Essay on Indian Woman in Odia Language : In this article " ଭାରତୀୟ ନାରୀତ୍ବର ଆଦର୍ଶ ରଚନା ", " ଭାରତୀୟ ମହିଳା ରଚନା ", " B...
Essay on Indian Woman in Odia Language: In this article "ଭାରତୀୟ ନାରୀତ୍ବର ଆଦର୍ଶ ରଚନା", "ଭାରତୀୟ ମହିଳା ରଚନା", "Bhartiya Mahila Rachna in Odia" for students of class 5, 6, 7, 8, 9, and 10.
Odia Essay on "Indian Woman", "ଭାରତୀୟ ନାରୀତ୍ବର ଆଦର୍ଶ ରଚନା" for Students
ଉପକ୍ରମ : ସୁଦୁର ଅତୀତର କେଉଁ ଏକ ବିସ୍ତୃତ କାଳରେ ମାନବ ସମାଜର ଆଦିପିତା ମହର୍ଷି ମନୁ ଦିନେ ନାରୀ ମହିମାର ପ୍ରଶସ୍ତି ଗାନ କରିବାକୁ ଯାଇ କହିଥିଲେ
“ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟରେ ରମନ୍ତେ ତତ୍ର ଦେବତା
ଯତ୍ରେତାୟୁ ନ ପୂଜ୍ୟରେ ସର୍ବସ୍ତତ୍ରାଫଳା କ୍ରିୟା ।”
ଅର୍ଥାତ୍ ଯେଉଁଠି ନାରୀମାନଙ୍କୁ ପୂଜା କରାଯାଏ, ସେଠାରେ ଦେବତାମାନେ ପ୍ରସନ୍ନ ହୁଅନ୍ତି । ଯେଉଁଠି ସେମାନେ ପୂଜିତା ହୁଅନ୍ତି ନାହିଁ, ସେଠାରେ ସର୍ବବିଧ କ୍ରିୟା ନିଳ
ନାରୀ ହେଉଛି ବିଧାତାର କମନୀୟ ସୃଷ୍ଟି । ନାରୀ ତନୁର ସ୍ନିଗ୍ଧ ଲାବଣ୍ୟ, ଅନ୍ତରର ସ୍ଵଚ୍ଛନ୍ଦ ପ୍ରୀତି-ପୀୟୂଷଧାରା ଏବଂ ପୁରୁଷ କଳ୍ପନାର ଇନ୍ଦ୍ରଧନୁ ଛଟା- ଏହି ତିନୋଟିର ଭାବ ସମେଳନ ତାହାର ଅମ୍ବାନ ଚରିତ୍ରକୁ ମହିମାନ୍ବିତ କରିଛି । ବୈଦିକ ଯୁଗର ପ୍ରୋଜ୍ଜଳ ହୋମଶିଖାଠାରୁ ଆରମ୍ଭ କରି ବିଂଶ ଶତାବ୍ଦୀର ପରମାଣୁ ଧୂମୋଚ୍ଛାସ ପର୍ଯ୍ୟନ୍ତ ଯୁଗ ପରିବର୍ତ୍ତନର ତାଳେ ତାଳେ ଭାରତୀୟ ନାରୀ ଆପଣାର ବୈଶିଷ୍ଟ୍ୟକୁ ଧରି ଆଗେଇ ଆସିଛି । ତା’ର ସନାତନ କଲ୍ୟାଣମୟୀ ଆଦର୍ଶର ଅନୁପମ ବୈଶିଷ୍ଟ ବିଶ୍ୱ ଦରବାରରେ ତାକୁ ସର୍ବୋଚ୍ଚ ସ୍ଥାନରେ ଅଧୁତା କରିଛି ।
ଗୌରବମୟୀ ଭାରତମାତାର ମୃତ୍ତିକାର ରସରେ ପରିପୁଷ୍ଟ ସୀତା, ସାବିତ୍ରୀ, ଦମୟନ୍ତୀ ପ୍ରଭୃତି ମହିମାମଣ୍ଡିତା ନାରୀମାନଙ୍କର ଚରିତ୍ରର ଆଦର୍ଶ ସମଗ୍ର ବିଶ୍ଵରେ ବିରଳ । ଭାରତୀୟ ନାରୀର ଏହି ଗୌରବୋଜ୍ଜଳ ଐତିହ୍ୟ ଯୁଗେ ଯୁଗେ ଜଗତର ନାରୀସମାଜକୁ ଉଦ୍ବୁଦ୍ଧ କରିବ । ସେ କେବଳ ଲୀଳାସଙ୍ଗିନୀ, ନର୍ମ ସହଚରୀ ଏବଂ ପୁରୁଷ ଚକ୍ଷୁରେ କଳ୍ପନାର ମାୟାଜାଲ କି । ଛଳନାମୟୀ ନୃତ୍ୟଶୀଳା ଉର୍ବଶୀ ନୁହେଁ, ସେ ହେଉଛି ସ୍ନେହମୟୀ,ପ୍ରେମଶୀଳା, ସହଧର୍ମିଣୀ, କଲ୍ୟାଣମୟୀ ମାତା, ଆଦର୍ଶ ଭଗିନୀ, ସେବା ଓ ସହନଶୀଳତାର ମୂର୍ତ୍ତିମତୀ ଦେବୀ । ଜୀବନର ସାମଗ୍ରିକ ପରିପୂର୍ଣତାରେ ଅଛି ତା’ର ବୈଶିଷ୍ଟ୍ୟ । ଜନକତନୟା ରାମଜାୟା-ସୀତାଙ୍କର ଅମଳିନ ସତୀତ୍ଵ ଓ ପାତିବ୍ରତ୍ୟର କାହାଣୀ ଆଜି ଆମକୁ ବିସ୍ମିତ କରେ । ସତୀତ୍ବର ପରିଚୟ ଦେବା ନିମନ୍ତେ ଅକୁଣ୍ଡିତ ଚିତ୍ତରେ ସେ ପ୍ରଜ୍ଜଳିତ ହୁତାଶନ ମଧ୍ୟରେ ପ୍ରବେଶ କରି ଶୁଦ୍ଧ ସୁବର୍ଣ ରୂପେ ବାହାରି ଆସିଥିଲେ । ଦୀର୍ଘ ଦିନର ନିର୍ବାସନ ଦୁଃଖ ମଧ୍ୟରେ ସେ ଦିନେ ହେଲେ ସ୍ଵାମୀଙ୍କର ଅନ୍ୟାୟ ବିଚାର ବିରୋଧରେ ଅମଙ୍ଗଳ କାମନା କରି ବିନ୍ଦୁଏ ହେଲେ ଅଶୁପାତ କରି ନାହାନ୍ତି । ବରଂ କବି ଗଙ୍ଗାଧର ମେହେରଙ୍କ ଭାଷାରେ
“ପଦ୍ବିନୀ-ହୃଦ-ଶିଶିର ବିନ୍ଦୁରେ ଖରରଶ୍ମିର
ପ୍ରତିବିମ୍ବ ପରି ବୀର ରାମ ମୂରତି ।"
ଅର୍ଥାତ୍ ପଦ୍ମ ହୃଦୟରେ ପଡ଼ିଥିବା ରାତ୍ରିର ଶିଶିର ବିନ୍ଦୁ ଉପରେ ପ୍ରଭାତର ସୂର୍ଯ୍ୟକିରଣର ପ୍ରତିବିମ୍ବ ଭଳି ନିର୍ବାସିତା ସୀତାଙ୍କ ହୃଦୟରେ ସବୁବେଳେ ରାମଚନ୍ଦ୍ରଙ୍କର ଛବି ଜାଜ୍ଜଲ୍ୟମାନ ହେଉଥିଲା । ପତିବ୍ରତା ନାରୀ ସାବିତ୍ରୀ ନିଜର ଅପୂର୍ବ ପତିଭକ୍ତି ବଳରେ ସ୍ବାମୀ ସତ୍ୟବାନଙ୍କୁ ଯମରାଜାଙ୍କଠାରୁ ଛଡ଼ାଇ ଆଣିଥିଲେ । ଦେବତାମାନଙ୍କୁ ପ୍ରତ୍ୟାଖ୍ୟାନ କରି ସ୍ଵୟଂବର ସଭାରେ ନଳରାଜାଙ୍କ ଗଳାରେ ବରଣମାଳା ଦେଇ ପତିପଦରେ ବରଣ କରିଥିବା ଦୟୟନ୍ତୀଙ୍କର ଆଦର୍ଶ ଯୁଗ ଯୁଗ ପାଇଁ ଅମଳିନ ରହିଛି । ଦେବତାମାନଙ୍କ କ୍ରୋଧ ଓ ଷଡ଼ଯନ୍ତ୍ରର ଶିକାର ହୋଇ ଚରମ ଦୁଃଖ ବରଣ କରିଥିଲେ ମଧ୍ୟ ପତିଭକ୍ତି ତିଳେ ହେଲେ ତାଙ୍କର ଊଣା ହୋଇ ନ ଥିଲା । ଭାରତୀୟ ନାରୀର ଏହି ଅଦ୍ଵିତୀୟ ପାତିବ୍ରତ୍ୟ ଓ ଅବିଚଳିତ ସହନଶୀଳତା ତାକୁ ଯୁଗେ ଯୁଗେ ଅମର କରି ରଖୁଛି । '
ସେବାମୟୀ ନାରୀ : ସ୍ନେହ, ପ୍ରେମ ଓ ପ୍ରୀତିର ପୂଜାରିଣୀ ଭାରତୀୟ ନାରୀ ହୃଦୟରୁ ସେବା ଓ ଦାକ୍ଷିଣ୍ୟର ଅଜସ୍ର ନିଝିର ସ୍ବତଃ ଉତ୍ସାରିତ ହୋଇ ଭାରତୀୟ ସମାଜକୁ ସ୍ନେହଶୀଳ, ସରସ ଓ ଉର୍ବର କରିଆସିଛି । ସ୍ନେହ, ପ୍ରେମ, କୋମଳତାର ସେ ଏକ ମୂର୍ଭମତୀ ପ୍ରତୀକ । ପୁରୁଷର କର୍ମକ୍ରାନ୍ତ ପ୍ରାଣରେ ସେ ସାନ୍ବନା ଦେଇ, ତା’ର ଜୀବନକୁ ଆହୁରି କର୍ମମୁଖର କରେ ଏବଂ ଅସୀମ ଶକ୍ତି ଓ ପ୍ରେରଣାରେ ତାକୁ ଉଦ୍ବୁଦ୍ଧ କରେ ।
ଜ୍ଞାନ ଓ ପାଣ୍ଡିତ୍ୟରେ ଭାରତୀୟ ନାରୀ : ଭାରତୀୟ ନାରୀ ସବୁଦିନେ ଗୃହ ପିଞ୍ଜରାରେ ଆବଦ୍ଧ ନ ଥିଲା । ଜ୍ଞାନଚର୍ଚ୍ଚାରେ ମଧ୍ୟ ତା’ର ଥିଲା ଅସରନ୍ତି ଆଗ୍ରହ । ‘ଯେନାହିଁ ନାମୃତା କ୍ୟା କିମହଂ ତେନ୍ କୁର୍ଯ୍ୟମ୍ ।
ଅର୍ଥାତ୍ ଯେଉଁ କାର୍ଯ୍ୟ ମୋତେ ଅମର କରିବ ନାହିଁ, ସେ କାର୍ଯ୍ୟରେ ମୋର କି ପ୍ରୟୋଜନ । ଯାଜ୍ଞବକଙ୍କ ପତ୍ନୀ ମୈତ୍ରେୟୀଙ୍କର ଏହି ଶାଶ୍ବତ ବାଣୀଟି ବିଦ୍ୟା ଏବଂ ଜ୍ଞାନ ରାଜ୍ୟରେ ଭାରତୀୟ ନାରୀର ଆଦର୍ଶକୁ ଚିର ଅମ୍ମାନ ଓ ଅକ୍ଷୁର୍ଣ୍ଣ କରି ରଖିବ । ବ୍ରହ୍ମବାଦିନୀ ଗାର୍ଗୀ, ଖନା, ଆପାଲୋ, ଅଦିତି, ଲୋପାମୁଦ୍ରା ଏବଂ ଲୀଳାବତୀଙ୍କ ଭଳି ବିଦୁଷୀ ଲଳନା ଯୁଗେ ଯୁଗେ ଅମର ରହିବେ । ଲୀଳାବତୀ ଜ୍ୟୋତିର୍ବିଦ୍ୟା ଓ ଗଣିତ ଶାସ୍ତ୍ରରେ ଯେଉଁ ବ୍ୟୁପରି ଲାଭ କରିଥିଲେ, ତାହା ଏବେ ପାଶ୍ଚାତ୍ୟ ପଣ୍ଡିତମାନଙ୍କୁ ଚମକୃତ କରିଛି ।
ବୀରତ୍ଵ ଓ ସାହସିକତାରେ ଭାରତୀୟ ନାରୀ : ଶକ୍ତି ଏବଂ ସାଧନା କ୍ଷେତ୍ରରେ ଭାରତୀୟ ନାରୀ କୌଣସି ଦିନ ପଶ୍ଚାତ୍ପଦ ହୋଇନାହିଁ । ସୃଷ୍ଟି, ସ୍ଥିତି, ପ୍ରଳୟକାରିଣୀ ଆଦ୍ୟାଶକ୍ତି ଜଗନ୍ମାତାଙ୍କର ଅଂଶ ଏହି ନାରୀ କେଉଁଠାରେ ହେଲେ ଦୁର୍ବଳତା ଓ ପୂଣ୍ୟ ଭୀରୁତାକୁ ପ୍ରଶୟ ଦେଇ ନିଜ ଉପରେ କଳଙ୍କ ଲେପନ କରିନାହିଁ । ସ୍ନେହ, ପ୍ରେମ, କୋମଳତା ତଥା ସରଳତାର ଏହି ମୂର୍ତ୍ତିମତୀ ଦେବୀ କର୍ଭବ୍ୟ ଅନୁରୋଧରେ ସେ ହୃଦୟକୁ କୁଳିଶଭଳି କଠୋର କରି ରଣକ୍ଷେତ୍ରର ବିଭୀଷିକା ମଧ୍ୟକୁ ଲମ୍ପ ଦେଇପାରେ, ଏହା ଭାରତୀୟ ଚରିତ୍ରରେ ହିଁ ସମ୍ଭବ । ଦେବାସୁର ସଂଗ୍ରାମରେ କୈକେୟୀ ଆପଣାର ଅନୁପମ ପରାକ୍ରମ ଏବଂ ସମର ନିପୁଣତା ବଳରେ ଦଶରଥଙ୍କୁ ମୁଗଧ କରି ବର ଲାଭ କରିଥିଲେ । ସୁଭଦ୍ରା, ପର୍ଦ୍ଦିନୀ, ଦୁର୍ଗାବତୀ, ଲକ୍ଷ୍ମୀବାଈ, ଶୁକଦେଈ ପ୍ରଭୃତି ବୀରାଙ୍ଗନାମାନଙ୍କର ତେଜୋଦୀପ୍ତ କୀଉଁ କାହାଣୀ ଆଜି ମଧ୍ୟ ଆରମ୍ଭର ଶିଥିଳ ଧମନୀରେ ଉଷ୍ମ ରକ୍ତର ସଞ୍ଚାର କରେ ।
ମହାଭାରତର ବିଶ୍ଵ ଜନନୀ ଗାନ୍ଧାରୀ ନିଜର ଶତପୁତ୍ରଙ୍କୁ ଯୁଦ୍ଧଭୂମିର ବିଭୀଷିକା ମଧ୍ୟକୁ ଠେଲିଦେଇ ଏବଂ ସଂକୀର୍ଣ୍ଣ ସ୍ଵାର୍ଥପରତାର ଊଦ୍ଧରେ ଥାଇ ଉଦାର କଣ୍ଠରେ କହିଛନ୍ତି।
“ଅକ୍ଷୟ ହେଉ ପୁଣ୍ୟ ଜଗତେ
ଧର୍ମର ହେଉ ଜୟ ।”
ଆଦର୍ଶ ମାତୃ ହୃଦୟର ଏହି ମହନୀୟ ଭାବ ଆଜି ସମଗ୍ର ମାତୃଜାତିର ପ୍ରତିନିଧତ୍ର କରେ ।
ଆଧୁନିକ କାଳରେ ନାରୀ ନିର୍ଯାତନା : ପରିତାପର ବିଷୟ, ପ୍ରତିଦାନରେ ନାରୀ ପାଇଛି ଆଜି ଔଦାସି, ଲାଞ୍ଚନା ଓ ଅତ୍ୟାଚାର । ମୌନ ବେଦନାରେ ଜର୍ଜରିତ ପ୍ରାଣ ତା’ର ନୀରବ ଅଶୁସମ୍ପାତ କରିଛି । ନାରୀ ହୃଦୟର ଦୟା, ପ୍ରେମ, ସରଳତା ଏବଂ ମହାନ ସେବାଭାବକୁ ନିର୍ବଳା ଓ ଅବଳା ରୂପରେ ଚିତ୍ରିତ କରି ପୁରୁଷ ତାକୁ ପଦାନତ କରି ରଖିବାକୁ ପଶ୍ଚାତ୍ପଦ ହୋଇନାହିଁ । ନାରୀକୁ ସାଧାରଣ ଅଧୁକାରରୁ ବଞ୍ଚିତ କରି ଏବଂ ଜୀବନର ବୃହତ୍ତମ ପରିଧରୁ ଅପସାରିତ କରି ଗୃହର ଦାକ୍ଷିଣ୍ୟହୀନ ଅନ୍ଧକୂପରେ ଆବଦ୍ଧ ପୂର୍ବକ ସମାଜ ତାକୁ ଯେଉଁ ମୂଲ୍ୟ ଦେଇଛି, ତାହା କ’ଣ କୌଣସି କାଳେ କୌଣସି ଦେଶରେ ପ୍ରଶଂସିତ ହୋଇପାରିବ ? ତେଣୁ ଆଜି ଭାରତୀୟ । ନାରୀ ପରାଧୀନ ଜୀବନର ପ୍ଲାନିକୁ ଅପସାରଣ କରି ସମାଜରେ ନିଜର ନ୍ୟାଯ୍ୟସନ ନିମନ୍ତେ ବିଦ୍ରୋହ କରିଛି । ଅତୀତର ସମସ୍ତ ଅଜ୍ଞତା, କୁସଂସ୍କାର ଇତ୍ୟାଦିକୁ ପରିତ୍ୟାଗ କରି ନବଭାରତ ଗଠନ ଦିଗରେ ପୁରୁଷ ସହିତ ସମଭୂମିକାରେ ସେ ଅବତୀର୍ଣ୍ଣା ହୋଇଛି ।
ନାରୀ ଜାଗରଣ : ଆଧୁନିକ ଭାରତରେ ନାରୀ ପ୍ରତି ସମସ୍ତ ପ୍ରକାର ଅଶ୍ରଦ୍ଧା, ଅବିଚାର ଓ ନିର୍ଯ୍ୟାତନା ସତ୍ତେ । ଅପୂର୍ବ ଜାଗଗରଣ ସୃଷ୍ଟି ହୋଇଛି । ଶିକ୍ଷା, ଶାସନ, ସମାଜ ସେବା, ଦେଶରକ୍ଷା, ସାହିତ୍ୟ, ରାଜନୀତି, ଚିକିତ୍ସା ଜ୍ଞାନବିଜ୍ଞାନ ଇତ୍ୟାଦି ସକଳ କ୍ଷେତ୍ରରେ ନାରୀ ଯୋଗ୍ୟ ବିବେଚିତା ହୋଇଛି ଓ ନିଜର ଅନ୍ତର୍ନିହିତ ଶକ୍ତିର ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିପାରିଛି । ବିଂଶ ଶତାବ୍ଦୀର ଶେଷଭାଗରେ ଭାରତୀୟ ରାଜନୀତି କ୍ଷେତ୍ରରେ ନାରୀମାନେ ପ୍ରଚଣ୍ଡ ପ୍ରଭାବ ବିସ୍ତାର କରିପାରିଛନ୍ତି । ରାଜ୍ୟ ବିଧାନସଭାଠାରୁ ଆରମ୍ଭ କରି ପାର୍ଲାମେଣ୍ଟ ପର୍ଯ୍ୟନ୍ତ ସର୍ବତ୍ର ସେମାନଙ୍କର ବ୍ୟକ୍ତିତ୍ଵର ଉତ୍କର୍ଷ ପ୍ରମାଣିତ । ମହାକାଶ ଯାତ୍ରା ଓ ପ୍ରତିରକ୍ଷା ବିଭାଗରେ ମଧ୍ୟ ନାରୀମାନେ ସ୍ଥାନ ଲାଭ କଲେଣି । ବୃତ୍ତି ଏବଂ ରାଜନୀତି କ୍ଷେତ୍ରରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ସଂରକ୍ଷଣ କରାଯାଇ ନାରୀ ଶକ୍ତିର ଉପଯୋଗ ପାଇଁ ଉଦ୍ୟମ ଆରମ୍ଭ ହେଲାଣି । ନାରୀକୁ ଆଜି ଆଉ ହେୟ ଜ୍ଞାନ କରିବାର ଅବକାଶ ନାହିଁ । ସମାଜରେ ସେମାନଙ୍କୁ ଯଥାର୍ଥ ସ୍ବୀକୃତି ଦେଇ ତାଙ୍କର ଅନ୍ତର୍ନିହିତ ଶକ୍ତି ଓ ପ୍ରତିଭାକୁ ଉପଯୋଗ କରାଯାଇପାରିଲେ ଦେଶ ଓ ଜାତିର ଅଶେଷ କଲ୍ୟାଣ ସାତ ହୋଇପାରିବ ।
ଶେଷକଥା : ଭାରତୀୟ ନାରୀର ସମସ୍ତ ବିଭବ ଓ ସମସ୍ତ ଆଦର୍ଶ ସତ୍ତେ ସାମାଜିକ ଜୀବନରେ ଆଜି ଯେଉଁ ବ୍ୟଭିଚାର ଦେଖାଦେଇଛି ତାହାର ଶିକାର ହୋଇଛି ନାରୀ । ଯୌତୁକ ନିର୍ଯ୍ୟାତନାଠାରୁ ଆରମ୍ଭ କରି ଯୌନ ନିର୍ଯାତନା ପର୍ଯ୍ୟନ୍ତ ଯାହା ସବୁ ଚତୁର୍ଦ୍ଦିଗରେ ଘଟି ଯାଉଛି, ତାହା ହେଉଛି ଜାତିର କଳକ ଏବଂ ମାନବିକତାର ପରିପନ୍ଥୀ । ଆଗାମୀ କାଳରେ ଏଥିପ୍ରତି ଆମେ ସତର୍କ ନ ରହିଲେ ନାରୀତ୍ଵର ମହିମା ସହିତ ମାନବିକତାର ମହିମା ମଧ୍ୟ ରସାତଳଗାମୀ ହେବ ।
COMMENTS