Essay on Mother Teresa in Odia Language : In this article " ମଦର ଟେରେସା ରଚନା ", " Mother Teresa Rachana in Odia for students ...
Essay on Mother Teresa in Odia Language: In this article "ମଦର ଟେରେସା ରଚନା", "Mother Teresa Rachana in Odia for students of class 5, 6, 7, 8, 9, and 10.
Odia Essay on "Mother Teresa", "ମଦର ଟେରେସା ରଚନା" for Students
ଉପକ୍ରମ : ଆଜିକୁ ଦେଢ଼ଶହ ବର୍ଷ ତଳେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଜଣେ ସନ୍ଥକବି ଭୀମ ଭୋଇ କହିଥିଲେ
“ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ ।”
ଅର୍ଥାତ୍ ମୁଁ ପଛକେ ଜୀବନରେ କୌଣସି ସୁଖ ସୌଭାଗ୍ୟ ଲାଭ ନ କରି ନର୍କଗାମୀ ହୁଏ, କିନ୍ତୁ ଜଗତର ପ୍ରାଣୀମାନଙ୍କର ମଙ୍ଗଳ ହେଉ । ସେମାନେ ସୁଖରେ ରହନ୍ତୁ । ମାନବ ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଏଭଳି ଅଭିଳାଷ ପୋଷଣ କରି ନିଜର ଜୀବନକୁ ଯେଉଁମାନେ ପରାର୍ଥରେ ଉତ୍ସର୍ଗ କରି ଦିଅନ୍ତି, ସେମାନେ ହୁଅନ୍ତି ମହାପୁରୁଷ । ସେମାନଙ୍କର ଜୀବନଗାଥା ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହେ । ସେମାନେ ମହାକାଳକୁ ଅତିକ୍ରମ କରି ଶାଶ୍ୱତ ଗୌରବର ଅଧୁକାରୀ ହୁଅନ୍ତି । ଫ୍ରେସ ନାଇଟିଙ୍ଗଲ, ଦୀନବନ୍ଧୁ ଆଣ୍ଡୁଜ ଏବଂ ଉତ୍କଳମଣି ଗୋପବନ୍ଧୁ ପ୍ରଭୃତିଙ୍କ ଭଳି ଦୟାଳୁ, ତ୍ୟାଗୀ ଓ ମାନବତାବାଦୀ ସେବକ ପୁରୁଷ ସ୍ବଚିତ ଦେଖାଯାଆନ୍ତି । ସେମାନେ ସେବା ଓ କରୁଣାର ଗୋଟିଏ ଲେଖାଏଁ ଅବତାର ଅଟନ୍ତି । ବିଂଶ ଶତାବ୍ଦୀର ଶେଷଭାଗରେ ସେବାକୁ ଜୀବନର ପରମ ବ୍ରତ ଭାବରେ ବାଛି ନେଇ ଦୁଃଖୀ, ଦରିଦ୍ର, ଅନାଥ ଓ ଅବହେଳିତମାନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ଜୀବନକୁ ଉତ୍ସର୍ଗ କରିଦେଇଥିବା ସେହିଭଳି ଜଣେ ମହୀୟସୀ ନାରୀ ହେଉଛନ୍ତି ମଦର ଟେରେସା । ଆଧୁନିକ ଭାରତରେ ସେ ଯଥାର୍ଥରେ ଥିଲେ ଜଣେ ମାତୃଭୂପିଣୀ କଲ୍ୟାଣମୟୀ ନାରୀ । ସେବା ଓ ତ୍ୟାଗର ଯେଉଁ ମହନୀୟତା ଆଦର୍ଶ ସେ ସୃଷ୍ଟି କରିଯାଇଛନ୍ତି, ତା’ର ପଟାନ୍ତର ନାହି ।
ମଦର ଟେରେସାଙ୍କ ସଂକ୍ଷିପ୍ତ ଜୀବନୀ : ମଦର ଟେରେସା ୧୯୧୦ ଅଗଷ୍ଟ ୨୭ ତାରିଖ ଦିନ ଯୁଗୋସ୍ବାଭିଆରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତୃଦତ୍ତ ନାମ ଥିଲା ଏନେସ୍ ଗୋଝା ବୋଜାସି (Agnes Gonzha Bojaxhiu) ଭାରତକୁ ଆସିବା ପରେ ସେବାମୂଳକ କାର୍ଯ୍ୟରେ ତାଙ୍କର ପ୍ରତିଷ୍ଠା, ପ୍ରଶଂସା ତଥା ଆଦର ନିମନ୍ତେ ସେ ମଦର ଟେରେସା ନାମରେ ପରିଚିତା ହୋଇଥିଲେ ।
ମଦର ଟେରେସା ସ୍ଵଦେଶର ବିଦ୍ୟାଳୟରେ ଅଧ୍ୟୟନ କରିବାବେଳୁ ସେବା ପ୍ରତି ଆଗ୍ରହୀ । ହୋଇଉଠିଥିଲେ । ଦୁଃଖୀଜନର ଦୁଃଖ ଦେଖୁଲେ ତାଙ୍କ ହୃଦୟରେ ବ୍ୟଥା ଜାତ ହେଉଥିଲା । ମାତ୍ର ୧୯ ବର୍ଷ ବୟସରେ ଯୌବନର ସମସ୍ତ ସ୍ଵପ୍ନକୁ ଫିଙ୍ଗିଦେଇ ଜଣେ ମିଶନାରୀ ସେବିକାର ପଥକୁ ବାଛି ନେଇ ସେ କଲିକତା ଚାଲି ଆସିଥିଲେ । କଲିକତାରେ ସେ ପ୍ରଥମେ ଗୋଟିଏ ବିଦ୍ୟାଳୟରେ ଭୂଗୋଳ ଶିକ୍ଷୟିତ୍ରୀ ଭାବରେ କର୍ମ ଜୀବନ ଆରମ୍ଭ କରିଥିଲେ । ଏହି ସମୟରେ ମହାନଗରୀର ରାସ୍ତା ପାର୍ଶ୍ୱରେ ଥିବା ଶହ ଶହ ରୋଗୀ, ଦୁଃଖୀ, ଅନାହାରୀ ଓ ବିକଳାଙ୍ଗ ମାନଙ୍କ ଦୁର୍ଦଶା ଦେଖୁ ପ୍ରାଣରେ ତାଙ୍କର ଅସୀମ ଦୁଃଖ ଜାତ ହୋଇଥିଲା । ବିଶେଷକରି ବିଦ୍ୟାଳୟ ପାର୍ଶ୍ୱବର୍ତ୍ତୀ ମୋତିଝିଲ ନାମକ ବସ୍ତିର ଦରିଦ୍ର ବାସିନ୍ଦାମାନଙ୍କର ଅବସ୍ଥା ଦେଖୁ ପ୍ରଥମେ ସେଇଠାରୁ ହିଁ ସେବାକାର୍ଯ୍ୟ ଆରମ୍ଭ କରିଥିଲେ । ସେ ଶିକ୍ଷୟିତ୍ରୀ ଚାକିରି ପରିତ୍ୟାଗ କରି ମୋତିଝିଲି ବସ୍ତିରେ ' ଅସହାୟମାନଙ୍କର ବିଦ୍ୟାଳୟ' ନାମରେ ଗୋଟିଏ ଦାତବ୍ୟ ସ୍କୁଲ ସ୍ଥାପନ କରିବା ସଙ୍ଗେ ସଙ୍ଗେ ରୋଗୀସେବାରେ ନିଜକୁ ଉତ୍ସର୍ଗ କରିଦେଇଥିଲେ । ସେଇଠାରୁ ହିଁ ତାଙ୍କ ପ୍ରକୃତ ସେବିକା ଜୀବନ ଆରମ୍ଭ ହୋଇଥିଲା ।
ଦୁଇଟି ଦଶନ୍ଧି ଭାରତୀୟ ମୃତ୍ତିକାରେ ଜୀବନ ଅତିବାହିତ କରିବା ପରେ ସେ ଆଉ ସ୍ଵଦେଶକ ପ୍ରତ୍ୟାବର୍ତ୍ତନ କରିବାକୁ ଇଚ୍ଛାକରି ନ ଥିଲେ । ଫଳରେ ଦେଶର ସ୍ୱାଧୀନତା ପରେ ୧୯୪୮ ମସିହାରେ ସେ ଭାରତର ନାଗରିକତା ଗ୍ରହଣ କରି ଏଠାରେ ସ୍ଥାୟୀ ଭାବରେ ବାସ କରିବାକୁ ଆରମ୍ଭ କରିଥିଲେ । ସେ କଲିକତାରେ ‘ମିଶନାରିଜ ଅଫ୍ ଚାରିଟି’ (Missionaries of Charity) ନାମରେ ଗୋଟିଏ ସେବା ଅନୁଷ୍ଠାନ ଗଠନ କରିଥିଲେ । ସେଦିନର ସେଇ କ୍ଷୁଦ୍ର ଚାରାଟି ଏବେ ଏକ ବିରାଟ ମହୀରୁହରେ ପରିଣତ ହୋଇଛି ଏବଂ ବିଭିନ୍ନ ଦେଶରେ ଏହାର ୧୫୦ ଟିରୁ ଊଦ୍ଧ ଶାଖା କାର୍ଯ୍ୟ କରୁଛି । ମଦର ଟେରେସା ସାରା ଜୀବ ଅବିବାହିତା ରହି ଜଣେ ସନ୍ନ୍ୟାସିନୀ ଭଳି ଜୀବନ କଟାଇଥିଲେ । ଦୁଃଖୀ, ଦରିଦ୍ର, ଅନାଥ, ଅସହାୟ, ରୁଗଣ ଓ ବିକଳାଙ୍ଗ ମାନଙ୍କୁ ସେ ଏହିଠାରେ ଆଶ୍ରୟ ଦେଇ ସେମାନଙ୍କର ସମସ୍ତ ପ୍ରକାର ଯନ୍ ନେଉଥିଲେ । ସେ ସମସ୍ତଙ୍କ ପାଇଁ ଥିଲେ କରୁଣାର ଅବତାର ଏବଂ ଜଣେ ସ୍ନେହମୟୀ ମାତା । ସତେ ଅବା ସେ ସ୍ଵର୍ଗୀୟ ବିଭୂତି ନେଇ ମାନବ ସେବା ନିମନ୍ତେ ଦୈବପ୍ରେରିତା ହୋଇଆସିଥିଲେ । 'Service to manking is service to God' - ଏହି ଉକ୍ତିଟି ତାଙ୍କର ଜୀବନରେ ଯଥାର୍ଥ ରୂପେ ପତିପାଦିତ ହୋଇଛି । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ସେବିକା ଏବେ ତାଙ୍କର ଉତ୍ତରଦାୟୀ ଭାବେ ଏଇ ଅନୁଷ୍ଠାନରେ କାର୍ଯ୍ୟ କରୁଛନ୍ତି ।
ପୁରସ୍କାର ଓ ସମ୍ମାନ : ସେବା ଓ ତ୍ୟାଗ ପାଇଁ ମଦର ଟେରେସା ସମଗ୍ର ପୃଥିବୀରେ ସୁପରିଚିତ । ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ଉପାଧୁ ସହିତ ୧୯୮୦ ମସିହାରେ ‘ଭାରତ ରନ୍’ ସମ୍ମାନରେ ଭୂଷିତା କରିଛନ୍ତି । ଏହା ବ୍ୟତୀତ ସେ ‘ପୋପ୍ ଜନ ଶାନ୍ତି ପୁରସ୍କାର', ‘ଜବାହାରଲାଲ ନେହେରୁ ପୁରସ୍କାର’ ଓ ଶାନ୍ତି ପାଇଁ ପୃଥିବୀର ବିଖ୍ୟାତ ‘ନୋବେଲ ପୁରସ୍କାର’ ଲାଭ କରିଥିଲେ । ତାଙ୍କୁ ପୃଥିବୀର ବିଭିନ୍ନ ଦେଶରୁ ଏବଂ ବିଭିନ୍ନ ଅନୁଷ୍ଠାନରୁ ବହୁ ମାନପତ୍ର ମିଳିଥିଲା; ମାତ୍ର ପ୍ରଶଂସା ବା ସ୍ତୁତିଗାନରେ ସେ ଥିଲେ ଅବିଚଳିତା । ସେ କହୁଥିଲେ, “ ଏହି ସଂସାରରେ ଦୁଃଖୀ, ଦରିଦ୍ର, ରୋଗୀ ଓ ବିକଳାଙ୍ଗମାନଙ୍କର ସେବା କରିବା ପାଇଁ ସେ ଈଶ୍ବରଙ୍କ ଦ୍ଵାରା ପ୍ରେରିତା ହୋଇଛନ୍ତି । ତାଙ୍କର ଜୀବନରେ ଏହି ଉକ୍ତି ଯଥାର୍ଥ ଭାବରେ ପ୍ରତିପାଦିତ ହୋଇଥିଲା ।
ଏହି ମହୀୟସୀ ମହିଳା ଥିଲେ ସେବା ଓ କରୁଣାର ପ୍ରତିମୂର୍ତ୍ତି, ଅନାଥ ଓ ଅସହାୟଙ୍କ ପାଇଁ ଆଶାର ଆଲୋକ, ଆଉଁ ଓ ପୀଡ଼ିତଙ୍କ ପାଇଁ ଅପୂର୍ବ ସାନ୍ବନା । ୧୯୯୭ ମସିହା ସେପ୍ଟେମ୍ବର ମାସରୁ ସେ ଇହଲୋକରୁ ବିଦାୟ ନେଇଛନ୍ତି ।
ଶେଷକଥା : ମଦର ଟେରେସା ଜଣେ ବିଦେଶୀ ହେଲେ ମଧ୍ୟ ଭାରତୀୟ ମାଟି, ପାଣି ସହିତ ନିଜକୁ । ଓତଃପ୍ରୋତ ଭାବରେ ଜଡ଼ିତ କରିଦେଇଥିଲେ । ଖ୍ରୀଷ୍ଟିଆନ ପରିବାରରେ ଜନ୍ମ ଗ୍ରହଣ କରି ମଧ୍ୟ ସେବା କ୍ଷେତ୍ରରେ ଜାତି ଧର୍ମର ସଂକୀର୍ଣ୍ଣତାଠାରୁ ବହୁ ଉଦ୍ଧକୁ ଚାଲିଯାଇ ସମସ୍ତଙ୍କର ପ୍ରିୟଭାଜନ ହୋଇଥିଲେ । ତାହାହିଁ ହେଉଛି ଜଣେ ଯଥାର୍ଥ ସେବିକାର ଆଦର୍ଶ । ସେବା, ତ୍ୟାଗ ଓ କରୁଣା କ୍ଷେତ୍ରରେ ସେ ଯେଉଁ ଆଦର୍ଶ ସୃଷ୍ଟି କରିଗଲେ, ତାହା ଯୁଗ ଯୁଗ ଧରି ଅମଳିନ ହୋଇ ରହିବ । ସେ ସମଗ୍ର ମାନବ ସମାଜର ମାତୃତୁଲ୍ଯା ଏବଂ ଜଣେ ବନ୍ଦନୀୟା ନାରୀ । ଏବେ ତାହାଙ୍କୁ ଜଣେ ‘ସଛି’ ବା ‘ସେଣ୍ଟ' ରୂପେ ସ୍ୱୀକୃତି ଦେବା ପାଇଁ ଖ୍ରୀଷ୍ଟୀୟ ଜଗତରେ ବିଚାର ଆଲୋଚନା ଚାଲିଛି ।
COMMENTS