Odia Essay on "Duties of Students in India", "ସ୍ୱାଧୀନ ଭାରତରେ ଛାତ୍ରର କର୍ତ୍ତବ୍ୟ ରଚନା" for Students

Admin
0

Essay on Duties of Students in India in Odia Language: In this article "ସ୍ୱାଧୀନ ଭାରତରେ ଛାତ୍ରର କର୍ତ୍ତବ୍ୟ ରଚନା", "chhatra mankar kartavya rachana in odia", "adarsh chatra jeevan essay in odia for students of class 5, 6, 7, 8, 9, and 10.

Odia Essay on "Duties of Students in India", "ସ୍ୱାଧୀନ ଭାରତରେ ଛାତ୍ରର କର୍ତ୍ତବ୍ୟ ରଚନା" for Students

ଭୂମିକା : ଭାରତର ଗଗନ ପବନ ପ୍ରକମ୍ପିତ କରି ଦିନେ ଆକୁମାରୀ ହିମାଚଳ ଜାଗି ଉଠିଥିଲା ଏକ ପ୍ରଳୟଙ୍କର ଝଞ୍ଜା । ଚିରବନ୍ଦିତା ଭାରତ ଜନନୀକୁ ବ୍ରିଟିଶ ନିଗଡ଼ରୁ ମୁକ୍ତ କରିବାର ସଂକଳ୍ପ ନେଇ ଲକ୍ଷ ଲକ୍ଷ ବୀର ସନ୍ତାନ ବିପ୍ଳବର ବହ୍ନି ବଳୟ ମଧ୍ୟରେ ଝାସ ଦେଇଥିଲେ । ଶେଷରେ ଭାରତ ସ୍ବାଧୀନତା ଲାଭ କଲା । ଅସୀମ ଦୁଃଖ ଓ ନିର୍ଯ୍ୟାତନା ବରଣ କରି, ବହୁ ତ୍ୟାଗ ଓ ଆତ୍ମବଳିର ପ୍ରତିଦାନରେ ଆମକୁ ମିଳିଲା ମହାମୂଲ୍ୟ ସ୍ଵାଧୀନତା । ଆଜି ସେହି ମହାର୍ଘ ସଂପଦର ସୁରକ୍ଷା ଦାୟିତ୍ବ ହେଉଛି ଏ ଦେଶର କୋଟି କୋଟି ନାଗରିକମାନଙ୍କର । ଆଶା କରାଯାଏ ଦେଶ ଓ ଜାତିର ଭବିଷ୍ୟତ ଲକ୍ଷ ଲକ୍ଷ ବିଦ୍ୟାର୍ଥୀଙ୍କର ସ୍କନ୍ଧ ଉପରେ ଆଧାରିତ ହୋଇ ବଞ୍ଚି ରହିବ ଏହି ସ୍ଵାଧୀନତା । ପୁଣି ସେହିମାନଙ୍କର ସ୍ଵପ୍ନ, ସାଧନା ଓ ଶ୍ରମର ଭିଭି ଉପରେ ଗଢ଼ି ଉଠିବ ନବଭାରତ; ତେଣୁ ସ୍ବାଧୀନ ଭାରତରେ ଛାତ୍ରର କର୍ତ୍ତବ୍ୟ ହେଉଛି ଅପରିସୀମ ଓ ତା’ର ଭୂମିକା ହେଉଛି ଅଖଣ୍ଡ ।

କର୍ଭବ୍ୟର ଶ୍ରେଣୀ ବିଭାଗ : ବ୍ୟକ୍ତିଗତ, ସାମାଜିକ ଓ ରାଷ୍ଟ୍ରୀୟ ଏହି ତିନୋଟି ମୁଖ୍ୟ କର୍ଭବ୍ୟ ମଧ୍ୟରେ ଭାରତୀୟ ଛାତ୍ର ଆବଦ୍ଧ । ଅତୀତର ରାଜନୈତିକ ଆଲୋଡ଼ନ ଓ ଗଣବିପ୍ଳବର ଆଗ୍ନେୟ ବାତାବରଣ ଆଜି ଦୂରୀଭୂତ ହୋଇଯାଇଛି ସତ; କିନ୍ତୁ ତା’ ପରିବର୍ତ୍ତେ ନବଭାରତ ଗଠନର ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ ଆସି ତା ଆଗରେ ଉପସ୍ଥିତ ହୋଇଛି । ସେହି ଦାୟିତ୍ବକୁ କିଭଳି ଯଥାର୍ଥ ଭାବରେ ସେ ସଂପାଦନ କରି ପାରିବ ତାହା ହେଉଛି ତା’ର ପ୍ରଧାନ ଚିନ୍ତା ।

ବ୍ୟକ୍ତିଗତ କର୍ତ୍ତବ୍ୟ : ସ୍ବାଧୀନ ଭାରତର ପ୍ରତ୍ୟେକ ଛାତ୍ର ରାଷ୍ଟ୍ରୀୟ ଅଧ୍ୟକାରର ଯଥାଯଥ ଉପଯୋଗ ସହିତ ଏକ ସାମୂହିକ ଦୃଷ୍ଟିଭଙ୍ଗୀ ନେଇ ଦେଶର ବୃହତ୍ତର କଲ୍ୟାଣ ଦିଗରେ ଅଗ୍ରସର ହେବା ଉଚିତ୍ । ଆଜି ରାଷ୍ଟ୍ରୀୟ ଯୋଜନାର ସଫଳତା ନିମନ୍ତେ ଆମେ ଆବଶ୍ୟକ କରୁଛୁ ସଂଖ୍ୟାଧିକ ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର ଓ ଯୋଗ୍ୟତା ସଂପନ୍ନ ଆଦର୍ଶ ଶିକ୍ଷକ । ତେଣୁ ନିମ୍ନ ସ୍ତରର ରାଜନୀତି, ସଂକୀର୍ଣ୍ଣ ସ୍ଵାର୍ଥଚିନ୍ତା, ଦ୍ବୟଂ, କଳହ ଇତ୍ୟାଦିରେ ନିଜର ବହୁମୂଲ୍ୟ ଶ୍ରମ, । ସମୟ ଏବଂ ଶକ୍ତିର ଅପଚୟ ନ କରି ଛାତ୍ରମାନେ କଠିନ ଅଧ୍ୟବସାୟରେ ବ୍ୟାପୃତ ରହିବା ଆବଶ୍ୟକ । ନିର୍ଦ୍ଧାରିତ ପାଠ୍ୟପୁସ୍ତକର ସୀମାରେଖାକୁ ଡେଇଁ ଓ କୂପମଣ୍ଡୁକତାକୁ ପରିତ୍ୟାଗ କରି ବଉଁମାନର ପୃଥିବୀ ସହିତ ନିଜକୁ ପରିଚିତ କରାଇ ନ ପାରିଲେ ଆଧୁନିକ ଭାରତୀୟ ଛାତ୍ର ପ୍ରଗତିର ଧାରା ସହିତ ତାଳ ମିଳାଇ ଚାଲିପାରିବ ନାହିଁ । ପ୍ରାଚୀନ ଗୁରୁକୁଳ ଶିକ୍ଷାର ମହନୀୟ ଆଦର୍ଶ ଓ ପରମ୍ପରା ଆଜି ସମ୍ପୂର୍ଣ୍ଣ ରୂପେ ବ୍ୟାହତ ହୋଇଛି । ବିଦ୍ୟାର୍ଥୀମାନେ ନମ୍ର, ବିନୟୀ, ସୁଶୃଙ୍ଖଳ ଉଦ୍ୟମଶୀଳ ଓ ମିତବ୍ୟୟୀ ହେବା ପରିବର୍ତ୍ତେ ଏହାର ବିପରୀତ ନୀତି ଅବଲମ୍ବନ କରୁଛନ୍ତି । ସଂସ୍କୃତରେ ଆଦର୍ଶ ବିଦ୍ୟାର୍ଥୀ ସମ୍ପର୍କରେ ପାଞ୍ଚଟି ଲକ୍ଷଣର ନିର୍ଦ୍ଦେଶ -

“କାକସ୍ନାନଂ ବକଧ୍ୟାନ ଶ୍ଵାନନିଦ୍ରା ତଥେବ ଚ

ଅନ୍ଧାହାରୀ ଗୃହତ୍ୟାଗୀ ବିଦ୍ୟାର୍ଥୀ ପଞ୍ଚଲକ୍ଷଣମ୍ ।”

ଛାତ୍ରଜୀବନ ହେଉଛି ଏକ ସାଧନାର କାଳ । ସାଧନା ଜୀବନରେ ଆଣିଦିଏ ସାଫଲ୍ୟ ଏବଂ ପରିପୂର୍ଣ୍ଣତା । ତେଣୁ ସାଧନାର ମାର୍ଗ କେବେ ସରଳ ନୁହେଁ । ଏହାର ତାତ୍ପର୍ଯ୍ୟକୁ ଯେ ହୃଦୟଙ୍ଗମ କରି ନ ପାରିଲା ସେ ଛାତ୍ର ପଦବାଚ୍ୟ ନୁହେଁ ।

ଆଧୁନିକ ଛାତ୍ରମାନଙ୍କଠାରେ ପରିଲକ୍ଷିତ କେତୋଟି ଗୁରୁତର ତ୍ରୁଟି ହେଉଛି, ନିଶାସକ୍ତ, ଅନୁଶାସନହୀତା ଓ ଶ୍ରମବିମୁଖତା । ସେମାନଙ୍କ ସମ୍ମୁଖରେ ଜୀବନର କୌଣସି ମହତ୍ୱର ଆଦର୍ଶ ନାହିଁ କିମ୍ବା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ଅତୀତର ମହାନ୍ ବ୍ୟକ୍ତିମାନଙ୍କର ଜୀବନାଦର୍ଶରୁ କିଛି ଶିକ୍ଷା ଲାଭ କରିବାର ଅଭିପ୍ରାୟ ମଧ୍ୟ ସେମାନଙ୍କର ନାହିଁ । ରଙ୍ଗୀନ୍ ପରଦାର ଚିତ୍ର ତାରକା ଓ କ୍ରୀଡ଼ାବିତ୍ର ହେଉଛନ୍ତି ସେମାନଙ୍କର ଜୀବନର ପରମ ଆଦର୍ଶ । ସାଧନାକ୍ଲିଷ୍ଟ ଜୀବନ ଅପେକ୍ଷା ସହଜିଆ ଜୀବନକୁ ସେମାନେ ଅକ ପସନ୍ଦ କରନ୍ତି । ସାମାଜିକ ମୂଲ୍ୟବୋଧ ସେମାନଙ୍କର ନିକଟରେ ଏକପ୍ରକାର ଅର୍ଥହୀନ । ସାଧାରଣ ଜୀବନରେ ଶ୍ରୀଳତାର ମୂଲ୍ୟ ସେମାନେ କୃଚିତ ବୁଝନ୍ତି । ଶିକ୍ଷକମାନଙ୍କ ପ୍ରତି ବର୍ବରତା ପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରି ପରୀକ୍ଷା ପ୍ରକୋଷ୍ଠରେ ଅସାଧୁ ଉପାୟ ଅବଲମ୍ବନ ପୂର୍ବକ ସାର୍ଟିଫିକେଟ୍ ଖଣ୍ଡ ହାସଲ କରିବାରେ ସେମାନେ ଗୌରବ ଅନୁଭବ କରନ୍ତି । ସେଇଭି ଶିକ୍ଷାନୁଷ୍ଠାନମାନଙ୍କରେ ‘ବ୍ୟାଗିଙ୍ଗ’ ଭଳି ଯେଉଁ ନିନ୍ଦନୀୟ ପଶ୍ଵଚାର ଚାଲିଛି, ତାହା ଭାରତୀୟ ଛାତ୍ର ଚରିତ୍ରକୁ କଳଙ୍କିତ କରିଛି । ସୁତରୀ ଛାତ୍ରମାନେ ଏଥିପ୍ରତି ସଚେତନ ରହି ଗୋଟିଏ ଭଦ୍ର ଓ ମାର୍ଜିତ ସମାଜର ଉଭାରାକାରୀ ରୂପେ ନିଜକୁ ପରିଚିତ କରାଇବା ଉଚିତ୍ ।

ସାମାଜିକ କର୍ଭବ୍ୟ : ସାମାଜିକ କର୍ତ୍ତବ୍ୟ ହେଉଛି ବ୍ୟକ୍ତିଗତ କର୍ଭବ୍ୟ ସହିତ ସମାନ୍ତର । ସଭ୍ୟମାନବ ପକ୍ଷେ ସମାଜ ହେଉଛି ଅପରିହାର୍ଯ୍ୟ ଆବଶ୍ୟକତା । ସାମାଜିକ ଭିତ୍ତି ଉପରେ ଆପଣାକୁ ପ୍ରତିଷ୍ଠିତ କରି ଛାତ୍ରମାନଙ୍କୁ ଭବିଷ୍ୟତ ଜୀବନର ରଙ୍ଗିନ ସୌଧ ନିର୍ମାଣ କରିବାକୁ ହୁଏ । ତେଣୁ ସମାଜ ଯେତିକି ସୁସଂହତ, ସମୃଦ୍ଧ ଓ ଶୃଙ୍ଖଳିତ ହେବ, ରାଷ୍ଟ୍ରୀୟ ଜୀବନର ମୂଲ୍ୟ ସେହି ପରିମାଣରେ ବର୍ଦ୍ଧିତ ହେବ । ସୁସ୍ଥ ସାମାଜିକ ଜୀବନ ଗଠନ ନିମନ୍ତେ ପରସ୍ପର ମଧ୍ୟରେ ଐକ୍ୟ, ସହଯୋଗ ଏବଂ ସୁସମ୍ବନ୍ଧ ପ୍ରତିଷ୍ଠା ଏକାନ୍ତ ଆବଶ୍ୟକ । ସାମାଜିକ ଜୀବନରେ ଜାତି, ଧର୍ମ, ଶିକ୍ଷା ଓ ଆଭିଜାତ୍ୟ ଇତ୍ୟାଦିକୁ ଆଧାର କରି କୌଣସି ବିଭାଜନ ସୃଷ୍ଟି କରାଯିବା ଉଚିତ୍ ନୁହେଁ । ସମାଜରେ ଧନୀ, ଦରିଦ୍ର, ସବୁ ଶ୍ରେଣୀର ଲୋକଙ୍କର ଆବଶ୍ୟକତା ରହିଛି । ଦେଶରେ ଯେଉଁ ସଂଖ୍ୟାଧୁକ କୃଷକ ବା ଶ୍ରମିକ ଶ୍ରେଣୀର ଲୋକ ଅଛନ୍ତି, ନିଜର ଶିକ୍ଷାଗତ ବା ଆଭିଜାତ୍ୟଗତ ଆମ୍ବଗର୍ବ ବଳରେ ସେମାନଙ୍କଠାରୁ ବାଧ୍ୟତାମୂଳକ ସମ୍ମାନ ଦାବି କରିବା ଅନୁଚିତ । ଶ୍ରମ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ଶ୍ରମର ମର୍ଯ୍ୟାଦା (Dignity of labour) ପ୍ରତିଷ୍ଠିତ ହେବା ଉଚିତ୍ । ଆଧୁନିକ ସମାଜରେ ଯେଉଁଭଳି ଭାବରେ ଅନ୍ୟାୟ, ଅନୀତି, ଲାଞ୍ଚ, ମିଛ, ଦୁର୍ନୀତି ଇତ୍ୟାଦି ବଢ଼ି ଚାଲିଛି, ତା’ର ପ୍ରତିରୋଧ ଦିଗରେ ଛାତ୍ର ସମାଜର କେତେକ ଦାୟିତ୍ବ ଅଛି । ରାଜନୀତି ଓ ଶାସନକ୍ଷେତ୍ରରେ ଉଚ୍ଚ କ୍ଷମତା ଓ ଅଧୁକାରରେ ଥିବା କର୍ମକର୍ତ୍ତାମାନଙ୍କର ଯେଉଁ ଅନୀତିର ସମାଲୋଚନାରେ ଛାତ୍ରମାନେ ଶତମୁଖ, ଭବିଷ୍ୟତରେ ସେମାନେ ମଧ୍ୟ ଯେପରି ସେହି ସମାଲୋଚନାର ପାତ୍ର ହୁଅନ୍ତି, ସେଥିପ୍ରତି ସଚେତ ରହିବା ଆବଶ୍ୟକ । ସାମାଜିକ ଜୀବନରେ ଛାତ୍ରମାନେ ସେବାଭଳି ଏକ ସ୍ଵର୍ଗୀୟ ଭାବନାରେ ଉଦ୍‌ବୁଦ୍ଧ ହୋଇ ସମାଜର କଲ୍ୟାଣ କାମନାରେ ବ୍ରତୀ ହେବା ଦେଶପକ୍ଷେ ଏକ ଗୌରବର କଥା ।

ରାଷ୍ଟ୍ରୀୟ କର୍ତ୍ତବ୍ୟ : ରାଷ୍ଟ୍ର ଓ ସମାଜର ହିତ ଦୃଷ୍ଟିରୁ ଯାହା କିଛି କାମ୍ୟ, କରଣୀୟ ଓ ଆଦର୍ଶଜନକ ତାହାକୁ ବିଶ୍ବବିଦ୍ୟାଳୟର ଚେତନଶୀଳ ଶିକ୍ଷାର୍ଥୀମାନେ ଯଦି ପ୍ରତ୍ୟେକ ନିଜ ନିଜ ପରିବାରରେ ନିଷ୍ଠାପର ଭାବରେ ଅଭ୍ୟାସ କରନ୍ତି, ତେବେ ନିଶ୍ଚିତରେ ଦେଶରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟିବ । ନିନ୍ଦନୀୟ ଯୌତୁକ ପ୍ରଥା, ବଧୂ ନିର୍ଯାତନା ଓ ବାଳ ଶ୍ରମିକ ବ୍ୟବସ୍ଥାକୁ ବିରୋଧ କରି ଛାତ୍ରମାନେ ପ୍ରତ୍ୟେକ ନିଜ ନିଜ ପରିବାରରେ ସତର୍କ ଓ ସଚେତନ ରହିଲେ ଏ ଦିଗରେ କିଛି ସୁଫଳ ମିଳିବ ବୋଲି ଆଶା କରାଯାଏ । ନିଶାନିବାରଣ, ସିନେମା ତଥା ଦୂରଦର୍ଶନ କାର୍ଯ୍ୟକ୍ରମରୁ ଅଶ୍ମୀତା ବର୍ଜନ ଦିଗରେ ଛାତ୍ରମାନେ ସଂଘବଦ୍ଧ ଆନ୍ଦୋଳନ କଲେ ଦେଶର ମହୋପକାର ସାଧୂତ ହେବ ।

ସାଂପ୍ରତିକ ପରିସ୍ଥିତିରେ ଭାରତର ସାଂପ୍ରଦାୟିକ ସଂଘର୍ଷ ଏବଂ ପରିବେଶ ପ୍ରଦୂଷଣ ହେଉଛି ଦୁଇଟି ଗୁରୁତ୍ବପୂର୍ଣ୍ଣ ସମସ୍ୟା । ରାଜନୈତିକ ଲୋକମାନେ ଆପଣାର ସ୍ଵାର୍ଥ ନିମନ୍ତେ ହେଶରେ ସାଂପ୍ରଦାୟିକତା ଓ ଜାତିବାଦକୁ ଯେଭଳି ଉତ୍ସାହିତ କରୁଛନ୍ତି, ଛାତ୍ରମାନେ ସେଥିପ୍ରତି ସତର୍କ ରହିବା ଉଚିତ୍ । ଜାତି, ଧର୍ମ ନିର୍ବିଶେଷରେ ସମାଜରେ ଏକତା ଓ ସୌହାର୍ଘ୍ୟ ରକ୍ଷା ଦିଗରେ ସେମାନେ କାର୍ଯ୍ୟ କରିପାରିବେ । ସେଇଭଳି ପରିବେଶ ପ୍ରଦୂଷଣର ଭୟାବହତା ପ୍ରତି ଜନ ସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ମିଳିତ ଭାବେ ବୃକ୍ଷ ଛେଦନକୁ ବିରୋଧ କରି ନୂତନ ନୂତନ ବୃକ୍ଷରୋପଣ କାର୍ଯ୍ୟରେ ଆଗଭର ହେବା ଉଚିତ୍ । ଦେଶର ଜାତୀୟ ସ୍ୱାଭିମାନକୁ ଓ ସଂସ୍କୃତିକୁ ଉଚ୍ଚତର ସ୍ଥାନରେ ରଖୁବା ଛାତ୍ରମାନଙ୍କର ଯେପରି ଏକ ନୈତିକ କର୍ଭବ୍ୟ, ଜାତୀୟ ପ୍ରତିରକ୍ଷା ପ୍ରତି ସଚେତନ ରହି ମନୋବଳକୁ ଅତୁଟ ରଖୁବା ସେଇପରି ସେମାନଙ୍କର ଅବଶ୍ୟ କର୍ଭବ୍ୟ ।

ଶେଷକଥା : ଆଜି କିନ୍ତୁ ଛାତ୍ରମାନେ ଯେପରି ଉଛୁଙ୍ଖଳ, ଅସଂଯତ, ଉଦ୍ଭ୍ରାନ୍ତ, ନିଶାସକ୍ତ ଓ ସର୍ବୋପରି ବିଚାର ବିବେକଶୂନ୍ୟ ହୋଇପଡ଼ିଛନ୍ତି ତାହା ଦେଖୁଲେ ନିରାଶ ହେବାକୁ ପଡ଼େ । ଏହା ଦ୍ଵାରା କେବଳ ଶିକ୍ଷାନୁଷ୍ଠାନର ପବିତ୍ର ବାତାବରଣ ନଷ୍ଟ ହେଉନାହିଁ, ସାମାଜିକ ଜୀବନରେ ଏକ ପ୍ରତ୍ୟୟହୀନତା ସୃଷ୍ଟି ହୋଇଛି । ଭାରତ ଭଳି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରର ଭବିଷ୍ୟତକୁ ଦୃଷ୍ଟିରେ ରଖ୍ ଛାତ୍ରମାନେ କେବଳ ଆମ୍ବସଚେତନ ହେବା ଉଚିତ୍ ନୁହେଁ । ଦେଶର ଶିକ୍ଷକ, ରାଜନୀତିକ ନେତା, ନୀତିବେ, ଆଇନ ନିର୍ମାତା ସର୍ବୋପରି ଅଭିଭାବକମାନେ ଏହାର ପ୍ରତିକାର ନିମନ୍ତେ ତତ୍ପର ହେବା ଉଚିତ୍ । କେଉଁ ତୁଟିହେତୁ ଆଜି ଭାରତୀୟ ଛାତ୍ର ସମାଜ । ମଉହ ସଦୃଶ ଉଛୁଖଳ ହୋଇ ବେଳେ ବେଳେ ଲଙ୍କାକାଣ୍ଡ ସୃଷ୍ଟି କରୁଛନ୍ତି, ସେଗୁଡ଼ିକୁ ସଜାଡ଼ିବା ଆବଶ୍ୟକ ।

Tags

Post a Comment

0Comments
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !