Thursday, 28 January 2021

Odia Essay on "Forest Resources of Odisha", "ଓଡ଼ିଶାର ଅରଣ୍ୟ ସମ୍ପଦ ରଚନା", "ଓଡ଼ିଶାର ଜଙ୍ଗଲ ସମ୍ପଦ ରଚନା" for Students

Essay on Forest Resources of Odisha in Odia Language: In this article "ଓଡ଼ିଶାର ଅରଣ୍ୟ ସମ୍ପଦ ରଚନା", "ଓଡ଼ିଶାର ଜଙ୍ଗଲ ସମ୍ପଦ ରଚନା for students of class 5, 6, 7, 8, 9, and 10.

Odia Essay on "Forest Resources of Odisha", "ଓଡ଼ିଶାର ଅରଣ୍ୟ ସମ୍ପଦ ରଚନା", "ଓଡ଼ିଶାର ଜଙ୍ଗଲ ସମ୍ପଦ ରଚନା" for Students

ଉପକ୍ରମ : ଐତିହାସିକ ଯୁଗର ସ୍ତୁପୀକୃତ ଅନ୍ଧକାର ମଧ୍ୟରେ ଦିନେ ଅସହାୟ ମାନବଶିଶୁ ବିଳାପ କରୁଥଲା ଅରଣ୍ୟର ଆସ୍ତରଣ ଭେଦକରି ଟିକିଏ ସଭ୍ୟତାର ଆଲୋକ ସ୍ପର୍ଶ ପାଇଁ । ଅରଣ୍ୟ ଥିଲା ସେତେବେଳେ ତା ପକ୍ଷେ ଅବାଞ୍ଚିତ, ଅକଲ୍ୟାଣକର ଏବଂ ବିକଶିତ ଜୀବନଯାତ୍ରା ଦିଗରେ ଏକ ପ୍ରତିବନ୍ଧକ, କିନ୍ତୁ ସଭ୍ୟତାର ବିବର୍ତ୍ତନ ଧାରାରେ ଦେଖାଯାଇଛି, ଅରଣ୍ୟ ହେଉଛି ମନୁଷ୍ୟର ପ୍ରାଣପୋଷକ । ଭାରତୀୟ ଆର୍ଯ୍ୟ ସଭ୍ୟତାର ଆଦ୍ୟ ଓଁକାର ଧ୍ବନି ଦିନେ ପ୍ରତିଧ୍ବନିତ ହୋଇଥିଲା ଏହି ଅରଣ୍ୟ ମଧ୍ୟରେ । ଆଜି ମଧ୍ୟ ପ୍ରଗତିଶୀଳ ରାଷ୍ଟ୍ରୀୟ ଜୀବନରେ ଅର୍ଥନୈତିକ ଦୃଷ୍ଟିକୋଣରୁ ଅରଣ୍ୟ ଏକ ମହାମୂଲ୍ୟ ସଂପଦ ରୂପେ ବିବେଚିତ । ସୁତରାଂ ଅରଣ୍ୟ ଆଉ ଅବାଞ୍ଚିତ ନୁହେଁ, ଅକଲ୍ୟାଣକର ନୁହେଁ କିମ୍ବା ତାହା ମନୁଷ୍ୟର କ୍ରମୋନ୍ନତି ପଥରେ ଏକ ପ୍ରତିବନ୍ଧକ ନୁହେଁ ।

ଅରଣ୍ୟ ସଂପଦର ପରିଚୟ : ନିସର୍ଗ ଲକ୍ଷ୍ମୀର ନିତ୍ୟ ବିହାରସୁଳୀ କାନନକୁନ୍ତଳା ଉତ୍କଳଭୂଇଁ ନାନା ପ୍ରାକୃତିକ ସଂପଦରେ ସୁମଣ୍ଡିତା । ପୂର୍ବ ଦିଗରେ ଏହାର ସୁବିସ୍ତୀର୍ଣ୍ଣ ସାଗର ସୈକତ, ଉପକୂଳବର୍ତ୍ତୀ ଅଞ୍ଚଳରେ ଦିଗନ୍ତବିସ୍ତାରୀ ଶ୍ୟାମଳ ଶସ୍ୟକ୍ଷେତ୍ର ପୁଣି ପଶ୍ଚିମ ପାସୁ ଗଡ଼ଜାତ ଅଞ୍ଚଳରେ ସୁଘଞ୍ଚ ଅରଣ୍ୟନୀ, ଏତେ ସମ୍ପଦରେ ପରିପୂର୍ଣ୍ଣ ଥାଇ ମଧ୍ୟ ଉତ୍କଳରେ ଆଜି ଅନ୍ନର ଅଭାବ । ଏହି ଦୁରବସ୍ଥାକୁ ଲକ୍ଷ୍ୟକରି କବି ମାନସିଂହ ଲେଖୁଛନ୍ତି

"କାନନ-ଶ୍ୟାମଳ-ବାସ, ଶିଖରୀ ମୁକୁଟ

ଚରଣ ଚୁମ୍ବଇ ମହାସାଗର ଲହରୀ

ଏବେଶେ ହୁଅଇ ଯାର ମହିମା ପ୍ରକଟ

କେମନ୍ତେ ଭାବିବି ତାରେ ଅଭିଶପ୍ତା କରି ?”

ବାସ୍ତବରେ ଉତ୍କଳରେ ଅନ୍ନର ଅଭାବ ନାହିଁ । ଏଠାରେ ଅଛି କେବଳ ଉଦ୍ୟମର ଅଭାବ । ସମଗ୍ର ଓଡ଼ିଶା ପ୍ରଦେଶରେ ପ୍ରାୟ ୪୭ ହଜାର ବର୍ଗକିଲୋମିଟର ଅଞ୍ଚଳ ମୂଲ୍ୟବାନ ଜଙ୍ଗଲରେ ପରିପୂର୍ଣ୍ଣ । ଏତଦ୍‌ବ୍ୟତୀତ ଆହୁରି ଅନେକ କ୍ରମକ୍ଷୟିଷ୍ଣୁ ଅରଣ୍ୟ ରହିଛି । ଯେଉଁଠାରେ କି ବର୍ତ୍ତମାନର ନୂତନ ଜଙ୍ଗଲ ସୃଷ୍ଟି କରିବାର ଉଦ୍ୟମ ଚାଲିଛି । ଏହିସବୁ ଜଙ୍ଗଲରୁ ଶାଳ, ପିଆଶାଳ, ଅସନ, କୁରୁମ, କଙ୍ଗଡ଼ା, ଶାଗୁଆନ, ଶିଶୁ ଇତ୍ୟାଦି ବହୁମୂଲ୍ୟ କାଠ ସଂଗୃହୀତ ହୋଇଥାଏ । ଏଗୁଡ଼ିକରେ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ସମେତ ସୌଖୀନ କାଷ୍ଠ ଏଇଠାରୁ ସଂଗ୍ରହ କରାଯାଏ । ଏହାଛଡ଼ା ବାଉଁଶ, ବେତ, କେନ୍ଦୁପତ୍ର, ସବାଇଘାସ, କୋଚିଲାଫଳ, କୋକୋଆ, କଫି, ହରିଡ଼ା, ବାହାଡ଼ା, ଅଁଳା, ଅଳେଇଚ, ଲାଖ, ମହୁଲ, ଝୁଣା ଓ ଔଷଧ ନିମନ୍ତେ ନାନାଜାତିର ଉପାଦେୟ ଗୁଳ୍ପଲତା ଇତ୍ୟାଦି ହେଉଛି ଓଡ଼ିଶାର ମୂଲ୍ୟବାନ ଅରଣ୍ୟ ସମ୍ପଦ । ଗଡ଼ଜାତ ଅଞ୍ଚଳରୁ ଆମଦାନୀ କରାଯାଉଥିବା ବାଉଁଶ ଏବଂ ସବାଇଘାସ କାଗଜ ଉତ୍ପାଦନର ପ୍ରଧାନ ସମ୍ବଳ ରୂପେ ବିବେଚିତ । ଓଡ଼ିଶାର ଜଙ୍ଗଲ ପ୍ରତିବର୍ଷ ଭାରତୀୟ ରେଳବାଇ ଓ ଦେଶରକ୍ଷା ବିଭାଗକୁ କୋଟି କୋଟି ଟଙ୍କା ମୂଲ୍ୟର କାଠ କ୍ଲିପର ଓ ବାଉଁଶ ଯୋଗାଇଥାଏ । ଶାଳକାଠ ସହିତ ଶାଳମଞ୍ଜି ମଧ୍ୟ ଏକ ମୂଲ୍ୟବାନ ସଂପଦ ରୂପେ ପରିଗଣିତ । ଏଥିରୁ ତୈଳ ପ୍ରସ୍ତୁତ କରାଯାଏ । ଓଡ଼ିଶା ସରକାର ଶାଳମଞ୍ଜିରୁ ତୈଳ ଉତ୍ପାଦନ କରିବା ନିମନ୍ତେ ରାଇରଙ୍ଗପୁରଠାରେ ଗୋଟିଏ କାରଖାନା ସ୍ଥାପନ କରିଛନ୍ତି ।

ଅରଣ୍ୟରେ ବାସକରୁଥିବା ଅବାସୀମାନଙ୍କ ପକ୍ଷେ ତେନ୍ତୁଳି, କରଞ୍ଜ, କେନ୍ଦୁ, ସଲପ, ପାଳୁଅ ଇତ୍ୟାଦି ଅତ୍ୟନ୍ତ ଉପାଦେୟ । ଏଗୁଡ଼ିକୁ ସଂଗ୍ରହ କରି ସେମାନେ ବର୍ଷର ଅଧକାଂଶ ସମୟ ଚଳିଯାଆନ୍ତି । ବନ୍ୟଜାତ ଦ୍ରବ୍ୟ ବ୍ୟତୀତ ବ୍ୟାଘ୍ର, ଭାଲୁ, ହାତୀ, ମୃଗ, ସମ୍ବର, ଗୟଳ, ନୀଳଗାଈ ପ୍ରଭୃତି ବନ୍ୟଜନ୍ତୁ ଏବଂ ଶୁଆ, ସାରୀ, ମୟୂର, କୋଚିଲାଖାଇ ପ୍ରଭୃତି ପକ୍ଷୀ ମୂଲ୍ୟବାନ ସଂପଦ ରୂପେ ଖ୍ୟାତ । ଗୋଟିଏ ଗୋଟିଏ ପାର୍ବତ୍ୟ ସାରୀ ଆମେରିକା ଭଳି ବୈଦେଶିକ ରାଷ୍ଟ୍ରରେ ବହୁ ମୂଲ୍ୟରେ ବିକ୍ରି ହୁଅନ୍ତି । ବ୍ୟାଘ୍ରର ଛାଲ, ହାତୀର ଦାନ୍ତ, ମୃଗର ମାଂସ, ଛାଲ ଓ ଶିଙ୍ଗ, ମୟୂରର ପର ଇତ୍ୟାଦି ସୌଖୀନ ବସ୍ତୁରୂପେ ପରିଗଣିତ । କୋଚିଲାଫଳ ଓ କୋଚିଲାଖାଇ ଚଢ଼େଇମାନଙ୍କଠାରୁ କେତେକ ଜାତିର ଔଷଧ ସଂଗ୍ରହ କରାଯାଏ । ଲାଖ ନିର୍ମିତ ପେଡ଼ି, ଶିଙ୍ଗ, କାଠ ଓ ବାଉଁଶର କାରୁକାମ ବିଦେଶରେ ଯଥେଷ୍ଟ ଆଦୃତି ଲାଭକରି ବୈଦେଶିକ ମୁଦ୍ରା ଅର୍ଜନରେ ଢେର ସାହାଯ୍ୟ କରିଛି । ଅରଣ୍ୟଜାତ କଞ୍ଚାମାଲର ପ୍ରାଚୁର୍ଯ୍ୟ ହିଁ ଉତ୍କଳୀୟ ହସ୍ତଶିଳ୍ପର ବିକାଶ ଦିଗରେ ପରମ ସହାୟକ ହୋଇଅଛି । ଏହା ବ୍ୟତୀତ ଜଳବାୟୁ ନିୟନ୍ତ୍ରଣ ଓ ପ୍ରକୃତି ତଥା ପରିବେଶର ସୁରକ୍ଷା ଦିଗରେ ଅରଣ୍ୟର ଭୂମିକା ଅଶେଷ ।

ସରକାରୀ ଯୋଜନା : ଅରଣ୍ୟର ଉପାଦେୟତାକୁ ଉପଲବ୍ଧ କରି ୧୯୮୮ ମସିହାରୁ ସରକାର ଏକ ନୂତନ ଜଙ୍ଗଲ ନୀତି ପ୍ରଣୟନ କରିଛନ୍ତି । ତଦନୁଯାୟୀ ଜଙ୍ଗଲକୁ ସୁରକ୍ଷିତ କରାଯାଇଛି ଓ ବେଆଇନ୍ ଜଙ୍ଗଲ ଆବାଦ କରିବା, ବିନାନୁମତିରେ କାଠ କାଟିବା, ଜଙ୍ଗଲରେ ଶିକାର କରିବା, ଜଙ୍ଗଲରେ ଅଗ୍ନି ସଂଯୋଗ କରିବା ଇତ୍ୟାଦି ଆଇନତଃ ଦଣ୍ଡନୀୟ ବୋଲି କୁହାଯାଇଛି । ଏହା ବ୍ୟତୀତ କେନ୍ଦୁପତ୍ର ବ୍ୟବସାୟ ଜାତୀୟକରଣ କରାଯାଇଛି । ଜଙ୍ଗଲଜାତ ଦ୍ରବ୍ୟର କାରବାର ନିମନ୍ତେ ଓଡ଼ିଶା ସରକାର ଏକ ଜଙ୍ଗଲ କର୍ପୋରେସନ ଗଠନ କରିଛନ୍ତି । କାଠାରୁ ଆରମ୍ଭ କରି ଝୁଣା, ମହୁ, ପାଳୁଅ, ହରିଡ଼ା, ବାହାଡ଼ା, ଅଅଁଳା ଇତ୍ୟାଦି ସମସ୍ତ ପ୍ରକାର ଜଙ୍ଗଲଜାତ ଦ୍ରବ୍ୟର କାରବାର ଏହି କର୍ପୋରେସନ ଜରିଆରେ କରାଯାଉଛି । ମୟୂରଭଞ୍ଜର ଶିମିଳିପାଳକୁ ଏକ ଜାତୀୟ ଉଦ୍ୟାନର ମାନ୍ୟତା ଦିଆଯାଇ ଏହାର ବିକାଶ ନିମନ୍ତେ ଉଦ୍ୟମ କରାଯାଉଛି । ୧୯୭୩ ମସିହା ଅଗଷ୍ଟ ମାସରୁ କଟକ ଜିଲ୍ଲାର ବାରଙ୍ଗ ନିକଟବର୍ତ୍ତୀ ପ୍ରାୟ ୧୭୩ ଏକର ପରିମିତ ଭୂମି ଉପରେ ନନ୍ଦନକାନନ ନାମରେ ଏକ ପ୍ରାଣୀ ଉଦ୍ୟାନ ନିର୍ମାଣ କରାଯାଇଛି । ଏହି ପ୍ରାଣୀ-ଉଦ୍ୟାନ ସଂଲଗ୍ନ ଉଭିଦ ଉଦ୍ୟାନଟିରେ ବହୁଜାତିର ଅର୍ଥକରୀ ତଥା ଉପାଦେୟ ବୃକ୍ଷ ରୋପଣ କରାଯାଇଛି । ସରକାରଙ୍କର ସାମାଜିକ ବନୀକରଣ ଯୋଜନାଟି ଏକ ପ୍ରଶଂସନୀୟ ଉଦ୍ୟମ ଅଟେ । ସୁଇଡେନର ଆନ୍ତର୍ଜାତିକ ଉନ୍ନୟନ ସଂସ୍ଥା (CIDA) ଜରିଆରେ ୧୯୮୩-୮୪ ମସିହାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଅଛି ।

ଗଡ଼ଜାତ ଅଞ୍ଚଳ ବ୍ୟତୀତ ବର୍ଭମାନ ଉପକୂଳବର୍ତ୍ତୀ ବାଲୁକା ଅଞ୍ଚଳରେ ବ୍ୟାପକ ଭାବରେ ଝାଉଁଗଛ ରୋପଣ ସହିତ କାଜୁବାଦାମ ଚାଷ କରାଯାଉଛି । ଏତଦ୍‌ବ୍ୟତୀତ ବ୍ୟାପକ ଭାବରେ ଇଉକାଲିପଟାସ୍ ବୃକ୍ଷ ଲଗାଇବାର ଯୋଜନା କାର୍ଯ୍ୟକାରୀ ହେଉଅଛି । ଇଉକାଲିପଟାସର ଭେଷଜିକ ମୂଲ୍ୟ ସର୍ବାଧକ ଏବଂ ଏହା ଏକ ଅର୍ଥକରୀ ବା ଲାଭଜନକ ବୃକ୍ଷ ରୂପେ ପରିଗଣିତ ।

ଶେଷକଥା : ପ୍ରାକୃତିକ ସଂପଦର ଏକ ଅକ୍ଷୟ ଭଣ୍ଡାର ଭାବେ ବିବେଚିତ ଏହି ଓଡ଼ିଶା ଭୂମି ବନସଂପଦର ବିକାଶ ଓ ସୁରକ୍ଷା ଦିଗରେ ଧ୍ୟାନ ଦିଆଗଲେ ଆର୍ଥିକ ଦୁର୍ଗତି ବହୁପରିମାଣରେ ମୋଚିତ ହୋଇ ପାରିବ । ଆଜି କ୍ରାନ୍ତି ନାମରେ ସଭ୍ୟମାନବ ନିଜର ପିଶାଚିକ ପ୍ରବୃଭିବଶତଃ ଯେଭଳି ଭାବରେ ଶ୍ୟାମଳ ବନାନୀର ଅପୂର୍ବ ରୂପଶ୍ରୀକୁ ବିନଷ୍ଟ କରି ନଗର ପରେ ନଗର, ହର୍ଯ୍ୟ ପରେ ହର୍ଯ୍ୟ ନିର୍ମାଣ କରି ଚାଲିଛି, ତାହାର ପରାଭବ ଦିନେ ତାହାକୁ ସ୍ୱୟଂ ଭୋଗ କରିବାକୁ ହେବ । ଅରଣ୍ୟ କ୍ଷୟ ଫଳରେ ପ୍ରକୃତି ଓ ପରିବେଶ କିଭଳି ବିପର୍ଯ୍ୟସ୍ତ ହୋଇପଡ଼ିଛି ଓ ତା’ର ପରିଣତି କିଭଳି ଭୟଙ୍କର, ତାହା ଆଉ ଉପଲବ କରିବାକୁ ବାକି ନାହିଁ । ୧୯୯୮ର ଅଂଶୁଘାତ, ୧୯୯୯ର ମହାବାତ୍ୟା ପୁଣି ୨୦୦୧ ପ୍ରଳୟଙ୍କାରୀ ବନ୍ୟା ଏହାର ପ୍ରମାଣ ଅଟେ । ଏହା ସତ୍ତେ ମନୁଷ୍ୟ ଯଦି ସତର୍କ ଓ ସଚେତନ ନ ରହେ, ତେବେ ଭବିଷ୍ୟତରେ ଘୋର ବିପର୍ଯ୍ୟୟ ସୃଷ୍ଟି ହେବ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: