Tuesday, 9 February 2021

Odia Essay on "Van Mahotsav", "ବନ ମହୋତ୍ସବ ରଚନା" for Students

Essay on Van Mahotsav in Odia Language: In this article "ବନ ମହୋତ୍ସବ ରଚନା", "ବୃକ୍ଷରୋପଣ ପର୍ବ ରଚନା", "Vriksharopan Odia Rachana Essay for students of class 5, 6, 7, 8, 9, and 10.

Odia Essay on "Van Mahotsav", "ବନ ମହୋତ୍ସବ ରଚନା" for Students

ଉପକ୍ରମ : ଶ୍ୟାମଳ ବନଶ୍ରୀରେ ସୁମଣ୍ଡିତା ପ୍ରକୃତିର ପ୍ରିୟ ଭୂମି ଭାରତବର୍ଷ ତା’ର ରମ୍ୟ କୋଳରେ ବହୁ ଜଗତପ୍ରସିଦ୍ଧ ଯୋଗୀ, ଋଷି, ତ୍ୟାଗୀ ଏବଂ ବୀର ସନ୍ତାନମାନଙ୍କୁ ପାଳନ କରି ବିଶ୍ୱବନ୍ଦା ହୋଇପାରିଛି । ଅରଣ୍ୟ ସଭ୍ୟତାର ପ୍ରତିଭୁ ଏହି ସୁମହାନ ଭାରତ ଭୂମିର ଆଧ୍ୟାତ୍ମିକ ଚିନ୍ତା ଅତୀତରେ ସମଗ୍ର ବିଶ୍ୱକୁ ଚମତ୍କୃତ କରିଥିଲା । ଆଜି କିନ୍ତୁ କେତେକ ଆଦୈବିକ କାରଣବଶତଃ ଅରଣ୍ୟଭୂମି ଛୁଟିଛି ବିଲୁପ୍ତିର ପଥେ । ପ୍ରକୃତିର ସ୍ନିଗ୍ଧ ଶ୍ୟାମଳ ଶୋଭାକୁ ଧ୍ଵସ୍ତବିଧ୍ୱସ୍ତ କରି ଓ ରୁକ୍ଷ କଠୋର ରସନା ବିସ୍ତୁତ କରି ମରୁ-ଅଜଗର ଜାଗି ଉଠିଛି ସଭ୍ୟତାର ପ୍ରାଣନାଶ କରିବାକୁ । ଋତୁ ବିପର୍ଯ୍ୟୟ , ବୃଷ୍ଟିହୀନତା ତଥା ପ୍ରଗତି ନାମରେ ଆଧ୍ୟାମ୍ବହୀନ ବସ୍ତୁବାଦୀ ମାନବର ହିଂସ୍ର ଦୃଷ୍ଟି ଅରଣ୍ୟ ସମ୍ପଦକୁ ନଷ୍ଟଭ୍ରଷ୍ଟ କରି ପକାଇଛି ।

ଅରଣ୍ୟର ଅବଦାନ : ସଭ୍ୟତାର ଉନ୍ମେଷ କାଳରୁ ବନସ୍ପତି ସହିତ ମାନବ ଜୀବନ ନିବିଡ଼ ଭାବରେ ସଂଶ୍ଳିଷ୍ଟ ହୋଇ ରହିଅଛି । ସଭ୍ୟତାର ବିକାଶ ଧାରାରେ ବନସ୍କତିର ଯେଉଁ ମହନୀୟ ଅବଦାନ ନିହିତ, ତାହା ଅନସ୍ବୀକାର୍ଯ୍ୟ । ଭାରତୀୟ ସଭ୍ୟତା ତପୋବନରୁ ଉଭୂତ । ବୈଦିକ ଯୁଗର ଆଚାର୍ଯ୍ୟ ଋଷିଗଣ ଛାୟାଶୀଳତଳ ସୈଧ ତପୋବନର କମନୀୟ ପରିବେଶକୁ ଆହୁରି କମନୀୟ କରି ସେଠାରେ ଜୀବନ ଅତିବାହିତ କରୁଥିଲେ । ତାପସ କନ୍ୟାମାନେ ଆଳବାଳରେ ଜଳସିଞ୍ଚନ କରି ପୁଷିତ ଲତା ସହିତ ନିବିଡ଼ ଆମ୍ଭୀୟତା ସ୍ଥାପନ କରିଥିଲେ । ପତି ପରିତ୍ୟକ୍ତା ବିଧୁରା ରାମରାଣୀ ଅନ୍ତଃସତ୍ବା ସୀତାଙ୍କର ଦୁଃଖୋଚ୍ଛାସକୁ ଲାଘବ କରିବା ନିମନ୍ତେ ଆଶ୍ରମ ଜୀବନର ମାଧୁରୀ ସହିତ ତାଙ୍କୁ ପରିଚିତ କରାଇ ବାଲ୍ଲୀକି ଋଷି ଯେଉଁ ଆଶ୍ୱାସନା ଦେଇଥିଲେ, ମଧୁସୂଦନଙ୍କ ଭାଷାରେ ତାହା ହେଉଛି

“ଆଶ୍ରମର ତରୁଣ ତରୁ ନିକରେ

ଯତନେ ବଢ଼ାଇଣ ଘଟି ଜଳରେ

ନିରଖିବା ଆଗରୁ ତନୟ ମୁଖ ।

ଲଭିବୁ ତନୟର ପାଳନ ସୁଖ ।”

ବାସ୍ତବିକ ସ୍ଵହସ୍ତ-ରୋପିତ ଏବଂ ସଯନ୍-ବଦ୍ଧିତ ବୃକ୍ଷ ସହିତ ମାନବପ୍ରାଣର ଆତ୍ମୀୟତା ଯେ କେଡ଼େ ନିବିଡ଼ ତାହା ଅନୁଭୂତ ସାପେକ୍ଷ ।

ମହାରୁହଠାରେ ପ୍ରାଣ ଶକ୍ତିର ସନ୍ଧାନ କରି ଆଧୁନିକ ଯୁଗର ବୈଜ୍ଞାନିକଗଣ ସାଧୁବାଦ ନେବାର ବହୁ ପୂର୍ବରୁ ପ୍ରାଚୀନ ଭାରତର ତପୋବନ ଅକାରୀଗଣ ଏହି କୃତିତ୍ୱ ହାସଲ କରି ପାରିଥିଲେ । ଆଜି ମଧ୍ୟ ଶାନ୍ତି, ପ୍ରୀତି ଓ ଆଦର୍ଶର ନିକେତନ ସ୍ବରୂପ ତପୋବନର ମହତ୍ତ୍ବ ହ୍ରାସ ପାଇନାହିଁ ।

ବୃକ୍ଷର ଉପଯୋଗିତା : ପ୍ରକୃତିର ଅମୂଲ୍ୟ ଭୂଷଣ ହରିତ ବୃକ୍ଷରାଜିର ଉପଯୋଗିତାକୁ ଅସ୍ବୀକାର କରିବା ମାନବ ପକ୍ଷରେ ସହଜ ନୁହେଁ । ଏହି ବୃକ୍ଷ ନିଷ୍ଣୁର ନିଦାଘର ପ୍ରଚଣ୍ଡ ପୀଡ଼ନରୁ ପଶୁ, ପକ୍ଷୀ, ପଥକ ଓ ନିରାଶ୍ରୟ ବ୍ୟକ୍ତିମାନଙ୍କୁ ରକ୍ଷା କରି ସନ୍ତୋଷ ପ୍ରଦାନ କରେ । ଆମର ଦୈନନ୍ଦିନ ପ୍ରୟୋଜନୀୟ ଇନ୍ଧନ, ଗୃହସଜା ଓ ଗୃହ ନିର୍ମାଣର ଉପକରଣ, ପଶୁର ଖାଦ୍ୟ, ନାନା ଜାତିର ସୁମିଷ୍ଟ ଫଳ, ଔଷଧ, ରଙ୍ଗ ଇତ୍ୟାଦି ମିଳିଥାଏ ଅରଣ୍ୟରୁ । ଏହା ବ୍ୟତୀତ କେନ୍ଦୁପତ୍ର, ଲାଖ, ସବାଇଘାସ, ସୁନାରୀଛେଲି, କୋଚିଳାଫଳ, ହରିଡ଼ା, ବାହାଡ଼ା, ମହୁଲ, ବେତ, ଶାଳମଞ୍ଜି ଇତ୍ୟାଦି ମୂଲ୍ୟବାନ ବଣ୍ୟସମ୍ପଦ ରାଷ୍ଟ୍ରର ଏକ ଜାତୀୟ ସମ୍ପଦ । ଭାରତୀୟ ଅରଣ୍ୟରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ଚନ୍ଦନ କାଠ, ଶାଳ, ପିଆଶାଳ, ସାଗୁଆନ୍, ଦେବଦାରୁ, ନିମ ପ୍ରଭୃତି ଆମଦାନି କରାଯାଉଛି । ଅର୍ଥନୈତିକ ଦୃଷ୍ଟିକୋଣରୁ ଅରଣ୍ୟର ମୂଲ୍ୟ ଯଥେଷ୍ଟ ଅଧ୍ୟକ । ବାୟୁ ପ୍ରବାହକୁ ଏହା କରେ ବିଶୁଦ୍ଧ ଓ ଶୀତଳ । ତା’ର ଶ୍ୟାମଳଶ୍ରୀ ମନୁଷ୍ୟର କାମନାରେ ଦିଏ ମୁକ୍ତି, ପୁଣି ତାକୁ ପ୍ରଦାନ କରେ ସୁଧ ଓ ଶୀତଳ ଛାୟା । ଅରଣ୍ୟ ଦେଶର ଜଳବାୟୁ ଓ ବୃଷ୍ଟିପାତକୁ ନିୟନ୍ତ୍ରଣ କରେ । ପାର୍ବତ୍ୟ ଅଞ୍ଚଳରେ ବଡ଼ ବଡ଼ ବୃକ୍ଷଗୁଡ଼ିକ ମୃଭିକାର ସଂହତି ରକ୍ଷା କରି ଓ ବର୍ଷାର ଜଳେଚ୍ଛାସକୁ ସଂଯତ କରି ଦେଶକୁ ଭୟଙ୍କର ଜଳପ୍ଲାବନରୁ ରକ୍ଷା କରନ୍ତି । ଜମିର ଉର୍ବରତା ରକ୍ଷା, ଭୂଗର୍ଭର ଜଳ ସ୍ତରକୁ ଅଧୁକ ନିମ୍ନଗାମୀ ନ କରିବା ଇତ୍ୟାଦିରେ ବୃକ୍ଷରାଜିର ଅବଦାନ କିଛି ନ୍ୟୁନ ନୁହେଁ । ବାସ୍ତବରେ ବନସ୍ପତିର ଉପଯୋଗିତା ମାନସିକ, ସାଂସ୍କୃତିକ, ଅର୍ଥନୈତିକ ଓ ପ୍ରାକୃତିକ ସକଳ ଦିଗରୁ ମାନବ ପକ୍ଷେ ଅବର୍ଣ୍ଣନୀୟ ।

ଅରଣ୍ୟ କ୍ଷୟର କୁଫଳ : ଆଜି ଯେ ସଭ୍ୟତାର ରଥଚକ୍ରତଳେ ମେଦୁର ଧରଣୀର ଶ୍ୟାମଳଶ୍ରୀ ସଂଯୁକ୍ତ ଅରଣ୍ୟନୀ ବିକଳ ରୋଦନ କରୁଅଛି, ସେଥିପ୍ରତି କର୍ଣ୍ଣପାତ କରିବାର ଅବସର କାହାର ନାହିଁ । ସ୍ଥାନେ ସ୍ଥାନେ ଗଢ଼ି ଉଠୁଛି ନଗର ପରେ ନଗର, ଅଟ୍ଟାଳିକା ପରେ ଅଟ୍ଟାଳିକା, କିନ୍ତୁ ମୋହବଦ୍ଧ ମାନବ ଜନପଦ ଓ ଅରଣ୍ୟ ମଧ୍ୟରେ ଭାରସାମ୍ୟ ରକ୍ଷା କରି ନ ପାରିଲେ, ଅଦୂର ଭବିଷ୍ୟତରେ ଶ୍ୟାମଳ ଧରିତ୍ରୀ ମନୁଷ୍ୟ ବସତି ପକ୍ଷେ ଏକାନ୍ତ ଅଯୋଗ୍ୟ ହୋଇପଡ଼ିବ । ଭାରତରେ ଜନସଂଖ୍ୟାର ଦ୍ରୁତ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଆମେ ଅଧୁକ ନିର୍ବିଚାର ଭାବରେ ଅରଣ୍ୟ ସଂହାରରେ ରତ । ଦିନେ ଯେଉଁ ସ୍ଥାନରେ ପ୍ରକୃତି ନିଜର ପୂର୍ଣ୍ଣ ଯୌବନର ଦୀପ୍ତିରେ ନୃତ୍ୟ କରୁଥିଲା, ଆଜି ସେହି ଶ୍ୟାମଳ ଭୂମି କଳକାରଖାନାର ଦୁର୍ଗନ୍ଧ ଓ ଦୂଷିତ ଧୂମକୁଣ୍ଡଳୀରେ ଆଚ୍ଛାଦିତ ହୋଇଛି । ବୃକ୍ଷଛେଦନ ଫଳରେ କେବଳ ପ୍ରକୃତିର ସୁନ୍ଦର ପରିବେଶ କ୍ଷୟ ହେଉନାହିଁ, ତତ୍ ସହିତ ମୃଭିକା କ୍ଷୟ, ବାୟୁ ମଣ୍ଡଳର ଉତ୍ତାପ ବୃଦ୍ଧି, ପାଣିପାଗର ବ୍ୟତିକ୍ରମ, ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରାକୃତିକ ବିପ୍ତ ଇତ୍ୟାଦି ଦୁର୍ଘଟଣାମାନ ଘଟୁଛି । ଏହି ଦେବଦୁର୍ବିପାକରୁ ମାନବ ସମାଜକୁ ସୁରକ୍ଷିତ କରିବାର ଲକ୍ଷ୍ୟ ନେଇ ବନ ମହୋତ୍ସବର ଜନ୍ତି । ଆମ ପୂର୍ବଜମାନେ ବୃକ୍ଷର ଉପାଦେୟତାକୁ ଉପଲବ୍ଧ କରି ବୃକ୍ଷରୋପଣ ଏକ ପୁଣ୍ୟପ୍ରଦ ମହତ କାର୍ଯ୍ୟ ବୋଲି ବିବେଚନା କରିଥିଲେ । ଆଜି ସେହି ସ୍ଲୋଗାନର ପୁନରାବୃତ୍ତି ଘଟିଛି । ବୃକ୍ଷକୁ ଏକ ମହାତ୍ମା ନାମରେ ଆଖ୍ୟାୟିତ କରାଯାଇ ବୃକ୍ଷରୋପଣକୁ ଏକ ଜାତୀୟ କାର୍ଯ୍ୟକ୍ରମର ରୂପ ଦିଆଯାଇଛି ।

ବନମହୋତ୍ସବ ଯୋଜନା : ଭାରତୀୟ ବନ ମହୋତ୍ସବର ଶୁଭାରମ୍ଭ ପର୍ବ ୧୯୫୦ ମସିହା ଜୁଲାଇ ମାସରେ ତତ୍କାଳୀନ କେନ୍ଦ୍ରୀୟ କୃଷି ଓ ଖାଦ୍ୟମନ୍ତ୍ରୀ ସ୍ବର୍ଗତ କେ.ଏମ.ମୁନସୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ମାନବ କଲ୍ୟାଣ ବ୍ରତର ଧାରକ ଓ ବାହକ ସ୍ବରୂପ ଏହି ବନ ମହୋତ୍ସବ ସ୍ୱାଧୀନ ଭାରତରେ ଏକ ଜାତୀୟ ଉତ୍ସବ ରୂପେ ପରିଗଣିତ । ପ୍ରତିବର୍ଷ ବର୍ଷାଋତୁର ପ୍ରାରମ୍ଭରେ ଏବଂ ଅକ୍ଟୋବର ଦୁଇ ତାରିଖ ପବିତ୍ର ଗାନ୍ଧି ଜୟନ୍ତୀ ଦିବସରେ ସରକାରୀ ରାସ୍ତାର ଧାରେ ଧାରେ ଓ ପତିତ ଜମିରେ ଅସଂଖ୍ୟ ବୃକ୍ଷଶିଶୁ ତଥା ଚାରାଗଛ ରୋପଣ କରାଯାଉଛି । ପଞ୍ଚାୟତଠାରୁ ଆରମ୍ଭ କରି ସ୍କୁଲ, କଲେଜ, ବିଶ୍ଵବିଦ୍ୟାଳୟ, ପୂର୍ତ୍ତ ବିଭାଗ, ରେଳ ବିଭାଗ ଏବଂ ସରକାରୀ ବେସରକାରୀ ସମସ୍ତ ସାଧାରଣ ଅନୁଷ୍ଠାନ ଏହି ଯୋଜନା ପ୍ରତି କିପରି ସଚେତନ ହେବେ, ସେଥିପ୍ରତି ଯନ୍ କରାଯାଉଛି । ସର୍ବାଧକ ପରିମାଣ ବୃକ୍ଷରୋପଣ କରିବା ଉଦ୍ୟମକୁ ଉତ୍ସାହିତ କରିବା ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ପୁରସ୍କାର ବ୍ୟବସ୍ଥା କରାଯାଇଛି । ପରିବେଶ ବିଭାଗ ତରଫରୁ ‘ପ୍ରକୃତି ମିତ୍ର’, ‘ପ୍ରକୃତି ବନ୍ଧୁ” ଓ “ବୃକ୍ଷମିତ୍ରା’ ନାମରେ ପ୍ରତିବର୍ଷ ପୁରସ୍କାର ପ୍ରଦାନ କରାଯାଉଛି । ସରକାରଙ୍କ ତରଫରୁ ମାଗଣା ଚାରା ବଣ୍ଟନ କରାଯାଉଛି । ସାମାଜିକ ବନୀକରଣ ନାମରେ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ।

ଯୋଜନାର ଦୋଷତ୍ରୁଟି : ଯେଉଁ ମହତ୍ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖ୍ ବୃକ୍ଷରୋପଣକୁ ଏକ ମହୋତ୍ସବ ନାମରେ ନାମିତ କରାଯାଇଥିଲା, ସେ ଉଦ୍ଦେଶ୍ୟ ବାସ୍ତବ କ୍ଷେତ୍ରରେ ସଫଳ ହୋଇନାହିଁ । ସରକାର ଏ ଦିଗରେ ଯେତିକି ଅର୍ଥ ବ୍ୟୟ କରୁଛନ୍ତି ସେଥିରୁ ମୁଖ୍ୟ ଭାଗ ଦୁର୍ନୀତିଗ୍ରସ୍ତ ଲୋକଙ୍କ ପକେଟକୁ ଚାଲିଯାଉଛି । ରୋପଣ କରାଯାଇଥିବା ଚାରାର ରକ୍ଷଣାବେକ୍ଷଣ ଅଭାବରୁ ତାହା ଗାଈଗୋରୁଙ୍କର ଆହାର ହେଉଛି ଅଥବା ଜଳାଭାବରୁ ଶୁଖ ମରିଯାଉଛି । ରାସ୍ତା ପାର୍ଶ୍ବରୁ ଅସାଧୁ ଲୋକମାନେ ଜାଳେଣି ଉଦ୍ଦେଶ୍ୟରେ ଗଛଗୁଡ଼ିକ ଗୋପନରେ କାଟି ନେଉଛନ୍ତି । ଶୀଘ୍ର ବଦ୍ଧନଶୀଳ ଶସ୍ତା ବୃକ୍ଷରୋପଣ କରାଯାଉଥିବାରୁ ସେଗୁଡ଼ିକ କେବଳ ଜାଳେଣିରେ ଉପଯୋଗ କରାଯାଉଛି । ପୂର୍ବେ ରାସ୍ତାପାର୍ଶ୍ଵରେ ଯେଭଳି ବର, ଅଶ୍ଵତ୍ଥ, ଆମ୍ବ, ଜାମୁ, ଚାକୁଣ୍ଡା ଓ ପୁଲାଙ୍ଗ ଇତ୍ୟାଦି ଫଳବାନ, ଛାୟାପ୍ରଦ ବୃକ୍ଷ ରୋପଣ କରାଯାଉଥିଲା, ଏବେ ତାହା କ୍ଵଚିତ ହେଉଛି । ସୁତରାଂ ଜନସାଧାରଣ ସତର୍କ ଓ ସଚେତନ ନ ହେଲେ ଭବିଷ୍ୟତର ଭୟାବହ ପରିସ୍ଥିତିର ବିଷଫଳ ସେଇମାନେ ହିଁ ଭୋଗ କରିବେ ।

ଶେଷକଥା : ମନୁଷ୍ୟର ଜୀବନଧାରାକୁ ରୁଚିମନ୍ତ କରି ଓ ବନସ୍କତି ଭଳି ସୁଗଧ, ଶ୍ୟାମଳ ଓ ଶୀତଳ କରି ଗଢ଼ିବାକୁ ହେଲେ ବନମହୋତ୍ସବକୁ ଏକ ରାଷ୍ଟ୍ର :ୟ ଉତ୍ସବ ସହିତ ସାମାଜିକ ଉତ୍ସବରେ ପରିଣତ କରାଯିବା ଉଚିତ୍ । ଭାରତୀୟ ନାଗରିକମାନଙ୍କର ଏହା ହେଉଛି ଏକ ପବିତ୍ର କର୍ଭବ୍ୟ ଯେ, ମୃତ୍ତିକାର ଗୁଣାଗୁଣ ବିଚାର କରି ସ୍ଥାନେ ସ୍ଥାନେ ଫଳବାନ ଓ ଉପାଦେୟ ବୃକ୍ଷରୋପଣ ପୂର୍ବକ ସେଗୁଡ଼ିକର ସଂରକ୍ଷଣ ପ୍ରତି ଯବାନ ହେବା ଏବଂ ଏହି ଯୋଜନାର ସଫଳତାରେ ସାହାଯ୍ୟ କରିବା ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

2 comments: