Essay on Peace and Disarmament in Odia Language : In this article " ବିଶ୍ୱଶାନ୍ତି ଓ ନିରସ୍ତ୍ରୀକରଣ ରଚନା ", " Bishwa shanti Rachna...
Essay on Peace and Disarmament in Odia Language: In this article "ବିଶ୍ୱଶାନ୍ତି ଓ ନିରସ୍ତ୍ରୀକରଣ ରଚନା", "Bishwa shanti Rachna in Odia for students of class 5, 6, 7, 8, 9, and 10.
Odia Essay on "Peace and Disarmament", "ବିଶ୍ୱଶାନ୍ତି ଓ ନିରସ୍ତ୍ରୀକରଣ ରଚନା" for Students
ସୂଚନା : ରକ୍ତାଘୃତ ଦ୍ବିତୀୟ ବିଶ୍ୱଯୁଦ୍ଧର ଭୟାବହ ସଂହାରଲୀଳା ଦେଖୁ ବିଶ୍ଵର କୋଟି କୋଟି ଶାନ୍ତିପ୍ରିୟ ନିରୀହ ନରନାରୀ ଯେତେବେଳେ ଜୀବନ ଆତଙ୍କରେ ଶିହରି ଉଠିଥିଲେ, ସେମାନଙ୍କର ପ୍ରାଣର ଆକୁଳ ଆହ୍ବାନ ଥିଲା, “ଏ ଯୁଦ୍ଧ ବନ୍ଦ କର, ଏ ଯୁଦ୍ଧ ବନ୍ଦ କର ।” ଯୁଦ୍ଧ ବନ୍ଦ ହେଲା ସତ, କିନ୍ତୁ ପୃଥିବୀରେ ସ୍ଥାୟୀ ଶାନ୍ତିପ୍ରତିଷ୍ଠାର ଆଶା ସୁଦୂର ପରାହତ ହୋଇ ପଡ଼ିଲା । କାରଣ, ପ୍ରଥମ ମହାଯୁଦ୍ଧର ଅବସାନ ପରେ ଯେତେବେଳେ ବିଭିନ୍ନ ରାଷ୍ଟ୍ରମାନଙ୍କର ସନ୍ଧି-ବୈଠକ ଅନୁଷ୍ଠିତ ହେଲା, ସେତେବେଳେ ଏକ ସ୍ଵରରେ ସମସ୍ତ ରାଷ୍ଟ୍ର କହିଲେ ଯେ, ପ୍ରଥମ ଯୁଦ୍ଧ ପାଇଁ ସଂପୂର୍ଣ୍ଣ ରୂପେ ଜର୍ମାନୀ ଦାୟୀ । କ୍ଷତିପୂରଣର ଦୁର୍ବହ ଭାରକୁ ବହନ କରି ଅପମାନାହତ, ହୃତସର୍ବସ୍ ଦୁର୍ବଳ ଜର୍ମାନୀ ଜାତି ଗୋପନରେ ଶକ୍ତି ସଞ୍ଚୟ କରି ପୁଣି ଏକ ସଂଗ୍ରାମ ପାଇଁ ପ୍ରସ୍ତୁତ ହୋଇ ରହିଲା । ଫଳରେ ମାତ୍ର ଦୁଇଟି ଦଶନ୍ଧିର ବ୍ୟବଧାନରେ ସମଗ୍ର ପୃଥିବୀରେ ଆଉ ଥରେ ଯୁଦ୍ଧର ଯୋଡ଼ିନାଗରା ବାଜି ଉଠିଲା । ବିଶ୍ୱ ମାନବିକତା ବ୍ୟଥିତ ହୋଇପଡ଼ିଲା ସେଇ ଭୟାବହ ନରହତ୍ୟାର ଦୃଶ୍ୟ ଅବଲୋକନ କରି । କିଛି କାଳ ପରେ ଦ୍ବିତୀୟ ଯୁଦ୍ଧର ଘୂର୍ଣ୍ଣିବାତ୍ୟା ଅବଶ୍ୟ ପ୍ରଶମିତ ହୋଇଗଲା । ଶାନ୍ତିପ୍ରୟାସୀ ବିଶ୍ଵଜନତା ଏକ ନୂତନ ଆଶା ଏବଂ ଉଦ୍ଦୀପନା ନେଇ ଗଠନ କଲେ ମିଳିତ ଜାତିସଂଘ; କିନ୍ତୁ କାର୍ଯ୍ୟତଃ ଆଜି ଦେଖାଯାଉଛି ଯୁଦ୍ଧର ସେହି ଦାରୁଣ ଆଘାତ ତଥା ଅପୂରଣୀୟ କ୍ଷୟକ୍ଷତିକୁ ଭୁଲି ପ୍ରଧାନ ପ୍ରଧାନ ଶକ୍ତି ସମୂହ ପୁନର୍ବାର ସ୍ୱ-ସଂଗଠନ ତଥା ନବତର ଯୁଦ୍ଧ ପ୍ରସ୍ତୁତିରେ ମଗ୍ନ । ସୁତରାଂ ଯୁଦ୍ଧ ହିଁ ଅନିବାର୍ଯ୍ୟ ଏବଂ ଶାନ୍ତି ଆଜି ସୁଦୂରପରାହତ ।
ଯୁଣୋତ୍ତର ଅବସ୍ଥା : ସଭ୍ୟତାର ପ୍ରାକ୍ କାଳରୁ ଆଜି ପର୍ଯ୍ୟନ୍ତ, ମନୁଷ୍ୟକୁ ବହୁ ସଂଘର୍ଷର ଅଗ୍ନିବଳୟ ମଧ୍ୟ ଦେଇ ଅତିକ୍ରମ କରିବାକୁ ହୋଇଛି । ଜୀବନର ଏହି ଅଗ୍ରାଭିଯାନର ଆକାଂକ୍ଷାବଶତଃ ବହୁ ସାମାଜିକ ଏବଂ ଗୋଷ୍ଠୀଗତ ବାଦ ବିସମ୍ବାଦ, ଉତ୍କଟ ଦ୍ବୟ, କଳହ ଇତ୍ୟାଦିର ସୂତ୍ରପାତ ହୋଇଛି; ମାତ୍ର ଆଜିର ପରମାଣୁ ଯୁଗରେ ଏହିଭଳି ସଂଘର୍ଷ ଓ ସଂଗ୍ରାମର ପରିଣତି ଅତୀବ । ଭୟାବହ । ଯୁଗ ଯୁଗର ଏଇ ମାନବ ସଭ୍ୟତା କେତେବେଳେ ଯେ ମୃତ୍ୟୁର ଶୀତଳ ଗହରରେ ଅବଲୁପ୍ତ ହେବ, ତାହା ଅନିଶ୍ଚିତ । ଆମ୍ବାଭିମାନୀ ଉଦ୍ଧତ ମାନବ ହିଁ ଆଜି ବିଜ୍ଞାନର ବରଦାନକୁ ସଂକୀର୍ଣ୍ଣ ସ୍ଵାର୍ଥସାଧନ ଓ ସ୍ବପ୍ରବୃଭି ଚରିତାର୍ଥର ଏକ ସହଜ ଉପକରଣ ବୋଲି ଜ୍ଞାନ କରି ଆପଣା ହାତରେ ଆପେ ଆତ୍ମହତ୍ୟାର ପଥ ଉନ୍ମୋଚନ କରୁଛି । ତେଣୁ ପୃଥିବୀକୁ ଏହି ପୃସର ମହାତାଣ୍ଡବରୁ ଉଦ୍ଧାର କରିବାକୁ ହେଲେ ଆଜିର ସଙ୍କଟଶୀଳ ତ୍ରସ୍ତ ଧରଣୀ ବୁକୁରେ ଶାନ୍ତିସ୍ଥାପନ ଏକାନ୍ତ ବାଞ୍ଛନୀୟ ।
ଶାଚିପ୍ରତିଷ୍ଠାର ଆବଶ୍ୟକତା : ଏହି ବହୁବାଞ୍ଚିତ ଶାନ୍ତି ସ୍ଥାପନର ଉଚିତ ମାର୍ଗ କ’ଣ ? ଏହା ଏକ ଜଟିଳ ସମସ୍ୟା । ମନୁଷ୍ୟର ଔଦ୍ଧତ୍ୟ, ଅହଂକାର ଏବଂ ପୁଂସାତ୍ମକ କ୍ରିୟାକଳାପର ମୌଳିକ କାରଣ ପ୍ରତି ଯଦି ଅନୁସନ୍ଧାନ କରାଯାଏ, ତେବେ ଜଣାଯିବ ଯେ, ଶକ୍ତି ଓ ମହାନ୍ଧତା ହିଁ ହେଉଛି ଏ ସବୁର । ମୂଳ । ସାମରିକ ଶକ୍ତିରେ ଉଦ୍ବୁଦ୍ଧ ହୋଇ ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦର ପ୍ରସାର ନିମନ୍ତେ ପ୍ରଚେଷ୍ଟା ଓ ପରଜାତି ଶୋଷଣର ନିଚ୍ଛୁକ ଆକାଂକ୍ଷା ବିଶ୍ଵର ଶାନ୍ତି ପ୍ରୟାସକୁ ବିସ୍ମିତ କରିଛି । ଆଣବିକ ଶକ୍ତି ବିକାଶ ସମସ୍ତ ତତ୍ତ୍ୱକୁ କରାୟତ୍ତ କରି, ଜଳ, ସ୍ଥଳ ଓ ମହାକାଶରେ ସର୍ବତ୍ର ନିଜର ଆଧୁପତ୍ୟ ବିସ୍ତାର କରି ଭାବି ଯୁଦ୍ଧ ନିମନ୍ତେ ଆପଣାକୁ ପ୍ରସ୍ତୁତ କରି ରଖୁବା ହେଉଛି ବର୍ଭମାନ ପୃଥିବୀର ବୃହତ ଶକ୍ତି ଗୋଷ୍ଠୀଙ୍କର ପ୍ରଥମ ପ୍ରଚେଷ୍ଟା । ମହାଶୂନ୍ୟ ବିଜୟର ଉତ୍କଟ ପ୍ରତିଦ୍ବନ୍ଦୀ ଭାବନା ଏହାର ଏକ ଜ୍ବଳନ୍ତ ପ୍ରମାଣ । ତେଣୁ ଯୁକ୍ତରାଷ୍ଟ୍ର ଏବଂ ସୋଭିଏତ୍ ରୁଷ ସମେତ ପୃଥିବୀର ପ୍ରଧାନ ପ୍ରଧାନ ଶକ୍ତି ସମୂହ ଅପରିମିତ ଅର୍ଥବ୍ୟୟରେ ସେମାନଙ୍କର ସାମରିକ ଶକ୍ତିକୁ ସୁଦୃଢ଼ କରିବାରେ ଲାଗିଛନ୍ତି । ସମଗ୍ର ପୃଥିବୀରେ ଯୁଦ୍ଧ ପ୍ରସ୍ତୁତି ଏବଂ ପ୍ରତିରକ୍ଷା ବାବଦରେ ବାର୍ଷିକ ପ୍ରାୟ ୧୨,୦୦୦ କୋଟି ଡଲାର ମୁଦ୍ରା ବ୍ୟୟ ହେଉଛି । ଏହି ବିପୁଳ ପରିମାଣ ଅର୍ଥକୁ ଯଦି ବିଶ୍ଵର ମଙ୍ଗଳ ଉଦ୍ଦେଶ୍ୟରେ ବିନିଯୋଗ କରାଯାଇଥାନ୍ତା, ତେବେ ପୃଥିବୀର ଅର୍ଥନୈତିକ ମାନ କଳ୍ପନାତୀତ ଭାବରେ ବୃଦ୍ଧିପ୍ରାପ୍ତ ହୁଅନ୍ତା । ଏହି ୧୨,୦୦୦ କୋଟି ଡଲାର ମୁଦ୍ରା ବ୍ୟୟରେ ଅନୁନ୍ନତ ରାଷ୍ଟ୍ରମାନଙ୍କର ଜୀବନର ମାନ ବୃଦ୍ଧିପାଇ ଏବେ ଦ୍ବିଗୁଣିତ ହୋଇଯାଆନ୍ତା । ପୁଣି ଭାରତର ରାଉରକେଲା ଓ ଭିଲାଇ ଭଳି ୪୦ଟି ଶିଳ୍ପ ପ୍ରତିଷ୍ଠାନ ସ୍ଥାପିତ ହୋଇପାରନ୍ତା । ଆହୁରି ମଧ୍ୟ ଏହି ଅର୍ଥରେ ୫୦ ଲକ୍ଷ ଶଯ୍ୟାବିଶିଷ୍ଟ ୩୦ ହଜାର ହାସପାତାଳ କିମ୍ବା ୧ ୨୦ ଲକ୍ଷ ଜନତାଙ୍କ ନିମନ୍ତେ ଉପଯୁକ୍ତ ବସତି ସ୍ଥାପନର ସୁବ୍ୟବସ୍ଥା କରାଯାଇ ପାରନ୍ତା । ଦୁର୍ଭାଗ୍ୟ ଯେ, ଏହି ସ୍ୱପ୍ନ ଏବଂ କଳ୍ପନାର ବାସ୍ତବତା ଆଜି ସୁଦୂର ପରାହତ । ତେଣୁ ମାନବ ଜାତିର ଶିକ୍ଷା, ସଂସ୍କୃତି, କଳା, ବିଜ୍ଞାନ ଇତ୍ୟାଦିର ଉନ୍ନତି ସାଧନା କରି, ପୃଥିବୀର ଅର୍ଥନୈତିକ ବିକାଶର ଅବରୁଦ୍ଧ ପଥକୁ ଉନ୍ମୋଚନ କରି, ମାନବ ପ୍ରାଣରେ ସ୍ନେହ, ସୌହାର୍ଘ୍ୟ ଇତ୍ୟାଦି ସ୍ଵର୍ଗୀୟ ଭାବନାଗୁଡ଼ିକର ଉଦ୍ରେକ ପୂର୍ବକ ଏହି ଧରଣୀକୁ ଏକ ସୁଖ ଶାନ୍ତିର ଆବାସ କରିବାକୁ ହେଲେ ପୃଥିବୀର ନିରସ୍ତ୍ରୀକରଣ ଏକାନ୍ତ ଆବଶ୍ୟକ ।
ଶାନ୍ତିପାଇଁ ନିରସ୍ତ୍ରୀକରଣ ଉଦ୍ୟମ : ଦ୍ବିତୀୟ ମହାଯୁଦ୍ଧର ଦୁଷ୍କରିଣାମକୁ ହୃଦୟଙ୍ଗମ କରି ବିଶ୍ଵର ବୃହତ୍ ଶକ୍ତି ସଗୁହ ୧୯୪୫ ମସିହାରେ ସର୍ବପ୍ରଥମେ ନିରସ୍ତ୍ରୀକରଣ ପ୍ରଶ୍ନ ଉତଥାପନ କରିଥିଲେ । ମେସିକୋଠାରେ ଆମେରିକା ଏବଂ ବ୍ରିଟେନ ଉଭୟେ ଏକ ସମ୍ମିଳିତ ଘୋଷଣାରେ ଆଣବିକ ଅସ୍ତ୍ରଶସ୍ତ୍ରର ଉତ୍ପାଦନ ଏବଂ ଉପଯୋଗ ଉପରେ ନିୟନ୍ତ୍ରଣ କରାଯିବା ନିମନ୍ତେ ଦାବି କରିଥିଲେ । ୧୯୪୬ ମସିହରେ ଆମେରିକା କେତୋଟି ପ୍ରସ୍ତାବ ଆଗତ କରି ସେଥିରେ ଦର୍ଶାଇ ଥିଲା ଯେ, ୧-ଶଙ୍କାପୂର୍ଣ୍ଣ ସମ୍ଭାବନାଯୁକ୍ତ ଆଣବିକ କ୍ରିୟାକଳାପର ନିୟନ୍ତ୍ରଣ ଏକ ଅନ୍ତରାଷ୍ଟ୍ରୀୟ ସଂସ୍ଥାର ଅଧୀନ ହେଉ, ୨-ଉକ୍ତ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାର ଆଜ୍ଞାକୁ ଉଲ୍ଲଙ୍ଘନ କରୁଥିବା ରାଷ୍ଟ୍ରକୁ ଦଣ୍ଡିତ କରାଯାଉ ତଥା ସ୍ଥାୟୀ ସଦସ୍ୟମାନଙ୍କର ନିଷେଧାକାର ସେଥିରେ ବ୍ୟାଘାତ ସୃଷ୍ଟି ନ କରୁ, ୩-ଆଣବିକ ଶକ୍ତି ଉତ୍ପାଦନ ଉପରେ ନିୟନ୍ତ୍ରଣ ଜାରି କରାଯିବା ସଙ୍ଗେ ସଙ୍ଗେ ଏହାକୁ ବିଶ୍ବର ମଙ୍ଗଳ ଚିନ୍ତାରେ ଉପଯୋଗ କରାଯାଉ ।
୧୯୪୯ ମସିହାରେ ମିଳିତ ଜାତିସଂଘର ବୈଠକରେ ବିଭିନ୍ନ ଦୃଷ୍ଟିକୋଣରୁ ଏହାର ଆଲୋଚନା କରାଯାଇ,ବହୁ ମତରେ ଏହାକୁ ସ୍ୱୀକାର କରାଗଲା, କିନ୍ତୁ ପରେ ରୁଷ ଏବଂ ଆମେରିକା ଏହି ଦୁଇ ବୃହତ୍ ରାଷ୍ଟ୍ରର ପାରସ୍ପରିକ ଈର୍ଷା ହେତୁ ଆଜି ପର୍ଯ୍ୟନ୍ତ ଏହାର କୌଣସି ଆଶାଜନକ ଫଳ ମିଳିନାହିଁ । ୧୯୪୮ ମସିହାରେ ଜାତିସଂଘର ନିରାପତ୍ତା ପରିଷଦର ଏକ ବୈଠକରେ ବିଭିନ୍ନ ରାଷ୍ଟ୍ରର ସାମାଜିକ ଅସ୍ତ୍ରଶସ୍ତ୍ର ଉପରେ ଅନୁସନ୍ଧାନ କରାଯିବା ନିମନ୍ତେ ଗୋଟିଏ ପ୍ରସ୍ତାବ ଉପରେ ରୁଷ ନିଜର ‘ଭେଟୋ’ (Veto)ଶକ୍ତି ପ୍ରୟୋଗ କରି ଏଥିରେ ଆକସ୍ମିକ ପୂର୍ଣ୍ଣଛେଦ ଟାଣିଥିଲା । ଶାନ୍ତିକାମୀ ଭାରତୀୟ ରାଷ୍ଟ୍ରର ଗଭୀର ପ୍ରୟାସ । ଏବଂ ଆନ୍ତରିକ ପ୍ରଚେଷ୍ଟା ଫଳରେ ଅତୀତରେ ନିରସ୍ତ୍ରୀକରଣ ପ୍ରସ୍ତାବ ଉପରେ କେତେକ ଆଲୋଚନା ସମ୍ଭବ ହୋଇଛି; ମାତ୍ର ଏହାର କୌଣସି ଉଲ୍ଲେଖଯୋଗ୍ୟ ଅଗ୍ରଗତି ଏ ପର୍ଯ୍ୟନ୍ତ ଘଟି ନାହିଁ । ୧୯୫୫ ମସିହାରେ ରୁଷ ଆପଣାର ସୈନ୍ୟବାହିନୀରୁ ୭ଲକ୍ଷ ସୈନ୍ୟଙ୍କୁ ଅନ୍ତର କରି ବିଶ୍ୱରେ ଏକ ଆଦର୍ଶ ସୃଷ୍ଟି କରିଥିଲା, କିନ୍ତୁ ୧୯୬୦ ମସିହାରେ ଅନୁଷ୍ଠିତ ହୋଇଥିବା ଜେନେଭା ନିରସ୍ତ୍ରୀକରଣ ସମିଳନୀ ତଥା ତତ୍ପରବର୍ତ୍ତୀ ଶିଖର ସମ୍ମିଳନୀରେ ରୁଷର ଭୂମିକା ଏହି ସମସ୍ୟାକୁ ଆହୁରି ଗମ୍ଭୀର କରି ପକାଇଲା । ୧୯୬୨ ମସିହା ମାର୍ଚ୍ଚ ମାସ ୧୪ ତାରିଖରେ ଜେନେଭାଠାରେ ଅନୁଷ୍ଠିତ ୧୭ଟି ରାଷ୍ଟ୍ରର ନିରପେକ୍ଷ ସମ୍ମିଳନୀରେ କୌଣସି ଆକର୍ଷଣୀୟ ପଦକ୍ଷେପ ଗ୍ରହଣ କରାଯାଇ ପାରିନଥିଲା । ଏହାପରେ ବହୁବାର ଶୀର୍ଷ ସମିଳନୀ ଅନୁଷ୍ଠିତ ହୋଇଥିଲେ ମଧ୍ୟ ନିରସ୍ତ୍ରୀକରଣ ଦିଗରେ କୌଣସି ଉଲ୍ଲେଖଯୋଗ୍ୟ ସଫଳତା ହାସଲ କରାଯାଇ ପାରି ନାହିଁ ।
ଶେଷକଥା : ବିଶ୍ବଶାନ୍ତି ପାଇଁ ନିରସ୍ତ୍ରୀକରଣ ଏକାନ୍ତ ଅପରିହାର୍ଯ୍ୟ ହୋଇଥିବା ସ୍ଥଳେ ଅଣୁଅସ୍ତ୍ରର ପରୀକ୍ଷା ଓ ପ୍ରସାର ଏହି ପ୍ରଚେଷ୍ଟାକୁ ବିଡ଼ମ୍ବିତ କରିଛି । ବର୍ତ୍ତମାନର ପୃଥିବୀରେ ରୁଷ, ଆମେରିକା, ବ୍ରିଟେନ, ଫ୍ରାନ୍ସ ଓ ଚୀନ ପ୍ରଭୃତି ବୃହତ ରାଷ୍ଟ୍ରମାନେ ପରମାଣୁ ଅସ୍ତ୍ରର ଅଧୁକାରୀ ଅଟନ୍ତି । ପରବର୍ତ୍ତୀ କାଳରେ ଇସ୍ରାଏଲ ଏବଂ ବହୁ ବିଳମ୍ବରେ ଭାରତ ଓ ପାକିସ୍ତାନ ଏହି ଅସ୍ତ୍ରର ଅଧୁକାରୀ ହେବାର ଗୌରବ ଅର୍ଜନ ଲାଭ କରିଛନ୍ତି । ଆଗାମୀ ଦିନମାନଙ୍କରେ ଅଧିକରୁ ଅଧୁକ ରାଷ୍ଟ୍ର ପରମାଣୁ ଜଗତରେ ପ୍ରବେଶ କରି ଏହାକୁ ଏକ ସାଧାରଣ ଅସ୍ତ୍ରରୂପେ ନିଜ ଭଣ୍ଡାରରେ ଗଚ୍ଛିତ କରି ରଖୁବାକୁ ଆଗ୍ରହୀ ହେବେ । ଏହାକୁ ଅସ୍ବୀକାର କରି ହେବ ନାହିଁ ଯେ, ଆଧୁନିକ ବିଶ୍ୱରେ ପରମାଣୁ ଅସ୍ତ୍ର ହିଁ ଶାନ୍ତିପ୍ରତିଷ୍ଠାର ମାର୍ଗକୁ ବ୍ୟାହତ କରିଛି । ସୁତରାଂ ପର୍ଯ୍ୟାୟ କ୍ରମେ ବୃହତ ରାଷ୍ଟ୍ରମାନେ ନିଜ ନିଜର ପରମାଣୁ ଅସ୍ତ୍ରକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେବା ପାଇଁ ବହୁଦିନରୁ ଭାରତ ଦାବି କରି ଆସିଛି; ମାତ୍ର ବୃହତ ରାଷ୍ଟ୍ରମାନେ କୌଶଳରେ ଏଡ଼ାଇ ଦେଇ ଗୋପନରେ ନିଜର ଅସ୍ତ୍ରଭଣ୍ଡାରକୁ ବୃଦ୍ଧି କରିବାରେ ଲାଗିଛନ୍ତି । ଏହି କାରଣରୁ ଗତ ୧୯୯୬ ମସିହାର ସେପ୍ଟେମ୍ବର ମାସରେ ଜାତିସଂଘ ତରଫରୁ ଉପସ୍ଥାପନ କରାଯାଇଥିବା ସି.ଟି.ବି.ଟି ବା ଅଣୁ ଅସ୍ତ୍ର ପରୀକ୍ଷା ବିରୋଧ ଚୁକ୍ତି (Comprehensive Test Ban Treaty) ରେ ସ୍ଵାକ୍ଷର କରିବାକୁ ଭାରତ ପୃଷ୍ଟ ମନା କରି ଦେଇଥିଲା । ଭାରତର ଏହି ବାସ୍ତବବାଦୀ ଦୃଷ୍ଟିକୋଣ ପ୍ରତି ବୃହତ୍ ରାଷ୍ଟ୍ରମାନେ ସମର୍ଥନ ପ୍ରକାଶ କଲେ ପୃଥିବୀରେ ପ୍ରକୃତ ଶାନ୍ତି ପ୍ରତିଷ୍ଠିତ ହୋଇପାରିବ ।
COMMENTS