Essay on Basant Panchami in Odia Language : In this article " ବସନ୍ତ ପଞ୍ଚମୀ ରଚନା ", " Saraswati Puja Essay in Odia language f...
Essay on Basant Panchami in Odia Language: In this article "ବସନ୍ତ ପଞ୍ଚମୀ ରଚନା", "Saraswati Puja Essay in Odia language for students of class 5, 6, 7, 8, 9, and 10.
Odia Essay on "Basant Panchami", "Saraswati Puja", "ବସନ୍ତ ପଞ୍ଚମୀ ରଚନା" for Students
ଉପକ୍ରମ :
କଜ୍ଵଳ ପୂରିତ ଲୋଚନ ଧାରେ,
ସ୍ତନଯୁଗ ଶୋଭିତ ମୁକୁତା ହାରେ ।
ବୀଣା ପୁସ୍ତକ ରଞ୍ଜିତ ହସ୍ତେ,
ଭଗବତୀ, ଭାରତୀ, ଦେବୀ ! ନମସ୍ତେ ।
ଆଜିଠାରୁ ବହୁ ବର୍ଷ ପୂର୍ବେ ବିଶ୍ୱବିଶ୍ରତ ଅମର କବି କାଳିଦାସଙ୍କର କଣ୍ଡରେ ଦିନେ ଫୁଟି ଉଠିଥିଲା ଏହି ଭାବମୟ ବାଣୀ । ବାଟ ପାର୍ଶ୍ଵସ୍ଥ ବୃକ୍ଷଶାଖାର ଅଗ୍ରଭାଗରେ ବସି ମୂଳ ଛେଦନ କରୁଥିବା ଜଣେ ଅପରିଣାମଦର୍ଶୀ ଯୁବକ ଯେଉଁ ଦେବୀଙ୍କ କୃପା-କଟାକ୍ଷ ଫଳରେ ଦିନେ ମହାକବିର ଗୌରବରେ ଗରୀୟାନ ହୋଇ ଉଠିଥିଲେ, ସେହି ଜ୍ଞାନବିଧାୟିନୀ ଚିନ୍ମୟୀ ଜନନୀ ଦେବୀ ସରସ୍ଵତୀ ହେଉଛନ୍ତି ହିନ୍ଦୁମାନଙ୍କର ପରମ ନମସ୍ୟ । ଯୁଗ ପରେ ଯୁଗ ଅତିକ୍ରାନ୍ତ ହୋଇଯାଇଛି । ଆଦ୍ୟ ବସନ୍ତର ଶୁକ୍ଳ ପଞ୍ଚମୀ ତିଥିରେ ସର୍ବଜ୍ଞାନର ଅଧୁକାରୀ । ଦେବୀ ବୀଣାପାଣିଙ୍କର ପବିତ୍ର ଜନ୍ମ ଦିବସଟିକୁ ପାରମ୍ପରିକ ରୀତିରେ ଭାରତର ଜ୍ଞାନାର୍ଥୀ ଭକ୍ତବୃନ୍ଦ ମହାନନ୍ଦରେ ପାଳନ କରି ଆସୁଛନ୍ତି ।
ବସନ୍ତ ପଞ୍ଚମୀର ତାତ୍ପର୍ଯ୍ୟ : ସଭ୍ୟତାର ପାଦପୀଠ ଏହି ଭାରତ ଭୂମିରେ ହଁ ମାନବ ସଭ୍ୟତାର ଆଦିମ ଉଷାର ବଣ୍ଡିଳ ଆଭା ଦିନେ ପ୍ରତିଭାତ ହୋଇଥିଲା । ଆର୍ଯ୍ୟ ମନୀଷୀଗଣ ଏହି ପୁଣ୍ୟମାଟି ବୁକୁରେ ଜନ୍ମଗ୍ରହଣ କରି ସୃଷ୍ଟି ଏବଂ ସ୍ରଷ୍ଟାଙ୍କର ଅନନ୍ତ ରହସ୍ୟକୁ ଉନ୍ମୋଚନ କରିବାରେ ପ୍ରୟାସୀ ହୋଇଥିଲେ । ସେହିମାନଙ୍କର ସାଧନା ଏବଂ ସିଦ୍ଧି ବଳରେ ସୃଷ୍ଟି ହୋଇଛି ଆମର ବେଦ ବେଦାନ୍ତ, ପୁରାଣ ଓ ଉପନିଷଦ ଇତ୍ୟାଦି । ବାସନ୍ତୀ ପ୍ରକୃତିର ବିମୋହନ ଶୋଭା ସମ୍ପଦ ମଧ୍ୟରେ ଆତ୍ମବିଭୋର ହୋଇ ସେହି ଆର୍ଯ୍ୟ ଋଷିଗଣ ଧ୍ୟାନ ମଧ୍ୟରେ କଳ୍ପନା କରିଥିଲେ ଏକ ଅପୂର୍ବ ନାରୀ ମୂର୍ତ୍ତି । ସେହି ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରି ପ୍ରକୃତିର ଅଖଣ୍ଡ ସାମ୍ରାଜ୍ୟରେ ତାଙ୍କୁ ସର୍ବଜ୍ଞାନ ଅଧ୍ୟଷ୍ଠାତ୍ରୀ, ଚୈତନ୍ୟମୟୀ ଦେବୀ ସରସ୍ଵତୀ ରୂପରେ କରିଥିଲେ ପ୍ରଥମ ଆରାଧନା । ପ୍ରକୃତି ରାଜ୍ୟର ଅନୁପମ ସୌନ୍ଦର୍ଯ୍ୟର ମୂଭିମତୀ ଦେବୀ ଭାବରେ ଚିନ୍ମୟୀ ଜନନୀ ବୀଣାପାଣିଙ୍କୁ କଳ୍ପନା କରାଯାଇଥିବାରୁ ସେ ହେଉଛନ୍ତି ବିଶ୍ବର ସର୍ବଶ୍ରେଷ୍ଠ ଲାବଣ୍ୟମୟୀ, ଚିରଯୌବନା, ମାଧୁର୍ଯ୍ୟମୟୀ ନାରୀ । ପୁନଶ୍ଚ ସେ ହେଉଛନ୍ତି ଶ୍ଵେତସରୋଜବଦନା ତୁଷାରଧବଳା; ଶିର ଦେଶରେ ତାଙ୍କର ଉଜ୍ବଳ କିରୀଟ, କର୍ଣ୍ଣରେ କୁଣ୍ଡଳ, ଗଳାରେ ମୁକ୍ତାହାର, କରକମଳରେ ବୀଣା ଓ ପୁସ୍ତକ, ମୁଖରେ ମୃଦୁ ମଧୁର ହାସ୍ୟ ବିକାଶ । ଏହି ତତ୍ତ୍ୱଜ୍ଞାନ ରୂପିଣୀ ବାଦେବୀଙ୍କୁ ସ୍ମରଣାତୀତ କାଳରୁ ପାରମ୍ପରିକ କ୍ରମରେ ହିନ୍ଦୁ ଭାରତର ଜ୍ଞାନାର୍ଥୀ ଭକ୍ତଗଣ ପୂଜା କରି ଆସୁଛନ୍ତି । ବସ୍ତୁତଃ ସେ ହେଉଛନ୍ତ ରୂପମୟୀ ଏବଂ ଜ୍ଞାନର ମୂପତୀ ଦେବୀ ।
ପୂଜା ପଦ୍ଧତି : ନବ ବସନ୍ତର ସୁମୋହନ ପରିବେଶ ମଧ୍ୟରେ ଶିକ୍ଷାନୁଷ୍ଠାନମାନଙ୍କର ବିଦ୍ୟାର୍ଥୀବର୍ଗ ଶୁଦ୍ଧପୁତ ପ୍ରାଣରେ ବାଣୀଙ୍କୁ ଆରାଧନା କରନ୍ତି । ଏତିକିବେଳେ ପ୍ରାବୃଟର ଉବେଳ ବାରିଧାରର ପ୍ରକୋପ ଏବଂ କରଜୀ ଶୀତ ଋତୁର ନିର୍ମମ ଉପୀଡ଼ନକୁ ବିତ କରି ନବ ବସନ୍ତର ଆବିର୍ଭାବ ହୋଇଥାଏ । ଶିଶିରସିକ୍ତ ମୃତକ ଧରଣୀ ନୂତନ ରୂପଶ୍ରୀରେ ସୁମଣ୍ଡିତା ହୋଇ ନବ ଜୀବନର ଅମିୟପୁଲକ ମଧ୍ୟରେ ସଞ୍ଜୀବିତା ହୋଇ ଉଠେ । କୁଞ୍ଜ କୁଞ୍ଜ ମଧୁକର ଶ୍ରେଣୀର ମୃଦୁ ଗୁଞ୍ଜନ ଏବଂ ନବ କିଶଳୟ ତଳେ ପିକ ବଧୂର ଉଲ୍ଲସିତ ପଞ୍ଚମ ତାନ ଦୂର ଦିଗବଳୟ ତଳେ ପ୍ରତିଧ୍ବନିତ ହୁଏ । କବି ଜୟଦେବଙ୍କ ଭାଷାରେ
"ଲଳିତ ଲବଙ୍ଗଲତା ପରିଶୀଳନ କୋମଳମଳୟ-ସମୀରେ ।
ମଧୁକର ନିକର କରନ୍ବିତ କୋକିଳକୂଜିତ କୁଞ୍ଜ କୁଟୀରେ ।"
ଏହିଭଳି ଏକ କମ୍ର ପରିବେଶ ମଧ୍ୟରେ ମାଘ ଶୁକ୍ଳ ପଞ୍ଚମୀ ଦିବସରେ ଜ୍ଞାନଦାତ୍ରୀ ମା’ଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରି ଭକ୍ତମାନେ ତାଙ୍କର ଆରାଧନା କରନ୍ତି ।
ବିଦ୍ୟାର୍ଥୀମାନେ ଅତ୍ୟନ୍ତ ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରି ବିଦ୍ୟାଳୟ ପ୍ରାଙ୍ଗଣକୁ ପରିଷ୍କାର ପରିଚ୍ଛନ୍ନ କରନ୍ତି । ସ୍ନାନାଦି କର୍ମ ସମାପନ ପରେ ଦେବୀଙ୍କର ଉଦ୍ଦେଶ୍ୟରେ ନାନାବର ପୁଷ, ଧୂପ, ଦୀପ, ନୈବେଦ୍ୟ ଇତ୍ୟାଦି ସାମଗ୍ରୀ ସଂଗ୍ରହ କରନ୍ତି । ବିବିଧ ବର୍ଷରେ ଏକ ମଣ୍ଡପ ସୁସଜ୍ଜିତ କରି ତା' ଉପରେ ବାଦେବୀଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରନ୍ତି । ଏହିଦିନ ଭକ୍ତମାନେ ନବବସ୍ତ୍ର ପରିଧାନ କରନ୍ତି ଓ ସେମାନଙ୍କୁ ଉପବାସ ବ୍ରତ ପାଳନ କରିବାକୁ ହୁଏ । ଶ୍ୱେତ ସରୋଜ ଆସୀନା, ମରାଳବାହିନୀ ଦେବୀ ବୀଣାପାଣିଙ୍କ ସମ୍ମୁଖରେ ଶୁକ୍ଳ ଧାନ୍ୟ ଉପରେ ଏକ ନବଘଟ ସ୍ଥାପନ କରାଯାଇଥାଏ । ତତ୍ପରେ ପୂଜକର ମନ୍ତ୍ରପାଠ ମଧ୍ୟରେ ହୋମର ଅଗ୍ନିଶିଖା ଯେତେବେଳେ ଦୀପ୍ତିମାନ ହୋଇଉଠେ, ସେତେବେଳେ ଛାତ୍ରମାନେ ଅନ୍ତରର ଗଭୀର ଭକ୍ତିର ସହ ଶ୍ଵେତପୁର ଅଞ୍ଜଳି ଅର୍ପଣ ପୂର୍ବକ ପ୍ରଣାମ କରି ଏକ ସ୍ଵରରେ ଗାନ କରନ୍ତି-
“ସରସ୍ବତୀ ମହାଭୋଗେ, ବିଦ୍ୟୁ କମଳ ଲୋଚନେ,
ବିଶ୍ଵରୂପେ ବିଶାଳାକ୍ଷୀ ବିଦ୍ୟା ଦେହି ନମୋସ୍ତୁତେ ।”
ଗନ୍ଧ, ପୁଷ, ଧୂପ, ଦୀପ ଓ ନୈବେଦ୍ୟର ଆଘ୍ରାଣ ସହିତ ଶଙ୍ଖ, ଘଣ୍ଟାର ମଙ୍ଗଳନି ବିଦ୍ୟାଳୟର ପରିବେଶକୁ ଆହୁରି ଶୁଦ୍ଧପୁତ ଏବଂ ପବିତ୍ର କରିଦିଏ । ପୂଜା ସମାପ୍ତ ହେବା ପରେ କେହି ଗୋଟିଏ ଦିନ ଅନ୍ତରରେ ବା କେହି ସାତ ଦିନ ଅନ୍ତରରେ ଦେବୀ-ମୂର୍ତ୍ତିକୁ ଜଳରେ ବିସର୍ଜନ କରି ଦିଅନ୍ତି ।
ଉପସଂହାର : ଆଧୁନିକ ବସ୍ତୁବାଦୀ ଜଗତରେ ମାନବ କ୍ରମେ ଐଶ୍ୱରୀୟ ଭାବନା ଓ ଆଧାୟିକ ଚେତନାଠାରୁ ଦୂରେଇ ଯାଉଥିବା ବେଳେ ବିଦ୍ୟାଳୟମାନଙ୍କରେ ଜ୍ଞାନବିଧାୟିନୀ ଦେବୀ ସରସ୍ଵତୀଙ୍କର ପୂଜା ଆରାଧନା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ଅଟେ । ଛାତ୍ରଛାତ୍ରୀମାନେ ଏହାକୁ ଏକ ଶସ୍ତା ଆମୋଦର ଦିବସ ଭାବେ ବିବେଚନା ନ କରି ବିଦ୍ୟା ଅଧ୍ୟୟନ ଓ ଜ୍ଞାନ ଆହରଣ ନିମନ୍ତେ ଏହାକୁ ଏକ ସାଧନା ଏବଂ ସଂକଳ୍ପର ଦିବସ ଭାବେ ଗ୍ରହଣ କରିବା ଉଚିତ୍ । ସ୍ୱାଧୀନତାର ପରବର୍ତ୍ତୀ କାଳରେ ରାଜନୈତିକ ଅଭିପ୍ରାୟ ବଶତଃ ଧର୍ମନିରପେକ୍ଷତାର ଦ୍ବାହି ଦେଇ ଯେଉଁମାନେ ସରସ୍ବତୀ ପୂଜାକୁ ବିରୋଧ କରୁଛନ୍ତି, ସେମାନେ ଏହି ମହାନ୍ ଆର୍ଯ୍ୟଭୂମିରେ ଆତ୍ମହତ୍ୟା କରୁଛନ୍ତି ବୋଲି ବୁଝିବାକୁ ହେବ । ଛାତ୍ରଛାତ୍ରୀମାନେ ଜ୍ଞାନ ତପସ୍ ହୁଅନ୍ତୁ, ଅବିଦ୍ୟାକୁ ଦୂର କରି ବିଦ୍ୟାର ଆଲୋକରେ ନିଜେ ଉଭାସିତ ହୁଅନ୍ତୁ । ସେହି ଖୁଳବାଣୀ-ବିଶ୍ଵରାଣୀ କାବ୍ୟକଳା-ଠାକୁରାଣୀ କବି ଜନନୀ ମାତା ବୀଣାପାଣିଙ୍କ ନିକଟରେ ସଭକ୍ତି ପ୍ରଣିପାତ ଜଣାଇ ଏକ ସ୍ବରରେ ଗାନ କରନ୍ତୁ
ଆସ ଦେହେ, ଆସ ପ୍ରାଣେ ଆସ ମା ଅନ୍ତରେ ଧାନେ ।
ମଙ୍ଗଳ ଆକାଂକ୍ଷା ହୃଦେ ଆଣ ସତ୍ଵର
ଦିଅ ସାଧନାର ବଳ ଉତ୍ସାହ ଶକ୍ତି ପ୍ରବଳ
କର ଆମ୍ବା ସୁନିର୍ମଳ ସତ୍ୟ ସୁନ୍ଦର,
ପଦ ସେବା ଯୋଗ୍ୟତା ତବ
ପ୍ରଦାନ ଗୋ ଦେବୀ ! ଭାଗ୍ୟ ପୁଣ୍ୟ ବିଭବ ।
(କବିବର ଚିନ୍ତାମଣି)
COMMENTS