Essay on Unemployment Problem in Odia Language : In this article " ବେକାର ସମସ୍ ରଚନା ", " Berojgari Samasya Essay / Rachna in O...
Essay on Unemployment Problem in Odia Language: In this article "ବେକାର ସମସ୍ ରଚନା", "Berojgari Samasya Essay / Rachna in Odia for students of class 5, 6, 7, 8, 9, and 10.
Odia Essay on "Unemployment Problem", "ବେକାର ସମସ୍ ରଚନା" for Students
ଉପକ୍ରମ : ସଂସ୍କୃତରେ କୁହାଯାଇଛି, ‘ବୁଭୁକ୍ଷିତ ସିଂ ନ କରୋତି ପାପମ୍' । ଅର୍ଥାତ୍ ବୁଭୁକ୍ଷିତ ବ୍ୟକ୍ତି କି ପାପ ନକରେ ! ଅନ୍ନହୀନ ଉଦର ଜ୍ଜାଳାରେ ଅତିଷ୍ଠ ବ୍ୟକ୍ତି ଯେ କୌଣସି ପ୍ରକାର ପାପ କରିବାକୁ କୁଣ୍ଠିତ ହୁଏ ନାହିଁ । ଭାରତର ଜାତୀୟ ଜୀବନରେ ଆଜି ବେକାର ସମସ୍ୟା ମହା ଅଜଗର ତୁଲ୍ୟ ଜୀବନର ସମସ୍ତ ସୌଷ୍ଠବକୁ ଗ୍ରାସ କରି କ୍ରମେ ଅଧିକରୁ ଅଧୁକ କାୟା ବିସ୍ତାର କରୁଛି । ଏହି ବ୍ୟାଧରେ କବଳିତ ରାଷ୍ଟ୍ର ବ୍ୟସ୍ତ ଓ ବିକଳ । ଲକ୍ଷ ଲକ୍ଷ ଯୁବକ ଯୁବତୀ କର୍ମ ନିଯୁକ୍ତି ନ ପାଇ ଚରମ ଦୁଃଖ ଓ ଦୈନ୍ୟ ମଧ୍ୟରେ ଗତିକରି ହତାସ ଓ ଭଗ୍ନମନ ।
ବେକାରର ଶ୍ରେଣୀବିଭାଗ : ବେକାର କହିଲେ ସାଧାରଣତଃ ଆମେ ଶିକ୍ଷିତ ବେକାରମାନଙ୍କୁ ବୁଝୁ । ପ୍ରତି ବର୍ଷ ଆମ ଦେଶରେ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟମାନଙ୍କରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଯେଉଁ ଶିକ୍ଷିତ ଯୁବକ ଓ ଯୁବତୀ ହାତରେ ଖଣ୍ଡିଏ ଲେଖାଏଁ ସାର୍ଟିଫିକେଟ ଧରି ବାହାରୁଛନ୍ତି, ସେ ସମସ୍ତଙ୍କୁ ଚାକିରି ଯୋଗାଇ ସରକାରଙ୍କ ପକ୍ଷେ ଏକ ଦୁଃସାଧ୍ୟ ବ୍ୟାପାର ହୋଇପଡ଼ିଛି । ଶାରୀରିକ ଶ୍ରମ ପ୍ରତି ବିମୁଖ ଏହି ଯୁବକ ଯୁବତୀମାନେ କର୍ମହୀନ ଜୀବନର ଗ୍ଲାନି ସହିତ ଚରମ ନୈରାଶ୍ୟ ମଧ୍ୟରେ କାଳାତିପାତ କରୁଛନ୍ତି । ଅଧିକ ଉଦ୍ବେଗର କଥା, ଡାକ୍ତରୀ, ଇଞ୍ଜିନିୟରିଂ ଭଳି ବୈଷୟିକ ଶିକ୍ଷାପ୍ରାପ୍ତ ଯୁବକ ଯୁବତୀଙ୍କୁ ମଧ୍ୟ ଆବଶ୍ୟକ ପରିମାଣର ନିଯୁକ୍ତି ଦେଇ ହେଉ ନାହିଁ ।
ଶିକ୍ଷିତ ବେକାରଙ୍କ ସହିତ ଆଉ ଦୁଇଟି ଶ୍ରେଣୀର ବେକାର ଅଛନ୍ତି, ସେମାନେ ହେଉଛନ୍ତି କୃଷକ ଏବଂ ଶ୍ରମିକ । ଭାରତବର୍ଷ ହେଉଛି ଏକ କୃଷିପ୍ରଧାନ ଦେଶ । କୃଷି କାର୍ଯ୍ୟ ପାଣିପାଗ ଉପରେ ନିର୍ଭର କରୁଥିବାରୁ ଏବଂ ଚାଷ ଜମିକୁ ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଇ ଦିଆଯାଇ ପାରୁନଥିବାରୁ କୃଷିଜୀବୀମାନଙ୍କୁ ବର୍ଷର କେତେକ ମାସ କର୍ମହୀନ ହେବାକୁ ପଡ଼ିଥାଏ । ଏହାକୁ ମୌସୁମୀ ବେକାର ବା ଇଂରାଜୀରେ seasonal unemplyment ବୋଲି କୁହାଯାଏ । ଭାରତ, ଚୀନ, ପାକିସ୍ତାନ ଓ ବଙ୍ଗଳାଦେଶ ପ୍ରଭୃତି କୃଷିପ୍ରଧାନ ଦେଶ ଏହି ସମସ୍ୟାରେ ଜର୍ଜରିତ । ଶ୍ରମିକ ବେକାରମାନଙ୍କ କଥା ବିଚାର କରାଗଲେ ସାଧାରଣ ଶ୍ରମିକ ଏବଂ ଶିଳ୍ପ ଶ୍ରମିକ ଏହି ଭଳି ଦୁଇ ଶ୍ରେଣୀର ଶ୍ରମିକ ଦୃଷ୍ଟି ସମ୍ମୁଖକୁ ଆସିଥାଆନ୍ତି । ଦେଶର ବହୁ ସ୍ଥାନରେ ବନ୍ୟା, ବାତ୍ୟା ଓ ମରୁଡ଼ି ଯୋଗୁ ଶ୍ରମିକମାନେ ନିୟମିତ କାର୍ଯ୍ୟ ପାଆନ୍ତି ନାହିଁ । ଶିଛାନୁଷ୍ଠାନମାନଙ୍କରେ ଧର୍ମଘଟ, ତାଲାବନ୍ଦ ଇତ୍ୟାଦି କାରଣରୁ ଶିଳ୍ପ ଶ୍ରମିକମାନେ ମଧ୍ୟ କର୍ମଚ୍ୟୁତ ହୋଇଥାଆନ୍ତି । ପାଶ୍ଚାତ୍ୟ ଜଗତର ଶିଳ୍ପ ପ୍ରଧାନ ଦେଶମାନଙ୍କରେ ଏହି ସମସ୍ୟା ଅଧ୍ବକ ପରିମାଣରେ ଦେଖାଯାଏ ।
ବେକାର ସମସ୍ୟାର କାରଣ : ବେକାର ସମସ୍ୟାର ପ୍ରଧାନ କାରଣ ହେଉଛି ଦେଶର ଜନସଂଖ୍ୟା ବୃଦ୍ଧି । ସ୍ୱାଧୀନତା ପରେ ୧୯୫୧ ମସିହାର ଜନଗଣନାରେ ଭାରତର ଲୋକସଂଖ୍ୟା ୪୪ କୋଟି ଥିବା ବେଳେ ତାହା ଏବେ ଆସି ୧୩୪ କୋଟିରେ ପହଞ୍ଚିଲାଣି । ଏହି ହିସାବ ଅନୁଯାୟୀ ଭାରତ ପୃଥିବୀର ଦ୍ବିତୀୟ ଜନବହୁଳ ରାଷ୍ଟ୍ର ରୂପେ ପରିଚିତ ହେବା ସଙ୍ଗେ ସଙ୍ଗେ ଆଭ୍ୟନ୍ତରୀଣ ସମସ୍ୟା ନିମନ୍ତେ ଅଭିଶାପ ବରଣ କରିଛି । ସୁତରାଂ ଏହି ସୁବୃହତ୍ ରାଷ୍ଟ୍ରର ବିଶାଳ ଜନତା ଲାଗି କର୍ମସଂସ୍ଥାନ କାର୍ଯ୍ୟ ହେଉଛି ଏକ ଦୂରୁହ ବ୍ୟାପାର ।
ଦ୍ବିତୀୟ କାରଣ ହେଉଛି ଗ୍ରାମୋଦ୍ୟୋଗ ଏବଂ କୁଟୀର ଶିଳ୍ପର କ୍ରମ ଅବନତି । ଏହା ଦ୍ବାରା ବହୁ ଲୋକଙ୍କୁ କାମ ଯୋଗାଇ ଦିଆଯାଇ ପାରନ୍ତା, କିନ୍ତୁ ଦୁଃଖର ବିଷୟ, ଏହି ଶିଳ୍ପର ଦିନକୁ ଦିନ ଅବନତି ଘଟୁଛି । ଫଳରେ କୌଳିକ ବୃତିକୁ ଭୁଲି ବହୁଲୋକ ସରକାରୀ ଚାକିରି ଅନ୍ବେଷଣରେ ସହରାଭିମୁଖୀ ହେଉଛନ୍ତି । ।
ବେକାର ସମସ୍ୟାର ତୃତୀୟ କାରଣ ସ୍ଵରୂପ ଆମର ଦୋଷଯୁକ୍ତ ଅବ୍ୟବସ୍ଥିତ ଶିକ୍ଷାପଦ୍ଧତିକୁ ଦାୟୀ କରାଯିବ । ଶିକ୍ଷା ଅନୁଷ୍ଠାନଗୁଡ଼ିକୁ ପ୍ରତିବର୍ଷ ବ୍ୟବହାରିକ ଜ୍ଞାନଶୂନ୍ୟ ଅକର୍ମଣ୍ୟ ବୁଦ୍ଧିଜୀବୀଗୁଡ଼ିଏ ସୃଷ୍ଟି କରନ୍ତି, ଯେଉଁମାନେ କି ଅନ୍ୟର ଶ୍ରମ ଉପରେ ନିର୍ଭର କରି ନିଜର ଅର୍ଥନୀତି ଶ୍ରେଷ୍ଠତାକୁ ପ୍ରତିପାଦନ କରିବାରେ ଆଗ୍ରହୀ । ଶ୍ରମବିମୁଖତା ତଥା ଉଦ୍ୟୋଗଶୀଳତାର ଅଭାବ କ୍ରମେ କ୍ରମେ ଆମର ଜାତୀୟ ଜୀବନକୁ ପଙ୍ଗୁ କରି ପକାଉଛି । ଶିକ୍ଷିତ ଲୋକମାନଙ୍କ ପାଇଁ ସରକାରୀ ଚାକିରିଟିଏ ହେଉଛି ପରମ ସୌଭାଗ୍ୟର ନିଦର୍ଶନ ।
ପୁନଶ୍ଚ ଦେଶ ବିଭାଜନ ପରେ କେତେକ କ୍ଷେତ୍ରରେ ଉପାର୍ଜନ କ୍ଷମତା ହ୍ରାସ ହେବା ସଙ୍ଗେ ସଙ୍ଗେ ଅଗଣିତ ସଂଖ୍ୟାରେ ଶରଣାର୍ଥୀଙ୍କ ଆଗମନ ହିଁ ଆମର ବେକାର ସଂଖ୍ୟା ବୃଦ୍ଧିର ଅନ୍ୟ ଏକ କାରଣ । ଶରଣାର୍ଥୀମାନଙ୍କ ଥଇଥାନ, କର୍ମସଂସ୍ଥାନ, ଶିକ୍ଷା, ସ୍ବାସ୍ଥ୍ୟ ଇତ୍ୟାଦିରେ ବହୁ ଅର୍ଥ ବ୍ୟୟିତ ହେଉଛି । ତାହା ଆମର ଅର୍ଥନୈତିକ ଜୀବନରେ ଖୁବ୍ ଚାପ ପକାଇଛି ।
ସର୍ବଶେଷ କାରଣ ହେଉଛି ଆମର ଯୋଜନାର ତ୍ରଟି । ଦେଶର ପଞ୍ଚବାର୍ଷିକ ଯୋଜନା ଏପରି ହେବା ଦରକାର ଯାହାଦ୍ଵାରା କି, ସବୁ ଶ୍ରେଣୀର ବେକାର ନିଜ ନିଜ ପାଇଁ ଧନ୍ଦା ଖୋଜି ପାଇବେ; କିନ୍ତୁ କାର୍ଯ୍ୟତଃ ତାହା ହୋଇ ପାରୁନାହିଁ । ଅର୍ଥନୈତିକ ସାମ୍ୟ ରକ୍ଷା କରାଯାଉ ନାହିଁ କିମ୍ବା ସମ୍ବଳର ସୁଷମବଣ୍ଟନ ହେଉନାହିଁ । ଯୋଜନାର ତ୍ରୁଟି ସହିତ ଦୁର୍ନୀତି ଆମର ଜାତୀୟ ଜୀବନକୁ ଅନ୍ତସାରଶୂନ୍ୟ କରି ସାରିଲାଣି । ଯୋଜନା ବାବଦରେ ଯେତିକି ଅର୍ଥ ବରାଦ କରାଯାଉଛି, ତାହାର ମୁଖ୍ୟ ଭାଗ ଚାଲିଯାଉଛି ଅସାଧୁ ଲୋକମାନଙ୍କ ପକେଟକୁ । ଫଳରେ ସାଧାରଣ ଲୋକେ ତା’ର ସୁଫଳ ପାଉ ନାହାଁନ୍ତି । ସରକାର ଅଧୁକରୁ ଅଧୁକ କର୍ମନିଯୁକ୍ତି କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି ।
ବେକାର ସମସ୍ୟାର ପରିଣତି : ବେକାର ଜୀବନର ଗ୍ଲାନି ଯେ କେତେ ଭୟାବହ ତାହା ସହଜରେ ଅନୁମେୟ । ବିଶ୍ବବିଦ୍ୟାଳୟର ଉପାଧୁ ଲାଭକରି କର୍ମହୀନ ଭାବରେ ଅଳସ ଜୀବନଯାପନ କରିବା ଦ୍ଵାରା ବ୍ୟବହାରିକ ଜୀବନରେ କର୍ମକ୍ଷମତା ହ୍ରାସ ପାଏ । ଅଧିକାଂଶ ବେକାର ଯୁବକ ଯୁବତୀ ଗଭୀର ମାନସିକ ଅବସାଦ ଅନୁଭବ କରନ୍ତି, ସେମାନଙ୍କ ମନରେ ଜୀବନ ପ୍ରତି ନୈରାଶ୍ୟଭାବ ସୃଷ୍ଟିହୁଏ । ସେମାନେ ଉଛୁଙ୍ଖଳ ହୋଇପଡ଼ନ୍ତି ଏବଂ ଚୋରି, ଡକାୟତି ଓ ଶଠତା ଭଳି ନାନାଦି ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ହୁଅନ୍ତି । ଶ୍ରମିକ, କୃଷକ ବା ବୁଦ୍ଧିଜୀବୀ ଯେ କେହି ହୁଅନ୍ତୁ, ବେକାର ଅବସ୍ଥାରେ ଦୁଃଖ କଷ୍ଟ ଜନିତ ଗଭୀର ମର୍ମବେଦନା ସେମାନଙ୍କର ଜୀବନକୁ ଅସାର କରି ଦେଇଥାଏ । ବେଳେବେଳେ ସେମାନେ ଆତ୍ମହତ୍ୟା କରିବାକୁ ଶ୍ରେୟସ୍କର ବୋଲି ମନେ କରନ୍ତି । ରାଜ୍ୟରେ ବେକାରମାନଙ୍କର ସଂଖ୍ୟା ବଢ଼ିଲେ ସମାଜରେ ନାନା ପ୍ରକାର ଅଶାନ୍ତି ଅସନ୍ତୋଷ ଦେଖାଯାଏ । ବେକାରମାନେ ଅନଶନ, ସତ୍ୟାଗ୍ରହ, ଧାରଣା ଭଳି ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରନ୍ତି । ଏହା ଦ୍ଵାରା ସମାଜରେ ଏକ ଅଶାନ୍ତ ଅବସ୍ଥା ସୃଷ୍ଟି ହୁଏ । ସରକାରଙ୍କର ମୁଣ୍ଡ ବ୍ୟଥା ବଢ଼ିଯାଏ ଏବଂ ଜାତୀୟ ଜୀବନ ଦୁର୍ବଳ ହୋଇ ପଡ଼େ ।
ସମାଧାନ ପନ୍ତୁ : ବେକାରି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ଏକ କଳ୍ପନାର କଥା ହେଲେ ମଧ୍ୟ ଏହି ବ୍ୟାଧକୁ ଅନେକାଂଶର ଦୁରକରାଯାଇ ପାରିବ । ଆଜିକାଲି ପ୍ରାୟ ପ୍ରତ୍ୟେକ ସଭ୍ୟ ରାଷ୍ଟ୍ର ଏହି ଉତ୍କଟ ବ୍ୟାରେ ଆକ୍ରାନ୍ତ ହୋଇଥିବାର ଦେଖାଯାଏ । ତେବେ ଏହାର ସମାଧାନ ନିମନ୍ତେ ନିମ୍ନ କେତୋଟି ପନ୍ଥା ଅବଲମ୍ବନ କରାଯାଇପାରେ ।
(୧) ଆଧୁନିକ ଯନ୍ତଶିଳ୍ପର ଉତ୍କଟ ପ୍ରତିଦ୍ବନ୍ଦିତାରୁ କ୍ଷୁଦ୍ର ଶିଳ୍ପ ଓ ଗ୍ରାମ୍ୟ କୁଟୀରଶିଳ୍ପକୁ ବଞ୍ଚାଇ ରଖୁବାକୁ ହେବ । ଏହି ଶିଳ୍ପ ଜରିଆରେ ଦେଶର ଉତ୍ପାଦନ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ବହୁ ଲୋକଙ୍କୁ ଧନ୍ଦା ଯୋଗାଇ ଦେଇ ହେବ ଏବଂ ସେମାନେ ଅଯଥା ସହରାଞ୍ଚଳରେ ଆସି ଭିଡ଼ ସୃଷ୍ଟି କରିବେ ନାହିଁ । ଗ୍ରାମ୍ୟ କୁଟୀରଶିଳ୍ପ ଜରିଆରେ ବିଧବା ତଥା ନିରାଶ୍ରୟା ମହିଳାମାନଙ୍କର କର୍ମସଂସ୍ଥାନ କରାଯାଇ ପାରିବ ।
(୨) ବିଶ୍ଵବିଦ୍ୟାଳୟ ଶିକ୍ଷା ପଦ୍ଧତିର ଆମୂଳ ସଂସ୍କାର ଆବଶ୍ୟକ । ବିଶ୍ୱବିଦ୍ୟାଳୟର ଶିକ୍ଷାନୀତି ସିଦ୍ଧାନ୍ତ୍ରିକ ନ ହୋଇ ବ୍ୟାବହାରିକ, ବୃଭିମୂଳକ, କାରିଗରି ସୂଚକ ତଥା ଶିଳ୍ପ ସମ୍ପର୍କିତ ହେବା ବାଞ୍ଛନୀୟ । ଶିକ୍ଷିତବର୍ଗ ସ୍ବାବଲମ୍ବୀ ହୋଇ ରାଷ୍ଟ୍ରୀୟ କଳ୍ପନା ସହିତ ନିଜର ଚିନ୍ତାଧାରାକୁ ଏକୀକୃତ କରି ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ଅଭ୍ୟସ୍ତ ହେଲେ ସେମାନଙ୍କର କର୍ମସଂସ୍ଥାନ ସମସ୍ୟା ଏତେ ଜଟିଳ ହେବ ନାହିଁ ।
(୩) ଶିକ୍ଷା ଓ ଶିଳ୍ପର ପ୍ରସାର ସଙ୍ଗେ ସଙ୍ଗେ କୃଷି ପ୍ରତି ଅଧୁକ ଧ୍ୟାନ ଦିଆଯିବା ବାଞ୍ଛନୀୟ । ଯନ୍ତ୍ର ସଭ୍ୟତା ପ୍ରତି ଆମର ଅତ୍ୟଧୁକ ଆନୁଗତ୍ୟ ଫଳରେ ତେଣେ ପାଟି-ଲକ୍ଷ୍ମୀର ବିକଳ ରୋଦନ ପ୍ରତି କର୍ଣ୍ଣପାତ କରିବାକୁ କାହାରି ଅବସର ନାହିଁ । କୃଷକର ହାସ୍ୟମୁଖର କୁଟୀର ଆଜି ଗଭୀର ନୈରାଶ୍ୟ ମଧ୍ୟରେ ପ୍ରିୟମାଣ ହୋଇ ରହିଅଛି । ବନ୍ୟା, ମଡ଼କ ଏବଂ ଦୁର୍ଭିକ୍ଷର ଅତ୍ୟାଚାର ସହିତ ସାଧାରଣ ଜୀବନ କର୍ମପଙ୍ଗୁତା ଏବଂ ଶ୍ରମବିମୁଖତା ଜାତୀୟ ଉତ୍ପାଦନରେ ଏକ ଜଟିଳ ଅବସ୍ଥା ସୃଷ୍ଟି କରିଅଛି । ବୈଜ୍ଞାନିକ ପ୍ରଣାଳୀରେ ଚାଷ କରି ଆଦର୍ଶ ଉତ୍ପାଦନ ଦ୍ଵାରା କୃଷକ ସମାଜକୁ ଉତ୍ସାହିତ କରାଯିବା ସଙ୍ଗେ ସଙ୍ଗେ ମୌସୁମୀ ବେକାର ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବା ବାଞ୍ଛନୀୟ । ଚାଷୀମାନଙ୍କୁ ପର୍ଯ୍ୟାପ୍ତ ଜଳସେଚନର ସୁଯୋଗ ଯୋଗାଇଦେଲେ କୃଷକ ବା କୃଷି ଶ୍ରମିକ ବର୍ଷସାରା କାମ ପାଇପାରିବେ ।
ଶେଷକଥା : ବେକାର ସମସ୍ୟା ହେଉଛି ଆଧୁନିକ ଭାରତର ଏକ ଉତ୍କଟ ଜାତୀୟ ସମସ୍ୟା । ଜନସଂଖ୍ୟା । ବୃଦ୍ଧି ସଙ୍ଗେ ସଙ୍ଗେ ଏହା ପ୍ରତିବର୍ଷ ଅଧୁକରୁ ଅଧୁକ ଭୟାବହ ହୋଇ ପଡୁଛି । ରାଜନୈତିକ ଦଳମାନେ କେବଳ ଶସ୍ତା ଲୋକପ୍ରିୟତା ଅର୍ଜନ କରି କ୍ଷମତା ହାସଲ କରିବା ଦିଗରେ ବ୍ୟସ୍ତ । ସେମାନଙ୍କର ଦୂରଦର୍ଶିତାର ଅଭାବ ହେଉଛି ଏ ଦିଗରେ ପ୍ରତିବନ୍ଧକ । ସରକାରୀ ଉଚ୍ଚ ପଦାଧୁକାରୀମାନେ ଜାତୀୟ ସ୍ୱାର୍ଥ ବା ସମୁହ କଲ୍ୟାଣ କଥା କୁଚିତ ଚିନ୍ତା କରନ୍ତି । ସେମାନେ କେବଳ ଆପଣାର ସ୍ୱାର୍ଥ ପାଇଁ ଯଶୀଳ । ଆନ୍ତରିକତା ହୀନ ଉଦ୍ୟମ, ଦୂରଦର୍ଶିତାହୀନ ଚିନ୍ତା, ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ କ୍ରମେ ଜାତୀୟ ଜୀବନକୁ ପଙ୍ଗୁ କରିବାକୁ ବସିଲାଣି । ଏଭଳି ଅବସ୍ଥାରେ ଜଣେ କ୍ଷୁଧୂତ ବ୍ୟକ୍ତିଠାରୁ ସାଧୁତା, ଚରିତ୍ରବତ୍ତା, ଆଚରଣରେ ପବିତ୍ରତା ସର୍ବୋପରି ଦେଶପ୍ରାଣତା ଆଶା କରିବା ନିରର୍ଥକ ।
COMMENTS