Sunday, 14 March 2021

Letter to Friend Inviting Him to Visit Jagannath Rath Yatra in Odia Language

Letter to Friend Inviting Him to Visit Jagannath Rath Yatra in Odia Language: In this article you will get ପୃଥ୍ବୀ ପ୍ରସିଦ୍ଧ ରଥଯାତ୍ରା ଦେଖିବାପାଇଁ ପରିବାର ସହ ନିଜ ଅନ୍ତରଙ୍ଗ ସାଥୀକୁ ଆମନ୍ତ୍ରଣ କରି ପତ୍ର ଲେଖ । Sanga Nikataku Patra in Odia

Letter to Friend Inviting Him to Visit Jagannath Rath Yatra in Odia Language

ତୁମ ଘର ପୁରୀ ସହରରେ ହୋଇଥିବା ମନେ କରି ଚଳିତ ବର୍ଷ ପୃଥ୍ବୀ ପ୍ରସିଦ୍ଧ ରଥଯାତ୍ରା ଦେଖିବାପାଇଁ ପରିବାର ସହ ନିଜ ଅନ୍ତରଙ୍ଗ ସାଥୀକୁ ଆମନ୍ତ୍ରଣ କରି ପତ୍ର ଲେଖ ।

ବାଲିସାହି

ତା.........

ଶ୍ରଦ୍ଧୟା ସ୍ନେହ,

ମୋର ସଦିଚ୍ଛା ନେବୁ । ତୋ’ ବାପା ଓ ମାଆଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଉଛି । ତୋ’ ସାନଭଉଣୀ ରଶ୍ମିରେଖାକୁ ମୋର ସ୍ନେହାଶିଷ । ତୋ’ ପାଖକୁ ବିଭିନ୍ନ କାରଣରୁ ଚିଠି ଦେଇ ପାରିନଥିବାରୁ ପ୍ରଥମେ କ୍ଷମା ମାଗିନେଉଛି ।

। ତୁ ଜାଣିଛୁ, ପୁରୀ ରଥଯାତ୍ରା ପୃଥିବୀ ପ୍ରସିଦ୍ଧ । ସାରା ପୃଥିବୀର କୋଣ ଅନୁକୋଣରୁ ଭକ୍ତବୃନ୍ଦ ଏଠାକୁ ପ୍ରତିବର୍ଷ ଆସନ୍ତି । ଏତେ ଭକ୍ତ ସମାଗମ ପୁରୀ ପାଇଁ ଏକ ଆନନ୍ଦର କଥା । ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ମୁଖ୍ୟ ଆରକ୍ଷୀ ଅଧୀକ୍ଷକ, ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ନେଇ ପୁରୀରେ ବାରମ୍ବାର ଜରୁରି ସଭା କରାଯାଉଛି । ପୁରୀ ସାହିମାନଙ୍କର ରାସ୍ତାର ରୂପରେଖ ବଦଳି ଯାଇଛି । ସବୁଆଡ଼େ ଆଲୋକର ମାଳା । ଭକ୍ତବୃନ୍ଦ ଚଳିତ ବର୍ଷ ନବକଳେବର ହୋଇଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥ ଉପରେ ଦେଖି ନିଜକୁ ଧନ୍ୟ ମନେ କରିବେ । ଲକ୍ଷ ଲକ୍ଷ ଲୋକ ରହିବା ଓ ଖାଇବା ପାଇଁ ସୁବନ୍ଦୋବସ୍ତ କରାଯାଇଛି । ବହୁତ ଅର୍ଥ ବ୍ୟୟରେ ମାଳତିପାଟପୁରଠାରେ ଅତିସୁନ୍ଦର ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଭୁବନେଶ୍ବରଠାରୁ ପୁରୀ ରାସ୍ତାକୁ ଯିବା ପାଇଁ ଓ ଆସିବା ପାଇଁ ସ୍ଵତନ୍ତ୍ର ଦୁଇଟି ରାସ୍ତା ଏକପାଖିଆ କରାଯାଇଛି । ଚଳିତ ବର୍ଷ ରଥଯାତ୍ରାକୁ କେତେ ଯେ ଭକ୍ତ ଆସିବେ ତା’ର କଳନା କରିହେଉନି । ଯେତିକି ଯେତିକି ରଥଯାତ୍ରା ପାଖେଇ ଆସୁଛି ପ୍ରଶାସନ ସେତିକି ସେତିକି ସକ୍ରିୟ ହୋଇ ଉଠୁଛନ୍ତି । ପୋଲିସ୍ ବିଭାଗ ସଜାଗ ହୋଇ ରହିଛନ୍ତି । ଚଳିତ ବର୍ଷ ଯିଏ ନ ଆସିବ ସେ ଶ୍ରୀକ୍ଷେତ୍ରର ତଥା ଶ୍ରୀଜଗନ୍ନାଥଙ୍କ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାରୁ ବଞ୍ଚିତ ହେବ । “ରଥେତୁ ବାମନ୍ୟ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ ।” ତୋତେ ଅନୁରୋଧ କରୁଛି ବାପାମାଆ ଓ ସାନଭଉଣୀ କି ନେଇ ଦୁଇ ତିନିଦିନ ପୂର୍ବରୁ ପୁରୀ ଆସିବୁ । ଆମର ବନ୍ଧୁବାନ୍ଧବ ମଧ୍ୟ ଆସିବେ । କିନ୍ତୁ ତୋର ଉପସ୍ଥିତି ମୋତେ ଅତି ଆନନ୍ଦ ଦେବ । ତୁମମାନଙ୍କ ଅପେକ୍ଷାରେ ରହୁଛି ।

ଇତି

ତୋର ଅନ୍ତରଙ୍ଗ ବାନ୍ଧବୀ

ପ୍ରିୟା

ଠିକଣା ଡାକ ଚିକେଟ୍

ପ୍ରେରକ: ଗ୍ରାହକ :

କୁମାରୀ ପ୍ରିୟମ୍ବଦା ସାହୁ ସ୍ନେହ ସୁଧା ମହାପାତ୍ର

ମାର୍ଫତ୍ ​: ପ୍ରକାଶ କୁମାର ସାହ ମାର୍ଫତ୍ : ଅଶ୍ୱିନୀ କୁମାର ମହାପାତ୍ର

ସ୍ଥାନ : ବାଲିସାହି ଗ୍ରା: ଧୂଆମୂଳା

ପୋ: ବାଲିସାହି ପୋ: ରାମପୁର

ଜି: ପୁରୀ ଜି : କଳାହାଣ୍ଡି

ପିନ୍କୋଡ୍: ପିନ୍କୋଡ୍:


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: