Essay on Voting System in India in Odia Language : In this article " ଆମ ଦେଶର ଭୋଟ ରଚନା ", " Am desar nirbachan prakriya odia r...
Essay on Voting System in India in Odia Language: In this article "ଆମ ଦେଶର ଭୋଟ ରଚନା", "Am desar nirbachan prakriya odia rachna for students of class 5, 6, 7, 8, 9, and 10.
Odia Essay on "Voting System in India", "ଆମ ଦେଶର ଭୋଟ ରଚନା" for Students
ଉପକ୍ରମ : ଗୋଷ୍ଠୀ ଜୀବନର ମାଧୁରୀ ତଥା ସେଥିପ୍ରତି ମନୁଷ୍ୟ ଶିଶୁର ଯେଉଁ ଅଖଣ୍ଡ ଅନୁରକ୍ତ, ତାହା ପ୍ରତି କାଳରେ ଏବଂ ପ୍ରତି ଯୁଗରେ ମନୁଷ୍ୟକୁ ଦାସତ୍ୱ ଏବଂ ପରବଶତାର ଶୃଙ୍ଖଳରେ ଆବଦ୍ଧ କରିଛି । ସେହି କାରଣରୁ ମନୁଷ୍ୟ ମନୁଷ୍ୟ ଉପରେ ବହୁ ଅତ୍ୟାଚାର କରିଛି । ଆପଣାର ଶକ୍ତି, ବିଜ୍ଞତା ତଥା ଚତୁରତା ବଳରେ ଅପର ଉପରେ ନିର୍ମମ କଷାଘାତ କରିଛି, ତଥାପି ଆମେ ଆମର ସାମାଜିକତାକୁ ପରିତ୍ୟାଗ କରି ପାରିନାହିଁ । ବହୁ ବିବର୍ଭନ ମଧ୍ୟ ଦେଇ ଲୋକଶାସନ ବା ଗଣତନ୍ତ୍ର ଶାସନର ବିକାଶ ଘଟିଛି ଏବଂ ଏହା ଆଧୁନିକ କାଳରେ ସର୍ବଶ୍ରେଷ୍ଠ ଶାସନ ପଦ୍ଧତି ରୂପେ ବିବେଚିତ ହୋଇଛି । ଏହି ଗଣତନ୍ତ୍ର ଶ୍ରୀସନର । ପ୍ରଧାନ ନିୟାମକ ହେଉଛି ନିର୍ବାଚନ ବା ଭୋଟ୍ ।
ନିର୍ବାଚନ ପ୍ରଣାଳୀ : ଗଣତାନ୍ତ୍ରିକ ଶାସନ ପଦ୍ଧତି ହେଉଛି ଏକ ପ୍ରତିନିଧମୂଳକ ଶାସନ ବ୍ୟବସ୍ଥା । ଲୋକସଂଖ୍ୟା ଅନୁଯାୟୀ କେତୋଟି ପୃଥକ୍ ଅଞ୍ଚଳରେ ବିଭକ୍ତ ସମଗ୍ର ରାଜ୍ୟର ରାଜ୍ୟ ବିଧାନସଭା ଓ ଲୋକସଭା( ପାର୍ଲାମେଣ୍ଟ) ନିମନ୍ତେ ଜଣେ ଲେଖାଏଁ ପ୍ରାର୍ଥୀ ନିର୍ବାଚିତ ହୋଇ ଆସନ୍ତି । ସେହି ପ୍ରାର୍ଥୀମାନେ ହିଁ ଦେଶର ନୀତି ନିୟମ ଆଇନ ପ୍ରଣୟନ କରି ରାଷ୍ଟ୍ରର ଶାସନକୁ ନିୟନ୍ତ୍ରିତ କରନ୍ତି । ସେହିମାନଙ୍କ ମଧ୍ୟରୁ ଦଳର ସଂଖ୍ୟାଗରିଷ୍ଠତା ଭିଭିରେ କେତେଜଣ ମନ୍ତ୍ରୀସଭା ଗଠନ କରନ୍ତି । ରାଜତନ୍ତ୍ର ଶାସନ ଭଳି ଏହି ଶାସନ ଓ ଦକ୍ଷତା ପାରମ୍ପରିକ ଓ ବଂଶଗତ ନୁହେଁ । ପ୍ରାର୍ଥୀଙ୍କର ନିଷ୍ଠା, ସାଧୁତା ଓ ସେବାଭାବ, କର୍ମଦକ୍ଷତା ଓ ଲୋକପ୍ରିୟତା ହେଉଛି ଏହି ପଦବୀ ପାଇଁ ଯୋଗ୍ୟତା । ପ୍ରତିନିଧ ନିର୍ବାଚନରେ ଏହି ଅଧୁକାର ପ୍ରତ୍ୟେକ ବ୍ୟକ୍ତି ନିମନ୍ତେ ଏକ ବହୁମୂଲ୍ୟ ଅବଦାନ ।
ରାଜନୈତିକ ଅକାର ବଳରେ ପ୍ରାପ୍ତ ଏହି ଭୋଟଦାନ କ୍ଷମତାର ଯଥାଯଥ ଉପଯୋଗ ହେଉଛି ଆମ୍ଭମାନଙ୍କର ପ୍ରଧାନ କର୍ତ୍ତବ୍ୟ । ଜନସଂଖ୍ୟା ବିଚାରରେ ପୃଥିବୀର ଦ୍ବିତୀୟ ବୃହତ୍ତମ ରାଷ୍ଟ୍ର ଭାରତବର୍ଷର ଭୋଟ ଅଧୁକାର ପ୍ରାପ୍ତ କୋଟି କୋଟି ନରନାରୀ ସେମାନଙ୍କର ଏହି କଠିନ ଓ ଗୁରୁତ୍ବପୂର୍ଣ୍ଣ ଅଧୁକାରକୁ ହୃଦୟଙ୍ଗମ କରି ତା’ର ଯଥାର୍ଥ ଉପଯୋଗ ନ କଲେ, ଦିନେ ସମଗ୍ର ଦେଶରେ ବିପର୍ଯ୍ୟୟ ଘଟିବ । ପ୍ରାର୍ଥୀ ବିଚାରବେଳେ ଦୁଇଟି ଦିଗ ପ୍ରତି ସତର୍କ ରହିବା ଉଚିତ୍ । ପ୍ରଥମତଃ ପ୍ରାର୍ଥୀଙ୍କର ଯୋଗ୍ୟତା ବା ଦକ୍ଷତା । ଦ୍ବିତୀୟତଃ ସମର୍ଥିତ ରାଜନୈତିକ ଦଳର ନୀତି ନିୟମ, ଶକ୍ତି ଓ ଶୃଙ୍ଖଳା ଇତ୍ୟାଦି । ନିଜର ବିଚାରାବୋଧ ବଳରେ ଉପରୋକ୍ତ ଦୃଷ୍ଟିରେ ପ୍ରାର୍ଥୀ ନିର୍ବାଚନ କରିବା ବିଧେୟ ।
ପ୍ରାର୍ଥୀଙ୍କ ଯୋଗ୍ୟତା ବିଚାର : ବ୍ୟକ୍ତି ସ୍ୱାର୍ଥ, ସଂକୀର୍ଣ ମୋହ, ବନ୍ଧୁତ୍ବ ଇତ୍ୟାଦିର ବିଚାର ମଧ୍ୟରେ ଆପଣାର ଚିନ୍ତାଧାରାକୁ ଆବଦ୍ଧ କରି ନିର୍ବାଚନ ସମୟରେ ଅଯୋଗ୍ୟ ଓ ଅନୁପଯୁକ୍ତ ପ୍ରାର୍ଥୀଙ୍କ ଉପରେ କଲ୍ୟାଣ ବର୍ଷଣ କରିବା ନାଗରିକର ନୈତିକତା ବିରୋଧୀ । କୌଣସି ସାମୟିକ ସ୍ଵାର୍ଥ ହାସଲ ଓ ମିଥ୍ୟା ପ୍ରତିଶ୍ରୁତିରେ ପ୍ରଲୁବ୍ଧ ହେବା ମଧ୍ୟ ରାଜନୈତିକ କ୍ଷେତ୍ରର ଏକ ଗୁରୁତର ଅପରାଧ । ଆତ୍ମୀୟ, କୁଟୁମ୍ବ, ବନ୍ଧୁବାନ୍ଧବ, ଶିକ୍ଷକ, ପୁରୋହିତ, ଡାକ୍ତର ଇତ୍ୟାଦି ନାନା ସାମାଜିକ ଓ ବ୍ୟବସାୟିକ ସମ୍ପର୍କମାନ ଦର୍ଶାଇ ପ୍ରାର୍ଥୀ ଜନସାଧାରଣଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି । ନିର୍ବାଚନ ପରେ ଜୟଯୁକ୍ତ ହେଲେ ଆଞ୍ଚଳିକ ସ୍ୱାର୍ଥ ସଂପୃକ୍ତ ରାସ୍ତାଘାଟ, ଗ୍ରାମ୍ୟ ପାଠାଗାର, କୂପ, ପୁଷ୍କରିଣୀ ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ବା ନୈତିକତାହୀନ ବ୍ୟକ୍ତିଙ୍କୁ ମଦ୍ୟ, ମାଂସ ଓ ଟଙ୍କାପଇସା ଦ୍ଵାରା ପ୍ରଲୋଭିତ କରି ପ୍ରାର୍ଥୀମାନେ ଲକ୍ଷ୍ୟ ହାସଲ କରିବାକୁ ଉଦ୍ୟମ କରନ୍ତି । ଏ ସମସ୍ତ ପ୍ରତି ଜାଗରୁକ ରହିଲେ ଉପଯୁକ୍ତ ପ୍ରାର୍ଥୀ ନିର୍ବାଚନରେ ତୁଟି ହେବନାହିଁ ।
ପ୍ରାର୍ଥୀଙ୍କର ଦେଶ ପାଇଁ ତ୍ୟାଗ, ସେବାଭାବ, ଲୋକପ୍ରିୟତା ତଥା ଅତୀତ ଓ ବର୍ତ୍ତମାନର କାର୍ଯ୍ୟାବଳୀକୁ ଅନୁଧ୍ୟାନ କରି ଯୋଗ୍ୟଯୋଗ୍ୟ ବିଚାର କରିବା ଆବଶ୍ୟକ । ଆମ୍ଭଙ୍କୁ ବିଚାର କରିବାକୁ ହେବ ପ୍ରାର୍ଥୀଙ୍କଠାରୁ ଦେଶ ବା ଜାତି ଅତୀତରେ କି ସ୍ଵାର୍ଥ ହାସଲ କରିଛି, ସେ ତାଙ୍କର ସାଧୁତା ସୁପ୍ରତିଷ୍ଠିତ କି ନାହିଁ, ଶିକ୍ଷାଦୀକ୍ଷା ଓ ସଂସାରର ଅଭିଜ୍ଞତାରେ ସେ କେତେଦୂର ନିପୁଣ, ପୁଣି ଦେଶର ଜଟିଳ ସମସ୍ୟାଗୁଡ଼ିକ ସମାଧାନ କରିବାରେ ସେ କେତେଦୂର ଦକ୍ଷ ।
ଦଳର ଯୋଗ୍ୟତା ବିଚାର : ଆଜିର ଦଳଗତ ରାଜନୈତିକ ଯୁଗରେ କେବଳ ପ୍ରାର୍ଥୀଙ୍କର ଦୋଷଗୁଣର ବିଚାର ଯଥେଷ୍ଟ ନୁହେଁ । ପ୍ରାର୍ଥୀଙ୍କର ସମର୍ଥିତ ଦଳର ନୀତି, ନିୟମ, କାର୍ଯ୍ୟ ଓ ଶୃଙ୍ଖଳା ପ୍ରତି ତୀକ୍ଷ୍ମଣ ଦୃଷ୍ଟି ରଖ୍ ଆପଣାର ବିଚାର ବିଶ୍ଳେଷଣ ନ କଲେ ଗୁରୁତର କ୍ଷତିର ସମ୍ଭାବନା ଅଛି । ଗଣତନ୍ତ୍ର ଯୁଗରେ ବ୍ୟକ୍ତି, ଦଳର ଅନ୍ତର୍ଭୁକ୍ତ ହୋଇ ରାଷ୍ଟ୍ର ଶାସନ କରେ । ତେଣୁ ବ୍ୟକ୍ତି ସହିତ ଦଳକୁ ମଧ୍ୟ ବିଚାରକୁ ନେବାକୁ ହେବ ।
ଭୋଟ ବ୍ୟବସ୍ଥାରେ ତ୍ରୁଟି : ଯେଉଁ ସ୍ଵପ୍ନ, କଳ୍ପନା ଓ ଆଦର୍ଶ ନେଇ ଭାରତରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇଥିଲା, ତାହା ଏକ ବ୍ୟର୍ଥ ପ୍ରୟାସରେ ପରିଣତ ହୋଇଛି । ସ୍ୱାଧୀନତା ପରେ ଭାରତୀୟ ରାଜନୀତି ହୋଇଛି ଏକ ପଙ୍କିଳ ପୁଷ୍କରିଣୀ । ରାଜନୀତିକ କର୍ମୀ ଓ ନେତାମାନଙ୍କୁ ଅସାଧୁତା, ଦୁର୍ନୀତି, ଭ୍ରଷ୍ଟାଚାର ଇତ୍ୟାଦି ଗ୍ରାସ କରିଛି । ଦୁର୍ନୀତିଗ୍ରସ୍ତ ଅସାଧୁ ଲୋକମାନେ ହିଁ ରାଜନୀତିର ଶୀର୍ଷ ସ୍ଥାନରେ ପହଞ୍ଚି ଶାସନ ଦଣ୍ଡକୁ କରଗତ କରି ନେଉଁଛନ୍ତି । ଗତ କେତେ ବର୍ଷ ମଧ୍ୟରେ ରାଜନୀତିକୁ ଅପରାଧୀମାନେ ହିଁ ନିୟନ୍ତ୍ରଣ କରୁଛନ୍ତି । ‘ଯୋର ଯାର ମୁଲକ ତା’ର’ ନୀତିରେ ସେମାନେ ବାହୁବଳ ବିସ୍ତାର କରି, ଭୋଟ କେନ୍ଦ୍ରକୁ ଜବରଦଖଲ କରି ନିର୍ବାଚନରେ ଜୟଯୁକ୍ତ ହେଉଛନ୍ତି । ରାଜନୀତିରେ କ୍ରମେ ଅଧିକରୁ ଅଧୁକ ଚୋର, ଡାକୁ, ଖୁନୀ ପ୍ରବେଶ କରୁଥିବାରୁ ଏକ ଉଦ୍ବେଗକର ପରିସ୍ଥିତି ସୃଷ୍ଟି ହୋଇଛି ।
ଆଧୁନିକ କାଳର ରାଜନୀତିରେ ଜାତି, ଧର୍ମ ଓ ସଂପ୍ରଦାୟର ପ୍ରଭାବ କ୍ରମେ ବୃଦ୍ଧି ପାଉଥିବାରୁ ନିର୍ବାଚନ ସମୟରେ ନାନାଦି ପ୍ରକାର ବିଶୃଙ୍ଖଳା ସୃଷ୍ଟି ହେଉଛି ଏବଂ ହିଂସାକାଣ୍ଡ ଘଟି ଲୋକଙ୍କର ପ୍ରାଣହାନି ହେଉଛି । ଗୋଟିଏ ଗୋଟିଏ ନିର୍ବାଚନରେ ସରକାରଙ୍କର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି ଓ ନିର୍ବାଚିତ ହେବା ପରେ ନାନା ଅସାଧୁ ଉପାୟରେ ସମ୍ପଭି ଠୁଳ କରୁଛନ୍ତି ।
ଦଳ ବଦଳ ଓ ନୂତନ ଦଳ ସୃଷ୍ଟି ଭାରତୀୟ ରାଜନୀତିରେ ଏକ ସଂକଟ ସୃଷ୍ଟି କରିଛି । ଯେଉଁମାନେ ନାନା ଦୁର୍ନୀତି, ଅନୀତି ଏବଂ ଭ୍ରଷ୍ଟାଚାରରେ ଲିପ୍ତ ଥିବାର ପ୍ରମାଣିତ, ସେମାନେ ଏକ ଅସ୍ଥିରତା ସୃଷ୍ଟି କରୁଛି ଏବଂ ଦେଶରେ ରାଜନୈତିକ ସ୍ଥିରତା ଅଭାବରୁ ଜାତୀୟ ପ୍ରଗତି ମଧ୍ୟ ବ୍ୟାହତ ହେଉଛି । ଆହୁରି ମଧ୍ୟ ରାଜନୀତି କ୍ଷେତ୍ରରେ କେହି କର୍ମୀ ବୋଲାଇବାକୁ ପ୍ରସ୍ତୁତ ନୁହଁନ୍ତି । ସମସ୍ତେ ଚାହାନ୍ତି ଜଣେ ଜଣେ ନେତା ହେବାକୁ । ଆଜି ଆଞ୍ଚଳିକତା ସପକ୍ଷରେ ଯେଉଁ ତୀବ୍ର ସ୍ୱର ଶୁଣାଯାଉଛି, ତାହା ମୂଳରେ ରାଜନୈତିକ ଷଡଯନ୍ତ୍ର ଲୁକ୍କାୟିତ । ଏଥିପାଇଁ ନାଗରିକମାନେ ସତର୍କ ନ ରହିଲେ ଏବଂ ଛଦ୍ମବେଶୀ ଦେଶସେବକମାନଙ୍କର ଅସଲ ସ୍ୱରୂପ ପ୍ରତି ଅବହିତ ନ ରହିଲେ, ଭବିଷ୍ୟତରେ ଭୟଙ୍କର ଅବସ୍ଥା ସୃଷ୍ଟି ହେବ ।
ଶେଷକଥା : ସ୍ଵାଧୀନତାର ପରବର୍ତ୍ତୀ କାଳରେ ଆମ ଦେଶରେ ବହୁ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି ସତ; କିନ୍ତୁ ରାଜନୀତିକ କାରଣରୁ ସାମାଜିକ ଜୀବନ ଅଶାନ୍ତ ହୋଇପଡ଼ିଛି । ଦୃଷିତ ରାଜନୀତି ସମାଜର ସମସ୍ତ ସ୍ତରରେ ପ୍ରବେଶ କରି ବାତାବରଣକୁ କଳୁଷିତ କରି ପକାଇଛି । ରାଜନୀତି ହୋଇଛି ଭୋଟ ସର୍ବସ୍ । ନିର୍ବାଚିତ ପ୍ରତିନିଧୁମାନେ ଦେଶସେବା ନାମରେ କେବଳ ଆସେବା ହିଁ କରୁଛନ୍ତି । ସେଥପାଇଁ ରାଜନୀତି ଏକ ଘୃଣିତ ବ୍ୟାପାର ଭାବରେ ବିବେଚିତ ହେଉଛି । ଏବେ ନିର୍ବାଚନ ପ୍ରଣାଳୀରେ ସଂସ୍କାର କରିବା ପାଇଁ ଉଦ୍ୟମ କରାଯାଉଛି । ତା’ ହେଲେ ହୁଏତ କିଛି ପରିବର୍ତ୍ତନ ଘଟିପାରେ ।
COMMENTS