Essay on Democracy in India in Odia Language : In this article " ଗଣତନ୍ତ୍ର ଶାସନ ପଦ୍ଧତି ରଚନା ", " Bharatare Ganatantra Rachna i...
Essay on Democracy in India in Odia Language: In this article "ଗଣତନ୍ତ୍ର ଶାସନ ପଦ୍ଧତି ରଚନା", "Bharatare Ganatantra Rachna in Odia for students of class 5, 6, 7, 8, 9, and 10.
Odia Essay on "Democracy in India", "ଗଣତନ୍ତ୍ର ଶାସନ ପଦ୍ଧତି ରଚନା" for Students
ସୂଚନା ଓ ପରିଭାଷା : ଯୁଗେ ଯୁଗେ ମନୁଷ୍ୟ ଅନ୍ୟାୟ, ଅତ୍ୟାଚାର, ବିଭେଦ ଓ ବୈଷମ୍ୟ ବିରୋଧରେ ଆପଣାର ସ୍ୱର ଉତ୍ତୋଳନ କରି ସ୍ୱାଧିକାର ଏବଂ ନିରଙ୍କୁଶ ଜୀବନ ଯାତ୍ରା ନିମନ୍ତେ ସଂଗ୍ରାମ କରିଆସିଛି । ଏଥିପାଇଁ ସୃଷ୍ଟି ହୋଇଛି ବିଦ୍ରୋହ, ବିପ୍ଲବ, ହତ୍ୟା ଓ ଷଡ଼ଯନ୍ତ୍ର ଭଳି ବହୁ ଗୁରୁତର ଘଟଣା । ଜନ ଜାଗରଣ ଫଳରେ କେତେ ରାଜପରିବାର ଛାରଖାର ହୋଇଯାଇଛି, କେତେ ସମ୍ରାଜ୍ୟ ଭୁଶୁଡ଼ି ପଡ଼ିଛି । ପୁଣି କେତେ ଅତ୍ୟାଚାରୀ ରାଜାଙ୍କର ଜୀବନାବସାନ ଘଟିଛି । ସଭ୍ୟତାର କ୍ରମବିବର୍ତ୍ତନ ଧାରା ଭଳି ଶାସନ ପଦ୍ଧତି ଏହି କାରଣରୁ ବହୁ ପରିବର୍ତ୍ତିତ ରୂପରେଖ ମଧ୍ୟ ଦେଇ ଗତିକରି ଆସିଛି । ଆଧୁନିକ ରାଜନୀତି-ଜଗତରେ ଯେଉଁ ଶାସନ ପଦ୍ଧତିଟି ସର୍ବାଦୃତ ଏବଂ ବହୁବାଞ୍ଚିତ, ତାହା ହେଉଛି ‘ଗଣତନ୍ତ୍ର ଶାସନ ପଦ୍ଧତି । ଏକ ସମୟରେ ଆବ୍ରାହାମ୍ ଲିଙ୍କନ୍ତି ଏହାର ପରିଭାଷା ଦେବାକୁଯାଇ କହିଥିଲେ, "Democracy is a sort of government, which is of the people, by the people and for the people," ଅର୍ଥାତ୍ ଗଣତନ୍ତ୍ର ଶାସନ ହେଉଛି ଲୋକମାନଙ୍କର ଶାସନ, ଲୋକମାନଙ୍କ ପାଇଁ ଶାସନ, ଲୋକମାନଙ୍କ ଦ୍ଵାରା ଶାସନ ।
ଗଣତନ୍ତ୍ର ଶାସନର ପ୍ରାଚୀନତା : ଅଷ୍ଟାଦଶ ଶତାବ୍ଦୀର ଅନ୍ତିମ ଭାଗରେ ଏହି ଜନପ୍ରିୟ ଶାସନ ପଦ୍ଧତିର ପ୍ରଥମ ପ୍ରବର୍ଭନ ପାଶ୍ଚାତ୍ୟ ଜଗତରେ ୟୁନାନ ରାଜ୍ୟରେ ହିଁ ହୋଇଥିଲା । ରାଜା ଶାସନମୁଖ୍ୟ ଭାବରେ ଅଧୁଷ୍ଠିତ ହୋଇଥିଲେ ମଧ୍ୟ ଦେଶର ତତ୍କାଳୀନ ଗୁରୁତ୍ବପୂର୍ଣ୍ଣ ଜଟିଳ ସମସ୍ୟାଗୁଡ଼ିକର ସରଳ ସମାଧାନ ନିମନ୍ତେ ରାଜ୍ୟ ମଧ୍ୟରୁ ଶିକ୍ଷିତ ବ୍ୟକ୍ତିମାନଙ୍କୁ ଆହ୍ବାନ କରାଯାଉଥିଲା । କ୍ରମଶଃ ଫ୍ରାନ୍ସ ଓ ସେନ ଇତ୍ୟାଦି ରାଷ୍ଟ୍ରରେ ରାଜତନ୍ତ୍ରର ବିଲୋପ ଘଟିବା ପରେ ଗଣତାନ୍ତ୍ରିକ ଶାସନ ପ୍ରତି ବିଶ୍ଵର ବହୁ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ବହୁ ପ୍ରଧାନ ପ୍ରଧାନ ରାଷ୍ଟ୍ରମାନଙ୍କ ଦ୍ଵାରା ଏହା ଅନୁସୃତ ହୋଇଛି ।
ଗଣତନ୍ତ୍ର ଶାସନ ପଦ୍ଧତି କଅଣ : ମନୁଷ୍ୟର ଜନ୍ମଗତ ମୌଳିକ ଅଧୁକାରକୁ ସମାଜରେ ପ୍ରତିଷ୍ଠିତ କରି ଏବଂ ପ୍ରତ୍ୟେକ ବ୍ୟକ୍ତିକୁ ସ୍ୱାଧୀନ ଭାବରେ ମତ ବ୍ୟକ୍ତ କରିବାର ପୂର୍ଣ୍ଣ ସୁଯୋଗ ଦେଇ, ତା’ର ସ୍ଵାଧୀନ ଚିନ୍ତାଧାରାକୁ ବିକାଶୋନ୍ମଖୀ କରାଇବା ହେଉଛି ଗଣତନ୍ତ୍ରର ପ୍ରଧାନ ଉଦ୍ଦେଶ୍ୟ । ଅତଏବ, ବ୍ୟକ୍ତି ସ୍ୱତନ୍ତ୍ର ହିଁ ଗଣତାନ୍ତ୍ରିକ ଶାସନ ପଦ୍ଧତିର ଭିତ୍ତିଭୂମି । ଏଥିରେ ଧନୀ, ଦରିଦ୍ର, ଶିକ୍ଷିତ, ଅଶିକ୍ଷିତ, ସଂଖ୍ୟାନ୍ୟୁନ ତଥା ସଂଖ୍ୟା ଗରିଷ୍ଠ ସବୁ ଶ୍ରେଣୀର ଲୋକଙ୍କର ସାମାଜିକ ଓ ରାଜନୈତିକ ଅଧୁକାର ସମାନ । ଜନତାର ସିଦ୍ଧାନ୍ତ ହେଉଛି ସର୍ବଶେଷ ଏବଂ ସର୍ବଶ୍ରେଷ୍ଠ ସିଦ୍ଧାନ୍ତ ।
ଗଣତନ୍ତ୍ରର ସଫଳତାର ଉପାଦାନ : ବିଶ୍ଵର ରାଜନୈତିକ ଅଭିଜ୍ଞତାରୁ ଏହା ସୁସ୍ପଷ୍ଟ ଯେ, ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିବା ଅପେକ୍ଷା ଏହାକୁ ସଫଳତାର ସହିତ ପରିଚାଳିତ କରିବା ହେଉଛି ଅଧୁକ କଷ୍ଟକର ବ୍ୟାପାର । ଦେଶର ସଂଖ୍ୟାଧିକ ଜନସାଧାରଣ ଏହି ଶାସନର ମହତ୍ତ୍ବକୁ ହୃଦୟଙ୍ଗମ କରି ସ୍ଵୟଂ ପ୍ରସ୍ତୁତ ନ ହେଲେ ଏହି ଶାସନ ସଫଳ ହୋଇପାରେ ନାହିଁ । ଗଣତାନ୍ତ୍ରିକ ଭିତ୍ତି ଉପରେ ଏକ ଜନକଲ୍ୟାଣକର ରାଷ୍ଟ୍ର ନିର୍ମାଣର ପରିକଳ୍ପନା ଅବଶ୍ୟ ଏକ କଷ୍ଟକର ବ୍ୟାପାର । କାରଣ (୧) ସବୁ ଯୁଗରେ ଏବଂ ସବୁ ଦେଶରେ ସମାଜର ପ୍ରଭାବଶାଳୀ ବ୍ୟକ୍ତିମାନେ ସମୂହ ସ୍ବାର୍ଥକୁ ସଂହାର କରି ଆପଣାକୁ ପ୍ରତିଷ୍ଠିତ କରିବାକୁ ଚାହାନ୍ତି । ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବନ ଓ ନିରକ୍ଷର ଜନସାଧାରଣଙ୍କୁ ସୁଚତୁର, ପ୍ରଭାବଶାଳୀ ଓ ଧନବାନ ବ୍ୟକ୍ତିମାନେ ଅଛାୟାସରେ ଛଳନା ଏବଂ ପ୍ରଲୋଭନ ଦ୍ଵାରା ପ୍ରଭାବିତ କରି ରାଜନୈତିକ ସୁବିଧା ହାସଲ କରିବା ବିଚିତ୍ର ନୁହେଁ, ତେଣୁ ଗଣତନ୍ତ୍ରର ସଫଳ ବିକାଶ ନିମନ୍ତେ ଶିକ୍ଷାର ବ୍ୟାପକ ପ୍ରସାର ସର୍ବାଦୌ ବାଞ୍ଚନୀୟ ।(୨) ଯେଉଁଠାରେ ସଂଖ୍ୟାଗରିଷ୍ଠ ଜନସାଧାରଣ କର୍ମକୁଣ୍ଡ, କର୍ତ୍ତବ୍ୟବିମୁଖ ଏବଂ ସ୍ଵଇଚ୍ଛାରେ ରାଷ୍ଟ୍ର ନିର୍ମାଣର କଠିନତମ ଦାୟିତ୍ବକୁ ବହନ କରିବାକୁ ଅକ୍ଷମ ଏବଂ ଅପର ପକ୍ଷରେ ନିଜ ନିଜର ସଂକୀର୍ଣ୍ଣ ସ୍ଵାର୍ଥଚିନ୍ତା ମଧ୍ୟରେ ଆବଦ୍ଧ, ସେଠାରେ ଗଣତନ୍ତ୍ରର ସଫଳତା ଏକ ଅଳୀକ ସ୍ଵପ୍ନ ମାତ୍ର । ଏପରି ସ୍ଥଳେ କଲ୍ୟାଣ ପରିବର୍ତ୍ତେ ଦେଶରେ ପ୍ରଭୂତ ଅକଲ୍ୟାଣ ସାଧୂତ ହୋଇ ଗଣତନ୍ତ୍ର ଆପଣାର ବିନାଶ ପଥ ଅବୈଷଣ କରେ । ଗଣତନ୍ତ୍ର ଶାସନର ସଫଳତା ନିମନ୍ତେ ଦେଶରେ ଅତି କମ୍ରେ ଦୁଇଟି ପ୍ରଗତିଶୀଳ ସୁସଂଗଠିତ, ସୁସ୍ତ ରାଜନୈତିକ ଦଳ ଆବଶ୍ୟକ । ପରସ୍ପର ପ୍ରତିଯୋଗୀ ଦୁଇଦଳ ନିର୍ବାଚନରେ ସେମାନଙ୍କର ନୀତିଗତ ବୈଶିଷ୍ଟାଦ୍ଵାରା ଜନସାଧାରଣଙ୍କୁ ଆକୃଷ୍ଟ କରି ସଂଖ୍ୟାଗରିଷ୍ଠତା ବଳରେ ଶାସନଦଣ୍ଡ ହସ୍ତଗତ କରିବାକୁ ଚେଷ୍ଟା କରିବେ ଏବଂ ପରିଶେଷରେ ଯେଉଁ ଦଳ ଏହି ଯୁଦ୍ଧରେ ପରାଜିତ ହେବା ସେ ବିଧାନସଭାରେ ବିରୋଧୀଦଳ ଭୂମିକାରେ ଅବତୀର୍ଣ୍ଣ ହୋଇ ଶାସକ ଦଳର ସ୍ୱେଚ୍ଛାଚାରକୁ ନିୟନ୍ତ୍ରଣ କରିବ । ଫଳତଃ ଦଳୀୟ ଏକଛତ୍ରବାଦରୁ ଦେଶକୁ ରକ୍ଷା କରାଯିବା ସଙ୍ଗେ ସଙ୍ଗେ ଜନତାର କଲ୍ୟାଣ ସାଧନ କରିବା ସହଜ ହେବ । (୩) ଗଣତନ୍ତ୍ର ଶାସନର ସଫଳତା ପାଇଁ ଆହୁରି ଗୋଟିଏ ସର୍ଭର ଅବତାରଣା କରାଯାଇପାରେ, ତାହା ହେଉଛି ଦେଶରେ ପର୍ଯ୍ୟାପ୍ତ ସଂଖ୍ୟାରେ ସମ୍ବାଦପତ୍ରର ପ୍ରଚାର ଓ ପ୍ରସାର । ସଭ୍ୟରାଷ୍ଟ୍ରମାନଙ୍କରେ ସମ୍ବାଦପତ୍ର ହିଁ ଜନମତ ଗଠନ ଏବଂ ନିୟନ୍ତ୍ରଣର ସର୍ବଶ୍ରେଷ୍ଠ ନିୟାମକ । ଶାସକ ଏବଂ ଶାସିତ ଉଭୟଙ୍କ ମଧ୍ୟରେ ଏକ ମଧୁର ସମ୍ପର୍କ ସ୍ଥାପନ କରିବା ଦିଗରେ ଏହା ଗୋଟିଏ ଅଦ୍ୱିତୀୟ ମାଧ୍ୟମ । (୪) ପୁନଶ୍ଚ ରାଷ୍ଟ୍ରର ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାରକଲେ, ଗଣତନ୍ତ୍ରର ସୁଦୃଢ଼ ଭିଭି ନିର୍ମାଣ ନିମନ୍ତେ ଜନସାଧାରଣଙ୍କ ଆର୍ଥିକ ମାନଦଣ୍ଡ ଏକ ମଧ୍ୟମ ସ୍ତରରେ ଅବସ୍ଥାପିତ ହୋଇଥିବା ଆବଶ୍ୟକ । ଅନ୍ୟଥା ଗଣତନ୍ତ୍ର ପୁଞ୍ଜିବାଦର ଶିକାର ହୋଇ ସଙ୍କଟର ସମ୍ମୁଖୀନ ହେବ କିମ୍ବା ସାଧାରଣ ଆର୍ଥିକ ମାନଦଣ୍ଡର ଅତ୍ୟଧିକ ନିମ୍ନତା ବଶତଃ ତାହା ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କର ପ୍ରଲୋଭନରେ ଆପଣାର ଅସ୍ତିତ୍ୱକୁ ବିଲୋପ କରିଦେବ । (୫) ପରିଶେଷରେ ଲୋକ ଚରିତ୍ରର ସାଧୁତା ଗଣତନ୍ତ୍ରର ସଫଳ ବିକାଶ ନିମନ୍ତେ ଅପରିହାର୍ଯ୍ୟ ଆବଶ୍ୟକତା । ସଂଖ୍ୟାଗରିଷ୍ଠ ଜନମତ ପ୍ରତି ସମର୍ଥନ ଜଣାଇ ତାକୁ ସମ୍ମାନିତ କରିବା ହେଉଛି ସଂଖ୍ୟାଲଘୁମାନଙ୍କର କର୍ତ୍ତବ୍ୟ । ଗଣତାନ୍ତ୍ରିକ ରାଷ୍ଟ୍ରରେ ଯେତେବେଳେ ଏକାଧୁକ ରାଜନୈତିକ ଦଳର ଆବଶ୍ୟକତାକୁ ସ୍ବୀକାର କରାଯାଇଛି, ସେତେବେଳେ ନୀତିଗତ ବିଭେଦ ପରିଦୃଷ୍ଟ ହେବା ସ୍ବାଭାବିକ । ପ୍ରତ୍ୟେକ ଦଳର ନୀତିନିୟମ ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ସଂଖ୍ୟାଗରିଷ୍ଠ ଦଳର ନୀତିକୁ ରାଷ୍ଟ୍ରୀୟନୀତି ରୂପେ ଗ୍ରହଣ କରାଯାଇଥାଏ । ତେଣୁ ସଂଖ୍ୟାଲଘୁ ମତବାଦୀମାନେ ସଂଖ୍ୟାଗରିଷ୍ଠ ଦଳର ଏହି କୃତିତ୍ବ ଏବଂ ସମ୍ମାନକୁ ସ୍ବୀକାର କରିବା ଆବଶ୍ୟକ ।
ଭାରତରେ ଗଣତନ୍ତ୍ରର ସଫଳତା : ଶତାବ୍ଦୀ ବ୍ୟାପୀ ପରାଧୀନତା ଶେଷରେ ଭାରତ ସ୍ବାଧୀନତା ଲାଭ କରିଛି । ବିଶ୍ୱର ଅନ୍ୟ ସମସ୍ତ ପ୍ରଗତିଶୀଳ ରାଷ୍ଟ୍ରମାନଙ୍କ ସହିତ ସମତାଳରେ ଗତି କରିବା ନିମନ୍ତେ ଆମେ ସଂକଳ୍ପ କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରିନାହିଁ । ବାପୁଜୀଙ୍କର କଚ୍ଛିତ ରାମ ରାଜ୍ୟର ବାସ୍ତବ ରୂପ ଆଜି ସୁଦୂରପରାହତ । ଅଶିକ୍ଷା ଓ ଅଜ୍ଞତାବଶତଃ ସଂଖ୍ୟାଧୁକ ନରନାରୀ ଏହି ସ୍ଵାଧୀନତା ତଥା ଗଣତନ୍ତ୍ରର ମୂଲ୍ୟକୁ ହୃଦୟଙ୍ଗମ କରିବାକୁ ଅକ୍ଷମ । ସମାଜର ପ୍ରତ୍ୟେକ ସ୍ତରରେ ଲାଞ୍ଚ, ମିଛ, ଦୁର୍ନୀତିର ପ୍ରାବଲ୍ୟ ଦିନକୁ ଦିନ ବୃଦ୍ଧି ପାଇ ଆମର ଜାତୀୟ ଜୀବନକୁ ଏକ ପ୍ରକାର ପଙ୍ଗୁ କରିଦେଇଛି । ଆଜି ଶିକ୍ଷିତ, ଅଶିକ୍ଷିତ ପ୍ରତ୍ୟେକ ଭାରତୀୟ ନାଗରିକ ନିଜର ସଂକୀର୍ଣ୍ଣ ସ୍ଵାର୍ଥସାଧନ ଉଦ୍ଦେଶ୍ୟରେ ଯେଭଳି ବ୍ୟାକୁଳ ହୋଇପଡ଼ିଛନ୍ତି, ତାହାକୁ ଲକ୍ଷ୍ୟକଲେ ମନେହୁଏ ସତେ ଯେପରି ଏହି ସୁମହାନ ରାଷ୍ଟ୍ରର ସ୍ଵାଧୀନତା ଏବଂ ଗଣତନ୍ତ୍ର ଏକ ଅସହାୟ ଓ ଅନାଥ ଶିଶୁ । ଆମେ ଯେ ଆମ ନିଜକୁ ସ୍ବାଧୀନଭାବରେ ଶାସନ କରିବାକୁ ଅଯୋଗ୍ୟ ତାହା ନିଜେ ନିଜେ ପ୍ରମାଣ କରିଦେଉଛୁ । ସ୍ଵାଧୀନତା ପ୍ରାପ୍ତି ପରେ ଦେଶର ଭିନ୍ନ ମତାଶ୍ରିତ ସଂଖ୍ୟାଧୁକ ରାଜନୈତିକ ଦଳ ଆପଣାର ସ୍ଵାର୍ଥ ସାଧନ ଉଦ୍ଦେଶ୍ୟରେ ଯେପରି ପରସ୍ପର ଉତ୍କଟ ପ୍ରତିଦ୍ବନ୍ଦିତା ଚଳାଇଛନ୍ତି ତାହା ଆମର ଜାତୀୟ ଶକ୍ତିକୁ ଦୁର୍ବଳ କରି ଦେଇଛି । ଧନୀ, ପୁଞ୍ଜିପତି ଏବଂ ସମାଜର ପ୍ରଭାବଶାଳୀ ଚତୁର ବ୍ୟକ୍ତିମାନେ ନିରୀହ, ନିରକ୍ଷର ଜନସାଧାରଣଙ୍କୁ ବହୁ ଭାବରେ ପ୍ରଲୋଭିତ କରି ରାଜନୈତିକ ସୁବିଧା ହାସଲ କରିବାରେ ଅଧୁକ ଯବାନ । ସବୁଠାରୁ ଦୁଃଖର କଥା, ନିର୍ବାଚିତ ଲୋକ ପ୍ରତିନିଧୁମାନେ ହେଉଛନ୍ତି ସବୁଠାରୁ ଅଧୁକ ଦୁର୍ନୀତିଗ୍ରସ୍ତ । ସେବା ନାମରେ ଦେଶକୁ ସେମାନେ ମୁଣ୍ଡନ କରି ଆପେ କୋଟିପତି ହୋଇଯାଉଛନ୍ତି । ଏହା ହିଁ ହୋଇଛି ଆଜି ଏସିଆ ମହାଦେଶର ଏକ ପ୍ରଧାନ ରାଷ୍ଟ୍ର ଭାରତ ଭୂମିରେ ଗଣତନ୍ତ୍ରର ଅବସ୍ଥା । ତଥାପି ଏହି ଗଣତନ୍ତ୍ର-ସୌଧର ଭିଭିଭୂମି ଗତ ଅର୍ଦ୍ଧ ଶତାବ୍ଦୀ ମଧ୍ୟରେ ଯଥେଷ୍ଟ ସୁଦୃଢ଼ ହୋଇଛି । ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ଚେତନଶୀଳ ଜନତାର ଆଗ୍ରହ ଐକ୍ୟ ଏବଂ ଆଗ୍ରହ ୧୯୬୨ ରେ କମ୍ୟୁନିଷ୍ଟ ଚୀର ଆକ୍ରମଣ ତଥା ବିଭିନ୍ନ ସମୟରେ ଭାରତ ପାକିସ୍ତାନ ଯୁଦ୍ଧ କାଳରେ ପ୍ରମାଣିତ ହୋଇଯାଇଛି । ଆମର ଶକ୍ତି, ସାମର୍ଥ୍ୟ ଓ ସଂହତିର ଅଧ୍ବକ ପ୍ରମାଣ ମିଳିଛି ବଙ୍ଗଳାଦେଶର ମୁକ୍ତି ସଂଗ୍ରାମବେଳେ ଓ ୧୯୯୯ ମସିହାରେ ପାକିସ୍ତାନ ସହିତ କାରଗିଲ ଲଢ଼େଇ ସମୟରେ ।
ଗଣତନ୍ତ୍ରର ଦୋଷ ତ୍ରୁଟି : ଗଣତାନ୍ତ୍ରିକ ଶାସନ ପଦ୍ଧତିର ଯେତେ ପ୍ରଶଂସା କରାଗଲେ ମଧ୍ୟ ତାହା କେବେହେଲେ ତୁଟିଯୁକ୍ତ ନୁହେଁ । ଶାସନର ରାୟ ଜନମତ ଦ୍ଵାରା ନିୟନ୍ତ୍ରିତ ହେଉଥିବାରୁ ତାହା ଅସ୍ଥିର ଏବଂ ଅନିଶ୍ଚିତ । ଏକଛତ୍ରବାଦ ଶାସନ ସଦୃଶ କୌଣସି ସମସ୍ୟାର ନିଷଭି, ନିର୍ଦ୍ଦେଶ ବା ବିଚାର ସିଦ୍ଧାନ୍ତ ଇତ୍ୟାଦି ଜଣେ ବ୍ୟକ୍ତିଠାରେ କେନ୍ଦ୍ରୀଭୂତ ନ ହୋଇ ତାହା ଏକ ସଂସ୍ଥା ହାତରେ ନ୍ୟସ୍ତ । ଫଳତଃ ଶାସନ କ୍ଷେତ୍ରରେ କାର୍ଯ୍ୟ ମନ୍ଥରତା ସହିତ ଜରୁରୀ ବ୍ୟାପାରରେ ନିଷ୍ପତ୍ତି ନେବା ବିଳମ୍ବିତ ହୁଏ । ଆହୁର ମଧ୍ୟ ନାଗରିକତାର ଦ୍ବାହି ଦେଇ ଦେଶର ଧନୀ, ଦରିଦ୍ର, ଶିକ୍ଷିତ, ଅଶିକ୍ଷିତ, ମୂର୍ଖ, ଜ୍ଞାନୀ, ସବୁ ଶ୍ରେଣୀର ଲୋକଙ୍କୁ ସମପର୍ଯ୍ୟାୟଭୁକ୍ତ କରାଯିବା ଏକ ଉଚିତ ବିଚାର ନୁହେଁ । ଫଳରେ ବହୁ ଅଯୋଗ୍ୟ ଓ ଅବାଞ୍ଚିତ ବ୍ୟକ୍ତି ଶାସନକଳ ମଧ୍ୟରେ ପ୍ରବେଶ କରିପାରୁଛନ୍ତି । ଏବେ ଅଧିକରୁ ଅଧିକ ଅପରାଧୀମାନେ ଆପଣାର ନାଗରିକ ଅଧୁକାର ବଳରେ ନିର୍ବାଚନରେ ଜିତି ଶାସନ କଳରେ ପ୍ରବେଶ କରୁଥିବାରୁ ଦେଶରେ ଏକ ଉଦବେଗକର ଅବସ୍ଥା ସୃଷ୍ଟି ହୋଇଛି । ନୀତି, ନୈତିକତା ଓ ମୂଲ୍ୟବୋଧ ପ୍ରତି ସେମାନଙ୍କର ତିଳାଦ୍ଧ ଭୃକ୍ଷେପ ରହୁନାହିଁ । ଫଳରେ ଶାସନକଳ ଦୂଷିତ ଓ ଦୁର୍ନୀତିଗ୍ରସ୍ତ ହୋଇପଡ଼ିଛି ।
ଉପସଂହାର : ତଥାପି ଗଣତନ୍ତ୍ର ଶାସନର ମହତ୍ତ୍ବ ସମ୍ମୁଖରେ ଏହି ଦୋଷ ତ୍ରୁଟିଗୁଡ଼ିକ ଅତ୍ୟନ୍ତ ଅପ୍ରଧାନ ଓ ନଗଣ୍ୟ ବୋଲି ରାଜନୀତି ବିଜ୍ଞାନୀମାନେ ମତ ଦିଅନ୍ତି । ସେମାନଙ୍କ ମତରେ (୧) ‘ଗଣତନ୍ତ୍ର’ ଏକ ପ୍ରତିନିଧୂମୂଳକ ଶାସନ ହୋଇଥିବାରୁ ଗଣଦେବତାର ତୁଷ୍ଟି ନିମନ୍ତେ ଶାସନବର୍ଗ ସଦା ସଚେତନ ଏବଂ କ୍ରୀୟାଶୀଳ । (୨) ବ୍ୟକ୍ତି ସ୍ୱତନ୍ଧ୍ୟାକୁ ପ୍ରତିଷ୍ଠା କରି ଓ ସମାଜରୁ ଯଥାସମ୍ଭବ ଅସାମ୍ୟ ଓ ବିଭେଦକୁ ଦୂରକରି ଏକ ସୁସ୍ଥ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନ ଦିଗରେ ଗଣତନ୍ତ୍ର ହେଉଛି ସର୍ବଶ୍ରେଷ୍ଠ ମାଧ୍ୟମ । (୩) ପ୍ରତିନିଧମୂଳକ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଉଭୟ ଭାବରେ ଶାସନରେ ଅଂଶ ଗ୍ରହଣ କରୁଥିବାରୁ ସେମାନଙ୍କ ରାଜନୈତିକ ଜ୍ଞାନର ଯଥେଷ୍ଟ ଅଭିବୃଦ୍ଧି ହୁଏ । (୪) ଶେଷତଃ ରାଷ୍ଟ୍ରବିଘ୍ନବ, ଷଡ଼ଯନ୍ତ୍ର ଏବଂ ହତ୍ୟାକାଣ୍ଡ ଭଳି ମାରାତ୍ମକ ସମ୍ଭାବନାକୁ ଦୂରକରି ଗଣତନ୍ତ୍ର ଶାସନ ଜନସାଧାରଣଙ୍କୁ ଜାତୀୟ ମହାଭାବନାରେ ଉଦ୍ବୁଦ୍ଧ କରେ ।
COMMENTS