Saturday, 13 February 2021

Odia Essay on "Importance of Radio", "ବେତାର ଓ ବମାନ ଜଗତ ରଚନା" for Students

Essay on Importance of Radio in Odia Language: In this article "ବେତାର ଓ ବମାନ ଜଗତ ରଚନା", "ରେଡିଓ ରଚନା Radio Rachana in Odia" for students of class 5, 6, 7, 8, 9, and 10.

Odia Essay on "Importance of Radio", "ବେତାର ଓ ବମାନ ଜଗତ ରଚନା" for Students

ସୂଚନା : କେତେ ଅନ୍ତହୀନ ନିରବଚ୍ଛିନ୍ନ ବିବର୍ଭନ ଶେଷରେ ଅତୀତର ଅସହାୟ ମାନବ ଶିଶୁ ଶତାବ୍ଦୀର ଅନ୍ଧକାରକୁ ବିଦୀର୍ଣ୍ଣ କରି ଆଜି ବିଜ୍ଞାନର ସର୍ବୋଚ୍ଚ ଶିଖରରେ ଅଧୁରୂଢ଼ । ଅଫୁରନ୍ତ ରହସ୍ୟର ରସଂପୁଟ ଏହି ପ୍ରକୃତି ହେଉଛି ଏକ ମାୟାବିନୀ-ନାରୀ ସଦୃଶ । ମାୟାର ଘନ କୁଝଟିକା ମଧ୍ୟରେ ମନୁଷ୍ୟକୁ ସେ ଯୁଗ ଯୁଗ ଧରି ଆବଦ୍ଧ କରି ତା’ ଉପରେ କେତେ ଯେ ଅତ୍ୟାଚାର କରିଛି ତା’ର କଳନା ନାହିଁ, କିନ୍ତୁ ସେ ଯୁଗ ଆଜି ଅତିକ୍ରାନ୍ତ ହୋଇଯାଇଛି । ମାୟାବିନୀର ମାୟା କୁହେଳିକା ବିଜ୍ଞାନର ପ୍ରଦୀପ୍ତ ଆଲୋକ ସ୍ପର୍ଶରେ କେଉଁଆଡ଼େ ଅନ୍ତର୍ହିତ ହୋଇ ଯାଇଛି । ଯେଉଁ ସୈରିଣୀ ପ୍ରକୃତି ଦିନେ ମନୁଷ୍ୟକୁ ଆପଣାର ଦୟାଦାକ୍ଷିଣ୍ୟର ଏକ କ୍ରୀଡ଼ନକ କରି ଯଥେଚ୍ଛାଚାର ପ୍ରଦର୍ଶନ କରୁଥିଲା, ସେ ଆଜି ସାଜିଛି ବୈଜ୍ଞାନିକର କର୍ମସଖୀ ।

ଆବିଷ୍କାରର ଇତିହାସ : ବିଦ୍ୟୁତ୍ ଆବିଷ୍କାର ବିଜ୍ଞାନର ବିଜୟ ଇତିହାସରେ ଗୋଟିଏ ଦୀପ୍ତିମାନ କୀର୍ଭସ୍ତମ୍ଭ । ଯେଉଁଦିନ ବନ୍ଦିନୀ ବିଦ୍ୟୁତ୍ ତା’ର ଭୂବିଳାସର ଚାତୁର୍ଯ୍ୟ ନେଇ ବୈଜ୍ଞାନିକର ସାଧନା ପଥରେ ପଦ ନିଣ ଶୁଣାଇଲା, ସେଦିନ ସମଗ୍ର ବିଶ୍ବରେ ଉଠିଲା ଆନନ୍ଦର ମହୋଲ୍ଲାସ । ବିଜ୍ଞାନୀ ମାନବର ଦୃଷ୍ଟିକୁ ‘ଇଥର’ ଓ ‘ଇଲୋକ୍ଟ୍ରନ୍’ର ଚାରୁଚଞ୍ଚଳତା ଏଡ଼ାଇ ଦେଇ ପାରିଲା ନାହିଁ । ଫଳତଃ ଫାସଓୟଲଙ୍କ ସତର୍କ ଓ ସନ୍ଧାନୀ ଦୃଷ୍ଟି ଦିନେ ବୈଦ୍ୟୁତିକ ତରଙ୍ଗର ସ୍ୱରୂପକୁ ପ୍ରକାଶ କରିବାକୁ କ୍ଷମ ହୋଇପାରିଲା । ପରେ ପରେ ଦୂରତ୍ବର ଦୁର୍ଲଙ୍ଘ ପ୍ରାଚୀରକୁ ଅପସାରଣ କରି ଆବିଷ୍କୃତ ହେଲା ଟେଲିଗ୍ରାଫ୍ ଓ ଟେଲିଫୋନ; କିନ୍ତୁ ନିତ୍ୟ ନୂତନତାର ଚିର ଅନିସନ୍ଧିସୁ ମନ ପ୍ରତି ଯୁଗରେ ଓ ପ୍ରତି ସମୟରେ ମନୁଷ୍ୟକୁ ଅସ୍ଥିର ଓ ଆବେଗଶୀଳ କରିଛି । ତେଣୁ ଏତିକିରେ ତା’ର ଜ୍ଞାନତୃଷା ନିବାରିତ ହେଲା ନାହିଁ । ବହୁ ଅତନ୍ଦ୍ର । ଗବେଷଣା ପରେ ଜଣାଗଲା ଯେ “ ଶବ୍ଦ’ ହେଉଛି ଇଥିର ବକ୍ଷରେ ସୃଷ୍ଟ କମ୍ପନ ମାତ୍ର । ପୃଥିବୀରେ ପରିବ୍ୟାପ୍ତ ବିରାଟ ଇଥର-ସମୁଦ୍ର ବକ୍ଷରେ ଲୀଳାୟିତ ଲକ୍ଷ ଲକ୍ଷ ତରଙ୍ଗମାଳାକୁ ବିଦ୍ୟୁତ୍ ତରଙ୍ଗରେ ଏବଂ ସେହି ବିଦ୍ୟୁତ୍ ତରଙ୍ଗକୁ ଶବ୍ଦ-ତରଙ୍ଗରେ ପରିଣତ କରିବାର ପ୍ରଚେଷ୍ଟା ଦିନେ ବେତାର ଆବିଷ୍କାର କରିବାର ଅକଳ୍ପନୀୟ ସାଫଲ୍ୟରେ ପ୍ରତିପାଦିତ ହେଲା । ହଜାର ହଜାର କିଲୋମିଟର ଦୂରସ୍ଥ ବେତାର କେନ୍ଦ୍ର ମଧ୍ୟରେ ପରିବେଷିତ ନୃତ୍ୟ, ଗୀତର ମଧୁର ମୂଚ୍ଛନା ଓ ଆବେଗୋଚ୍ଛଳ କଣ୍ଡଧ୍ୱନି ପ୍ରେରକ ଯନ୍ତ୍ର ସହାୟତାରେ ଇଥରରେ ଯେଉଁ ତରଙ୍ଗ ସୃଷ୍ଟି କରେ, ତାହା ଗ୍ରାହକ ଯନ୍ତ୍ର ମାଧ୍ୟମରେ ପୁନଃ ପରିବେଷିତ ହୋଇ ଶ୍ରୋତା ପ୍ରାଣରେ ଅଖଣ୍ଡ ଆନନ୍ଦର ଅଭିଷେକ ରଚନା କରେ । ଏହି କୃତିତ୍ଵ ନିମନ୍ତେ ଆଜି ଇଟାଲୀର ପ୍ରଖ୍ୟାତ ବୈଜ୍ଞାନିକ ମାର୍କୋନି ସମଗ୍ର ବିଶ୍ବର ଅଭିନନ୍ଦନଯୋଗ୍ୟ ।

ଉପଯୋଗିତା : ବହୁ ସାଧନା, ଗବେଷଣା ଓ ଆଶା-ନିରାଶାର ଆଲୋକ ଅନ୍ଧକାର ଶେଷରେ ବିଜ୍ଞାନ ଜଗତର ଏହି ମହାମୂଲ୍ୟ ଅର୍ଘ୍ୟଟି ବାସ୍ତବିକ ମନୁଷ୍ୟ ଜୀବନରେ ଆଣି ଦେଇଛି ଏକ ନୂତନ ସ୍ଵାଦ, ଏକ ନୂତନ ସନ୍ଦନ । ଦୂରତ୍ବର ଯେଉଁ ଦୁର୍ଲଭ୍ୟ ପ୍ରାଚୀର ଯୁଗଯୁଗ ଧରି ମନୁଷ୍ୟକୁ ଏକ କ୍ରାନ୍ତିକର ସ୍ଵାଦହୀନ ସଂକୀର୍ଣ୍ଣ ପରିବେଶ ମଧ୍ୟରେ ଆବଦ୍ଧ କରି ରଖୁଥିଲା, ତାହାକୁ ବେତାର ହିଁ ଆଜି ଚୂର୍ଶୀଭୂତ କରି ଗୃହାଙ୍ଗନରେ ସମଗ୍ର ବିଶ୍ବର ପରିପୂର୍ଣ ମାଧୁର୍ଯ୍ୟ ଓ ଐଶ୍ଵର୍ଯ୍ୟର ପସରା ପ୍ରସାରିତ କରିଛି । ଆଜି ଆଉ ଦୈତ୍ୟପୁରବନ୍ଦିନୀ, ଅପହୃତା ସୀତା ଦେବୀ ନୀରବରେ ଅଶ୍ର ସମ୍ପାତ କରିବାର ଆବଶ୍ୟକତା ନାହିଁ କିମ୍ବା କୁଶଳ ସମ୍ବାଦ ସଂଗ୍ରହ କରିବା ନିମନ୍ତେ ବାନରଦୃତ ହନୁମାନର ସିନ୍ଧୁ ଲଙ୍ଘନ କରିବାର ପ୍ରୟୋଜନୀୟତା ନାହିଁ । କାରଣ ଆଜି ସୁଦୂର ଚନ୍ଦ୍ର ଓ ମଙ୍ଗଳ ସହିତ ମଧ୍ୟ ମନୁଷ୍ୟ ବେତାର ସାହାଯ୍ୟରେ ଯୋଗାଯୋଗ ରଖୁବା ସହଜ ହୋଇ ପାରିଲାଣି ।

ଅର୍ଥନୈତିକ, ରାଷ୍ଟ୍ରନୈତିକ, ସାଂସ୍କୃତିକ ଓ ସାମାଜିକ ପ୍ରତ୍ୟେକ ପର୍ଯ୍ୟାୟରେ ଆଜି ବେତାରର ଅବଦାନ ଅବର୍ଣ୍ଣନୀୟ । ଆନ୍ତର୍ଜାତୀୟ ବ୍ୟବସାୟ ବାଣିଜ୍ୟରେ ପରସ୍ପର ଯୋଗାଯୋଗ ସ୍ଥାପନ, ଦୂରଦେଶସ୍ତୁ ବିଭିନ୍ନ ପଣ୍ୟଦ୍ରବ୍ୟର ମୂଲ୍ୟହାସ ବୃଦ୍ଧିର ସମ୍ବାଦ ବହନ ପ୍ରଭୃତି ଦ୍ଵାରା ବେତାର ମନୁଷ୍ୟର ଶ୍ରମ ଓ ସମୟର ଲାଘବ କରିପାରିଛି । ରାଷ୍ଟ୍ରୀୟ ଉପଯୋଗିତା ଦୃଷ୍ଟିରୁ ପ୍ରତ୍ୟେକ ରାଷ୍ଟ୍ର ଆପଣାର ସ୍ଵତନ୍ତ୍ର ବେତାର ବ୍ୟବସ୍ଥା କରିଛନ୍ତି । ଏହି ରାଷ୍ଟ୍ରୀୟ ବେତାର କେନ୍ଦ୍ରଗୁଡ଼ିକ ଉପରେ ରାଷ୍ଟ୍ରୀୟ ଯୋଜନା, ପରିକଳ୍ପନା ଓ ନୂତନ ଆଇନ ବିଧାନର ଭାବାଦର୍ଶକୁ ଜନଗଣ ସମ୍ମୁଖରେ ପରିବେଷଣ କରି ଜାତୀୟ ଐକ୍ୟ ଗଠନ ତଥା ଜନମତ ସୃଷ୍ଟି କରିବାର ଗୁରୁ ଦାୟିତ୍ବ ନ୍ୟସ୍ତ କରାଯାଇଛି ।

କବି, ପଣ୍ଡିତ, ଜ୍ଞାନୀ ତଥା ରାଷ୍ଟ୍ର ନେତୃବର୍ଗଙ୍କର ସାଂସ୍କୃତିକ ଆଲୋଚନା, ରାଜନୈତିକ ସମାଲୋଚନା ତଥା ଜାତି ପ୍ରତି ଶୁଭେଚ୍ଛା ବାର୍ତ୍ତା ପ୍ରେରଣ ଓ ଜାତୀୟ ଉଦବୋଧନର ଉକୃଷ୍ଟ ମାଧମରୂପେ ବେତାରକେନ୍ଦ୍ରଗୁଡ଼ିକ ପରିଗଣିତ । ସ୍ଵାଧୀନ ଦେଶମାନଙ୍କରେ ଜ୍ଞାନ ବିତରଣ ପୂର୍ବକ ଗଣଶିକ୍ଷା ଓ ଗଣଚେତନାର ସମୃଦ୍ଧି ନିମନ୍ତେ ବେତାର ସଦା ଜାଗ୍ରତ । ଦୂରାନ୍ତ ପଲ୍ଲୀ ଅଞ୍ଚଳର ସୀମିତ ପରିସର ମଧ୍ୟରେ ଆବଦ୍ଧ କୃଷକ, ଶ୍ରମିକ ତଥା ଗ୍ରାମ୍ୟ ଅଧିବାସୀମାନଙ୍କର ଦୃଷ୍ଟିକୋଣକୁ ସମ୍ପ୍ରସାରିତ କରି ରାଷ୍ଟ୍ରୀୟ ମହାଭାବନାରେ ସେମାନଙ୍କୁ ଉଦ୍‌ବୁଦ୍ଧ କରିବା ତଥା ଜାତିଗତ, ବର୍ଣ୍ଣଗତ, ଧର୍ମଗତ ବୈଷମ୍ୟ ନିର୍ବିଶେଷରେ ପାରସ୍ପରିକ ଦୂରତ୍ବକୁ ବିଲୋପ କରି ମନୁଷ୍ୟ ସହିତ ମନୁଷ୍ୟର ମହାମିଳନର ପଥ ସୁଗମ କରିବାର ଦାୟିତ୍ବ ବେତାର ହିଁ ଗ୍ରହଣ କରିଛି । ବେତାର ହେଉଛି ରଣାଙ୍ଗନର ବିଭୀଷିକା ମଧ୍ୟରେ ସଂଗ୍ରାମରତ ସୈନିକର ପରମ ସହୋଦର, ଉଭାଳ ସାଗର ବକ୍ଷରେ ବିପନ୍ନ ହଜାର ହଜାର ମନୁଷ୍ୟଯାତ୍ରୀଙ୍କର ତରଣ ନୌକା ପୁଣି ବନ୍ୟାର ପ୍ରଳୟ ପ୍ଲାବନଜନିତ ଅସହାୟ ବାସଚ୍ୟୁତମାନଙ୍କ ସଂପର୍କରେ ସମ୍ବାଦ ସଂଗ୍ରହ କରିବାର ଏକ ପ୍ରଧାନ ମାଧ୍ୟମ । ବରଫାବୃତ୍ତ ହିମାଳୟର ଅତ୍ୟୁଚ୍ଚ ଶିଖର ପ୍ରଦେଶରେ ସୀମାନ୍ତରେ ଜାଗ୍ରତ ପ୍ରହରୀମାନଙ୍କ ନିମନ୍ତେ ବେତାର ହେଉଛି ଏକ ପରମ ସୁହୃଦ ।

ସାମ୍ପ୍ରତିକ ବିଶ୍ବରେ ବିଜ୍ଞାନୀ ମାବ ତା’ର ଅଦମ୍ୟ କୌତୁହଳକୁ ଚରିତାର୍ଥ କରିବା ନିମନ୍ତେ ଜଳ, ସ୍ଥଳ, ବ୍ୟାମ ସର୍ବତ୍ର ଯେଉଁ ଅଭିଯାନ ଆରମ୍ଭ କରିଛି ତାହାରି ଫଳରେ ପ୍ରତି ମୁହୁର୍ତ୍ତରେ ଏହି ପୃଥିବୀ ଚଞ୍ଚଳ ହୋଇ ଉଠିଛି । ପ୍ରତିକ୍ଷଣରେ ସଭ୍ୟମାନବ ଉତ୍କଣ୍ଡିତ ହୋଇ ଉଠିଛି ଏହି ରୂପାନ୍ତରିତ ପୃଥିବୀ ସହିତ ପରିଚିତ ହେବାକୁ । ରାତ୍ରିର ତନ୍ଦ୍ରା ଶେଷରେ ପ୍ରତି ପ୍ରାତଃରେ ଚିର ଚଞ୍ଚଳ ପୃଥିବୀର ନାଡ଼ି ସନ୍ଦିତ ହେଉଛି ବେତାର ଯନ୍ତ୍ରରେ । ଏହି ବେତାର ହିଁ କୋଟି କୋଟି ଲୋକର ଉଦ୍ଗ୍ରୀବ ପ୍ରତୀକ୍ଷାରେ ଆଣି ଦେଉଛି ଶୀତଳ ସାନ୍ତନା । ବାର୍ତ୍ତା ପ୍ରେରଣ ନିମନ୍ତେ ବେତାର ହେଉଛି ଶ୍ରେଷ୍ଠ ମାଧ୍ୟମ ଓ ଦ୍ରୁତତାର ଅପ୍ରତିଦ୍ବନ୍ଦୀ । ତା’ର ସର୍ବତୋମୁଖୀ କଲ୍ୟାଣ ସାଧନାରେ ବୈଜ୍ଞାନିକର ସାଧନା ଏବେ ଗୌରବମଣ୍ଡିତ ହୋଇ ଉଠିଛି ।

ବେତାରର ଅପ ବ୍ୟବହାର : ବେତାରର ଏହି କଲ୍ୟାଣକର ଅମୃତମୟ ଅବଦାନ ଆଜି ରାଜନୈତିକ ସ୍ବାର୍ଥଭିଳାଷର ଶିକାର ହୋଇପଡ଼ିଛି । ପ୍ରାୟତଃ ପ୍ରତ୍ୟେକ ଦେଶରେ ଶାସକ ଗୋଷ୍ଠୀ ବେତାର କେନ୍ଦ୍ରଗୁଡ଼ିକୁ ନିଜର ରାଜନୈତିକ ପ୍ରଚାରର ପ୍ରଧାନ ମାଧ୍ୟମ ରୂପେ କରାୟତ୍ତ କରି ଲୋକମାନଙ୍କର ସ୍ଵାଧୀନ ଚିନ୍ତାକୁ ବ୍ୟାହତ କରୁଛନ୍ତି । ଚୀନ ଓ ପାକିସ୍ଥାନ ସରକାର ତାଙ୍କ ବେତାର କେନ୍ଦ୍ର ଜରିଆରେ ଭାରତ ବିରୁଦ୍ଧରେ ନିୟମିତ କୁତ୍ସାରଟନା କରୁଛନ୍ତି ଏବଂ ଚୀନ ସରକାର ଶକ୍ତିଶାଳୀ ବେତାର କେନ୍ଦ୍ର ସ୍ଥାପନ କରି ଆମର ସୀମାନ୍ତ ଅଞ୍ଚଳର ଅବାସୀମାନଙ୍କୁ ମିଥ୍ୟା ପ୍ରଚାର ଦ୍ଵାରା ବିଭ୍ରାନ୍ତ କରୁଛନ୍ତି । ଆଉ ମଧ୍ୟ ଭାରତରେ ସେମାନଙ୍କର ବହୁ ସଂଖ୍ୟକ ଗୁପ୍ତଚର ରହି ବେତାର ଜରିଆରେ ଭାରତରୁ ସେଠାକୁ ଗୋପନ ସମ୍ବାଦ ପ୍ରେରଣ କରୁଛନ୍ତି । ତଥାପି ଏହି ବେତାର ଯଦି ମନୁଷ୍ୟର ଦୁର୍ବଭିର ରାହୁଗ୍ରାସରୁ ମୁକ୍ତ ହୋଇ ସାର୍ବଜନୀନ କଲ୍ୟାଣ ବ୍ରତରେ ଦୀକ୍ଷିତ ହୁଏ; ତେବେ ଏହି ବିଶ୍ୱ ଏକ ମହାମିଳନର କ୍ଷେତ୍ରରେ ପରିଣତ ହେବ ।

ଶେଷକଥା : ଆଜି କିନ୍ତୁ ବେତାର, ଜ୍ଞାନ ବିଜ୍ଞାନର କ୍ରମୋର୍ଷ ଫଳରେ ବିସୃତିର ଗନ୍ତାଘରେ ଆସନ ଖୋଜିଲାଣି । ତା’ର ସ୍ଥାନ ଅଧିକାର କଲାଣି ଦୂରଦର୍ଶନ । ଦୂରଦର୍ଶନର ଲୋକପ୍ରିୟତା ବେତର କେନ୍ଦ୍ରର ପ୍ରଭାବ ଓ ପ୍ରତିଷ୍ଠାକୁ କ୍ରମେ ଖର୍ବ କରି କୋଟି କୋଟି ଜନତାକୁ ଆତ୍ମୀୟତାର ଆଲିଙ୍ଗନରେ ଭାବାବିଷ୍ଟ କରିରଖୁଛି । ତଥାପି ଦୂରଦର୍ଶନ ବେତାର ନିକଟରେ ବହୁ ଭାବରେ ରଣୀ । କାରଣ ଇଥର ଜରିଆରେ ଏବଂ ବୈଦ୍ୟୁତିକ ତରଙ୍ଗ ମାଧ୍ୟମରେ ଶବ୍ଦ ପ୍ରେରଣର ମୌଳିକ ତଥ୍ୟରୁ ଦୂରଦର୍ଶନର ଜନ୍ମ । ବେତାର କେବଳ ଶୂନ୍ୟରେ ଶବ୍ଦ ପ୍ରେରଣ କରୁଥିବା ବେଳେ ଦୂରଦର୍ଶନ ଏକତ୍ର ଶବ୍ଦ ଏବଂ ରୂପକୁ ପ୍ରେରଣ କରି ଅଧୁକ ବିଭବଶାଳୀ ହୋଇ ପାରିଛି । ତେଣୁ ବେତାର ଯନ୍ତ୍ର ବା ରେଡ଼ିଓର ଲୋକପ୍ରିୟତା କ୍ରମେ ହ୍ରାସ ପାଉଥିଲେ ମଧ୍ୟ ବେତାର ବ୍ୟବସ୍ଥା ଅଧିକରୁ ଅଧୁକ ଗୁରୁତ୍ବ ଲାଭ କରୁଛି ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: