Saturday, 13 February 2021

Odia Essay on "Dowry System", "ସମାଜରେ ଯୌତୁକ ପ୍ରଥା ରଚନା" for Students

Essay on Dowry System in Odia Language: In this article "ସମାଜରେ ଯୌତୁକ ପ୍ରଥା ରଚନା", "Bharatare Jautuka Pratha Odia Essay Rachana" for students of class 5, 6, 7, 8, 9, and 10.

Odia Essay on "Dowry System", "ସମାଜରେ ଯୌତୁକ ପ୍ରଥା ରଚନା" for Students

ଉପକ୍ରମ : ସମସ୍ୟା ଜର୍ଜରିତ ସାମାଜିକ ଜୀବନରେ ସନ୍ତାନକାମୀ ପିତାମାତା ଆଜି ସୂତିକାଗାରରେ ପୁତ୍ର ପରିବର୍ତ୍ତେ କନ୍ୟାର ପ୍ରଥମ କ୍ରନ୍ଦନ ଧ୍ବନି ଶୁଣିଲେ ଦୀର୍ଘଶ୍ବାସ ଛାଡୁଛନ୍ତି । କାରଣ ଆଜି ଆଉ ବିଧାତାର କନ୍ୟା ସୃଷ୍ଟି ଏକ ବରଦାନ ନୁହେଁ, ତାହା ଅଭିସମ୍ପାତ ରୂପେ ବିବେଚିତ । କନ୍ୟାଟିର ପରିଣୟ ପର୍ବ ସହିତ ଯୌତୁକର ସମ୍ପର୍କ ଯେଭଳି ଭାବରେ ଘନୀଭୂତ ହୋଇ ଉଠିଛି, ତାହା ଦ୍ଵାରା ସମାଜ ଏକ ଘୂର୍ଣ୍ଣିବାତ୍ୟାର ସମ୍ମୁଖୀନ ହୋଇଛି ।

ଯୌତୁକର ପରମ୍ପରା : ଯୌତୁକ ପ୍ରଥା ଭାରତୀୟ ସାମାଜିକ ଜୀବନରେ ଏକ ପରମ୍ପରା ହେଲେ ମଧ୍ୟ ପ୍ରାଚୀନ କାଳରେ ତାହା କନ୍ୟାକର୍ତ୍ତା ଉପରେ ଏକ ଦୁର୍ବହି ଭାର ହୋଇ ତା’ର ମେରୁ ଭଗ୍ନ କରୁ ନ ଥିଲା । ସ୍ଵାମୀଗୃହାଭିମୁଖିନୀ ନବବିବାହିତା କନ୍ୟା ନିଜ ସଙ୍ଗରେ ଯେଉଁ ସାମାନ୍ୟ ଉପଢୌକନ ଘେନି ଯାଉଥିଲା, ସେଥିରେ ଜଡ଼ିତ ହୋଇ ରହିଥିଲା ପିତୃମାତୃ ଗୁରୁଜନବର୍ଗଙ୍କର ଅସରନ୍ତି ଆପାର୍ଥିବ ସନ୍ତାନ ବାତ୍ସଲ୍ୟର ନିଦର୍ଶନ । ସେତେବେଳେ ପ୍ରାଚୀନ ରାଜ ପରିବାରରେ ଦାସଦାସୀଙ୍କୁ ମଧ୍ୟ ଯୌତୁକ ସୂତ୍ରରେ ଦାନ କରାଯାଉଥିଲା । ପୁନଶ୍ଚ ପୈତୃକ ସମ୍ପତ୍ତିରେ କନ୍ୟାର ସ୍ବତ ସାବ୍ୟସ୍ତ କରାଯାଇ ନ ଥିବାରୁ ପିତୃପରିବାର ପରିତ୍ୟାଗ କରିବା ସମୟରେ କନ୍ୟା ନିଜ ସହିତ କିଛି ଧନର ବସ୍ତାଳଙ୍କାର ଇତ୍ୟାଦି ଘେନି ଯାଉଥିଲା । ମାତ୍ର ସେଦିନର ସେହି ସ୍ୱେଚ୍ଛାକୃତ, ସ୍ନେହସିକ୍ତ ଓ ଅମୂଲ୍ୟ ବାତ୍ସଲ୍ୟପ୍ରୀତିର ନିଦର୍ଶନ ରୂପେ ବିବେଚିତ ସ୍ନେହୋପହାର ଆଧୁନିକ ଯୁଗରେ ମାନ, ମନାନ୍ତର ଓ ଅପ୍ରୀତି ପରିବର୍ତ୍ତକ ଏକ ଦାବି ଓ ଅଧୁକାରରେ ପର୍ଯ୍ୟବସିତ ହୋଇଛି । ଦିନେ ତାପସକନ୍ୟା ଶକୁନ୍ତଳା ଅରଣ୍ୟ ସୁମନରେ ଗଭାମଣ୍ଡନ କରି ସଙ୍ଗରେ ବନଜାତ ସର ଘେନି ମହର୍ଷି କଣଙ୍କର ସ୍ଵର୍ଗୀୟ ସ୍ନେହ ଶୁଭେଚ୍ଛା ସହିତ ବଧୂବେଶରେ ଦୁଷ୍ମନ୍ତଙ୍କ ରାଜପ୍ରାସାଦକୁ ଯାତ୍ରା କରିଥିଲେ । ଆଜି କିନ୍ତୁ ଟି.ଭି., ଫ୍ରିଜ, ମଟର ସାଇକେଲ, ନଗଦ ଅର୍ଥ, ସ୍ୱର୍ଣ୍ଣ ଅଳଙ୍କାର ଓ ମୂଲ୍ୟବାନ ଆସବାବ ଇତ୍ୟାଦି ହୋଇଛି ସ୍ନେହଶ୍ରଦ୍ଧାର ପରିମାପକ । ତାହା ଉଣା ହେଲେ ପିତୃଗୃହରେ ନବବଧୂର ଚରମ ନିର୍ଯ୍ୟାତନା ସହିତ ଜୀବନ ବିପନ୍ନ ହୋଇପଡୁଛି ।

ଯୌତୁକ ପ୍ରଥାର ମନ୍ଦଫଳ : ଆଧୁନିକ ସମାଜରେ ବିବାହ ଯେ, ଧନ ରନ୍, ଟଙ୍କା ସୁନା ଇତ୍ୟାଦି ଯୌତୁକର ବିନିମୟରେ ବରପାତ୍ର ବିକ୍ରୟର ଏକ ବିପଣୀ, ଏକଥା କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଅର୍ଥଲାଳସା ଦାମ୍ପତ୍ୟ ଜୀବନରେ ନାନା ଅଶାନ୍ତି ସୃଷ୍ଟିକରି ମଧୁର ଜୀବନ ଧାରାରେ ଉତ୍କଟ ବିଷର ଯନ୍ତ୍ରଣା ସଞ୍ଚାର କରିଥାଏ । ପାତ୍ର ଅପାତ୍ର ପ୍ରତି ଦୃଷ୍ଟି ନାହି, ଯୋଗ୍ୟଯୋଗ୍ୟର ବିଚାର ନାହିଁ, ଚରିତ୍ର ବା ସୌନ୍ଦର୍ଯ୍ୟର ମୂଲ୍ୟାଙ୍କନ ନାହିଁ । ବିପୁଳ ଯୌତୁକ ଲୋଭରେ ମୋହାନ୍ଧ ଯୁବକ ସାମୟିକ ପ୍ରଲୋଭନବଶତଃ ଏବେ ଯେ କୌଣସି ଯୁବତୀର ପାଣିଗ୍ରହଣ ପ୍ରାର୍ଥୀ ହେବାକୁ କୁଣ୍ଡିତ ନୁହେଁ । ସମାଜର ଧନାଜ୍ୟ ବ୍ୟକ୍ତି ଇଚ୍ଛା କଲେ ପ୍ରଚୁର ଅର୍ଥବିନିମୟରେ ଆପଣାର ରୂପହୀନା, କୁସ୍ତିତା, ଚରିତ୍ରଭ୍ରଷ୍ଟା କନ୍ୟା ପାଇଁ ଯେକୌଣସି ଯୋଗ୍ୟ ତଥା ପଦସ୍ଥ ବରପାତ୍ର ଲାଭ କରି ପାରନ୍ତି । ଫଳତଃ ଉତ୍ତର ଜୀବନରେ ଏହି ବିବାହର ବ୍ୟର୍ଥତା ପାରିବାରିକ ଜୀବନରେ ବହୁ ବିଶୃଙ୍ଖଳା ଓ ଅଶାନ୍ତି ସୃଷ୍ଟି କରିଥାଏ । ଯୌତୁକର ପରିଣାମରେ ନ୍ୟୁନାଧିକ୍ୟ ନେଇ ଶ୍ବଶୁରାଳୟରେ ବଧୂ ପ୍ରତି ସମ୍ମାନ ଓ ଆଦରର ମଧ୍ୟ ପରିମାଣ ନିଶ୍ଚିତ ହୋଇଥାଏ । ଏହି କାରଣରୁ ବଧୂ ନିର୍ଯାତନା ଓ ବଧୂହତ୍ୟା ସମାଜରେ ଏକ ଉଦ୍‌ବେଗର ପରିସ୍ଥିତି ସୃଷ୍ଟି କରିଛି ।

ବହୁ ଉଚ୍ଚଶିକ୍ଷିତ ଯୁବକ ତଥା ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଏହି ଅବାଞ୍ଚିତ ପୂଣ୍ୟ ମନୋବୃଭି ଆଜି ସମାଜରେ ଅଶାନ୍ତିର ବହ୍ନି ପ୍ରଜ୍ବଳିତ କରିଛି । ଯୌତୁକ ଦାନର କ୍ଷମତା ଅଭାବରୁ କେଉଁଠି ଅବିବାହିତା କନ୍ୟା ଗୃହକୋଣରେ ନୀରବରେ ଅଶୁ ସମ୍ପାତ କରୁଛି ତ କେଉଁଠି ବୃଦ୍ଧ ପିତାମାତା ଏକମାତ୍ର କନ୍ୟାର ବିବାହ କରାଇ ନ ପାରି ଗଭୀର ମନୋବେଦନାରେ କାଳ ନିର୍ବାହ କରୁଛନ୍ତି । ପୁଣି କେଉଁଠି ଅବା ଦାବି ଅପୂରଣୀୟ ରହିଲେ ବିବାହ ବେଦିରୁ ବର ବାହୁଡ଼ି ଯିବାର ନିନ୍ଦନୀୟ ବ୍ୟାପାର ସଂଘଟିତ ହେଉଛି । ସଭ୍ୟତାର ବିବର୍ତ୍ତିତ ପୂର୍ଣ୍ଣାବର୍ଷ ମଧ୍ୟରେ ଆମେ ଆଜି ଆପଣାର ନୈତିକତାକୁ ସଂକୀର୍ଣ୍ଣ ସ୍ଵାର୍ଥ ପାଖରେ ଦଳିଦେଇ ଏବଂ ଭାରତୀୟ ସଭ୍ୟତା ଓ ପାରମ୍ପରିକ ରୀତିକୁ ଏକ ବିକୃତ ରୂପରେ ପ୍ରତିପାଦିତ କରି ଆମର ଶ୍ରେଷ୍ଠତ୍ୱର ପରିଚୟ ଦେଉଛୁ ।

ଯୌତୁକ ନିରୋଧ ଆଇନ୍ : ଯୌତୁକ ସମସ୍ୟାର ନିରାକରଣ ନିମନ୍ତେ ସରକାର ୧୯୭୧ ମସିହାରୁ ‘ଯୌତୁକ ନିରୋଧ ଆଇନ୍’ ପ୍ରଣୟନ କରିଛନ୍ତି । ୧୯୮୪ ମସିହାରେ ଏହି ଆଇରେ କିଛି ସଂଶୋଧନ କରି ଯୌତୁକ ଦେବା ସହିତ ଯୌତୁକ ନେବାକୁ ମଧ୍ୟ ଏକ ଧର୍ଭବ୍ୟ ଅପରାଧ ରୂପେ ଗ୍ରହଣ କରାଯାଇଛି । ଯୌତୁକ ଦେଇଥିବା ବା ନେଇଥିବା ପ୍ରମାଣିତ ହେଲେ ଅପରାଧୀଙ୍କୁ ଏକ ହଜାର ଟଙ୍କା ଜୋରିମାନା ସହିତ ଦୁଇ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି, କିନ୍ତୁ ଦୁଃଖର କଥା ପ୍ରକାଶ୍ୟ ଭାବର ଓ ଶହ ଶହ ଦର୍ଶକଙ୍କ ସମ୍ମୁଖରେ ଏହି କାରବାର ଚାଲିଥିଲେ ମଧ୍ୟ ଆଇନ୍ କେବଳ ଏକ ନୀରବଦ୍ରଷ୍ଟା ଭାବରେ ହିଁ ଦଣ୍ଡାୟମାନ ହୋଇ ରହୁଛି । ବଧୂହତ୍ୟା ଓ ଯୌତୁକ ନିର୍ଯ୍ୟାତନା ପାଇଁ ବହୁ ଅପରାଧୀ ଦଣ୍ଡିତ ହେଉଥିଲେ ମଧ୍ୟ ଆଇନର ତୁଟି ଯୋଗେ ଅନେକ ସମୟରେ ଅପରାଧୀମାନେ ଖସିଯାଉଛନ୍ତି ।

ନିରାକରଣ : ଏହି ଉତ୍କଟ ସାମାଜିକ ବ୍ୟାଧୁର ନିରାକରଣ ନିମନ୍ତେ ଯୌତୁକ ନିରୋଧ ଆଇନ୍’ ପ୍ରଣୀତ ହୋଇଥିଲେ ମଧ୍ୟ ତାହା ଫଳପ୍ରଦ ଭାବରେ ଯୌତୁକଜନିତ ନିର୍ଯ୍ୟାତନା ଦୁରକରି ପାରିନାହିଁ । ଯେ ପର୍ଯ୍ୟନ୍ତ ପ୍ରତ୍ୟେକ ଆଧୁନିକ ଯୁବକର ନୈତିକତା ଏଥି ନିମନ୍ତେ ବ୍ୟଥିତ ହୋଇନାହିଁ, ସେ ପର୍ଯ୍ୟନ୍ତ ଏହାର ସମାଧାନ ଆଶା କ୍ଷୀଣ । ବିବାହ ଯେ କେବଳ ସ୍ତ୍ରୀ ପାଇଁ ଅତ୍ୟାବଶ୍ୟକ ଏବଂ ସେଥ ନିମନ୍ତେ ପୁରୁଷକୁ ନାନା ସ୍ୱାର୍ଥରେ ପ୍ରଲୋଭିତ କରି ସ୍ୱକୃତ କରାଇବା କନ୍ୟାକର୍ତ୍ତାର କର୍ତ୍ତବ୍ୟ, ଏଭଳି ଚିନ୍ତା ପରିହାର କରିବା ଉଚିତ୍ । ସ୍ତ୍ରୀ ହେଉଛି ପୁରୁଷର ଅର୍ଦ୍ଧାଙ୍ଗିନୀ ଏବଂ ସେ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ପୁରୁଷର ସହକର୍ମିଣୀ, ସହଧର୍ମିଣୀ ଏବଂ ସମଦୁଃଖୁନୀ ମଧ୍ୟ । ତେଣୁ ଏହି ପ୍ରଗତିଶୀଳ ଯୁଗରେ ଯେତେବେଳେ ନାରୀ ସ୍ଵାଧୀନତା ଏବଂ ନାରୀ ପ୍ରଗତି ଉପରେ ଆକାଶଭେଦୀ ସ୍ଲୋଗାନ ଦିଆଯାଉଛି, ସେତେବେଳେ ନାରୀମାନଙ୍କୁ ଏତେ ତୁଚ୍ଛ ଏବଂ ହେୟ ଜ୍ଞାନ କରିବା ଏକ ବିଡ଼ମ୍ବନା ଅଟେ । ସେମାନଙ୍କୁ ଏକ ପଣ୍ୟଦ୍ରବ୍ୟ ରୂପେ ବିବେଚନା କରି ମୂଲ୍ୟାଙ୍କନ କରିବା କମ୍ ଅସମ୍ମାନଜନକ ବ୍ୟାପାର ନୁହେଁ ।

ସମାଜରେ ନାରୀ ଏବଂ ପୁରୁଷ ଦୁହିଁଙ୍କ ନିମନ୍ତେ ପୃଥକ୍ ବା ସ୍ଵତନ୍ତ୍ର ପରିବାର ସୃଷ୍ଟି ହୋଇନାହିଁ । ପାରିବାରିକ ଜୀବନରେ କୌଣସି ପିତାମାତା କେବଳ ପୁତ୍ର ସନ୍ତାନ ଲାଭ କରି ଈଶ୍ବରଙ୍କ ବରଦାନରେ ମହୀୟାନ ହୋଇ ନାହାନ୍ତି, କିମ୍ବା କେହି କେବଳ କନ୍ୟା ସନ୍ତାନ ଜାତକରି ଅଭିଶପ୍ତ ହୋଇ ନାହାଁନ୍ତି । ପୁତ୍ର, କନ୍ୟା ଉଭୟେ ହେଉଛନ୍ତି ବିଧାତାର ଦାନ । ସୃଷ୍ଟିରେ ପୁତ୍ରସନ୍ତାନର ଯେତିକି ଆବଶ୍ୟକତା ରହିଛି, କନ୍ୟାସନ୍ତାନର ମଧ୍ୟ ସେତିକି ଆବଶ୍ୟକତା ରହିଛି ବୋଲି ବିଚାର କରିବାକୁ ହେବ । ଉଭୟଙ୍କର ସମୟରେ ଏ ସୃଷ୍ଟି ହୋଇଛି ସୁନ୍ଦର ଓ ଉପଭୋଗ୍ୟ ।

ଶେଷକଥା : ନାରୀ ଶିକ୍ଷାର ବ୍ୟାପକ ପ୍ରସାର ଘଟିଲେ ଦିନେ ଯେତେବେଳେ ନାରୀମାନେ ମଧ୍ୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷମାନଙ୍କ ସହିତ ସମାନ ଦକ୍ଷତା ପ୍ରଦର୍ଶନ କରିପାରିବେ, ସେତେବେଳେ ଏହି ସମସ୍ୟା କେତେକାଂଶରେ ସମାହିତ ହୋଇପାରିବ । ଆଇନ ଦ୍ଵାରା ଏହି ବ୍ୟାର ନିରାକରଣ ସହଜ ନୁହେଁ । କାରଣ ପୂର୍ଣ୍ଣତଃ ଏହା ଏକ ନୈତିକ ସମସ୍ୟା । ସାମାଜିକ ଜୀବନରେ ନାରୀ ସ୍ବାଧୀନତାର ବିକାଶ ନ ଘଟିଲେ ଏବଂ ଆଧୁନିକ ନବଯୁବକମାନଙ୍କର ଦୃଷ୍ଟିଭଙ୍ଗୀର ଆମୂଳ ପରିବର୍ତ୍ତନ ନ ଘଟିଲେ ଏହି କୁସିତ ପ୍ରଥାର ବିଲୋପ ହୋଇ ପାରିବ ନାହିଁ । ନିଜେ ଗାନ୍ଧିଜୀ ଯୌତୁକ ପ୍ରଥାର ତୀବ୍ର ବିରୋଧ କରୁଥିଲେ । ଆଜି ଭାରତର ସଂଖ୍ୟାଧୁକ ଶିକ୍ଷିତ ଯୁବକମାନଙ୍କର ଏଥିରେ ଯଥେଷ୍ଟ କର୍ଭବ୍ୟ ଅଛି ବୋଲି ମନେହୁଏ । ସାମାନ୍ୟ ସ୍ୱାର୍ଥ ଚିନ୍ତାକୁ ପରିହାର କରି ନୈତିକ ଚିନ୍ତାର ଅଭିବୃଦ୍ଧି ନ କଲେ, ଦିନେ ଆମର ସାମାଜିକ ବ୍ୟବସ୍ଥା ପଙ୍ଗୁ ହୋଇଯିବ ଏବଂ ଦାମ୍ପତ୍ୟ ଜୀବନ ଭାଙ୍ଗି ଛାରଖାର ହୋଇଯିବ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: