Sunday, 21 March 2021

Letter to Principal to Arrange Blood Donation Camp in Odia Language

Letter to Principal to Arrange Blood Donation Camp in Odia Language: In this article you will get ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ପ୍ରଧାନ ଅଧ୍ୟକ୍ଷଙ୍କ ନିକଟକୁ ଆବେଦନ ପତ୍ର ଲେଖ । Headmaster Nikataku Patra in Odia.

Letter to Principal to Arrange Blood Donation Camp in Odia Language

ରେଳ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ଆଘାତପ୍ରାପ୍ତ ଯାତ୍ରୀମାନଙ୍କ ସହାୟତା ପାଇଁ ମହାବିଦ୍ୟାଳୟ ତରଫରୁ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଅଧ୍ୟକ୍ଷଙ୍କ ନିକଟକୁ ଆବେଦନ ପତ୍ର ଲେଖ ।

ମାନନୀୟ ଶ୍ରୀଯୁକ୍ତ ବାଲିପାଟଣା ମହାବିଦ୍ୟାଳୟର ଅଧ୍ୟକ୍ଷ ମହୋଦୟ,

ବିଷୟ : ରକ୍ତଦାନ ଶିବିର ଆୟୋଜନ ନିମନ୍ତେ ଅନୁମତି

ମହାଶୟ,

ସମ୍ମାନର ସହ ଆମ୍ଭେମାନେ ନିମ୍ନୋକ୍ତ ପ୍ରସଙ୍ଗ ପ୍ରତି ଆପଣଙ୍କର ସଦୟ ଦୃଷ୍ଟି ଆକର୍ଷଣ କରୁଅଛୁ । ଗତକାଲି ଘଟିଯାଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଏକଶତରୁ ଊଦ୍ଧ ଯାତ୍ରୀ ଆହତ ହୋଇଛନ୍ତି । ବିପନ୍ନଙ୍କ ପାଇଁ ରକ୍ତଦାନ ଅପରିହାର୍ଯ୍ୟ ହୋଇ ପଡ଼ିଛି । ଆମେ ଘଟଣାର ଗମ୍ଭୀରତାକୁ ଉପଲବ୍ଧ କରି ମହାବିଦ୍ୟାଳୟରେ ଥିବା ରେଡ୍‌କ୍ରସ ସୋସାଇଟି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରିବାପାଇଁ ଇଚ୍ଛାପ୍ରକାଶ କରିଅଛୁ । ସ୍ଥାନୀୟ ଲୋକଙ୍କ ସମେତ ଆମ ମହାବିଦ୍ୟାଳୟର ୧୮ବର୍ଷ ବୟସରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀମାନେ ରକ୍ତଦାନ କରିବେ ।

ନିକଟସ୍ଥ ରକ୍ତଭଣ୍ଡାରର ଅଧୀକ୍ଷକଙ୍କ ସହ ପରାମର୍ଶ ପୂର୍ବକ ଆମକୁ ସଦୟ ଅନୁମତି ପ୍ରଦାନ କଲେ ଆମେ ଏହି ମହତ୍ ସେବାରେ ଯୋଗଦାନ କରିପାରିବୁ ଏବଂ ଏହା ହେବ ମାନବିକତାର ସର୍ବଶ୍ରେଷ୍ଠ ନିଦର୍ଶନ । ଇତି ।

ଆପଣଙ୍କର ଆଜ୍ଞାଧୀନ ଛାତ୍ରଛାତ୍ରୀବୃନ୍ଦ

ଦ୍ବାଦଶ ଶ୍ରେଣୀର ପ୍ରମୁଖ ଛାତ୍ରନେତା

ବାଲିପାଟଣା ମହାବିଦ୍ୟାଳୟ

ଖୋର୍ଦ୍ଧା

ତା ............


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: