Letter to Friend about Importance of Discipline in Life in Odia Language

Admin
0

Letter to Friend about Importance of Discipline in Life in Odia Language: In this article you will get ଜୀବନର ବିକାଶ ପଥରେ ଶୃଙ୍ଖଳା ହିଁ ଆବଶ୍ୟକ ବର୍ଣ୍ଣନା କରି ଉପଦେଶ ଦେବା ଛଳରେ ସାଙ୍ଗ ନିକଟକୁ ପତ୍ର ଲେଖ । Sanga Nikataku Patra in Odia

Letter to Friend about Importance of Discipline in Life in Odia Language

"ଜୀବନର ବିକାଶ ପଥରେ ଶୃଙ୍ଖଳା ହିଁ ଆବଶ୍ୟକ ।" ଏହି ବିଷୟରେ ବର୍ଣ୍ଣନା କରି ଉପଦେଶ ଦେବା ଛଳରେ ସାଙ୍ଗ ନିକଟକୁ ପତ୍ର ଲେଖ ।

ସୁବର୍ଣ୍ଣପୁର

ତା.............

ସ୍ନେହର ରମେଶ,

ସୁଦୃରରୁ ମୋର ଶୁଭେଚ୍ଛା ଗ୍ରହଣ କରିବ । ମଉସା ଓ ମାଉସୀଙ୍କୁ ମୋର ସାଷ୍ଟାଙ୍ଗ ପ୍ରଣାମ ଜଣାଇଦେବ । ‘ଜୀବନର ବିକାଶ ପଥରେ ଶୃଙ୍ଖଳା ହିଁ ଆବଶ୍ୟକ ।” ଏହି ବିଷୟରେ ଲେଖୁଛି, ପଢ଼ିବ ନିଶ୍ଚୟ ।

ସାଙ୍ଗ ! ଜୀବନ ଗୋଟେ ଅଙ୍କାବଙ୍କା ନଦୀ ସଦୃଶ । ଆମେ ଜୀବନ ପଥରେ ଆଗେଇଲାବେଳେ ଅନେକ ବାଧାବିଘ୍ନ ଆସି ପହଞ୍ଚେ । ସେହି ବାଧାବିଘ୍ନକୁ ସାମ୍ନା କରି ଆମକୁ ଆଗେଇବାକୁ ହେଲେ ଶୃଙ୍ଖଳା ହିଁ ଆବଶ୍ୟକ । ଶୃଙ୍ଖଳା ହେଉଛି ମନୁଷ୍ୟ ଜୀବନ ବିକାଶର ଚାବିକାଠି । ଯେତେ ମହାପୁରୁଷଙ୍କ ଜୀବନୀ ଆମେ ପଢ଼ି, ସମସ୍ତେ ତାଙ୍କ ଜୀବନରେ ଶୃଙ୍ଖଳାକୁ ହିଁ ପ୍ରାଧାନ୍ୟ ଦେଇଛନ୍ତି । ଆମେ ଏ ଦେଶର ଭବିଷ୍ୟତ ନାଗରିକ । ଆମଠାରୁ ଆମଦେଶ ଅନେକ ଆଶା କରୁଛି । କେବଳ ଆମ ବାପାମାଆ ଓ ଆମ ଜନ୍ମସ୍ଥାନ ପାଇଁ ନୁହେଁ । ଜୀବନ ଓ ଦେଶର ମଙ୍ଗଳ ସର୍ବଦା ଶୃଙ୍ଖଳା ଉପରେ ହିଁ ନିର୍ଭର କରିଥାଏ । ଆମ ମନକୁ ଆମେ ହଁ ନିଜ ଆୟତ୍ତରେ ରଖିପାରିବା, ଯଦି ଆମେ ଶୃଙ୍ଖଳାକୁ ପ୍ରାଧାନ୍ୟ ଦେଇ ପାରିବା । ବୟସକ୍ରମରେ ଆମେ ବର୍ତ୍ତମାନ ମହାବିଦ୍ୟାଳୟ ସ୍ତରରେ ପଢୁଛୁ । ଆମ ଶିକ୍ଷାଳୟ ହେଉଛି ଶୃଙ୍ଖଳାର ସର୍ବଶ୍ରେଷ୍ଠ କ୍ଷେତ୍ର । ତେଣୁ ଏହି ଛାତ୍ରଜୀବନ ହିଁ ଶିକ୍ଷା ଓ ଜୀବନ ଗଠନର ପ୍ରକୃଷ୍ଟ ସମୟ । ସୁତରାଂ ଦେଶ ଗଠନରେ ଏକ ଶୃଙ୍ଖଳିତ ନାଗରିକର ଆବଶ୍ୟକତା ରହିଛି । ଯାହାକି ଆମେ ଆମ ଶିକ୍ଷାଳୟରୁ ଶିକ୍ଷା ଲାଭ କରିପାରିବା । ଆମ ଜୀବନର ପ୍ରତି ପଦପାତରେ ଶୃଙ୍ଖଳା, ସଂଯମ ରଖୁବା, ନିୟମିତ ଶ୍ରେଣୀକୁ ଯିବା, ଅନୁଷ୍ଠାନରେ ନୀତିନିୟମ ମାନିବା, ଗୁରୁ ଗୁରୁଜନମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହିତ ସେମାନଙ୍କ ଉପଦେଶ ଅକ୍ଷରେ ଅକ୍ଷରେ ପାଳନ କରିବା, ଏନ.ସି.ସି., ଏନ.ଏସ୍.ଏସ୍., ସ୍କାଉରେ ସକ୍ରିୟ ଅଂଶ ଗ୍ରହଣ, ଧୂମପାନରୁ ବିରତ ରହିବା ଇତ୍ୟାଦି ଆମକୁ ଶୃଙ୍ଖଳିତ କରିଦେବ । ସମସ୍ତଙ୍କୁ ଭଲ ପାଇବା, ଶୃଙ୍ଖଳା ନଥିଲେ ଆମ ଜୀବନ ଦୁର୍ବିଷହ ହୋଇପଡ଼ିବ । ଆମର କୌଣସି ଉନ୍ନତି ହୋଇପାରିବ ନାହିଁ । ଉପଦେଶ ବୋଲି ନ ଭାବି ସାଙ୍ଗର ଅନୁରୋଧ ଭାବି ଗ୍ରହଣ କରିବୁ ବୋଲି ଆଶା କରି ରହୁଛି ।

ଇତି

ତୋର ଅନ୍ତରଙ୍ଗ ବନ୍ଧୁ

ରନାକର

ଠିକଣା ଡାକ ଚିକେଟ୍

ପ୍ରେରକ: ଗ୍ରାହକ :

ରକର ବେହେରା ରମେଶଚନ୍ଦ୍ର ରଥ ।

ମହନ୍ତ ଗଦାଧର ବିଦ୍ୟାପୀଠ ମାର୍ଫତ୍ : ବସନ୍ତ କୁମାର ରଥ

ସା: ସୁବର୍ଣ୍ଣପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ।

ଜି: ସୁବର୍ଣ୍ଣପୁର(ସୋନପୁର) ପୋ: ପଟ୍ଟାମୁଣ୍ଡାଇ

ପିନ୍କୋଡ୍: ଜି: କେନ୍ଦ୍ରାପଡ଼ା

ପିନ୍କୋଡ୍:

Post a Comment

0Comments
Post a Comment (0)

#buttons=(Accept !) #days=(20)

Our website uses cookies to enhance your experience. Learn More
Accept !