Letter to Electricity Department for Power Cut in Odia Language : In this article you will get ଅଘୋଷିତ ବିଦ୍ୟୁତ୍ କାଟ୍ର ନିରାକରଣ ନିମନ୍ତେ ବିଦ୍...
Letter to Electricity Department for Power Cut in Odia Language: In this article you will get ଅଘୋଷିତ ବିଦ୍ୟୁତ୍ କାଟ୍ର ନିରାକରଣ ନିମନ୍ତେ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ଦରଖାସ୍ତ ଲେଖ । Bidyut Bivagiya Adhikari Nikataku Patra in Odia.
Letter to Electricity Department for Power Cut in Odia Language
ତୁମ ଅଞ୍ଚଳରେ ବାରମ୍ବାର ହେଉଥିବା ଅଘୋଷିତ ବିଦ୍ୟୁତ୍ କାଟ୍ର ନିରାକରଣ ନିମନ୍ତେ ବିଭାଗୀୟ ଅଧୁକାରୀଙ୍କୁ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ନିର୍ବାହୀଯନ୍ତ୍ରୀ,
ବିଦ୍ୟୁତ୍ ବିଭାଗ, ବିଭାଗ-୧
ପୁରୁଷୋତ୍ତମପୁର, ଗଞ୍ଜାମ
ମହୋଦୟ....................................................ସମୀପେଷୁ
ବିଷୟ : ବିଦ୍ୟୁତ୍କାଟର ପ୍ରତିକାର ନିମିତ୍ତ ନିବେଦନ ।
ମହାଶୟ,
ଆମ୍ଭେ ପୁରୁଷୋତ୍ତମପୁରର ବାସିନ୍ଦାଗଣ ବିନୀତଭାବେ ଆପଣଙ୍କର କୃପାଦୃଷ୍ଟି ଆକର୍ଷଣ ପୂର୍ବକ ଜଣାଉ ଅଛୁ ଯେ ଆମ୍ଭ ଗ୍ରାମର ବିଦ୍ୟୁତ୍ ଗ୍ରାହକ ସଂଖ୍ୟା ପ୍ରାୟ ସାତ ଶହ । ଆୟ ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି +୨ ଏବଂ +୩ କଳା ଓ ବିଜ୍ଞାନ ମହାବିଦ୍ୟାଳୟ ମଧ୍ୟ ରହିଛି । ଆଜକୁ ୩୫ ବର୍ଷ ତଳେ ଆମ୍ଭ ଗ୍ରାମରେ ବିଦ୍ୟୁତ୍ ସଂଯୋଗ ହୋଇଥିଲା । ବର୍ତ୍ତମାନ ଯୁଗରେ ସମସ୍ତେ ବିଦ୍ୟୁତ୍ ଉପରେ ନିର୍ଭରଶୀଳ ଏବଂ ଏହାର ଆବଶ୍ୟକତା ଯଥେଷ୍ଟ ପରିମାଣରେ ବଢ଼ିଛି । ଆମ୍ଭ ଗ୍ରାମର ଲୋକ ସଂଖ୍ୟା ଚାରିହଜାରରୁ ଅଧୁକ । କିନ୍ତୁ ଏବେ ମାସାଧୁକ କାଳ ହେଲା ମଝିରେ ମଝିରେ ଲଗାତାର ବିଦ୍ୟୁତ୍ କାଟ୍ ହେଉଛି । ଯାହାକି ଅଘୋଷିତ ବିଦ୍ୟୁତ୍ କାଟ୍ । ଏବେ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ଓ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାମାନ ଆସି ମୁଣ୍ଡ ଉପରେ । ତେଣୁ ବିଦ୍ୟୁତ୍କାଟ୍ ଫଳରେ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହୋଇ ନିଜକୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବାରେ ଅସମର୍ଥ ହେଉଛନ୍ତି । ଆପଣ ଜାଣନ୍ତି, ପିଲାମାନଙ୍କର ପାଠପଢ଼ାରୁ ମନ ଛାଡ଼ିଗଲେ ଆଉ ଯୋଡ଼ିବା କଷ୍ଟକର ବ୍ୟାପାର । ଗାଁରେ ଧାନ କଳ, ଚୁଡାକଳ, ପାଣିକଳ ସବୁ ବନ୍ଦ ହୋଇଯାଉଛି । ବିଦ୍ୟୁତ୍ କାଟ୍ ପୁଣି ଘଣ୍ଟା ଘଣ୍ଟା ଧରି ହେଉଥିବାରୁ ଆମ୍ଭେମାନେ ଛୋଟ ପିଲାମାନଙ୍କୁ ଧରି ଅତ୍ୟନ୍ତ ହଇରାଣ ହରକତ ହେଉଛୁ । ପୁଣି ରାତିରେ ହଠାତ୍ ବିଦ୍ୟୁତ୍କାଟ ଯୋଗୁଁ ଚୋର, ତସ୍କରମାନେ ଆଡ୍ଡା ଜମେଇଲେଣି । ସେମାନଙ୍କୁ ସୁହାଇବା ଭଳି ପରିସ୍ଥିତି ହେଉଛି । ଏହି ଅଘୋଷିତ ବିଦ୍ୟୁତ୍ କାର ସୂଚନା ମଧ୍ୟ ଆମ୍ଭଙ୍କୁ ପୂର୍ବରୁ ଜଣାଯାଉନାହିଁ । ଆମ୍ଭ ଗ୍ରାମର ବିଦ୍ୟୁତ୍ ଦେୟ ନିୟମିତ ପୈଠ କରାଯାଉଛି ।
ଏଣୁ ବିନୀତ ଅନୁରୋଧ କରୁକି ଆପଣ ସହୃଦୟ ହୋଇ ପ୍ରକୃତ ଘଟଣାର ଅନୁସନ୍ଧାନ କରି ଆମ୍ଭ ଗ୍ରାମରେ ହେଉଥିବା ବିଦ୍ୟୁତ୍ କାଟର ସ୍ଥାୟୀ ପ୍ରତିକାର ଜନିତ ସୁବ୍ୟବସ୍ଥା କରାଇଲେ ଆମେ ଆପଣଙ୍କ ନିକଟରେ ବିରରଣୀ ହୋଇ ରହିବୁ । ଇତି ।
ଆପଣଙ୍କର ବିଶ୍ୱସ୍ତ
ପୁରୁଷୋତ୍ତମପୁର ଗ୍ରାମର ଗ୍ରାମବାସୀବୃନ୍ଦ
ସ୍ବାକ୍ଷର :
କ. ଶ୍ରୀ ସୁଦର୍ଶନ ରଥ ।
ତା .............. ଖ. ଶ୍ରୀ ରଘୁନାଥ ଦଳେଇ
ଗ. ଶ୍ରୀ ଗୋପୀନାଥ ମିଶ୍ର
ଘ. ଶ୍ରୀମତୀ ବିଷ୍ଣୁପ୍ରିୟା ପ୍ରଧାନ
ଡ. ଶ୍ରୀମତୀ ବୀଣାପାଣି ମିଶ୍ର
ଚ. ଶ୍ରୀ ଦୀନବନ୍ଧୁ ଘଡ଼େଇ
COMMENTS