Application to Principal for Fee Concession in Odia Language: In this article you will get ବିଦ୍ୟାଳୟର ଗରିବ ଛାତ୍ରପାଣ୍ଡିରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖ । Application to principal for financial help in odia.
Application to Principal for Fee Concession in Odia Language
ବିଦ୍ୟାଳୟର ଗରିବ ଛାତ୍ରପାଣ୍ଡିରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଲେଖ ।
ମାନନୀୟ ଶ୍ରୀଯୁକ୍ତ ଗୋପାଳକୃଷ୍ଣ ଉଚ୍ଚ ବିଦ୍ୟାଳୟ, ସୁବଳୟା, ଗଞ୍ଜାମର ପ୍ରଧାନ ଶିକ୍ଷକ ମହୋଦୟ ।
(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)
ବିଷୟ : ଗରିବ ଛାତ୍ରପାଣ୍ଡିରୁ ଆର୍ଥିକ ସହାୟତା ପ୍ରଦାନ ।
ମହାଶୟ,
। ସମ୍ମାନର ସହ ନିବେଦନ କରେ କି, ମୁଁ ଶ୍ରୀୟା ସୁଚରିତା ଆପଣଙ୍କ ବିଦ୍ୟାଳୟର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଅଛି । ମୁଁ ନବମ ଶ୍ରେଣୀରେ ନବେ ପ୍ରତିଶତରୁ ଊଦ୍ଧ ନମ୍ବର ରଖ୍ ଉତ୍ତୀର୍ଣ୍ଣ ହୋଇଛି । ମୋର ବାପାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନୁହେଁ । ଆମ ଘରର ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ଭରଣପୋଷଣ କରିବା ତାଙ୍କ ପକ୍ଷରେ କଷ୍ଟକର । ମୋର ଆଉ ଦୁଇଜଣ ଭାଇଭଉଣୀ ମଧ୍ୟ ପାଠ ପଢୁଛନ୍ତି । ବାପା ଆମ ଘର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଦୈନିକ ମଜୁରି ଖଟି ସେ ପରିବାର ଚଳାଉଥିବାରୁ ସମସ୍ତଙ୍କ ପାଠ ଉପକରଣ ଓ ବିଦ୍ୟାଳୟର ଦେୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ତାଙ୍କ ପକ୍ଷେ ବହନ କରିବା କଷ୍ଟକର ହୋଇପଡୁଛି । ସେଥିପାଇଁ ଦଶମ ଶ୍ରେଣୀର ଆବଶ୍ୟକ ବହିଖାତା ମୁଁ କିଣିପାରୁ ନାହିଁ । ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଯାଇଥିବାରୁ ମୋତେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।
। ଏଣୁ ବିନୀତ ଅନୁରୋଧ କରେ କି ଆପଣ ଦୟାପରବଶ ହୋଇ ମୋର ଆର୍ଥିକ ପରିସ୍ଥିତିକୁ ବିଚାରକୁ ନେଇ ବିଦ୍ୟାଳୟର ଗରିବ ଛାତ୍ର ପାଣ୍ଠିରୁ କିଛି ଆର୍ଥିକ ସହାୟତା ଦେଲେ ମୁଁ ଆପଣଙ୍କ ନିକଟରେ ଚିରକୃତଜ୍ଞ ରହିବି ଇତି ।
ଆପଣଙ୍କର ଆଜ୍ଞାଧୀନ ଛାତ୍ରୀ
ତା .............. ଶ୍ରୀୟା ସୁଚରିତା
ଦଶମ ଶ୍ରେଣୀ (କ), ରୋଲ ନଂ-୨