Essay on Importance of Hard Work in Odia Language : In this article " ଶ୍ରମର ଗୌରବ ରଚନା ", " Shramar Gaurav Rachana in Odia fo...
Essay on Importance of Hard Work in Odia Language: In this article "ଶ୍ରମର ଗୌରବ ରଚନା", "Shramar Gaurav Rachana in Odia for students of class 5, 6, 7, 8, 9, and 10.
Odia Essay on "Importance of Hard Work", "ଶ୍ରମର ଗୌରବ ରଚନା" for Students
ଉପକ୍ରମ : ତ୍ୟାଗବୀର ଉତ୍କଳମଣି ଗୋପବନ୍ଧୁ ଦାସ କହିଥିଲେ
“ମାନବ ଜୀବନ ନୁହଇ କେବଳ
ବର୍ଷ ମାସ, ଦିନ, ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତାର
ୟଜୀବନର ମାନଦଣ୍ଡ ।”
କର୍ମର ଅନ୍ୟ ନାମ ହେଉଛି ଶ୍ରମ ଏବଂ ଶ୍ରମ ହେଉଛି ଜୀବଜଗତର ଏକ ସ୍ଵଭାବସିଦ୍ଧ ଧର୍ମ । ପ୍ରାକ୍-ଇତିହାସ ଯୁଗର ନିରନ୍ଧ୍ର ଅନ୍ଧକାର ମଧ୍ୟରେ ଯେଉଁ ମାନବ ଦିନେ ଅସହାୟ ଭାବରେ ରୋଦନ କରୁଥିଲା, ସେ ଆଜି ପ୍ରଗତିର ଶୈଳ ଶିଖରରେ ଦଣ୍ଡାୟମାନ । ମାନବର ଶାରୀରିକ ତଥା ମାନସିକ ଶ୍ରମ ହିଁ ହେଉଛି ଏହି ଗୌରବର ଭିଭି । ତା’ର ଯୁଗ ଯୁଗର ସତ ସ୍ଵପ୍ନ ଓ କଳ୍ପନାକୁ ବାସ୍ତବ କରିବା ନିମନ୍ତେ ସେ ଅକ୍ଲାନ୍ତ ପରିଶ୍ରମ କରି ଆସିଛି । ତାହାରି ଫଳରେ ସଭ୍ୟତାର ସ୍ରୋତ ନିୟତଚଞ୍ଚଳ ନଦୀ ଭଳି ଅବାରିତ ଗତିରେ ବହି ଚାଲିଛି । ସୁତରାଂ କର୍ମ ହିଁ ମନୁଷ୍ୟର ଧର୍ମ, କର୍ମ ହିଁ ଜୀବନର ଲକ୍ଷଣ ।
ମନୁଷ୍ୟ ଜୀବନରେ ଶ୍ରମର ମହତ୍ତ୍ବ : ଶ୍ରମ କହିଲେ ସାଧାରଣତଃ ଶାରୀରିକ ଶ୍ରମକୁ ହିଁ ବୁଝାଇଥାଏ । ମାନସିକ ଶ୍ରମ ସହିତ ଶାରୀରିକ ଶ୍ରମର ସହଯୋଗିତା ନ ଥିଲେ ସେଦିନର ଗିରିଗହରବାସୀ ଆଦିମ ମାନବ ଆଜି ବହୁତଳବିଶିଷ୍ଟ ନଭଣ୍ଡୁମୀ ସୁରମ୍ୟ ପ୍ରାସାଦ ମଧ୍ୟରେ ଆସନ ପାତି ନଥା’ନ୍ତା । ଶ୍ରମର ବିରାମ ନାହିଁ । କେହି ହୁଏତ ଶୀତତାପ ନିୟନ୍ତ୍ରଣ କୋଠରିରେ ବସି ନିଜର ମାନସିକ ଶ୍ରମ ବଳରେ ଜନକଲ୍ୟାଣକର ନୂତନ ନୂତନ ଯୋଜନାମାନ ଗଢୁଛି, ପୁଣି ଅନ୍ୟ କେହି ଶରୀରର ରକ୍ତକୁ ପାଣିକରି କଠୋର ଶରୀର ଶ୍ରମ ବଳରେ ତାକୁ ବାସ୍ତବ ରୂପଦେବାରେ ସାହାଯ୍ୟ କରୁଛି । ମାନବ ସଭ୍ୟତାକୁ ଯାହା କିଛି ଶ୍ରେଷ୍ଠ ବରଦାନ ବୋଲି ବିବେଚନା କରାଯାଉଛି, ତାହା ହେଉଛି ମନୁଷ୍ୟ ନିଜ ଶ୍ରମର ଫଳ । କୋଟି କୋଟି ଟଙ୍କାର ବିରାଟ ଯୋଜନା ନିର୍ମାଣ କରାଯାଉଛି, ଟାଙ୍ଗରା ଭୂମିର ନୀରସ ବକ୍ଷରେ ଶସ୍ୟକ୍ଷେତ୍ରର ଶ୍ୟାମଳିମା ଝଟକି ଉଠୁଛି । ବିରାଟ ବିରାଟ ଶିଳ୍ପାୟତନମାନ ଗଢ଼ି ଉଠୁଛି । କେହି ଆପଣାର ହସ୍ତ ପ୍ରସାରି ଭୂଗର୍ଭରୁ ମହାମୂଲ୍ୟ ଖଣିଜ ସଂପଦମାନ ଗୋଟାଇ ଆଣୁଛି, ଆଉ କେହି ଖରା, ବର୍ଷା, ଶୀତ କାକରକୁ ମଥାପାତି ସହି ନେଇ କୃଷି କ୍ଷେତ୍ରରୁ ସ୍ୱର୍ଣ୍ଣାଭ ଶସ୍ୟ ଗୋଟାଇ ଆଣୁଛି । ସବୁ ହେଉଛି ମଣିଷର ଶ୍ରମ ସାଧନାର ଫଳ, ସବୁ ହେଉଛି ଆପଣା ହସ୍ତର ଚମତ୍କାରିତା ।
ଶ୍ରମକୁଣ୍ଡା ବା କର୍ମ ବିମୁଖତା ମନୁଷ୍ୟକୁ ଅଲକ୍ଷ୍ୟରେ ମୃତ୍ୟୁ ପଥରେ ଆଗେଇ ନିଏ । ତେଣୁ ଉତ୍କଟ ଜୀବନ ସଂଗ୍ରାମ ମଧ୍ୟରେ ନିଜର ସ୍ଥିତି ସୁଦୃଢ଼ କରି ରଖୁବା ନିମନ୍ତେ କର୍ମ ହିଁ ବିଧାତାର ମହାମୂଲ୍ୟ ନିର୍ଦ୍ଦେଶ । ଆଜି ବେଦ, ଉପନିଷଦ, ଶାସ୍ତ୍ର, ପୁରାଣ, ବାଇବେଲ ଇତ୍ୟାଦି ଯେଉଁ ମହାମୂଲ୍ୟ ଗ୍ରନ୍ଥମାନ ଜ୍ଞାନରଭଣ୍ଡାର ରୂପେ ବିବେଚିତ, ତାହା ଆମରି ଭଳି ଜଣେ ଜଣେ ବ୍ୟକ୍ତିବିଶେଷଙ୍କର ବହୁ ଆୟାସର ଫଳ । ବ୍ୟକ୍ତିବିଶେଷ କାୟିକ ଓ ମାନସିକ ଶ୍ରମ ଫଳରେ ଶତାବ୍ଦୀର ଜଡ଼ତା ନଷ୍ଟ ହୋଇ ମନୁଷ୍ୟ ଆଜି ଅମୃତର ସନ୍ଧାନରେ ଅଗ୍ରସର ହୋଇଛି । ନିଉଟନ, ଗାଲିଲିଓ, ମାର୍କୀନୀ, ଏଡ଼ିସନ, ଲୁଇପାଶ୍ଚର, ମାଡ଼ାମ କ୍ୟୁରି, ଆଲେକଜାଣ୍ଡର ଫେମିଙ୍ଗ ପ୍ରଭୃତି ମନୀଷୀଗଣ ବହୁ ଶ୍ରମ ସ୍ୱୀକାର କରି ଯେଉଁ ମହାମୂଲ୍ୟ ଅବଦାନ ମାନବ ସଭ୍ୟତାକୁ ଦେଇଯାଇଛନ୍ତି, ତାହା ସେମାନଙ୍କୁ ଅମର କରି ରଖୁଛି ।
ଇତର ଜଗତରେ ଶ୍ରମଶୀଳତା : କେବଳ ମନୁଷ୍ୟ କାହିଁକି, ଇତର ଜଗତରେ ମଧ୍ୟ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରମଶୀଳତା ପରିଲକ୍ଷିତ ହୋଇଥାଏ । ବିଶାଳ ପ୍ରକୃତି ମଧ୍ୟରେ ସଞ୍ଚିତ ହୋଇ ରହିଛି ନାନାବିଧ ସଂପଦ । ସେହି ସଂପଦର ଉପଯୋଗ ପାଇଁ ପ୍ରତ୍ୟେକ ପ୍ରାଣୀକୁ ଶ୍ରମ କରିବା ନିତାନ୍ତ ଆବଶ୍ୟକ । ସଂସ୍କୃତରେ କୁହାଯାଇଛି, “ ନହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଷ୍ୟନ୍ତି ମୁଖେ ମୃଗା ।” ଅର୍ଥାତ୍ ସୁପ୍ତ ସିଂହର ମୁଖରେ ମୃଗମାନେ ବଳେ ବଳେ ଆସି ପ୍ରବେଶ କରନ୍ତି ନାହିଁ । ଖାଦ୍ୟ ପାଇଁ ସିଂହଭଳି ପ୍ରାଣୀକୁ ମଧ୍ୟ ଶ୍ରମ କରିବାକୁ ପଡ଼େ । କ୍ଷୁଦ୍ର ପିପୀଲିକାଠାରୁ ଆରମ୍ଭ କରି ବୃହତକାୟ ହସ୍ତୀ ପର୍ଯ୍ୟନ୍ତ ଜଗତର ସକଳ ଜୀବ ଜୀବନ ଧାରଣ ନିମନ୍ତେ ଶ୍ରମ କରିବାକୁ ବାଧ୍ୟ ହୁଅନ୍ତି । ମଧୁମକ୍ଷିକା ସଦୃଶ ଏକ କ୍ଷୁଦ୍ରଜୀବ ନିଜର ଶ୍ରମଶକ୍ତି ବଳରେ ବିରାଟ ମଧୁଭଣ୍ଡାର ସୃଷ୍ଟିକରେ । ପୁଣି ଉଇ ଭଳି ଭୂତଳର ଏକ ନଗଣ୍ୟ କୀଟ ମନୁଷ୍ୟ ଚକ୍ଷୁରେ ବିସ୍ମୟ ସୃଷ୍ଟିକରି ବିରାଟ ବଳ୍କ ନିର୍ମାଣ କରିପାରେ । ଜଗତର ଜୀବସୃଷ୍ଟି ହେଉଛି ଶ୍ରମ କୈନ୍ଦ୍ରିକ । ଅଳସ ଜୀବନ ହେଉଛି ମୂଲ୍ୟହୀନ; କର୍ମହୀନ ଜୀବନ ହେଉଛି ମୃତ୍ୟୁ ତୁଲ୍ୟ ।
ଶ୍ରମର ମର୍ଯ୍ୟାଦା : ବିଳାସପ୍ରିୟତା ଓ ସୟୋଗଶୀଳତା ହେଉଛି ମନୁଷ୍ୟର ଏକ ସ୍ଵଭାବଜାତ ପ୍ରବୃତ୍ତି । ଏହା ପ୍ରତ୍ୟେକ ବ୍ୟକ୍ତି ଏବଂ ପ୍ରତ୍ୟେକ ଜାତିଠାରେ ଅବହୁତ ପରିଲକ୍ଷିତ ହୋଇଥାଏ, କିନ୍ତୁ ପୃଥିବୀର ଯେଉଁ ସମସ୍ତ ଜାତି ଆଜି ଅଗ୍ରଗାମୀ ଜାତି ଭାବରେ ବିବେଚିତ ହୋଇଛନ୍ତି, ସେମାନେ ଶ୍ରମକୁ ମର୍ଯ୍ୟାଦା ଦେଇଛନ୍ତି ଏବଂ ଶ୍ରମର ମର୍ଯ୍ୟାଦା (Dignity of Labour) ହୃଦୟଙ୍ଗମ କରିଛନ୍ତି । ସେମାନଙ୍କର କଠୋର ଶ୍ରମ ଓ ସାଧନା ହିଁ ହେଉଛି ସେମାନଙ୍କର ପ୍ରଗତିର ମୂଳମନ୍ତ୍ର ।
ଶ୍ରମକୁଣ୍ଡା ବା ଶ୍ରମବିମୁଖତା ଜୀବନର ସମସ୍ତ ସ୍ଵାଦକୁ ନଷ୍ଟ କରିଦିଏ । ବଂଶ ଅଭିଜାତ୍ୟରେ ଅଭିମାନୀ କେତେକ ବ୍ୟକ୍ତି ଶରୀର ଶ୍ରମ ପ୍ରତି ନ୍ୟୁନ ମନୋଭାବ ପୋଷଣ କରିଥାଆନ୍ତି । ଆଜି ଭାରତବର୍ଷର ଶିକ୍ଷିତ ଓ ବୁଦ୍ଧିଜୀ ସମ୍ପ୍ରଦାୟ ମଧ୍ୟରେ ଏହିଭଳି ଏକ ବୃଥା ସ୍ଵାଭିମାନ ଜାତ ହୋଇଛି । ଶ୍ରମଜୀବୀ ବା ଶ୍ରମିକମାନଙ୍କୁ ସେମାନେ ନିମ୍ନ ବର୍ଗର ଲୋକ ବୋଲି ବିଚାର କରନ୍ତି । ରେଳଗାଡ଼ିରୁ ଓହ୍ଲାଇବା ବେଳେ ସ୍ଵର୍ଗତ ଈଶ୍ବରଚନ୍ଦ୍ର ବିଦ୍ୟାସାଗର ରେଳଷ୍ଟେସନରେ ଜଣେ ଶିକ୍ଷିତ ଭଦ୍ରବ୍ୟକ୍ତିଙ୍କର ପୁଡ଼ାଟିକୁ ନିଜେ ଉଠାଇ ତାଙ୍କୁ ଉଚିତ୍ ଶିକ୍ଷା ଦେଇଥିଲେ । ଶରୀର ଶ୍ରମ ଏକ ଆମ୍ ସମ୍ମାନବୋଧକ କାର୍ଯ୍ୟ ନୁହେଁ ବୋଲି ବହୁ ଲୋକ ବିଚାର କରିଥାଆନ୍ତି । ସେହି କାରଣରୁ କୃଷି ବିଜ୍ଞାନରେ ଉଚ୍ଚ ଡିଗ୍ରୀ ହାସଲ କରି ସରକାରୀ ଚାକିରିରେ ନିୟୋଜିତ ହୋଇଥିବା ଅଫିସରମାନେ କୃଷିକ୍ଷେତ୍ରରେ ଗୋଡ଼ ଦେବାକୁ କୁଣ୍ଠା ପ୍ରକାଶ କରନ୍ତି । ଜାତୀୟ ଉନ୍ନତି କ୍ଷେତ୍ରରେ ଏହା ଏକ ବିଡ଼ମ୍ବନା ଅଟେ । ବାବୁ ହାକିମ ହେବାର ସ୍ଵପ୍ନ ଏବଂ ସାମନ୍ତବାଦୀ ମନୋଭାବ ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଏକ ପ୍ରତିବନ୍ଧକ ଅଟେ । ବିଳାସ ଓ ସମ୍ପଦର ଦୀପ୍ତିରେ ବିଭ୍ରାନ୍ତ ହୋଇ ଆମେମାନେ ଭୁଲିଯାଉଛୁ ଯେ, ଆମେ ସମସ୍ତେ ହେଉଛୁ ଶ୍ରମିକର ସନ୍ତାନ । ଅନ୍ନ, ବସ୍ତ୍ର, ବାସଗୃହ ଇତ୍ୟାଦି ଯାହାସବୁ ଜୀବନର ମୌଳିକ ଆବଶ୍ୟକତା ଆମ ନିକଟରେ ସୁଲଭ ହୋଇଛି । ସେ ସବୁ ହେଉଛି ଶ୍ରମିକମାନଙ୍କର ଦାନ । ଜାପାନ, ଜର୍ମାନ, ବିଲାତ ଓ ଆମେରିକା ଭଳି ଦେଶରେ କିଭଳି ଭାବରେ ଶ୍ରମର ମର୍ଯ୍ୟାଦା ପ୍ରତିଷ୍ଠିତ ହୋଇଛି, ତାହା ଆମେ ଶିକ୍ଷା କରିବା ଉଚିତ୍ । ଋଷରେ କେବଳ ଶ୍ରମିକମାନଙ୍କର ମର୍ଯ୍ୟାଦାର ସ୍ଵୀକୃତି ନିମନ୍ତେ ମେ ମାସ ପହିଲା ତାରିଖଟିକୁ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ତାହାରି ଅନୁକରଣରେ ଭାରତରେ ଏବେ କଳକାରଖାନାର ଶ୍ରମିକମାନେ ସମାନ ଭାବରେ ଏହି ଦିବସଟିକୁ ପାଳନ କରୁଛନ୍ତି ।
ଶେଷକଥା : ଶିକ୍ଷା, ଶ୍ରମ ଓ ସମ୍ମାନ ଏ ତିନୋଟିକୁ ଯେ ପର୍ଯ୍ୟନ୍ତ ଭାରତବର୍ଷରେ ପୃଥକ୍ ପୃଥକ୍ ଭାବେ ବିଚାର କରାଯାଉଥିବ, ସେ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଉନ୍ନତି ବିଡ଼ମ୍ବିତ ହେବ । ଶାରୀରିକ ଶ୍ରମ ପ୍ରତି ବିମୁଖତା ଯେ କୌଣସି ପ୍ରଗତୀକାମୀ ରାଷ୍ଟ୍ର ପାଇଁ ଶୁଭ ଲକ୍ଷଣ ନୁହେଁ । ସେଇଥିପାଇଁ ଦେଶରେ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନଗୁଡ଼ିକ ଅନାଦୃତ ଓ ଅବହେଳିତ । ଗାନ୍ଧିଜୀ ଯେଉଁ କର୍ମଭିରିକ ମୌଳିକ ଶିକ୍ଷା ବିଦ୍ୟାଳୟମାନଙ୍କରେ ପ୍ରବର୍ତ୍ତନ କରାଇଥିଲେ, ତାହା ଆଗ୍ରହ ଅଭାବରୁ ସଫଳ ହୋଇ ପାରିଲା ନାହିଁ । ଏବେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ‘ସମାଜିକ ସେବା ସଂସ୍ଥା’ ଆନୁକୁଲ୍ୟରେ ଛାତ୍ରମାନେ ବିଭିନ୍ନ ସ୍ଥାନରେ ଶ୍ରମ ଶିବିର ମାନ ସ୍ଥାପନ କରୁଛନ୍ତି । ଅବସର ସମୟରେ ଛାତ୍ର ଓ ଶିକ୍ଷକମାନେ ଶ୍ରମ ଦେଇ କିଛି କିଛି ଗଠନମୂଳକ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ବିଶ୍ବବିଦ୍ୟାଳୟ ତରଫରୁ କିଛି ଅର୍ଥ ବ୍ୟବସ୍ଥା କରାଯାଉଛି । ଏହାଦ୍ୱାରା ଶ୍ରମର । ମହର୍ ସମ୍ପର୍କରେ ଶିକ୍ଷିତ ଛାତ୍ରମାନେ ଅବହିତ ହେଉଛନ୍ତି । ଶ୍ରମ ହିଁ ମନୁଷ୍ୟ ଜୀବନର ଶ୍ରେଷ୍ଠ ସମ୍ବଳ, ପ୍ରଗତିର ଉପଯୁକ୍ତ ମାର୍ଗ । ମାନସିକ ଶ୍ରମ ସହିତ ଶିକ୍ଷିତ ଓ ବୁଦ୍ଧିଜୀବୀ ଲୋକମାନେ ଶରୀର ଶ୍ରମକୁ ସମ୍ମାନର ସହିତ ଗ୍ରହଣ କରିନେଲେ ସାମାଜିକ ଜୀବନ ସରସ ଓ ସୁଖପ୍ରଦ ହୋଇପାରିବ ।
COMMENTS