍ବଧର୍ମାନ ପରିତ୍ୟଜ୍ୟ ମାମେଙ୍କ ଶରଣ ବ୍ରଜ ।” ଅର୍ଥାତ୍ ସବୁ ଧର୍ମକୁ ପରିତ୍ୟାଗ କରି ମୋର ଶରଣ ନିଅ । ସୁତରାଂ ଧର୍ମନିରପେକ୍ଷତା ହେଉଛି ପୁଣ୍ୟ ଭୂମି ଭାରତର ମର୍ମବାଣୀ ।
ଧର୍ମ ନିରପେକ୍ଷତାର ଦୋଷ ତୃଟି : ଧର୍ମନିରପେକ୍ଷ ନୀତି ଅନୁସରଣ କରାଯିବା ସନ୍ଦେ ଭାରତରେ ସାଂପ୍ରଦାୟିକ ବିଦ୍ବେଷ ଉତ୍କଟ ଆକାର ଧାରଣ କରିଛି । ବେଳେବେଳେ କୌଣସି ନା କୌଣସି ଅବସରରେ ତାହା ଏଭଳି ଭୟାବହ ଆକାର ଧାରଣ କରୁଛି, ଯାହାଫଳରେ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡୁଛି । ଏହା ମୂଳରେ ଅନ୍ୟ ଯାହା କାରଣ ଥାଉ ନା କାହିଁକି, ରାଜନୈତିକ ଉଦ୍ଦେଶ୍ୟ ଯେ ନିଶ୍ଚିତ ରୂପେ ନିହିତ, ଏଥିରେ ସନ୍ଦେହ ନାହିଁ ।
ଭାରତର ଏହି ଉଦାର ନୀତି ବଳରେ ଅଲକ୍ଷ୍ୟରେ ଆସ୍ତେ ଏକ ବିରାଟ କ୍ଷତିର ସମ୍ମୁଖୀନ ହେଉଥାଏ, ତାହା ହେଉଛି ଧର୍ମହୀନତା । ଶିକ୍ଷାନୁଷ୍ଠାନମାନଙ୍କରେ ଧର୍ମଶିକ୍ଷା, ଧର୍ମର ଆଲୋଚନା ଓ ପଠନ ଇତ୍ୟାଦି ନିଷେଧ କରାଯାଇଥିବାରୁ ଛାତ୍ରଛାତ୍ରୀମାନଙ୍କର ଆଧାସିକ ଚିନ୍ତାର ବିକାଶ ଘଟୁନାହିଁ । ସେମାନେ କ୍ରମେ ବସ୍ତୁବା ହୋଇ ଯାଉଛନ୍ତି । ମାନବିକ ଚିନ୍ତା, ସୌହାର୍ଘ୍ୟ ଓ ସୁପ୍ରୀତି ଇତ୍ୟାଦି ଅନ୍ତରରୁ ଲୋପ ହୋଇ ସେଠାରେ ଏକ କଠୋର ରାକ୍ଷସିକ ପ୍ରବୃତ୍ତ ସ୍ଥାନାଧିକାର କରୁଛି । ଆଉ ଏକ ଅପ୍ରିୟ ସତ୍ୟକଥା ହେଉଛି, ଏ ଦେଶର ସଂଖ୍ୟାଲଘୁମାନେ ସରକାରୀ ସୁରକ୍ଷା ବଳରେ ନିଜ ଧର୍ମର ପ୍ରଚାର, ପ୍ରସାର ଓ ସୁରକ୍ଷା । ନିମନ୍ତେ ସକ୍ରିୟ ଥିବା ବେଳେ ସଂଖ୍ୟାଗରିଷ୍ଠମାନେ କଟକଣା ଭୟରେ ସେ ଦିଗରେ ନିଷ୍କ୍ରିୟ । ବ୍ୟାପକ ଧର୍ମାନ୍ତରୀକରଣ ଯୋଗୁଁ ହିନ୍ଦୁମାନଙ୍କ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହେଉଛି ଏବଂ ସେଥିପାଇଁ ପାଦ୍ରୀ ପୋଡ଼ି ଭଳି ଦୁଃଖକର ଘଟଣାମାନ ଘଟୁଛି । ରାଜନୀତିକ ଲୋକମାନେ କେବଳ ଭୋଟ ଆଶାରେ ସଂଖ୍ୟାଲଘୁମାନଙ୍କର ତୋଷବିଧାନ କରୁଛନ୍ତି । ସମ୍ବିଧାନ ଦୃଷ୍ଟିରେ ସବୁ ଧର୍ମ ସମାନ ହୋଇଥିଲେ ମଧ୍ୟ ନୀତି ନିୟମ ଓ ଆଚରଣ ବିଧକୁ ସମାନ କରାଯାଉ ନାହିଁ । ଏଥିରେ ସରକାର ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି । ସେଥିପାଇଁ ସଂଖ୍ୟାଗରିଷ୍ଠ । ହିନ୍ଦୁମାନେ ଅନୁଭବ କରୁଛନ୍ତି ଯେ, ସଂଖ୍ୟାଲଘୁମାନଙ୍କ ନିମନ୍ତେ ସେମାନଙ୍କୁ ଯଥେଷ୍ଟ ସ୍ଵାର୍ଥ ତ୍ୟାଗ କରିବାକୁ ହେଉଛି ।
ଶେଷକଥା: ତଥାପି ଗଣତାନ୍ତ୍ରିକ ରାଷ୍ଟ୍ରରେ ଧର୍ମ ନିରପେକ୍ଷ ନୀତିର ଉପାଦେୟତାକୁ ଅସ୍ବୀକାର କରିହେବ ନାହିଁ । ଆଜିର ବିଜ୍ଞାନ ଯୁଗରେ ଧର୍ମ, ଜାତି ଓ ସଂପ୍ରଦାୟ ନାମରେ ମଣିଷ ମଣିଷ ମଧ୍ୟରେ ବିଭେଦ ସୃଷ୍ଟି କରାଯିବା ଉଚିତ୍ ନୁହେଁ । ସମସ୍ତେ ହେଉଛନ୍ତି ଏକ ଜାତି, ତାହା ହେଉଛି 'ମାନବ ଜାତି' । ସମସ୍ତଙ୍କର ଗୋଟିଏ ଧର୍ମ, ତାହା ହେଉଛି ‘ମାନବ ଧର୍ମ’ । ତେଣୁ ସମସ୍ତେ ଜାତି, ଧର୍ମ ଭୁଲି ଏକ ମନ, ଏକ ପ୍ରାଣ ହୋଇ ଦେଶପାଇଁ କାର୍ଯ୍ୟ କରିବା ଉଚିତ୍ । ଏହି ଆଦର୍ଶ ପାଇଁ ଭାରତବର୍ଷ ଆଜି ସମଗ୍ର ବିଶ୍ୱରେ ପ୍ରଶଂସନୀୟ । ତାହାର ବୈଦେଶିକ ନୀତିରେ ଧର୍ମ ବା ଗୋଷ୍ଠୀର ନିୟନ୍ତ୍ରଣ ନାହିଁ; ମାନବ ପ୍ରୀତିରେ କୌଣସି ଦୈନ୍ୟ ନାହିଁ । ମୁସଲମାନ ରାଷ୍ଟ୍ରମାନଙ୍କ ପ୍ରତି ତାହାର ବିରାଗ ନାହିଁ କିମ୍ବା ଖ୍ରୀଷ୍ଟିୟାନ ରାଷ୍ଟ୍ରମାନଙ୍କ ପ୍ରତି କୌଣସି ବିତୃଷ୍ଣା ନାହିଁ । ଏହି ଆଦର୍ଶକୁ ଅନୁକରଣ କରି ପୂର୍ବରୁ ମୁସଲମାନ ରାଷ୍ଟ୍ର ରୂପେ ପରିଚିତି ଲାଭ କରିଥିବା ବଙ୍ଗଳାଦେଶ ତାହାର ନୂତନ ସମ୍ବିଧାନରେ ଧର୍ମ ନିରପେକ୍ଷତାକୁ ଗ୍ରହଣ କରିଛି । ।
COMMENTS