Sunday, 28 February 2021

ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ପତ୍ର। Letter to Principal for Hostel facility in Odia

Letter to Principal for Hostel facility in Odia: In this article you will get ସ୍କୁଲ ଛାତ୍ରାବାସରେ ସ୍ଥାନ ପାଇବା ପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ । Pradhan shikshak nka nikataku patra in Odia.

ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ପତ୍ର। Letter to Principal for Hostel facility in Odia

ମାନନୀୟ କବିସୂର୍ଯ୍ୟନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

ମହୋଦୟ............................ସମୀପେଷୁ ।

(ଶ୍ରେଣୀ ଶିକ୍ଷକଙ୍କ ଜରିଆରେ)

ମହାଶୟ,

ନିବେଦନର ଅଭିପ୍ରାୟ ଏହିକି ମୁଁ ଚଳିତ ବର୍ଷ ପାତ୍ରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଅଷ୍ଟମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଆପଣଙ୍କ ବିଦ୍ୟାଳୟର ନବମ ଶ୍ରେଣୀରେ ନାମ ଲେଖାଇଛି । ଆମ ଘରଠାରୁ ବିଦ୍ୟାଳୟ ପ୍ରାୟ ଆଠ କିଲୋମିଟର ଦୂର । ଦୈନନ୍ଦିନ ଏତେବାଟ ଯିବା ଆସିବା କରି ପାଠ ପଢ଼ିବା ମୋ ପକ୍ଷେ ଅତ୍ୟନ୍ତ କଷ୍ଟଦାୟକ ଅଟେ । ଅଧୂକନ୍ତୁ ଆମର ଏକ ବହୁକୁଟୁମୀ ପରିବାର ହୋଇଥିବାରୁ ଘରେ ପଢ଼ାପଢ଼ି କରିବା ପାଇଁ ଉତ୍ତମ ପରିବେଶ ନାହିଁ । ଏହି କାରଣରୁ ମୁଁ ସ୍କୁଲ ଛାତ୍ରାବାସରେ ରହିବାକୁ ମନସ୍ଥ କରିଅଛି । ମୋର ପିତା ଜଣେ ଚାଷୀ ହେଲେ ମଧ୍ୟ ଛାତ୍ରାବାସ ବାବଦ ସମସ୍ତ ଖର୍ଚ୍ଚ ବହନ କରି ପାରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏଣୁ ମୋର ସବିନୟ ଅନୁରୋଧ, ଆପଣ ସ୍କୁଲ ଛାତ୍ରାବାସରେ ମୋ ପାଇଁ ଗୋଟିଏ ସ୍ଥାନ ମଞ୍ଜୁର କଲେ ମୁଁ ଆପଣଙ୍କର ନିକଟରେ ଚିରକୃତଜ୍ଞ ହୋଇ ରହିବି ।

। ଇତି ।

ଆପଣଙ୍କର

ଆଜ୍ଞାଧୀନ ଛାତ୍ର

ବିଭୁପ୍ରସାଦ ସ୍ବାଇଁ

ନବମ (ଖ) ଶ୍ରେଣୀ


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: