Essay on Odisha's Cottage Industry in Odia Language : In this article " ଓଡ଼ିଶାର କୁଟୀର ଶିଳ୍ପ ରଚନା " for students of class 5, 6,...
Essay on Odisha's Cottage Industry in Odia Language: In this article "ଓଡ଼ିଶାର କୁଟୀର ଶିଳ୍ପ ରଚନା" for students of class 5, 6, 7, 8, 9, and 10.
Odia Essay on "Odisha's Cottage Industry", "ଓଡ଼ିଶାର କୁଟୀର ଶିଳ୍ପ ରଚନା" for Students
ଭୂମିକା : କୃଷିକୈନ୍ଦ୍ରିକ ଓଡ଼ିଶା ରାଜ୍ୟରେ କୃଷି ଏକ ପ୍ରଧାନ ସମ୍ବଳରୂପେ ବିବେଚିତ ହେଉଥିଲେ ମଧ୍ୟ ଅତୀତରେ ଉତ୍କଳୀୟମାନେ ଶିଳ୍ପକଳା ଓ ବାଣିଜ୍ୟ ବ୍ୟବସାୟରେ କମ୍ ପରାକାଷ୍ଠା ପ୍ରଦର୍ଶନ କରି ନାହାଁନ୍ତି । ପୁରୀ, ଭୁବନେଶ୍ୱର ଓ କୋଣାର୍କ ଇତ୍ୟାଦି ମନ୍ଦିରଗାତ୍ରରେ ନିହିତ କଳାକୁଶଳୀ ଓଡ଼ିଆ ଶିଳ୍ପୀର କଳାଚାତୁର୍ଯ୍ୟ ଆଜି ସମଗ୍ର ବିଶ୍ୱର ଶିଳ୍ପୀକୁଳକୁ ସ୍ତମ୍ଭୀଭୂତ କରେ । ଏହି ସ୍ୱଭୂମିର ଗିରିବନ, କାନନ-କେଦାର ପ୍ରତି ପ୍ରାନ୍ତରେ ଭରି ରହିଥିବା ବିପୁଳ ପ୍ରାକୃତିକ ସମ୍ପଦର ଉପଯୋଗରେ ଗଢ଼ିଉଠିଥିବା ନାନାବିଧ ସୁରୁଚିପୂର୍ଣ୍ଣ କାରୁକାର୍ଯ୍ୟ ଓ କୁଟୀରଶିଳ୍ପ କେବଳ ଯେ ପ୍ରସିଦ୍ଧିର କାରଣ ହୋଇଛି, ସେତିକି ନୁହେଁ, ତାହା ଉତ୍କଳର ଅର୍ଥନୈତିକ ମାନ ବୃଦ୍ଧି ଦିଗରେ ମଧ୍ୟ ସାହାଯ୍ୟ କରିଛି।
କୁଟୀର ଶିଳ୍ପର ପରିଚୟ : ଗଡ଼ଜାତ ଅଞ୍ଚଳର ପାହାଡ଼ ପର୍ବତର ମୂଲ୍ୟବାନ ପ୍ରସ୍ତରଗୁଡ଼ିକ ବିଭିନ୍ନ ପ୍ରକାର ଶିଳ୍ପକଳାର ବିକାଶରେ ପରମ ସହାୟକ ରୂପେ ଗଣ୍ୟ । ପ୍ରାଚୀନ ମନ୍ଦିରଗାତ୍ରରେ ସୂଚିମୁନରେ ଖୋଦିତ ନାନାବିଧ ପଶୁପକ୍ଷୀ, ବୃକ୍ଷଲତା, ଦେବତା, ରାକ୍ଷସ ଓ ନରନାରୀ ଇତ୍ୟାଦି ଛବିର ସଜୀବ ପରିପ୍ରକାଶ ଆଧୁନିକ ଶିଳ୍ପୀକୁଳକୁ ବିସ୍ମୟାଭିଭୂତ କରେ । ପ୍ରସ୍ତର ନିର୍ମିତ ଶିଳ, ଚକି, କଣ୍ଡେଇ, ବାସନ ଇତ୍ୟାଦି ସର୍ବତ୍ର ଆଦୃତ । ନୀଳଗିରି ଅଞ୍ଚଳର କଳା ମୁଗୁନି ପଥରର ବାସନ ଭାରତବର୍ଷର ପ୍ରତ୍ୟେକ ପ୍ରାନ୍ତରେ ଆଦର ଲାଭ କରିଛି ।
ଉତ୍କଳୀୟ ବୟନଶିଳ୍ପର ପ୍ରସିଦ୍ଧି ପ୍ରାଚୀନ ନୌବାଣିଜ୍ୟ ସହିତ ସଂଶ୍ଳିଷ୍ଠ । ବହୁ ପୁରାକାଳରେ ଏ ଦେଶର ବଣିକମାନେ ଉକୃଷ୍ଟ ପାଟବସ୍ତ ଜାଭା, ସୁମାତ୍ରା ଇତ୍ୟାଦି ଦ୍ବୀପମାନଙ୍କରେ ନେଇ ବିକ୍ରୟ କରି ପ୍ରଭୂତ ଅର୍ଥ ଉପାର୍ଜନ କରିପାରୁଥିଲେ । ଆଜି ମଧ୍ୟ ସମ୍ବଲପୁରୀ ଶାଢ଼ି, ମାଣିଆବନ୍ଦୀ ଧୋତି, ବ୍ରହ୍ମପୁରୀପାଟ ଓ ମଠା ଲୁଗା ଅପ୍ରତିଦ୍ବନ୍ଦ୍ ଆସନ ଲାଭ କରିଛି । କଟକର ଉନ୍ନତ ଶିଙ୍ଗଶିଳ୍ପ ଓ ତାରକସି କାମ ଓଡ଼ିଶାର ଏକ ବିଶିଷ୍ଟ କୁଟୀର ଶିଳ୍ପ । ଶିଙ୍ଗନିର୍ମିତ ପାନିଆଁ, ନାନାବିଧ ମୂର୍ତ୍ତି, କ୍ଷୁଦ୍ର ପେଟିକା ଓ ସୁନା ରୂପାର କାରୁକାର୍ଯ୍ୟପୂର୍ଣ୍ଣ ଅଳଙ୍କାର ସର୍ବତ୍ର ଅଗ୍ରାଧିକାର ଲାଭ କରିଛି । ୧୯୫ ୧ ମସିହାରେ ଲଣ୍ଡନଠାରେ ଅନୁଷ୍ଠିତ ବିଶ୍ବପ୍ରଦର୍ଶନୀରେ କଟକର ଶିଳ୍ପ ପ୍ରଧାନ ସ୍ଥାନ ଲାଭ କରି ଦର୍ଶକମାନଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ୨୦୦୦ ମସିହାରେ ଦିଲ୍ଲୀଠାରେ ଅନୁଷ୍ଠିତ ଶିଳ୍ପମେଳାରେ ଓଡ଼ିଶା ତାରକସି କାମର ନମୂନା ସ୍ବରୂପ ଚାନ୍ଦି ନିର୍ମିତ ଦୁର୍ଗାମେଢ଼ ଦେଖୁ ଦର୍ଶକମାନେ ଅଭିଭୂତ ହୋଇପଡ଼ିଥିଲେ ।
ଭୁବନ, ଭଟିମୁଣ୍ଡା, ରେମୁଣା ଓ କଣ୍ଟିଲୋର ଉକୃଷ୍ଟ କଂସାବାସନ ଓଡ଼ିଶା କୁଟୀରଶିଳ୍ପର ଗୋଟିଏ ଗୋଟିଏ ଉକୃଷ୍ଟ ନମୁନା । କଣ୍ଟିଲୋର ବାସନ ଭାରତର ବିଭିନ୍ନ ଅଞ୍ଚଳକୁ ରପ୍ତାନି କରାଯାଏ ଏବଂ ବେଲଗୁଣ୍ଠାର ପିତ୍ତଳ ନିର୍ମିତ ମାଛର ନମୁନା ଜୀବନ୍ତ ପ୍ରତୀୟମାନ ହେଉଥିବାରୁ । ତାହାର ଆଦର ଏବେ ଭାରତ ବାହାରେ ବିଦେଶୀ ରାଷ୍ଟ୍ରମାନଙ୍କରେ ବୃଦ୍ଧି ପାଇଛି ।
ଓଡ଼ିଶାର ଅରଣ୍ୟଜାତ ଦ୍ରବ୍ୟ ମଧ୍ୟରେ ଶିଙ୍ଗ, ଚମଡ଼ା, ବେତ ଓ କାଠଶିଳ୍ପର ପ୍ରାଧାନ୍ୟ ବହୁ ପ୍ରାଚୀନ । ବହୁମୂଲ୍ୟ କାଠର ପୂର୍ଣ୍ଣ ବିବିଧ ଗୃହୋପକରଣ, ଲାଖର ପେଟି, ଚମଡ଼ାର ଯୋତା, ବାକ୍ସ ଓ ପାରଳାଖେମୁଣ୍ଡିର ବେତନିର୍ମିତ ଟୋପି, ଚଉକି, ଥଳି ଇତ୍ୟାଦି ଅତ୍ୟନ୍ତ ଲାଭଜନକ ଶିଳ୍ପ । ଏଗୁଡ଼ିକରେ ଦୃଷ୍ଟି ପଡ଼ିବା ମାତ୍ରେ ଦକ୍ଷ ଓଡ଼ିଆ କାରିଗରର କଳାପ୍ରେମ ଓ ଶିଳ୍ପନୈପୁଣ୍ୟର ପରାକାଷ୍ଠା ସହଜରେ ଅନୁମାନ କରି ହୁଏ ।
ପୁରୀ ଜିଲ୍ଲାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳରେ ଯେଉଁ ବ୍ୟାପକ ନଡ଼ିଆ ଚାଷ କରାଯାଏ। ତାହାର କତା, ସଢ଼େଇ ଓ ଖଡ଼ିକା ଇତ୍ୟାଦି ପ୍ରବୀଣ ଓଡ଼ିଆ ଶିଳ୍ପୀର ଦୃଷ୍ଟି ବହିର୍ଭୁତ ହୋଇ ନାହିଁ । କତାର ପାପୋଛି, ଆସନ, ଦଉଡ଼ି, ସଢ଼େଇର କାରୁକାର୍ଯ୍ୟପୂର୍ଣ୍ଣ ପିଆଲା, କ୍ଷୁଦ୍ର ପେଟିକା ଇତ୍ୟାଦି ଦେଖୁଲେ ମନ ଆନନ୍ଦରେ ପୂରିଉଠେ । ସେହିଭଳି ପଲ୍ଲୀଅଞ୍ଚଳର ନଦୀକୂଳ, ହିଡ଼ଧାର ଓ ଗାଆଁ ପାଟିରେ ଜନ୍ତିଥିବା କାଇଁଚ, ବେଣାମୂଳ, କିଆପତ୍ର ଓ ଛଣପଟ ତଥା ତାଳପତ୍ର ଓ ଖଜୁରୀ ପତ୍ରକୁ ନେଇ ଗ୍ରାମ୍ୟ ଝିଅ, ବୋହୁ ଓ ବୃଦ୍ଧାମାନେ କଣେଇ, ଗାଲିଚା, ଆସନ, ଥଳି, ପେଟିକା, ପଙ୍ଖ ପ୍ରଭୃତି ନିର୍ମାଣ କରନ୍ତି ।
ପୁରୀ ଜିଲ୍ଲା ପିପିଲିର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଛତା, ଚାନ୍ଦୁଆ ଓ ଥଳି ଇତ୍ୟାଦି ଭାରତ ଓ ଭାରତ ବାହାରେ ସୁଖ୍ୟାତି ଅର୍ଜନ କରିଛି । ବିଦେଶୀ ପର୍ଯ୍ୟଟକମାନଙ୍କ ପାଇଁ ଏହା ହେଉଛି ବିଶେଷ ଆକର୍ଷଣୀୟ ସାମଗ୍ରୀ ।
ଗ୍ରାମାଞ୍ଚଳରେ ବଢ଼େଇ, କୁମାର, କମାର, ତନ୍ତୀ, ଚିତ୍ରକର ଇତ୍ୟାଦି କାଠ, ମାଟି, ଲୁହା ପ୍ରଭୃତିରେ ଦୈନନ୍ଦିନ ବ୍ୟବହାର ଉପଯୋଗୀ ନାନା ବସ୍ତୁ ନିର୍ମାଣ କରନ୍ତି । ଏ ସମଗ୍ର ମଧ୍ୟ ଉତ୍କଳୀୟ କୁଟୀରଶିଳ୍ପର ନମୁନା ।
କୁଟୀରଶିଳ୍ପର ସମସ୍ୟା ଓ ସରକାରୀ ସାହାଯ୍ୟ : ଯାନ୍ତ୍ରିକ ଅଭିବୃଦ୍ଧି ତଥା ବୃହଦାୟତନ ଶିଳ୍ପ ସ୍ଥାପନ ଦ୍ବାରା ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀରେ କେତେକ ପରିବର୍ତ୍ତନ ଘଟିଥିଲେ ମଧ୍ୟ ପ୍ରାଚୀନ ଉତ୍କଳର ଶିଳ୍ପକଳାର ପାରମ୍ପରିକ ଗୌରବ ପୂର୍ବତଃ ଲୁପ୍ତ ହୋଇନାହିଁ । ତାହା ଆଜି ସୁଦ୍ଧା ପ୍ରତି ପୁରପଲ୍ଲୀ, ନଗର, ଜନପଦ ତଥା ପ୍ରତି ମନ, ପ୍ରାଣ ଓ ହୃଦୟରେ ସଂଜୀବିତ ରହିଛି । ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟରେ ଗରୀୟାନ ଓଡ଼ିଶା ପ୍ରଦେଶରେ କ୍ଷୁଦ୍ରଶିଳ୍ପ ଓ କୁଟୀରଶିଳ୍ପ ନିମନ୍ତେ ସମ୍ବଳ ବା ଉପାଦାନର ଅଭାବ ନାହିଁ କିମ୍ବା ଆଗ୍ରହ ଓ ଉତ୍ସାହର ମଧ୍ୟ ଅନ୍ତ ନାହିଁ । ଅଭାବ ଅଛି କେବଳ ଉପଯୁକ୍ତ ପ୍ରୋସାହନ, ପୃଷ୍ଠପୋଷକତା ତଥା ଆର୍ଥିକ ଓ ବୈଷୟିକ ସହାୟତା । ଏଥି ନିମନ୍ତେ ‘ଓଡ଼ିଶା କୁଟୀର ଶିଳ୍ପ ବୋର୍ଡ଼' ନାମରେ ଏକ ସ୍ବତନ୍ତ୍ର ଅନୁଷ୍ଠାନ ଗଠନ କରି ଏବଂ ବିଭିନ୍ନ ସ୍ଥାନରେ ଶିଳ୍ପ ସ୍କୁଲମାନ ସ୍ଥାପନ କରି ଏହାର ବିକାଶ ଦିଗରେ ସରକାର କେତେକାଂଶରେ ଯଶୀଳ । ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ଅନୁଷ୍ଠାନ ଏ ଦିଗରେ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା କେତେକାଂଶରେ ପ୍ରଶଂସନୀୟ । ସଂପ୍ରତି ସମବାୟ ମାଧ୍ୟମରେ କ୍ଷୁଦ୍ର ଶିଳ୍ପ ଓ କୁଟୀର ଶିଳ୍ପର ବିକାଶ ପ୍ରତି ଧ୍ୟାନ ଦିଆଯାଉଥିବା ଆନନ୍ଦର କଥା । ଓଡ଼ିଶା ସମବାୟ ହସ୍ତଶିଳ୍ପ କର୍ପୋରେସନ, ତାଳଗୁଡ଼ ସମବାୟ ସମିତି, କଳିଙ୍ଗ ସ୍ଵରୌପ୍ୟ ତାରକସି ପ୍ରତିଷ୍ଠାନ ଏବଂ ବହୁ ଛୋଟ ବଡ଼ ସମବାୟ ଅନୁଷ୍ଠାନ ଏ ଦିଗରେ ଉଲ୍ଲେଖଯୋଗ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଶିଙ୍ଗକାମ, ତାରକସି କାମ, ପଥର ମୂର୍ତ୍ତି, ଜଗନ୍ନାଥଙ୍କର ମଡ଼େଲ ପ୍ରଭୃତି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଜିନିଷ ବିଦେଶକୁ ରପ୍ତାନି କରାଯାଉଛି । ଅଧିକ ପ୍ରଶଂସନୀୟ ଉଦ୍ୟମ ହେଉଛି ‘ ଓଡ଼ିଶା ସମବାୟ ହସ୍ତଶିଳ୍ପ କର୍ପୋରେସନ’ଙ୍କର । ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁ ଏହି ଶିଳ୍ପର ବିକାଶ ସଙ୍ଗେ ସଙ୍ଗେ ବହୁ ଜିନିଷ ବିଦେଶକୁ ରପ୍ତାନୀ କରାଯାଇ ବୈଦେଶିକ ମୁଦ୍ରା ଅର୍ଜନ କରାଯାଇପାରୁଛି ।
ଶେଷ କଥା : ଆଧୁନିକତାର ବିକାଶ ଓ ଯନ୍ତଶିଳ୍ପର ପ୍ରସାର ଫଳରେ କୁଟୀରଶିଳ୍ପ ଯେ ବହୁ ଭାବରେ କ୍ଷତିଗ୍ରସ୍ତ ହୋଇଛି, ଏଥିରେ ସନ୍ଦେହ ନାହିଁ । ବହୁ ଶିଳ୍ପୀ-ପରିବାର ସେମାନଙ୍କର ପାରମ୍ପରିକ ବା କୌଳିକ ବୃଦ୍ଧିକୁ ପରିହାର କରି ଅନ୍ୟାନ୍ୟ ବୃଦ୍ଧିରେ ନିୟୋଜିତ ହେଲେଣି । ସେମାନଙ୍କର ଶ୍ରମର ଯଥାର୍ଥ ମୂଲ୍ୟ ସେମାନେ ନ ପାଇବାରୁ ବହୁ ସମୟରେ ଅନାହାରରେ କାଳାତିପାତ କରିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟାରୁ ଶିକ୍ଷୀକୁଳକୁ ଉଦ୍ଧାର କରି ଆମର ଶିଳ୍ପକଳାକୁ କିପରି ବଞ୍ଚାଇ ରଖୁବାକୁ ହେବ, ସେ ବିଷୟରେ ସରକାର ଆନ୍ତରିକତାର ସହିତ ଚିନ୍ତା କରିବା ଆବଶ୍ୟକ ।
COMMENTS