Essay on Autobiography of Indian Farmer in Odia Language : In this article " ଗୋଟିଏ କୃଷକର ଆତ୍ମକଥା ରଚନା ", " Bhartiya Krishak R...
Essay on Autobiography of Indian Farmer in Odia Language: In this article "ଗୋଟିଏ କୃଷକର ଆତ୍ମକଥା ରଚନା", "Bhartiya Krishak Rachna in Odia for students of class 5, 6, 7, 8, 9, and 10.
Odia Essay on "Autobiography of Indian Farmer", "ଗୋଟିଏ କୃଷକର ଆତ୍ମକଥା ରଚନା" for Students
ଉପକ୍ରମ : ଆଦ୍ୟ ଆଷାଢ଼ର ଭାରାକ୍ରାନ୍ତ ଆକାଶ ତଳେ ମୋ କଣ୍ଡରେ ତୁମେ ଶୁଣିଥିବ ମେଘମହ୍ଲାର ରାଗିଣୀ, ପୁଣି ପାଣ୍ଡୁର ପୌଷ ମାସରେ ହରିତବର୍ଣ୍ଣା କେଦାର ଲକ୍ଷ୍ମୀଙ୍କ ପାର୍ଶ୍ଵରେ ତୁମେ ଶୁଣିଥିବ ଅନ୍ନପୂର୍ଣ୍ଣାର ଆବାହନୀ ସଂଗୀତ । ବୈଶାଖର ରୁକ୍ଷ କଠୋର ରୌଦ୍ରତାପ, ଶ୍ରାବଣର ଅଗଣିତ ବର୍ଷାଧାରା ଓ ଶୀତ ଋତୁର ନିର୍ମମ ଶୈତ୍ୟପୀଡ଼ନ ସମସ୍ତେ ମୋ ପାଖରେ ମଥା ଅବନତ କରନ୍ତି । ମୁଁ ଗୋଟିଏ ମାଟି.. ମଣିଷ, ମାଟି ମାଆର ଶ୍ରେଷ୍ଠ ସନ୍ତାନ କୃଷକ ।
ଜୀବିକା : ଶ୍ୟାମଳ ପଲ୍ଲୀ ଭୂଇଁରେ ଏକ କମ୍ର ପରିବେଶ ମଧ୍ୟରେ ମୋର ଜନ୍ମ । ସେହି ପଲ୍ଲୀଭୂଇଁର ବିକଶିତ କଳିକାମାନଙ୍କଠାରୁ ମୁଁ ହସ ଶିଖିଛି, ପୁଣି ବିହଗମାନଙ୍କର କଳକାକଳିରୁ ଭାଷା ଶିଖିଛି । ଯଥାର୍ଥରେ କବି କହିଛନ୍ତି:
“ତାହାରି ଫୁଲ, ଶାଗୁଆ ଲତା
କଣ୍ଡେ ମୋର ଦେଲା ଯେ କଥା,
ଆଖିରେ ଦେଲା ଚାହାଣି ନୂଆ
ତା’ର ଫଗୁଣରେ ଉଷା ପାହାନ୍ତି ।
ଛୋଟ ମୋର ଗାଆଁଟି ।” ( ସଚ୍ଚି ରାଉତରାୟ)
ବାଲ୍ୟ ଜୀବନରେ ବାଡ଼ିବଗିଚାର ଲତାକୁଞ୍ଜ ମେଳରେ ଉଡ଼ି ବୁଲୁଥିବା ପ୍ରଜାପତି, ତାଳବଣରେ ବାସ କରୁଥିବା ବଣି ଚଢ଼େଇ ଓ ଗାଆଁମୁଣ୍ଡ ଆମ୍ବ ତୋଟାରେ ହୁଁଙ୍କାରୁଥିବା ମାଙ୍କଡ଼ ପଲ ସହ ଖେଳି ଖେଳି ମୁଁ ଚପଳ ଜୀବନରେ କେତେ ମଧୁର ସ୍ମୃତି ସଞ୍ଚୟ କରିଛି । ଆଜି କିନ୍ତୁ ଜୀବନର ସେ ଚପଳତା ନାହିଁ । କଠୋର ଜୀବନ ସଂଗ୍ରାମରେ ମୁଁ ଜଣେ ସୈନିକ । ମୋ ସଂଗ୍ରାମୀ ଜୀବନରେ ଅସ୍ତ୍ର ହେଉଛି ଲଙ୍ଗଳ । ମାତା ବସୁମତୀର ବରଦାନ ପାଇ ଆପଣାର ରୁଧୁର ବିନିମୟରେ ମୁଁ କେଦାରେ କେଦାରେ ସୃଷ୍ଟି କରେ ସୁବର୍ଣ ଦୀପ୍ତି । ଧାନ, ମୁଗ, ମାଣ୍ଡିଆ, ବିରି, ଗହମ, ଯଅ, ମକା, କପା, ସୋରିଷ, ଆଳୁ, କୋବି, ବାଇଗଣ ଇତ୍ୟାଦି ବିବିଧ ଫଳ, ଫସଲ ଓ ଶସ୍ୟ ଆମଦାନି କରି ଯେତେବେଳେ ମୋର ଭଣ୍ଡାରକୁ ପୂର୍ଣ୍ଣ କରେ, ସେତେବେଳେ ବର୍ଷବ୍ୟାପୀ କର୍ମକଷଣକୁ ବିସ୍ମୃତ ହୋଇ ମନ ମୋର କଳ୍ପନାର କେଉଁ ଏକ ନବତଳ ପ୍ରାସାଦର ଶିଖର ଛୁଇଁ ଫେରିଆସେ । ହିଡମୁଣ୍ଡରେ ଗାମୁଛା ପାରି ଶୋଇ ଶୋଇ ମୁଁ କଳ୍ପନାର ବାରବାଟୀ ଦୁର୍ଗ ତୋଳେ । ଶୁକ୍ଳ ଧାନ୍ୟରେ ମାଣ୍ୟ ସ୍ଥାପନ କରି ମା' ମୋର ଲକ୍ଷ୍ମୀ ଦେବୀଙ୍କର ଆବାହନୀ କରେ
“ ସ୍ଵାଗତ ଲକ୍ଷ୍ମୀ ପଉଷ ।
ଘରେ ଘରେ ତୁମେ ଆଣିଛି ଅନ୍ନ ଆୟୁଷ ।” (ଗଡ଼ନାୟକ)
କିନ୍ତୁ ଅକ୍ଷୟ ଲକ୍ଷ୍ମୀଭଣ୍ଡାର ମୋର କ୍ଷୟ ହୁଏ । ନିଜେ ଅଭୁକ୍ତ ଓ ଅନାବୃତ୍ତ ରହି ବିଶ୍ୱର କ୍ଷୁଧା ନିବାରଣ ନିମନ୍ତେ ସ୍ୱ-ଅର୍ଜନକୁ ନିର୍ବିକାରରେ ଅପର ପାଖରେ ସମର୍ପଣ କରିଦିଏ ।
ଆଜି ମୁଁ ଏକ ସ୍ୱାଧୀନ ରାଷ୍ଟ୍ରର ସ୍ଵାଧୀନ ସନ୍ତାନ । ତେଣୁ ମୋର କର୍ତ୍ତବ୍ୟ ବହୁ ଗୁଣରେ ବଢ଼ିଯାଇଛି । ପଲ୍ଲୀକେନ୍ଦ୍ରକ, କୃଷି ସମ୍ବଳ ଭାରତବର୍ଷରେ କୋଟି କୋଟି ସନ୍ତାନ ଯେତେବେଳେ ମୋର ଲଙ୍ଗଳ ମୁନକୁ ପ୍ରତୀକ୍ଷା କରି ବସିଛନ୍ତି, ମୁଁ କ’ଣ ସେମାନଙ୍କୁ ନିରାଶ କରିପାରେ ? ସୀମାନ୍ତର ରଣଭୂଇଁକୁ ମୋର ବନ୍ଧୁ ସୋଦରମାନଙ୍କୁ ପଠାଇ ଦେଇ ମୁଁ ଆଜି ଗଢ଼ିବି ସୁନାର ଭାରତ, ଜନ୍ମଭୂମିକୁ ସୁଜଳା, ସୁଫଳା ଓ ଶସ୍ୟାମଳା କରି ପୁଣି ଫେରାଇ ଆଣିବି ମୋ ଦେଶର ବିଗତ ଗୌରବ । ଏହା ହିଁ ଆଜି ମୋର ସଂକଳ୍ପ । ସ୍ୱର୍ଗତ ଲାଲବାହାଦୁର ଶାସ୍ତ୍ରୀ କହିଥିଲେ- “ଜୟ ଜବାନ, ଜୟ କିସାନ ।” ଅର୍ଥାତ୍ ଦେଶରକ୍ଷା ପାଇଁ ଯୁଦ୍ଧ କ୍ଷେତ୍ରରେ ଜବାନର ଯେତିକି ଦାୟିତ୍ବ, କୃଷିକ୍ଷେତ୍ରରେ କୃଷକର ମଧ୍ୟ ସେତିକି ଦାୟିତ୍ୱ । ସେ କଥାକୁ ମୁଁ ପ୍ରାଣେ ପ୍ରାଣେ ଅନୁଭବ କରିଛି ।
ମୋର ସୁଖ ଦୁଃଖର ପରମ ସଖା ଜାତିପିତା ଗାନ୍ଧିଜୀ ମୋ ଜୀବନର ଶ୍ରାବଣୀ ଅମା ମଧ୍ୟରେ ଆଶ୍ମୀନର ପୂର୍ଣ୍ଣଚନ୍ଦ୍ର ସୃଷ୍ଟି କରିବାକୁ କଳ୍ପନା କରିଯାଇଥିଲେ । ମୋର ଜନ୍ମଭୂମି ପଲ୍ଲୀ ବୁକୁରେ ଜୀବନର ନୂତନ ସୂର୍ଶ ଦେଇ ଏବଂ ନିଜ ସମେତ ମୋର ଭାଇ ବନ୍ଧୁକୁଟୁମ୍ବକ ଜୀବନକୁ ଆହୁରି ସରସ ଓ ସୁନ୍ଦର କରିବା ପାଇଁ ସେ ଚାହିଁଥିଲେ କୃଷକ-ଭାରତରେ ରାମରାଜ୍ୟ’ ଗଠନ କରିବାକୁ । ହାତକୁ ହାତ ମିଳାଇ, କାନ୍ଧକୁ କାନ୍ଧ ମିଶାଇ, କଣ୍ଡରେ ଐକତାନିକ ସଂଗୀତର ଲହର ତୋଳି, ଭାଇବନ୍ଧୁଙ୍କ ସହ ମିଳି ମୁଁ ଚାଷ କରୁଛି । ମୋ କ୍ଷେତ୍ରରେ ଘର୍ଘର ନାଦରେ ଟ୍ରାକ୍ଟର(କଳ ଲଙ୍ଗଳ) ଚାଲିଛି । ଉନ୍ନତ ବିହନ, ସାର ଓ ଆଧୁନିକ ଚାଷ ପଦ୍ଧତିର ଉପଯୋଗ କରି ମୁଁ ମାତା ବସୁମତୀର ଆହୁରି ପ୍ରିୟ ହୋଇଛି । ଅଧିକ ଉତ୍ପାଦନକ୍ଷମ ବିହନ ଚାଷକରି ଲକ୍ଷ୍ମୀ ଭଣ୍ଡାରକୁ ଦ୍ବିଗୁଣିତ କରିଛି । ମୋ ଦେଶ ଖାଦ୍ୟରେ ବର୍ଭମାନ ସ୍ଵାବଲମ୍ବନଶୀଳ । ବୁଭୁକ୍ଷାର ଢାଳା ନେଇ ଅନ୍ୟ ପାଖରେ ଥାଳ ଧରି ଆଉ ହାତ ପତାଇବାକୁ ପଡ଼ୁନାହିଁ । କୃଷି ସହିତ ଗୋ-ପାଳନ, କୁକୁଡ଼ା ଚାଷ, ଝୋଟ ଚାଷ, ଛଣି, ଧଣିଚା ଏବଂ ନଳିତା ଚାଷ ଓ ଗ୍ରୀଷ୍ମକାଳରେ ଡାଳୁଅ ଚାଷ କରି ମୁଁ ଅନ୍ନପୂର୍ଣ୍ଣାଙ୍କ ଭଣ୍ଡାରକୁ ଆହୁରି ସଂପ୍ରସାରିତ ଓ ସମୃଦ୍ଧ କରିପାରିଛି ।
ସରକାରୀ ପ୍ରୋତ୍ସାହନ : ସରକାର କୃଷି ଓ କୃଷକର ଉନ୍ନତି ନିମନ୍ତେ ଅନେକଗୁଡ଼ିଏ କଲ୍ୟାଣକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କୃଷିରଣ ଓ ଉନ୍ନତ ବିହନ ଯୋଗାଣ, ଚକବନ୍ଦି, ଉଠା ଜଳସେଚନ ଇତ୍ୟାଦି ବହୁ ଭାବରେ ମୋତେ ସାହାଯ୍ୟ କରିଛି । କର୍ମକ୍ରାନ୍ତ ମୁହୁର୍ଭ ଶେଷରେ ଆମୋଦ ବିଧାନ ନିମନ୍ତେ ଗ୍ରାମେ ଗ୍ରାମେ ଏବେ ଗଢ଼ା ଯାଇଛି ‘ଅବସର ବିନୋଦନ କେନ୍ଦ୍ର । ଗୋଷ୍ଠବାହୁଡ଼ା ଧେନୁପଲ ପଛରେ ଗାଁର ତାଳବନ ସୀମାରେ ବେଣୁର ମଧୁର ମୂର୍ଚ୍ଚନା ନୀରବ ହେବା ସଙ୍ଗେ ସଙ୍ଗେ ଅବସର ବିନୋଦନ କେନ୍ଦ୍ରରୁ ଦୂରଦର୍ଶନ ଓ ବେତାର ଯନ୍ତ୍ରର ଉଲ୍ଲସିତ । ରାଗିଣୀ ପଲ୍ଲୀର ନିଥର ସଂଧ୍ୟ ପରିବେଶକୁ ପୁଲକିତ କରୁଛି । ପୌଢ଼ ଶିକ୍ଷା କେନ୍ଦ୍ରରେ ମୁଁ ପାଠ ଅଭ୍ୟାସ କରେ । ଖବର କାଗଜ ଦେଖି ଦେଶ ବିଦେଶରେ ନାନାବିଧ ବାର୍ଭା ସଂଗ୍ରହ କରେ ।
ମୋ ସମ୍ପତ୍ତି ଉପରେ ଆଜି ଆଉ ଧନଲିପ୍ରସୁ ମହାଜନର ଲୋଲୁପ ଦୃଷ୍ଟି ନାହିଁ କିମ୍ବା ଜମିଦାରର ରକ୍ତ ଚକ୍ଷୁ ନାହିଁ । ସରକାରୀ ସହାୟତାରେ ପ୍ରତିଷ୍ଠିତ ରଣ ସମବାୟ ସମିତି ବହୁ ଭାବରେ ମୋତେ ସାହାଯ୍ୟ କରିଛି । ଦିନ ଥିଲା, ବିଷିଶ ଶାସକର ନିର୍ମମ ଅତ୍ୟାଚାରରେ ମେରୁଭଗ୍ନ ହୋଇ ମୁଁ ଅଭୁକ୍ତ ଓ ଅର୍ବଭୁକ୍ତ ହୋଇ ବଞ୍ଚି ରହୁଥିଲି । ଦୀର୍ଘ ଦିନର କଷଣ ନିର୍ଯାତନା ଶେଷର ଏବେ ଆମେ .; ସ୍ଵାଧୀନତା ହାସଲ କରିଛୁ, ମୋର ସାମାନ୍ୟ ଶକ୍ତିର ବିନିଯୋଗରେ ମୁଁ ତାକୁ ଚିର ଉଜ୍ବଳ କରି ରଖିବାକୁ ଚେଷ୍ଟା କରିବି । ଏଇ ପଲ୍ଲୀ କୋଳରେ ମୁଁ ନିତ୍ୟ ନନ୍ଦନବନର ଆଭା ସୃଷ୍ଟି କରିବି, ମାଟି-ମାଆର ଶ୍ରେଷ୍ଠ ଶୁଭାଶିଷ ଲାଭକରି ସୁନାର ଦେଶର ଅନ୍ନହୀନତାକୁ ଦୂର କରିବାକୁ ଚେଷ୍ଟା କରିବି । ମୋତେ ଯେଉଁମାନେ ଉପେକ୍ଷିତ ଓ ଅନାଦୃତ କରି ଏବେ ନଗରୀ ସଭ୍ୟତାର ମରୀଚିକା ପଛରେ ଧାବମାନ, ସେହିମାନେ ପୁଣି ‘ଜଳ ବଷିତ ହଳ କଷିତ ଜମିର ସୁରଭି ବାସ’କୁ ଥରେ ଆଘ୍ରାଣ କରିବାକୁ ପାଗଳ ପ୍ରାୟ ଛୁଟି ଆସିବେ । ଏଇ ଗାଆଁର ‘ଛଇଳ ଚପଳ ନଈ', ‘ଗୁଡ଼ରନ୍ଧାର ଯୋଜନଗନ୍ଧା ସୁବାସ’ ସେମାନଙ୍କ ଅନ୍ତରକୁ ପ୍ରଲୁବଧ କରିବ ।
ଶେଷକଥା : ମୋର ଏଇ ସ୍ଵପ୍ନ ଓ କଳ୍ପନାକୁ ସାର୍ଥକ କରିବା ଦିଗରେ ସରକାର ଓ ରାଷ୍ଟ୍ର ନେତାମାନଙ୍କର ଗୁରୁ ଦାୟିତ୍ବ ରହିଛି; କିନ୍ତୁ ମୋର ଭାଇବନ୍ଧୁମାନେ ଅନୁଭବ କରୁଛନ୍ତି ସରକାର କୃଷକମାନଙ୍କ ସ୍ଵାର୍ଥଠାରୁ କ୍ରମେ ଦୂରେଇ ଯାଉଛନ୍ତି । ଆଧୁନିକତାର ପ୍ରଭାବରେ ସମସ୍ତେ ନଗରାଭିମୁଖୀ । ତେଣୁ ପଲ୍ଲୀ ହୋଇଛି ଅବହେଳିତ ଓ କୃଷକର ଜୀବନ ଅନାଦୃତ । ତଥାପି ମୋର କବ୍ୟରୁ ମୁଁ କେବେ ବିଚ୍ୟୁତ ହୋଇ ନାହିଁ କିମ୍ବା ମୋର ପ୍ରିୟ ପଲ୍ଲୀଭୂମି ପ୍ରତି ମୁଁ କେବେ ଅଶ୍ରଦ୍ଧା ପ୍ରକାଶ କରି ନାହିଁ । ଗାଁ-ମୁଣ୍ଡର ମଶାଣି ଭୂଇଁ ମୋ ଜୀବନର ମହାତୀର୍ଥ । ମୋର ପିତୁ ପିତାମହ ସପ୍ତପୁରୁଷର ଅସ୍ଥିକୁ ଘେନି ଏହି ମାଟି ମୋ ନିମନ୍ତେ ପବିତ୍ର ହୋଇ ଉଠିଛି । ଏଇଠି ଦିନେ ମୋର ଚିତାଗ୍ନିର ରକ୍ତଶିଖା ଲେଲିହାନ ହୋଇ ଉଠିବ । ମୁଁ ମାଟିର ମଣିଷ, ମାଟିରେ ମୋର ଜୀବନଲୀଳା, ମାଟିରେ ପୁଣି ମୋର ବିଲୟ ।
COMMENTS