Thursday, 11 February 2021

Odia Essay on "Modern Workers and Strikes", "ଆଧୁନିକ ଶ୍ରମିକ ଓ ଧର୍ମଘଟ ରଚନା" for Students

Essay on Modern Workers and Strikes in Odia Language: In this article "ଆଧୁନିକ ଶ୍ରମିକ ଓ ଧର୍ମଘଟ ରଚନା", "Shramik o dharmaghat rachna in odia for students of class 5, 6, 7, 8, 9, and 10.

Odia Essay on "Modern Workers and Strikes", "ଆଧୁନିକ ଶ୍ରମିକ ଓ ଧର୍ମଘଟ ରଚନା" for Students

ଉପକ୍ରମ : ନିପୀଡ଼ିତର ପଞ୍ଜରଭେଦୀ ସକରୁଣ ମର୍ମବ୍ୟଥା ଯୁଗେ ଯୁଗେ ଧନୀକ ସଂପ୍ରଦାୟ ଦ୍ଵାରା ଉପେକ୍ଷିତ ହୋଇ ଆସିଛି । ସେଇଥିପାଇଁ ସମାଜରେ ସୃଷ୍ଟି ହୋଇଛି ବିଦ୍ବେଷ,ବିଦ୍ରୋହ, ସଂଘର୍ଷ ଓ ରକ୍ତପାତ । ଦରିଦ୍ରର ରକ୍ତ ଶୋଷଣ କରି ଧନୀକ ନିର୍ମାଣ କରେ ତା’ର ବିଳାସ ଭବନ । ବୁଭୁକ୍ଷୁର ଆକୁଳ ନିବେଦନ ଧନୀକର ସୁଉଚ୍ଚ ପ୍ରାସାଦ ନିକଟରେ ପହଞ୍ଚିପାରେ ନାହିଁ । ଗ୍ଲାନିମୟ ଜୀବନର ପ୍ରତିକ୍ରିୟା ପ୍ରକାଶ ପାଏ ପ୍ରତିବାଦ, ପ୍ରତିରୋଧ ଓ ପ୍ରତିହିଂସାରେ । ଆଧୁନିକ ଶ୍ରମିକ ଧର୍ମଘଟ ସେଇଭଳି ଏକ ବାସ୍ତବ ସତ୍ୟରୁ ଜନ୍ମ ନେଇଛି । ଶିକ୍ଷୋନ୍ନତ ପୁଞ୍ଜିବାଦୀ ବ୍ୟବସ୍ଥାରେ ଦରିଦ୍ର ଓ ଅବହେଳିତ ଶ୍ରମିକଶ୍ରେଣୀ ଆପଣାର ଉଚିତ ପ୍ରାପ୍ୟ ଓ ନ୍ୟାଯ୍ୟ ଅଧିକାର ହାସଲ ନିମନ୍ତେ ଯେଉଁ ସଂଘବଦ୍ଧ ଆନ୍ଦୋଳନ ଚଳାଇଛନ୍ତି ତାହା ହିଁ ଶ୍ରମିକ ଧର୍ମଘଟ ନାମରେ ପରିଚିତ ।

ଧର୍ମଘଟର ମୌଳିକ କାରଣ : ଆଧୁନିକ ଯୁଗରେ ବୃହଦାୟତନ ଶିଳ୍ପପ୍ରତିଷ୍ଠା, ଦ୍ରୁତ ଶିଳ୍ପାୟନ (Industrialisation) ଓ ତତ୍ସହିତ ବିଭିନ୍ନ ଶ୍ରମିକ ସଂଘର ପ୍ରତିଷ୍ଠା ମଧ୍ୟରୁ ଜନ୍ମ ହୋଇଛି ଶ୍ରମିକ ଧର୍ମଘଟ । ଔଦ୍ୟୋଗିକ ପ୍ରଗତି ନାମରେ ସଂପ୍ରତି ଯେଉଁ କେତୋଟି ଗୁରୁତର ପରିସ୍ଥିତି ସୃଷ୍ଟି ହୋଇଛି, ସେଥି ମଧ୍ୟରୁ ଗୋଟିଏ ହେଉଛି ‘ପୁଞ୍ଜି’ (Capital) ଏବଂ ଶ୍ରମ(Labour) ମଧ୍ୟରେ ପାରସ୍ପରିକ ସଂଘର୍ଷ । ଉଭୟର ସମନ୍ବୟରେ ଉତ୍ପାଦିତ ଦ୍ରବ୍ୟ ଉପରେ ଶ୍ରମିକର ଯେଉଁ ନ୍ୟାୟପୂର୍ଣ୍ଣ ଦାବି ତାକୁ ଉପେକ୍ଷିତ କରି ପୁଞ୍ଜିପତି ସର୍ବଦା ଚାହୁଁଛି ଆମ୍ବପୁଷ୍ଟି । ଭାରତରେ ଟାଟା, ବିରଳା, ଡାଲମିଆ, ଲାରସନ ଓ ଟାକ୍ରୋ ଭଳି ଶିଳ୍ପ ଗୋଷ୍ଠୀ ଆଜି ଦେଶର ଅର୍ଦେକ ସଂପତ୍ତିର ମାଲିକ । ସେମାନେ ନିଜର ଅର୍ଥବଳରେ ପ୍ରଭାବ ବିସ୍ତାର କରି ଦେଶର ରାଜନୀତିକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି । ସୁତରାଂ ଯନ୍ତ୍ରପୁରୀର ଭୈରବତା ମଧ୍ୟରେ ନିଜ ରକ୍ତକୁ ନୈବେଦ୍ୟ ବାଢ଼ି ଏବଂ ଜୀବନକୁ ପଳପଳ କରି ନିଃଶେଷ କରି ଶେଷରେ ଉପବାସରେ ପ୍ରାଣାୟମ କରିବାକୁ କେହି ପ୍ରସ୍ତୁତ ହେବେ ନାହିଁ । ସୁତରାଂ ତାହାରି ପ୍ରତିକ୍ରିୟା ଆଜି ଧର୍ମଘଟ ଆକାରରେ ହିଁ ପ୍ରକାଶିତ ହେଉଛି । ବସ୍ତୁତଃ ଧନତାନ୍ତ୍ରିକ ସମାଜ ବ୍ୟବସ୍ଥାରେ ଶିଳ୍ପପ୍ରସାରଣର ଅନିବାର୍ଯ୍ୟ ପରିଣତି ହେଉଛି ଧର୍ମଘଟ ।

ଧର୍ମଘଟର ସ୍ଵରୂପ : ଧର୍ମଘଟର ପ୍ରକାରଭେଦ ବିଭିନ୍ନ । କେତେକ ଅହିଂସାତ୍ମକ ଉପାୟ ବା ସତ୍ୟାଗ୍ରହରେ ଆସ୍ଥାବାନ, ଅନ୍ୟ କେତେକ ହିଂସାତ୍ମକ କ୍ରିୟାକଳାପ ମାଧ୍ୟମରେ ଦାବି ହାସଲ କରିବାରେ ଆଗ୍ରହୀ; ମାତ୍ର ଶେଷୋକ୍ତ ପନ୍ଥାରେ ଶ୍ରମିକଶ୍ରେଣୀର ଦାବିର ଗୁରୁତ୍ବ ହ୍ରାସ ହୋଇ କଲ୍ୟାଣ । ପରିବର୍ତ୍ତେ ଅକଲ୍ୟାଣ ହିଁ ସାଧୁତ ହୋଇଥାଏ । ଶ୍ରମିକମାନଙ୍କର ଦାବି ପ୍ରତି କପକ୍ଷ କର୍ଣ୍ଣପାତ ନ କରି ଔଦାସିନ୍ୟ ପ୍ରଦର୍ଶନ କଲେ, ପ୍ରାଥମିକ ସ୍ତରରେ ଅନେକ ସ୍ଥାନରେ ‘ପ୍ରତୀକ ଧର୍ମଘଟ’ କରାଯାଇଥାଏ । ଆପଣାର ଐକ୍ୟବଦ୍ଧ ସଂଘଶକ୍ତିର ପରାକ୍ରମ ପ୍ରତି କର୍ତ୍ତୁପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିବା ହେଉଛି ଏହାର ଉଦ୍ଦେଶ୍ୟ । ଏଥରୁ କୌଣି ସଫଳତା ନ ମିଳିଲେ ତା'ପରେ ଚାଲେ ଦୀର୍ଘଦିନ ବ୍ୟାପୀ .ସଭା, ଶୋଭାଯାତ୍ରା, କର୍ମତ୍ୟାଗ, ଜନମତ ସଂଗ୍ରହ ଇତ୍ୟାଦି । ଶ୍ରମିକମାନଙ୍କ ଦ୍ଵାରା ସାଧାରଣରୁ ସଂଗୃହୀତ ଅର୍ଥ ବା ଟ୍ରେଡ୍‌ ୟୁନିୟନର ସତ ସମ୍ବଳ ଦ୍ବାରା ମାଲିକ ପକ୍ଷ ବିରୋଧରେ ଶେଷ ମୁହୁର୍ଭ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲେ । ଏଭଳି ଆନ୍ଦୋଳନରୁ କିଛି ଫଳ ନ ମିଳିଲେ ନୈରାଶ୍ୟ ଜର୍ଜରିତ ଶ୍ରମିକମାନେ ହିଂସାତ୍ମକ ପନ୍ଥା ଅବଲମ୍ବନ କରି ଭଙ୍ଗାତୁଟା କାର୍ଯ୍ୟରେ ଲିପ୍ତ ରହନ୍ତି । ଯାହାର ଫଳ ବିଷମୟ ହୋଇପଡ଼େ । ସଂପ୍ରତି ଧର୍ମଘଟ କେବଳ ଶ୍ରମିକ ଶ୍ରେଣୀ ମଧ୍ୟରେ ସୀମାବଦ୍ଧ ନ ହୋଇ ତାହା ଜନସାଧାରଣଙ୍କର ପ୍ରତିବାଦର ଏକ ଶକ୍ତିଶାଳୀ ମାଧ୍ୟମ ସ୍ଵରୂପ ସବୁ ସ୍ତରରେ ଆଦୃତ ହୋଇଛି ।

ଧର୍ମଘଟ ଓ ନେତୃତ୍ବ : ଆଜି ପୃଥିବୀର ପ୍ରତ୍ୟେକ ରାଷ୍ଟ୍ରରେ ଶ୍ରମିକମାନେ ସେମାନଙ୍କର ନ୍ୟାୟୋଚିତ ମୂଲ୍ୟ ପାଇବା ନିମନ୍ତେ ସଂଘବଦ୍ଧ ଭାବେ ଉଦ୍ୟମ ଚଳାଇଛନ୍ତି; କିନ୍ତୁ ପରିତାପର ବିଷୟ, ଅନେକ ସମୟରେ ରାଜନୈତିକ ଦଳାଦଳି, ଗୋଷ୍ଠୀକନ୍ଦଳ ଓ ଅସାଧୁ ନେତୃତ୍ଵର ଶିକାର ହୋଇ ଶ୍ରମିକମାନେ ସେମାନଙ୍କର ମୌଳିକ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ପଡ଼ୁଛନ୍ତି । ରାଜନୈତିକ ନେତୃବର୍ଗ ସେମାନଙ୍କର ସଂକୀର୍ଣ୍ଣ ସ୍ଵାର୍ଥ ସାଧନ ଉଦ୍ଦେଶ୍ୟରେ ଶ୍ରମିକ ସଂସ୍ଥାଗୁଡ଼ିକୁ ବ୍ୟବହାର କରି ଏବଂ ସେମାନଙ୍କୁ ଭ୍ରାନ୍ତ ମାର୍ଗ ପ୍ରଦର୍ଶନ କରି ଯେଉଁ ଅଯଥା ଦ୍ବନ୍ଦ ସୃଷ୍ଟି କରୁଛନ୍ତି, ସେଥିରେ ଶ୍ରମିକର ସ୍ବାର୍ଥହାନି ଘଟିବା ସଙ୍ଗେ ସଙ୍ଗେ ଦେଶର ପ୍ରଭୂତ କ୍ଷତି ସାଧନ ହେଉଛି । କୌଣସି ଦାବି ନ୍ୟାୟପୂର୍ଣ୍ଣ ନ ହେଲେ ଏବଂ ତାହା ନୈତିକତା ଉପରେ ପ୍ରତିଷ୍ଠିତ ହୋଇ ନିଃସ୍ୱାର୍ଥ ଓ ନିଷ୍ଠାପର ନେତୃତ୍ବ ଅଧୀନରେ ପରିଚାଳିତ ନ ହେଲେ, ଧର୍ମଘଟ ସଫଳ ହୁଏନାହିଁ । ପୁନଶ୍ଚ ନେତୃବର୍ଗ କପକ୍ଷଙ୍କ ବୃଥା ପ୍ରଲୋଭନ ତଥା ଦୁର୍ନୀତି କବଳରୁ ଆପଣାକୁ ମୁକ୍ତକରି ବୃହତ୍ତର ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଶୃଙ୍ଖଳିତ ଭାବରେ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ଏହାକୁ ପରିଚାଳିତ ନ କଲେ ଲକ୍ଷ୍ୟ ସାତ ହୁଏ ନାହିଁ । ସ୍ୱାଧୀନ ଗଣତାନ୍ତ୍ରିକ ରାଷ୍ଟ୍ରରେ କର୍ତ୍ତବ୍ୟକୁ ଭୁଲି କେବଳ ‘ଅଧୁକାର’ ନାମରେ ସାମାନ୍ୟ କାରଣକୁ ନେଇ ଧର୍ମଘଟ, କରିବା ଅନୁଚିତ୍ । ଆଜିକାଲିର ଧର୍ମଘଟ ସହିତ ଯେଉଁ ରାସ୍ତା ଅବରୋଧ ଓ ଘେରାଉ ଆନ୍ଦୋଳନ ଆରମ୍ଭ ହୋଇଛି, ତାହା କୌଣସି ବିବେକୀ ଲୋକର କାର୍ଯ୍ୟ ନୁହେଁ ।

ଧର୍ମଘଟର ପରିଣତି : ଧର୍ମଘଟଜନିତ କୁଫଳ ଯୋଗୁ ମାଲିକ-ଶ୍ରମିକ ଉଭୟଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ହୁଏ । ଦୀର୍ଘଦିନ ଧରି କର୍ମତ୍ୟାଗ ଫଳରେ ଉତ୍ପାଦନ କ୍ଷେତ୍ରରେ ଯେଉଁ ଶୂନ୍ୟତା ସୃଷ୍ଟି ହୁଏ, ସେଥିରେ ଦେଶର ଅର୍ଥନୈତିକ ପ୍ରଗତି ବ୍ୟାହତ ହୁଏ । ଉତ୍ପାଦନ ହ୍ରାସ ଯୋଗୁଁ ଜିନିଷପତ୍ରର ଦରବୃଦ୍ଧି ଏବଂ ସେଥ ସଙ୍ଗେ ସଙ୍ଗେ କଳାବଜାରୀ, ଦୁର୍ନୀତି ଇତ୍ୟାଦି ବଦ୍ଧିତ ହୁଏ । ରପ୍ତାନୀ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି ହୁଏ । ଉତ୍ପାଦନ କ୍ଷେତ୍ରରେ ଗୋଟିଏ ଅଙ୍ଗ ବ୍ୟାହତ ହେବା ଫଳରେ ଆନୁଷଙ୍ଗିକ କ୍ଷେତ୍ରରେ ମଧ୍ୟ ତା’: ପ୍ରଭାବ ଅନୁଭୂତ ହୁଏ । ଆନ୍ଦୋଳନ କାଳରେ ଧର୍ମଘଟକାରୀମାନେ ରେଳପଥ ଓ ଜାତୀୟ ରାଜପଥ ଅବରୋଧ କରିବା, ଟେଲିଫୋନ ତାର କାଟିବା, ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ସଂଯୋଗ କରିବା ପ୍ରଭୃତି ଯେଉଁ ଧ୍ବଂସାତ୍ମକ କ୍ରିୟାକଳାପରେ ଉନ୍ମତ୍ତ ହୋଇ ଉଠନ୍ତି, ସେଥିରେ ବହୁ ଜାତୀୟ ସମ୍ପଦର ବିନାଶ ଘଟେ ଏବଂ ଦୈନନ୍ଦିନ ସାମାଜିକ ଜୀବନଯାତ୍ରା ବ୍ୟାହତ ହୁଏ । ଶ୍ରମ ଏବଂ ପୁଞ୍ଜି ମଧ୍ୟରେ ପରସ୍ପର ଏକ ଭୟଙ୍କର ପ୍ରତିଶୋଧ ମନୋଭାବ ଜାଗ୍ରତ ହୋଇ ପ୍ରତି କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହୁଏ । ଧର୍ମଘଟ କାଳରେ ସ୍ଵଳ୍ପ ଆୟକାରୀ ଦରିଦ୍ର ଶ୍ରମିକମାନେ ଉପବାସ ବା ଅନ୍ନକ୍ଲିଷ୍ଟତାରେ ଦିନ ଯାପନ କରନ୍ତି । ଶ୍ରମିକ ଏବଂ ମାଲିକ ମଧ୍ୟରେ ଏହି ଅପ୍ରୀତିକର ଅବସ୍ଥାର ସୁଯୋଗ ନେଇ ସ୍ୱାର୍ଥପର ସୁବିଧାବାଦୀ ବ୍ୟକ୍ତିମାନେ ଆପଣାର ମନ୍ଦ ଉଦ୍ଦେଶ୍ୟ ସାଧନ କରି ସାମୂହିକ ସ୍ଵାର୍ଥ ଉପରେ କୁଠାରାଘାତ କରନ୍ତି ।

ବିଗତ ମହାଯୁଦ୍ଧ ପରେ ଦେଶରେ ଦ୍ରୁତ ଶିଳ୍ପାୟନ ସଙ୍ଗେ ସଙ୍ଗେ ମନୁଷ୍ୟର ପ୍ରବଳ ଭୋଗଲିପ୍ସା, ପ୍ରଭୁତ୍ବର ଅହମିକା, ନଗ୍ନ ସ୍ୱାର୍ଥପରତା ଇତ୍ୟାଦି ବୃଦ୍ଧି ପାଇଛି । ଏଥିପାଇଁ ଧୈର୍ଯ୍ୟ, ସହନଶୀଳତା ଓ ବିଚାରପରାୟଣତା ଇତ୍ୟାଦି ଘୋର ଅଭାବ ଘଟିଛି ଏବଂ ଫଳ ସ୍ଵରୂପ ସର୍ବତ୍ର କେବଳ ଏକ ଅଶାନ୍ତିକର ଓ ବିଶୃଙ୍ଖଳ ବାତାବରଣ ସୃଷ୍ଟି ହୋଇଛି ।

ଶେଷକଥା : ରାଜନୈତିକ ସ୍ଵାଧୀନତା ହାସଲ କରି ଆମେ ଯେତେବେଳେ ଏକ ଦୃଢ଼ ଅର୍ଥନୈତିକ ସମାଜ ଗଠନ ଦିଗରେ ପଦକ୍ଷେପ ଗ୍ରହଣ କରିଥାଇଁ, ସେତେବେଳେ ଏହିଭଳି ଧର୍ମଘଟ, ଅନଶନ, ଅସହଯୋଗ, ଘେରାଉ ଇତ୍ୟାଦି ହେଉଛି ଜାତୀୟ ଜୀବନର ପରିପନ୍ଥୀ। ବିଗତ ମହାଯୁଦ୍ଧ ପରେ ଜୀବନ ଧାରଣର ଅତ୍ୟାବଶ୍ୟକୀୟ ଦ୍ରବ୍ୟଗୁଡ଼ିକର ମୂଲ୍ୟ ଯେପରି ଅତିମାତ୍ରାରେ ବୃଦ୍ଧି ପାଇଛି, ଶରଣାର୍ଥୀ ଆଗମନ, ଅନାବୃଷ୍ଟି, ଅତିବୃଷ୍ଟି, ସୀମାନ୍ତରକ୍ଷା ଓ ସର୍ବୋପରି ଜନସଂଖ୍ୟା ବୃଦ୍ଧି, ବନ୍ୟା, ବାତ୍ୟା ଓ ଭୂକମ୍ପ ଭଳି ପ୍ରାକୃତିକ ବିତ୍ପାତ ଫଳରେ ସେଗୁଡ଼ିକ ସେତିକି ଦୁର୍ଲଭ ହୋଇପଡ଼ିଛି। ରେଲବାଇ, ବ୍ୟାଙ୍କ, ଜୀବନବୀମା, ଡାକ ତାର ଇତ୍ୟାଦି ବିଭାଗର କର୍ମଚାରୀଙ୍କଠାରୁ ଆରମ୍ଭ କରି ଗ୍ରାମ୍ବଚାଳକ, ରିକ୍ସାବାଲା, ବନ୍ଦର ଶ୍ରମିକ ଏପରିକି ଶିକ୍ଷକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଯେପରି ମନୋବୃଦ୍ଧି ନେଇ ଧର୍ମଘଟ ଦ୍ଵାରା ଅସ୍ଥିର ଓ ଅଶାନ୍ତ ଅବସ୍ଥା ସୃଷ୍ଟି କରୁଛନ୍ତି, ତାହା ଆଦୌ ମଙ୍ଗଳକର ନୁହେଁ। ଏହି ଦୃଷ୍ଟିରୁ ସରକାରୀ କର୍ମଚାରୀମାନଙ୍କର ଧର୍ମଘଟକୁ ଆଇନତଃ ଅନ୍ୟାୟ ବୋଲି ଘୋଷଣା କରାଯାଇଛି । ତେଣୁ ଜାତୀୟ ପ୍ରଗତିକୁ ଅବ୍ୟାହତ ରଖି ଦେଶକୁ ସୁଖୀ, ସମୃଦ୍ଧ କରି ଗଢ଼ିବାକୁ ହେଲେ ଶିଳ୍ପ ଓ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ଓ ଶ୍ରମ ମଧ୍ୟରେ ଏକ ସୁସମ୍ବନ୍ଧ ପ୍ରତିଷ୍ଠିତ ହେବା ଆବଶ୍ୟକ। ଏଥ ସହିତ ଆମର ଶାସନସଂସ୍ଥା ରାଷ୍ଟ୍ରର ବିଭିନ୍ନ ସ୍ତରରେ ଥିବା ଅନୁଚିତ ବୈଷମ୍ୟକୁ ଦୂର କରି ଜନସାଧାରଣଙ୍କର ନ୍ୟାୟପୂର୍ଣ୍ଣ ଦାବିକୁ ନିଷ୍ଠାର ସହ ବିଚାର ନ କଲେ, ତାହା ଅନ୍ୟାୟ ହେବ। ସମାଜବାଦ ନାମରେ ଉଚିତ୍ ଅର୍ଥରେ ଯଦି ସାମ୍ୟ ସ୍ଥାପିତ ନ ହୁଏ, ନ୍ୟାୟପୂର୍ଣ୍ଣ ଦାବିକୁ ଯଦି ପ୍ରତ୍ୟାଖ୍ୟାନ କଯାଏ, ତେବେ ବିଦ୍ରୋହ ଅବଶ୍ୟମ୍ଭାବୀ । ଦେଶରେ ଧନୀ ଦରିଦ୍ରଙ୍କ ମଧ୍ୟରେ ଥିବା ସୀମାରେଖା ଯେପରି ବୃଦ୍ଧି ପାଉଛି, ଅସାଧୁ ବ୍ୟବସାୟୀ ଓ ଶିଳ୍ପପତି ଗୋଷ୍ଠୀଙ୍କର ସଂପର୍ଭ ଯେଭଳି ଐନ୍ଦ୍ରଜାଲିକ କ୍ରିୟା ଭଳି ବଢ଼ି ବଢ଼ି ଯାଉଛି, ଦୁର୍ନୀତିଗ୍ରସ୍ତ ରାଜନୈତିକ ନେତା ଓ ଉଚ୍ଚପଦରେ ଥିବା ସରକାରୀ ପଦାଧୁକାରୀମାନେ ଯେପରି ରାତାରାତି କୋଟି କୋଟି ଟଙ୍କା ସଂପତ୍ତିର ଅଧୁକାରୀ ହୋଇଯାଉଛନ୍ତି,ତାହା ଦେଖ୍ ତଳସ୍ତରରେ ଥିବା ଶ୍ରମିକ, କୃଷକ ଓ ସାଧାରଣ ଲୋକଙ୍କ ମନରେ ପ୍ରବଳ ପ୍ରତିକ୍ରିୟା ଓ ପ୍ଲାନି ସୃଷ୍ଟି ହେବା । ସ୍ଵାଭାବିକ । ସୁତରାଂ ଜାତୀୟ ଆୟର କିଭଳି ସୁଷମ ବଣ୍ଟନ ହୋଇପାରିବ, ଦେଶରୁ ଦୁର୍ନୀତିର ମୂଳୋତ୍ପାଟନ ଘଟି କଳାଧନର ମାତ୍ରା ହ୍ରାସ ପାଇବ ସେ ଦିଗରେ ସରକାର ଉଦ୍ୟମ କରିବା । ଆବଶ୍ୟକ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: