Saturday, 6 March 2021

Letter to Younger Sister to Participate in Science fair in Odia Language

Letter to Younger Sister to Participate in Science fair in Odia Language: In this article you will get ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିବା ପାଇଁ ସାନ ଭଉଣୀଙ୍କୁ ପତ୍ର ଲେଖ ।  Sana Bhauni Nikataku Patra in Odia

Letter to Younger Sister to Participate in Science fair in Odia Language

ଭକ୍ତମଧୁ ବିଦ୍ୟାପୀଠ

ତା..............

କଲ୍ୟାଣୀୟା ରୀମା,

ମୋର ଶୁଭାଶୀର୍ବାଦ ଗ୍ରହଣ କରିବୁ । ବାପା, ବୋଉଙ୍କୁ ମୋର ଭୂମିଷ୍ଠ ପ୍ରଣିପାତ ଜଣାଇଦେବୁ । ମୁଁ ପିତାମାତାଙ୍କ ଆଶୀର୍ବାଦରୁ କୁଶଳରେ ଅଛି । ତୁ ସେଠାରେ ପିତାମାତାଙ୍କ ସାଥିରେ ଅତ୍ୟନ୍ତ ଆନନ୍ଦରେ ଥିବୁ ।

ରୀମା, ତୋତେ ଏ ପତ୍ର ଖଣ୍ଡିକ ଆହୁରି ଆଗରୁ ଦେଇଥିଲେ ଭଲ ହୋଇଥାଆନ୍ତା । ମାତ୍ର ମୁଁ ପଢ଼ାପଢ଼ିରେ ଏତେ ବ୍ୟସ୍ତ ଥିଲି ଯେ, ଟିକିଏ ବି ସମୟ ମୋତେ ମିଳିଲା ନାହିଁ । ତୁ' ତ ଜାଣିଛୁ ମୋତେ ଏବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ପଡ଼ିବ । ଏ କଥା ପ୍ରଥମରୁ ଲେଖିଲି, ଏଇଥିପାଇଁ କି ଯେ, ତୁ ଏଥର ନିଶ୍ଚୟ ବିଜ୍ଞାନ ମେଳାରେ ଭାଗ ନେବୁ । ତୁ ଚତୁର୍ଥ ଶ୍ରେଣୀରେ ବିଜ୍ଞାନ ମେଳାରେ ପ୍ରଥମ ହୋଇଥିଲୁ । ପୁରସ୍କାର ମଧ୍ୟ ପାଇଥିଲୁ । ଏଥର ନବମ ଶ୍ରେଣୀରେ ପଢୁଛୁ । ଆସନ୍ତା ବ୍ଲକସ୍ତରୀୟ ବିଜ୍ଞାନମେଳାରେ ତୁ ନିଶ୍ଚୟ ଭାଗ ନେବୁ ବୋଲି ମୁଁ ଏ ପତ୍ର ଖଣ୍ଡିକ ଅତ୍ୟନ୍ତ ଆଗ୍ରହ ସହ ଲେଖୁଛି । ଦେଖ ରୀମା, ମୋ’ ଆଗ୍ରହ ଅପେକ୍ଷା ତୋ’ ଆଗ୍ରହ ଯେମିତି ବଳିଯିବ । କୁନି କୁନି ବୈଜ୍ଞାନିକମାନେ ଯେଉଁ ନୂଆ ନୂଆ ପ୍ରକଳ୍ପ ଆଣୁଛନ୍ତି, ତା’ ଦେହରେ ଯେଉଁ ନୂଆ ବୈଜ୍ଞାନିକ ଚିନ୍ତାଧାରା ପ୍ରୟୋଗ କରୁଛନ୍ତି; ତାହା ମାନବ ସମାଜର କଲ୍ୟାଣ ସାଧନ କରିପାରୁଛି । କିଏ କହିବ ତୋ’ ପ୍ରକଳ୍ପଟି ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରତିଯୋଗିତାରେ ସ୍ଥାନ ନ ପାଇବ ବୋଲି ! ଶୁଣ ରୀମା, ‘ପଛଘୁଞ୍ଚା ନାହିଁ ବୀରର ଜାତକେ ।’ ତୁ ନିଶ୍ଚୟ ଫଳ ପାଇବୁ । ପରିଶ୍ରମ କର । ତୋର ବୁଦ୍ଧି ଅଛି, କେବଳ ସାହସ ବାନ୍ଧି କାମ କରିଯିବା ଦରକାର । ଫଳ ଆଶା ନ କରି କର୍ତ୍ତବ୍ୟ କର । ଉଚ୍ଚମନା ହୋଇ ଆଗେଇ ଚାଲ । ମନରେ ସାହସ ଓ ଦେହରେ ଶକ୍ତି ଆପେ ଆପେ ଆସିଯିବ । ବିଜ୍ଞାନ ଶିକ୍ଷକଙ୍କୁ ପରାମର୍ଶ କରି ତାଙ୍କ ସହାୟତାରେ ଏକ ନୂତନ ତଥା ମାନବ ସମାଜର ଉପକାରରେ ଲାଗୁଥିବା ଏକ ବିଜ୍ଞାନ ପ୍ରକଳ୍ପ ତିଆରି କରି ତୁ ନିଶ୍ଚୟ ବ୍ଲକସ୍ତରୀୟ ବିଜ୍ଞାନ ମେଳାରେ ଯୋଗ ଦେବୁ । ଯେତେ ଅର୍ଥ ଦରକାର ହେବ, ଘରୁ ନେଇ ତିଆରି କରିବୁ । ମୁଁ କହିଛି ବୋଲି କହିବୁ । ତୋର ଆଗ୍ରହ ଓ ଉଦ୍‌ଯୋଗ ଉପରେ ସବୁ ନିର୍ଭର କରୁଛି । ମୁଁ ଅନେକ ଆଶା ରଖି ତୋ’ ପାଖକୁ ଏ ପତ୍ର ଖଣ୍ଡିକ ଲେଖୁଛି, ମୋ’ ଆଶା ଠାରୁ ତୋ’ ଆଶା ଯେପରି ଦୃଢ଼ତର ହେବ, ରହୁଛି ।

ଇତି

ତୋର ବଡ଼ଭାଇ

ଅନିମେଷ

ଠିକଣା ଡାକ ଚିକେଟ୍

ପ୍ରେରକ: ଗ୍ରାହକ :

ଅନିମେଷ ଚୌଧୁରୀ କୁମାରୀ ଋତମ୍ଭରା ଚୌଧୁରୀ

ଭକ୍ତମଧୁ ବିଦ୍ୟାପୀଠ ମାର୍ଫତ: ନୀତିଶ କୁମାର ଚୌଧୁରୀ

ପୋ: ପୁରୁଣାଭୁବନେଶ୍ଵର ସାପୋ: ଭୋଗରାଇ

ଜି: ଖୋର୍ଦ୍ଧା ଜି: ବାଲେଶ୍ୱର

ପିକୋଡ୍ : ପିକୋଡ୍ :


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: