Essay on Indian Agriculture in Odia Language : In this article " ଭାରତୀୟ କୃଷି ଓ କୃଷକ ରଚନା ", " Bhartiya krishi Essay in Odia ...
Essay on Indian Agriculture in Odia Language: In this article "ଭାରତୀୟ କୃଷି ଓ କୃଷକ ରଚନା", "Bhartiya krishi Essay in Odia for students of class 5, 6, 7, 8, 9, and 10.
Odia Essay on "Indian Agriculture", "ଭାରତୀୟ କୃଷି ଓ କୃଷକ ରଚନା" for Student
ଅନୁରୂପ ପ୍ରବନ୍ଧ : (୧) ଓଡ଼ିଶାର କୃଷି ଓ କୃଷକ
(୨) ଅଧୁକ ଶସ୍ୟ ଉତ୍ପାଦନ ,
(୩) ସବୁଜ ବିପ୍ଲବ ।
ସୂଚନା : ଗ୍ରାମବହୁଳ, କୃଷି ସମ୍ବଳ ଭାରତୀୟ ରାଷ୍ଟ୍ରରେ କୃଷି ହିଁ ହେଉଛି ଆମର ଜୀବନ ଜୀବିକାର ପ୍ରଧାନ ଅବଲମ୍ବନ । କୃଷକ ହେଉଛି ଏ ଦେଶର ୧୩୪ କୋଟି ଜନତାର ଅନ୍ନଦାତା । ଚିଶ୍ୱର ସମସ୍ତ ବୈଭବ, ଉଭୁଙ୍ଗ ପ୍ରାସାଦ ସମୂହ ଓ ବିଳାସବ୍ୟସନ ସବୁକିଛି ସେହି କୃଷକର ସ୍କନ୍ଧ ଉପରେ ଆଧାରିତ । ଅତୀତ ଭାରତର ବୈଭବର ପ୍ରାଚୁର୍ଯ୍ୟ ଦିନେ ସମଗ୍ର ବିଶ୍ୱକୁ ପ୍ରଲୁବ୍ଧ କରିଥିଲା ଏବଂ ସେହି କାରଣରୁ ଧନଲିପ୍ସୁ ବୈଦେଶିକମାନଙ୍କୁ ଆମେ ଅଜ୍ଞାତରେ ଏ ମାଟିକୁ ଆମନ୍ତ୍ରିତ କରି ଆଣିଥିଲୁ । ସେ ଦିନ ଭାରତର ପୂର୍ଣ୍ଣ ବୈଭବର ଦୀପ୍ତି, ଶସ୍ୟଭରା ସ୍ଵର୍ଣ କେଦାରରେ ଆନନ୍ଦର କଳରୋଳ ଓ କ୍ରାନ୍ତିବିସ୍କୃତ କୃଷକ ମୁଖରେ ପୂର୍ଣ୍ଣତାର ସଙ୍କେତ ଏବେ ପ୍ଲାନ ହୋଇଯାଇଛି । ସର୍ବତ୍ର ଆଜି ଅଭାବର ତାଡ଼ନା ଓ ସର୍ବତ୍ର ଆଜି ଅନ୍ଧାଭାବର ଲଜ୍ଜାହୀନ ଚିତ୍କାର -। ଏହି ଶୋଚନୀୟ ଦୁର୍ଗତି ନିମନ୍ତେ ଦେଶର ବହୁବିଧ କାରଣ ଦାୟୀ ।
କୃଷକର ଦୁରବସ୍ଥାର କାରଣ :
(୧) କର୍ଷଣୋପଯୋଗୀ ଜମିର ପରିମାଣ ସୀମିତ ଥିବା ସ୍ଥଳେ ଜନସଂଖ୍ୟା ଏବେ \ ଆଶାତୀତ ଭାବରେ ବୃଦ୍ଧି ପାଉଛି । ଫଳତଃ କ୍ରମବର୍ଦ୍ଧିତ ଜନସଂଖ୍ୟାର ଚାହିଦା ଅନୁଯାୟୀ ଖାଦ୍ୟ ଉତ୍ପାଦନ କରାଯାଇ ପାରୁ ନଥିବାରୁ ଅଭାବର ତାଡ଼ନା ବଶତଃ ଆମକୁ ଗଭୀର ମନୋବେଦନାରେ କାଳାତିପାତ କରିବାକୁ ହେଉଛି । (୨) ଜମିର ଉତ୍ପାଦିକା ଶକ୍ତି (fertility) କୁ ବଜାୟ ରଖୁବାକୁ ହେଲେ ଉତ୍ତମ କର୍ଷଣ ଓ ଆବଶ୍ୟକତାନୁଯାୟୀ ସାରର ଉପଯୋଗ ନିତାନ୍ତ ପ୍ରୟୋଜନ, କିନ୍ତୁ ଆଜି କୃଷକର ଦୁର୍ବଳ ସ୍କନ୍ଧ ଉପରେ ବିପୁଳ କରଭାର । ଓ ନାନା ପ୍ରକାର ସାମାଜିକ ଦାବିକୁ ପ୍ରତ୍ୟାଖ୍ୟାନ କରି ନ ପାରି ସେ ରଣଜର୍ଜର । ତେଣୁ ଉନ୍ନତ କୃଷି ପଦ୍ଧତି, ବୈଜ୍ଞାନିକ ଚାଷୋପକରଣ ଇତ୍ୟାଦିକୁ ବିନିଯୋଗ କରିବାକୁ ସେ ସମ୍ବଳଶୁନ୍ୟ । (୩) ପର୍ଯ୍ୟାପ୍ତ ଜଳସେଚନର ସୁବିଧା ଅଭାବରୁ ତାକୁ ବର୍ଷସାରା ଆକାଶର ମେଘଖଣ୍ଡକୁ ଚାହିଁ ରହିବାକୁ ହୁଏ । ସୁତରାଂ, ଗତାନୁଗତିକ ଧାରାରେ ଜୀର୍ଣ କାଷ୍ଠ ଲଙ୍ଗଳ ସହିତ ଅସ୍ଥିକଙ୍କାଳସାର ହଡ଼ାବଳଦଙ୍କୁ ଯୋଚି ରୌଦ୍ରତାପକ୍ଲିଷ୍ଟ ବୈଶାଖ ଆକାଶ ତଳେ ଭାରତୀୟ କୃଷକ ଆହାର ମୁଠିଏ ସଂଗ୍ରହ କରିବା ପାଇଁ ଯେଉଁ କଠିନ ପରିଶ୍ରମ କରେ, ତାହା ଦେଖିଲେ ମନରେ ଦୟା ଆସେ । (୪) ଭାରତର ପ୍ରାୟ ନବେ ଭାଗ ଲୋକ ସୁଦ୍ରର ଗ୍ରାମାଞ୍ଚଳରେ ବାସ କରନ୍ତି । ସେମାନଙ୍କର ଅଶିକ୍ଷା ଓ ଅନଭିଜ୍ଞତା କେତେକାଂଶରେ ଉନ୍ନତିର ପ୍ରତିବନ୍ଧକ ଅଟେ ।(୫) ଦୁର୍ଜନ ନିମନ୍ତେ ଶକ୍ତି ଅନୁଯାୟୀ କିଛି କିଛି ସଞ୍ଚୟ କରିବା ଆମର କୃଷକକୁଳର ଯେପରି ପ୍ରକୃତି ବିରୁଦ୍ଧ । ଆୟ ଅପେକ୍ଷା ଅଧିକ ବ୍ୟୟ କରି ବିବାହ, ବ୍ରତ, ଭୋଜିଭାତ, ଆମୋଦପ୍ରମୋଦ ଓ ସାମୟିକ ଆନନ୍ଦୋତ୍ସବ ମଧ୍ୟରେ ବିହ୍ବଳ ହେବା ଏବଂ ଏଥିପାଇଁ ନିଜର ରଣଭାର ଓ ଦାରିଦ୍ର୍ୟକୁ ବୃଦ୍ଧି କରିବା ବର୍ତ୍ତମାନ ଏକ ପ୍ରବୃଭିରେ ପରିଣତ ହୋଇଛି । (୬) ଅତୀତରେ କୃଷିର ସହାୟକ ବୃରିରୂପେ ନାନା ପ୍ରକାର କୁଟୀର ଶିଳ୍ପର ପ୍ରଚଳନ ଯୋଗୁଁ କେବଳ ମୃତ୍ତିକା ଉପରେ ନିର୍ଭରଶୀଳତା କେନ୍ଦ୍ରୀଭୂତ ନ ଥିଲା । ଆଜି କିନ୍ତୁ ଯାନ୍ଧିକ ପ୍ରତିଯୋଗିତା ଯୋଗୁଁ କୁଟୀର ଶିଳ୍ପ ପରାଭୂତ । ତେଣୁ ଅଗଣିତ ଶିଶୁ ସନ୍ତାନର କ୍ଷୁଧା ନିବାରଣ ପାଇଁ ମାତା ବସୁମତୀଠାରେ ସ୍ତନ୍ୟର ପ୍ରାଚୁର୍ଯ୍ୟ ନାହିଁ । (୭) ଆଜି ଆମେ ସହର ସଭ୍ୟତାର ଚାକଚକ୍ୟରେ ଭୁଲି ମାଟିକୁ କରିଛୁ ଅବଜ୍ଞା ଓ ଅବହେଳିତ, ପୁଣି ଯୋଜନାର ତୁଟିଯୋଗୁଁ କୃଷି ଉପରେ ଆଶାନୁରୂପ ପ୍ରାଧାନ୍ୟ ଦିଆଯାଇ ପାରି ନଥିବାରୁ ସବୁଜ କେଦାର ଆଜି ମଳିନ ଓ ଜ୍ୟୋତିହୀନ । (୮) ଦେଶରୁ ଜମିଦାରୀ ଉଚ୍ଛେଦ କରାଯାଇଥିଲେ ମଧ୍ୟ ବ୍ୟକ୍ତିବିଶେଷଙ୍କ ହାତରେ ଶହ ଶହ ଏକର ଜମି ଠୁଳ ହୋଇରହିଛି । ଏଗୁଡ଼ିକ ଅନାବାଦୀ ଆକାରରେ ପଡ଼ି ରହିଛି କିମ୍ବା ଭୂମିହୀନ ଗରିବ ଚାଷୀମାନେ ଭାଗଚାଷ ସୂତ୍ରରେ ଏହାକୁ ଆବାଦ କରୁଛନ୍ତି । ତେଣୁ ଜମିର ଉପଯୁକ୍ତ ତର୍ ନିଆଯାଇ ପାରୁନାହିଁ କିମ୍ବା ସେଥିରୁ । ଏକାଧୁକ ଫସଲ ଅମଳ କରିବାର ପ୍ରୟାସ ଦେଖାଯାଉ ନାହିଁ । ଫଳରେ କୃଷି ଓ କୃଷକ ଉଭୟେ ଅବହେଳିତ ଏବଂ ସମସ୍ୟା ଅସମାହିତ । ବିଭିନ୍ନ ସମୟରେ ସରକାର ଏ ଦିଗରେ କିଛି କିଛି ଉଦ୍ୟମ କରିଥିଲେ ମଧ୍ୟ ତାହା ଆଶାନୁରୂପ ଫଳ ପ୍ରଦାନ କରିପାରି ନାହିଁ ।
କୃଷି ହେଉଛି ଆମର ଜୀବନର ଉତ୍ସ ଏବଂ କୃଷକ ହେଉଛି ଜାତିର ମେରୁଦଣ୍ଡ । ଋଷ ଓ ମାର୍ଜିନ୍ ଆମେରିକା ଭଳି ରାଷ୍ଟ୍ର ଆଜି ପୃଥିବୀର ସର୍ବଶ୍ରେଷ୍ଠ ଶକ୍ତିରୂପେ ଯେଉଁ ଆମ୍ବଗର୍ବରେ ଉତ୍ଫୁଲ୍ଲ ହୋଇ ପଡ଼ିଛନ୍ତି, ତାହା ମୂଳରେ ଉନ୍ନତ କୃଷି ଓ ଖାଦ୍ୟଶସ୍ୟରେ ସ୍ବାବଲମ୍ବନଶୀଳତା ଗୋଟିଏ ପ୍ରଧାନ କାରଣ ବୋଲି ବିଚାର କରିବାକୁ ହେବ । ଋଷର ଇଉକ୍ରେନ୍ ଅଞ୍ଚଳ ଓ ଆମେରିକାର ଆର୍ଜେଣ୍ଟିନା ଓ ପ୍ରେରୀ ଅଞ୍ଚଳ ପୃଥିବୀର ଶସ୍ୟଭଣ୍ଡାର ରୂପେ ପରିଚିତ; ମାତ୍ର ଯେ ଦେଶର ମାଟିରୁ ସହଜ ଶ୍ରମ ଓ ସ୍ଵ ଆୟାସରେ ଏକଦା ସ୍ଵର୍ଣ ଆମଦାନି କରାଯାଉଥିଲା ସେହି ଭାରତରେ ଆଜି ଅନ୍ନର ଅଭାବ ଏକ ବିଡ଼ମ୍ବନା ଅଟେ ।
ପ୍ରତିକାର ପନ୍ଥା : ଭାରତର କୃଷି ଓ କୃଷକକୁ ଦୁର୍ଦ୍ଦଶା ମୁକ୍ତ କରିବାକୁ ହେଲେ ସରକାରଙ୍କର ଆନ୍ତରିକ ଉଦ୍ୟମ ଓ ନିଷ୍ଠା ଆବଶ୍ୟକ । କ୍ଷୁଦ୍ର ଓ ବୃହତ୍ ଜଳସେଚନ ଯୋଜନା ଜରିଆରେ ଚାଷଜମିକୁ ବର୍ଷସାରା ପର୍ଯ୍ୟାପ୍ତ ପରିମାଣରେ ଜଳଯୋଗାଣ, ଉନ୍ନତ ବିହନ ଓ ସାରର ସୁବ୍ୟବସ୍ଥା, ଆଧୁନିକ କୃଷି ଉପକରଣର ଉପଯୋଗ, ଗ୍ରାମାଞ୍ଚଳର ବିକାଶ ଦିଗରେ ଯୋଜନାରେ ଅଧୁକ ଅର୍ଥ ବ୍ୟବସ୍ଥା ଇତ୍ୟାଦି ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ଉନ୍ନୟନମୂଳକ କାର୍ଯ୍ୟକ୍ରମ ନାମରେ ଚାଷଜମିକୁ ନଷ୍ଟକରି ସେଠାରେ କଳକାରଖାନା, ସରକାରୀ ଅଫିସ ଓ ଗୋଦାମ ଘର ଇତ୍ୟାଦି ନିର୍ମାଣ କରାଯିବା ଦ୍ଵାରା ଆବାଦଯୋଗ୍ୟ ଜମିର ପରିମାଣ ହ୍ରାସ ପାଉଛି । ଅପରପକ୍ଷରେ ଅନାବାଦୀ ଓ ଗୋଚର ତାଡ଼ି, ଜଙ୍ଗଲ କାଟି, ପତିତ ଜମିକୁ ଉଦ୍ଧାର କରି ଯେତିକି ଅଧୁକ ଚାଷଜମି ବାହାର କରାଯାଉଛି, ତା’ ତୁଳନାରେ ଅଧୁକ ଜମି ଅଣଉତ୍ପାଦନକାରୀ (Unproductive) କାର୍ଯ୍ୟରେ ଚାଲିଯାଉଛି ।
ଚାଷପ୍ରତି କ୍ରମେ ଶିକ୍ଷିତ ଲୋକମାନଙ୍କର ଯେଭଳି ଅନାଗ୍ରହ ପ୍ରକାଶ ପାଉଛି, ସେଥିପାଇଁ ଚକବନ୍ଦି ଜରିଆରେ କ୍ଷୁଦ୍ର କ୍ଷୁଦ୍ର ଜମିଖଣ୍ଡକୁ ଭାଙ୍ଗି ସେଗୁଡ଼ିକୁ ବୃହତ ଖଣ୍ଡରେ ପରିଣତ କରି ସମବାୟ ଭିତିରେ ମିଳିତ ଚାଷ କରାଗଲେ ଅଧ୍ବକ ଉତ୍ପାଦନ କରାଯାଇପାରିବ । ତାଦ୍ଵାରା ଆଧୁନିକ କୃଷି ଉପକରଣ ଓ ଉନ୍ନତ କୃଷିଯନ୍ତ୍ରପାତିର ଉପଯୋଗ ସହଜ ହୋଇପାରିବ ।
ଖାଦ୍ୟ ସମସ୍ୟାର ଅନ୍ୟ ଏକ ପ୍ରଧାନ ଦିଗ ହେଉଛି ଜନସଂଖ୍ୟାର ଆଶାତୀତ ବୃଦ୍ଧି । ୨୦୧୧ର ଜନଗଣନା ଅନୁଯାୟୀ ଭାରତର ଲୋକସଂଖ୍ୟା ୧୨୧ କୋଟିକୁ ଅତିକ୍ରମ କରି ସାରିଲାଣି । ଏହି କ୍ରମବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା କ୍ରମେ ଏକ ଦୁଷ୍କର କାର୍ଯ୍ୟ ହୋଇପଡୁଛି । ସେଥିପାଇଁ ଜନସଂଖ୍ୟା ନିୟନ୍ତ୍ରଣକୁ ଯୋଜନାରେ ଅଧୁକ ଗୁରୁତ୍ବ ଦିଆଯିବା ଉଚିତ୍ ।
ସରକାରୀ ଯୋଜନା : ସ୍ୱାଧୀନତାର ପରବର୍ତ୍ତୀ କାଳରେ ପଞ୍ଚବାର୍ଷିକ ଯୋଜନାମାନଙ୍କରେ କୃଷି ଉପରେ ବରାବର ପ୍ରାଧାନ୍ୟ ଦିଆହୋଇ ଆସିଛି । ଆବଶ୍ୟକ ପରିମାଣର ରାସାୟନିକ ସାର ଯୋଗାଣ ନିମନ୍ତେ ବିହାରର ସିନ୍ଦୁ ଓ ବାରାଉଣି, ଉତ୍ତରପ୍ରଦେଶର ଗୋରଖପୁର, ଆନ୍ଧ୍ରପ୍ରଦେଶର ରାମଗୁଣ୍ଡମ, ଆସାମର ନାମରୂପ, ପଶ୍ଚିମବଙ୍ଗର ଦୁର୍ଗାପୁର ଓ ଓଡ଼ିଶାର ତାଳଚେର ଓ ପାରାଦୀପଠାରେ ସାର କାରଖାନା ସ୍ଥାପନ କରାଯାଇଛି । ଦେଶରେ ମୋଟ ପ୍ରାୟ ଷାଠିଏରୁ ଊଦ୍ଧ ସାରକାରଖାନା କାର୍ଯ୍ୟ କରୁଛନ୍ତି । ଗ୍ରାମଗୋଷ୍ଠୀ ଉନ୍ନୟନ ଯୋଜନା ମାଧ୍ୟମରେ କୃଷି ସହିତ କ୍ଷୁଦ୍ର ଶିଳ୍ପ, ହସ୍ତକର୍ମ ଓ କୁଟୀରଶିଳ୍ପ, ଗୋପାଳନ,କୁକୁଡ଼ା, ବତକ ପାଳନ ଇତ୍ୟାଦି ଉପରେ ପ୍ରାଧାନ୍ୟ ଦିଆଯାଇ ଥିବାରୁ କେତେକ ପରିମାଣରେ କୃଷି ନିର୍ଭରଶୀଳତା ବିକେନ୍ଦ୍ରିତ ହୋଇଛି । ଦେଶରେ ସଘନ କୃଷି ଯୋଜନାକୁ କାର୍ଯ୍ୟକାରୀ କରି ସ୍ବଳ୍ପ ଜମିରୁ ପର୍ଯ୍ୟାପ୍ତ ଫସଲ ଆମଦାନି ପାଇଁ ଅଧୁକ ଉତ୍ପାଦନକ୍ଷମ ବିହନ ଚାଷ କରାଯାଇ ଆଶାତୀତ ସାଫଲ୍ୟ ଅର୍ଜନ କରାଯାଇଛି ଓ ସାରା ଭାରତରେ କୃଷକମାନଙ୍କ ଦୃଷ୍ଟି ଏ ଦିଗକୁ ପ୍ରସାରିତ ହୋଇଛି ।
ଏକଦା ଶିଳ୍ପବିପ୍ଳବ ସମଗ୍ର ପୃଥିବୀରେ ଏକ ନବଜାଗରଣ ସୃଷ୍ଟି କରିଥିଲା ଏବଂ ତାହାରି ଫଳରେ ମନୁଷ୍ୟର ଜୀବନଧାରଣର ରୀତି ଆଶାତୀତ ଭାବେ ପରିବର୍ତ୍ତିତ ହୋଇଛି । ଏବେ ଭାରତରେ ସେଇଭଳି ଏକ ନବଜାଗରଣ ସ୍ଵର ଝକୃତ ହେଉଅଛି । ତାହା ହେଉଛି ‘ସବୁଜ ବିପ୍ଳବ’ । ସମଗ୍ର ଭାରତୀୟ ଭୂଭାଗକୁ ଶ୍ୟାମଳ ରୂପଶ୍ରୀରେ ସୁମଣ୍ଡିତ କରି ଅନ୍ନପୂର୍ଣ୍ଣାଙ୍କର ଭଣ୍ଡାରକୁ ପରିପୂର୍ଣ୍ଣ କରିବା ହେଉଛି ଏହାର ଉଦ୍ଦେଶ୍ୟ । ତା ଫଳରେ ଏହି ବୁଭୁକ୍ଷା ଜନତାର ଉଦରଜ୍ୱଳା ପ୍ରଶମିତ ହେବ ଓ ମାଟି ମାଆର ଶ୍ରେଷ୍ଠ ବରଦାନ ଲାଭକରି ତା’ର ସନ୍ତାନମାନେ ସୁଖରେ କାଳାତିପାତ କରିବେ ।
ଏହି ଉଦ୍ଦେଶ୍ୟରେ ବର୍ଭମାନ କୃଷି ଉପରେ ଯଥେଷ୍ଟ ପ୍ରାଧାନ୍ୟ ଆରୋପ କରାଯାଇଛି । ବ୍ୟାଙ୍କଗୁଡ଼ିକ ଜାତୀୟକରଣ କରାଯିବାପରେ ସେମାନେ ପର୍ଯ୍ୟାପ୍ତ ଭାବରେ କୃଷିରଣ ଦେବାକୁ ଯୋଜନାମାନ ପ୍ରଣୟନ କରିଛନ୍ତି । ଏହି କୃଷି ମଧ୍ୟରେ ନଡ଼ିଆ ବଗିଚା, ଫଳଚାଷ, ଆଖୁ, ନଳିତା, ରବିଫସଲ ଇତ୍ୟାଦି ଅନ୍ତର୍ଭୁକ୍ତ । ଏ ଦିଗରେ ସମବାୟ ବ୍ୟାଙ୍କଗୁଡ଼ିକ ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ । ସ୍ଵକାଳୀନ, ମଧ୍ୟମ କାଳୀନ ଓ ଦୀର୍ଘକାଳୀନ ଭିତ୍ତିରେ ସେମାନେ ଭୁଉନ୍ନୟନ ବ୍ୟାଙ୍କ ଏବଂ ସେବା ସମବାୟ ସମିତିମାନଙ୍କ ଜରିଆରେ ରଣବଣ୍ଟନ କରୁଛନ୍ତି । ତା'ଛଡ଼ା ସରକାରଙ୍କର ଗ୍ରାମଗୋଷ୍ଠୀ ଯୋଜନା ଏବଂ କୃଷିବିଭାଗ ପକ୍ଷରୁ ଉନ୍ନତ ବିହନ, ସାର, ପାଣିମଡ଼ାଇବା ପାଇଁ ପମ୍ପ, ବଳଦ କିଣା ଓ କୂପ, ପୁଷ୍କରିଣୀ ଖନନ ପାଇଁ ଋଣ ମଞ୍ଜୁର କରାଯାଉଛି । ଏସବୁ ବ୍ୟତୀତ କୃଷି ବିଶେଷଜ୍ଞମାନେ ନୂଆ ନୂଆ ପ୍ରକାର କୃଷି-ପଦ୍ଧତି ଏବଂ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ଅମଳକ୍ଷମ ବିହନ ଉତ୍ପାଦନ କରିବା ପାଇଁ ଗବେଷଣା ଚଳାଇଛନ୍ତି । ଏ ଦିଗରେ କଟକ ନିକଟସ୍ଥ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରର ଭୂମିକା ଉଲ୍ଲେଖଯୋଗ୍ୟ । ସରକାରଙ୍କର ଏହି ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମ ଯୋଗେ ଭାରତ ଏବେ କେତେକ ପରିମାଣରେ ଆତ୍ମନିର୍ଭରଶୀଳତା ଲାଭ କରିପାରିଛି ।
ଶେଷକଥା : ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ଏ ତିନୋଟି ହେଉଛି ମନୁଷ୍ୟର ଆଦିମ ଓ ଚିରନ୍ତନ ସମସ୍ୟା । ଖାଦ୍ୟଶସ୍ୟରେ ସ୍ବାବଲମ୍ବନଶୀଳତା ହାସଲ କରିବା ହେଉଛି ପ୍ରତ୍ୟେକ ରାଷ୍ଟ୍ରର ମୌଳିକ କର୍ଭବ୍ୟ । ଆମେରିକା, ଋଷ, ଜାପାନ ଓ ଜର୍ମାନ ପ୍ରଭୃତି ରାଷ୍ଟ୍ର ଶିଳ୍ପପ୍ରଧାନ ହେଲେ ମଧ୍ୟ କୃଷିରେ ଟ୍ୟାପ୍ଭି ଲାଭ କରିଛନ୍ତି । ଶିଳ୍ପକ୍ଷେତ୍ରରେ ଅଗ୍ରଗତି କରିବା ସଙ୍ଗେ ସଙ୍ଗେ ସେମାନେ କୃଷି ଦିଗରେ ସ୍ଵାବଲମ୍ବନଶୀଳତା ହାସଲ କରି ପାରିଛନ୍ତି । ପୃଥିବୀରେ ଅଧୁକ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ନିମନ୍ତେ ସାହାଯ୍ୟ କରିବାକୁ ବିଶ୍ବ-ଜାତିସଂଘର ଏକ ସ୍ୱତନ୍ତ୍ର ସଂସ୍ଥା ଅଛି । ଏହା ଅନୁନ୍ନତ ଓ ଅଛୋନ୍ନତ ଦେଶର କୃଷକମାନଙ୍କୁ ନାନା ଭାବରେ ସାହାଯ୍ୟ ପ୍ରଦାନ କରି କୃଷି ଦିଗରେ ସେମାନଙ୍କୁ ଉତ୍ସାହିତ କରିଥାଏ । ଖାଦ୍ୟଭଳି ଏକ ମୌଳିକ ସମସ୍ୟାର ସମାଧାନ ଦିଗରେ ଯେଉଁ ଦେଶ ଯେତେ ପଶ୍ଚାତ୍ପଦ, ସେ ଦେଶର ନୈତିକ ଓ ବୌଦ୍ଧିକମାନ ସେତେ ନିମ୍ନ ବୋଲି ବିଚାର କରିବାକୁ ହେବ । ସେଥିପାଇଁ କୃଷିର ବିକାଶ ତଥା ଖାଦ୍ୟଶସ୍ୟରେ ସ୍ବାବଲମ୍ବନଶୀଳତା ପାଇଁ ସରକାର ଯେତିକି ସଚେତନ ରହିବେ ସାଧାରଣ ଲୋକେ ତତୋଧେକ ସଚେଷ୍ଟ ରହିବା ଉଚିତ୍ ।
COMMENTS