Essay on Students and Politics in Odia Language : In this article " ଛାତ୍ର ସମାଜ ଓ ରାଜନୀତି ଚର୍ଚ୍ଚା ରଚନା ", " ଲାଇବ୍ରେରୀର ଗୁରୁତ୍ୱ...
Essay on Students and Politics in Odia Language: In this article "ଛାତ୍ର ସମାଜ ଓ ରାଜନୀତି ଚର୍ଚ୍ଚା ରଚନା", "ଲାଇବ୍ରେରୀର ଗୁରୁତ୍ୱ ରଚନା", "Chhatra o rajniti rachna in odia essay for students of class 5, 6, 7, 8, 9, and 10.
Odia Essay on "Students and Politics", "ଛାତ୍ର ସମାଜ ଓ ରାଜନୀତି ଚର୍ଚ୍ଚା ରଚନା" for Students
ଉପକ୍ରମ : ଆଜିର ଚପଳ ଶିଶୁ କାଲି ନାଗରିକ ହୋଇ ଦେଶ ଓ ଜାତିର କର୍ଣ୍ଣଧାର ସାଜେ । ତାହାରି ସ୍ଵପ୍ନ ଏବଂ ସାଧନାକୁ ଭିତ୍ତି କରି ଗଢ଼ିଉଠେ ଏକ ନୂତନ ରାଷ୍ଟ୍ର । ତେଣୁ ଏହି ଗୁରୁଦାୟିତ୍ବକୁ ହୃଦୟଙ୍ଗମ କରି ଭବିଷ୍ୟତରେ ମହତ୍ଵପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାର ଶକ୍ତି ଛାତ୍ରଜୀବନରେ ହିଁ ସଂଗ୍ରହ କରିବାକୁ ହୁଏ । ଭାରତର ସ୍ବାଧୀନତା ପ୍ରାପ୍ତି ପରେ ଛାତ୍ରସମାଜର ଦାୟିତ୍ବ ବହୁ ଗୁଣରେ ବର୍ଦ୍ଧିତ ହୋଇଛି । ଏହି ସୁମହାନ ଦେଶର ଐତିହ୍ୟ ଏବଂ ପରମ୍ପରାକୁ ପୁନରୁଜୀବତ କରି ଭବିଷ୍ୟତରେ ତା’ର ସମ୍ମାନକୁ ବିଶ୍ଵଦରବାରରେ ଅମ୍ମାନ ଓ ଅକ୍ଷୟ କରି ରଖିବାର କଠିନତମ ଦାୟିତ୍ୱ ହେଉଛି ଏ ଦେଶର ଛାତ୍ରମାନଙ୍କର ।
ଛାତ୍ରଜୀବନର ମହତ୍ତ୍ବ : ଯେଉଁ ଦେଶ ବା ସମାଜରେ ଛାତ୍ରମାନଙ୍କର ଜୀବନ ଗଠନ ପଦ୍ଧତି ଯେତେ ଉକୃଷ୍ଟ, ନିୟମାନୁବର୍ତ୍ତା ଏବଂ ଛନ୍ଦୋବଦ୍ଧ ସେହି ଦେଶ ସେତେ ପ୍ରଗତିଶୀଳ । ପାଶ୍ଚାତ୍ୟ ଜଗତର ଛାତ୍ରମାନେ ସେମାନଙ୍କର ବିଶ୍ୱବିଦ୍ୟାଳୟ ଦ୍ବାରା ନିର୍ଦ୍ଧାରିତ ପାଠ୍ୟପୁସ୍ତକର ପରିଧ ମଧ୍ୟରେ ସୀମାବଦ୍ଧ ରହି ଆପଣାକୁ କୂପମଣ୍ଡୁକରେ ପରିଣତ କରିବାକୁ କେବେ ପ୍ରଶୟ ଦିଅନ୍ତି ନାହିଁ । ସମସ୍ୟାବହୁଳ ଜଗତର ବିଭିନ୍ନ ସଙ୍କଟ ଏବଂ ଦୁର୍ଯ୍ୟୋଗର ସମ୍ମୁଖୀନ ହୋଇ କିଭଳି ଭାବରେ ତାହାର ମୁକାବିଲା କରାଯାଇପାରେ, ଜୀବନର ଏହି ଶ୍ରେଷ୍ଠ ଶିକ୍ଷା ସେମାନେ ଲାଭ କରନ୍ତି । ଏହା ସତ୍ୟ ଯେ ପ୍ରତ୍ୟେକ ଛାତ୍ରକୁ ଭବିଷ୍ୟତରେ ଉତ୍କଟ ଜୀବନ ସଂଗ୍ରାମରେ ଅବତୀର୍ଣ୍ଣ ହୋଇ ସଂସାରର ରୂଢ଼ ବାସ୍ତବତାର ସମ୍ମୁଖୀନ ହେବାକୁ ପଡିବ । ନିଜର ବ୍ୟକ୍ତିଗତ ଜୀବନର ଦାୟିତ୍ଵ ଓ କର୍ତ୍ତବ୍ୟ ସହିତ ସାମାଜିକ ଓ ରାଷ୍ଟ୍ରୀୟ ଜୀବନର ଦାୟିତ୍ଵ ଓ କର୍ତ୍ତବ୍ୟ ଯଥାଯଥ ଭାବେ ତୁଲାଭୂବାର ଶିକ୍ଷା ଛାତ୍ରଜୀବନରେ ହିଁ ମିଳିଥାଏ ।
'ଛାତ୍ରାମ୍ୟ ଅଧ୍ୟୟନଂ ତପ’ -ଏହି ସାର୍ବଜନୀନ ଓ ସାର୍ବକାଳୀନ ସତ୍ୟ ପ୍ରତି ଆସ୍ଥା ସ୍ଥାପନ କରି ଛାତ୍ର ଜୀବନ ଗଠିତ ହେବା ଆବଶ୍ୟକ । ଆପଣାର ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରି, ଏକ ଶୃଙ୍ଖଳିତ ଏବଂ ସୁସଂଯତ ଉପାୟରେ ଯେଉଁ ବିଦ୍ୟାଭ୍ୟାସ କରାଯାଏ, ତାହା ଭାବି ଜୀବନରେ ସୁଖ ଏବଂ ସମୃଦ୍ଧିର କାରଣ ହୋଇ ରାଷ୍ଟ୍ର ଏବଂ ସମାଜର ପ୍ରକୃତ କଲ୍ୟାଣ ସାଧନ କରିଥାଏ । ଛାତ୍ରମାନଙ୍କଠାରେ ସମାଜସେବା, ଦେଶାତ୍ମବୋଧ, ପରୋପକାର ପ୍ରଭୃତି ସଚିନ୍ତା ଜାଗ୍ରତ ହେଲେ ସେଗୁଡ଼ିକ ବାସ୍ତବ ମନୁଷ୍ୟତ୍ବ ଅର୍ଜନ କରିବାରେ ସାହାଯ୍ୟ କରେ । ଛାତ୍ର ଜୀବନର ପ୍ରତିଟି ମୁହୁ ମୂଲ୍ୟବାନ । ପୃଥିବୀର ଯେ କୌଣସି ପାର୍ଥିବ ବସ୍ତୁ ଅପେକ୍ଷା ଏହା ଅଧିକ ମୂଲ୍ୟବାନ । ତେଣୁ ପ୍ରତ୍ୟେକଟି ମୁହୁର୍ଭକୁ କର୍ମ ମାଧ୍ୟମରେ ଧରି ରଖିବାର ଉଦ୍ୟମ ଛାତ୍ରମାନଙ୍କର ପ୍ରଥମ କର୍ତ୍ତବ୍ୟ ।
ଆଧୁନିକ ଛାତ୍ରର ରାଜନୀତି ପ୍ରେମ : ଆଜି କିନ୍ତୁ ସ୍ୱାଧୀନ ଭାରତର ଛାତ୍ର ଉଛୁଙ୍ଖଳ, ବିଶୃଙ୍ଖଳ ଓ ହିତାହିତ ଶୂନ୍ୟ । ସେମାନେ କ୍ଷମତାଲିପ୍ରସୁ ଅସାଧୁ ରାଜନୀତିକ ନେତାମାନଙ୍କ ହାତରେ କ୍ରୀଡ଼ନକ ସାଜିଛନ୍ତି । ସେଇମାନଙ୍କ ଦ୍ଵାରା ପ୍ରରୋଚିତ ହୋଇ ସେମାନେ ବେଳେ ବେଳେ ଯେପରି ଆନ୍ଦୋଳନ, ବିକ୍ଷୋଭ ଏବଂ ଧ୍ୱଂସାତ୍ମକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି, ତାହା ଦେଶ ପାଇଁ ଶୁଭଙ୍କର ନୁହେଁ ।
ସ୍ଵାଧୀନତା ଆନ୍ଦୋଳନ ସମୟରେ ଛାତ୍ରମାନେ ବାନର ସେନା ସାଜି ସ୍ଵରାଜ ସଂଗ୍ରାମ ମଧ୍ୟକୁ ଲମ୍ପ ଦେଇଥିଲେ । ଗାନ୍ଧିଜୀଙ୍କ ଭଳି ଜଣେ ଆଦର୍ଶ ମାନବଙ୍କର ଆହ୍ଵାନରେ ସେମାନେ ଅନୁପ୍ରାଣିତ ହୋଇ ଜାତୀୟ ଜୀବନର ଏକ ଘଡିସନ୍ଧି ମୁହୁର୍ତ୍ତରେ ସ୍କୁଲ କଲେଜ ପରିତ୍ୟାଗ କରି ବ୍ରିଟିଶ ଶାସକର ଲୌହ କାରାଗାରକୁ ତୀର୍ଥସ୍ଥାନ ରୂପେ ବାଛି ନେଇ ଥିଲେ । ତାହା ଥିଲା ସମୟର ଆହ୍ବାନ ଏବଂ ଦେଶମାତୃକାକୁ ପରସ୍ୱପହାରୀମାନଙ୍କ କବଳରୁ ଉଦ୍ଧାର କରିବା, ପାଇଁ ଏକ ମହତ୍ତର ପ୍ରୟାସ । ଆନ୍ଦୋଳନର ଲକ୍ଷ୍ୟ ଥିଲା ମହତ, ନେତୃତ୍ବ ଥିଲା ନିଃସ୍ୱାର୍ଥ, ଜୀବନ ଥିଲା ଉସର୍ଗୀକୃତ । ଛାତ୍ରମାନଙ୍କ ପାଇଁ ରାଜନୀତି ସେତେବେଳେ ଥୁଲା ଅପରିହାର୍ଯ୍ୟ ।
ଛାତ୍ର ରାଜନୀତିର କ୍ଷତିକାରକ ଦିଗ : ମାତ୍ର, ସ୍ଵାଧୀନତା ପରେ ଭାରତର ରାଜନୀତି ହୋଇଯାଇଛି କୁତ୍ସିତ, କଳୁଷିତ ଓ ପଙ୍କିଳ । ରାମାୟଣ ଓ ମହାଭାରତ ଯୁଗର ରାଜନୀତି ଆଜି ହୋଇଛି କଳ୍ପନାର ବସ୍ତୁ । ମୂର୍ଟ ରାଜପୁତ୍ରମାନଙ୍କୁ ସୁଶିକ୍ଷା ଦେଇ ସୁପଥକୁ ଆଣିଥିବା ବିଷ୍ଣୁଶର୍ମାଙ୍କ ଭଳି ଆଚାର୍ଯ୍ୟ ଏବେ ସମାଜରେ ସ୍ବଚିତ ଅଛନ୍ତି । ଭାରତରେ ସୃଷ୍ଟି ହୋଇଛନ୍ତି ଦଳେ କ୍ଷମତା ଲୋଭୀ, ସ୍ଵାର୍ଥପର, ଦୁର୍ନୀତିଗ୍ରସ୍ତ, ମୂଲ୍ୟବୋଧ ବିହୀନ, ନାନାଦି ଅପରାଧରେ ଅଭିଯୁକ୍ତ ରାଜନୀତିକ ନେତା । ସେଇମାନେ ଛାତ୍ରସମାଜକୁ ବିଭ୍ରାନ୍ତ କରି, ଆପଣାର ସ୍ଵାର୍ଥରେ ନିୟୋଜିତ କରି ଦେଶର ପ୍ରଭୂତ କ୍ଷତି କରୁଛନ୍ତି । ରାଜନୀତିକ ଅଭିପ୍ରାୟବଶତଃ ଭୋଟ ଦାନର ଅକାର ବୟସ ୧୮ବର୍ଷକୁ ହ୍ରାସ କରାଯାଇଛି । ତରଳ ବୟସରେ ଚପଳ ଯୁବକମାନେ ଉଚିତ୍ ଅନୁଚିତର ବିଚାର ନ କରି ରାଜନୀତିର ଶିକାର ହେଉଛନ୍ତି ।
ଦେଶର ଭିନ୍ନ ଭିନ୍ନ ରାଜନୈତିକ ଦଳମାନଙ୍କ ପାରସ୍ପରିକ ବିରୋଧ ଓ ସଂଘର୍ଷ ଇତ୍ୟାଦିକୁ କେନ୍ଦ୍ର କରି ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଛାତ୍ରମାନଙ୍କ ମଧ୍ୟରେ ଦ୍ବୟ, କଳହ ଏବଂ ମତାନୈଜ୍ୟ ବଢ଼ି ଚାଲିଛି । ଏହାଦ୍ଵାରା ଶିକ୍ଷା କ୍ଷେତ୍ରରେ ବିଶୃଙ୍ଖଳା, ଅଶାନ୍ତି ଏବଂ କଳହର ସୂତ୍ରପାତ ହୋଇ ଛାତ୍ର ଐକ୍ୟ ମୂଳରେ କୁଠାରଘାତ କରୁଅଛି । ସଂପ୍ରତି ରାଜନୈତିକ ମତାବାଦକୁ ଆଶ୍ରୟକରି ସଂକୀର୍ଣ୍ଣ ସ୍ଵାର୍ଥସାଧନ ଉଦ୍ଦେଶ୍ୟର ଭିନ୍ନ ଭିନ୍ନ ଛାତ୍ରସଂଗଠନମାନ ଗଢ଼ିଉଠିଛି । ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟମାନଙ୍କର ବାର୍ଷିକ ଛାତ୍ରସଂଘ ନିର୍ବାଚନ ଏକ ରଣାଙ୍ଗନରେ ପରିଣତ ହେଉଛି । ରାଜନୈତିକ ଦଳମାନେ ପରୋକ୍ଷ ଭାବରେ ଏଥିରେ ପ୍ରବେଶ କରି ଶିକ୍ଷାନୁଷ୍ଠାନର ପବିତ୍ର ବାତାବରଣକୁ କେବଳ ନଷ୍ଟ କରୁ ନାହାଁନ୍ତି, ଦେଶର ଉତ୍ତରଦାୟୀ ତଥା ଭବିଷ୍ୟତର ନାଗରିକମାନଙ୍କର ସାଧୁତା, ସ୍ଵାଧୀନଚିନ୍ତା ଓ ନୈତିକତାକୁ ହତ୍ୟା କରି ଦେଉଛନ୍ତି । ସ୍ୱାର୍ଥନ୍ଷୀ ନେତୃବର୍ଗ ରାଜନୈତିକ ଉଦ୍ଦେଶ୍ୟ ସାଧନ ନିମନ୍ତେ ଛାତ୍ରଗୋଷ୍ଠୀକୁ ଏକ ପାଶୁପତ ଅସ୍ତ୍ର ସଦୃଶ ବ୍ୟବହାର କରି ଏ ଦେଶର ଉଜ୍ଜଳ ଭବିଷ୍ୟତକୁ ସମୂଳେ ହତ୍ୟା କରୁଛନ୍ତି । ଏହି ପାପର ପ୍ରାୟଶ୍ଚିତ ନାହିଁ କିମ୍। ଏହି ଗୁରୁତର ଅପରାଧର କ୍ଷମା ନାହିଁ । ଭବିଷ୍ୟତରେ ରାଷ୍ଟ୍ର ଗଠନ ଏବଂ ଶାସନ ପରିଚାଳନା ଦୃଷ୍ଟିରୁ ଛାତ୍ରମାନଙ୍କୁ ଅବଶ୍ୟ କିଞ୍ଚିତ ରାଜନୈତିକ ଜ୍ଞାନ ହାସଲ କରିବାକୁ ହେବ; କିନ୍ତୁ ସକ୍ରୀୟ ରାଜନୀତି ସର୍ବଥା ନିନ୍ଦନୀୟ ଏବଂ ବର୍ଜନୀୟ । ପାଠପୁସ୍ତକକୁ ଉପେକ୍ଷା କରି, ଅପରିଣତ ବୟସରେ ରାଜନୈତିକ ଡକ୍ସାଦନାରେ ଉତ୍ତେଜିତ ହୋଇ, ଧର୍ମଘଟ, ସଭା ଏବଂ ଶୋଭାଯାତ୍ରା ଇତ୍ୟାଦିରେ ସମୟ ଅପଚୟ କରିବା ସମ୍ପୂର୍ଣ୍ଣ ଅବିହିତ । ବୟସର ବୃଦ୍ଧି ଏବଂ ଉଚ୍ଚତର ଶିକ୍ଷାଲାଭ ସଙ୍ଗେ ସଙ୍ଗେ ରାଜନୀତି ଅଧ୍ୟୟନ, ଆଲୋଚନା ଏବଂ ବିଦ୍ୟାଳୟ ପରିସର ମଧ୍ୟରେ ଶୃଙ୍ଖଳିତ ଭାବରେ ଶୀତଳ ତର୍କଯୁଦ୍ଧ ଦ୍ବାରା ଜ୍ଞାନଲାଭ କରାଯାଇପାରେ । ବହୁ ଚିନ୍ତାଶୀଳ ବ୍ୟକ୍ତି ଏବଂ ସାଧୁ ନେତୃବର୍ଗ ସେଥିପାଇଁ ଛାତ୍ରମାନଙ୍କୁ ସକ୍ରୀୟ ରାଜନୀତିଠାରୁ ଦୂରରେ ରହିବାକୁ ସର୍ବଦା ଉପଦେଶ ଦେଇ ଆସିଛନ୍ତି ।
ଉପସଂହାର : ଆଜି ଏକବିଂଶ ଶତାବ୍ଦୀର ପ୍ରତିଯୋଗିତାପୂର୍ଣ୍ଣ ବିଶ୍ୱରେ ଭାରତୀୟ ଛାତ୍ର ସମ୍ମୁଖରେ ଯେଉଁ ବିରାଟ ଦାୟିତ୍ବ ଦଣ୍ଡାୟମାନ, ପ୍ରତ୍ୟେକ ଛାତ୍ର ତାହାକୁ ହୃଦୟଙ୍ଗମ କରିବା ଆବଶ୍ୟକ । ରାଜନୈତିକ ଇନ୍ଦ୍ରଜାଲରେ ନିଜକୁ ଶିକାର ନ କରି ଅଧୟନର ଗଭୀର ମନୋବିବେଶ ପୂର୍ବକ ଭବିଷ୍ୟତ ନିମନ୍ତେ ଆପଣାକୁ ପ୍ରସ୍ତୁତ କରିବା ହେଉଛି ଛାତ୍ରର କର୍ତ୍ତବ୍ୟ । ଜାତୀୟ ଜୀବନର ସ୍ୱପ୍ନକୁ ସାକାର କରିବାକୁ ହେଲେ ପ୍ରତ୍ୟେକ ଛାତ୍ରକୁ ସଂକୀର୍ଷ ସ୍ୱାର୍ଥ, ସାଂପ୍ରଦାୟିକତା ଓ ରାଜନୀତିକ କପଟାଚାରକୁ ପରିତ୍ୟାଗ କରି, ସକଳ ପ୍ରକାର ବିଦ୍ରୋହାତ୍ମକ ଏବଂ ହିଂସାତ୍ମକ କ୍ରିୟାକଳାପରୁ ନିବୃତ୍ତ ହୋଇ ମହତ୍ତର ଆଦର୍ଶର ପଥ ଅନୁସରଣ କରିବା ଉଚିତ୍ ।
COMMENTS