Sunday, 31 January 2021

Odia Essay on "Indian Constitution", "ଭାରତୀୟ ସମ୍ବିଧାନ ରଚନା" for Students

Essay on Indian Constitution in Odia Language: In this article "ଭାରତୀୟ ସମ୍ବିଧାନ ରଚନା", "Bhartiya Samvidhan Information in Odia" for students of class 5, 6, 7, 8, 9, and 10.

Odia Essay on "Indian Constitution", "ଭାରତୀୟ ସମ୍ବିଧାନ ରଚନା" for Students

ଉପକ୍ରମ : ଶତାବ୍ଦୀ ବ୍ୟାପୀ ଅନ୍ଧକାରକୁ ବିଦୂରିତ କରି ଓ ବ୍ରିଟିଶ୍ ନିଗଡ଼କୁ ଛିନ୍ନବିଛିନ୍ନ କରି ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଯେତେବେଳେ ଭାରତ ଆକାଶରେ ସ୍ୱାଧୀନତାର ଶଙ୍ଖଧ୍ବନି ନିନାଦିତ ହେଲା, ସେତେବେଳେ ବାଳ-ବୃଦ୍ଧ-ବନିତା କୋଟି କୋଟି ଜନତା ଏକ ଅନାସ୍ୱାଦିତ ଆନନ୍ଦରେ ଆମ୍ବହରା ହୋଇଉଠିଲେ । ଦେଶପ୍ରେମୀ ସଂଗ୍ରାମୀ ନେତୃବୃନ୍ଦଙ୍କ ସମ୍ମୁଖରେ ଏକ ନବଭାରତର କମନୀୟ ଛବି ଜାଜ୍ଜଲ୍ୟମାନ ହୋଇଉଠିଲା । ବ୍ରିଟିଶ ସମ୍ରାଜ୍ୟବାଦର ପରିସମାପ୍ତି ଘଟି ଭାରତରେ ପ୍ରତିଷ୍ଠିତ ହେଲା ଗଣତନ୍ତ୍ର ଶାସନ । କୋଟି କୋଟି ନରନାରୀଙ୍କ ଭାଗ୍ୟଦଣ୍ଡ ଟି ଶ୍ ପାର୍ଲାମେଣ୍ଟ ହାତରୁ ଆଣି ନ୍ୟସ୍ତ କରାଗଲା ଭାରତୀୟମାନଙ୍କ ହସ୍ତରେ । ଏଥିପାଇଁ ପ୍ରସ୍ତୁତ କରାଗଲା ଏକ ଶାସନ ଖସଡ଼ା ବା ଭାରତ ଶାସନର ନିୟମାବଳୀ । ଏହା ହିଁ ପରିଚିତ ହେଲା ଭାରତୀୟ ସମ୍ବିଧାନ ନାମରେ । ଭାରତୀୟ ସମ୍ବିଧାନ ହେଉଛି ପୃଥିବୀର ଏକ ବୃହତ ସମ୍ବିଧାନ ।

ଭାରତୀୟ ସମ୍ବିଧାନର ବିଶେଷତ୍ବ : ସ୍ୱାଧୀନତା ପ୍ରାପ୍ତି ପରେ ୧୯୪୯ ମସିହା ଫେବୃୟାରୀ ମାସ ୧୫ ତାରିଖରେ ଅନୁଷ୍ଠିତ ବିଧାନ ପରିଷଦର ସର୍ବପ୍ରଥମ ବୈଠକରେ ଜନପ୍ରତିନିଧୁମାନେ ସମ୍ବିଧାନର ରୂପରେଖ ସମ୍ପର୍କରେ ଗୁରୁତ୍ରସହ ଆଲୋଚନା କରିଥିଲେ । ସମ୍ବିଧାନ କମିଟିର ଦୀର୍ଘ ଏକବର୍ଷର ଅବିଶ୍ରାନ୍ତ ଶ୍ରମବଳରେ ସମ୍ବିଧାନ ସାକାର ରୂପ ଗ୍ରହଣ କଲା ଏବଂ ତାହା ୧୯୫୦ ମସିହା ଜାନୁୟାରୀ ମାସ ୨୬ ତାରିଖଠାରୁ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଗଲା । ତେଣୁ ଏହି ଦିବସଟି ସ୍ଵାଧୀନତା ଦିବସ ଭଳି ଭାରତର ଜାତୀୟ ଇତିହାସରେ ଏକ ସ୍ମରଣୀୟ ଦିବସ । ଏହା ଗଣତନ୍ତ୍ର ଦିବସ ନାମରେ ପରିଚିତ । ଭାରତୀୟ ସମ୍ବିଧାନ ବିଶ୍ୱର ସମସ୍ତ ରାଷ୍ଟ୍ରର ସମ୍ବିଧାନ ଗୁଡ଼ିକ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ତଥା ଅଦ୍ବିତୀୟ ସ୍ଥାନ ଅଧୁକାର କରିଛି । ଏହାର ପ୍ରଧାନ ଆଭିମୁଖ୍ୟ ହେଉଛି (୧) ଭାରତୀୟ ନାଗରିକମାନଙ୍କ ମଧ୍ୟରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରତିଷ୍ଠା,( ୨) ସ୍ଵାଧୀନ ଚିନ୍ତା ଓ ସ୍ୱାଧୀନ ମତପ୍ରକାଶ, ସ୍ଵାଧୀନ ଧର୍ମ ବିଶ୍ୱାସ ଓ ଉପାସନା ଇତ୍ୟାଦି ପାଇଁ ଅଧୁକାର ପ୍ରଦାନ, (୩) ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ନାଗରିକଙ୍କୁ ସମାନ ସୁବିଧା ସୁଯୋଗ ମଞ୍ଜୁର ଓ (୪)ବ୍ୟକ୍ତିର ମର୍ଯ୍ୟାଦା ରକ୍ଷା ସହିତ ରାଷ୍ଟ୍ରୀୟ ସଂହତି ଓ ପୈତ୍ରୀଭାବ ପ୍ରତିଷ୍ଠା ।

ସମ୍ବିଧାନରେ ପ୍ରଦର ମୌଳିକ ଅଧୁକାର : ୩୯୫ଟି ଧାରା ଏବଂ ୯ଟି ପରିଶିଷ୍ଟ ବିଶିଷ୍ଟ ଭାରତୀୟ ସମ୍ବିଧାନ ୨୨ ଭାଗରେ ବିଭକ୍ତ । ଏହି ସମ୍ବିଧାନ ହେଉଛି ବିଶ୍ୱର ସର୍ବବୃହତ୍ ଲିଖିତ ସମ୍ବିଧାନ । ଏଥିରେ ଭାରତୀୟ ନାଗରିକମାନଙ୍କ ନିମନ୍ତେ ସାତଟି ମୌଳିକ ଅଧୁକାର ସମ୍ପର୍କରେ ଉଲ୍ଲେଖ କରାଯାଇଛି । ତଦନୁଯାୟୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସ୍ତ୍ରୀ, ପୁରୁଷ ଉଭୟଙ୍କୁ ସମାନ ସୁବିଧା ସୁଯୋଗ ଦିଆଯିବ । ଧର୍ମଗତ ଦୃଷ୍ଟିକୋଣରୁ ବିଚାର କଲେ ଏଥିରେ ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଯଥାସମ୍ଭବ ଅନାହତ ରଖାଯାଇ ଧର୍ମାଚରଣ, ଉପାସନା, ଈଶ୍ୱର ବିଶ୍ବାସ ଇତ୍ୟାଦି କ୍ଷେତ୍ରରେ ପ୍ରତ୍ୟେକ ନାଗରିକଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ସ୍ତ୍ରୀୟ ଅଭିରୁଚି ଅନୁଯାୟୀ ଅଧ୍ୟୟନ, ଜ୍ଞାନଆହରଣ, ବ୍ୟବସାୟ ବାଣିଜ୍ୟ ପରିଚାଳନା ଇତ୍ୟାଦି ନିମନ୍ତେ କୌଣସି ନାଗରିକ ଉପରେ ସରକାରଙ୍କ ପକ୍ଷରୁ ହସ୍ତକ୍ଷେପ କରାଯାଇ ପାରିବ ନାହିଁ । ସାମ୍ପ୍ରଦାୟିକତା ଏବଂ ଅସ୍ପୃଶ୍ୟତା ମନୋଭାବ ବଶତଃ ଶ୍ରେଣୀ ସୃଷ୍ଟି କରି ସାମାଜିକ ଐକ୍ୟ ନଷ୍ଟ କଲାଭଳି କାର୍ଯ୍ୟକୁ ପ୍ରଶୟ ଦିଆଯିବ ନାହିଁ । ପ୍ରତ୍ୟେକ ବ୍ୟକ୍ତି ନିଜର ସମ୍ପତ୍ତି ଉପରେ ନିଜ ଅଧିକାର ସାବ୍ୟସ୍ତ କରିପାରିବେ । ଶୋଷଣ ଓ ଅନ୍ୟାୟର ବିରୁଦ୍ଧାଚରଣ କରି ଯେକୌଣସି ଭାରତୀୟ ନାଗରିକ ତା’ର ପ୍ରତିକାର ନିମନ୍ତେ ସରକାରଙ୍କ ନିକଟରେ ଦାବି କରିପାରିବ । ଏହା ବ୍ୟତୀତ ଜାତୀୟ ସ୍ୱାସ୍ଥ୍ୟର ସୁରକ୍ଷା ନିମନ୍ତେ ୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ କଳ କାରକାନା ଓ ଖଣି ଅଞ୍ଚଳରେ ଖଟାଇବା ନିମନ୍ତେ ସମ୍ବିଧାନରେ ବାରଣ କରାଯାଇଛି ।

ମୌଳିକ କର୍ତ୍ତବ୍ୟ : ମୌଳିକ ଅଧକାର ସହିତ ୧୯୭୬ ମସିହାରୁ ନାଗରିକମାନଙ୍କ ପାଇଁ ସମ୍ବିଧାନରେ ୧୦ଟି ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ସେଗୁଡ଼ିକ ମୁଖ୍ୟତଃ ହେଉଛି, ସମ୍ବିଧାନ ପ୍ରତି ଆନୁଗତ୍ୟ ପ୍ରକାଶ କରିବା, ଜାତୀୟ ପତାକା ଓ ଜାତୀୟ ସଂଗୀତ ପ୍ରତି ସମ୍ମାନ ପ୍ରଦର୍ଶନ କରିବା, ଦେଶର ଏକତା, ସଂହତି, ସାର୍ବଭୌମତ୍ୱ ରକ୍ଷା କରିବା, ନାରୀ ମର୍ଯ୍ୟାଦାର ସୁରକ୍ଷା ସହିତ ସମାଜରେ ଭ୍ରାତୃଭାବ ଓ ସୌହାର୍ଘ୍ୟ ପ୍ରତିଷ୍ଠା କରିବା, ଦେଶର ଐତିହ୍ୟ ଓ ସଂସ୍କୃତି ପ୍ରତି ସମ୍ମାନ ଜଣାଇବା, ପ୍ରାଣୀମାନଙ୍କ ପ୍ରତି ନିଷ୍ଣୁରତା ପ୍ରଦର୍ଶନ ନକରି ପ୍ରାକୃତିକ ପରିବେଶର ସୁରକ୍ଷା କରିବା, ସର୍ବୋପରି ହିଂସାତ୍ମକ ଆଚରଣଠାରୁ ଦୂରରେ ରହି ସର୍ବସାଧାରଣ ସରକାରୀ ସଂପତ୍ତିର ସୁରକ୍ଷା କରିବା ।

ସାମ୍ବିଧାନିକ ଶାସନ ପଦ୍ଧତି : ଭାରତର ଶାସନ ପଦ୍ଧତି ଓ ସରକାର ଗଠନ ସମ୍ପର୍କରେ ନୀତି ନିୟମ ଏହି ସମ୍ବିଧାନରେ ସ୍ପଷ୍ଟ ରୂପେ ଉଲ୍ଲେଖ କରାଯାଇଛି । ତଦନୁଯାୟୀ ପ୍ରତି ପାଞ୍ଚବର୍ଷ ନିମନ୍ତେ ରାଜ୍ୟ ବିଧାନସଭା ଓ କେନ୍ଦ୍ର ଲୋକସଭା ନିମନ୍ତେ ଦେଶର ସାବାଳକ ନାଗରିକମାନଙ୍କ ଦ୍ଵାରା ପ୍ରାର୍ଥୀ ନିର୍ବାଚନ କରାଯାଏ । ଏହି ପ୍ରଥା ଅନୁଯାୟୀ ଦେଶର ୧୮ ବର୍ଷରୁ ଊର୍ଣ୍ଣ ପ୍ରତ୍ୟେକ ନରନାରୀ ନିର୍ବାଚନ ମାଧ୍ୟମରେ ଆପଣାର ସ୍ଵଚ୍ଛାମତ ବ୍ୟକ୍ତ କରି ସରକାର ଗଠନରେ ଅଂଶ ଗ୍ରହଣ କରିପାରିବେ । ଆଇନତଃ ରାଷ୍ଟ୍ରପତି ହେଉଛନ୍ତି ଦେଶର ଗଣତାନ୍ତ୍ରିକ ମୁଖ୍ୟ ଏବଂ ତାଙ୍କରି ନିର୍ଦ୍ଦେଶରେ ଏବଂ ଏକ ମନ୍ତ୍ରିମଣ୍ଡଳର ସହଯୋଗିତାରେ ଶାସନକାର୍ଯ୍ୟ ପରିଚାଳିତ ହୁଏ । ସମ୍ବିଧାନ ଦ୍ବାରା ଭାରତରେ ଏକ ସଂଗୀୟ ଶାସନ (Federalism) ପ୍ରତିଷ୍ଠା କରାଯାଇଛି । ଦେଶର ଐକ୍ୟ ଓ ଅଖଣ୍ଡତା ରକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ହାତରେ ରାଜ୍ୟ ସରକାରଙ୍କ ଅପେକ୍ଷା ଯଥେଷ୍ଟ ଅଧୁକ କ୍ଷମତା ନ୍ୟସ୍ତ କରାଯାଇଥିଲେ ୪ ରାଜ୍ୟ ସରକାରମାନେ ବହୁ ସ୍ଵାତନ୍ଧ୍ୟାର ଅଧୁକାରୀ ।

କେନ୍ଦ୍ର ଶାସନ ସଂସଦ ବା ପାର୍ଲାମେଣ୍ଟ ଦୁଇ ଭାଗରେ ବିଭକ୍ତ । ପ୍ରଥମଟି ଲୋକସଭା (House of the People) । ଏହାର ସର୍ବୋଚ୍ଚ ସଭ୍ୟ ସଂଖ୍ୟା ହେଉଛି ୫୪୫ । ଅପରଟି ହେଉଛି ଏହାର ରାଜ୍ୟସଭା (Council of States) । ଏହାର ସର୍ବୋଚ୍ଚ ସଭ୍ୟ ସଂଖ୍ୟା ୨୫୦ । ଉପରାଷ୍ଟ୍ରପତି ଏଥିରେ ଅଧ୍ୟକ୍ଷତା କରନ୍ତି । ବିଭିନ୍ନ ରାଜ୍ୟର ଶାସନମୁଖ୍ୟ ଭାବରେ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି । ବିଧାନସଭା ଓ ଲୋକସଭାର ସଂଖ୍ୟାଗରିଷ୍ଠ ଦଳ ଜଣେ ଦଳପତିଙ୍କ ଅଧୀନରେ ମନ୍ତ୍ରିମଣ୍ଡଳ ଗଠନ କରି ଯଥାକ୍ରମେ ପ୍ରାଦେଶିକ ଶାସନ ଓ କେନ୍ଦ୍ର ଶାସନର ଦଣ୍ଡାକାରୀ ହୁଅନ୍ତି । ଆଇନଗତ ବ୍ୟାପାରରେ ସିଦ୍ଧାନ୍ତ କରିବା ନିମନ୍ତେ ବିଭିନ୍ନ ରାଜ୍ୟର ଗୋଟିଏ ଲେଖା ହାଇକୋର୍ଟ ବା ନ୍ୟାୟାଳୟ ସ୍ଥାପନ କରାଯାଇଛି । ଭାରତୀୟ ରାଷ୍ଟ୍ରର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ (Supreme Court) ନାମରେ ପରିଚିତ । ସମ୍ବିଧାନର ବ୍ୟାଖ୍ୟା ଏବଂ ସୁରକ୍ଷା ଦାୟିତ୍ବ ହେଉଛି ସୁପ୍ରିମକୋର୍ଟର । ଶାସନ ସଂସ୍ଥା ମଧ୍ୟରେ ନ୍ୟାୟପାଳିକା ସଂସ୍ଥା ସ୍ଵତନ୍ତ୍ର ଶକ୍ତି ସମ୍ପନ୍ନ ଏବଂ ଅନ୍ୟ କୌଣସି ପ୍ରକାର ନିୟନ୍ତ୍ରଣ କ୍ଷମତା ମଧ୍ୟରୁ ସମ୍ପୂର୍ଣ୍ଣ ସ୍ଵାଧୀନ ।

ସମ୍ବିଧାନ ସଂଶୋଧନ ପଦ୍ଧତି : ସ୍ଵାଧୀନତା ପ୍ରାପ୍ତିରେ ପ୍ରଗତିଶୀଳ ଗଣତାନ୍ତ୍ରିକ ରାଷ୍ଟ୍ରର ପରିବର୍ତ୍ତିତ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ପ୍ରତି ଦୃଷ୍ଟି ରଖି ମୂଳ ସମ୍ବିଧାନରେ କେତେକ ପରିବର୍ତ୍ତନ ବା ସଂଶୋଧନ କରାଯିବା ସଙ୍ଗେ ସଙ୍ଗେ କେତେକ ନୂତନ ବିଧାନ ମଧ୍ୟ ଯୋଡ଼ାଯାଇଛି । ଏହି ବ୍ୟବସ୍ଥାର କୀର୍ଯ୍ୟକାରୀ ପଦ୍ଧତି ସମ୍ପର୍କରେ ସମ୍ବିଧାନର ୩୭୮ ଧାରାରେ ଉଲ୍ଲେଖ କରାଯାଇଛି ଯେ, ସଂଶୋଧନ (Amendment) ପାଇଁ ଆଗତ କୌଣସି ପ୍ରସ୍ତାବ ସପକ୍ଷରେ ପାର୍ଲିଆମେଣ୍ଟର ଉଭୟ ପରିଷଦର ସଂଖ୍ୟାଧୁକ ସମର୍ଥନ ପରେ ତାହା ରାଷ୍ଟ୍ରପତିଙ୍କର ସ୍ଵୀକୃତି ଲାଭକଲେ ପ୍ରସ୍ତାବ କାର୍ଯ୍ୟକାରୀ ହେବ; ମାତ୍ର ଉଭୟ ପରିଷଦରେ ଉପସ୍ଥିତ ସଭ୍ୟ ସଂଖ୍ୟାର ଦୁଇ ତୃତୀୟାଂଶରୁ ଜର୍ଭ ସଦସ୍ୟ ସପକ୍ଷରେ ମତଦାନ କରିଥିବା ଆବଶ୍ୟକ । ସମ୍ବିଧାନ ଜାରି କରାଯିବା ପରେ ଏହି ପଦ୍ଧତିରେ ୧୯୫ ୧ ମସିହାରେ ସର୍ବପ୍ରଥମ ସଂଶୋଧନ କରାଯାଇଥିଲା ଏବଂ ୨୦୦୦ ମସିହା ସୁଦ୍ଧା ସର୍ବମୋଟ ୭୮ ଥର ସମ୍ବିଧାନ ସଂଶୋଧନ କରାଯାଇପାରିଛି ।

ଶେଷକଥା : ଭାରତ ଭଳି ଏକ ବହୁଭାଷୀ, ବହୁଜାତି, ବହୁବର୍ଷ ଏବଂ ସମ୍ପ୍ରଦାୟ ବିଶିଷ୍ଟ ତଥା ସାମାଜିକ ବୈଷମ୍ୟ ପୂର୍ଣ୍ଣ ଏକ ବିରାଟ ରାଷ୍ଟ୍ରରେ ଧନୀ, ଦରିଦ୍ର, ଉଚ୍ଚ, ନୀଚ୍ଚ, ଜାତି, ବର୍ଷ ଇତ୍ୟାଦି ନିର୍ବିଶେଷରେ ପ୍ରତ୍ୟେକ ନାଗରିକକୁ ସମାନ ଅକାରରେ ଭୂଷିତ କରି ପ୍ରତ୍ୟେକଙ୍କ ନିମନ୍ତେ ସମକଲ୍ୟାଣର ହେବା ଭଳି ଯେଉଁ ସମ୍ବିଧାନ ପ୍ରସ୍ତୁତ କରାଯାଇଛି, ସେଥିପାଇଁ ନିର୍ମାତାମାନେ ଧନ୍ୟବାଦାହଁ । ଏଥିପ୍ରତି ସର୍ବାଧକ ଆନୁଗତ୍ୟ ପ୍ରକାଶ କରି ସମ୍ବିଧାନ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପ୍ରତ୍ୟେକ ଭାରତୀୟର କର୍ତ୍ତବ୍ୟ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: