Essay on Advantages and Disadvantages of Science in Odia Language : In this article " ବିଜ୍ଞାନ ଅଭିଶାପ କି ଆଶୀର୍ବାଦ ରଚନା ", " bi...
Essay on Advantages and Disadvantages of Science in Odia Language: In this article "ବିଜ୍ଞାନ ଅଭିଶାପ କି ଆଶୀର୍ବାଦ ରଚନା", "bigyanara upakarita o apakarita odia rachana essay", "essay on science blessing or cursea in Odia for students of class 5, 6, 7, 8, 9, and 10.
Odia Essay on "Advantages and Disadvantages of Science", "ବିଜ୍ଞାନ ଅଭିଶାପ କି ଆଶୀର୍ବାଦ ରଚନା" for Students
ଉପକ୍ରମ : ପ୍ରାଗୈତିହାସିକ ଯୁଗର ନିରନ୍ଧ୍ର ଅନ୍ଧକାରକୁ ବିଦୂରିତ କରି ଏବଂ ପୌରାଣିକ ଯୁଗର ପାର୍ଥିବ ରହସ୍ୟର ଅବଗୁଣ୍ଠନକୁ ଉନ୍ମୋଚନ କରି ଜନ୍ମ ନେଇଛି ଆଧୁନିକ ବିଜ୍ଞାନ । ଆଜି ଆମର ପ୍ରାତ୍ୟହିକ ଜୀବନଯାତ୍ରା ବନ୍ଧୁ ଭାବରେ ବିଜ୍ଞାନ ଦ୍ଵାରା ନିୟନ୍ତ୍ରିତ ଏବଂ ସଭ୍ୟତାର ସକଳ ସ୍ତରରେ ବିଜ୍ଞାନର ଅଖଣ୍ଡ ଆଧୁପତ୍ୟ ପରିବ୍ୟାପ୍ତ । ଅଭାବର ବିରାଟ ମୁଖଗହ୍ନର ମଧ୍ୟରୁ ହିଁ ଆବିଷ୍କାର ବା ଉଭାବନର ସୃଷ୍ଟି । ମନୁଷ୍ୟ ଯୁଗ ଯୁଗ ଧରି ତା’ର ଏକନିଷ୍ଠ ଅତନ୍ଦ୍ର ସାଧନାରେ ଅଭିନିବିଷ୍ଟ ହୋଇଛି କେବଳ ଅଜ୍ଞାତକୁ ଜ୍ଞାତ ହେବାକୁ, ଅଦୃଷ୍ଟକୁ ଦୃଷ୍ଟ ହେବାକୁ ଏବଂ ମାନବ ପ୍ରାଣର ଦୁଃଖ, ସ୍କେଶ ଓ ଯାତନାକୁ ଦୂରୀଭୂତ କରି ତାହାକୁ ସରସ ଓ ସୁନ୍ଦର କରି ଗଢ଼ିବାକୁ । ସେହି ଅଭିଯାତ୍ରାର ଫଳଶ୍ରୁତି ହେଉଛି ଆଧୁନିକ ବିଜ୍ଞାନ ।
ବିଜ୍ଞାନର ଦ୍ବୈତ ରୂପ : କିନ୍ତୁ ସଭ୍ୟତାର ପାଦପୀଠରେ ଏହି ବିଜ୍ଞାନ ବିଧାତାର ଏକ ଆଶୀର୍ବାଦ କି ଅଭିଶାପ ତାହା ଏପର୍ଯ୍ୟନ୍ତ ବିଚାରସିଦ୍ଧ ହୋଇପାରି ନାହିଁ । ଯେଉଁମାନଙ୍କର ହାତରେ ସାମାଜିକ ଓ ରାଷ୍ଟ୍ରୀୟ ଜୀବନର ନିୟନ୍ତ୍ରଣ ଦାୟିତ୍ବ ନିହିତ, ସେହିମାନେ ଆଜି ବିଜ୍ଞାନକୁ ନିଜର କ୍ରୀତଦାସ କରି ବାସନା ତୃପ୍ତିର ଏକ ସୁଲଭ ଅସରୂପେ ବ୍ୟବହାର କରୁଛନ୍ତି । ତେଣୁ ଆମେ ଦେଖିବାକୁ ପାଉ ବିଜ୍ଞାନର ଦୁଇଟି ରୂପ । ଗୋଟିଏ ହେଉଛି ମହାତାଣ୍ଡବର ଲୀଳାକାରୀ ନଟରାଜ ଧୂଟୀ, ଅପରଟି ହେଉଛି ସତ୍ୟ,ଶିବ, ସୁନ୍ଦରର ମାନବକଲ୍ୟାଣକରଏକ କମନୀୟ ମୂର୍ତ୍ତି ।
ଆଶୀର୍ବାଦ ରୂପରେ ବିଜ୍ଞାନ : ଆଶୀର୍ବାଦ ରୂପରେ ଆଧୁନିକ ବିଜ୍ଞାନ କୃଷି, ଶିଳ୍ପ, ଚିକିତ୍ସା, ପରିବହନ, ଯୋଗାଯୋଗ, ସିନେମା, ରେଡ଼ିଓ ଏବଂ ଟେଲିଭିଜନ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଏକ ସୁନ୍ଦର ଓ ଲୋଭନୀୟ ରୂପରେ ଦଣ୍ଡାୟମାନ। ଉନ୍ନତତର ଚିତ୍ତବିନୋଦନ ତଥା ଜୀବନଧାରଣ ପାଇଁ ଅତ୍ୟାବଶ୍ୟକ ଉପକରଣ ମଧ୍ୟରେ ବିଜ୍ଞାନ ଯୁଗାନ୍ତର ସୃଷ୍ଟି କରିଛି । ବରଦାନ ରୂପରେ ବିଜ୍ଞାନ ମାନବ ଜାତିର ଯେଉଁ ମହନୀୟ କଲ୍ୟାଣ ସାଧନ କରୁଅଛି, ତାକୁ ସହଜରେ କେହି ଅସ୍ୱୀକାର କରିପାରିବେ ନାହିଁ। ପ୍ରକୃତିର ପ୍ରଚଣ୍ଡ ଶକ୍ତି ବିରୋଧରେ ସଂଗ୍ରାମ କରି ଆଜି ଜଳ, ସ୍ଥଳ, ଆକାଶ ସର୍ବତ୍ର ମନୁଷ୍ୟ ନିଜର ଅଖଣ୍ଡ ଆଧିପତ୍ୟ ବିସ୍ତାର କରିଛି । ମସ୍ୟ ରୂପରେ ଜଳଧିର ବକ୍ଷ ଚିରି, ପୁଣି ପକ୍ଷୀରୂପରେ ଆକାଶକୁ ବିଦୀର୍ଣ୍ଣ କରି ସେ ଚଳାଇଛି ତା’ର ଦୂରନ୍ତ ଅଭିଯାନ। ଏକ ନବ ଜୀବନର ଅନାଦିତ ଆନନ୍ଦରେ ବିହ୍ବଳ ହୋଇ ମାନବ ଆଜି ସୁଦୂର ମହାକାଶ ମଧ୍ୟରେ ଚନ୍ଦ୍ର, ମଙ୍ଗଳ ଓ ଶୁକ୍ର ଇତ୍ୟାଦି ଗ୍ରହ ଉପରେ ନିଜର ଦୃଷ୍ଟି ନିକ୍ଷେପ କରିଛି । ଚନ୍ଦ୍ର ଓ ମଙ୍ଗଳଠାରେ ବସତି ସ୍ଥାପନ କରିବାକୁ ମନୁଷ୍ୟ ଯେଉଁ ଦୁଃସାହସିକ ଉଦ୍ୟମ ଚଳାଇଛି, ତାହା ହେଉଛି ବିଜ୍ଞାନର ପ୍ରେରଣା। ବିଶ୍ୱର ଏକ ଦୁଷ୍ଟ ଶିଶୁ ରୂପରେ ମନୁଷ୍ୟ ଚାହିଁଛି ସେହି କକ୍ଷିତ ଅମରାବତୀର ସୁଖସମ୍ପଦକୁ ଭୁଲୁଣ୍ଡିତ କରିବାକୁ। ଗୃହରେ ଖାଦ୍ୟ ପାଚନ, ବସ୍ତ୍ର ଧୂଲେଇଠାରୁ ଆରମ୍ଭ କରି ରେଳଗାଡ଼ି ଓ ଟ୍ରାମଗାଡ଼ି ଚାଳନା ଏବଂ ବିରାଟ ଶିଳ୍ପସଂସ୍ଥାମାନଙ୍କରେ ଦୈତ୍ୟକାୟ କଳକବ୍ଜାମାନଙ୍କୁ ଶକ୍ତି ଯୋଗାଇ ସେଗୁଡ଼ିକ କ୍ରିୟାଶୀଳ କରାଇବା ପ୍ରଭୃତିରେ ବିଦ୍ୟୁତ୍ରର ଅବଦାନ ଚମକପ୍ରଦ । ଆଧୁନିକ ଜଗତରେ ବିଦ୍ୟୁତ୍ ହେଉଛି ଏକ ଯୁଗାନ୍ତକାରୀ ଉଦ୍ଭାବନ। ବିଦ୍ୟୁତ୍ ହେଉଛି ସମସ୍ତ ବିଜ୍ଞାନର ଚାବିକାଠି। ପ୍ରାତ୍ୟହିକ ଜୀବନଯାତ୍ରାରେ ତାଠାରୁ ବଳି ଅଧୁକ ଆତ୍ମୀୟ ଓ ଅବିଚ୍ଛେଦ୍ୟ ଏକ ଅନୁପମ ବନ୍ଧୁ କେହି ନାହିଁ । ବିଦ୍ୟୁତ୍ ଅଭାବର ମନେହୁଏ ମୁହୁର୍ଭକ ମଧ୍ୟରେ ସମଗ୍ର ବିଶ୍ଵ ଅନ୍ଧକାରାଚ୍ଛନ୍ନ ହୋଇଯିବ ଏବଂ ଜୀବନଯାତ୍ରା ଅଚଳ ହୋଇଯିବ ।
ବେତାର ଓ ଟେଲିଭିଜନ ଯନ୍ତ୍ର ଆଜି ପୃଥିବୀର ପରିକୁ ଅତିମାତ୍ରାରେ ସଙ୍କୁଚିତ କରି ସମଗ୍ର ସୌରଜଗତକୁ ଗୋଟିଏ ପରିବାରରେ ପରିଣତ କରିବାକୁ ସକ୍ଷମ ହୋଇଛି । ମହାକାଶ ଯାତ୍ରୀମାନେ ଚନ୍ଦ୍ରଲୋକରୁ ବେତାର ଜରିଆରେ ବାର୍ତ୍ତା ଓ ଟେଲିଭିଜନ ଜରିଆରେ ଚିତ୍ର ପୃଥିବୀକୁ ପଠାଇ ପାରିଛନ୍ତି । ଚଳଚ୍ଚିତ୍ରର ରଙ୍ଗୀନ ପଦ୍ଧି ଉପରେ ସୁଲଳିତ କଣ୍ଡସଙ୍ଗୀତ ସହ ମନୋରମ ଦୃଶ୍ୟରାଜିକୁ ଦେଖି ମନୁଷ୍ୟ ନିଜ ଗୌରବରେ ନିଜେ ବିସ୍ମିତ ହେଉଛି । ମୁଦ୍ରଣ ଯନ୍ତ୍ରର ଉଭାବନ ଫଳରେ ଅତୀତର ତାଳପତ୍ର ପୋଥ ଓ ଲେଖନୀକୁ ଅନ୍ଧକାରରେ ନିକ୍ଷେପ କରି ମୁହୁର୍ଭକ ମଧ୍ୟରେ ସହସ୍ର ସହସ୍ର ପୁସ୍ତକ ଓ ସମ୍ବାଦପତ୍ର ଇତ୍ୟାଦି ମୁଦ୍ରିତ ହେଉଛି । ଶିକ୍ଷା, ଶିଳ୍ପ ଓ ସଂସ୍କୃତି ସହିତ ସଭ୍ୟତାର ଜୟଯାତ୍ରାରେ ବିଜ୍ଞାନର ଅବଦାନ ଅସାମାନ୍ୟ ।
ଶରୀରତତ୍ତ୍ବ, ରୋଗର ନିଦାନ ନିୟ ଓ ଚିକିତ୍ସା କ୍ଷେତ୍ରରେ ବିଜ୍ଞାନ ଯେ ଆଶାତୀତ ସଫଳତା ହାସଲ କରିଛି ତଦ୍ୱରା ମନୁଷ୍ୟର ଆତ୍ମବଳ ଓ ଆମ୍ବଗର୍ବ ସୀମାତୀତ ଭାବେ ବୃଦ୍ଧି ପାଇଛି । ପେସିଲିନ୍, ରେଡିୟମ୍ ଓ ରଞ୍ଜନ ରଶ୍ମି ଏବଂ ସ୍କାନିଙ୍ଗ ଯନ୍ତ୍ର ଇତ୍ୟାଦିର ଉଦ୍ଭାବନ ଫଳରେ ଚିକିତ୍ସା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ସଂଘଟିତ ହୋଇଛି । ବର୍ତ୍ତମାନ ବାଦ୍ଧକ୍ୟ ଏବଂ ମୃତ୍ୟୁ ବିରୋଧୀ ବିଜ୍ଞାନ ଯେଉଁ ଅଭିଯାନ ଚଳାଇଛନ୍ତି ତାହା ଯଦି ଦିନେ ସଫଳ ହୁଏ, ତେବେ ଏହି ମନୁଷ୍ୟ ହେବ ମୃତ୍ୟୁଞ୍ଜୟୀ ବା ଅମର ।
କୃଷିକ୍ଷେତ୍ରରେ ମଧ୍ୟ ବିଜ୍ଞାନର ଅବଦାନ ନ୍ୟୁନ ନୁହେଁ । ମନୁଷ୍ୟର ଶ୍ରମକୁ ଲାଘବ କରି ଜମି କର୍ଷଣଠାରୁ ଆରମ୍ଭ କରି ବୀଜବପନ, ଜଳସେଚନ ଓ ଶସ୍ୟ ଅମଳ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ଯନ୍ତ୍ର କରିପାରୁଛି ।
ଆମର ପ୍ରାତ୍ୟହିକ ଜୀବନଯାତ୍ରାକୁ ସ୍ବଚ୍ଛନ୍ଦ କରିବା ଉଦ୍ଦେଶ୍ୟରେ ପରିବହନ ଓ ଯୋଗାଯୋଗ କ୍ଷେତ୍ରରେ ବିଜ୍ଞାନ ଆଶାନୁରୂପ ସମୃଦ୍ଧି ଆଣିଦେଇଛି । ପୁରାଣଯୁଗର ଅଲୌକିକ କାହାଣୀ ଆଜି ବାସ୍ତବରେ ପରିଣତ ହୋଇଛି । କିମ୍ବଦନ୍ତୀର ମନପବନ ବା ପୁଷକଯାନର ଗତିକୁ ସହସ୍ର ଗୁଣରେ ବଳି ବିଭିନ୍ନ ଆକାଶଯାନ ଜନ୍ମ ନେଇଛି । ମାତ୍ର ତିନି ଦିନ ମଧ୍ୟରେ ପୃଥିବୀର ଅଧିବାସୀ ଚନ୍ଦ୍ର ଲୋକରେ ଯାଇ ପହଞ୍ଚିବା ସମ୍ଭବପର ହୋଇଛି । ଲକ୍ଷ ଲକ୍ଷ କିଲୋମିଟର ଦୂରରୁ ପ୍ରିୟ ଲୋକ ସହ ସାକ୍ଷାତ ଓ ଆଳାପ ସହଜ ହୋଇଛି । ଆଜି ଆଉ ଦୁର୍ଭେଦ୍ୟ ଆଫ୍ରିକା ମହାଦେଶ ନିବିଡ଼ ତମସା ନାହିଁ, ହିମାଳୟର ଦୁର୍ଜୟ ଗିରିଶୃଙ୍ଗର ଆମ୍ବଗାରିମା ନାହିଁ କିମ୍। ଅତଳ ଜଳଧିର ରହସ୍ୟ ଅନବଗୁଣ୍ଠିତ ହୋଇ ରହି ନାହିଁ । ସବୁ ହେଉଛି ଅନୁସନ୍ଧିସୁ, ଜ୍ଞାନପିପାସୁ ମାନବ ଶିଶୁର ନିରଳସ ସାଧନାର ଫଳ ।
କୃତ୍ରିମ ଉପଗ୍ରହ ମାଧ୍ୟମରେ ଆଜି ଅସମ୍ଭବ ସମ୍ଭବ ହୋଇପାରିଛି । ଗୋଟିଏ ସ୍ଥାନରେ ଥାଇ ଟଙ୍କା ମନିଅର୍ଡର କଲେ ତାହା ମୁହୁର୍ଭକ ମଧ୍ୟରେ ପୃଥିବୀର ଯେକୌଣସି ସ୍ଥାନରେ ପହଞ୍ଚଯାଉଛି । ଚିଠିପତ୍ର ଫାସ ଓ ଇ-ମେଲ୍ ଦ୍ବାରା ମାତ୍ର ମିନିଟକ ମଧ୍ୟରେ ଦେଶ ଓ ବିଦେଶର ଯେ କୌଣସି ସ୍ଥାନକୁ ପ୍ରେରିତ ହୋଇପାରୁଛି ।
କୃତ୍ରିମ ଉପଗ୍ରହର ଉପଯୋଗ ଆଜି ପୃଥିବୀର ଦୂରତ୍ବ କମାଇ ଦେଇଛି । ପୃଥିବୀର ଯେ କୌଣସି ସ୍ଥାନରେ କୌଣସି ଘଟଣା ଘଟିଲେ ମୁହୁର୍ଭକ ମଧ୍ୟରେ ସାରା ପୃଥିବୀବାସୀ ରେଡ଼ିଓ ଏବଂ ଟେଲିଭିଜନ ଜରିଆରେ ତାହା ଅବଗତ ହୋଇପାରୁଛନ୍ତି । ନିଜ ଗୃହରେ ବସି ଜାତିସଂଘ ଅଧିବେଶନର ଦୃଶ୍ୟ; ଅଲିମ୍ପିକ କ୍ରୀଡ଼ାର ଘଟଣାବଳୀ ଓ ରଥଯାତ୍ରାର ଜୀବନ୍ତ ଦୃଶ୍ୟାବଳୀ ଉପଭୋଗ କରାଯାଇପାରୁଛି ।
ସେହି ଉପଗ୍ରହକୁ ଆଧାର କରି ଇଣ୍ଟରନେଟ୍ କାର୍ଯ୍ୟ କରୁଛି । ଇଣ୍ଟରନେଟ୍ ମାଧ୍ୟମରେ ଜଳ, ସ୍ଥଳ, ଆକାଶ ସମ୍ବନ୍ଧରେ ଦେଶ ବିଦେଶର ଯେ କୌଣସି ଘଟଣା ଉପରେ ଯେକୌଣସି ତଥ୍ୟର ଉପଲବ କମ୍ ସମୟ ମଧ୍ୟରେ ହୋଇପାରୁଛି । ଏପରିକି ସୁଦୂର ପାଶ୍ଚାତ୍ୟ ଦେଶର ଜଣେ ଦକ୍ଷ ଡାକ୍ତରଙ୍କଠାରୁ ଏଠାକାର ଜଣେ ରୋଗୀ ଚିକିତ୍ସା ପାଇଁ ବ୍ୟବସ୍ଥାପତ୍ର ହାସଲ କରିପାରୁଛି । କମ୍ପ୍ୟୁଟର ଓ ଇଣ୍ଟରନେଟ୍ ଆଜି ବିଜ୍ଞାନ ଜଗତରେ ଅଭୂତପୂର୍ବ ଆଲୋଡ଼ନ ସୃଷ୍ଟି କରିଛି । ଆଜି ଲକ୍ଷ ଲକ୍ଷ ଛାତ୍ର ଓ ପରୀକ୍ଷାର୍ଥୀଙ୍କୁ ସେମାନଙ୍କର ପରୀକ୍ଷାର ଫଳାଫଳ ଜାଣିବା ପାଇଁ ଉତ୍କଣ୍ଡ ଭାବରେ ଇତସ୍ତତଃ ଧାଇଁବାକୁ ପଡୁନାହିଁ । ସ୍ଵଗୃହରେ ବସି ଇଣ୍ଟରନେଟର ସୁଇଚ୍ ଟିପିବା ମାତ୍ରେ ସେମାନଙ୍କର କୃତିତ୍ଵର ବିବରଣୀ ମୁହୁର୍ଭକ ମଧ୍ୟରେ ଦୃଷ୍ଟି ସମ୍ମୁଖରେ ଉଭାସିତ ହୋଇ ଉଠୁଛି ।
ଅଭିଶାପ ରୂପରେ ବିଜ୍ଞାନ : ଆଜି କିନ୍ତୁ ସ୍ଵାର୍ଥଵେଷୀ ରାଷ୍ଟ୍ରନେତାମାନଙ୍କର କଳୁଷିତ ମନୋଭାବ ଯୋଗୁଁ ଏହି ବର ଅଭିଶାପରେ ପରିଣତ ହୋଇଛି । ଯେଉଁ ବିଜ୍ଞାନ ମାନବ ଜୀବର ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ଜନ୍ମ ନେଇଥିଲା, ତାହା ପୁଣି ବିଶ୍ୱର ମହାନ ସଭ୍ୟତା ଓ ସଂସ୍କୃତିକୁ ଭସ୍ମସାତ କରି ଦେବାକୁ ଉଦ୍ୟତ । ହିରୋସୀମା ତଥା ନାଗାସାକୀର ଧ୍ବଂସସ୍ତୁପ ତଳୁ ଲକ୍ଷ ଲକ୍ଷ ନିରୀହ ନରନାରୀଙ୍କ ଆତ୍ମା ଯୁଗ ଯୁଗ ଧରି ଅଭିସମ୍ପାତ ବର୍ଷଣ କରୁଥିବ । ମାନବ କଲ୍ୟାଣକର ସତ୍ୟ, ଶିବ, ସୁନ୍ଦରର ପଥକୁ ପରିତ୍ୟାଗକରି ଖିଆଲି ନର ଆଜି ଆତ୍ମହତ୍ୟାର ପଥ ଅମ୍ବେଷଣରେ ବ୍ୟସ୍ତ । ସେ ସମସ୍ତ ଶକ୍ତିକୁ ନିୟୋଜିତ କରି ଦୁର୍ଜୟ ମାରଣାସ୍ତ୍ର ନିର୍ମାଣରେ ବ୍ରତୀ । ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ଭୟଙ୍କର ଶକ୍ତି ପରୀକ୍ଷା ଏବଂ ପାରମାଣବିକ ପ୍ରଚେଷ୍ଟା ଫଳରେ ଏହି ସବୁଜ ସୃଷ୍ଟି ଏକ ଅଜ୍ଞାତ ଆଶଙ୍କା ଏବଂ ଅସ୍ଥିର ଉଦ୍ବେଗରେ କମ୍ପମାନ ହେଉଅଛି । ବିଜ୍ଞାନର ପ୍ରଗତି ସଙ୍ଗେ ସଙ୍ଗେ ମନୁଷ୍ୟ ଏକ ସଂବେଦନହୀନ, ସ୍ନେହ, ପ୍ରୀତି, ଦୟା ଓ ଦାକ୍ଷିଣ୍ୟ ବିରହିତ ରୁକ୍ଷ, ନିକ୍ଷୁର, କର୍କଶ ପ୍ରାଣୀରେ ରୂପାନ୍ତରିତ ହୋଇଛି । ସେହି ବିଶ୍ବପୁରୁଷଙ୍କର ଅଂଶଧାରୀ, ସୃଷ୍ଟିର ଶ୍ରେଷ୍ଠଜୀବ ମାନବଶିଶୁର ହୃଦୟରୁ ସ୍ଵର୍ଗୀୟ ମାନବିକ ଭାବନା ବିଦୂରିତ ହୋଇ, ତାହା ସ୍ଥାନରେ ଧୂସର ନାରକୀୟ ବେଶରେ ଏକ ପୈଶାଚିକ ପ୍ରବୃତ୍ତ ଆସନ ଅଧିକାର କରିଛି । ପୁନଶ୍ଚ ପରମାଣୁ ପରୀକ୍ଷା ଯୋଗୁ ପ୍ରାକୃତିକ ନିୟମର ବିପର୍ଯ୍ୟୟ, ଋତୁଚକ୍ରର ଅନିୟମିତତା, ପାଣିପାଗ ଓ ଜଳବାୟୁର ଅସ୍ଥିରତା, ନାନାବିଧ ଦୁଃସାଧ୍ୟ ଓ ଅଜ୍ଞାତ ରୋଗର ଉଭବ ଇତ୍ୟାଦି ବିଧାତାର ଏକ ଅଭିସମ୍ପାତ ବ୍ୟତୀତ ଅନ୍ୟ କିଛି ନୁହେଁ । ଆଧୁନିକ ସମାଜର ସମସ୍ତ ବୈଜ୍ଞାନିକ ଉପକରଣ ଓ ବିଳାସ ସାମଗ୍ରୀ ଅଲକ୍ଷ୍ୟରେ ମନୁଷ୍ୟର ଶରୀର ଓ ମନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଆକାଶ ବକ୍ଷରେ ‘ ଓଜୋନ’ (Ozon) ର ସ୍ତର ହ୍ରାସ, ବାୟୁମଣ୍ଡଳରେ ଉତ୍ତାପ ଓ ଅଙ୍ଗାରକାମ୍ଳ ବାଷର ବୃଦ୍ଧି, ଶିଳ୍ପ ସଂସ୍ଥାର ଆବର୍ଜନା ଓ ସେଠାରେ ବ୍ୟବହୃତ ହେଉଥିବା ନାନା ପ୍ରକାର ରାସାୟନିକ ଦ୍ରବ୍ୟର କ୍ରିୟା ପ୍ରତିକ୍ରିୟା ପ୍ରାକୃତିକ ପରିବେଶକୁ ପ୍ରଦୂଷିତ କରୁଛି । ଏହି ସମସ୍ତ କ୍ରିୟା ଫଳରେ ଆତ୍ମଘାତୀ ମାନବ ଯେ ଆପଣାର ସମାଧ ଖୋଳୁଛି, ଏଥିରେ ସନ୍ଦେହ ନାହିଁ ।
ଶେଷକଥା : ବିଶ୍ବର ଅଗଣିତ ନରନାରୀ ପ୍ରତ୍ୟେକଙ୍କ ସମ୍ମୁଖରେ ଆଜି ଗୋଟିଏ ପ୍ରଶ୍ନ, ତାହା ହେଉଛି ଯୁଗ ଯୁଗର କୋଟିକଳ୍ପ ମାନବ ସଭ୍ୟତାର ସ୍ଥିତି ସୁରକ୍ଷା ହେବ କିପରି ? ଆଧୁନିକ ବୈଜ୍ଞାନିକ ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ନ ଘଟିଲେ, ଏହି ଶୋଚନୀୟ ଆହତ୍ୟାର ଭୟାବହ ପଥରୁ ତାକୁ କେହି ନିବର୍ତ୍ତାଇ ପାରିବେ ନାହିଁ । ବିଜ୍ଞାନକୁ ବିଧାତାର ବରଦାନ ରୂପେ ଗ୍ରହଣ କରି ତାହାର ମଙ୍ଗଳକର ଶକ୍ତିକୁ କେବଳ ମାନବର ସେବାମୂଳକ କାର୍ଯ୍ୟରେ ବିନିଯୋଗ କରିବା ଉଚିତ । ଯାହା ସୁଖଦ, ଶୁଭଦ ଓ ବରଣୀୟ ତାହା ହିଁ କେବଳ କରଣୀୟ । ଆପଣାର ସୁଖ ସମ୍ଭୋଗ ଓ ବିଳାସ, ଅଳସ ପାଇଁ ଯାହା ପ୍ରକୃତି ବିରୋଧୀ, ନୈତିକତା ବିରୋଧୀ, ଯାହାର ସୁଦୂର ପ୍ରସାରୀ ପରିଣତ କେବଳ ଧ୍ୱସ, ସେଭଳି ଆବିଷ୍କାର ଓ ଉଭାବନକୁ ପରିତ୍ୟାଗ କରାଯିବା ଉଚିତ୍ । ମନୁଷ୍ୟ ମନୁଷ୍ୟ ପଦବାଚ୍ୟ ହୋଇ ରହିଲେ ହିଁ ପ୍ରକୃତିର ଅନନ୍ତ ଗନ୍ତାଘରର ମହାମୂଲ୍ୟର ସଂପଦଗୁଡ଼ିକୁ ଉପଯୋଗ କରି ସେହି କରୁଣାମୟ ବିଧାତାଙ୍କର ଜୟଗାନ କରିପାରିବ ।
COMMENTS