Sunday, 31 January 2021

Odia Essay on "World peace and India", "ବିଶ୍ୱଶାନ୍ତି ଓ ତହିଁରେ ଭାରତର ସ୍ଥାନ ରଚନା" for Students

Essay on World peace and India in Odia Language: In this article "ବିଶ୍ୱଶାନ୍ତି ଓ ତହିଁରେ ଭାରତର ସ୍ଥାନ ରଚନା", "Bishwa shanti rachna in odia" for students of class 5, 6, 7, 8, 9, and 10.

Odia Essay on "World peace and India", "ବିଶ୍ୱଶାନ୍ତି ଓ ତହିଁରେ ଭାରତର ସ୍ଥାନ ରଚନା" for Students

ବିଶ୍ୱଶାନ୍ତି ଓ ତହିଁରେ ଭାରତର ସ୍ଥାନ (ଉପକ୍ରମ- ବିଶ୍ୱରେ ଅଶାନ୍ତିର କାରଣ-ଭାରତର ଆଦର୍ଶ-ଶାଢିସ୍ଥାପନ ପାଇଁ ଭାରତର ଉଦ୍ୟମ-ଶେଷକଥା)

ଉପକ୍ରମ : ବୈଚିତ୍ରୀମୟୀ ପ୍ରକୃତି କୋଳରେ ନାନା ବୈଷମ୍ୟ, ଅସାମ୍ୟ ଓ ବିଭେଦ ପରିଦୃଷ୍ଟ ହେଲେ ମଧ୍ୟ ତାହାରି ଭିତରେ ଏକ ଅଖଣ୍ଡ ଐକ୍ୟ ଏବଂ ଅନିର୍ବଚନୀୟ ସୌନ୍ଦର୍ଯ୍ୟର ବିଳାସ ବିଦ୍ୟମାନ । ନୈସର୍ଗିକ ରୂପଶ୍ରୀର ବିଭିନ୍ନତା ପରସ୍ପର ମଧ୍ୟରେ କେବେହେଲେ ବିରୋଧ ଓ ସଂଘର୍ଷର ସୂତ୍ରପାତ କରିନାହିଁ । ତେଣୁ ପ୍ରକୃତି ହୋଇଛି ଶାନ୍ତ, ସରଳ, କାନ୍ତ ଏବଂ କୋମଳ, କିନ୍ତୁ ପ୍ରକୃତିର ସନ୍ତାନ ମନୁଷ୍ୟ ଏହି ଧର୍ମର ବିରୋଧ କରି ଆଜି ନିଜ ସହିତ ସମଗ୍ର ବିଶ୍ୱକୁ ଧ୍ବଂସ କରିବାକୁ ପ୍ରସ୍ତୁତ । ବୈଷମ୍ୟ ମଧ୍ୟରେ ସାମ୍ୟ, ବିଭେଦ ମଧ୍ୟରେ ଐକ୍ୟ ଏବଂ ଅରୁଚି ମଧ୍ୟରେ ରୁଚି ସ୍ଥାପନ ହେଉଛି ମାନବ ସଭ୍ୟତାର ଆଦିମ ଓ ଚିରନ୍ତନ ଧର୍ମ । ସମସ୍ତ ପ୍ରାଣୀ ମଧ୍ୟରେ ନିଜର ଆତ୍ମାକୁ ପ୍ରତିଷ୍ଠିତ କରିପାରିଲେ, ମନୁଷ୍ୟର ପରମ ପୁରୁଷାର୍ଥ ବିକଶିତ ହୁଏ । ସେହି ସକଳ ଧର୍ମକୁ ଅବମାନନା କରି ହିଂସାମୁଖୀ ମନୁଷ୍ୟ ଆଜି ସଂକୀର୍ଣ୍ଣ ସ୍ଵାର୍ଥ ସଂଘାତରେ ଆପଣାର ଅସ୍ତିତ୍ବ ହରାଇ ଆତ୍ମଘାତର ଦ୍ଵାର ଖୋଲିବସିଛି ।

ଅଶାନ୍ତିର କାରଣ : ବିଗତ ବିଶ୍ଵଯୁଦ୍ଧରେ ଧ୍ବଂସର ଯେଉଁ ମହାତାଣ୍ଡବ ସଂଘଟିତ ହେଲା, ସେଥିରେ ମନୁଷ୍ୟ କିପରି ସ୍ଵହସ୍ତରେ ଆପଣାର ସମାଧ ଖନନ କରିଛି, ତାହା ସ୍ପଷ୍ଟ ରୂପେ ପ୍ରମାଣିତ ହୋଇଯାଇଛି । ସଭ୍ୟତାର କ୍ରମୋର୍ଷ ଫଳରେ ବିକ୍ଷୁବଧ ବିଶ୍ୱରେ ମାନବ ସଭ୍ୟତା ଆଜି ଅସ୍ଥିର, ଅନିଶ୍ଚିତ ଏବଂ ଅଜ୍ଞାନ ଆଶଙ୍କାରେ ପ୍ରତିନିୟତ ଆତଙ୍କିତ । ନୂତନ ନୂତନ ବୈଜ୍ଞାନିକ ଉଦ୍ଭାବନ ଫଳରେ ପୃଥିବୀ ଏବେ ଉଦ୍ଭାସିତ ହୋଇଉଠୁଛି । ଏହି ନିତ୍ୟ ମଳିନ ଧରଣୀର ବହୁଦୂରରେ ମହାନୀଳିମାର ବକ୍ଷ ଭେଦି ମନୁଷ୍ୟର ଚକ୍ଷୁ ଘୁରି ବୁଲୁଛି । ହେଲେ ବିଶ୍ଵଯୁଦ୍ଧର ସେହି ସକରୁଣ ଇତିହାସ ପୁନରାବୃଭିର ଆଶଙ୍କାରୁ ମୁକ୍ତ ନୁହେଁ । ପୃଥିବୀର ସାମ୍ୟବାଦୀ ଓ ସାମ୍ରାଜ୍ୟବାଦୀ ଏହି ଦୁଇ ବିବଦମାନ ଗୋଷ୍ଠୀ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ସହ ପୁଞ୍ଜିବାଦ, ବର୍ଣବୈଷମ୍ୟ, ସାଂପ୍ରଦାୟିକ ସଂଘର୍ଷ, ସନ୍ତ୍ରାସବାଦ, ଧନଶାଳୀ ଦେଶମାନଙ୍କର ଅଯଥା ଆମ୍ବଗର୍ବ, ସାମରିକ ଶକ୍ତିବୃଦ୍ଧି, ପରମାଣବିକ ପ୍ରଚେଷ୍ଟା, ଅତ୍ୟାଧୁନିକ ଶକ୍ତିଶାଳୀ ମାରଣାସ୍ତ୍ର ନିର୍ମାଣ ପ୍ରତିଦ୍ବନ୍ଦିତା ଓ ସର୍ବୋପରି ଦେଶ ଦେଶ ମଧ୍ୟରେ ସୀମା ସମସ୍ୟା ପ୍ରତି ସମୟରେ ଏହି ସୁନ୍ଦର ସୃଷ୍ଟିକୁ ଭୟସଙ୍କୁଳ କରିରଖିଛି । ଅତୀତରେ କଙ୍ଗା, କ୍ୟୁବା, ବର୍ଲିନ୍, ଆଲଜେରିଆ, ଭିଏତନାମ ପ୍ରଭୃତି ଆନ୍ତର୍ଜାତିକ ସଂଘର୍ଷକୁ ଆଧାର କରି ଦିନେ ବିଶ୍ଵଯୁଦ୍ଧର ସମ୍ଭାବନା ମୁଣ୍ଡ ଟେକିଥିଲା । ଆଜି କିନ୍ତୁ ହିଂସାମୁଖୀ ବିଶ୍ଵର ଜଟିଳ ରାଜନୀତିକ କାରଣରୁ ପ୍ରତିଦିନ ନୂତନ ନୂତନ ସମସ୍ୟାର ଉଭବ ଘଟି ଏକ ବିସ୍ତୋରଣାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ଆଜି ପୃଥିବୀର ସକଳ ପ୍ରାନ୍ତରେ ଗୋଟିଏ ସ୍ଵର ପ୍ରତିଧ୍ବନିତ ହେଉଛି, ତାହା ହେଉଛି ଶାନ୍ତିପାଇଁ ବିକଳ ପ୍ରାର୍ଥନା । ଏହି ଦ୍ବନ୍ଦର ଅବସାନ ନ ଘଟିଲେ, ଏ ଦୃଷ୍ଟିଭଙ୍ଗିର ପରିବର୍ତ୍ତନ ନ ହେଲେ ଏବଂ ପରମାଣୁ ପ୍ରଚେଷ୍ଟାଭଳି ଧ୍ବଂସାତ୍ମକ କ୍ରିୟାକଳାପର ଅବସାନ ନ ଘଟିଲେ ସୃଷ୍ଟିର ବିଲୋପ ଅବଶ୍ୟମ୍ଭାବୀ । ମାନବ ସଭ୍ୟତାକୁ ଅମର କରି ପୃଥିବୀକୁ ଧ୍ବଂସର ବିଭୀଷିକା ମଧ୍ୟରୁ ଉଦ୍ଧାର କରିବାକୁ ହେଲେ ପୃଥିବୀରେ ଶାନ୍ତି ସ୍ଥାପନ ଅପରିହାର୍ଯ୍ୟ ।

ଭାରତର ଆଦର୍ଶ : ସଭ୍ୟତାର ପାଦପୀଠ ଭାରତ ଭୂମିରେ ଶାନ୍ତି ଏବଂ ଅହିଂସାମନ୍ତ୍ର ହେଉଛି ମର୍ମବାଣୀ । ତପୋବନସମ୍ମତ ଭାରତୀୟ ଆର୍ଯ୍ୟ ସଭ୍ୟତା ଶାନ୍ତି, ମୈତ୍ରୀ ଓ ଅହିଂସାର ବେଦି ଉପରେ ହିଁ ପ୍ରତିଷ୍ଠିତ ଥୁଲା । ଏକଦା ଭଗବାନ, ତଥାଗତ ବୁଦ୍ଧ ବେଶରେ ଏହି ଆଦର୍ଶକୁ ପ୍ରଚାର କରି ସମଗ୍ର ଏସିଆ ଭୂଖଣ୍ଡକୁ ଆଲୋକିତ କରିଯାଇଥିଲେ । ଏହି ମାଟିରେ ଜନ୍ମ ହୋଇଥିଲେ ଗୌତମ ବୃଦ୍ଧ, ମହାବୀର ଓ ଶ୍ରୀଚୈତନ୍ୟ, ପୁଣି ଏହି ମାଟିରେ ଜନ୍ମ ହୋଇଥିଲେ କର୍ମବୀର ଅହିଂସାର ପୂଜାରୀ ମହାତ୍ମାଗାନ୍ଧୀ । ବ୍ରିଟିଶ୍ ସାମ୍ରାଜ୍ୟ ଭଳି ଏକ ପରାକ୍ରମଶାଳୀ ଶାସନର ଅବସାନ ହୋଇ ପାରିଥିଲା ଅହିଂସା ବଳରେ । ସୁତରାଂ ବିଶ୍ବଶାନ୍ତି ସ୍ଥାପନ ଦିଗରେ ଭାରତ ହିଁ ଏକମାତ୍ର ରାଷ୍ଟ୍ର ଯିଏ ନେତୃତ୍ବ ନେଇପାରିବ । ଶୋଷଣର ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ ପୁଞ୍ଜିବାଦ ଓ ସାମ୍ରାଜ୍ୟବାଦ ବିଶ୍ଵର ସୁସ୍ଥ ବିଚାରବୋଧକୁ ବ୍ୟାହତ କରୁଛି । ନୂତନ ନୂତନ ମାରଣାସ୍ତ୍ରର ନିତ୍ୟ ଉଭାବନ ଫଳରେ ମାନବଜାତି ପ୍ରତି ମୁହୁର୍ତ୍ତରେ ତ୍ରସ୍ତ ଭାବରେ ଅପେକ୍ଷା କରି ବସିଛି ମୃତ୍ୟୁର ଆଲିଙ୍ଗନକୁ । ଅତୀତରେ ବିଶ୍ୱଶାନ୍ତି ସ୍ଥାପନ ଦିଗରେ ଭାରତର ମହତ୍ ପ୍ରଚେଷ୍ଟା ଅନ୍ୟ ସକଳ ରାଷ୍ଟ୍ର ଦ୍ଵାରା ପ୍ରଶଂସିତ ହୋଇଛି । ଏହି ସ୍ଵାଧୀନ ଗଣତାନ୍ତ୍ରିକ ରାଷ୍ଟ୍ର ଅହମିକାଶୂନ୍ୟ ଭାବରେ ଏକ ନିରପେକ୍ଷ ବୈଦେଶିକ ନୀତିକୁ ଆଶ୍ରୟ କରି ଆଗେଇ ଚାଲିଛି । ଭାରତକୁ ସାମରିକ ଗୋଷ୍ଠୀଭୁକ୍ତ କରି ତା’ର ନିରପେକ୍ଷ ନୀତିକୁ ନଷ୍ଟ କରିବାକୁ ପାଶ୍ଚାତ୍ୟ ଶକ୍ତିମାନଙ୍କ ପକ୍ଷରୁ ବରାବର ଉଦ୍ୟମ ହୋଇଥିଲେ ସୁଦ୍ଧା କେହି ସଫଳକାମ ହୋଇ ପାରି ନାହାଁନ୍ତି । ଯେଉଁଠାରେ ଦୁଇ ବିବଦମାନ ଶକ୍ତି ମଧ୍ୟରେ ସଂଘର୍ଷ ଉପୁକୁଛି, ସେଠାରେ ଭାରତ ସାଧୁ ମଧ୍ୟସ୍ଥି ରୂପେ ଆପଣାର ମହତ୍ତ୍ଵକୁ ପ୍ରତିପାଦିତ କରିଛି । କୋରିଆ ସମସ୍ୟାର ସମାଧାନ ଦିଗରେ ଭାରତର ଯେଉଁ ଗୁରୁତ୍ବପୂର୍ଣ୍ଣ ଭୂମିକା ତାହା ଅନ୍ତରାଷ୍ଟ୍ରୀୟ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ବହୁଦିନ ଯାଏ ଅବିସୃତ ରହିବ । ସେହିଭଳି ୧୯୫୫ ମସିହାରେ ଆପ୍ରୋଏସିଆ ରାଷ୍ଟ୍ରମାନଙ୍କ ଦ୍ଵାରା ଅନୁଷ୍ଠିତ ବାନ୍ଦୁ ସମ୍ମିଳନୀରେ ୨୯ଟି ରାଷ୍ଟ୍ର ମଧ୍ୟରେ ପରସ୍ପର ଶାନ୍ତି, ସହଯୋଗ ଓ ପୈତ୍ରୀ ସ୍ଥାପନ ଉଦ୍ୟମରେ ଭାରତର ନେତୃତ୍ବ ଅନ୍ୟ ସକଳ ରାଷ୍ଟ୍ରର ନୈତିକଚିନ୍ତାକୁ ଉଜୀବିତ କରିଥିଲା । ଉପନିବେଶବାଦ, ବର୍ଣବୈଷମ୍ୟ ଓ ସାମ୍ପ୍ରଦାୟିକତା ବିରୁଦ୍ଧରେ ଭାରତ ଦୃଢ଼ ସ୍ବରରେ ଓ ନିଭୀକ ଭାବରେ ସର୍ବଦା ପ୍ରତିବାଦ କରି ଆସିଛି ।

ଶାନ୍ତି ସ୍ଥାପନ ପାଇଁ ଭାରତର ଉଦ୍ୟମ : ବିଶ୍ୱଶାନ୍ତିକୁ ଭାରତର ସର୍ବଶ୍ରେଷ୍ଠ ଅବଦାନ ହେଉଛି ‘ପଞ୍ଚଶୀଳ’ । ସ୍ୱର୍ଗତ ନେହେରୁଙ୍କ ପ୍ରବର୍ତ୍ତିତ ପଞ୍ଚଶୀଳର ପାଞ୍ଚଟି ଗୁରୁତ୍ବପୂର୍ଣ ସିଦ୍ଧାନ୍ତ ଦିନେ ବହୁ ଶାନ୍ତିପ୍ରିୟ ରାଷ୍ଟ୍ରର ନରନାରୀଙ୍କୁ ଉଦ୍‌ବୁଦ୍ଧ କରିଥିଲା । ଆଜି କିନ୍ତୁ ବିଶ୍ଵର ଜଟିଳ ରାଜନୈତିକ ବାଦବିସମ୍ବାଦ, ସ୍ୱାର୍ଥକୈନ୍ଦ୍ରିକ, ସଂକୀର୍ଣ୍ଣ ଓ ଅନୁଦାର ଚିନ୍ତା, ଗୋଷ୍ଠୀବାଦ ପ୍ରଭୃତିର ପ୍ରଭାବରେ ତାହା ପ୍ଲାନ ହୋଇ ଯାଇଛି । ଯେଉଁ ଚୀନ୍ ପ୍ରଥମ କରି ଏହି ନୀତିଗୁଡ଼ିକ ପ୍ରତି ଆନୁଗତ୍ୟ ପ୍ରକାଶ କରି ସେଗୁଡ଼ିକୁ ସାଦରେ ଗ୍ରହଣ କରି ନେଇଥିଲା, ସେଇ ପୁଣି ପରେ ଏହାର ଅବମାନନା କରି ଭାରତ ଉପରେ ଆରମ୍ଭ କଲା ତାହାର ବର୍ବର ଆକ୍ରମଣ । ତଥାପି ବିଶ୍ୱଶାନ୍ତି ନିମନ୍ତେ ଭାରତର ଏଇ ସାଧୁ ମନୋଭାବ, ନିଃସ୍ୱାର୍ଥପର ଉଦ୍ୟମ ଇତିହାସରେ ଲିପିବଦ୍ଧ ହୋଇ ରହିବ ।

ଭାରତ ଏବେ ମଧ୍ୟ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଜଣେ ପ୍ରଧାନ ସଦସ୍ୟ । ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ସ୍ବର୍ଗତ ପ୍ରଧାନମନ୍ତ୍ରୀ ଜବାହରଲାଲଙ୍କଠାରୁ ଆରମ୍ଭ କରି ବାଜପେୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ପୃଥିବୀରୁ ଅଣୁଅସର ସମ୍ପୂର୍ଣ୍ଣ ବିଲୋପ ପାଇଁ ଦାବିକରି ଆସୁଛନ୍ତି । C.T.B.T ବା ଅଣୁଅସ୍ତ୍ର ପରୀକ୍ଷା ନିରୋଧ ଚୁକ୍ତିରେ ଦରିଦ୍ର ଦେଶମାନଙ୍କୁ ସ୍ବାକ୍ଷର କରାଇ ଦେବାରେ ପରମାଣୁ ଅସ୍ତ୍ରର ଅଧିକାରୀ ବୃହତ୍ ରାଷ୍ଟ୍ରମାନେ କୌଶଳ ପୂର୍ଣ୍ଣ ଉଦ୍ୟମ କରୁଥିବାର ଜାଣି ଭାରତ ତାହାକୁ ବିରୋଧ କରିଛି । ପୃଥିବୀର ପ୍ରଧାନ ଅଣୁଅସ୍ତ୍ର ଅଧୁକାରୀ ରାଷ୍ଟ୍ର ଆମେରିକା, ଫାନ, ବ୍ରିଟେନ, ଋଷ ଓ ଚୀନ୍ ସେମାନେ ଗଚ୍ଛିତ ରଖୁଥିବା ଅଣୁଅସ୍ତ୍ରକୁ ପ୍ରଥମେ ସଂପୂର୍ଣ୍ଣଭାବେ ନଷ୍ଟକରି ଦେବାକୁ ଭାରତ ସର୍ଭ ଆରୋପ କରିଛି । ଭାରତର ଏଭଳି ଦାବି ଅତ୍ୟନ୍ତ ବାସ୍ତବ ଓ ଯଥାର୍ଥ ।

ଭାରତ ପରମାଣୁ ଶକ୍ତିର ଅଧୁକାରୀ ହୋଇଥିଲେ ମଧ୍ୟ ସେ ତାହାକୁ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ବିନିଯୋଗ କରିବାକୁ ଚେଷ୍ଟିତ । ପାକିସ୍ତାନ ଓ ଚୀନ୍ ଭାରତ ଉପରେ ଏକାଧୁକବାର ଆକ୍ରମଣ କରିଥିଲେ ମଧ୍ୟ ଭାରତ କେବେ ନିଜ ପକ୍ଷରୁ ଆକ୍ରମଣ କରିବାକୁ ଇଚ୍ଛା ପ୍ରକାଶ କରିନାହିଁ । ସେଇଭଳି ପାକିସ୍ଥାନ ନିୟମିତ ଭାବେ ଭାରତରେ ସନ୍ତ୍ରାସବାଦୀ କାର୍ଯ୍ୟ ଚଳାଇ ରଖ୍ ଏକ ଅସ୍ଥିର ଅବସ୍ଥା ସୃଷ୍ଟି କରିବାକୁ ଉଦ୍ୟମ କରିଆସିଥିଲେ ମଧ୍ୟ ଭାରତ କେବେ ‘ଶ ଶାଠ୍ୟ ସମାଚରେତ’ ନୀତି ଅବଲମ୍ବନ କରି ନାହିଁ । ବରଂ ସବୁ ସମୟରେ ପାକିସ୍ଥାନ ପ୍ରତି - ବନ୍ଧୁତାର ହସ୍ତ ପ୍ରସାରିତ କରିଛି । ୧୯୯୯ ରେ ପାକିସ୍ଥାନ ପଟରୁ ଆରମ୍ଭ ହୋଇଥିବା କାରଗିଲ ସଂଘର୍ଷରେ ଭାରତର ଅସାଧାରଣ ସଂଯମ ରକ୍ଷା, ଦିଲ୍ଲୀରୁ ଲାହୋର ବସ୍ ଯାତ୍ରା, ୨୦୦୧ ରେ ପାକିସ୍ଥାନର ସାମରିକ ରାଷ୍ଟ୍ରପତି ମୁଷାରଫଙ୍କୁ ନେଇ ଆଗ୍ରାଠାରେ ବାଜପେୟୀଙ୍କ ଶିଖର ସମ୍ମିଳନୀ, କାଶ୍ମୀର ସୀମାନ୍ତରେ ସାତମାସ ଧରି ଭାରତର ଏକତରଫା ଯୁଦ୍ଧବିରତି ଘୋଷଣା ଇତ୍ୟାଦି ହେଉଛି ଏହାର ନିଦର୍ଶନ ।

ଶେଷକଥା : ଆଧୁନିକ ବିଶ୍ଵର ଜଟିଳ ରାଜନୈତିକ ଅବସ୍ଥା ଏବଂ ବାହ୍ୟଚାପ ସମ୍ଭେ ଭାରତ ତା'ର ଗୋଷ୍ଠୀ ନିରପେକ୍ଷ ଓ ଶାନ୍ତିପ୍ରିୟ ମନୋଭାବ ଅକ୍ଷୁର୍ଣ୍ଣ ରଖିଅଛି । ଏବେ ମଧ୍ୟ ଭାରତର ମର୍ମବାଣୀ ହେଉଛି ‘ସର୍ବେ ଭବନ୍ତୁ ସୁଖୀ ।’ ଭାରତ ଚାହେଁ ପୃଥିବୀରୁ ଯୁଦ୍ଧ ଭୟ ଦୂର ହେଉ, ପରସ୍ପର ଉପରେ କେହି ଆକ୍ରମଣ ନ କରନ୍ତୁ, ଭାତୃତ୍ଵର ବନ୍ଧନ ସୁଦୃଢ଼ ହେଉ । ବିଶ୍ଵ ଜନଗଣ ଶାଶ୍ୱତ ପ୍ରେମମନ୍ତ୍ରରେ ଦୀକ୍ଷିତ ହୋଇ ବୁଦ୍ଧ, ଶ୍ରୀଚୈତନ୍ୟ, ଯୀଶୁଙ୍କ ସହିତ କଣ୍ଠ ମିଳାଇ କହନ୍ତୁ, “ମା ହିଁ ସୀ” । ଅର୍ଥାତ୍ ହିଂସା କର ନାହିଁ । ମୈତ୍ରୀ ଦ୍ବାରା ବୈରୀକୁ ବଶ କର, ଅକ୍ରୋଧ ଦ୍ଵାରା କ୍ରୋଧକୁ ଦମନ କର, ତ୍ୟାଗ ଓ ପ୍ରେମ ଦ୍ଵାରା ଅପରର ହୃଦୟକୁ ଜୟ କର, ତାକୁ ଆପଣାର କର । ଓଁ ଶାନ୍ତି ଶାନ୍ତି ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: