Sunday, 14 February 2021

Odia Essay on "National Security and Our Duty", "ଜାତୀୟ ପ୍ରତିରକ୍ଷା ଓ ଆମର କର୍ତ୍ତବ୍ୟ ରଚନା" for Students

Essay on National Security and Our Duty in Odia Language: In this article "ଜାତୀୟ ପ୍ରତିରକ୍ଷା ଓ ଆମର କର୍ତ୍ତବ୍ୟ ରଚନା", "Jatiya Pratiraksha o Amar kartabya Rachna in Odia for students of class 5, 6, 7, 8, 9, and 10.

Odia Essay on "National Security and Our Duty", "ଜାତୀୟ ପ୍ରତିରକ୍ଷା ଓ ଆମର କର୍ତ୍ତବ୍ୟ ରଚନା" for Students

ଉପକ୍ରମ : ବିଶାଳ ଜୀବଜଗତ ପ୍ରତି ଦୃଷ୍ଟି ନିକ୍ଷେପ କଲେ ଜଣାଯାଏ ଯେ, ପ୍ରାଣୀ ମାତ୍ରେ କେବଳ ଆମ୍ବପୁଷ୍ଟି ବା ଆମ୍ବସାଧନରେ ବ୍ୟାପୃତ ଥାଇ ଜୀବନ ନିର୍ବାହ କରନ୍ତି ନାହିଁ । ଆମ୍ବପୁଷ୍ଟି ସହିତ ଆତ୍ମରକ୍ଷା ପ୍ରତି ମଧ୍ୟ ସେମାନେ ବିଶେଷ ଭାବରେ ସଚେତନ ଥାଆନ୍ତି । ବିପଦକାଳ ଉପସ୍ଥିତ ହେବା ମାତ୍ରେ, ସେମାନେ ଆପଣାର ସମସ୍ତ ଶକ୍ତି ପ୍ରୟୋଗ କରି ତା’ର ମୁକାବିଲା ନିମନ୍ତେ ପ୍ରସ୍ତୁତ ହୋଇଯାଆନ୍ତି ଅଥବା କୌଶଳପୂର୍ଣ୍ଣ ଭାବରେ ନିରାପଦ ସ୍ଥାନକୁ ପଳାୟନ କରନ୍ତି । ଆଦିମ ଅରଣ୍ୟରେ ମାନବ ଶିଶୁ ପାଇଁ ସର୍ବାଧୂକ ବିପଦର କାରଣ ଥିଲେ ଅରଣ୍ୟଚାରୀ ଶୂପଦକୁଳ । ଆଜି କିନ୍ତୁ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ବିଶ୍ଵର କ୍ରମଜଟିଳ ରାଜନୈତିକ ପରିସ୍ଥିତିରେ ଆମ୍ ସଂପ୍ରସାରଣବାଦୀ ଅହଂକାରୀ ମାନବ ହିଁ ହୋଇଛି ମାନବର ଚରମ ଶତ୍ର । ସୁତରାଂ ବ୍ୟକ୍ତି ସହିତ ଜାତି ବା ରାଷ୍ଟ୍ରର ସୁରକ୍ଷା ହୋଇଛି ଏକ ଗୁରୁତର ସମସ୍ୟା । ସେଇଥିପାଇଁ ପ୍ରତ୍ୟେକ ରାଷ୍ଟ୍ର ବିପୁଳ ଅର୍ଥ ବ୍ୟୟ କରି ପ୍ରତିରକ୍ଷା ଶକ୍ତିକୁ ଦୃଢ଼ୀଭୂତ କରିବା ଦିଗରେ ଅଧକ ତତ୍ପର ।

ସମ୍ପ୍ରତି ବିଶ୍ୱରେ ସାମ୍ୟବାଦ ଓ ସାମ୍ରାଜ୍ୟବାଦ ଏହି ଦୁଇ ‘ବାଦ’ ଦ୍ବାରା ଗଠିତ ଦୁଇ ବିବଦମାନ ଗୋଷ୍ଠୀକୁ କେନ୍ଦ୍ରକରି ଯେଉଁ ଅଶାନ୍ତିର ବହ୍ନି ପ୍ରଜ୍ଜଳିତ ହୋଇଛି, ସେଥ ନିମନ୍ତେ କ୍ଷୁଦ୍ର ବୃହତ୍ ସକଳ ରାଷ୍ଟ୍ର ଆପଣାର ପ୍ରତିରକ୍ଷା ଶକ୍ତିକୁ ସୁଦୃଢ଼ କରି ଗଢ଼ିବାରେ ଯଶୀଳ । ମାନବ କଲ୍ୟାଣକର ସତ୍ୟ, ଶିବ, ସୁନ୍ଦରର ଅନୁପମ ପଥକୁ ବର୍ଜନ କରି ଏବେ ବିଭବଶାଳୀ ପ୍ରଧାନ ପ୍ରଧାନ ରାଷ୍ଟ୍ର ସମୂହ ଭୟଙ୍କର ଶକ୍ତିପରୀକ୍ଷା ଏବଂ ଉତ୍କଟ ମାରଣାସ୍ତ୍ର ନିର୍ମାଣ କାର୍ଯ୍ୟରେ ବ୍ୟାପୃତ । ଏହା କେବଳ ଶାନ୍ତିପୂର୍ଣ୍ଣ ଜୀବନଧାରାକୁ ବ୍ୟାହତ କରି ନାହିଁ, ସଭ୍ୟତାର ସ୍ଥିତି ପ୍ରତି ଏକ ଭୟଙ୍କର ସଂକଟ ସୃଷ୍ଟି କରିଛି ।

ତେଣୁ ଆପଣାର ନିରାପତ୍ତା ରକ୍ଷା ହେଉଛି ପ୍ରତ୍ୟେକ ରାଷ୍ଟ୍ରର ସର୍ବପ୍ରଥମ କର୍ଭବ୍ୟ ଏବଂ ଏ ବାବଦ ଖର୍ଚ୍ଚ ଯୋଜନାର ଏକ ଅବିଛେଦ ଅଙ୍ଗ ସଦୃଶ ।

ଜାତୀୟ ସଙ୍କଟ କାଳରେ ଆମର କର୍ତ୍ତବ୍ୟ : ପ୍ରତି ଯୁଗରେ ଏବଂ ପ୍ରତି କାଳରେ ଏହି ସୁମହାନ ଭାରତ ଭୂଇଁ ତା’ର ବୈଭବର ପ୍ରାଚୁର୍ଯ୍ୟ ନିମନ୍ତେ ବିଶ୍ବର ସାମ୍ରାଜ୍ୟବାଦୀ ଶତ୍ରମାନଙ୍କର ଲୁଲୁପ୍ରସାରେ ଶିକାର ହୋଇ ଆସିଛି । ଏଥିପାଇଁ କମ୍ ଦୁଃଖ, ନିର୍ଯାତନା, ତ୍ୟାଗ ଓ ବଳିଦାନ ମଧ୍ୟଦେଇ ତାକୁ ଯିବାକୁ ହୋଇ ନାହିଁ । ଦେଶ ବିଭାଜନ ପରେ ପରେ ପାକିସ୍ତାନର ଉତ୍କଟ ବୈରଭାବ, ଅମୀମାଂସିତ କାଶ୍ମୀର ସମସ୍ୟାର ଜଟିଳତା ଏବଂ ତା ସହିତ ସାମ୍ରାଜ୍ୟବାଦୀ କମ୍ୟୁନିଷ୍ଟ ଚୀର ଆକ୍ରମଣାତ୍ମକ କାର୍ଯ୍ୟକଳାପ ଭାରତର ଶାନ୍ତିକୁ ବ୍ୟାହତ କରିଛି । ଯୁଣୋତ୍ତର କାଳରେ ଭାରତ ରାଜନୈତିକ ସ୍ଵାଧୀନତା ଲାଭ କରି ମହାତ୍ମା ଗାନ୍ଧିଙ୍କ ପ୍ରଦର୍ଶିତ ନୀତିରେ ଯେଭଳି ଦ୍ରୁତ ଗତିରେ ଆଗେଇ ଚାଲିଛି, ସେଥିରେ ଚୀନ, ପାକିସ୍ତାନ ଭଳି ଯେକୌଣସି ପ୍ରତିବେଶୀ ରାଷ୍ଟ୍ରର ଗାତ୍ରଦାହ ହେବା ସ୍ୱାଭାବିକ । ଚୀନ ଏବଂ ପାକିସ୍ତାନର ଷଡଯନ୍ତମୂଳକ ଆକ୍ରମଣରେ ଏବେ ଆମର ବହୁ ବାଞ୍ଚିତ ମହାମୂଲ୍ୟ ସ୍ଵାଧୀନତା ଏବଂ ଗଣତନ୍ତ୍ର ଏକ ସଙ୍କଟଜନକ ପରିସ୍ଥିତି ମଧ୍ୟରେ ଗତି କରୁଛି । ଦେଶର ଆବାଳ-ବୃଦ୍ଧ-ବନିତା ୧୦୦ କୋଟି ଲୋକଙ୍କ ପ୍ରାଣରେ ଏବେ ଅପୂର୍ବ ଜାଗରଣ ସୃଷ୍ଟି ହୋଇଛି । ସମସ୍ତେ ଆଜି ପ୍ରସ୍ତୁତ ଆପଣାର ଜୀବନ ବିନିମୟରେ ମାତୃଭୂମିର ମର୍ଯ୍ୟାଦାକୁ ଚିର ଅକ୍ଷୁର୍ଣ୍ଣ ରଖିବାକୁ ।

ଦେଶର ଏକ ସଙ୍କଟଜନକ ପରିସ୍ଥିତିରେ ସାଧାରଣ ନାଗରିକଠାରୁ ଆରମ୍ଭ କରି ଛାତ୍ର, ଶିକ୍ଷକ, ଯୁବକ, ମହିଳା, ବ୍ୟବସାୟୀ, କୃଷକ, କଳମାଲିକ ଓ ସରକାରୀ କର୍ମଚାରୀ ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି । ଦେଶରେ କେବଳ ସଶସ୍ତ୍ର ସୈନିକ ସଂଖ୍ୟାବୃଦ୍ଧି ଏବଂ ସାମରିକ ଅସ୍ତ୍ରଶସ୍ତ୍ର ଉତ୍ପାଦନର ଆଧିକ୍ୟ ଯେ ଆଧୁନିକ ଯୁଗରେ ପ୍ରତିରକ୍ଷା ଶକ୍ତି ବୃଦ୍ଧିର ପରିଚାୟକ, ତାହା ଭ୍ରମ ଧାରଣା । କୌଣସି ଶତୁରା ସହିତ ଆମର ସଂଗ୍ରାମ କେବଳ ସୀମାନ୍ତର ରଣସାମ୍ମୁଖ୍ୟ ହେବ ନାହିଁ । ଆକୁମାରୀ ହିମାଚଳ ସମଗ୍ର ଭାରତୀୟ ଭୂଖଣ୍ଡ ହେବ ଏକ ରଣକ୍ଷେତ୍ର ଏବଂ ଶିଶୁ, ବୃଦ୍ଧ, ଶ୍ରମିକ, ଶିକ୍ଷକ, ଯୁବକ, ବ୍ୟବସାୟୀ ଇତ୍ୟାଦି ପ୍ରତ୍ୟେକ ହେବେ ଏଇ ସଂଗ୍ରାମର ଜଣେ ଜଣେ ସୈନିକ ।

ଆମ ବୀର ଯବାନମାନଙ୍କୁ ରଣସାମୁଖ୍ୟକୁ ପଠାଇ ଦେଇ ଆମେ ନିଶ୍ଚିନ୍ତରେ ରହିପାରିବା ନାହିଁ । ଭାରତୀୟ ନାଗରିକ ହିସାବରେ ଆମର ନୈତିକ ଦୃଢ଼ତା, ଐକ୍ୟବଦ୍ଧ ଓ ସଂଘବଦ୍ଧ ଚିନ୍ତା ତଥା ଭାରତୀୟ ମହାଭାବନା ଯବାନମାନଙ୍କ ରକ୍ତରେ ଦେବ ସ୍ପନ୍ଦନ; କୃଷକ, ଶ୍ରମିକ ଏବଂ କଳ ମାଲିକ ହିସାବରେ ଆମର ଅବିରତ ଉତ୍ପାଦନ ପ୍ରଚେଷ୍ଟା ସେମାନଙ୍କର ବନ୍ଧୁକରେ ଯୋଗାଇବ ଶକ୍ତି । ଜାତିଗତ, ଧର୍ମଗତ, ରାଜନୈତିକ ସକଳ ବୈଷମ୍ୟ ନିର୍ବିଶେଷରେ ଆମ୍ଭମାନଙ୍କୁ ଏକ ହୋଇ ଦଣ୍ଡାୟମାନ ହେବାକୁ ପଡ଼ିବ ସଂକଟକାଳରେ ।

ଉତ୍ପାଦନ ହିଁ ହେଉଛି ଜାତୀୟ ପ୍ରତିରକ୍ଷାର ସର୍ବପ୍ରଥମ ଆବଶ୍ୟକତା । ସେଥିପାଇଁ ସ୍ଵର୍ଗତ ଲାଲବାହାଦୂର ଶାସ୍ତ୍ରୀ 'ଜୟ ଯବାନ’ ସହିତ ‘ଜୟ କିଷାନ’ ଧନି ଆରମ୍ଭ କରିଥିଲେ । ଗ୍ରାମଗୋଷ୍ଠୀ ଉନ୍ନୟନ ସଂସ୍ଥା ଏବଂ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ସମ୍ବଳ ଓ ନେତୃତ୍ଵକୁ କୃଷି ଉତ୍ପାଦନ କାର୍ଯ୍ୟରେ ବିନିଯୋଗ କରାଇଲେ ସୁଫଳ ମିଳିବ । ଶିଳ୍ପ ବିକାଶ ହେଉଛି କୃଷି ଉତ୍ପାଦନର ପରିପୂରକ । ରାଜ୍ୟରେ ଶିଳ୍ପ ଉତ୍ପାଦନ ନିମନ୍ତେ ଯେଉଁ ପରିମାଣରେ ସମ୍ବଳ ଅଛି, ତାହାର ପୂର୍ବତମ ଉପଯୋଗ କରି ପ୍ରତିରକ୍ଷା ନିମନ୍ତେ କୋଇଲା ଓ କିରାସିନି ଉଭୋଳନ, ଇସାତ ଶିଳ୍ପର ବିକାଶ, କଳ କବଜା, ପରିବହନ, ଯୋଗାଯୋଗ ଏବଂ ବିଦ୍ୟୁତ୍ ସମ୍ପକୀୟ ଯନ୍ତ୍ରପାତି ଓ ଉପକରଣ ନିର୍ମାଣ କରିବା ନିତାନ୍ତ ଆବଶ୍ୟକ ।

ସାମ୍ପ୍ରଦାୟିକ ଓ ସଂଘର୍ଷ, କୌଣସି ପ୍ରକାର ଧର୍ମଘଟ, ହରତାଳ ବା ଅସହଯୋଗ ଇତ୍ୟାଦି ଜରୁରୀ ସମୟରେ ସମ୍ପୂର୍ଣ୍ଣ ଅବାଞ୍ଚିତ ଏବଂ ନୈତିକତା ବିରୋଧୀ । ଶତ୍ରୁପକ୍ଷର ମନ୍ଦ କଥା ଏବଂ ମିଥ୍ୟା ପ୍ରଚାର ପ୍ରତି କର୍ଣ୍ଣପାତ କରି ଆପଣାର ନୈତିକ ଦୃଢ଼ତା ହ୍ରାସ କରିବା ଏବଂ ଆଭ୍ୟନ୍ତରୀଣ ଗୋପନୀୟ ବାର୍ତ୍ତାକୁ ଅବିଶ୍ୱସ୍ତ ଓ ଅପରିଚିତ ବ୍ୟକ୍ତି ସମ୍ମୁଖରେ ପ୍ରକାଶ କରିଦେବା ଏକ ଅକ୍ଷମଣୀୟ ଅପରାଧ ।

ସଞ୍ଚୟ ହେଉଛି ପ୍ରତିରକ୍ଷାର ଅନ୍ୟ ଏକ ବିଶିଷ୍ଟ ଏବଂ ଅପରିହାର୍ଯ୍ୟ ଅଙ୍ଗ । ବିଳାସବ୍ୟସନ ଓ ଆମୋଦପ୍ରମୋଦ କ୍ଷେତ୍ରରେ ଅବାଞ୍ଚିତ ଓ ଅନାବଶ୍ୟକ ବ୍ୟୟକୁ ସଙ୍କୁଚିତ କରି ବିଭିନ୍ନ ସଞ୍ଚୟ ଅନୁଷ୍ଠାନମାନଙ୍କରେ ନିଜର ଧନକୁ ଖଟାଇବା ବ୍ୟଷ୍ଟି ଓ ସମଷ୍ଟି ଉଭୟ ଦିଗରୁ ମଙ୍ଗଳକର । ପ୍ରତ୍ୟେକ ବ୍ୟକ୍ତି ଆପଣା ଆପଣାର ଶକ୍ତି ଅନୁଯାୟୀ ଦେଶରକ୍ଷା ପାଣ୍ଡିକୁ ଟଙ୍କା, ସୁନା ଇତ୍ୟାଦି ଦାନ କରିବା ଏବଂ ରଣାଙ୍ଗନର ଆହତ ଯବାନମାନଙ୍କ ପାଇଁ ଅକୁଣ୍ଠିତ ଚିତ୍ତରେ ରକ୍ତଦାନ କରିବା, କେବଳ ଯେ ଜାତୀୟ ପ୍ରତିରକ୍ଷା ଶକ୍ତିକୁ ସୁଦୃଢ଼ କରେ ତାହା ନୁହେଁ, ଦେଶର ନୈତିକ ଶକ୍ତିକୁ ମଧ୍ୟ ଉଜ୍ଜୀବିତ କରେ । ଦେଶରକ୍ଷା ବ୍ୟାପାରରେ ଯେଉଁଗୁଡ଼ିକ ଅତ୍ୟାବଶ୍ୟକ ଓ ଯେଉଁ ଦ୍ରବ୍ୟଗୁଡ଼ିକ ପାଇଁ ଆମେ ଦରିଆପାରି ରାଷ୍ଟ୍ରମାନଙ୍କ ଉପରେ ନିର୍ଭର ଚରୁ, ସେଗୁଡ଼ିକ ଯଥାସମ୍ଭବ ବର୍ଜନ କରିବା ଏବଂ ରେଳ ମଟର ଇତ୍ୟାଦି ପରିବହନ ସଂସ୍ଥା, ଡାକ, ତାର ଓ ଟେଲିଫୋନ ଭଳି ଯୋଗାଯୋଗ ସଂସ୍ଥା ଉପରେ ସର୍ବନିମ୍ନ ପରିମାଣ ନିର୍ଭର କରିବା ହେଉଛି ଜଣେ ଯୋଗ୍ୟ ନାଗରିକର କର୍ତ୍ତବ୍ୟ ।

କେବଳ ଖର୍ଚ୍ଚ କାଟ, ଉତ୍ପାଦନ ବୃଦ୍ଧି ଓ ସଞ୍ଚୟ ଦ୍ଵାରା ଆମର ଉଦ୍ଦେଶ୍ୟ ଚରିତାର୍ଥ ହେବ ନାହିଁ । ଏ ଦିଗରେ ଦେଶର ବଣିକ ଗୋଷ୍ଠୀର ମଧ୍ୟ ଗୁରୁ ଭୂମିକା ରହିଛି । ଅତ୍ୟାବଶ୍ୟକ ଜିନିଷର ଦରବୃଦ୍ଧି କରିବା ଏବଂ ଲାଭଖୋର ମନୋବୃତ୍ତବଶତଃ ଜିନିଷକୁ ଅନ୍ୟାୟ ଭାବେ ଲୁଚାଇ ରଖିବାକୁ ଉଦ୍ୟମ କରିବା ଏକ ଗୁରୁତର ଅପରାଧ ।

ଛାତ୍ରମାନେ ପ୍ରତିରକ୍ଷା ସଂକ୍ରାନ୍ତୀୟ ପୁସ୍ତକମାନ ପଢ଼ି ପୂଜ୍ଞାନ ହାସଲ କରିବା ବାଞ୍ଛନୀୟ । ଉଦାହରଣ ସ୍ଵରୂପ, ବିମାନ ଆକ୍ରମଣ ସମୟରେ ନିଜକୁ କେଉଁ ଉପାୟରେ ରକ୍ଷା କରିବାକୁ ହେବ ସେ ସମ୍ପର୍କରେ ସେମାନଙ୍କର ପୂର୍ଣ୍ଣ ଜ୍ଞାନ ରହିବା ଆବଶ୍ୟକ ଏବଂ ବିଶେଷକରି ଛାତ୍ରମାନେ ଏହାକୁ ଜାଣିଥିଲେ ନିରୀହ ଲୋକମାନଙ୍କୁ ପରାମର୍ଶ ଦେଇପାରିବେ । ଏତଦ୍‌ବ୍ୟତୀତ ବିନା ଖାଦ୍ୟ, ନିଦ୍ରା ଓ ବିଶ୍ରାମରେ କିଛିକାଳ ରହିଯିବା, କ୍ରମାଗତ କାର୍ଯ୍ୟ କରିବା ଓ ଅଗ୍ନିନିରୋଧ, ପ୍ରାଥମିକ ଚିକିତ୍ସା ସମ୍ପର୍କରେ କିଞ୍ଚିତ ଜ୍ଞାନ ଲାଭ କରିବା ଅତ୍ୟନ୍ତ ଉପାଦେୟ ବିଷୟ ।

ପ୍ରତିରକ୍ଷା ଦୃଷ୍ଟିରୁ ଦେଶର ଗୃହିଣୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଯୁଦ୍ଧକ୍ଷେତ୍ରରେ ସୈନିକମାନଙ୍କ ପାଇଁ ସେଇମାନେ ଯୋଗାଇବେ ଶକ୍ତି, ସାହସ ଓ ପ୍ରେରଣା । ଭାରତର ପ୍ରତ୍ୟେକ ଗୃହିଣୀ ନିଜ ଦେହରେ ସୌଖୀନ ମନୋଭାବବଶତଃ ପ୍ରଚୁର ସ୍ୱର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି । ଏହି ସ୍ୱର୍ଣ୍ଣ ହେଉଛି ଦେଶର ଅତ୍ୟାବଶ୍ୟକ ସମ୍ପରି । ଅତଏବ ଗୃହିଣୀମାନେ ଶକ୍ତି ଅନୁଯାୟୀ ବିନାଦ୍ଵିଧାରେ କିଛି କିଛି ସୁନାଗହଣା, ପ୍ରତିରକ୍ଷା ପାଣ୍ଠିକୁ ଦାନ କଲେ ବା ସୁନା ତମସୁକରେ ଖଟାଇଲେ ତାହା ଆଦର୍ଶ କାର୍ଯ୍ୟ ହେବ । ପରିବାରର କାଠ, ଚାଉଳ, ଡାଲି, ଲୁଣ, କିରାସିନି, ଦିଆସିଲି, ବିଜୁଳି ଆଲୁଅ ଇତ୍ୟାଦି ଖର୍ଚ୍ଚ ସେମାନେ ଯଥାସମ୍ଭବ ନିୟନ୍ତ୍ରିତ କରିବା ଉଚିତ୍ ।

ପ୍ରତିରକ୍ଷା ଓ ଯୋଜନା : ସର୍ବଶେଷରେ ଆମର ଜାତୀୟ ପ୍ରତିରକ୍ଷା ସହିତ ଯୋଜନାର ଏକ ସୁସମନ୍ବୟ ରକ୍ଷା ହେଉଛି ପ୍ରଧାନ କର୍ତ୍ତବ୍ୟ । ଜାତୀୟ ଉନ୍ନୟନ ଯୋଜନାଗୁଡ଼ିକ ଜାତୀୟ ପ୍ରତିରକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ ସଦୃଶ । ବନ୍ଧୁ ରାଷ୍ଟ୍ରମାନଙ୍କର ସାମାନ୍ୟ ସାହାଯ୍ୟ ସହାନୁଭୂତି କେବଳ ଆମର ନୈତିକଚିନ୍ତାକୁ ଉଦ୍‌ବୁଦ୍ଧ କରିବ; କିନ୍ତୁ ଆମର ବୈଷୟିକ ବିଭବକୁ ସମୃଦ୍ଧ କରି ସ୍ଵାବଲମ୍ବନଶୀଳ ହେବା ନିମନ୍ତେ ଆଭ୍ୟନ୍ତରୀଣ ସମ୍ବଳ ସଂଗ୍ରହ ଉପରେ ଅଧୁକ ଧ୍ୟାନ ଦେବାକୁ ପଡ଼ିବ । ଦେଶର ଜରୁରୀ ପରିସ୍ଥିତିର ସମ୍ମୁଖୀନ ହେବା ନିମନ୍ତେ ଶାସନ ଦପ୍ତରରୁ ବହୁ ଅନାବଶ୍ୟକ ଅନିୟନ୍ତ୍ରିତ ବ୍ୟୟକୁ ସଙ୍କୁଚିତ କରାଇ ଓ ଅଯଥା କୋଠାବାଡ଼ି ଇତ୍ୟାଦି ନିର୍ମାଣ ଦିଗରେ ଅର୍ଥବ୍ୟୟ ନ କରି ପୁଞ୍ଜିକୁ ଉତ୍ପାଦନ କ୍ଷେତ୍ରରେ ବିନିଯୁକ୍ତ କରାଯିବା ଆବଶ୍ୟକ ।

ଉପସଂହାର : ଶକ୍ତିହୀନ ଦୁର୍ବଳ ବ୍ୟକ୍ତି ଯେପରି ସାମାଜିକ ଜୀବନରେ ଲାସ୍ଥିତ ଓ ଅପମାନିତ ହୋଇଥାଏ, ସେଇଭଳି ପ୍ରତିରକ୍ଷା କ୍ଷେତ୍ରରେ ଏକ ଦୁର୍ବଳ ରାଷ୍ଟ୍ର ଆନ୍ତର୍ଜାତୀୟ କ୍ଷେତ୍ରରେ ସହାନୁଭୂତିର ପାତ୍ର ହୋଇଥାଏ । ସୁତରାଂ ଆମର ସମସ୍ତ ପ୍ରକାର ଆଭ୍ୟନ୍ତରୀଣ ବିବାଦ, ବିଭେଦ ଓ ବୈଷମ୍ୟ ସତ୍ତ୍ବ ପ୍ରତିରକ୍ଷା ସମ୍ପର୍କୀୟ କାର୍ଯ୍ୟକ୍ରମଗୁଡ଼ିକରେ ଆମେ ପୂର୍ଣପ୍ରାଣରେ ସହଯୋଗ କରିବା ଉଚିତ୍ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: