Wednesday, 27 January 2021

Odia Essay on "Banya Samasya", "ଓଡ଼ିଶାର ବନ୍ୟା ସମସ୍ୟା ରଚନା" for Students

Essay on Flood in Odisha in Odia Language: In this article "ଓଡ଼ିଶାର ବନ୍ୟା ସମସ୍ୟା ରଚନା", "Banya Samasya Odia Essay for students of class 5, 6, 7, 8, 9, and 10.

Odia Essay on "Banya Samasya", "ଓଡ଼ିଶାର ବନ୍ୟା ସମସ୍ୟା ରଚନା" for Students

(ଉପକ୍ରମ- ଓଡ଼ିଶାରେ ବନ୍ୟାର କାରଣ-ବନ୍ୟା ସମୟର ଦୃଶ୍ୟ-ପ୍ରତିକାର ଶେଷକଥା)

ଉପକ୍ରମ : ପ୍ରକୃତିର ଅଲିଅଳୀ କନ୍ୟା ନଦୀ । କଣ୍ଡରେ କୁଳୁକୁଳୁ ସଂଗୀତର ଲହର ତୋଳି ନୃତ୍ୟଶୀଳା ନକୀ ଭଳି ଛଳଛଳ ଆବେଗରେ ବହି ଚାଲିଛି କେଉଁ ଅନାଦି କାଳରୁ । ପୃଥିବୀର ପ୍ରଥମ ମାନବ ବସତି ଏହି ନଦୀ ଉପତ୍ୟକାରେ ହିଁ ଦିନେ ଗଢ଼ି ଉଠିଥିଲା । ସ୍ନେହମୟୀ ମାତୃତୁଲ୍ୟ କେତେବେଳେ ସେ କାନ୍ତ କୋମଳ ଓ ଶୋଭାମୟୀ ରୂପ ଧାରଣ କରି ମନପ୍ରାଣକୁ ଅଭିଭୂତ କରିଦିଏ, ପୁଣି କେତେବେଳେ ବିପୁଳ ଜଳପ୍ରବାହ ମଧ୍ୟରେ ସଂହାରିଣୀ ବେଶ ଧାରଣ କରି ରୁଦ୍ର ଓ ଭୟଙ୍କର ହୋଇଉଠେ । ବର୍ଷ ବର୍ଷ ପାର୍ବତ୍ୟ ଭୂମିରେ ଅତ୍ୟଧୁକ ବାରିପାତ ଫଳରେ ବକ୍ଷ ତା’ର ବିସ୍ତାରିତ ହୁଏ । ସେହି ବିପୁଳ ଜଳରାଶି କୂଳ ଲଙ୍ଘନକରି ଉଭୟ ପାର୍ଶ୍ୱରେ ମାଡ଼ିଯାଇ ପ୍ରଳୟ ରଚନା କରେ । ଏହାକୁ କୁହାଯାଏ ନଦୀବନ୍ୟା । ନଦୀବନ୍ୟା ହେଉଛି ଏକ ଜାତୀୟ ସମସ୍ୟା । ହତଭାଗ୍ୟ ଓଡ଼ିଶାର ଏହା ହେଉଛି ଏକ ଚିର ସହଚର ।
ଓଡ଼ିଶାରେ ବନ୍ୟାର କାରଣ : ଯେଉଁ ନଦୀ ବିଧାତାର ଅମୃତମୟୀ ସୃଷ୍ଟି ଭାବରେ ପରିଗଣିତ ହୋଇଥାଏ, ସେହି ପୁଣି ସଂହାରିଣୀ ରୂପ ଧାରଣ କରି ମନୁଷ୍ୟର ଚମର ଦୁର୍ଦ୍ଦଶାର କାରଣ ହୁଏ । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା, ଋଷିକୁଲ୍ୟା ଇତ୍ୟାଦି ଓଡ଼ିଶାର ନଦୀଗୁଡ଼ିକ ଅତୀତରେ ଓଡ଼ିଶାର ଅର୍ଥନୈତିକ ବିକାଶ ଓ ବିଭବ ବୃଦ୍ଧିରେ ପରମ ସହାୟକ ଥିଲେ, କିନ୍ତୁ ଅଧୁନା ନଦୀଗୁଡ଼ିକର ମୁହାଣରେ ଚଡ଼ା ସୃଷ୍ଟି ହୋଇ କ୍ରମେ ସେଗୁଡ଼ିକ ଅଗଭୀର ହେବା ସଙ୍ଗେ ସଙ୍ଗେ ନଦୀଶଯ୍ୟା ମଧ୍ୟ ପୋତି ହୋଇଯାଉଛି । ତେଣୁ ବର୍ଷାଜଳ ନଦୀବକ୍ଷ ଦେଇ ଶୀଘ୍ର ସମୁଦ୍ରକୁ ନିଷ୍କାସିତ ହୋଇ ନପାରିବା କାରଣରୁ ବନ୍ୟା ସୃଷ୍ଟି ହେଉଛି ।
ଦ୍ବିତୀୟତଃ ଅତିବର୍ଷଣ ହେଉଛି ନଦୀବନ୍ୟାର ଏକ ମୌଳିକ କାରଣ । ଓଡ଼ିଶାର ପଶ୍ଚିମାଂଶ ମାଳ ଅଞ୍ଚଳର ଅନ୍ତର୍ଭୁକ୍ତ ଏବଂ ଏହି ଅଞ୍ଚଳ ହିଁ ଓଡ଼ିଶାର ସମସ୍ତ ନଦୀର ଉତ୍ପଭିସ୍ଥଳ । ଏଠାରେ ସର୍ବାଧକ ପରିମାଣର ବୃଷ୍ଟି ହୋଇଥାଏ । ନଦୀର ଉତ୍ପଭି ସ୍ଥଳରେ ପ୍ରଚୁର ବୃଷ୍ଟି ହେଲେ ସେହି ଜଳ ନଦୀବକ୍ଷ ଦେଇ ସମୁଦ୍ର ମଧ୍ୟକୁ ଶୀଘ୍ର ନିଷ୍କାସିତ ହୋଇପାରେ ନାହିଁ । ସେଥ ସହିତ ଅବବାହିକା ଅଞ୍ଚଳର ଉଦ୍‌ବୃତ୍ତ ବୃଷ୍ଟିଜଳ ମିଶିଗଲେ ତ୍ରିକୋଣଭୂମି ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୁଏ । ମହାନଦୀ ସହିତ ଅନ୍ୟାନ୍ୟ ନଦୀର ଉପରମୁଣ୍ଡରୁ ଅରଣ୍ୟ ସଂପଦକୁ କ୍ରମେ ନଷ୍ଟକରି ଚାଷଜମିରେ ପରିଣତ କରାଯିବାରୁ ପ୍ରବଳ ଭାବରେ ମୃତ୍ତିକା କ୍ଷୟ ଘଟୁଛି । ସେହି ମୂକା ବର୍ଷା ଜଳରେ ନଦୀ ବକ୍ଷକୁ ଧୋଇ ଆସି ନଦୀଶଯ୍ୟକୁ କ୍ରମେ ପୋତି ପକାଉଛି । ଫଳରେ ନଦୀ ସ୍ରୋତ ମନ୍ଥର ହେଉଛି ଏବଂ ଅତିବୃଷ୍ଟି ସମୟରେ ତାହା ବନ୍ୟାର କାରଣ ପାଲଟିଯାଉଛି । ଅତିବୃଷ୍ଟି ଓ ଅନିୟମିତ ବୃଷ୍ଟି ପରିବେଶ ପ୍ରଦୂଷଣର ପରିଣତି ଅଟେ । ପରିବେଶ ପ୍ରଦୂଷଣ ଫଳରେ ପାଣିପାଗର ବିପର୍ଯ୍ୟୟ ଘଟି ବୃଷ୍ଟିପାତର ସମତା ରହୁନାହିଁ । କେତେବେଳେ ଅନାବୃଷ୍ଟି ଘଟୁଛି ତ କେତେବେଳେ ଅତିବୃଷ୍ଟି ଫଳରେ ପ୍ରଳୟଙ୍କରୀ ବନ୍ୟା ସୃଷ୍ଟି ହେଉଛି । ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ରେଳରାସ୍ତା, କେନାଲ ଏବଂ ବହୁ ପରିମାଣରେ ବନ୍ଧବାଡ଼ ନିର୍ମିତ ହେବା ଫଳରେ ଜଳ ନିଷ୍କାସନ ପଥ ଅବରୁଦ୍ଧ ହେବାରୁ ବନ୍ୟା ସୃଷ୍ଟି ହେଉଛି । ପ୍ରାକୃତିକ ନିଷ୍କାସନ ପଥକୁ ଅବରୁଦ୍ଧ କରି ସମସ୍ତ ଜଳକୁ ଏକ ନିର୍ଦ୍ଦିଷ୍ଟ ପଥରେ ଛାଡ଼ିବା ଫଳରେ ନଦୀବନ୍ଧ ଉପରେ ଜଳର ଚାପ ଅତ୍ୟଧୁକ ହେଉଛି । ତେଣୁ ଅକସ୍ମାତ କୌଣସି ଗୋଟିଏ ସ୍ଥାନରେ ଘାଇ ସୃଷ୍ଟି ହେଲେ ସମସ୍ତ ଜଳ ସେହି ପଥ ଦେଇ ଯିବାକୁ ଚେଷ୍ଟା କରିବାରୁ ଅବସ୍ଥା ଭୟଙ୍କର ହୋଇ ଉଠୁଛି । ଏହି ସମସ୍ତ କାରଣରୁ ପ୍ରତିବର୍ଷ ଓଡ଼ିଶାରେ ବନ୍ୟାର ପ୍ରଳୟଙ୍କରୀ ଲୀଳା ଦ୍ବାରା ବହୁ ଧନ, ଜୀବନ ବିପନ୍ନ ହେଉଛି, କିନ୍ତୁ ମନୁଷ୍ୟ ଚରିତ୍ରର ଏହା ଏକ ବିଶେଷତ୍ଵ ଯେ ବାରମ୍ବାର ମୃତ୍ୟୁ ସହିତ ସଂଗ୍ରାମ କରି ପରାଜିତ ହେଲେ ମଧ୍ୟ ସେ ନୀରବ ହୁଏ ନାହିଁ । ମୃତ୍ୟୁକୁ ଜୟ କରିବାର ସାଧନା ହିଁ ହେଉଛି ଜୀବନର ସାଧନା; ତେଣୁ ପ୍ରକୃତିକୁ ପରାଜିତ କରି ଆମ୍ବଶକ୍ତିର ପ୍ରତିଷ୍ଠା ଲାଗି ସେ ସତତ ଯଶୀଳ ।
ବନ୍ୟା ସମୟର ଦୃଶ୍ୟ : ବନ୍ୟା ସମୟରେ ଓଡ଼ିଶାର ମହାନଦୀ, ବ୍ରାହ୍ମଣୀ, ବୈତରଣୀ ପ୍ରଭୃତି ନଦୀମାନଙ୍କର ରୁଦ୍ର ଭୈରବ ବେଶ ଦେଖୁଲେ ଯେ କୌଣସି ବ୍ୟକ୍ତି ପ୍ରାଣରେ ଭୟ ସଞ୍ଚାରିତ ହେବା ସ୍ଵାଭାବିକ । ଉଦ୍ଦାମ ଜଳସ୍ରୋତ ରହସ୍ୟମୟୀ ନାରୀ ସଦୃଶା ହାସ୍ୟାବେଗରେ କମ୍ପିଉଠେ । କୂଳ ଲଙ୍ଘନ କରି ବନ୍ଧଭାଙ୍ଗି ଅବାରିତ ଭାବରେ ମାଡ଼ିଚାଲେ ଉଭୟ ପାର୍ଶକୁ । କେତେ ଗାଁଗଣ୍ଡା ଜଳସ୍ରୋତରେ ଭାସିଯାଏ । କେତେ ଧନ, ଜୀବନ ହାନି ହୁଏ । ଗୃହପାଳିତ ପଶୁମାନେ ଅସହାୟ ଭାବରେ ପ୍ରାଣ ହରାନ୍ତି । କେଉଁଠି ମାତୃ କୋଳରୁ ଶିଶୁପୁତ୍ର ବିଚ୍ଛିନ୍ନ ହୋଇ ଅଜ୍ଞାତ ସଲିଳ ସମାଧ ପ୍ରାପ୍ତ ହୁଏ । କୌଣସିଠାରେ ଅବା ବୃଦ୍ଧ ପିତା ଯୁବା ସନ୍ତାନକୁ ହରାଇ ମର୍ମଭେଦୀ ସ୍ବରରେ କ୍ରନ୍ଦନ କରେ । ଅଚାନକ ଜଳ ସ୍ରୋତରୁ ରକ୍ଷାପାଇବା ପାଇଁ କେହି କେହି ବୃକ୍ଷ ଉପରକୁ ଚଢ଼ିଯାଇ ସେଠାରେ ଅନାହାରରେ ଦିନ ଦିନ ଧରି ଆଶ୍ରୟ ନିଅନ୍ତି । ତାଳ, ନାରିକେଳ ପ୍ରଭୃତି ବୃକ୍ଷଗୁଡ଼ିକ ଏହି ମହାର୍ଣ୍ଣବ ମଧ୍ୟରେ ଧୈର୍ଯ୍ୟର ସହିତ ମଥାଟେକି ଦଣ୍ଡାୟମାନ ହୋଇ ରହନ୍ତି । ଗ୍ରାମ ସୀମାର ଶ୍ୟାମଳ ଶସ୍ୟକ୍ଷେତ୍ର ଉପରେ ଜଳ ଭଉଁରି ଖେଳି ଚାଲିଯାଏ । ନଦୀବନ୍ଧ ଏବଂ ଜଳବେଷ୍ଟିତ ଉଚ୍ଚ ସ୍ଥାନମାନଙ୍କରେ ବାସହରା ନରନାରୀ, ଆପଣା ଆପଣାର ଗୃହପାଳିତ ପଶୁମାନଙ୍କ ସହିତ ସାହାଯ୍ୟ ପାଇଁ ପ୍ରତୀକ୍ଷା କରି ରହିଥା'ନ୍ତି ।
ଏହି ସମୟରେ ଫେଣଯୁକ୍ତ ନଦୀର ପ୍ରଖର ସ୍ରୋତରେ ପାର୍ବତ୍ୟାଞ୍ଚଳରୁ କାଠଗଣ୍ଡିମାନ ଭାସିଆସେ । ସାହସୀ ଲୋକେ ନଦୀବକ୍ଷରେ ପହଁରି ପହଁରି ସେଗୁଡ଼ିକ ସଂଗ୍ରହ କରନ୍ତି । ବେଳେବେଳେ ନଦୀ ସ୍ରୋତରେ ବନ୍ୟପଶୁ ଓ ବିଷାକ୍ତ ସର୍ପମାନେ ଭାସି ଆସିବାର ଦେଖାଯାଏ । ଏକତ୍ର ମନୁଷ୍ୟ ଓ ବିଷାକ୍ତ ସର୍ପ ଆଶ୍ରୟ ନେଇଥିବାର ବିରଳ ଦୃଶ୍ୟ ବହୁ । ସମୟରେ ଦେଖିବାକୁ ମିଳେ । କୌଣସି କୌଣସି ପରିବାର କଦଳୀଭେଳା ଅଥବା ନାଆରେ ଗୃହସାମଗ୍ରୀ ଲଦି ନିରାପଦ ସ୍ଥାନକୁ ପଳାୟନ କରନ୍ତି ।
ବନ୍ୟା ସମୟରେ ଦୁର୍ଗତ ଅଞ୍ଚଳରେ ସରକାର ଓ ବେସରକାରୀ ଅନୁଷ୍ଠାନ ତରଫରୁ ଡଙ୍ଗା ସାହାଯ୍ୟରେ ରିଲିଫ ବଣ୍ଟନ କରାଯାଏ । ଗମନାଗମନ ଓ ଯୋଗାଯୋଗ ପଥ ବିଚ୍ଛିନ୍ନ ହୋଇଯିବାରୁ ଉଚ୍ଚ ସ୍ଥାନମାନଙ୍କରେ ହେଲିକେପ୍ଟର ଯୋଗେ ଆକାଶମାର୍ଗରୁ ଖାଦ୍ୟସାମଗ୍ରୀମାନ ପକାଯାଏ । ବିପନ୍ନ ଲୋକମାନେ ତାହାକୁ ସଂଗ୍ରହ କରି ଜୀବନ ରକ୍ଷା କରନ୍ତି । ବନ୍ୟା ଏକ ପ୍ରାକୃତିକ ଦୁର୍ବିପାକ । ସେ ତା’ର ମହାପ୍ଲାବନରେ ଧନୀ, ଦରିଦ୍ର, ଉଚ୍ଚନୀଚ୍ଚ, କୁଟୀର ବାସୀ ଓ ସୌଧବାସୀ ସମସ୍ତଙ୍କୁ ଏକାକାର କରିଦିଏ ।
ପ୍ରତିକାର : କୃଷିଭିତ୍ତିକ ଦରିଦ୍ର ଓଡ଼ିଶା ରାଜ୍ୟରେ ବନ୍ୟା, ବାତ୍ୟା ଓ ମରୁଡ଼ି ହେଉଛି ଚିରଶନ୍ତୁ । ଚନ୍ୟାଗ୍ରସ୍ତ, ବାତ୍ୟ ତାଡ଼ିତ ଓ ମରୁଡ଼ି ପ୍ରପୀଡ଼ିତ ହୋଇ ଓଡ଼ିଶାର ମେରୁଭଗ୍ନ ହୋଇଅଛି । ବୃହତ୍ତମ ନଦୀ ମହାନଦୀର ବନ୍ୟା ପ୍ରତିବର୍ଷ ଓଡ଼ିଶା ପାଇଁ ଏକ ସଙ୍କଟର କାରଣ ହୋଇଅଛି । ଦ୍ବିତୀୟ ମହାଯୁଦ୍ଧ ପରେ ଯେତେବେଳେ ଦେଶର ପୁନର୍ଗଠନ ନିମନ୍ତେ ନାନାଦି ଯୋଜନା ପ୍ରସ୍ତୁତ କରାଯାଉଥିଲା, ସେତେବେଳେ ଗୋଖଲେ କମିଟି ହୀରାକୁଦ ବନ୍ଧ ଯୋଜନାକୁ ମୁଖ୍ୟ ସ୍ଥାନ ଦେଇଥିଲେ । ସେହି ଅନୁଯାୟୀ ସ୍ଵାଧୀନତା ପ୍ରାପ୍ତି ପରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ୧୯୪୭ ମସିହାରେ ଏହି ବନ୍ଧର ଭିତ୍ତି ସ୍ଥାପନ କରିଥିଲେ । ଦୀର୍ଘ ୧୬ କିଲୋମିଟର ଲମ୍ବ ବିଶିଷ୍ଟ ଏହି ପୂର୍ଣ୍ଣାଙ୍ଗ ବନ୍ଧଟି ଏବେ ସମ୍ବଲପୁର ନିକଟରେ ମହାନଦୀ ବକ୍ଷରେ ଦଣ୍ଡାୟମାନ । ବନ୍ୟା ନିୟନ୍ତ୍ରଣ ସହିତ ଜଳବିଦ୍ୟୁତ୍ ଉତ୍ପାଦନ, ଜଳସେଚନ ଓ ଚିହ୍ୟଶକ୍ତି ଉପଯୋଗରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ଇତ୍ୟାଦି ବହୁମୁଖୀ କାର୍ଯ୍ୟମାନ ଏହି ବନ୍ଧ ନିର୍ମାଣ ଦ୍ଵାରା ସାତ ହେଉଅଛି ।
ହୀରାକୁଦ ବନ୍ଧ ମହାନଦୀର ବନ୍ୟା ନିୟନ୍ତ୍ରଣ ଦିଗରେ ଯଥେଷ୍ଟ ସହାୟକ ହୋଇଥିଲେ ମଧ୍ୟ ଓଡ଼ିଶାକୁ ବନ୍ୟାମୁକ୍ତ କରିପାରି ନାହିଁ । କାରଣ ବର୍ଷାଜଳ ବନ୍ଧର ଜଳଧାରଣ କ୍ଷମତାକୁ ଅତିକ୍ରମ କରିଗଲେ ନିରାପତ୍ତା ଦୃଷ୍ଟିରୁ ଉଦ୍‌ବୃତ୍ତ ଜଳକୁ ଛାଡ଼ି ଦିଆଯିବାରୁ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ସୃଷ୍ଟି ହୁଏ । ଆହୁରି ମଧ୍ୟ ଜଳଭଣ୍ଡାରରେ ପଟୁ ସଞ୍ଚିତ ହୋଇ ବନ୍ଧର ଜଳଧାରଣ କ୍ଷମତା କ୍ରମେ ସଙ୍କୁଚିତ ହୋଇଆସୁଛି । ତେଣୁ ନଦୀର ନିମ୍ନ ଭାଗରେ ଆଉ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବନ୍ଧ ନିର୍ମାଣ କରାଯିବା ଆବଶ୍ୟକ । ଅନ୍ୟାନ୍ୟ ପ୍ରଧାନ ପ୍ରଧାନ ନଦୀ ଓ ଉପନଦୀମାନଙ୍କରେ ବନ୍ଧଦ୍ଵାରା କୃତ୍ରିମ ଜଳଭଣ୍ଡାରମାନ ସୃଷ୍ଟି କରାଗଲେ ବନ୍ୟାର ପ୍ରକୋପ ହ୍ରାସ କରାଯାଇପାରିବ । ଏଥିପାଇଁ ବିଶ୍ବବ୍ୟାଙ୍କ ଯଥେଷ୍ଟ ଆର୍ଥିକ ସାହାଯ୍ୟ ଦେଉଅଛି । ତାହାର ସଦୁପଯୋଗ କରାଯିବା ଆବଶ୍ୟକ ।
ବନ୍ୟା ନିୟନ୍ତ୍ରଣ ବ୍ୟୟସାଧ୍ୟ ହେଲେ ମଧ୍ୟ ନଦୀ ମୁହାଣଗୁଡ଼ିକ ଖୋଳି ଗଭୀର କରାଯିବା ଆବଶ୍ୟକ । ତାହା ଫଳରେ ବର୍ଷାଋତୁର ବନ୍ୟାଜଳ ସହଜରେ ଓ ସୁଗମଭାବରେ ସମୁଦ୍ରକୁ ନିଷ୍କାସିତ ହୋଇପାରିବ । ନଦୀର ଉପର ଅବବାହିକାରୁ କ୍ରମ କ୍ଷୟିଷ୍ଣୁ ଅରଣ୍ୟ ସଂପଦକୁ ରକ୍ଷା କରାଯିବା ଆବଶ୍ୟକ । ଏହାଦ୍ଵାରା ମୃତ୍ତିକା ସଂରକ୍ଷଣ ହେବ ଏବଂ ବର୍ଷାର ଅସଂଯମ ଜଳରାଶିକୁ ଧାରଣ କରିହେବ । ବନ୍ୟାଞ୍ଚଳରେ ଆବଶ୍ୟକ ସ୍ଥାନରେ ସୁଉଚ୍ଚ ଓ ସୁଦୃଢ଼ ବନ୍ଧମାନ ନିର୍ମାଣ କରାଗଲେ ବନ୍ୟା ବିପତ୍ତି ହ୍ରାସ ପାଇବ ଓ ଧନଜୀବନ ରକ୍ଷା ହୋଇପାରିବ । ନଦୀବନ୍ୟା ସହିତ ଉପକୂଳ ଅଞ୍ଚଳରେ ସମୁଦ୍ର ଜୁଆର ଗତ କେତେବର୍ଷ ହେବ ଓଡ଼ିଶାପକ୍ଷେ ଏକ ଭୟାବହ ବିପତ୍ତିର କାରଣ ହୋଇଅଛି । ଏହାଦ୍ବାରା ବିପୁଳ ଧନ ଜୀବନର କ୍ଷତି ହେଉଅଛି । ସେଥିପାଇଁ ସମୁଦ୍ର କୂଳର ଜଙ୍ଗଲ ସୁରକ୍ଷା ଓ ଅଧୁକ ଲୁଣାଜଙ୍ଗଲ ସୃଷ୍ଟି ବିଶେଷ ପ୍ରୟୋଜନ ଅଟେ । ବିଗତ ୧୯୯୯ ମହାବାତ୍ୟା ପରେ ସମୁଦ୍ର କୂଳେ କୂଳେ ଏକ ସୁଦୀର୍ଘ ବନ୍ଧ ନିର୍ମାଣ କରାଯିବାର ଚିନ୍ତା କରାଯାଉଛି । ଏହା କାର୍ଯ୍ୟକାରୀ ହୋଇପାରିଲେ ଭବିଷ୍ୟତରେ ସମୁଦ୍ର ଜୁଆରକୁ ପ୍ରତିହତ କରାଯାଇପାରିବ ।
ଏତଦ୍‌ବ୍ୟତୀତ ବନ୍ୟାର ଅବ୍ୟବହିତ ପୂର୍ବରୁ ଜନସାଧାରଣଙ୍କୁ ସତର୍କବାଣୀ ଶୁଣାଇ ନିମ୍ନ ଭୂମିର ଲୋକମାନଙ୍କୁ ନିରାପଦ ଅଞ୍ଚଳକୁ ନେଇଯିବା, ସ୍ଥାନେ ସ୍ଥାନେ ସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରିବା, ଦୁର୍ଗତମାନଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟିବା ନିମନ୍ତେ ହେଲିପ୍ୟାଡମାନ ନିର୍ମାଣ କରିବା ପ୍ରଭୃତି କେତେଗୁଡ଼ିଏ ଜରୁରୀ କାର୍ଯ୍ୟ ଏକାନ୍ତ ପ୍ରୟୋଜନ ।
ଶେଷ କଥା : ମନୁଷ୍ୟ ହେଉଛି ଏକ ସଂଗ୍ରାମଶୀଳ ପ୍ରାଣୀ । ପ୍ରକୃତିର ଦୁର୍ବାର ଶକ୍ତି ବିରୋଧରେ ଅହରହ ସଂଗ୍ରାମ କରି ଆଜି ସେ ପ୍ରାଣିଜଗତରେ ଶ୍ରେଷ୍ଠତାର ସ୍ଵୀକୃତି ଲାଭ କରିଅଛି ! ତଥାପି ବନ୍ୟା, ବାତ୍ୟା, ଭୂକମ୍ପ ଭଳି ପ୍ରାକୃତିକ ଦୁର୍ବିପାକ ନିକଟରେ ସେ ପରାହତ । ଏହାକୁ ଅତିକ୍ରମ କରିବା ନିମନ୍ତେ କୌଶଳ, ଧୈର୍ଯ୍ୟ, ଶକ୍ତି, ସାହସ ଓ ମନୋବଳ ଆବଶ୍ୟକ । ଏଥିପାଇଁ ଯୋଜନାବଦ୍ଧ ଉଦ୍ୟମ ସହିତ ସରକାରଙ୍କ କାର୍ଯ୍ୟକ୍ରମଗୁଡ଼ିକରେ ସହଯୋଗ କରି ଜନସାଧାରଣ ନିଜର ମାନସିକ ଦୃଢ଼ତା ରକ୍ଷା କରିବା ଉଚିତ୍ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: