Essay on Family Welfare in Odia Language : In this article " ପରିବାର କଲ୍ୟାଣ ରଚନା ", " Parivar Kalyan Rachna in Odia for stude...
Essay on Family Welfare in Odia Language: In this article "ପରିବାର କଲ୍ୟାଣ ରଚନା", "Parivar Kalyan Rachna in Odia for students of class 5, 6, 7, 8, 9, and 10.
Odia Essay on "Family Welfare", "ପରିବାର କଲ୍ୟାଣ ରଚନା" for Students
ଉପକ୍ରମ : ପରିବାର ହେଉଛି ପୃଥିବୀର ଏକ ସର୍ବପ୍ରାଚୀନ ଅନୁଷ୍ଠାନ । ସଭ୍ୟତାର ବିକାଶଧାରାରେ ଏହାର ଅବଦାନ ଅନନ୍ୟ ଅଟେ । ଦିନେ ଯେଉଁ ବସୁଧା-ମାତା ବିଧାତାର ଶ୍ରେଷ୍ଠ ଉପହାର ସ୍ଵରୂପ ମାନବଶିଶୁକୁ କୋଳରେ ଧରି କେତେ ଆଶା, ଆକାଂକ୍ଷା ଓ ସମ୍ଭାବନାରେ ଉଫୁଲ୍ଲ ହୋଇ ଉଠିଥିଲା, ସେ ବସୁଧା ଆଜି ପାନବର ପାଦଭାରରେ ପହିତା ହୋଇ ତ୍ରାହି ତ୍ରାହି ଡାକୁଛି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପୃଥିବୀରେ ଏକ ଅସ୍ଥିର ଓ ଉତ୍କଣ୍ଠାପୂର୍ଣ୍ଣ ବାତାବରଣ ସୃଷ୍ଟି କରିଛି । ଦୁଃଖ ଓ ଅବସାଦଗ୍ରସ୍ତ ଦରିଦ୍ର ପିତାମାତା ଆଜି ପରିବାରରେ ଏକ ନବଜାତକର ପ୍ରଥମ କ୍ରନ୍ଦନଧ୍ୱନିକୁ ଆଉ ମଙ୍ଗଳନାଦ ରୂପେ ଗ୍ରହଣ ନକରି ତାକୁ ଅଭିସମ୍ପାଦ ରୂପେ ବିଚାର କରୁଛନ୍ତି । ଜନସଂଖ୍ୟାର ଦ୍ରୁତ ପରିବର୍ତ୍ତନ ଫଳରେ ଉତ୍କଟ ଖାଦ୍ୟାଭାବ, ବେକାର ସମସ୍ୟା, ଅର୍ଥନୈତିକ ଅନିଶ୍ଚିତତା, ସାମାଜିକ ଅସ୍ଥିରତା ଇତ୍ୟାଦି ଜାତୀୟ କଲ୍ୟାଣ ଦୃଷ୍ଟିରୁ ପରିବାରର ଆକାରକୁ ସୀମିତ ରଖିବାର ଆବଶ୍ୟକତା ଗଭୀର ଭାବରେ ଅନୁଭୂତ ହେଉଅଛି ।
ପରିବାର ନିୟନ୍ତ୍ରଣର ଆବଶ୍ୟକତା : ଆଜିକୁ ଦେଢ଼ଶହ ବର୍ଷ ପୂର୍ବେ ପ୍ରଖ୍ୟାତ ଅର୍ଥନୀତିଜ୍ଞ Malthus ନିଜର ସୂକ୍ଷ୍ମ ଦୂରଦୃଷ୍ଟି ବଳରେ କ୍ରମବର୍ଦ୍ଧିତ ଜନସଂଖ୍ୟାର ଭୟାବହ ପରିଣତିକୁ ହୃଦୟଙ୍ଗମ କରିପାରିଥିଲେ । ଏଥ ନିମନ୍ତେ ସେ ସମସ୍ତ ଚିନ୍ତାଶୀଳ ବ୍ୟକ୍ତିମାନଙ୍କର ଦୃଷ୍ଟି ଆକର୍ଷଣ କରି ମାନବ ସମାଜକୁ ଯେଉଁ ଚେତାବନୀ ଶୁଣାଇଥିଲେ, ଆଜି ତାହା ଅକ୍ଷରେ ଅକ୍ଷରେ ସତ୍ୟ ବୋଲି ପ୍ରମାଣିତ ହୋଇଛି । ସୁଦୂର ଅତୀତରେ ନେପୋଲିୟନ ଏ ସମ୍ପର୍କରେ ମତ ଦେଇ ଥରେ କହିଥିଲେ ଯେ, ପ୍ରତ୍ୟେକ ଦମ୍ପତିଙ୍କର ଅତିବେଶିରେ ମାତ୍ର ତିନୋଟି ସନ୍ତାନ କାମ୍ୟ । ଅନିୟନ୍ତ୍ରିତ ଜନସଂଖ୍ୟା ଯୋଗୁଁ ଆଜି ସମାଜରେ ଖାଦ୍ୟ, ବସ୍ତ୍ର, ବାସଗୃହ, କର୍ମସଂସ୍ଥାନ ଇତ୍ୟାଦି ବିଭିନ୍ନ ପ୍ରକାର ସମସ୍ୟାମାନ ସୃଷ୍ଟି ହୋଇଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନର ଅଭାବ, ଶିକ୍ଷିତ ଯୁବକ ଯୁବତୀଙ୍କ ପାଇଁ ଚାକିରିର ଅଭାବ, ସାଧାରଣ ଜନତାଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥାର ଅଭାବ । ସେଥ ସହିତ ଖାଦ୍ୟ ଓ ବାସଭୂମିର ମଧ୍ୟ ଅଭାବ ହେଉଛି । ସେହି କାରଣରୁ ସମାଜରେ ହତ୍ୟା, ଲୁଣ୍ଠନ, ଧର୍ଷଣ ଭଳି ବହୁ ଜଘନ୍ୟ ଅପରାଧମାନ ଘଟୁଛି । ଜନବିସ୍ତୋରଣ ଫଳରେ ଏବେ ପରିବେଶ ପ୍ରଦୂଷଣ ଭଳି ଏକ ଅଧୁକ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷଜ୍ଞମାନେ ସତର୍କ ବାଣୀ ଶୁଣାଇ କହିଦେଲେଣି ଯେ ପୃଥିବୀରେ ଯଦି ମନୁଷ୍ୟକୁ ଶୋଇବା ପାଇଁ ମଧ୍ୟ ସ୍ଥାନ ମିଳିବ ନାହିଁ, ସେ କେବଳ ଠିଆ ହୋଇ ରହିବାକୁ ବାଧ୍ୟ ହେବ ।
ଭାରତ ଭଳି ଏକ ସୁବିଶାଳ ରାଷ୍ଟ୍ରର ସଂଖ୍ୟାଧୁକ ନରନାରୀଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, କର୍ମସଂସ୍ଥାନ ନିମନ୍ତେ ସମ୍ବଳର ଘୋର ଅଭାବ । ବିଗତ ପାତ୍ର ପଚାଶ ବର୍ଷ ମଧ୍ୟରେ ଭାରତର ଜନସଂଖ୍ୟା ୩୬ କୋଟିରୁ ବଦ୍ଧିତ ହୋଇ ବିଂଶ ଶତାବ୍ଦୀର ଶେଷ ବେଳକୁ ତାହା ୧୦୦ କୋଟିରେ ପହଞ୍ଚିଲାଣି । ଜନବହୁଳତାରେ ଭାରତ ପୃଥିବୀରେ ଦ୍ବିତୀୟ ସ୍ଥାନ ଅଧୁକାର କରିଛି । ଯଥାଶୀଘ୍ର ଏହାର ନିୟନ୍ତ୍ରଣ କରା ନଗଲେ ଆମକୁ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିବ । ଏହା ବର୍ତ୍ତମାନ ସମସ୍ତଙ୍କ ପ୍ରତି ଏକ ଆହ୍ବାନ ସଦୃଶ ।
ସରକାରୀ ଯୋଜନା : ଏହି ଜାତୀୟ ସମସ୍ୟାର ସମାଧାନ ନିମନ୍ତେ ସରକାର ପରିବାର କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି । ପ୍ରଥମ କରି ୧୯୫ ୧ ମସିହାରେ ଭାରତ ସରକାର ପରିବାର ନିୟନ୍ତ୍ରଣ ବା Family Planning ନାମରେ ଏହି ଯୋଜନାଟିକୁ ଆରମ୍ଭ କରିଥିଲେ । ପରେ ଏହାକୁ ପରିବାର କଲ୍ୟାଣ ଯୋଜନା ନାମରେ ନାମିତ କରାଯାଇଛି । ଜନସଂଖ୍ୟା ବୃଦ୍ଧିର କାରଣ ଉପରେ ଅନୁସନ୍ଧାନ କରି ଗବେଷଣା ଦ୍ଵାରା ଜନ୍ମନିରୋଧର ନୂତନ ନୂତନ ସୂକ୍ଷ୍ମ ଉପାୟମାନ ଉଭାବନ ଦିଗରେ ଧ୍ୟାନ ଦିଆଯାଉଛି । ଜନସାଧାରଣଙ୍କୁ ଆବଶ୍ୟକ ଶିକ୍ଷା ଦେବା ତଥା ଉପଯୁକ୍ତ ତାଲିମପ୍ରାପ୍ତ କର୍ମୀଙ୍କ ଦ୍ଵାରା ପରିବାର ନିୟନ୍ତ୍ରଣ କେନ୍ଦ୍ରମାନ ଖୋଲି ଏହି ଯୋଜନାକୁ । ଲୋକପ୍ରିୟ କରାଇବାର ଉଦ୍ୟମ ହେଉଛି । ପରିବାର କଲ୍ୟାଣ କେନ୍ଦ୍ରମାନଙ୍କ ଜରିଆରେ ଦାତବ୍ୟ ଭାବରେ ଔଷଧ ଓ ଉପଦେଶ ବଣ୍ଟନ କରି ଓ ପ୍ରଚାର ସାହିତ୍ୟ, ପ୍ରଚାର ପତ୍ର ଓ ଟେଲିଭିଜନ ଜରିଆରେ ବଦ୍ଧିତ ଜନସଂଖ୍ୟାର ଭୟାବହତାକୁ ସାଧାରଣ ଲୋକଙ୍କୁ ହୃଦୟଙ୍ଗମ କରାଇ ଦିଆଯାଉଛି । ଛୋଟ ପରିବାରକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାରୀ କର୍ମଚାରୀମାନଙ୍କ ନିମନ୍ତେ କେତେକ ସ୍ଵତନ୍ତ୍ର ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି । ତଦନୁଯାୟୀ ଗୋଟିଏ ବା ଦୁଇଟି ସନ୍ତାନ ବିଶିଷ୍ଟ ପରିବାରକୁ ସବୁଜ ପତ୍ର (Green Card) ପ୍ରଦାନ କରାଯାଇ, ସେହି ପରିବାରର ପୁତ୍ରକନ୍ୟାଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଅଧୁକ ସୁବିଧା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏପରିକି ଦୁଇଟିରୁ ଅଧୁକ ସନ୍ତାନର ଜନକ ଜନନୀଙ୍କୁ କୌଣସି ପ୍ରତିନିଧେ ନିର୍ବାଚନରେ ପ୍ରାର୍ଥୀ ହେବାକୁ ବାରଣ କରାଯିବା ପାଇଁ ମଧ୍ୟ ଆଇନ୍ ତିଆରି ହେଲାଣି ।
ପ୍ରତିବନ୍ଧକ : ଏହି ସମସ୍ତ ବ୍ୟବସ୍ଥା ଅବଲମ୍ବନ କରାଯାଇ ମଧ୍ୟ ଭାରତରେ ଜନ୍ମହାର ଆଶାନୁରୂପ ହ୍ରାସ କରାଯାଇ ପାରିନାହିଁ । ଏଥିପାଇଁ(୧) ନିରକ୍ଷରତା, (୨) ଲୋକମାନଙ୍କ ମଧ୍ୟରେ ଥିବା କୁସଂସ୍କାର, (୩) ବାଳ ବିବାହ (Early Marriage), (୪) ଉଚ୍ଚତର ମନୋବୃତି ଓ ସଂଯମ ଶକ୍ତିର ଅଭାବ, (୫) ଧର୍ମ ବିଶ୍ବାସର ପ୍ରାବଲ୍ୟ ତଥା(୬) ଶିକ୍ଷିତ ସଂପ୍ରଦାୟର ଔଦାସିନ୍ୟ ଇତ୍ୟାଦି ଦାୟୀ । ଧାର୍ମିକ ରକ୍ଷଣଶୀଳତା ଯୋଗୁଁ କେତେକ ସଂପ୍ରଦାୟର ଲୋକେ ଜାତୀୟ ଜନ୍ମନିୟନ୍ତ୍ରଣ ନୀତିକୁ ଉପେକ୍ଷା କରି ଚାଲିଛନ୍ତି । ଜନସଂଖ୍ୟା ନିୟନ୍ତ୍ରଣ ଏକ ଜାତୀୟ ସମସ୍ୟା ହୋଇଥିବାରୁ ସେଠାରେ ଧର୍ମ ଓ ସଂପ୍ରଦାୟର ପ୍ରଶ୍ନ ଉଠିବା ଅନୁଚିତ୍ । ଦେଶର ସଂଖ୍ୟାଧୁକ ଅଶିକ୍ଷିତ ନରନାରୀ ଆଜି ମଧ୍ୟ ଶିଶୁକୁ ଈଶ୍ବରଙ୍କ ଦାନରୂପେ ଗ୍ରହଣ କରି ଜନ୍ମନିରୋଧ ଧର୍ମତଃ ପାପ ଓ ନୈତିକତାବୋଧକ ବୋଲି ବିବେଚନା କରନ୍ତି ।
ହିନ୍ଦୁ ଧର୍ମରେ ଉଲ୍ଲେଖ ଅଛି ଯେ, ପୁତ୍ରହୀନ ବ୍ୟକ୍ତି ଜୀବନରେ ନିର୍ବାଣ ଲାଭ କରିପାରେ ନାହିଁ ଏବଂ ସେଥିପାଇଁ ତାକୁ ପରଲୋକରେ ଅକଥନୀୟ ଯାତନା ବରଣ କରିବାକୁ ପଡ଼େ । ଏହି କାରଣରୁ ଧର୍ମଭୀରୁ ହିନ୍ଦୁମାନେ ସଂଖ୍ୟାଧୂକ ପୁତ୍ରକନ୍ୟା ଲାଭକରି ନିଜକୁ ସମାଜ ଚକ୍ଷୁରେ ଗୌରବାନ୍ବିତ ମନେ କରନ୍ତି । କେତେକ ହିନ୍ଦୁଙ୍କ ଭଳି ଧର୍ମଗତ କୁସଂସ୍କାର ଯୋଗୁ ମୁସଲମାନ ଓ କ୍ୟାଥୋଲିକ ସମ୍ପ୍ରଦାୟ ପରିବାର ନିୟନ୍ତ୍ରଣର ତୀବ୍ର ବିରୋଧୀ । ଗ୍ରାମବହୁଳ ଭାରତୀୟ ରାଷ୍ଟ୍ରରେ ସୁଦୂର ପଲ୍ଲୀ ଅଞ୍ଚଳରେ ବାସକରୁଥିବା ଦରିଦ୍ର ଓ ନିମ୍ନ ସମ୍ପ୍ରଦାୟର ଲୋକମାନେ କର୍ମକ୍ରାନ୍ତ ଜୀବନରେ ସ୍ତ୍ରୀକୁ ଏକମାତ୍ର ସୟୋଗ ବସ୍ତୁରୂପେ ଗ୍ରହଣ କରିଥା'ନ୍ତି । ଏହିସବୁ କାରଣରୁ ଦ୍ରୁତତର ଜନବୃଦ୍ଧି ହୋଇ ଯୋଜନାର ପଥ ଅବରୁଦ୍ଧ କରୁଅଛି ।
ଜନ୍ମନିରୋଧ ନିମନ୍ତେ ଅନୁସୃତ ବୈଜ୍ଞାନିକ ପନ୍ଥା ଏବଂ କୃତ୍ରିମ ସାଧନଗୁଡ଼ିକ ଏ ପର୍ଯ୍ୟନ୍ତ ବିଶ୍ବାସଯୋଗ୍ୟ ତଥା ସୂକ୍ଷ୍ମ, ସହଜ ଓ ସରଳ ହୋଇ ପାରି ନଥିବା ଯୋଗୁଁ ପରିବାର ନିୟନ୍ତ୍ରଣ ଯୋଜନା ଆଶାନୁରୂପ ସଫଳ ହୋଇ ପାରୁ ନାହିଁ । ସାଧାରଣ ଅଶିକ୍ଷିତ ନରନାରୀଙ୍କ ନିମନ୍ତେ ସୁବୋଧ୍ୟ ଉପଦେଶ ସହିତ ଅନ୍ଧାୟାସରେ ଉପଯୋଗ କରିପାରିବା ଭଳି ଶସ୍ତା ସର୍ବଜନସୁଲଭ, ବିଶ୍ଵାସଯୋଗ୍ୟ ବୈଜ୍ଞାନିକ ଉପକରଣ ଉଭାବିତ ହେବା ଆବଶ୍ୟକ ।
ଲୋକମାନଙ୍କର ନୈତିକ ଚିନ୍ତା ଏବଂ ଦୂରଦୃଷ୍ଟିକୁ ସଂପ୍ରସାରିତ କରି, ଦେଶରୁ ବାଲ୍ୟବିବାହ ପ୍ରଥା ବିଲୋପ କରି ଓ ବିବାହର ନିମ୍ନତମ ବୟସ ନିର୍ଦ୍ଧାରଣ କରି ଏ ଦିଗରେ କେତେକ ପରିମାଣରେ ସଫଳତା ହାସଲ କରାଯାଇପାରେ । ବାଳିକାମାନଙ୍କର ସର୍ବନିମ୍ନ ବିବାହ ବୟସ ୨୧କୁ ବଢ଼ାଇ ଦିଆଯାଇଛି । ସ୍କୁଲ କଲେଜର ପାଠ୍ୟ ବସ୍ତୁରେ ଯୌନଶିକ୍ଷାକୁ ଅନ୍ତର୍ଭୁକ୍ତ କରି ଏ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ମନରେ ଏକ ସୁଳ ଧାରଣା ଜନ୍ମାଇଲେ ସେମାନଙ୍କର ଉତ୍ତେଜନା ଓ ଉଛୁଙ୍ଗଳତା ବହୁ ପରିମାଣରେ ହ୍ରାସ ପାଇବ ବୋଲି କେତେକ ଗୁରୁତ୍ବପୂର୍ଣ୍ଣ ସହିତ ବିଚାର କରୁଛନ୍ତି ।
ଶେଷକଥା : ପରିବାର ନିୟନ୍ତ୍ରଣ ଆନ୍ଦୋଳନକୁ ସଫଳ କରିବା ନିମନ୍ତେ ଭାରତ ଭଳି ଦରିଦ୍ର ଓ ଅନଗ୍ରସର ରାଷ୍ଟ୍ରରେ ଶିକ୍ଷିତ ବ୍ୟକ୍ତିମାନଙ୍କର ଗୁରୁ ଦାୟିତ୍ବ ଅଛି । ସେମାନେ ସମାଜରେ ନିଜେ ଆଦର୍ଶ ସୃଷ୍ଟି କରି ଯୋଜନାର ପ୍ରଚାର ଓ ପ୍ରସାର ଦିଗରେ ସହଯୋଗ କରିବା ଆବଶ୍ୟକ । ଏହି ଯୋଜନା ସଫଳ ହେଲେ ଜାତୀୟ ସ୍ୱାସ୍ଥ୍ୟହାନି, ବାଳମୃତ୍ୟୁ, ଖାଦ୍ୟ ଓ ବାସଗୃହ ସମସ୍ୟା, ପରିବେଶ ପ୍ରଦୂଷଣ ପ୍ରଭୃତି ଦୂର ହୋଇ ରାଷ୍ଟ୍ରର ଅବରୁଦ୍ଧ ବିକାଶମାର୍ଗ ଉନ୍ମକ୍ତ ହେବ । ଭାରତରେ ଏବେ ଏପରି ସମୟ ଆସିଛି ଯେତେବେଳେ ଜାତି, ଧର୍ମ, ବର୍ଣ୍ଣ ଓ ସଂପ୍ରଦାୟ ନିର୍ବିଶେଷରେ ପିତାମାତାଙ୍କର ମାତ୍ର ଗୋଟିଏ ସନ୍ତାନ ଜାତ ହେବା ପରେ ସେମାନଙ୍କୁ ବାଧ୍ୟତାମୂଳକ ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା କରିବା ପାଇଁ ଆଇରେ ବାଧକରାଯିବା ଉଚିତ୍ । ତା’ ନହେଲେ ଏହି ଅନିୟନ୍ତ୍ରିତ ମାନବ ଶିଶୁ କେବଳ ଭାରତ କାହିଁକି ଦିନେ ସମଗ୍ର ପୃଥିବୀକୁ ଗ୍ରାସ କରଯିବେ ।
COMMENTS