Letter to Mother about Your Aim in Life in Odia : In this article you will get ମନକଥା ଲେଖୁ ମାଆ/ବୋଉଙ୍କ ପାଖକୁ ଏକ ପତ୍ର ଲେଖ । Maa nka nikataku...
Letter to Mother about Your Aim in Life in Odia: In this article you will get ମନକଥା ଲେଖୁ ମାଆ/ବୋଉଙ୍କ ପାଖକୁ ଏକ ପତ୍ର ଲେଖ । Maa nka nikataku patra odia
ମାଆ ପାଖକୁ ପତ୍ର ଲେଖ । Letter to Mother about Your Aim in Life in Odia
ତୁମେ ତୁମ ଭବିଷ୍ୟତ ପଢ଼ା ନେଇ ଯାହା ଚିନ୍ତା କରୁଛି, ସେ ବିଷୟରେ । ମନକଥା ଲେଖୁ ମାଆ/ବୋଉଙ୍କ ପାଖକୁ ଏକ ପତ୍ର ଲେଖ ।
ହରିହର ବିହାର
ତା.............
ପୂଜନୀୟା ବୋଉ,(ମାଆ)
ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବୁ । ବାପାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଜଣାଇବା ସହିତ ମାମୁନ୍ ଓ ସିମୁଙ୍କୁ ମୋର ସ୍ନେହାଶିଷ ଜଣାଇଦେବୁ । ପରମ କରୁଣାମୟ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ତୁମେମାନେ ସୁସ୍ଥ ଶରୀର ଓ ସୁସ୍ଥ ମନରେ ସପରିବାର ବାସ କରୁଥିବ । ଗତକାଲି ତୋ’ ଚିଠିଟି ପାଇଛି । ମୁଁ ଭବିଷ୍ୟତରେ କ’ଣ ହେବି ସେଇ ବିଷୟରେ ତୁ ବାରମ୍ବାର ଚିନ୍ତିତ । ତେଣୁ ଏଠାରେ ମନକଥା ଲେଖୁଛି ।
ବୋଉଲୋ ! ମୋ’ ଭବିଷ୍ୟତ ନେଇ ନିଶ୍ଚୟ ତୁ ଏବଂ ବାପା କେତେ କେତେ ସ୍ଵପ୍ନ ଦେଖୁଥବ । ଏ ଦୁନିଆରେ ମଣିଷର ଅର୍ଥ ଆବଶ୍ୟକ । ମାତ୍ର ଅଧୁକ ଅର୍ଥ ରୋଜଗାର କରିବାର ପ୍ରବୃତ୍ତି ମୋ’ ପାଖରେ ନାହିଁ । ମୁଁ ଜାଣେ ହାତ ଥୁଲେ ଭାତର ଅଭାବ ରହିବ ନାହିଁ । ବର୍ତ୍ତମାନ ମଣିଷ ସ୍ବାର୍ଥ ପାଇଁ ସବୁକୁ ପଛରେ ପକେଇ ଅର୍ଥ ଉପାର୍ଜନରେ ଲାଗିପଡ଼ିଛି । ତେଣୁ ସମାଜରେ ଭଲ ମଣିଷ ପୁଞ୍ଜିଏ ମିଳିବା କଷ୍ଟକର ହେଲାଣି । ମୁଁ ଭଲ ପାଠ ପଢୁଛି । ନିଶ୍ଚୟ ଭବିଷ୍ୟତରେ ସ୍ନାତକୋତ୍ତର ପରୀକ୍ଷାରେ ଭଇ ନମ୍ବର ରଖି ଉତ୍ତୀର୍ଣ୍ଣ ହେବି । ଜଣେ ଆଦର୍ଶ ଅଧ୍ୟାପକ ହୋଇ ଦେଶର ଭବିଷ୍ୟତ ନାଗରିକ ଗଠନ କରିବାର ଦାୟିତ୍ବ ବହନ କରିବି । ଆଦର୍ଶ ନାଗରିକ ହିଁ ଆମ ଦେଶରୁ ଅନ୍ୟାୟ, ଦୁର୍ନୀତି ଓ ଅତ୍ୟାଚାର ଲୋପ କରିପାରିବେ । ଡାକ୍ତର, ଓକିଲ, ମନ୍ତ୍ରୀ, ବିଧାୟକ, ଯନ୍ତ୍ରୀ ଠାରୁ ଆରମ୍ଭ କରି ଶ୍ରମିକ, କୃଷକ ସମସ୍ତେ ଆଦର୍ଶ ପଥରେ ଚାଲିଲେ ଆମ ଦେଶରେ ଗାନ୍ଧିଜୀଙ୍କର ସ୍ଵପ୍ନର ଭାରତ ସାକାର ହୋଇପାରିବ । ମୁଁ ମୋର ଆଦର୍ଶ ଶିକ୍ଷାଦାନ ମାଧ୍ୟମରେ ଆଦର୍ଶ ଭବିଷ୍ୟତ ନାଗରିକ ଗଠନ କରିବା ପାଇଁ ସ୍ଥିର କରିଛି । ଏହିପରି ଏକ ମହତ ଲକ୍ଷ୍ୟ ନେଇ ମୁଁ ଆଗେଇ ଚାଲିଛି । ଜଣେ ଆଦର୍ଶ ଛାତ୍ରୀ ଭାବରେ ମୁଁ ବର୍ତ୍ତମାନ ମୋ’ ପରିସର ମଧ୍ୟରେ ସୁପରିଚିତ ।
ବୋଉ ! ଏସବୁ ସଦ୍ଭାବନା, ସଚିନ୍ତା ମୋର ଗୁରୁଜୀମାନଙ୍କର ପ୍ରେରଣା ଯୋଗୁଁ ମୋ’ ମନରେ ବସା ବାନ୍ଧିଛି । ସେଥିପାଇଁ ତୋର ଓ ବାପାଙ୍କର ଆଶୀର୍ବାଦ ଏକାନ୍ତ ଆବଶ୍ୟକ । ସାନ ଭଉଣୀମାନଙ୍କର ପଢ଼ାପଢ଼ି ଦେଖୁବୁ, ଯନ୍ ନେଉଥିବୁ । ତୋ’ ଚିଠି ଅପେକ୍ଷାରେ ରହିଲି । ଇତି ।
ତୋର ସ୍ନେହର ବଡ଼ଝିଅ
ଲିପି
ଠିକଣା
ଡାକଚିକେଟ୍
ପ୍ରେରକ : ପ୍ରାପକ
ପ୍ରଜ୍ଞାପାରମିତା ମିଶ୍ର ବୀଣାପାଣି ମିଶ୍ର
ସ୍ଥାନ : ହରିହର ବିହାର ସ୍ଥାନ : ପ୍ଲଟ୍ ନଂ ଏନା ୬୦ ୨
ଡାକ : ସର୍ବୋଦୟନଗର ଡାକ : ନୂଆପଲ୍ଲୀ, ଭୁବନେଶ୍ବର
ଜିଲ୍ଲା : ପୁରୀ ଜିଲ୍ଲା : ଖୋର୍ଦ୍ଧା
ପିନ୍କୋଡ୍ : ପିନ୍କୋଡ୍
COMMENTS