Letter to Younger Brother in Odia Language : In this article you will get ଘରବାଡ଼ିରେ ଗଛ ଲଗାଇବା ପାଇଁ ସାନଭାଇକୁ ଉପଦେଶ ଦେଇ ଚିଠିଟିଏ ଲେଖ । Sana...
Letter to Younger Brother in Odia Language: In this article you will get ଘରବାଡ଼ିରେ ଗଛ ଲଗାଇବା ପାଇଁ ସାନଭାଇକୁ ଉପଦେଶ ଦେଇ ଚିଠିଟିଏ ଲେଖ । Sana bhai Nikataku Patra in Odia
ସାନଭାଇକୁ ଚିଠିଟିଏ ଲେଖ । Letter to Younger Brother in Odia Language
ଗୌତମ ନଗର ଉଚ୍ଚ ବିଦ୍ୟାଳୟ
ଭୁବନେଶ୍ଵର
ତା.....
ଶ୍ରଦ୍ଧୟ ରାଜା,
ମୋର ଶୁଭାଶିଷ ଗ୍ରହଣ କରିବୁ । ବାପାବୋଉଙ୍କୁ ମୋର ଭୂମିଷ୍ଠ ପ୍ରଣାମ । ଜେଜେ ଓ ଜେଜେମାଆଙ୍କୁ ମୋର ପ୍ରଣିପାତ ଜଣାଇଦେବୁ । ଜଗନ୍ନାଥଙ୍କ କୃପାରୁ ତୁମେ କୁଶଳରେ ଥିବ ।
କାଲିପରି ଲାଗୁଛି । ଛଛନିଆ ଶାଳ, ପିଆଶାଳ ଚାରା ଗଛ ଗୁଡାକ ମୁଁ ଲଗେଇଥିଲି । ମୁଣ୍ଡ ଟେକି ଉଠିଯିବେଣି ସେମାନେ । ଆମ ବାଡ଼ିରେ ପ୍ରଶସ୍ତ ଜାଗା ରହିଛି । ଗଛ ମଣିଷର ଏତେ ଉପକାର କରୁଛି ଯେ ଜଣେ ପୋଷନ୍ତା ପୁଅ ମଧ୍ୟ ତା’ ତୁଳନାରେ ପଛରେ ପଡ଼ିଯିବ । ଆମକୁ ଅମ୍ଳଜାନ ଯୋଗାଇ ଆମ ଜୀବନରକ୍ଷା କରୁଛି । ବୃକ୍ଷ ପାଇଁ ବର୍ଷା ହେଉଛି । ଆମର ଦୈନନ୍ଦିନ ଜୀବନରେ ବୃକ୍ଷ ହିଁ ଆମର ଆତ୍ମୀୟ ସ୍ଵଜନ ହୋଇ ସାହାଯ୍ୟ କରୁଛି । ସତକହିବାକୁ ଗଲେ ମନୁଷ୍ୟର କ୍ରମୋନ୍ନତି, ସଭ୍ୟତା ଓ ସଂସ୍କୃତିର ପରିପୁଷ୍ଟି ପାଇଁ ବନର ଦାନ ଅବିସ୍ମରଣୀୟ । ବନୀକରଣ ବିଭିନ୍ନ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ମଣିଷ ସମାଜକୁ ରକ୍ଷା କରେ । ଏହି ବିଷୟ ତୁ ନିଶ୍ଚୟ ପୁସ୍ତକରେ ପଢ଼ିଥିବୁ । ବନୀକରଣ ରଚନା ଲେଖିଥିବୁ, ବୃକ୍ଷରୋପଣ କଥା ଭାବିନଥିବୁ । ଦେଖ୍ ରାଜା ! ଆମ ଘରବାଡ଼ିରେ ଅନେକ ଖୋଲାମେଲା ଜାଗା ରହିଛି, ସେଠାରେ ଆକାଶିଆ, ଝାଉଁ, ପଳାଶ, ଶାଳ ଗଛ ଲଗେଇବାକୁ ତୋତେ ମୁଁ ଅନୁରୋଧ କରୁଛି । ଦେଖିବୁ ଚାରାଗଛଗୁଡ଼ିକ ଦୁଇ ତିନୋଟି ମାସ ଭିତରେ ବଡ଼ ହୋଇ ବାହାରିପଡ଼ିବ । ସେ ପର୍ଯ୍ୟନ୍ତ ତୋତେ ଟିକିଏ । ଅଧୁକ ଧାନ ଦେବାକୁ ପଡ଼ିବ । ତୋତେ ବିଦ୍ୟାଳୟରେ ଗୁରୁଜୀ ବୃକ୍ଷରୋପଣ ପାଇଁ ବାରମ୍ବାର ଉପଦେଶ ଦେଉଥିବେ । ତୁ କିନ୍ତୁ ନ ଶୁଣିଲାପରି ରହିଯାଉଥିବୁ । ତୁ ପାଠ ପଢ଼ାରେ ମଧ୍ୟ ଧ୍ୟାନ ଦେଉନାହୁଁ ଶୁଣୁଛି । ତେଣୁ ଗଛ ଲଗାଇ ତା’ର ଯନ୍ ନେଲେ ତୁ ଆଉ ଶ୍ରମକାତର ହୋଇ ରହିବୁ ନାହିଁ । ତୋ’ ମନରେ ସାହସ ଓ । ଶରୀରରେ ଆପେ ଆପେ ବଳ ମାଡ଼ି ଆସିବ । ତୁ ଦେଖିବୁ ରାଜା ! ଚାରା ଗଛଟିଏ । ଜିଆଇଁ ଦେଲେ ଅଫୁରନ୍ତ ଆନନ୍ଦ ପାଇବୁ । ଆଜି ମଣିଷ ଗଛକାଟି ଚାଲିଛି । ପୋତିବାର ନାଆଁ ଗନ୍ଧ ଧରୁନି । ସେଥିପାଇଁ ବନ୍ୟା, ବାତ୍ୟା, ମରୁଡ଼ି, ଧୋଇ, ପ୍ରାକୃତିକ ଦୁର୍ବିପାକ ମଣିଷର ହୃଦତନ୍ତ୍ରୀକୁ ଥରାଇ ଦେଉଛି । ଭାଗବତରେ କୁହାଯାଇଛି;
‘ଆପଣା ହସ୍ତେ ଜିହ୍ଵା ଛେଦି,
କେ ଅଛି ତା’ର ପ୍ରତିବାଦୀ ।”
ମୋର ଅଖଣ୍ଡ ଆଶା ଓ ପ୍ରଚଣ୍ଡ ବିଶ୍ବାସ ଯେ ତୁ ମୋ’ ଉପଦେଶ ମାନିନେଇ ଘରବାଡ଼ିରେ ଚାରାଗଛ ସବୁ ଲଗାଇ ପାଣିଦେଇ ବଢ଼ାଇଥିବୁ । ସେଥିପାଇଁ ମୁଁ ଗୋଟିଏ ଭଲ ଉପହାର ତୋ’ ପାଇଁ ନେଇଯିବି, ରହିଲି ।
ଇତି
ତୋର ଶୁଭାକାଂକ୍ଷୀ
ଠିକଣା ଡାକ ଚିକେଟ୍
ପ୍ରେରକ: ପ୍ରାପକ :
ସନ୍ତୋଷକୁମାର ପାଟଯୋଶୀ ଜାନକୀବଲ୍ଲଭ ପାଟଯୋଶୀ
ସ୍ଥାନ: ଗୌତମନଗର ସ୍ଥାନ: ବାରମାଇଲ୍
ଉଚ୍ଚ ବିଦ୍ୟାଳୟ ପୋ:ବାରମାଇଲ୍
ପୋ:ଭୁବନେଶ୍ବର ଜି: ମୟୁରଭଞ୍ଜ
ଜି: ଖୋର୍ଦ୍ଧା ପିକୋଡ୍ :
ପିକୋଡ୍ : ୭୫୧୦୧୪
COMMENTS