Essay on Wildlife Conservation in Odia Language : In this article " ବନ୍ୟଜନ୍ତୁ ସଂରକ୍ଷଣ ରଚନା ", " Banyajantu sanrakshan rachan...
Essay on Wildlife Conservation in Odia Language: In this article "ବନ୍ୟଜନ୍ତୁ ସଂରକ୍ଷଣ ରଚନା", "Banyajantu sanrakshan rachana in odia", "Save wildlife essay in odia for students of class 5, 6, 7, 8, 9, and 10.
Odia Essay on "Wildlife Conservation", "ବନ୍ୟଜନ୍ତୁ ସଂରକ୍ଷଣ ରଚନା" for Students
ଉପକ୍ରମ : ଅରଣ୍ୟ ସଭ୍ୟତାର ପ୍ରତିଭୁ ଏହି ସୁମହାନ ଭାରତ ଭୂମିରେ ହିଁ ଦିନେ ମୁନିମୁଖ ନିସୃତ ବେଦମନ୍ତ୍ରର ପ୍ରଥମ ଓଁକାର ଧୂନି ନିନାଦିତ ହୋଇଥିଲା । ଶ୍ୟାମଳ ପତ୍ରାବଳୀ ମଣ୍ଡିତ ନାନା ଜାତିର ଲତା, କୁଞ୍ଜ ଓ ମହୀରୁହ ଶ୍ରେଣୀ ଏବଂ ସେଠାରେ ବାସକରୁଥିବା ବ୍ୟାଘ୍ର, ସିଂହ,ହରିଣ, ଠେକୁଆ, ଶୁଆ, ସାରୀ, କପୋତ sଦି ଜୀବଜନ୍ତୁଙ୍କୁ ନେଇ ତପୋବନ ବୃକ୍ଷରାଜି ଓ ସେଠାରେ ସ୍ଵଚ୍ଛନ୍ଦରେ ବିଚରଣ କରୁଥିବା ପ୍ରାଣୀମାନଙ୍କ ସହିତ ମନୁଷ୍ୟର ଏକ ନିବିଡ଼ ଆମୀୟତା ବିଦ୍ୟମାନ । କିନ୍ତୁ ସଭ୍ୟତାର ବିକାଶ ନାମରେ ଆଧାମ୍ୟହୀନ, ଅପରିଣାମଦର୍ଶୀ ମାନବ ଆଜି ନିର୍ବିଚାରରେ ସେହି ଅରଣ୍ୟକୁ ଧ୍ବଂସକରି ଓ ପଶୁପକ୍ଷୀଙ୍କୁ ହତ୍ୟାକରି ସେଠାରେ ନଗର ପରେ ନଗର ଗଢ଼ି ଚାଲିଛି । ଅରଣ୍ୟ ସହିତ ଅରଣ୍ୟଚାରୀ ପଶୁପକ୍ଷୀ ଯେ ତା’ର ବନ୍ଧୁ, ସେ କଥା ହୃଦୟଙ୍ଗମ କରିବାକୁ ତାକୁ ଅବସର ନାହିଁ ।
ଭାରତର ବନ୍ୟଜନ୍ତୁ : ନାନାବିଧ ବୃକ୍ଷଲତା, ଫୁଲ,ଫଳ ଓ ଜୀବଜନ୍ତୁଙ୍କୁ ନେଇ ଭାରତ ସମଗ୍ର ପୃଥିବୀରେ ଏକ ବୈଚିତ୍ରୀମଣ୍ଡିତ ଉପମହାଦେଶ ଭାବରେ ବିବେଚିତ । ଏହି ଦେଶରେ ମୃଭିକା, ଜଳବାୟୁ, ବୃଷ୍ଟିପାତ ଏବଂ ତାପକ୍ରମରେ ତାରତମ୍ୟ ଯୋଗୁଁ ବିଭିନ୍ନତା ପରିଦୃଷ୍ଟି ହୋଇଥାଏ । ଭାରତରେ ୧୨ ୨୮ଜାତିର ପକ୍ଷୀ, ୩୭୨ ଜାତିର ସ୍ତନ୍ୟପାୟୀ ପ୍ରାଣୀ, ୬୦ ହଜାର ଜାତିର କୀଟ ପତଙ୍ଗ ଓ ୪୪୬ ଜାତିର ସରୀସୃପ ବାସକରନ୍ତି ।
ଉତ୍ତର ଭାଗରେ ସିନ୍ଧୁ ଉପତ୍ୟକାଠାରୁ ଆରମ୍ଭ କରି ବ୍ରହ୍ମପୁତ୍ର ପର୍ଯ୍ୟନ୍ତ ଦୀର୍ଘ ୨ ୨୫୦ କିଲୋମିଟର ବ୍ୟାପୀ ଉଚ୍ଚ ହିମାଳୟ ପାର୍ବତ୍ୟ ପ୍ରଦେଶ ବହୁବିଧ ଅରଣ୍ୟ ଜନ୍ତୁମାନଙ୍କରେ ପରିପୂର୍ଣ୍ଣ । ଏଥିରେ ବ୍ୟାଘ୍ର, ଭାଲୁ, ହରିଣ, ଗୟଳ, ଚିତାବାଘ, ବନ୍ୟଛାଗ, ଚମରୀଗାଈ, ଧଳାଭାଲୁ, ଚାରିଶିଙ୍ଗା ଇତ୍ୟାଦି ପ୍ରାଣୀ ଦେଖାଯାଆନ୍ତି । ସୈନ୍ଧବ ଗାଙ୍ଗେୟ ସମତଳ ଅଞ୍ଚଳରେ ବ୍ୟାଘ୍ର, ଭଲ୍ଲିକ, ଶମ୍ବର, ହାତୀ, ମୃଗ, ଠେକୁଆ, ମୂଷିକ, ମହିଷ, ଘୁଷୁରୀ, ନୀଳଗାଈ ଓ ଚିତାବାଘ ଇତ୍ୟାଦି ପ୍ରାଣୀ ବାସକରନ୍ତି । ଆରାବଳୀ ପର୍ବତଶ୍ରେଣୀ ତଥା ଦାକ୍ଷିଣାତ୍ୟ ଉଚ୍ଚଭୂମି ହେଟାବାଘ, ଚିତାବାଘ, ଶମ୍ବର, ମୃଗ, ହରିଣ ଇତ୍ୟାଦି ବନ୍ୟଜନ୍ତୁରେ ପରିପୂର୍ଣ୍ଣ । ଦାକ୍ଷିଣାତ୍ୟ ମାଳଭୂମିର ଅପେକ୍ଷାକୃତ ଲଘୁ ଅରଣ୍ୟମାନଙ୍କରେ ବନ୍ୟ ବିରାଡ଼ି, ଚିତାବାଘ,କୋକିଶିଆଳୀ, ନେଉଳ, ଶୃଗାଳ, ହେଟାବାଘ,ଗୁଣ୍ଡୁଚି ଇତ୍ୟାଦି କ୍ଷୁଦ୍ର ଅଥଚ କୌତୁକପ୍ରଦ ପ୍ରାଣୀ ସ୍ଵଚ୍ଛନ୍ଦରେ ବାସକରନ୍ତି; କିନ୍ତୁ ଘଞ୍ଚ ଅରଣ୍ୟନୀ ମଧ୍ୟରେ କେହି ଭ୍ରମଣକାରୀ ପ୍ରବେଶ କଲେ ଶମ୍ବର, ବାଇଶନ, ବନ୍ୟକୁକୁର, ମହିଷ, ହସ୍ତୀ ଏବଂ ନୀଳଗିରି ଅଞ୍ଚଳରେ ବନ୍ୟହସ୍ତୀ, ବାଇଶନ, ଲାଙ୍ଗୁର, ଚାରିଶିଙ୍ଗା ଓ ଭାଲୁ ଇତ୍ୟାଦିଙ୍କ ସମ୍ମୁଖୀନ ହେବେ ।
ପାହାଡ଼ ପର୍ବତ ଏବଂ ଅରଣ୍ୟନୀ ପରିବେଷ୍ଟିତ ଓଡ଼ିଶା ରାଜ୍ୟରେ ମଧ୍ୟ ଏହି ବୈଚିତ୍ଯର ଅଭାବ ନାହିଁ । ଆଜିକୁ ୪୦/୫୦ ବର୍ଷ ପୂର୍ବେ ଓଡ଼ିଶାର ବିଭିନ୍ନ ଅରଣ୍ୟମାନଙ୍କରେ ମହାବଳ, କଲରାପତ୍ରିଆ, ଭାଲୁ, ହାତୀ, ଗଣ୍ଡା, ଗୟଳ, ବନ୍ୟମହିଷ, କୃଷ୍ଣସାର, ନୀଳଗାଈ, ଶମ୍ବର, ଖୁରାଣ୍ଟ, ଚିତାବାଘ ଇତ୍ୟାଦି ବହୁ ସଂଖ୍ୟାରେ ବାସକରୁଥିଲେ; କିନ୍ତୁ ପରିତାପର ବିଷୟ ସଭ୍ୟତାର କ୍ରମ ବିକାଶଧାରା ସହିତ ରୁକ୍ଷ ମରୁଅଜଗର ତା’ର ରସନା ପ୍ରସାରିତ କରି ଅରଣ୍ୟ ଶୋଭାକୁ ଗ୍ରାସ କରିବା ସଙ୍ଗେ ସଙ୍ଗେ ବିଶ୍ୱ ସୃଷ୍ଟିର ଏହି ମୂକ ଜୀବମାନଙ୍କର ସୁନ୍ଦର ସଂସାରଟିକୁ ଛାରଖାର କରିଦେଇଛି ।
ସଂପ୍ରତି ସିଂହ ବଂଶ ଭାରତରୁ ପ୍ରାୟତଃ ବିଲୁପ୍ତ ହୋଇ ଯାଇଛି । କେବଳ କାଥିଆୱାଡର ଗିର ଜଙ୍ଗଲରେ ସାମୟିକ ଏମାନେ ଦୃଷ୍ଟିଗୋଚର ହୁଅନ୍ତି । ସେଇଭଳି ଭାରତୀୟ ଗଣ୍ଡା ଆସାମ, ବଙ୍ଗଳା ଏବଂ ନେପାଳ ବ୍ୟତୀତ ଅନ୍ୟ କେଉଁଠାରେ ପରିଦୃଷ୍ଟ ହୁଅନ୍ତି ନାହିଁ । ଅବିଚାରିତ ଭାବେ ଭାରତରେ ଯେଉଁଭଳି କ୍ରମାଗତ ଅରଣ୍ୟ କ୍ଷୟ (Disafforestation) ଚାଲିଛି, ସେଥିରେ ବନ୍ୟଜନ୍ତୁଙ୍କର ସୁରକ୍ଷା ହେବା ସହଜ ବ୍ୟାପାର ନୁହେଁ । ପ୍ରକୃତିର ମୂକ ଏବଂ ନିରୀହ ପ୍ରାଣୀମାନଙ୍କର ରକ୍ତରେ ଗୋଳା ବାରୁଦ ଧରି କୌତୁକକ୍ରୀଡ଼ା କରିବାର ଯେଉଁ ପ୍ରୟାସ, ତାହା ଭାରତୀୟ ଅଧ୍ୟାନ୍ୟ ବିରୁଦ୍ଧ ହେଲେ ମଧ୍ୟ ଆଧୁନିକ ଶିକ୍ଷିତ ମାନବର ନୈତିକତା ସେଥିରେ ବ୍ୟଥିତ ହୁଏ ନାହିଁ, ଫଳତଃ ବନ୍ୟ ପ୍ରାଣୀମାନଙ୍କର ଶାନ୍ତି ଭଗ୍ନ ହୋଇଛି, ନିରାପତ୍ତା ବିପନ୍ନ ହୋଇଛି ଏବଂ ସ୍ଵଚ୍ଛନ୍ଦ ଆହାର ବିବାର ପ୍ରତିହତ ହୋଇ ସେମାନଙ୍କର ସଂସାର ନଷ୍ଟଭ୍ରଷ୍ଟ ହୋଇଯାଇଛି । ଜଙ୍ଗଲର ଅଭ୍ୟନ୍ତର ଭାଗରେ ପୋଡୁଚାଷ ଦ୍ଵାରା ଆମେ ସ୍ଵ-ହସ୍ତରେ ଅରଣ୍ୟଶ୍ରୀକୁ ବିନିଷ୍ଟ କରି ସେଥିରୁ ଶ୍ମଶାନର ବିଭୀଷିକା ସୃଷ୍ଟିକରିଛୁ । ୧୯୦୦ ଖ୍ରୀଷ୍ଟାବ୍ଦ ବେଳକୁ ଭାରତୀୟ ଜଙ୍ଗଲ ଅଞ୍ଚଳରେ ୫୦ ହଜାର ପର୍ଯ୍ୟନ୍ତ ବ୍ୟାଘ୍ର ଥିଲେ; ମାତ୍ର ୧୯୯୪ ମସିହା ଶେଷ ବେଳକୁ ସେମାନଙ୍କର ସଂଖ୍ୟା କମି କମି ଆସି ମାତ୍ର ତିନି ହଜାରରେ ପହଞ୍ଚିଲାଣି । ଏହି ତୁଳନାରେ ସିଂହମାନଙ୍କର ସଂଖ୍ୟା ଅତ୍ୟନ୍ତ ନଗଣ୍ୟ । ସେମାନଙ୍କର ସଂଖ୍ୟା ଦୁଇଶହରୁ ଉଣା । ସବୁ ଦୃଷ୍ଟିରୁ ଭାରତୀୟ ବନ୍ୟଜନ୍ତୁ ସଂରକ୍ଷଣ କମିଟି ସିଂହ ପରିବର୍ତ୍ତେ ୧୯୭୨ ମସିହାରୁ ବାଘକୁ ଭାରତର ଜାତୀୟ ପଶୁ ରୂପେ ଘୋଷଣା କରିଛନ୍ତି ।
ବନ୍ୟଜନ୍ତୁ ସଂରକ୍ଷଣର ଆବଶ୍ୟକତା : ମନୁଷ୍ୟ ପ୍ରାଣୀ ଜୀବ ସୃଷ୍ଟିରେ ଶ୍ରେଷ୍ଠତ୍ୱର ଗୌରବ ହାସଲ କରିଥିଲେ ମଧ୍ୟ ସେ କ୍ଷୁଦ୍ର ବୃହତ୍ ଅସୁମାରୀ ଇତର ପ୍ରାଣୀଙ୍କୁ ଚତୁଃପାର୍ଶ୍ଵରେ ରଖୁ ଜୀବନକୁ ସୁନ୍ଦର କରିଛି । ଅରଣ୍ୟର ଶୂପଦମାନେ ହିଂସ୍ର ଓ ଭୟଙ୍କର ହୋଇଥିଲେ ମଧ୍ୟ ହସ୍ତୀ, ବ୍ୟାଘ୍ର, ମୃଗ ଭଳି ପ୍ରାଣୀ ଆମର ପରମବନ୍ଧୁ । ସେମାନେ ଅରଣ୍ୟ ପରିବେଶକୁ ବେଶ୍ ମନୋରମ କରିଥା'ନ୍ତି । ମୃଗର ମାଂସ, ଛାଲ, ଶିଙ୍ଗ ଓ ନାଭିର କସ୍ତୁରୀ, ହସ୍ତୀର ଦାନ୍ତ ଓ ହାଡ଼, ମୟୁରର ପୁଚ୍ଛ ମନୁଷ୍ୟ ପକ୍ଷେ କମ୍ ମୂଲ୍ୟବାନ ନୁହେଁ । ପଶୁପକ୍ଷୀମାନଙ୍କର ରକ୍ତ, ପିତ୍ତ ଓ ହାଡ଼ରୁ ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତ କରାଯାଏ । ମାଙ୍କଡ଼ ଏବଂ ପାହାଡ଼ିଆ ସାରୀ ରପ୍ତାନୀ କରି ଭାରତ ପ୍ରଚୁର ବୈଦେଶିକ ମୁଦ୍ରା ଅର୍ଜନ କରିଥାଏ । ମୂଷା, ମାଙ୍କଡ଼, ନେଉଳ ଇତ୍ୟାଦି କ୍ଷୁଦ୍ରଜୀବ ମନୁଷ୍ୟର ସ୍ନେହ ଓ ଆଦରକୁ ଅନ୍ତରର ସହ ଅନୁଭବ କରି ଆବଶ୍ୟକ ହେଲେ ପରମ ବନ୍ଧୁ ଭାବରେ ଉପକାର କରନ୍ତି । ମୁକ୍ତ ପ୍ରକୃତି କୋଳରେ ସେମାନଙ୍କର ସ୍ଵଚ୍ଛନ୍ଦ ବିଚରଣ ଓ କ୍ରୀଡ଼ାକୌତୁକ ଦର୍ଶନକରି କର୍ମକ୍ରାନ୍ତ ମନୁଷ୍ୟ ପ୍ରାଣରେ ଅସୀମ ଆନନ୍ଦ ଲାଭ କରିଥାଏ । କେତେକ ଅପକାରୀ ପ୍ରାଣit ଆମର ଫସଲ ଖାଇ ନଷ୍ଟଭ୍ରଷ୍ଟ କରୁଥିବା ବେଳେ ଅନ୍ୟ କେତେକ ଉଚ୍ଚତର ପ୍ରାଣୀ ସେମାନଙ୍କୁ ହତ୍ୟା କରନ୍ତି । ଅତଏବ ଉନ୍ନତ ମାନର ପ୍ରାଣୀ ମୂକ ବନ୍ୟଜନ୍ତୁଙ୍କୁ ସମୂଳେ ହତ୍ୟାକରି ଏବଂ ଶ୍ୟାମଳ ଧରଣୀର ଅପରୂପ ଶୋଭାକୁ ବିନଷ୍ଟ କରି ଯେ ସୁସ୍ଥ ଓ ସମୃଦ୍ଧ ଜୀବନ ଯାପନ କରିପାରିବ ସେଭଳି ଚିନ୍ତା ଅସାର ।
ବନ୍ୟଜନ୍ତୁ ସଂରକ୍ଷଣ କାର୍ଯ୍ୟକ୍ରମ : ଏହି ସମସ୍ତ ଦୁଷ୍କରିଣାମକୁ ହୃଦୟଙ୍ଗମ କରି ସ୍ୱାଧୀନତା ପରବର୍ତ୍ତୀକାଳରେ ବନ୍ୟଜନ୍ତୁମାନଙ୍କର ରକ୍ଷଣାବେକ୍ଷଣ ଓ ନିରାପତ୍ତା ପ୍ରତି ଅଧିକ ଧ୍ୟାନ ଦିଆଯାଇଛି । ଗତ ୧୯୫୨ ମସିହା ଏପ୍ରିଲ ମାସଠାରୁ ‘ଭାରତୀୟ ବନ୍ୟ ଜନ୍ତୁ ସଂରକ୍ଷଣ କମିଟି' (Indian | Board of Wildlife) ନାମରେ ଏକ ଅନୁଷ୍ଠାନ ଗଠନ କରାଯାଇଛି ଏବଂ ବନ୍ୟଜନ୍ତୁମାନଙ୍କୁ ଶିକାର କରିବା ନିଷେଧ କରାଯାଇଛି । ପଞ୍ଜାବ, ଉତ୍ତରପ୍ରଦେଶ, ପଶ୍ଚିମ ବଙ୍ଗ, ଆସାମ, ବିହାର, ଓଡ଼ିଶା, ମାନ୍ଦ୍ରାଜ, ମହୀଶୂର, ମୁମ୍ବାଇ ଇତ୍ୟାଦି ପ୍ରଦେଶରେ ଅନେକ ସ୍ଥାନରେ ଜାତୀୟ ପାର୍କମାନ ନିର୍ମାଣ କରାଯାଇ ନାନା ଜାତିର ବନ୍ୟଜୀବଜନ୍ତୁ ବିଶେଷ କରି ଲୁପ୍ତପ୍ରାୟ ମୂଲ୍ୟବାନ୍ ପ୍ରାଣୀମାନଙ୍କୁ ସୁରକ୍ଷିତ କରାଯାଇଛି । ସାରା ଭାରତରେ ସରକାରୀ ପ୍ରଚେଷ୍ଟାରେ ଏବେ ୮୪ଟି ଜାତୀୟ ପାର୍କ, ୪୪୭ଟି ପ୍ରାଣୀ ଉଦ୍ୟାନ, ୨୩ଟି ବ୍ୟାଘ୍ର ପ୍ରକଳ୍ପ ଓ ପ୍ରାୟ ୨୦୦ଟି ଚିଡ଼ିଆଖାନା ପରିଚାଳିତ ହେଉଅଛି । ଓଡ଼ିଶାର ମୟୁରଭଞ୍ଜ ଭଳି ଜିଲ୍ଲାର ଶିମିଳିପାଳଠାରେ ଥିବା ବ୍ୟାଘ୍ର ପ୍ରକଳ୍ପ ଓ ଭୁବନେଶ୍ବର ନିକଟବର୍ତ୍ତୀ ନନ୍ଦନକାନନ ପ୍ରାଣୀ ଉଦ୍ୟମ ଏ ଦୃଷ୍ଟିରୁ ଉଲ୍ଲେଖଯୋଗ୍ୟ । ନନ୍ଦନକାନନରେ ବ୍ୟାଘ୍ର, ସିଂହ, ହରିଣ, ବରାହ, ସମ୍ବର, ନୀଳଗାଈ ସମେତ ନାନା ଜାତିର ପକ୍ଷୀ, ସରୀସୃପ ଓ କୁମ୍ଭୀର ପାଳନ କରାଯାଉଛି । ଆଇନ୍ ବଳରେ ବହୁ ଜଙ୍ଗଲକୁ ସଂରକ୍ଷିତ ବୋଲି ଘୋଷଣା କରାଯାଇ ସେଠାରେ ପଶୁପକ୍ଷୀଙ୍କୁ ଧରିବା ବା ଶିକାର କରିବାକୁ ନିଷେଧ କରାଯାଇଛି ।
ଅଧିକରୁ ଅଧିକ ସଂଖ୍ୟକ ଜାତୀୟ ଉଦ୍ୟାନ, ଚିଡ଼ିଆଖାନା ରୂତ୍ଯାଦି ପ୍ରତିଷ୍ଠା କରି ଲୁପ୍ତପ୍ରାୟ ମୂଲ୍ୟବାନ ପଶୁପକ୍ଷୀମାନଙ୍କର ସୁରକ୍ଷା ନିମନ୍ତେ କଳ୍ପନା କରାଯାଉଛି । ଏଥିପାଇଁ ବନ୍ୟଜନ୍ତୁମାନଙ୍କର ସଂରକ୍ଷଣ ଉଦ୍ଦେଶ୍ୟରେ ଆବଶ୍ୟକତା ଅନୁଯାୟୀ ଆଇନ ପ୍ରଣୟନ କରାଯାଉଛି । କୌତୁକ ଓ ଆମୋଦ ଉଦ୍ଦେଶ୍ୟରେ ବିଷାକ୍ତ ଓ ବିସୋରକ ଦ୍ରବ୍ୟ ତଥା ବନ୍ଧୁକ ସାହାଯ୍ୟରେ ପ୍ରାଣୀ ହତ୍ୟା କରିବା ଉପରେ ନିଷେଧାଦେଶ ସହିତ ବହୁସଂଖ୍ୟକ ପର୍ଯ୍ୟବେକ୍ଷକ ନିଯୁକ୍ତି, ସର୍କସ, ଚିଡ଼ିଆଖାନା ଓ ବୈଜ୍ଞାନିକ ଗବେଷଣା ନିମନ୍ତେ ଜନ୍ତୁ ରପ୍ତାନୀ ଉପରେ କଟକଣା ଜାରି, ପ୍ରାଣୀରୋଗର ନିରାକରଣ ଉଦ୍ଦେଶ୍ୟରେ ବିଶେଷଜ୍ଞ ନିଯୁକ୍ତି ଇତ୍ୟାଦି । ବ୍ୟାପକ କାର୍ଯ୍ୟକ୍ରମ ରଖାଯାଇଛି । ବନ୍ୟପଶୁମାନଙ୍କ ସହିତ ପକ୍ଷୀ ସଂରକ୍ଷଣର ଉଦ୍ଦେଶ୍ୟରେ ମଧ୍ୟ ୧୯୫୨ ମସିହାଠାରୁ National Committee for Bird Reservation ନାମରେ ଏକ ଅନୁଷ୍ଠାନ ଗଠନ କରାଯାଇଛି ।
ଆଜି କେବଳ ଭାରତବର୍ଷ କିମ୍ବା ଓଡ଼ିଶା ପ୍ରଦେଶରେ ନୁହେଁ, ସମଗ୍ର ପୃଥିବୀର ବିଭିନ୍ନ ଦେଶମାନଙ୍କରେ ସରକାରୀ ଉଦ୍ଯୋଗରେ ଜାତୀୟ ପ୍ରାଣୀ ଉଦ୍ୟାନମାନ ସ୍ଥାପନ କରାଯାଇ ବନ୍ୟଜନ୍ତୁମାନଙ୍କର ସଂରକ୍ଷଣ କରାଯାଉଛି ।
ଶେଷକଥା : ଅରଣ୍ୟର ପଶୁପକ୍ଷୀଙ୍କ ସହିତ ମନୁଷ୍ୟ ପ୍ରାଣୀର କେଉଁ ଅନାଦି କାଳରୁ ସ୍ଥାପିତ ହୋଇଛି ଏକ ଆତ୍ମୀୟ ଭାବ । ଆଦିମ ଜୀବନରେ ସେ ଏକଦା ସେଇମାନଙ୍କ ମେଳରେ ହିଁ ଜୀବନ ଅତିବାହିତ କରୁଥିଲା । ସେଇମାନଙ୍କୁ ନେଇ ଲେଖା ହୋଇଛି ଅସଂଖ୍ୟ ଗଳ୍ପ, ଗୀତ, ପୁଣି ସୃଷ୍ଟି ହୋଇଛି ପୌରାଣିକ କିମ୍ବଦନ୍ତୀ । ବଉଳା ଗାଈର ସତ୍ୟରକ୍ଷାରେ ମୁଗଧ ହୋଇ ମହାବଳ ବ୍ୟାଘ୍ର ଫେରାଇ ଦେଇଛି ତାକୁ ତା’ର ଆଦରର କଅଁଳା ଶାବକ ନିକଟକୁ । ଅସହାୟା ନିରୀହା ମୃଗୁଣୀ ଘୋର ବନରେ ସ୍ମରଣ କରିଛି ଭଗବାନଙ୍କୁ । କୃପାଳୁ ହରି ତତ୍କ୍ଷଣାତ୍ ରକ୍ଷା କରିଛନ୍ତି ନିରୀହ ପ୍ରାଣୀଟିକୁ । ଜଟାୟୁ ପକ୍ଷୀ ସୀତାଙ୍କୁ ରକ୍ଷା କରିବା ନିମନ୍ତେ ପାପିଷ୍ଟ ରାବଣ ସହିତ ଆକାଶ ମାର୍ଗରେ ସଂଗ୍ରାମ କରି ଶେଷରେ ପ୍ରାଣପାତ କରିଛି, କିନ୍ତୁ ଦୁଃଖର କଥା, ଅପରିଣାମଦର୍ଶୀ ଆଧୁନିକ ମାନବ ନିର୍ବିଚାରରେ ଧ୍ବଂସ କରି ଚାଲିଛି ଅରଣ୍ୟରାଜିକୁ ଏବଂ ହତ୍ୟାକରି ଚାଲିଛି ଅରଣ୍ୟଚାରୀ ଜୀବଜନ୍ତୁଙ୍କୁ । ଏହାର ସୁଦୂର ପ୍ରସାରୀ ପରିଣତି ଯେ କେତେ ଭୟାବହ ତାହା ସେ ଖୁବ ଶୀଘ୍ର ହୃଦୟଙ୍ଗମ କରିବାକୁ ବାଧ୍ୟ ହେବ ।
COMMENTS