Letter to Principal Asking for Permission to Travel in Odia Language: In this article you will get ଐତିହାସିକ ତଥା ସାଂସ୍କୃତିକପୀଠ ରୂପେ ପରିଚିତ ଶ୍ରୀକ୍ଷେତ୍ର ପୁରୀକୁ ପରିଭ୍ରମଣରେ ଯିବା ପାଇଁ ଅଧ୍ୟକ୍ଷଙ୍କ ଅନୁମତି ପାଇଁ ଦରଖାସ୍ତ ଲେଖ for Students.
Letter to Principal Asking for Permission to Travel in Odia Language
ମାନନୀୟ ଶ୍ରୀଯୁକ୍ତ ଶାନ୍ତିଲତା କନିଷ୍ଠ ମହାବିଦ୍ୟାଳୟର ଅଧକ୍ଷା ମହୋଦୟା
ବିଷୟ : ପରିଭ୍ରମଣ ନିମିତ୍ତ ଯାତ୍ରା ପାଇଁ ଅନୁମତି ପ୍ରଦାନାର୍ଥି ।
ମହାଶୟା,
ଅତ୍ୟନ୍ତ ନମ୍ରତା ଓ ଗଭୀର ସମ୍ମାନର ସହ ନିବେଦନ କରୁଅଛୁ କି, ପ୍ରତିବର୍ଷ ଭଳି ଚଳିତ ବର୍ଷ ତା୨୮i୧ ୧୩୨୦୧୬ ରିଖ ଦିନ ପୁରୀ, କୋଣାର୍କ ଓ ଚିଲିକା ପରିଭ୍ରମଣରେ ଯିବା ପାଇଁ ଆମ୍ଭ ମହାବିଦ୍ୟାଳୟର ଦ୍ବିତୀୟବର୍ଷ ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରଛାତ୍ରୀଗଣ ଇଚ୍ଛା ପ୍ରକାଶ କରିଅଛୁ । ଅଧାପକ ଓ ଅଧାପିକାମାନଙ୍କର ତତ୍ତ୍ଵାବଧାନ ଓ ପରିଚାଳନା କମିଟିର ସଦସ୍ୟମାନଙ୍କ ସହଯୋଗ କ୍ରମେ ତିନିଗୋଟି ବସ୍ ଯୋଗେ ଯାତ୍ରା କରିବାକୁ ଆମ୍ଭେମାନେ ମନସ୍ଥ କରିଅଛୁ । ଶାନ୍ତି ଓ ଶୃଙ୍ଖଳାର ସହିତ ଆମ୍ଭେମାନେ ଯିବାପାଇଁ ପ୍ରତିଶ୍ରୁତିବଦ୍ଧ । ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଆମର ଯାତ୍ରା ଶୁଭଙ୍କର ହେବ ।
ଏଣୁ ସବିନୟ ଅନୁରୋଧ କରୁକି ଆପଣ ଆମ୍ଭମାନଙ୍କୁ ପ୍ରୋକ୍ତ ଦିବସରେ ପରିଭ୍ରମଣ ପାଇଁ ଅନୁମତି ପ୍ରଦାନ କଲେ ଆସ୍ତେ ବିଶେଷ ଉପକୃତ ହେବୁ । ପ୍ରକାଶ ଥାଉକି ଆମ୍ଭ ଅଭିଭାବକମାନଙ୍କର ଏହି ସଂକ୍ରାନ୍ତୀୟ ସ୍ୱୀକୃତି ପତ୍ର ମହାବିଦ୍ୟାଳୟର କାର୍ଯ୍ୟାଳୟରେ ଦାଖଲ କରିଅଛୁ ।
।ଇତି।
ଆପଣଙ୍କର ଆଜ୍ଞାଧୀନ ଛାତ୍ରଛାତ୍ରୀଗଣ
ତା ............. ବିକାଶ କୁମାର ଚୌଧୁରୀ (ଛାତ୍ର ପ୍ରତିନିଧ)
ରଞ୍ଜନା ମଲ୍ଲିକ(ଛାତ୍ରୀ ପ୍ରତିନିଧ)
ସୁଶ୍ରୀ ସଂଗୀତା ମହାନ୍ତି (ଛାତ୍ରୀ ପ୍ରତିନିଧ)