Letter to Friend about Visit to Book Fair in Odia Language : In this article you will get ଦେଖିଥିବା ପୁସ୍ତକମେଳାର ଅନୁଭୂତି ବର୍ଣ୍ଣନା କରି ତୁମ ସାଙ...
Letter to Friend about Visit to Book Fair in Odia Language: In this article you will get ଦେଖିଥିବା ପୁସ୍ତକମେଳାର ଅନୁଭୂତି ବର୍ଣ୍ଣନା କରି ତୁମ ସାଙ୍ଗ ନିକଟକୁ ପତ୍ର ଲେଖ । Tume dekhithiba eka pradarshani bisaya re sanga ku patra in odia
Letter to Friend about Visit to Book Fair in Odia Language
ପୁରୀ
ତା.........
ପ୍ରିୟ ବସନ୍ତ,
ମୋର ଶୁଭେଚ୍ଛା ନେବୁ । ମଉସା ଓ ମାଉସୀଙ୍କୁ ମୋର ନମସ୍କାର ଜଣାଇଦେବୁ । ଆଦରର କୁନା ପାଇଁ ଅନେକ ସ୍ନେହାଶୀର୍ବାଦ । ତୁ ଦେଇଥିବା ପତ୍ରଟି ଗତକାଲି ପାଇଲି । ପୁରୀରେ ହୋଇଥିବା ପୁସ୍ତକମେଳା ସମ୍ପର୍କରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛୁ, ଏବେ ସେ ସମ୍ପର୍କରେ ଲେଖୁଛି ।
ଜାନୁୟାରୀ ୩ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଚତୁର୍ଦ୍ଦଶ ଶ୍ରୀକ୍ଷେତ୍ର ପୁସ୍ତକମେଳା ମହା ଜାକଜମକରେ ଏଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁସ୍ତକମେଳା ଗୁଣ୍ଡିଚା ଘର ସମ୍ମୁଖରେ ଥିବା ଉନ୍ମକ୍ତ ପ୍ରାନ୍ତରରେ ଅନୁଷ୍ଠିତ ହୋଇଥିଲା । ଏହି ପୁସ୍ତକ ମେଳାରେ ଓଡ଼ିଶା ଏବଂ ଓଡ଼ିଶା ବାହାରର ବହୁ ବଛା ବଛା ପ୍ରକାଶକ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ଦିନ ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ ।
ପ୍ରତ୍ୟେକଦିନ ସନ୍ଧ୍ୟା ବେଳେ ସାଂସ୍କୃତିକ ମଞ୍ଚରେ କିଛିନା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ସେଠାରେ ସାହିତ୍ୟ ଅନୁଷ୍ଠାନ, ସଂସ୍କୃତି ଗବେଷଣା ପରିଷଦ ଓ ନୃତ୍ୟ ଅନୁଷ୍ଠାନମାନେ ସ୍ଵ ସ୍ଵ କଳା ପ୍ରଦର୍ଶନ କରୁଥିଲେ । ପ୍ରାୟ ଏକଶତରୁ ଅଧିକ ଷ୍ଟଲ ସେଠାରେ ଦୃଶ୍ୟମାନ ହେଉଥିଲା । ଏହି ବ୍ଲକ୍ ଷ୍ଟଲ ଗୁଡ଼ିକ ଦିବା ତିନି ଘଣ୍ଟା ସମୟରୁ ରାତି ଦଶଟା ଯାଏ ଖୋଲା ରହୁଥିଲା । ପୁରୀ ଓ ପୁରୀ ବାହାରୁ ଅନେକ କବି, ସାହିତ୍ୟିକ, ଲେଖକ, ଛାତ୍ରଛାତ୍ରୀ ସେଠାକୁ ପୁସ୍ତକ କ୍ରୟ କରିବା ଉଦ୍ଦେଶ୍ୟରେ ଆସି ରୁଣ୍ଡ ହେଉଥିଲେ । କେତେକ ଦୁଗ୍ରାପ୍ୟ ପୁସ୍ତକ ଏଠାରେ ସହଜଲଭ୍ୟ ହେଉଥିଲା । କେବଳ ଜ୍ଞାନର ଆଦାନପ୍ରଦାନ ନିମନ୍ତେ ଏହି ପୁସ୍ତକ ମେଳାର । ଭୂମିକା ଅନନ୍ୟ ଥିଲା । ପୁସ୍ତକଗୁଡ଼ିକର ମୂଲ୍ୟରେ ଜନପ୍ରିୟ ରିହାତି ମିଳୁଥିବାରୁ ପୁସ୍ତକ ବିକ୍ରୟ ଭଲ ହୋଇଥିଲା ।
ମୁଁ ଓ ମୋର ସାଙ୍ଗ ପ୍ରତ୍ୟହ ସାଯ୍ୟକାଳରେ ସେଠାକୁ ଯାଇ ପୁସ୍ତକଗୁଡ଼ିକ ଦେଖି ଦେଖି ବୁଲୁଥିଲୁ । ଆହା ! ଆମକୁ ସତରେ ପୁସ୍ତକମାନଙ୍କ ପ୍ରତି ମୋହ ଲାଗିଯାଇଥିଲା । ମୁଁ ଚଳିତ ବର୍ଷ ପ୍ରାୟ ଅନେକ ବହି କ୍ରୟକରି ଆଣିଛି । ଜାନୁୟାରୀ ୧୨ ତାରିଖରେ ଏହି ପୁସ୍ତକମେଳା ଉଦ୍ଯାପିତ ହେଲା । ତେବେ ଏହି ମେଳା ମୋ’ ମନରେ ପଢ଼ିବା ପ୍ରତି ଅଫୁରନ୍ତ ଆଗ୍ରହ ଆଣିଦେଇଛି । ନୂତନ ବହିଗୁଡ଼ିକ ମୁଁ ଅତ୍ୟନ୍ତ ଆଗ୍ରହ ସହକାରେ ପଢ଼ିବାରେ ଲାଗିଛି । ପତ୍ର ପାଇ ପତ୍ର ଦେବୁ, ରହିଲି ।
ଇତି
ତୋର ଚିର ଅଭୁଲା ସାଙ୍ଗ
ଚନ୍ଦନ
ଠିକଣା ଡାକ ଚିକେଟ୍
ପ୍ରେରକ: ଗ୍ରାହକ :
ଚନ୍ଦନ ମହାପାତ୍ର ଶ୍ରୀ ବସନ୍ତ କୁମାର ମଲ୍ଲିକ
ମାତ୍ର : ଭୋଳାନାଥ ମହାପାତ୍ର ସରକାରୀ ଜିଲ୍ଲା ସ୍କୁଲ
ଶରଧାବାଲି ବାଲେଶ୍ଵର
ନବକଳେବର ରୋଡ୍ ଜି: ବାଲେଶ୍ଵର
ଜି: ପୁରୀ ପିନ୍କୋଡ୍:
ପିନ୍କୋଡ୍:
COMMENTS