Letter to Your Sister Describing Picnic in Odia Language : In this article we are providing କୌଣସି ଏକ ବଣଭୋଜିର ଅନୁଭୂତି ବର୍ଣ୍ଣନା କରି ସାନ ଭଉଣୀ ପ...
Letter to Your Sister Describing Picnic in Odia Language: In this article we are providing କୌଣସି ଏକ ବଣଭୋଜିର ଅନୁଭୂତି ବର୍ଣ୍ଣନା କରି ସାନ ଭଉଣୀ ପାଖକୁ ପତ୍ର ଲେଖ । Sana Bhauni Patra Lekh
Letter to Sister in Odia ସାନ ଭଉଣୀ ନିକଟକୁ ପତ୍ର
ଟାଙ୍ଗି ବିଦ୍ୟାପୀଠ, କଟକ
ତା.............
ଆଦରର ଭଉଣୀ ସୁମି,
ମୋର ସ୍ନେହ ଜାଣିବୁ । ତୋର ଚିଠି ପାଇ ବହୁତ ଖୁସି ହେଲି । ମୁଁ ଆଗାମୀ ଦୋଳଛୁଟିରେ ଘରକୁ ଯିବି । ସେତେବେଳେ ସ୍କୁଲ ଓ ହଷ୍ଟେଲ ବନ୍ଦ ଥିବ । ଆଶାକରେ ତୁ ଭଲରେ ଥିବୁ ଓ ପଢ଼ାପଢ଼ି କରୁଥିବୁ ।
ଗତ ୧୧ ତାରିଖ ରବିବାର ଦିନ ଆମ ସ୍କୁଲର କେତେକ ଛାତ୍ରଛାତ୍ରୀ ନନ୍ଦନକାନନକୁ ବଣଭୋଜି କରିବାକୁ ଯାଇଥିଲେ । ତୁ ଜାଣି ଖୁସି ହେବୁ ଯେ, ମୁଁ ମଧ୍ୟ ସେମାନଙ୍କ ସହିତ ଯାଇଥିଲି । ତୁ ଜାଣିଛୁ, କଟକ ଏବଂ ଭୁବନେଶ୍ଵରର ମଧ୍ୟବର୍ତ୍ତୀ ବାରଙ୍ଗ ନିକଟସ୍ଥ ନନ୍ଦନକାନନ ହେଉଛି ଓଡ଼ିଶାର ଏକ ଦର୍ଶନୀୟ ସ୍ଥାନ । ଏହା ହେଉଛି ଏକ ପ୍ରାକୃତିକ ଚିଡ଼ିଆଖାନା ଏବଂ ଏଠାରେ ଗୋଟିଏ ସୁନ୍ଦର ବଟାନିକାଲ ଗାର୍ଡେନ ଅଛି । ପ୍ରତିଦିନ ବିଭିନ୍ତିଆଡୁ ଏଠାକୁ ଶହ ଶହ ଦର୍ଶକ ଆସନ୍ତି । ବିଶେଷକରି ଖରା ମାସରେ ସ୍କୁଲ କଲେଜର ଦଳ ଛାତ୍ର ପିକ୍ନିକ୍ ବା ବଣଭୋଜି କରିବାକୁ ଏଠାକୁ ଆସନ୍ତି ।
ଆମ ସ୍କୁଲର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ବଣଭୋଜିରେ ଯିବା ପାଇଁ ଆଗ୍ରହ ପ୍ରକାଶ କରି ଚାନ୍ଦା ଦେଇଥିଲେ । ସେଥିପାଇଁ ଆଗରୁ ଗୋଟିଏ ବସ୍ ଠିକ୍ କରାଯାଇଥିଲା । ଆମେ ନିର୍ଦ୍ଧାରିତ ଦିନ ସକାଳ ୭ଟା ସୁଦ୍ଧା ସମସ୍ତେ ଯାଇ ସ୍କୁଲ ହତାରେ ଏକତ୍ର ହେଲୁ । ଆମ ସହିତ ଦୁଇଜଣ ଶିକ୍ଷକ, ସ୍କୁଲର ତିନିଜଣ କର୍ମଚାରୀ ଓ ଦୁଇଜଣ ରୋଷେଇଆ ଯାଇଥିଲେ । ସେଠାରେ ରୋଷେଇବାସ, ଖୁଆପିଆ ପାଇଁ ସମସ୍ତ ସରଞ୍ଜାମ ପୂର୍ବରୁ ଯୋଗାଡ଼ କରାଯାଇଥିଲା । ବସିବା ପାଇଁ କେତୋଟି ବଡ଼ ବଡ଼ ପାଲ ମଧ୍ୟ ଆମେ ନେଇଥିଲେ । ସେ ସମସ୍ତ ଜିନିଷ ବରେ ଲଦି ପ୍ରାୟ ଆଠଟା ସୁଦ୍ଧା ଆମେ ସ୍କୁଲ ଛାଡ଼ିଲୁ । ବସ୍ରେ ବସିଥିବା ପିଲାମାନଙ୍କର ଏକ ନାମ ତାଲିକା ପ୍ରସ୍ତୁତ କରି ସାରୁ ତାଙ୍କ ପକେଟରେ ରଖିଲେ ।
ନନ୍ଦନକାନନକୁ କଟକରୁ ଏବେ ସଡ଼କ ରାସ୍ତାର ସୁବିଧା ହୋଇଗଲାଣି । ଆଗେ ରେଳଯୋଗେ ବାରଙ୍ଗ ଷ୍ଟେସନ ପର୍ଯ୍ୟନ୍ତ ଯାଇ ସେଠାରେ ଓହ୍ଲାଇ କିଛି ବାଟ ଚାଲି ଚାଲି ଯିବାକୁ ହେଉଥିଲା । ଆମେ ପ୍ରାୟ ୧୦ଟା ସୁଦ୍ଧା ସେଠାରେ ଯାଇ ପହଞ୍ଚିଗଲୁ । ପିଲାମାନଙ୍କର ଆନନ୍ଦର ସୀମା ନ ଥାଏ । ହସଖୁସି ଆଳାପ ଆଲୋଚନାରେ ସମସ୍ତେ ମାତି ଥାଆନ୍ତି । କିଏ ଗୀତ ଗାଉଥାଏ, କିଏ ବ୍ୟଙ୍ଗ କରି ଅନ୍ୟମାନଙ୍କୁ ହସାଉଥାଏ ।
ବଟାନିକାଲ ଗାର୍ଡେନର ଦକ୍ଷିଣ ପାର୍ଶ୍ଵରେ ଏକ ବିରାଟ ପ୍ରାକୃତିକ ହ୍ରଦ ଅଛି । ଏହି ହ୍ରଦ କୂଳରେ ଗୋଟିଏ ଝଙ୍କାଳିଆ ଗଛତଳେ ଆମେ ଆମର ଜିନିଷପତ୍ର ନେଇ ରଖନ୍ତୁ । ଜାଗାଟି ବେଶ୍ ମନୋରମ । ହୃଦ ଉପର ଦେଇ ପ୍ରବାହିତ ଶୀତଳ ପବନ ଦେହ ମନକୁ ବେଶ୍ ଉଲ୍ଲସିତ କରୁଥାଏ । ପ୍ରଥମେ ସମସ୍ତେ ଏକତ୍ର ବସି ଜଳଖୁଆ ଖାଇଦେଲୁ । ତା’ପରେ ରୋଷେଇର ଆୟୋଜନ ହେଲା । ଆମେ ଦଳଦଳ ହୋଇ ବଟାନିକାଲ ଗାର୍ଡେନ ବୁଲିବାକୁ ଗଲୁ । ସେଠାରେ କେତେ ଜାତିର ବୃକ୍ଷଲତା ଓ ଫୁଲ ଲଗାଯାଇଛି । ସେ ସବୁ ଦେଖୁ ମନ ଆନନ୍ଦରେ ପୂରିଗଲା । ହ୍ରଦର ଅପରପାର୍ଶ୍ୱରେ ଚିଡ଼ିଆଖାନା । ପ୍ରାକୃତିକ ପରିବେଶ ମଧ୍ୟରେ ମୁକ୍ତ ଆକାଶ ତଳେ ବାଘ, ଭାଲୁ, ସିଂହ, ହରିଣ, ନୀଳଗାଈ, କୁମ୍ଭୀର, ବଣ ମଣିଷ ଓ କେତେ ଜାତିର ପକ୍ଷୀଙ୍କୁ ରଖାଯାଇଛି । ଏଠାରେ ଥିବା ଧଳାବାଘ ଓ ସିଂହ ସଫାରି ସୁପ୍ରସିଦ୍ଧ । ସେ ସବୁ ଦେଖୁ ଆମେ ଅପୂର୍ବ ଆନନ୍ଦ ଲାଭକଲୁ । ନାଚି, ଡେଇଁ, ଗୀତଗାଇ ପିଲାମାନେ ଚାରିଆଡ଼େ ବୁଲି ଦେଖୁଲେ । ପଶୁପକ୍ଷୀମାନେ ମୁକ୍ତ ପରିବେଶ ମଧ୍ୟରେ ଥିଲେ ମଧ୍ୟ ନିରାପତ୍ତା ଦୃଷ୍ଟିରୁ ସେମାନଙ୍କୁ ତାରବାଡ଼ ମଧ୍ୟରେ ରଖାଯାଇଛି । ସାର୍ ଆମ ସାଙ୍ଗରେ ଥାଇ ସବୁ ବୁଝାଇ ଦେଉଥାଆନ୍ତି । ବୁଲି ବୁଲି ହାଲିଆ ଲାଗିଲେ ବସିଯାଉଥାଉ । ପୁଣି ଉଠିକରି ଚାଲୁଥାଉ । ନନ୍ଦନକାନନର ଖେଳନା ରେଳଗାଡ଼ି ବେଶ ମଜାଦାର ହୋଇଛି । ସେଥିରେ ବସି ଆମେ ଖୁବ୍ ଆନନ୍ଦ ଅନୁଭବ କଲୁ । ।
ପ୍ରାୟ ଦୁଇଟା ବେଳକୁ ରୋଷେଇ ସରିଲା । ସାରଙ୍କ ନିର୍ଦ୍ଦେଶମତେ ଠିକ୍ ସମୟରେ ସମସ୍ତେ ଆସି ଏକତ୍ର ହେଲେ । ପତର ପକାଇ ଆମେ ଏକାଠି ଖାଇ ବସିଲୁ । ଉପର ଶ୍ରେଣୀର କେତେକ ପିଲା ପରିବେଷଣ କାର୍ଯ୍ୟରେ ସାହାଯ୍ୟ କଲେ । ସମସ୍ତେ ଖାଇ ସାରିବା ପରେ ଜିନିଷପତ୍ର ସଜଡ଼ାସଜଡ଼ି କରି ବସ୍ରେ ଲଦିଲୁ । ପ୍ରାୟ ୪ଟା ସୁଦ୍ଧା । ନନ୍ଦନକାନନକୁ ବିଦାୟ ଦେଇ ଗାଡ଼ି ଛାଡ଼ିଲୁ । ସାର ପୁଣି ଥରେ ତାଲିକା ମେଳାଇ ପିଲାମାନଙ୍କୁ ସୁମାରି କରିନେଲେ । ସ୍କୁଲରେ ଆମେ ଆସି ସନ୍ଧ୍ୟା ଛଅଟା ସୁଦ୍ଧା ପହଞ୍ଚଲୁ । ତା’ପରେ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ ।
ଛାତ୍ରଜୀବନରେ ବଣଭୋଜି ଏକ ସୁଖକର ଓ ସ୍ମରଣୀୟ ଅନୁଭୂତି । ତୁମ ସ୍କୁଲରେ ଯଦି କେବେ ବଣଭୋଜିରେ ଯିବାର ପ୍ରସ୍ତାବ ହୁଏ, ତେବେ ତୁ ସେଥିରେ ଭାଗ ନେବାକୁ ଛାଡ଼ିବୁ ନାହିଁ । ଘରେ ବାପା ବୋଉଙ୍କୁ ମୋର ପ୍ରଣାମ ଏବଂ ସାନଭାଇ ରମୁକୁ କଲ୍ୟାଣ ।
ଇତି।
ତୋର ଭାଇ
ନରେନ୍ଦ୍ର
(ପୂର୍ବ ନିୟମ ଅନୁଯାୟୀ ଚିଠି ଉପରେ ଠିକଣା ଲେଖୁବ)
COMMENTS