Friday, 12 February 2021

Odia Essay on "Panchayati Raj System", "ପଞ୍ଚାୟତ ରାଜ ରଚନା" for Students

Essay on Panchayati Raj System in Odia Language: In this article "ପଞ୍ଚାୟତ ରାଜ ରଚନା", "Panchayati Raj System Rachana in Odia" for students of class 5, 6, 7, 8, 9, and 10.

Odia Essay on "Panchayati Raj System", "ପଞ୍ଚାୟତ ରାଜ ରଚନା" for Students

ଉପକ୍ରମ : ବ୍ରିଟିଶ୍ ନିଗଡ଼ରୁ ନିକ୍ରାନ୍ତ ହୋଇ ଯେଉଁଦିନ ଭାରତୀୟମାନେ ମୁକ୍ତିର ଉଦ୍ଦାମ ସଙ୍ଗୀତ ଗାଇ ପ୍ରଗତିର ଶୁଭ ଅବାସ କଲେ, ସେଦିନ ସେମାନଙ୍କ ସମ୍ମୁଖରେ ଉଭାସିତ ହୋଇ ଉଠିଥିଲା ନବ ଭାରତର ଏକ ରଙ୍ଗୀନ ଛବି । ଜାତିପିତା ଗାନ୍ଧିଜୀଙ୍କ କଳ୍ପନା ଥିଲା ଭାରତର ସର୍ବନିମ୍ନ ନାଗରିକ ହାତରେ ସର୍ବାଧକ କ୍ଷମତା ଓ ଅଧୁକାର ନ୍ୟସ୍ତ କରି ଏକ ଶ୍ରେଣୀହୀନ ସମାଜବାଦୀ ରାଷ୍ଟ୍ର ଗଠନ କରାଯିବ । ଏଠାରେ ଧନୀ ଦରିଦ୍ରର ବିଭେଦ ରହିବ ନାହିଁ । ଉଚ୍ଚ ନୀଚର ବିଚାର କରାଯିବ ନାହିଁ । ମହାଭାରତୀୟ ଚିନ୍ତାଧାରା ମଧ୍ୟରେ ସମସ୍ତେ ହେବେ ସମାନ । ବ୍ରିଟିଶ ଶାସକବର୍ଗ ଏ ଦେଶର ଅର୍ଥନୈତିକ ବା ଔଦ୍ୟୋଗିକ ପ୍ରଗତି ପାଇଁ ବିଶେଷ ପ୍ରୟାସ ପୋଷଣ କରି ନ ଥିଲେ । ସେମାନେ କେବଳ ଚାହିଥିଲେ କଠୋର ଶାସନ ବଳରେ ଭାରତୀୟମାନଙ୍କୁ ଚିର ଦାସତ୍ବରେ ଆବଦ୍ଧ କରି ରଖବାକୁ । ସ୍ଵାଧୀନତା ହାସଲ ପରେ ଆମେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା କରିଛୁ ଏବଂ ଭାରତକୁ ଏକ ଜନକଲ୍ୟାଣକର ମଙ୍ଗଳମୟ ରାଷ୍ଟ୍ରରେ ପରିଣତ କରିବା ପାଇଁ ଶପଥ ନେଇଛୁ । ସେଇଥିପାଇଁ ଆମର ପରିକଳ୍ପନା ହେଉଛି ପଞ୍ଚାୟତିରାଜ ।

ପଞ୍ଚାୟତିରାଜର ଲକ୍ଷ୍ୟ : ପଞ୍ଚାୟତ ଶାସନ ବ୍ୟବସ୍ଥା ଭାରତରେ ସୁପ୍ରାଚୀନ ଅଟେ; କିନ୍ତୁ ଇଂରେଜ ଶାସନ କାଳରେ ଯେତେବେଳେ ଆମର ଶିକ୍ଷା,ସଭ୍ୟତା, ସଂସ୍କୃତି ଇତ୍ୟାଦି ପାଶ୍ଚାତ୍ୟାଭିମୁଖୀ ହେବାକୁ ଲାଗିଲା, ସେତେବେଳେ ଏହି ପଞ୍ଚାୟତ ପ୍ରଥା ଏକ ରଙ୍ଗତ୍ୟକ୍ତ ସ୍ନାନ କଳିକାର ରୂପ ଧରି ବଞ୍ଚି ରହିଲା ମାତ୍ର । ସ୍ଵାଧୀନତା ପରେ ୧୯୬୧ ମସିହାର ସାଧାରଣତନ୍ତ୍ର ଦିବସରେ ପଞ୍ଚାୟତିରାଜ ବ୍ୟବସ୍ଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ପଣ୍ଡିତ ନେହେରୁଙ୍କ ଦ୍ୱାରା ଦେଶରେ ସାମଗ୍ରିକ ଭାବରେ ଉଦଘାଟିତ ହୋଇଥିଲା । ଶାସନର ବିକେନ୍ଦ୍ରୀକରଣ ଓ ଜନସାଧାରଣଙ୍କର ଏଥିରେ ପ୍ରତ୍ୟକ୍ଷ ସହଯୋଗ ଦେଶରେ ଏକ ଶ୍ରେଣୀହୀନ ସମାଜବାଦର ପ୍ରତିଷ୍ଠା ତଥା ବ୍ୟକ୍ତି ସ୍ୱତନ୍ଧ୍ୟାର ଚରମ ରୂପାୟନ ଥିଲା। ଏହାର ମୌଳିକ ଲକ୍ଷ୍ୟ । ଗ୍ରାମବହୁଳ ଭାରତ ଭୂମିରେ ଗ୍ରାମ ହିଁ ହେଉଛି ଆମର ପ୍ରାଣକେନ୍ଦ୍ର । ଅତଏବ ଗଣତାନ୍ତ୍ରିକ ସମାଜବାଦକୁ ଗ୍ରାମ୍ୟ ଭିଭିରେ ସୁଦୃଢ଼ କରାଇ ଗ୍ରାମ୍ୟ ଅର୍ଥନୈତିକ ବିକାଶରେ ପରିପୂର୍ଣ୍ଣତା ହାସଲ କରାଯାଇ ପାରିଲେ, ଆମର ବାସ୍ତବ ଉନ୍ନତି ସାଧୃତ ହୋଇ ପାରିବ ।

ଏହି ଲକ୍ଷ୍ୟରେ ୧୯୦୭ ମସିହାରେ ଗଠିତ Royal Commission ଏବଂ ୧୯୦୯ରେ ଲାହୋରଠାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନ ଶାସନର ବିକେନ୍ଦ୍ରୀକରଣ ଉପରେ ସୁପାରିଶ କରି ଗ୍ରାମ୍ୟସଭାକୁ ଗଣତାନ୍ତ୍ରିକ ରୀତିରେ ଅଧକ କ୍ଷମତା ଦେବାକୁ ପ୍ରସ୍ତାବ କରିଥିଲେ । ସର୍ବପ୍ରଥମେ ବଙ୍ଗ ରାଜ୍ୟ ହିଁ ୧୯୧୯ ରେ ଏହି ସୁପାରିଶକୁ ସାଦର ସ୍ଵାଗତ କରି ପଞ୍ଚାୟତ ଆଇନ ପ୍ରଣୟନ କରିଥିଲା । ଆଜି ସମଗ୍ର ଭାରତବର୍ଷରେ ତ୍ରିସ୍ତରୀୟ ପଞ୍ଚାୟତ ଶାସନ ପ୍ରବରିତ ହୋଇଛି । ଗ୍ରାମ୍ୟ ସ୍ତରରେ ଗ୍ରାମପଞ୍ଚାୟତ, ଥାନା ବା ବ୍ଲକ ସ୍ତରରେ ପଞ୍ଚାୟତ ସମିତି ଏବଂ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ- ଏହି ତିନୋଟି ପରସ୍ପର ସଂପୃକ୍ତ ଅନୁଷ୍ଠାନ ହେଉଛି ତ୍ରିସ୍ତରୀୟ (Three Tier Structure)ପଞ୍ଚାୟତି ରାଜର ପୂର୍ଣ୍ଣାଙ୍ଗ ରୂପ । ଏବେ ପୂରାତନ ଜିଲ୍ଲା ବୋର୍ଡ ଶାସନକୁ ଉଛେଦ କରି ତା ସ୍ଥାନରେ ଜିଲ୍ଲାପରିଷଦକୁ ଅବସ୍ଥାପିତ କରାଯାଇଛି ।

ତ୍ରିସ୍ତରୀୟ ଶାସନ ପଦ୍ଧତି : ବିକେନ୍ଦ୍ରିତ ଶାସନର ସର୍ବନିମ୍ନ ଅନୁଷ୍ଠାନ ହେଉଛି ‘ଗ୍ରାମପଞ୍ଚାୟତ । ଏହା କେତେକ ନିର୍ଦ୍ଦିଷ୍ଟ ସଂଖ୍ୟକ ଜନସଂଖ୍ୟା ବିଶିଷ୍ଟ କେତେଖଣ୍ଡ ଗ୍ରାମକୁ ନେଇ ଗଠିତ । ଏହି ଜନସଂଖ୍ୟା ବା ଗ୍ରାମସଂଖ୍ୟାର ପରିମିତି ଭାରତର ସମସ୍ତ ରାଜ୍ୟରେ ସମାନ ନୁହେଁ । ବର୍ତ୍ତମାନ ସମଗ୍ର ଦେଶରେ ପ୍ରାୟ ତିନି ଲକ୍ଷ ଗ୍ରାମପଞ୍ଚାୟତ କାର୍ଯ୍ୟ କରୁଛି । ଶତକଡ଼ା ୯୯ ଭାଗ ଗ୍ରାମ ଏହି ପଞ୍ଚାୟତ ଅଧୀନରେ ଅଛି । ସ୍ୱାୟତ୍ତ ଶାସନରେ ଏହା ହେଉଛି ଏକ ଯୌଥ ସଂସ୍ଥା । ପ୍ରତି ଗ୍ରାମର ଲୋକସଂଖ୍ୟାନୁଯାୟୀ ବିଭକ୍ତ କରାଯାଇଥିବା କେତୋଟି ୱାର୍ଡରୁ ପ୍ରତ୍ୟେକ ସାବାଳକ ଭୋଟରଙ୍କ ଦ୍ବାରା ଜଣେ ଜଣେ ପ୍ରତିନିଧ ନିର୍ବାଚିତ ହୁଅନ୍ତି । ସେମାନଙ୍କ ମଧ୍ୟରୁ ଉପଯୁକ୍ତ ଗଣତାନ୍ତ୍ରିକ ପଦ୍ଧତିରେ ଦକ୍ଷ ବ୍ୟକ୍ତିମାନଙ୍କୁ ସରପଞ୍ଚ ଓ ନାଏବ ଭାବରେ ନିର୍ବାଚିତ କରାଯାଏ । ଏହା ବ୍ୟତୀତ ସରକାରଙ୍କଠାରୁ ପାରିଶ୍ରମିକ ପ୍ରାପ୍ତ ଜଣେ ସମ୍ପାଦକ ମଧ୍ୟ ଅଫିସ୍ ପରିଚାଳନା ପାଇଁ ନିଯୁକ୍ତ ହୋଇଥାନ୍ତି । ଓଡ଼ିଶାରେ ବର୍ତ୍ତମାନ ପଞ୍ଚାୟତ ଆଇନ ସଂଶୋଧନ କରାଯାଇ ଗ୍ରାମର ସାବାଳକ ନାଗରିକମାନଙ୍କ ଦ୍ଵାରା ପ୍ରତ୍ୟକ୍ଷ ଭୋଟରେ ସରପଞ୍ଚ ନିର୍ବାଚିତ ହେଉଛନ୍ତି ।

ଗ୍ରାମପଞ୍ଚାୟତର କାର୍ଯ୍ୟକ୍ରମ : ସ୍ଵଚ୍ଛାଧୀନ ଏବଂ ଅବଶ୍ୟ କର୍ଭବ୍ୟ, ଏହି ଦୁଇଟି ହେଉଛି ପଞ୍ଚାୟତର ମୁଖ୍ୟ କର୍ତ୍ତବ୍ୟ । ପ୍ରାଥମିକ ଚିକିତ୍ସା, ପ୍ରାଥମିକ ଶିକ୍ଷା, ଶ୍ମଶାନ ତତ୍ତ୍ଵାବଧାନ, ଜଳ ଯୋଗାଣ, ରାସ୍ତାଘାଟର ଉନ୍ନୟନ, ବସ୍ତି ସଫେଇ ଇତ୍ୟାଦି କାର୍ଯ୍ୟ ପଞ୍ଚାୟତର ଅବଶ୍ୟ କର୍ତ୍ତବ୍ୟ । ଜଙ୍ଗଲ ସୁରକ୍ଷା, ଗୋପାଳନ ଓ ଗୋଚିକିତ୍ସା, ପୌଢ଼ଶିକ୍ଷା, ଅସ୍ପୃଶ୍ୟତା ନିରୋଧ,ମାତୃମଙ୍ଗଳ ଓ ଶିଶୁମଙ୍ଗଳ କେନ୍ଦ୍ର ପରିଚାଳନା, ପାଠାଗାର ପରିଚାଳନା ଇତ୍ୟାଦି ଇଚ୍ଛାଧୀନ କର୍ଭବ୍ୟ । ପଞ୍ଚବାର୍ଷିକ ଯୋଜନା ଅନୁବର୍ତ୍ତୀ ଯେଉଁ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ଆଜିକାଲି ବ୍ୟାପକ ଭାବେ କରାଯାଉଛି, ସେଗୁଡ଼ିକ ହେଉଛି ମାଛଚାଷ, ଗୋପାଳନ, କୁକୁଡ଼ା ଓ ବତକ ପାଳନ, କୁଟୀର ଶିଳ୍ପ, ଫଳ ଚାଷ, ଧଣିଚା ଚାଷ, ସମବାୟ ଧାନ ଗୋଲା ଇତ୍ୟାଦି । ପଞ୍ଚାୟତ ଗୋଟିଏ ପ୍ରଶାସନ ସଂସ୍ଥା ହୋଇଥିବାରୁ ଏହାର ପରିଚାଳନା ନିମନ୍ତେ କେତେକ ଆୟର ପନ୍ଥା ମଧ୍ୟ ସୃଷ୍ଟି କରାଯାଇଛି । ସରକାରଙ୍କଠାରୁ ଗ୍ରାଣ୍ଟ ଆକାରରେ ମିଳୁଥିବା ଆର୍ଥିକ ସହାୟତା ବ୍ୟତୀତ କାଞ୍ଜିଆହୁଦା, ହାଟ, ଫେରିଘାଟ ଇତ୍ୟାଦି ନିଲାମ, ଘର ଟିକସ, ବୃତ୍ତ ଟିକସ, ସମ୍ପରି, ଯାନବାହନ ଉପରେ କର ଇତ୍ୟାଦି ପ୍ରତ୍ୟେକ ଗ୍ରାମପଞ୍ଚାୟତର ଆୟର ଅବଲମ୍ବନ ।

ପଞ୍ଚାୟତ ଗଠନ ପ୍ରଣାଳୀ : କେତୋଟି ଗ୍ରାମପଞ୍ଚାୟତକୁ ଅନୁପୋଷକ ଅନୁଷ୍ଠାନ ରୂପେ ଗ୍ରହଣ କରି ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ପଞ୍ଚାୟତ ସମିତି ଗଠିତ ହୋଇଥାଏ । ପୂର୍ବତନ ବ୍ଲକଗୁଡ଼ିକ ଗ୍ରାମଗୋଷ୍ଠୀ ଯୋଜନାନୁଯାୟୀ ଯେଉଁ ଯେଉଁ ଉନ୍ନୟନମୂଳକ କାର୍ଯ୍ୟ ନିର୍ବାହ କରୁଥିଲେ, ଏବେ ପଞ୍ଚାୟତ ସମିତିମାନଙ୍କ ହସ୍ତରେ ସେହି ସେହି କାର୍ଯ୍ୟର ଦାୟିତ୍ବ ଅର୍ପଣ କରାଯାଇଛି । ପ୍ରତି ପଞ୍ଚାୟତର ସମିତିମାନଙ୍କ ହସ୍ତରେ ସେହି ସେହି କାର୍ଯ୍ୟର ଦାୟିତ୍ବ ଅର୍ପଣ କରାଯାଇଛି । ପ୍ରତି ପଞ୍ଚାୟତର ସରପଞ୍ଚ ଓ ସେମାନଙ୍କ ଦ୍ଵାରା ସାଧାରଣରୁ ନିର୍ବାଚିତ ଜଣେ ସଦସ୍ୟଙ୍କୁ ପଞ୍ଚାୟତ ସମିତିର ସଭ୍ୟଶ୍ରେଣୀଭୁକ୍ତ କରାଯାଏ । ମହିଳା ଓ ହରିଜନମାନଙ୍କ ପାଇଁ ଓଡ଼ିଶାରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଅଛି । ଏମ୍.ଏଲ୍.ଏ. ଏହାର ସଭ୍ୟ ରହିବେ, କିନ୍ତୁ ତାଙ୍କର ଭୋଟ ଅଧୁକାର ରହିବ ନାହିଁ । ସରକାରଙ୍କର ଜଣେ ଗେଜେଟେଡ୍ ପାହ୍ୟାର ଅଫିସର ପଞ୍ଚାୟତ ସମିତିର ଏକ୍‌ଜିକ୍ୟୁଟିଭ ଅଫିସର ଭାବରେ କାର୍ଯ୍ୟ କରନ୍ତି । ତାଙ୍କୁ ମଣ୍ଡଳ ଉନ୍ନୟନ ଅଫିସର ବୋଲି କୁହାଯାଏ । ଗ୍ରାମପଞ୍ଚାୟତମାନଙ୍କର ବଜେଟ୍ ଅଟକଳ କରିବା, କୃଷି, ରାଜସ୍ବ, ଶିକ୍ଷା, ସମବାୟ, ପଶୁ ଉନ୍ନୟନ, ଜଙ୍ଗଲ ସୁରକ୍ଷା, ସ୍ବାସ୍ଥ୍ୟ, ପୂଇଁ, ଜନମଙ୍ଗଳ ଇତ୍ୟାଦି ପଞ୍ଚବାର୍ଷିକ ଯୋଜନା ଅନୁସାରେ ବିଭିନ୍ନ ଉନ୍ନୟନ ସଂକ୍ରାନ୍ତୀୟ କାର୍ଯ୍ୟର ଦାୟିତ୍ବ ପଞ୍ଚାୟତ ସମିତି ହାତରେ ନ୍ୟସ୍ତ କରାଯାଇଛି । ସଭ୍ୟମାନଙ୍କ ମଧ୍ୟରୁ ଜଣେ ସଭାପତି ଓ ଜଣେ ଉପସଭାପତି ନିର୍ବାଚିତ ହୋଇ ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦାୟିତ୍ବ ସଂପାଦନ କରନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ଶାସନ ସଂସ୍ଥାରେ ଜିଲ୍ଲା ପରିଷଦ ହେଉଛି ସର୍ବୋଚ୍ଚ କ୍ଷମତାଧାରୀ । ପଞ୍ଚାୟତ ସମିତିର ବାର୍ଷିକ ବଜେଟ୍ ଅଟକଳ କରିବା ସହିତ ସମଗ୍ର ଜିଲ୍ଲାର ଖାଦ୍ୟ, କୃଷି, ଜଙ୍ଗଲ, ଚିକିତ୍ସା, ପଶୁପାଳନ, ଶିଳ୍ପ, ଶ୍ରମ, ସମବାୟ, ପୂର୍ଭ, ଶିକ୍ଷା, ସ୍ଥାନୀୟ ଶାସନ, ଜିଲ୍ଲା ପରିଷଦର କାର୍ଯ୍ୟ । ଏଥିରେ ମଧ୍ୟ ଗଣତାନ୍ତ୍ରିକ ଭିତ୍ତିରେ ଜଣେ ଚେୟାରମ୍ୟାନ ଓ ଜଣେ ଭାଇସ୍‌ ଚେୟାରମ୍ୟାନ୍ ନିର୍ବାଚିତ ହୁଅନ୍ତି ଏବଂ ଜଣେ ସରକାରୀ ଅଫିସର ଏଜିକ୍ୟୁଟିଭ ଅଫିସର ଭାବେ କାର୍ଯ୍ୟ କରନ୍ତି । ଓଡ଼ିଶାରେ ଏହି ବ୍ୟବସ୍ଥା କେତେକାଳ ଚଳିବା ପରେ ତାହାକୁ ସରକାର ଭାଙ୍ଗି ଦେଇଥିଲେ; ମାତ୍ର ୧୯୯୭ ମସିହାରୁ ପୁନରାୟ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଅଛି । ଏଥର ମହିଳା ଓ ହରିଜନଙ୍କ ପାଇଁ କେତେକ ସ୍ଥାନ ସଂରକ୍ଷଣ କରାଯାଇଛି ।

ଦୋଷତ୍ରୁଟି : ଆମର ବହୁ ବାଞ୍ଚିତ ପଞ୍ଚାୟତିରାଜର ପ୍ରବର୍ତ୍ତନ ଯୋଗେ ଆମ୍ଭେ କେତେଦୂର ସଫଳକାମ ହେଇ ପାରିଛୁ, ସେଥିରେ ସନ୍ଦେହର ଦୀର୍ଘ ଅବକାଶ ଅଛି । ଏହା ଏକ ଗଣତାନ୍ତ୍ରିକ ଅନୁଷ୍ଠାନ ହୋଇଥିବା ଯୋଗୁ ଗଣତାନ୍ତ୍ରିକ ପଦ୍ଧତିର (democracy) ସମସ୍ତ ତୁଟି ଏଥିରେ ପରିଲକ୍ଷିତ ହୁଏ । ଅଯଥା ବ୍ୟୟ, କାର୍ଯ୍ୟମନ୍ଥରତା, କ୍ଷମତା ଲଢ଼େଇ ପ୍ରତିନିଧୁମାନଙ୍କର ଅବାଞ୍ଚିତ ହସ୍ତକ୍ଷେପ, ପ୍ରିୟାପ୍ରୀତିତୋଷଣ ଏବଂ ରାଜନୈତିକ ଅଧିକାର ବଳରେ ଜ୍ଞାନୀ ମୂଖି ସମସ୍ତଙ୍କୁ ସମାନ ବୋଲି ବିଚାର କରିବା ଇତ୍ୟାଦି ହେଉଛି ଏହାର ପ୍ରଧାନ ତୃଟି ।

ଉପସଂହାର : ପଞ୍ଚାୟତିରାଜ ଏକ ପରିବର୍ତ୍ତନ ନୁହେଁ, ଯଥାର୍ଥରେ ଏହା ଏକ ବିପ୍ଳବ । ଏହି ବିପ୍ଳବକୁ ଶାସନ ସଂସ୍ଥା ସହାୟତା ଦେବ; ମାତ୍ର ଜୀବନ୍ୟାସ ଦେବେ ଜନସାଧାରଣ; ମାତ୍ର ଦୁଃଖର କଥା, ଅତ୍ୟଧୁକ କ୍ଷମତା ଲିପ୍ସା, ରାଜନୀତିକ ସଂଘର୍ଷ, ଦଳୀୟ ମନୋଭାବ, ଦୁର୍ନୀତି ଓ ପ୍ରିୟାପ୍ରୀତି ତୋଷଣ ଇତ୍ୟାଦି ଆମର ଜାତୀୟ ଚରିତ୍ରକୁ ଏଭଳି କବଳିତ କରି ରଖିଛି ଯେ, ମୋହଗ୍ରସ୍ତ ମାନବ ଭଳି ଆମେ ଆପଣାକୁ ଆପେ କଳନା କରିପାରୁ ନାହୁଁ । ଯେଉଁ ମହାନ୍ ଉଦ୍ଦେଶ୍ୟ ଏବଂ ଉଚ୍ଚତର ଆକାଂକ୍ଷା ନେଇ ପଞ୍ଚାୟତିରାଜର ପରିଚାଳନା କରାଯାଇଥିଲା, ତାହା ଯେ ସଫଳ ହୋଇ ପାରି ନାହିଁ, ଏହା ନିଃସନ୍ଦେହ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: