Letter to Father about your studies in Odia Language : In this article you will get ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ କ...
Letter to Father about your studies in Odia Language: In this article you will get ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ କ'ଣ କରିବ ଜଣାଇ ପିତାଙ୍କ ନିକଟକୁ ପତ୍ର ଲେଖ । Letter to father describing your aim in life in odia
Letter to Father about your studies in Odia Language
ପୁରୀ ଜିଲ୍ଲା ସ୍କୁଲ
ତା...........
ପୂଜାଧାର ବାପା,
ପ୍ରଣାମ ନେବେ । ବୋଉ ଓ ଅନ୍ୟାନ୍ୟ ଗୁରୁଜନମାନଙ୍କୁ ମୋର ନମସ୍କାର । ମାନୁକୁ ମୋର ଆଶୀର୍ବାଦ ଜଣାଇଦେବେ । ଆପଣଙ୍କ ଆଶୀର୍ବାଦରୁ ମୋର ଶରୀର ସୁସ୍ତ ଅଛି । ଆଜି ହାଇସ୍କୁଲ ବୋର୍ଡ ପରୀକ୍ଷା ସରିଲା । ହଷ୍ଟେଲରେ ବସି ଚିଠି ଲେଖୁଛି । ଏଠାରେ ଆସନ୍ତା ପାଠପଢ଼ା +୨ ବିଜ୍ଞାନ ପାଇଁ ଟ୍ୟୁସନ ଆରମ୍ଭ ହେଉଛି । ତେଣୁ ସେଠାରେ ଛୁଟି ଦିଆଗଲେ ଘରକୁ ଯିବି । ପରୀକ୍ଷାରେ ମୋର ବହୁତ ଭଲ ହୋଇଛି । ପ୍ରାୟ ୯୪ ପ୍ରତିଶତ ମାର୍କ ରହିବ ବୋଲି ମୋର ଦୃଢ଼ ବିଶ୍ୱାସ । ତୁମେ ମୋର ଭବିଷ୍ୟତ ପାଠପଢ଼ା ସମ୍ପର୍କରେ ଜାଣିବାକୁ ଚାହିଁଥିଲ । ତାହା ଏଠାରେ ଲେଖୁଛି ।
ବାପା ! ମୁଁ ତୁମର ଦୁଇ ଝିଅ ମଧ୍ୟରୁ ଗୋଟିଏ । ପରିବାରର ବଡ଼ ଝିଅ ଭାବରେ ମୋର କର୍ତ୍ତବ୍ୟରେ ମୁଁ କେବେ ଅବହେଳା କରିନାହିଁ । ଫଳ ନିଶ୍ଚୟ ପାଇବି । ଆଜିକାଲି ଝିଅପିଲାମାନେ ଭଲ ପାଠ ପଢ଼ି ଅନେକ ଉଚ୍ଚ ପଦପଦବୀରେ ରହି ପାରୁଛନ୍ତି । ଜଣେ ଡାକ୍ତରାଣୀ ହେବାକୁ ମୋର ପ୍ରବଳ ଇଚ୍ଛା । ସେଥିପାଇଁ ମୋତେ +୨ ବିଜ୍ଞାନ ପଢ଼ିବାକୁ ପଡିବ । ମୁଁ ଏସ.ସି.ଏସ୍. ମହାବିଦ୍ୟାଳୟରେ ପଢ଼ିବା ପାଇଁ ମନସ୍ଥ କରିଛି । ଏବେ ତ ଅନ୍ ଲାଇନ୍ରେ ଫର୍ମ ପଡ଼ିବ । ମୁଁ ପ୍ରଥମେ ଏସ.ସି.ଏସ୍ ଜୁନିୟର କଲେଜର ନାମ ହିଁ ଚୟନ କରିବି। ମୋର ଦୃଢ଼ ବିଶ୍ୱାସ ସେଠାରେ ମୋତେ ପଢ଼ିବାକୁ ସୁଯୋଗ ଜଗନ୍ନାଥ ମହାପ୍ରଭୁ ନିଶ୍ଚୟ ଦେଇଦେବେ । ଏଠାରେ ଥିବା ଟ୍ୟୁଟୋରିଆଲ ସଂସ୍ଥାରେ ମୁଁ ଟ୍ୟୁସନ ହେବି । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ଜୀବ ବିଜ୍ଞାନ ବିଷୟ ନେଇ ମୁଁ ପଢ଼ିବି । ଏସ.ସି.ଏସ. ଜୁନିୟର ମହାବିଦ୍ୟାଳୟରେ ଭଲ ପଢ଼ା ହେଉଛି । ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଦେଲା ବେଳେ ଯେଉଁପରି ପରିଶ୍ରମ କରିଥିଲି ତା’ର ଦୁଇଗୁଣ ପରିଶ୍ରମ କରିବି । ନିଶ୍ଚିତ ଭାବରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବି । ବାପା ! ମୁଁ ତୁମ ପ୍ରେରଣାରୁ କର୍ମରେ ହିଁ ବିଶ୍ବାସ କରେ । କର୍ମ କରୁଛି ମାନେ ଫଳ ନିଶ୍ଚୟ ମିଳିବ । ଶ୍ରୀଜଗନ୍ନାଥଙ୍କ ଉପରେ ମୋର ଅଖଣ୍ଡ ବିଶ୍ୱାସ ରହିଛି । ଏହି +୨ ପରୀକ୍ଷା ପରେ ମୁଁ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଦେବି । ଦୃଢ଼ ଆଶା ରହିଛି ସେଥରେ ଉତ୍ତୀର୍ଣ୍ଣ ହେବି । ଯଦିଓ ଏହା ଅତ୍ୟନ୍ତ କଷ୍ଟ, ଏଥିପାଇଁ ଭୁବନେଶ୍ବରରେ ରହି ଏକବର୍ଷ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବି । ତା’ପରେ ଡାକ୍ତରୀ ପାଠ ପଢ଼ିବା ପାଇଁ ଭଲ ବ୍ୟାଙ୍କରେ ମୋ’ ନାଁ ରହିବ । ବାପା ମାଆଙ୍କ ଆଶୀର୍ବାଦ ନେଇ ସନ୍ତାନମାନେ ବଡ଼ହୁଅନ୍ତି । ଆଜି ପର୍ଯ୍ୟନ୍ତ ମୁଁ ସବୁଶ୍ରେଣୀରେ ପ୍ରଥମ ହୋଇ ଆସିଅଛି । ମୋ’ ଉପରେ ଭରସା ରଖିବ । ଅର୍ଥ ପାଇଁ ଚିନ୍ତା କରିବ ନାହିଁ । ଆଜିକାଲି ଭଲ ପାଠ ପଢ଼ିଲେ ବ୍ୟାଙ୍କରୁ ଅର୍ଥ ଋଣ ମିଳିଯିବ । ଏ ବିଷୟରେ ଆପଣଙ୍କ ମତାମତ ଓ ଉପଦେଶ କାମନା କରୁଛି ।
ଇତି
ଆପଣଙ୍କର ସ୍ନେହର କନ୍ୟା
ପ୍ରଜ୍ଞା
ଠିକଣା
ଡାକ ଚିକେଟ୍
ପ୍ରେରକ: ପ୍ରାପକ:
ପ୍ରଜ୍ଞା ପାରମିତା ଭଟ୍ଟ ପୂର୍ଣ୍ଣଚନ୍ଦ୍ର ଭଟ୍ଟ
ପୁରୀ ଜିଲ୍ଲା ସ୍କୁଲ, ସ୍ଥାନ: ସ୍ବାଇଁକେରା
ଷ୍ଟେସନ ରୋଡ୍ ପୋ: କେରାଣ୍ଡିପୁର
ଜି: ପୁରୀ ଜି: ପୁରୀ
ପିନ୍କୋଡ୍ : ପିନ୍କୋଡ୍ :
COMMENTS