Letter to Friend Congratulating Him on His Success in Board Exams in Odia Language : In this article you will get ଦଶମଶ୍ରେଣୀ ବୋଡ୍ ପରୀକ୍ଷାରେ ...
Letter to Friend Congratulating Him on His Success in Board Exams in Odia Language: In this article you will get ଦଶମଶ୍ରେଣୀ ବୋଡ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାରୁ ପ୍ରଶଂସା ଜଣାଇ ସାଙ୍ଗ ନିକଟକୁ ପତ୍ର ଲେଖ । Sanga Nikataku Nimantran Patra in Odia
Letter to Friend Congratulating Him on His Success in Board Exams in Odia Language
ବନମାଳୀପୁର
ତା.........
ସ୍ନେହର ପ୍ରକାଶ,
ମୋର ଆନ୍ତରିକ ଶୁଭେଚ୍ଛା ଗ୍ରହଣ କରିବୁ । ମଉସା ମାଉସୀଙ୍କୁ ମୋର ନମସ୍କାର ଜଣାଇଦେବୁ । ତୋର ବୋଡ୍ ପରୀକ୍ଷାଫଳ ଜାଣିବା ପରେ ମୁଁ ଖୁସି ହୋଇ ତୋ’ ପାଖକୁ ଲେଖୁଛି ।
କର୍ମର ଫଳ ତୁ ପାଇଛୁ ପ୍ରକାଶ ! ପରିଶ୍ରମର ମୂଲ୍ୟ ତୋତେ ମିଳିଛି । ଯେଉଁଦିନ ତା’ ବୋଡ୍ ପରୀକ୍ଷାର ଫଳ ଜାଣିଲି, ସେଦିନ ମୁଁ ଅତ୍ୟନ୍ତ ଖୁସି ହୋଇଥିଲି । ତୁ ବିଶ୍ଵାସ କରିବୁକି ନାହିଁ ମୋ’ ପରୀକ୍ଷା ଫଳ ବିଷୟରେ ମୁଁ ଭୁଲିଯାଇ ତୋ’ ପରୀକ୍ଷା ଫଳ ବିଷୟ ଯାଇ ବାପା ବୋଉଙ୍କୁ ଆଗ ଜଣାଇଲି । କାହିଁକି ଜାଣିଛୁ ? ଆମ୍ଭେ ଉଭୟେ ପ୍ରଥମ ଶ୍ରେଣୀରେ ପାଶ୍ କରିଛି । ହେଲେ ତା’ ପ୍ରଥମ ଶ୍ରେଣୀର ଫଳଟି ନିଶ୍ଚୟ ନିଆରା । ତୋ’ର ଶତକଡ଼ା ଚଉରାନବେ ନମ୍ବର ରଖିଥିବା କଥା ହିଁ ମୋର ହୃଦୟକୁ ବେଶୀ ଆକର୍ଷିତ କଲା । ଗୋଟେ ସାଧାରଣ କୃଷକ ଘରେ ଜନ୍ମ ହୋଇ ପଙ୍କରୁ ପଙ୍କଜ ଭଳି ତୁ ଆଜି ନିଜର ସୁବାସରେ ଚତୁର୍ଦ୍ଦିଗ ମହକେଇ ଦେଲୁ, ତାହାହିଁ ମୋତେ ବେଶୀ ବିହ୍ବଳ କରିଦେଇଛି । ପୁଣି ବଲାଙ୍ଗୀରର ଏକ ଗ୍ରାମୀଣ ଉଚ୍ଚ ବିଦ୍ୟାଳୟର ତୁ ଛାତ୍ର । ମୁଁ ବନମାଳୀପୁର ପୁରୀର ଛାତ୍ର । ଆମ୍ଭର ମୋବାଇଲ୍ ଫୋନରୁ ପରିଚୟ ଆରମ୍ଭ । ପୁଣି ଶିଶୁମେଳା, କଟକର ବାରବାଟୀ ଷ୍ଟାଡିୟମରେ ଆମ ବନ୍ଧୁତ୍ଵ ସୃଷ୍ଟି ହୋଇଥିଲା । କାଲିପରି ମୋର ମନେ ଅଛି, ଆଜକୁ ତିନିବର୍ଷ ହେଲା ଆମର ପତ୍ରାଳାପ ଚାଲିଆସିଛି । ତୋତେ ଅଶେଷ ଧନ୍ୟବାଦ ଦେବା ସହିତ ମୋ’ ବାପାମାଆଙ୍କର ଆଶୀର୍ବାଦ ମଧ୍ୟ ଚିଠି ମାଧ୍ୟମରେ ଯାଉଛି ବୋଲି ଜାଣିବୁ । ତୁ କେଉଁ ବିଷୟରେ ଉଚ୍ଚତର ଅଧ୍ୟୟନ କରିବୁ ବୋଲି ଭାବିଛୁ,ଚିଠିରେ ଲେଖିବୁ । ତୋ’ ଚିଠି ଅପେକ୍ଷାରେ ରହିଲି । ହଁ, ତୁ ଯଦି ପୁରୀରେ ପଢ଼ିବାକୁ ଚାହିଁବୁ, ତେବେ ଆମ ଘରେ ରହି ପଢ଼ିପାରିବୁ । ସାଙ୍ଗ ହୋଇ ପଢ଼ିବା ।
ଇତି
ତୋର ଅନ୍ତରଙ୍ଗ ବନ୍ଧୁ
ବିକାଶ
ଠିକଣା ଡାକ ଚିକେଟ୍
ପ୍ରେରକ: ଗ୍ରାହକ :
ବିକାଶ କୁମାର ମହାରଣା ପ୍ରକାଶ କୁମାର ହାଁସଦା
ମାର୍ଫତ୍: ସନ୍ତୋଷ କୁମାର ମହାରଣା ମାର୍ଫତ୍ : କବୀନ୍ଦ୍ରକୁମାର ହାଁସଦା
ଗ୍ରାପୋ: ବନମାଳୀପୁର ଗ୍ରା: ତୁଷରା
ଜି: ପୁରୀ ପୋ: ତୁଷରା
ପିନ୍କୋଡ୍: ଜି : ବଲାଙ୍ଗିର
ପିନ୍କୋଡ୍:
COMMENTS