Thursday, 18 February 2021

Odia Essay on "Literacy in India", "ସାକ୍ଷରତା ଅଭିଯାନ ରଚନା" for Students

Essay on Literacy in India in Odia Language: In this article "ସାକ୍ଷରତା ଅଭିଯାନ ରଚନା", "Saksharta abhijan rachna in odia essay for students of class 5, 6, 7, 8, 9, and 10.

Odia Essay on "Literacy in India", "ସାକ୍ଷରତା ଅଭିଯାନ ରଚନା" for Students

ଉପକ୍ରମ : କେଉଁ ସୁଦୂର ଅତୀତ କାଳରେ ବାଟ ପାର୍ଶ୍ବସ୍ଥ ଏକ ବୃକ୍ଷ ଶାଖାରେ ବସି ମୂଳଛେଦନ କରୁଥିବା ମୂର୍ଟ କାଳିଦାସ ସରସ୍ବତୀଙ୍କ ଅପାର କରୁଣା ବଳରେ ମହାପଣ୍ଡିତ ହୋଇପାରିଥିଲେ ବୋଲି କାହାଣୀ ପ୍ରଚଳିତ ଅଛି । ଭୋଜକନ୍ୟାଙ୍କ ଦ୍ବାରା ଲାଞ୍ଚିତ ହୋଇ ବିଦ୍ୟାଧୟନ ନିମନ୍ତେ ସେ କୌଣସି ପାଠଶାଳାରେ ପ୍ରାର୍ଥୀ ହୋଇ ନ ଥିଲେ । କାରଣ, ରାଜତନ୍ତ୍ର ଯୁଗରେ ଶିକ୍ଷା କେବେ ଏକ ରାଷ୍ଟ୍ରୀୟ କର୍ତ୍ତବ୍ୟ ଭାବରେ ବିବେଚିତ ହୋଇ ନ ଥିଲା । ଏହା କେବଳ ଆବଦ୍ଧ ଥିଲା, ସନ୍ତାନ୍ତ ବା ଅଭିଜାତ ଏବଂ ସାମନ୍ତ ବା ରାଜ ପରିବାର ମଧ୍ୟରେ । ତେଣୁ ସରସ୍ଵତୀଙ୍କର କରୁଣାର ଧାର ଜ୍ବଚିତ ସାଧାରଣ ଲୋକର ଭାଗ୍ୟରେ ଯୁଟୁଥିଲା; ମାତ୍ର ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ଶିକ୍ଷା ହେଉଛି ପ୍ରତ୍ୟେକ ନାଗରିକର ଏକ ମୌଳିକ ଅଧୁକାର । ତେଣୁ ଦେଶର ପ୍ରତ୍ୟେକ ନାଗରିକ କିଭଳି ସାକ୍ଷର ବା ଶିକ୍ଷିତ ହୋଇପାରିବ, ସେଥିପାଇଁ ସରକାର ଯବାନ । ସେହି ପ୍ରଯର ଅଂଶ ହେଉଛି ସାକ୍ଷରତା ଅଭିଯାନ ।

ସାକ୍ଷରତା ଅଭିଯାନ କଅଣ : ଆଜିକୁ ଅର୍ଦ୍ଧଶତାବ୍ଦୀ ପୂର୍ବେ ବ୍ରିଟିଶ ନିଗଡ଼କୁ ଛିନ୍ନ କରି ଭାରତ ଯେତେବେଳେ ସ୍ୱାଧୀନତାର ନୂତନ ମନ୍ତ୍ରରେ ଅଭିମନ୍ତ୍ରିତ ହେଲା, ସେତେବେଳେ ଦେଶରେ ଶତକଡ଼ା ୮୩ ଭାଗ ଲୋକ ଥିଲେ ନିରକ୍ଷର । ଏକ ନୂତନ ରାଷ୍ଟ୍ର ଗଠନ ସ୍ବପ୍ନ ଦେଖୁଲାବେଳେ ଆମ ସମ୍ମୁଖରେ ଦାରିଦ୍ର୍ୟ ସହିତ ଅଶିକ୍ଷା ଥିଲା ପ୍ରଧାନ ଅନ୍ତରାୟ । ପ୍ରାଥମିକ ଶିକ୍ଷା ଲାଭ କରିବାର ବୟସ ଅତିକ୍ରାନ୍ତ ହୋଇଯାଇଥିବା ବୟସ୍କ ନରନାରୀଙ୍କୁ କିଭଳି ସାକ୍ଷର କରାଯାଇ ପ୍ରଗତିର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲକରାଯିବ, ଏହା ହିଁ ଥିଲା ଯୋଜନା ପ୍ରଣୟନକାରୀମାନଙ୍କ ପାଇଁ ଚିନ୍ତାର ବିଷୟ । ସେଥିପାଇଁ ପୌଢ଼ ଶିକ୍ଷା (Adult Education) ବା ନବସାକ୍ଷର ଯୋଜନା ନାମରେ କେନ୍ଦ୍ର ସରକାରଙ୍କ ସହାୟତାରେ ବିଭିନ୍ନ ରାଜ୍ୟରେ ଏକ ନୂତନ କାର୍ଯ୍ୟକ୍ରମ ପ୍ରବର୍ତ୍ତନ କରାଗଲା । ବହୁ ବର୍ଷ ଚାଲିବା ପରେ ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ଫଳପ୍ରଦ । କରିବା ନିମନ୍ତେ ଗତ ୧୯୯୮ ମସିହାରୁ ପୌଢ଼ ଶିକ୍ଷା ସ୍ଥାନରେ ‘ଜାତୀୟ ସାକ୍ଷରତା ମିଶନ (National Literacy Mission)ନାମରେ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ୧୫ରୁ ୩୫ ବର୍ଷ ବୟସର ସମସ୍ତ ନରନାରୀଙ୍କୁ ଯୋଜନାବଦ୍ଧ ଭାବରେ ସାକ୍ଷର କରାଯାଇବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ସୁଖର କଥା, ଗତ ୨୦୧୧ର ଜନଗଣନା ଅନୁଯାୟୀ ଦେଶର ସାକ୍ଷରତା ହାର ଏବେ ଶତକଡା ୭୪.୦୪ ରେ ପହଞ୍ଚି ପାରିଛି । ବିଗତ ଦଶ ବର୍ଷ ମଧ୍ୟରେ ଏହି ଅଭିବୃଦ୍ଧିର ହାର ହୋଇଛି ଶତକଡା ୧୩ଭାଗ ।

ସାକ୍ଷରତା ଅଭିଯାନର ଉପଯୋଗିତା : ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ‘ଗଣ’ ବା ଜନସାଧାରଣ ହେଉଛନ୍ତି ଶାସନର ମେରୁଦଣ୍ଡ । ସେହିମାନଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧୁମାନେ ହୁଅନ୍ତି ଦେଶର ଭାଗ୍ୟନିୟନ୍ତା । ତେଣୁ ଦେଶର କୋଟି କୋଟି ଜନତା ଯଦି ଅଶିକ୍ଷା-ଅନ୍ଧକାରରେ ବୁଡ଼ି ରହନ୍ତି, ତେବେ ଦେଶର ପ୍ରଗତି ହେବ ବିଡ଼ମ୍ବିତ । ପ୍ରାଚୀନ ଭାରତର ତାତ୍ତିକ ବିଚାରରେ ‘ଅକ୍ଷର' ହେଉଛି ବ୍ରହ୍ମତୁଲ୍ୟ । ଅକ୍ଷରକୁ ଚିହ୍ନିବାର ଅର୍ଥ ବ୍ରହକୁ ଚିହ୍ନିବା ବୋଲି ବିଚାର କରାଯାଏ । ସୁତରାଂ ଦେଶର କୋଟି କୋଟି ଲୋକଙ୍କୁ ନିରକ୍ଷର ରଖ୍ ସେମାନଙ୍କୁ ବ୍ରହ୍ମ ଦର୍ଶନରୁ ବଞ୍ଚିତ କରିବା ଯେ କୌଣସି ସରକାରଙ୍କ ପକ୍ଷେ ଏକ ନୈତିକ ଅପରାଧ ଅଟେ ।

ସ୍ଵାଧୀନ ଦେଶର ଜଣେ ନିରକ୍ଷର ବ୍ୟକ୍ତି ଆପଣାର ରାଜନୈତିକ ତଥା ସାମ୍ବିଧାନିକ ଅଧୁକାରକୁ ଯଥାର୍ଥ ଭାବରେ ହୃଦୟଙ୍ଗମ କରିପାରେ ନାହିଁ । ଦେଶର ନୀତି ନିୟମ ତଥା ସରକାରଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ଉନ୍ନୟନମୂଳକ ଯୋଜନା ବିଷୟରେ ଅବହିତ ହୋଇପାରେ ନାହିଁ । ଅଶିକ୍ଷା ବଶତଃ ସେ ଆପଣାର ରକ୍ଷଣଶୀଳ ମନୋଭାବକୁ ଯାବୋଡ଼ି ଧରି ଆଧୁନିକତାକୁ ସହଜରେ ଗ୍ରହଣ କରିପାରେ ନାହିଁ ।

ଅପର ପକ୍ଷରେ ଦେଶର ନାଗରିକମାନେ ସାକ୍ଷର ହେଲେ ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ଆଇନ୍କାନୁନ ଓ ନୀତି ନିୟମଗୁଡ଼ିକ ହୃଦୟଙ୍ଗମ କରିପାରିବେ ଓ ସମ୍ବାଦପତ୍ର ତଥା ଅନ୍ୟାନ୍ୟ ପତ୍ର ପତ୍ରିକା ମାଧ୍ୟମରେ ପ୍ରଚାରିତ ସରକାରୀ ନିର୍ଦ୍ଦେଶାବଳୀକୁ ଅନ୍ୟ କାହାର ସାହାଯ୍ୟ ବିନା ନିଜେ ନିଜେ ପାଠ କରି ପାରିବେ । ନିଜର ଜମିବାଡ଼ି ସଂପର୍କୀୟ ଦଲିଲପତ୍ରକୁ ସେମାନେ ପାଠକରିପାରିବେ ଓ ସହଜରେ ଚିହ୍ନଟ କରିପାରିବେ ମଧ୍ୟ । ମାପ, ଓଜନ, ଦୂରତ୍ବ ଓ ଟଙ୍କା ପଇସା ଦେଣ ନେଣରେ ନିର୍ଭୁଲ ହିସାବ ରଖିବାକୁ ସମର୍ଥ ହେବେ । ଆପଣାର ଅଜ୍ଞତାବଶତଃ ରାଜନୈତିକ ଟାଉଟର, ଖଳ ଓ ଅସାଧୁ ପ୍ରକୃତିର ଲୋକଙ୍କ ଦ୍ବାରା ସେମାନେ ପ୍ରତାରିତ ହେବେ ନାହିଁ । ଆପଣାର ଅଧିକାର ବିଷୟରେ ସଚେତନ ହୋଇ ଅନ୍ୟାୟ ଅବିଚାର ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ଓ ସରକାରଙ୍କ ନିକଟରେ ପ୍ରତିବାଦ କରିପାରିବେ । ସର୍ବୋପରି ନିରକ୍ଷରତାବଶତଃ ସେମାନେ ନିଜକୁ ନ୍ୟୁନ ଓ ଅସହାୟ ଜ୍ଞାନ କରି ଅନ୍ୟ ଉପରେ ନିର୍ଭରଶୀଳ ହେବେ ନାହିଁ । ସେମାନଙ୍କ ମନୋବଳ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସେମାନଙ୍କଠାରେ ଆମ ପ୍ରତ୍ୟୟ ମଧ୍ୟ ସୃଷ୍ଟି ହୋଇପାରିବ ।

ସରକାରଙ୍କ ସାକ୍ଷରତା କାର୍ଯ୍ୟକ୍ରମ : ୧୫ରୁ ୩୫ ବର୍ଷ ବୟସର ନିରକ୍ଷର ନରନାରୀଙ୍କୁ ସାକ୍ଷର କରାଇବା ଉଦ୍ଦେଶ୍ୟରେ ସରକାର ଏକ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ସମ୍ପୂର୍ଣ୍ଣ ସାକ୍ଷରତା ହେଉଛି। ସରକାରଙ୍କର ଅଭିପ୍ରାୟ ଏବଂ ପର୍ଯ୍ୟାୟକ୍ରମେ ଗୋଟିଏ ଗୋଟିଏ ଜିଲ୍ଲାକୁ ଏଥିପାଇଁ ହାତକୁ ନିଆଯାଉଛି । ଓଡ଼ିଶାରେ ଅବିଭକ୍ତ ସୁନ୍ଦରଗଡ, କଳାହାଣ୍ଡି, କେନ୍ଦୁଝର, ଗଞ୍ଜାମ ଓ ଢ଼େଙ୍କାନାଳ ପ୍ରଭୃତି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାର ଅନ୍ତର୍ଭୁକ୍ତ କରି କାର୍ଯ୍ୟ ଚାଲୁରହିଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳମାନେ ହେଉଛନ୍ତି ସାକ୍ଷରତା ମିଶନର ଅଧ୍ୟକ୍ଷ ଓ ଜଣେ ଅତିରିକ୍ତ ଜିଲ୍ଲାପାଳ ହେଉଛନ୍ତି ସଂପାଦକ । ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷାବିତ୍ ଓ ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ଏହି କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଥାଏ । ସେମାନେ ଅବସର ସମୟରେ ନିରକ୍ଷରମାନଙ୍କୁ ଶିକ୍ଷା ଦେଇଥାଆନ୍ତି । ସରକାରଙ୍କ ତରଫରୁ ଏଥିପାଇଁ ବିନାମୂଲ୍ୟରେ ମୁଦ୍ରିତ ପୁସ୍ତକ ଓ ଶିକ୍ଷା ଉପକରଣମାନ ଯୋଗାଇ ଦିଆଯାଉଛି ।

ସରକାରଙ୍କ ଯୋଜନା ହେଉଛି Education for All ଏବଂ ଗ୍ଲୋଗାନ ହେଉଛି। "Each one teach one" । ଅର୍ଥାତ୍ ପ୍ରତ୍ୟେକ ଶିକ୍ଷିତ ଲୋକ ନିଜର ଅବସର ସମୟରେ ଅତି କମ୍‌ରେ ଜଣେ ନିରକ୍ଷରକୁ ସାକ୍ଷର କରିବା ଉଚିତ୍ । ତା’ହେଲେ ସମସ୍ତଙ୍କ ପାଇଁ ଶିକ୍ଷା ଯୋଜନାଟି ସଫଳ ହୋଇପାରିବ । ସରକାର ଏହି କାର୍ଯ୍ୟକ୍ରମଟି ପ୍ରତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ପାଲା, ସଂଗୀତ, ଦାସକାଠିଆ, ପଥପ୍ରାନ୍ତ ନାଟକ, ସମ୍ବାଦପତ୍ର, ରେଡ଼ିଓ ଓ ଦୂରଦର୍ଶନ ମାଧ୍ୟମରେ ନିୟମିତ ପ୍ରଚାର କରୁଛନ୍ତି ।

ଯୋଜନାର ଦୋଷ ତ୍ରୁଟି : ସରକାର ଏହି ଭଳି ଏକ ମହତ ଉଦ୍ଦେଶ୍ୟରେ ଯେଉଁ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି, ଏହାର ସଦ୍‌ବିନିଯୋଗ ହୋଇପାରୁ ନାହିଁ ଏବଂ ଏଥିରୁ ମୁଖ୍ୟ ଭାଗ ଅସାଧୁ ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଆତ୍ମସାତ କରି ଦେଉଛନ୍ତି । ଦେଶର ଦରିଦ୍ର କୃଷକ ଓ ଶ୍ରମିକ ପରିବାର ତଥା ଆଦିବାସୀ ଓ ହରିଜନ ସଂପ୍ରଦାୟ ମଧ୍ୟରେ ନିରକ୍ଷରତା ଅଧୁକ । ସେମାନେ ଶ୍ରମକରି ପେଟ ପୋଷନ୍ତି । ତେଣୁ ବିଦ୍ୟା ଶିକ୍ଷା ଦିଗରେ ସେମାନଙ୍କର କୌଣସି ଆଗ୍ରହ ନ ଥାଏ କିମ୍ବା ଅବସର ମଧ୍ୟ ନ ଥାଏ । ସାରା ଦିନର ଶ୍ରମଜନିତ ଶାରୀରିକ କ୍ଲାନ୍ତି ଓ କେତେକ କ୍ଷେତ୍ରରେ ଲଜା ଅକ୍ଷର ଶିକ୍ଷା ଦିଗରେ ସେମାନଙ୍କର ପଥରୋଧ କରିଥାଏ । ଫଳରେ ଏହି ଯୋଜନାର ସୁଫଳ ସେମାନେ ଲାଭକରି ପାରନ୍ତି ନାହିଁ । ଆହୁରି ମଧ୍ୟ ଲକ୍ଷ୍ୟ କରାଯାଉଛି ଯେ, ଗଣଶିକ୍ଷା ଯୋଜନା ମାଧ୍ୟମରେ ଯେଉଁମାନଙ୍କୁ ସାକ୍ଷର କରାଯାଉଛି ସାକ୍ଷରତା ପରବର୍ତ୍ତୀ ଯଥାର୍ଥ କାର୍ଯ୍ୟକ୍ରମ (Post Literacy Programme) ଅଭାବରୁ ଆୟତ୍ତ କରିଥିବା ବିଦ୍ୟାକୁ ସେମାନେ ଭୁଲିଯାଉଛନ୍ତି । ଫଳରେ ଏ ଦିଗରେ ବ୍ୟୟ କରାଯାଇଥିବା ଅର୍ଥ ନିଷ୍ପଳ ଓ ନିରର୍ଥକ ହୋଇଯାଉଛି ।

ଶେଷକଥା : ଗୋଟିଏ ସ୍ଵାଧୀନ ଗଣତାନ୍ତ୍ରିକ ଦେଶରେ ଜଣେ ନାଗରିକର ବ୍ୟକ୍ତିତ୍ଵ ଓ ସ୍ବାଭିମାନ ହେଉଛି ତା’ର ଶ୍ରେଷ୍ଠ ଆମ୍ବିକ ସଂପରି । ବ୍ୟକ୍ତିର ସ୍ବାଭିମାନରେ ଜାତୀୟ ସ୍ବାଭିମାନ ଗଠିତ ହୋଇଥାଏ । ତେଣୁ ଜଣେ ନିରକ୍ଷର ବ୍ୟକ୍ତି ନିଜର ଅଜ୍ଞତାବଶତଃ ଅପର ଉପରେ ନିର୍ଭରଶୀଳ ହେବା ଏବଂ ନିଜର ନାମ ସ୍ବାକ୍ଷର କରି ନ ପାରି ଟିପଚିହ୍ନ ଲଗାଇବା ତା ପକ୍ଷେ କେବଳ ବ୍ୟକ୍ତିତ୍ଵବାଧକ ନୁହେଁ ବରଂ ଲଜ୍ଜାକର । ଏହି ଦୁର୍ଦ୍ଦଶାର ନିରାକରଣ ନିମନ୍ତେ ଜାତୀୟ ସାକ୍ଷରତା ଯୋଜନା ଅବଶ୍ୟ ଏକ ପ୍ରସନୀୟ କାର୍ଯ୍ୟ । ଏଥିରେ ସରକାର ଯେତେ ନିଷ୍ଠା ଓ ଆନ୍ତରିକତା ପ୍ରକାଶ କରିବେ, ଜନସାଧାରଣ ସେତିକି ସହଯୋଗ ପ୍ରଦର୍ଶନ କରିବା ଉଚିତ୍ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: