Odia Complaint Letter to Mahila Commission for Prevention of Violence against the :ବଧୁ ନିର୍ଯାତନା ରୋକିବାପାଇଁ ମହିଳା କମିଶନଙ୍କ ନିକଟକୁ ଅଭିଯୋଗ ପତ୍ରଟିଏ ଲେଖ
Odia Complaint Letter to Mahila Commission for the Prevention of Violence against the Bride
ବଧୁ ନିର୍ଯାତନା ରୋକିବାପାଇଁ ରାଜ୍ୟ ମହିଳା କମିଶନଙ୍କ ନିକଟକୁ ଅଭିଯୋଗ ପତ୍ରଟିଏ ଲେଖ ।
ମାନନୀୟା, ଅଧ୍ୟକ୍ଷା, ରାଜ୍ୟ ମହିଳା କମିଶନ, ଭୁବନେଶ୍ୱର
ମହୋଦୟା...........................ସମୀପେଷୁ
ବିଷୟ : (ଶ୍ବଶୁର ଘର ନିର୍ଯ୍ୟାତନାରେ ଅତିଷ୍ଠ ନବବଧୂକୁ ନ୍ୟାୟ ମିଳିବା ପାଇଁ ଆବେଦନ ।)
ମହାଶୟା,
ମୁଁ ରୋଜାଲିନ୍ ମହାନ୍ତି, ସ୍ଵାମୀ: ଅରୁଣ ମହାନ୍ତି, ଗ୍ରାମ: ନଛିପୁର, ଜିଲ୍ଲା: କେନ୍ଦ୍ରାପଡ଼ା । ଆପଣଙ୍କ ଗୋଚରାର୍ଥି ନିମ୍ନ ଅଭିଯୋଗ ଜଣାଉଛି, ଯାହାକି ଆପଣ ସତ୍ୟାସତ୍ୟ ବିଚାର କରି ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରୁଛି । ମୋର ବିବାହ ବଂଶୀଧର ମହାନ୍ତିଙ୍କ ଜ୍ୟେଷ୍ଠ ପୁତ୍ର ଅରୁଣ ମହାନ୍ତିଙ୍କ ସହିତ ୨୦୧୪ ଜାନୁୟାରୀ ୨୬ ତାରିଖ ଦିନ ସଂପନ୍ନ ହୋଇଥିଲା । ମୋର ସ୍ବାମୀ ଅରୁଣ କେନ୍ଦ୍ରାପଡ଼ାର ଏକ ଘରୋଇ ମହାବିଦ୍ୟାଳୟରେ ଜଣେ ଅଧ୍ୟାପକ ଭାବରେ କାର୍ଯ୍ୟରତ । ବରପକ୍ଷର ଦାବି ଅନୁସାରେ ମୋର ବାହାଘର ସମୟରେ ଯୌତୁକ ବାବଦରେ ଦୁଇ ଲକ୍ଷ ଟଙ୍କା, ପାଞ୍ଚ ଭରି ସୁନା ଓ ହିରୋହୋଣ୍ଡା ମଟର ସାଇକେଲ ସହିତ ଅନ୍ୟାନ୍ୟ ଆସବାବପତ୍ର ମଧ୍ୟ ଦିଆଯାଇଥିଲା । ଏହା ପରେ ମୋର ସ୍ବାମୀ ତାଙ୍କର ବେକାର ସାନଭାଇ ପାଇଁ ଚାକିରି ଯୋଗାଡ଼ ପାଇଁ ଆବଶ୍ୟକ ହେଉଥିବା ଆଉ ଦୁଇ ଲକ୍ଷ ଟଙ୍କା ଆମ ଘରୁ ଆଣିବା ପାଇଁ ମୋତେ ବାଧ୍ୟ କଲେ । କିନ୍ତୁ ଆମ ଘରର ଆର୍ଥିକ ଅବସ୍ଥା ସେତେ ଭଲ ନଥିବାରୁ ମୁଁ ଆଣିବା ପାଇଁ ମନା କରିଦେଲି । ତା ପରେ ଘରର ସମସ୍ତ ସଦସ୍ୟ ମୋ ଉପରେ ବିଭିନ୍ନ ମାନସିକ ଓ ଶାରୀରିକ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ମୋତେ ଘରର ସମସ୍ତ କାର୍ଯ୍ୟ କରିବାପାଇଁ ବାଧ୍ୟ କରୁଛନ୍ତି । ମୋର ଦିଅର ମୋତେ ମାଡ଼ମାରି । ଆଘାତ ଦେବା ସହ ମୋର ସୁନାଚୁଡ଼ି ଭାଙ୍ଗିଦେଇଛନ୍ତି । ମୋର ସ୍ଵାମୀ କିଛି ପ୍ରତିବାଦ ନକରି କେବଳ ନୀରବ ଦ୍ରଷ୍ଟା ସାଜିଛନ୍ତି । ସ୍ୱାମୀଙ୍କ ଅନୁପସ୍ଥିତିରେ ସେମାନେ ମୋତେ ପୋଡ଼ି ମାରିବା ପାଇଁ ଧମକ ଦେବା ସହ ଯୋଜନା ମଧ୍ୟ କରିଥିଲେ । କିନ୍ତୁ ପଡ଼ୋଶୀମାଉସୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମୁଁ ରକ୍ଷା ପାଇଗଲି । ତାପରେ ଆମ ଘରକୁ ଫୋନ୍ କରିବାରୁ ମୋ ବାପା ମୋତେ ଆସି ନେଇଆସିଛନ୍ତି । ଆପଣ ଘଟଣାର ତଦନ୍ତ କରାଇ ସତ୍ୟାସତ୍ୟ ଅନୁସନ୍ଧାନ ପୂର୍ବକ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ ।
ଉଲ୍ଲିଖିତ ତଥ୍ୟ ଆଧାରରେ ଦୋଷୀକୁ ଭାରତୀୟ ଦଣ୍ଡବିଧାନ ଅନୁସାରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଗଲେ ମୁଁ ଓ ମୋ ପରି ବହୁ ବଧୂ ନିର୍ଯ୍ୟାତନାର ଶିକାରରୁ ରକ୍ଷା ପାଇପାରନ୍ତେ ଏବଂ ଯୌତୁକ ପରି ଏକ ଭୟଙ୍କର ବ୍ୟାଧୁରୁ ସମାଜ ମୁକ୍ତ ପାଇପାରନ୍ତା ।
ଇତି
ଆପଣଙ୍କର ବଶମ୍ବଦା
ରୋଜାଲିନ୍ ମହାନ୍ତି
ଠିକଣା ଡାକଟିକେଟ୍
ପ୍ରେରକ ଗ୍ରାହକ
ରୋଜାଲିନ୍ ମହାନ୍ତି ଅଧକ୍ଷା, ରାଜ୍ୟ ମହିଳା କମିଶନ
ମାତ୍ର : ସତ୍ୟସୁନ୍ଦର ମହାନ୍ତି ଭୁବନେଶ୍ୱର
ଗ୍ରାପୋ: ଜୁବୁଲିବଜାର ଜି: ଖୋର୍ଦ୍ଧା
ଜି: କେନ୍ଦ୍ରାପଡ଼ା ପିନ୍କୋଡ୍ :
ଦୂରଭାଷ ନଂ :
COMMENTS