Letter to Forest Officer against Cutting Tree in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ "ବେଆଇନ୍ ଗଛକଟା ବିରୋଧରେ ଅଭିଯୋଗ ମୂଳକ ଦରଖାସ୍ତ ଲେଖ" for Student
Letter to Forest Officer against Cutting Tree in Odia Language: ଏହି ଲେଖାରେ ଆମେ ପ୍ରଦାନ କରୁଛୁ "ବେଆଇନ୍ ଗଛକଟା ବିରୋଧରେ ଅଭିଯୋଗ ମୂଳକ ଦରଖାସ୍ତ ଲେଖ" for Students.
Letter to Forest Officer against Cutting Tree in Odia Language
ମାନନୀୟ, ଶ୍ରୀଯୁକ୍ତ ବନଖଣ୍ଡ ଅଧୁକାରୀ, କରଞ୍ଜିଆ, ମୟୁରଭଞ୍ଜ
ମହୋଦୟ.................ସମୀପେଷୁ
ବିଷୟ : ଚୋରା ଗଛ କଟା ବିରୋଧରେ ଅଭିଯୋଗ
ମହାଶୟ,
ଆସ୍ତେ କରଞ୍ଜିଆ ବନଖଣ୍ଡର ଲୁଇପଡ଼ା ଗ୍ରାମର ଅବାସୀମାନେ ଶିଲିଗୁଡ଼ି ପାହାଡ଼ର ପାଦଦେଶରେ ବାସକରୁ । ଆନ୍ତଃରାଜ୍ୟ କାଠମାଫିଆମାନେ ଏହି ଅଞ୍ଚଳରେ ସକ୍ରିୟ ହୋଇ ଉଠିଛନ୍ତି । ସେମାନେ ରାତ୍ରିରେ ଜଙ୍ଗଲ ମଧ୍ୟକୁ ପ୍ରବେଶ କରି ବହୁ ମୂଲ୍ୟବାନ ଗଛ ଯଥା ଚନ୍ଦନ, ଶାଳ, ପିଆଶାଳ, ଗମ୍ଭାରି ଆଦିକୁ କାଟି ଟ୍ରରେ ବୋହି ନେଇ ଯାଉଛନ୍ତି । ଏତେ ବନ ଜଙ୍ଗଲ ଯାହା ମଧକୁ ଆଗରୁ ଦିନରେ ମଧ୍ୟ ଲୋକ ପ୍ରବେଶ କରିବାକୁ ଭୟ କରୁଥିଲେ, ଧୀରେ ଧୀରେ ଏହା ପତଳା ହେବାକୁ ଲାଗିଲାଣି । ସବୁଆଡ଼କୁ ରାସ୍ତାର ସଂଯୋଗ ହେବାରୁ ସେମାନେ କାଠ ନେବା ସୁବିଧାଜନକ ହେଉଛି । ଚେକ୍ ଗେଟରେ ସେମାନେ ଲାଞ୍ଚ ଦେଇ ଖସିଯାଉଛନ୍ତି । ମାରଣାସ୍ତ୍ର ସହିତ ଏହି ଲୁଟେରାମାନେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇରଖୁଛନ୍ତି । ପଡ଼ୋଶୀ ରାଜ୍ୟ ସୀମାରେ ସେମାନେ ଖସି ଚାଲିଯିବାରୁ ଏଠାକାର ଆଇନ୍ ସେମାନଙ୍କର କିଛି କରିପାରୁନାହିଁ । ଏହିଭଳି ପରିସ୍ଥିତି ଲାଗିରହିଲେ ଅଳ୍ପ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଜଙ୍ଗଲଟି ନଷ୍ଟ ହୋଇଯିବ । ଏହା ଏକ ଶୁଷ୍କ ଅଞ୍ଚଳରେ ପରିଣତ ହୋଇଯିବ । ପ୍ରାକୃତିକ ଝରଣା ଶୁଖୁଯିବାରୁ ପାଣିର ଅଭାବ ପରିଲକ୍ଷିତ ହେବ । ବନ୍ୟପ୍ରାଣୀମାନେ ରହିବାକୁ ସ୍ଥାନ ପାଇବେ ନାହିଁ । ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀ ସଂପ୍ରଦାୟଙ୍କ ପେସାରେ ବ୍ୟାଘାତ ଘଟିବ । ବାସସ୍ଥାନ ଅଭାବରୁ ହାତୀପରି ଜୀବଜନ୍ତୁମାନେ ଗ୍ରାମ ମଧ୍ୟକୁ ପ୍ରବେଶ କରି ଧନଜୀବନ ନଷ୍ଟ କରିବେ । ବର୍ଷାର ପରିମାଣ ଜଙ୍ଗଲ ଉପରେ ନିର୍ଭର କରେ । ଜଙ୍ଗଲ ନଷ୍ଟ ହେଲେ ବର୍ଷା ହେବ ନାହିଁ । ଫଳରେ ଏହା ଏକ ଶୁଷ ମରୁଭୁମିରେ ପରିଣତ ହୋଇଯିବ । ଜଳ, ଜମି ଜଙ୍ଗଲର କ୍ଷୟ ଜନିତ ଫଳ ମାନବ ସମାଜ ହିଁ ଭୋଗ କରିବ ।
ତେଣୁ ଆପଣ ଏହି ଆସନ୍ନ ବିପଦ ପ୍ରତି ଗଭୀରଭାବେ ଧାନ ଦେଇ ଯପରୋନାସ୍ତି ଜଙ୍ଗଲ ସୁରକ୍ଷା ପାଇଁ ଚେଷ୍ଟା କଲେ ବର୍ତ୍ତମାନ ତଥା ଭବିଷ୍ୟତ ବଂଶଧର ଆପଣଙ୍କ ପ୍ରତି କୃତଜ୍ଞ ରହିବେ ।
ଇତି ଆପଣଙ୍କର
ଲୁଇପଡ଼ା ଗ୍ରାମର ଗ୍ରାମବାସୀବୃନ୍ଦ
ଅନନ୍ତ ଚରଣ ମାଝା ଓଗେର
ଠିକଣା ଡାକଟିକେଟ୍
ପ୍ରେରକ ଗ୍ରାହକ
ଅନନ୍ତ ଚରଣ ମାଝା ଶ୍ରୀଯୁକ୍ତ ବନଖଣ୍ଡ ଅଧିକାରୀ
ଲୁଇପଡ଼ା କରଞ୍ଜିଆ
କରଞ୍ଜିଆ ମୟୂରଭଞ୍ଜ
ପିକୋଡ୍ : ପିକୋଡ୍
COMMENTS