Letter to Elder Brother in Odia Language : In this article you will get ବଡ଼ଭାଇଙ୍କ ନିକଟକୁ ପତ୍ର ଲେଖ । Bada Bhai Nikataku Patra in odia ବଡ଼ଭ...
Letter to Elder Brother in Odia Language: In this article you will get ବଡ଼ଭାଇଙ୍କ ନିକଟକୁ ପତ୍ର ଲେଖ । Bada Bhai Nikataku Patra in odia
ବଡ଼ଭାଇଙ୍କ ନିକଟକୁ ପତ୍ର ଲେଖ Letter to Elder Brother in Odia Language
ତୁମ ବିଦ୍ୟାଳୟର ପୁରସ୍କାର ବିତରଣୀ ଉତ୍ସବ କିପରି ପାଳିତ ହୋଇଥିଲା ସେ ବିଷୟ ବର୍ଣ୍ଣନା କରି ବଡ଼ଭାଇଙ୍କ ନିକଟକୁ ପତ୍ର ଲେଖ ।
ଡି.ଏନ. ହାଇସ୍କୁଲ, କେନ୍ଦୁଝର
ତା...........
ମାନନୀୟ ଭାଇ,
ମୋର ପ୍ରଣାମ ଗ୍ରହଣ କରିବେ । ମୁଁ ଏଠାରେ ଭଲରେ ଅଛି । ଆଗାମୀ ବାର୍ଷିକ ପରୀକ୍ଷା ନିମନ୍ତେ ଯଥାରୀତି ପଢ଼ାପଢ଼ି କରୁଛି । ଆମ ସ୍କୁଲର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଗତ ୨୨ ତାରିଖ ଦିନ ସ୍କୁଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ମୁଁ ବିଚିତ୍ରା କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ପ୍ରତିଦିନ ଅଭ୍ୟାସ ନିମନ୍ତେ କିଛିଦିନ ପଢ଼ାପଢ଼ି ବ୍ୟାହତ ହୋଇଥିଲା । ଏବେ କାର୍ଯ୍ୟକ୍ରମ ଶେଷ ହୋଇଯାଇଥିବାରୁ ପୁଣି ପଢ଼ାପଢ଼ିରେ ମନଯୋଗ ଦେଇଅଛି ।
ଏ ବର୍ଷର ପୁରସ୍କାର ବିତରଣୀ ଉତ୍ସବ ଖୁବ ଆନନ୍ଦ ଉତ୍ସାହ ମଧ୍ୟରେ ପାଳିତ ହୋଇଥିଲା । ଉତ୍ସବ ଦିନ ସ୍କୁଲ ହତାକୁ ପରିଷ୍କାର ପରିଚ୍ଛନ୍ନ କରି ତାହାକୁ ଆମେ ସୁନ୍ଦର ଭାବରେ ସଜାଇ ଥିଲୁ । ମୁଖ୍ୟ ଫାଟକଟିକୁ ଅଧୁକ ସୁନ୍ଦର ଭାବରେ ସଜାଇ ତା ଉପରେ ରଙ୍ଗୀନ କାଗଜରେ ‘ସ୍ଵାଗତୀ’ ବୋଲି ଲେଖୁଥିଲୁ । ସ୍କୁଲ ପରିସର ମଧ୍ୟରେ ସଭା ପାଇଁ ଏକ ସ୍ବତନ୍ତ୍ର ମଞ୍ଚ ନିର୍ମାଣ କରି ତାହାକୁ ସଜାଯାଇଥିଲା । ମଞ୍ଚ ଉପରେ ଅତିଥିମାନଙ୍କ ପାଇଁ ଏବଂ ତଳେ ଦର୍ଶକମାନଙ୍କ ପାଇଁ ଆସନ ପକାଯାଇ ଆଲୋକ ଓ ଡାକବାଜି ଯନ୍ତ୍ରର ବ୍ୟବସ୍ଥା କରାଯାଇଥିଲା ।
ଏହି ଉତ୍ସବକୁ ଏ ଅଞ୍ଚଳର ଜଣେ ବୟୋଜ୍ୟେଷ୍ଠ ସମାଜସେବୀ ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ମହେନ୍ଦ୍ରନାଥ ମହାପାତ୍ରଙ୍କୁ ପ୍ରଧାନ ଅତିଥିଭାବରେ ଏବଂ ସ୍ଥାନୀୟ ବିଧାୟକଙ୍କୁ ଅନ୍ୟତମ ଅତିଥି ଭାବରେ ନିମନ୍ତ୍ରଣ କରାଯାଇଥିଲା। ମଣ୍ଡଳ ଶିକ୍ଷା ଅଧୁକାରୀ ଏଥିରେ ସଭାପତିତ୍ବ କରିଥିଲେ । ଉତ୍ସବ ପାଇଁ ବହୁ ପୂର୍ବରୁ ପ୍ରଧାନଶିକ୍ଷକ ଏକ ନିମନ୍ତ୍ରଣ ପତ୍ର ଛପାଇଥିଲେ । ବିଦ୍ୟାଳୟର ସମସ୍ତ ଅଭିଭାବକଙ୍କ ସହିତ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା ।
ସଭାକାର୍ଯ୍ୟ ଅପରାହ୍ନ ଚାରିଟାବେଳକୁ ଆରମ୍ଭ ହୋଇଥିଲା । ଅତିଥିମାନେ ଯଥାସମୟରେ ପ୍ରଧାନ ଫାଟକ ସମ୍ମୁଖର ପହଞ୍ଚିବାମାତ୍ରେ ଆମେ ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଭାବେ ଦୁଇ ପାର୍ଶ୍ଵରେ ଧାଡ଼ିକରି ଠିଆ ହୋଇ ସେମାନଙ୍କୁ ଅଭ୍ୟର୍ଥନା ଜଣାଇଥିଲୁ ଏବଂ ପ୍ରଧାନଶିକ୍ଷକ ସେମାନଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ । ବିଦ୍ୟାଳୟର ଏନ୍.ସି.ସି. ଛାତ୍ରମାନେ ସେମାନଙ୍କୁ ଅଭିବାଦନ ଜଣାଇଥିଲେ । ସଭା ଆରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଏହାପରେ ଛାତ୍ରୀମାନେ ମଞ୍ଚ ଉପରେ ଦଣ୍ଡାୟମାନ ହୋଇ ପ୍ରାରମ୍ଭିକ ସଂଗୀତ ସ୍ଵରୁପ ଗୋଟିଏ ଦେଶବନ୍ଦନା ଗାନ କରିଥିଲେ । ଏହାପରେ ସଭାପତି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।
ପ୍ରଥମେ ପ୍ରଧାନଶିକ୍ଷକ ମହୋଦୟ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଏହାପରେ ଅତିଥିମାନେ ନିଜ ନିଜର ଭାଷଣରେ ବହୁ ଉପାଦେୟ କଥାମାନ କହି ଆମ୍ଭମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ବାର୍ଷିକ କ୍ରୀଡ଼ା ତଥା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଅତିଥି ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରିଥିଲେ । ଛାତ୍ରଛାତ୍ରୀମାନେ ପୁରସ୍କାର ଗ୍ରହଣ କରୁଥିବା ବେଳେ ଦର୍ଶକମାନଙ୍କର ଆନନ୍ଦସୂଚନ କରତାଳିରେ ସଭାସ୍ଥଳ ମୁଖରିତ ହୋଇ ଉଠିଥିଲା । ଶେଷରେ ସଭାପତି ତାଙ୍କର ଅଭିଭାଷଣ ଦେଇ ବିଦ୍ୟାଳୟର କାର୍ଯ୍ୟକ୍ରମକୁ ଖୁବ ପ୍ରଶଂସା କରିଥିଲେ । ପ୍ରଧାନଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାକାର୍ଯ୍ୟ ଶେଷ ହୋଇଥିଲା । ଏହାପରେ ଅତିଥିମାନେ ମଞ୍ଚରୁ ଓହ୍ଲାଇ ଆସି ଦର୍ଶକମାନଙ୍କର ସମ୍ମୁଖ ଧାଡ଼ିରେ ଆସନ ଗ୍ରହଣ କରି ବିଚିତ୍ରା କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ବିଚିତ୍ରାରେ କୃତିତ୍ବ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସର୍ବଶେଷରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଆପଣ ଜାଣି ଖୁସିହେବେ ଯେ, ମୁଁ ଶ୍ରେଣୀରେ ପ୍ରଥମ ହୋଇଥିବାରୁ ଗୋଟିଏ ଓ ଶ୍ରେଷ୍ଠ ଅଭିନେତା ଭାବରେ ଗୋଟିଏ, ଏଇଭଳି ଦୁଇଟି ପୁରସ୍କାର ପାଇଛି ।
ଆପଣ କିପରି ଅଛନ୍ତି ଲେଖୁବେ । ଘରେ ସମସ୍ତ ଗୁରୁଜନଙ୍କୁ ମୋର ପ୍ରଣାମ ଜଣାଇଦେବେ ।
ଇତି
ଆପଣଙ୍କର ସ୍ନେହର ଭାଇ
ଅମରେଶ
(ପୂର୍ବ ନିୟମ ଅନୁଯାୟୀ ଚିଠି ଉପରେ ଠିକଣା ଲେଖୁବ)
COMMENTS