Sunday, 7 February 2021

Odia Essay on "Importance of Sports and Games", "କ୍ରୀଡ଼ା କୌତୁକର ଉପଯୋଗିତା ରଚନା" for Students

Essay on Importance of Sports and Games in Odia Language: In this article "କ୍ରୀଡ଼ା କୌତୁକର ଉପଯୋଗିତା ରଚନା", "khelar Gurutwa Rachna in Odia for students of class 5, 6, 7, 8, 9, and 10.

Odia Essay on "Importance of Sports and Games", "କ୍ରୀଡ଼ା କୌତୁକର ଉପଯୋଗିତା ରଚନା" for Students

ଉପକ୍ରମ : ଆଦିମ ଅରଣ୍ୟ ଜୀବନରୁ ଆରମ୍ଭ କରି ଆଧୁନିକ ପରମାଣୁ ଯୁଗ ପର୍ଯ୍ୟନ୍ତ କୌଣସି କାଳରେ ସମାଜରେ କ୍ରୀଡ଼ା କୌତୁକର ମୂଲ୍ୟ କ୍ଷୁଣ୍ଡ ହୋଇ ନାହିଁ । ମନୁଷ୍ୟ ସ୍ୱଭାବତଃ ହେଉଛି ଏକ କ୍ରୀଡ଼ାମୋଦୀ, ଆମୋଦପ୍ରିୟ ପ୍ରାଣୀ । ଶିକ୍ଷିତ, ଅଶିକ୍ଷିତ, ବୁଦ୍ଧିଜୀବୀ, ଶ୍ରମଜୀବୀ ସମାଜର ସବୁ ଶ୍ରେଣୀର ଲୋକ ଇଛା କରନ୍ତି କ୍ରୀଡ଼ା କୌତୁକର ଆନନ୍ଦ ଉତ୍ସାହ ମଧ୍ୟରେ କ୍ଷଣକ ପାଇଁ ଆତ୍ମବିସ୍ମୃତ ହୋଇ ଯିବାକୁ । ନିଜେ କ୍ରୀଡ଼ାଙ୍ଗନକୁ ଓହ୍ଲାଇ ଯାଇ ସକ୍ରୀୟ ଭାବରେ ଅଂଶୀଦାର ହେବା ଅଥବା କ୍ରୀଡ଼ାପ୍ରେମୀମାନଙ୍କର କ୍ରୀଡ଼ା କୌଶଳକୁ ନୀରବରେ ଦର୍ଶନ କରି ସେମାନଙ୍କୁ ଉତ୍ସାହିତ କରିବା, ଉଭୟରେ ଥାଏ ଆନନ୍ଦ । ମହାଭାରତ ଯୁଗରେ କୁରୁପାଣ୍ଡବଙ୍କର ଲୌହ ଗୋଲକର ଖେଳ, ମକ୍ରୀଡ଼ା, ତୀର ସନ୍ଧାନ ପୁଣି ପରବର୍ତ୍ତୀ କାଳର ମୌର୍ଯ୍ୟ ଓ ଗୁପ୍ତ ଗୁଗରେ ମୃଗୟା ଓ ମଲ୍ଲଯୁଦ୍ଧ ସମେତ କନ୍ଦୁକ କ୍ରୀଡ଼ା ଇତ୍ୟାଦି ଏ ଦେଶର ସମୃଦ୍ଧ କ୍ରୀଡ଼ା ପରମ୍ପରାର ପରିଚୟ ଦିଏ । ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରେ ପ୍ରାଚୀନ ଗ୍ରୀରେ ଆରମ୍ଭ ହୋଇଥିବା ଅଲିମ୍ପିକ୍ କ୍ରୀଡ଼ା ନିଜର ଆଦୃତି, ଉପଯୋଗିତା ତଥା ଲୋକପ୍ରିୟତା ଯୋଗୁଁ ଆଜି ସମଗ୍ର ବିଶ୍ଵରେ ପରିବ୍ୟାପ୍ତ ହୋଇଛି । ତେଣୁ କ୍ରୀଡ଼ା କୌତୁକ ଯେ ଜୀବନର ଏକ ଅଙ୍ଗ ପାଲଟି ଯାଇଛି, ଏଥିରେ କୌଣସି ସନ୍ଦେହ ନାହିଁ ।

କ୍ରୀଡ଼ା କୌତୁକର ଉପଯୋଗିତା : ମନୁଷ୍ୟର ବୌଦ୍ଧିକ ପୁଷ୍ଟି ସହିତ ଶରୀର ପୁଷ୍ଟି ଏକାନ୍ତ ଆବଶ୍ୟକ । ସଂସ୍କୃତରେ କୁହାଯାଇଛି, ‘ଶରୀରମାଦୌ ଖଳୁ ଧର୍ମ ସାଧନମ୍ ।” ଅର୍ଥାତ୍ କୁଶଳୀ କଳାକାର, ଆଦର୍ଶ ଅଭିନେତା, ବ୍ୟୁତ୍ପନ୍ନ ବ୍ୟବସାୟୀ ଅଥବା ବାକ୍‌ପଟୁ ଆଇନଜ୍ଞ ଯେ କୌଣସି କ୍ଷେତ୍ରରେ ପାରଦର୍ଶିତା ଲାଭ କରିବାକୁ ହେଲେ ସର୍ବପ୍ରଥମେ ଆପଣାର ସ୍ଵାସ୍ଥ୍ୟର ଶ୍ରେଷ୍ଠତା ପ୍ରତି ଧ୍ୟାନ ଦେବାକୁ ହେବ । ଦୃଷ୍ଟିଶକ୍ତିର ଦୋଷ, ଅଙ୍ଗପ୍ରତ୍ୟଙ୍ଗର ଶୀତା, ପରିପାକ ଶକ୍ତିର ହ୍ରାସ ଏବଂ ଜୀବନୀ ଶକ୍ତିର ଦୁର୍ବଳତା ଇତ୍ୟାଦି ସଭ୍ ବିଶ୍ଵବିଦ୍ୟାଳୟ କୃତୀଛାତ୍ର ଭାବରେ ପ୍ରତିଷ୍ଠା ଅର୍ଜନ କରି ତେଣେ ଅକାଳ ମୃତ୍ୟୁ ବରଣ କରିବା କେବେ ଅଭିନନ୍ଦନୀୟ ନୁହେଁ । ମାନସିକ ପୁଷ୍ଟି ସହିତ ଶାରୀରିକ ପୁଷ୍ଟିର ସମତା ରକ୍ଷା କରି ଦୀର୍ଘାୟୁ ହେବାର ଉଦ୍ୟମ ସର୍ବଦା ବାଞ୍ଛନୀୟ । କେବଳ ଆମୋଦ ବା ଆନନ୍ଦ ଦାନ କ୍ରୀଡ଼ା କୌତୁକର ପ୍ରଧାନ, ଲକ୍ଷ୍ୟ ନୁହେଁ । ଏହା ଶୃଙ୍ଖଳା, ସହଯୋଗ, ଏକତା, ପାରସ୍ପରିକ ବୁଝାମଣା ତଥା ପ୍ରତିଯୋଗୀ ମନୋଭାବ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ବିଜୟର ଗୌରବ ତଥା ପରାଜୟର ଗ୍ଳାନି, ଉଭୟକୁ ଧୈର୍ଯ୍ୟ, ସହନଶୀଳତା ବଳରେ ଆପଣାର କରିନେବା ହେଉଛି ଜଣେ ଯୋଗ୍ୟ କ୍ରୀଡ଼ାବିତ୍ରର ଲକ୍ଷଣ । ସେଥିପାଇଁ ବହୁ କ୍ଷେତ୍ରରେ ‘ଖେଳୁଆଡ଼ ମନୋଭାବ’ର ପ୍ରଶଂସା କରାଯାଇଥାଏ । କ୍ରୀଡ଼ାଭୂମିର ଏହି ଶୃଙ୍ଖଳା, ସହଯୋଗ, ସହନଶୀଳତା ଓ ଉଦାର ମନୋଭାବ ଦିନେ ମନୁଷ୍ୟର ବାସ୍ତବ ଜୀବନକୁ ପ୍ରଭାବିତ କରିଥାଏ ।

ଗୋଷ୍ଠୀ ଜୀବନର ପ୍ରାରମ୍ଭରୁ ଆଜି ସୁଦ୍ଧା ଶିକ୍ଷିତ ଅଶିକ୍ଷିତ କେହି ହେଲେ କ୍ରୀଡ଼ା କୌତୁକର ସାମାଜିକ ମୂଲ୍ୟକୁ ଅସ୍ବୀକାର କରି ନାହାଁନ୍ତି । ଅବସର ବିଦୋନ ତଥା ଲଘୁ ଆମୋଦ ନିମନ୍ତେ ପ୍ରତ୍ୟେକ ସମାଜରେ ଭିନ୍ନ ଭିନ୍ନ କ୍ରୀଡ଼ାକୌତୁକର ପ୍ରଚଳନ ରହିଛି । ସମାଜର ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ସୁସମ୍ପର୍କ ଓ ସହାନୁଭୂତି ଦିଗରେ ଏହାର ଅବଦାନ ଅନସ୍ବୀକାର୍ଯ୍ୟ । ଆଜି ମଧ୍ୟ ଋତୁଚକ୍ରର ବିଭିନ୍ନତା ଅନୁଯାୟୀ ପଲ୍ଲୀ ଜୀବନର ମାଧୁରୀକୁ ଶତଗୁଣରେ ବର୍ଦ୍ଧିତ କରି ଭିନ୍ନ ଭିନ୍ନ ପାର୍ବଣରେ ଗୋଷ୍ଠୀବଦ୍ଧ କ୍ରୀଡ଼ାକୌତୁକର ବ୍ୟବସ୍ଥା ପ୍ରଚଳିତ ଅଛି । ପଶା ପାଲି, ବାଗୁଡ଼ି, କୁମାରୀମାନଙ୍କର ପୁଚିଖେଳ, ଦୋଳିଖେଳ, ଝୁଲଣ ଇତ୍ୟାଦି ଏହାର ଶ୍ରେଷ୍ଠ ନିଦର୍ଶନ ।

ବ୍ୟକ୍ତିଗତ ଆମୋଦ ଏବଂ ସାମାଜିକ ଉପଯୋଗିତା ସହିତ ଜାତୀୟ ଜୀବନ ଗଠନ କ୍ରୀଡ଼ା କୌତୁକର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି । କର୍ମକ୍ରାନ୍ତ, ଆଶାହୀନ, ନିରାନନ୍ଦ ଜାତିର ଜୀବନରେ କ୍ରୀଡ଼ା ଆଣିଦେଇଥାଏ ଏକ ଅପୂର୍ବ ଆବେଗ ଓ ଆଲୋଡ଼ନ । କ୍ରୀଡ଼ା ଜାତିକୁ ଅକାଳ ବାର୍ଦ୍ଧକ୍ୟରୁ ଉଦ୍ଧାର କରି ନବ ଜୀବନର ଚଞ୍ଚଳତାରେ ଉଫୁଲ୍ଲ କରେ । ଏତଦ୍ ଭିନ୍ନ ପ୍ରଚଣ୍ଡ ଜୀବନାବେଗ, ଜାତୀୟ ସମ୍ମାନବୋଧ, ସଂହତି, ଶକ୍ତି ଓ ଆନ୍ତର୍ଜାତୀୟ ସୌହାର୍ଘ୍ୟ ସ୍ଥାପନ ଦିଗରେ ଏହାର ଭୂମିକା ପ୍ରଶଂସନୀୟ ।

ପ୍ରାଚୀନ ଗ୍ରୀକ ଜାତିର ସମ୍ମିଳିତ କ୍ରୀଡ଼ା ପ୍ରତିଯୋଗିତା ଉଦ୍ୟମ ଦିନେ ସେହି ଦେଶରେ ସାମ୍ୟ, ସହଯୋଗ ତଥା ସଂହତି ରକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରି ପାରିଥିଲା । ଆଜି ମଧ୍ୟ ସେହି ପାରମ୍ପରିକ ବିଶ୍ଵ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ଆନ୍ତଃରାଷ୍ଟ୍ରୀୟ ଐକ୍ୟ, ସଂହତି ଓ ସହଯୋଗ ବୃଦ୍ଧି ଦିଗରେ ସାହାଯ୍ୟ କରୁଛି ।

ସରକାରୀ ସହଯୋଗ : ପ୍ରାଚୀନ ରାଜତନ୍ତ୍ର ଯୁଗରେ କ୍ରୀଡ଼ାର ପ୍ରସାର ଓ ଆଦର ଥିଲେ ମଧ୍ୟ ସେଥିପାଇଁ କୌଣସି ରାଷ୍ଟ୍ରୀୟ ନୀତି ବା ନିୟନ୍ତ୍ରଣ ନ ଥିଲା । ଆଧୁନିକ କାଳରେ କିନ୍ତୁ କ୍ରୀଡ଼ାର ପୃଷ୍ଠପୋଷକତା ଓ କ୍ରୀଡ଼ାବିତ୍ରମାନଙ୍କୁ ପ୍ରୋତ୍ସାହନ ପ୍ରଦାନ ରାଷ୍ଟ୍ରୀୟ କର୍ତ୍ତବ୍ୟରେ ପରିଣତ ହୋଇଅଛି । ସରକାରୀ ସ୍ତରରେ କ୍ରୀଡ଼ାପାଇଁ ଏକ ସ୍ବତନ୍ତ୍ର ବିଭାଗ ଖୋଲାଯିବା ସଙ୍ଗେ ସଙ୍ଗେ ସ୍କୁଲ କଲେଜରେ କ୍ରୀଡ଼ା ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଶାରୀରିକ ଶିକ୍ଷା ନିମନ୍ତେ ସରକାର ପୃଥକ କଲେଜ ସ୍ଥାପନ କରିଛନ୍ତି ଏବଂ କ୍ରୀଡ଼ା ଛାତ୍ରାବାସ ମଧ୍ୟ ନିର୍ମାଣ କରିଛନ୍ତି । ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ସୁନାମ ଅର୍ଜନ କରିଥିବା କ୍ରୀଡ଼ାବିତ୍‌ମାନଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ ସହିତ ଅନ୍ୟତମ ବହୁ ପ୍ରକାର ସୁବିଧା ପ୍ରଦାନ କରାଯାଉଛି ।

କ୍ରୀଡ଼ା କୌତୁକର ମନ୍ଦ ଦିଗ : କ୍ରୀଡ଼ା କୌତୁକର ଉପାଦେୟତାକୁ କୌଣସି କାଳରେ ଅସ୍ବୀକାର କରାଯାଇ ନ ଥିଲେ ମଧ୍ୟ ସାଂପ୍ରତିକ ସମାଜରେ ବେଳେ ବେଳେ ତାହା ଶାନ୍ତି, ସୌହାର୍ଘ୍ୟ, ସହଯୋଗ ଏବଂ ଏକତା ବୁଦ୍ଧି କରିବା ପରିବର୍ତ୍ତେ ଏକ ଅଶାନ୍ତିକର ପରିସ୍ଥିତି ସୃଷ୍ଟି କରୁଛି । ସହନଶୀଳତା ଅଭାବରୁ ବାଦବିବାଦ ଓ ସଂଘର୍ଷ ସୃଷ୍ଟି ହୋଇ ରକ୍ତପାତ ଘଟୁଛି । ରାଜନୈତିକ କାରଣରୁ ବିଶ୍ବ ଅଲିମ୍ପିକ ମଧ୍ୟ ଦ୍ବିଧା ବିଭକ୍ତ ହୋଇ ଗଲାଣି ଏବଂ ସନ୍ତାସବାଦୀ କାର୍ଯ୍ୟକଳାପ ଆଶଙ୍କା ସୃଷ୍ଟି ହେଲାଣି । କ୍ରୀଡ଼ା କୌତୁକର ଅଧ୍ବକ ପ୍ରଚାର ଓ ପ୍ରସାର ଫଳରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଅଧୟନରେ ଅବହେଳା ପ୍ରଦର୍ଶନ କରି କ୍ରୀଡ଼ାପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି । ବିଶେଷ ବିଶେଷ ପ୍ରତିଯୋଗିତା ଦିନ ସ୍କୁଲ, କଲେଜ ଓ ସରକାରୀ ଅଫିସ ବନ୍ଦ ରହୁଥିବାରୁ ତାହାକୁ ଏକ ଜାତୀୟ କ୍ଷତି ବୋଲି କହି ସଚେତନ ଲୋକମାନେ ଗ୍ରହଣ କରୁ ନାହାଁନ୍ତି । ଛାତ୍ରମାନଙ୍କ ନିକଟରେ ଜ୍ଞାନୀ, ଗୁରୁ, ସେବକ, ସାଧକ ଇତ୍ୟାଦି ମହାପୁରୁଷମାନେ ସ୍ମରଣୀୟ ନ ହୋଇ କ୍ରୀଡ଼ାବିତ୍‌ମାନେ ବରଣୀୟ ହେଉଛନ୍ତି । ବୌଦ୍ଧିକ ବିକାଶକୁ ଗୌଣକରି ଶରୀର ଚର୍ଚ୍ଚାକୁ ଗୁରୁତ୍ବ ଦେବା କେବେ ଏକ ଶୁଭଲକ୍ଷଣ ନୁହେଁ ।

ଉପସଂହାର : ସଭ୍ୟ ମାନବ ପକ୍ଷେ କ୍ରୀଡ଼ାକୌତୁକ ପ୍ରତି ଅନୁରକ୍ତି ଯେତିକି କାର୍ଯ୍ୟ, ଔଦାସୀନ୍ୟ ମଧ୍ୟ ସେତିକି ସୃହଣୀୟ । ଆଜିର ଜଟିଳ ବିଶ୍ଵରେ ଜୀବନଧାରଣ ସମସ୍ୟାର ଉତ୍କଟତା ସହିତ ପାରସ୍ପରିକ ଦ୍ବୟଂ, ପ୍ରତିଦ୍ବନ୍ଦ୍, କଳହ, ମତାନୈଜ୍ୟ ଇତ୍ୟାଦି ଯେଭଳି ବୃଦ୍ଧି ପାଇଛି, ପ୍ରତିଯୋଗିତା କ୍ଷେତ୍ରରେ ଏହିଭଳି ପ୍ରତ୍ୟକ୍ଷ ସଂଗ୍ରାମର ପରିଣତି ଅତ୍ୟନ୍ତ ସନ୍ଦେହଜନକ ଏବଂ ଶଙ୍କାପୂର୍ଣ୍ଣ ହୋଇ ଉଠିଛି । ଛାତ୍ର ଅନୁଶାସନହୀନତା ବୃଦ୍ଧି ଯୋଗୁଁ ବହୁ ସ୍ଥାନରେ ବିଦ୍ୟାଳୟର କ୍ରୀଡ଼ାପ୍ରାନ୍ତର ଏକ ସମର ପ୍ରାଙ୍ଗଣରେ ପରିଣତ ହେଉଛି । ପୁନଶ୍ଚ ଆମୋଦ ପ୍ରମୋଦର ସଂଯମହୀନ ଆତିଶଯ୍ୟ ଜାତୀୟ ଜୀବନକୁ ପୁଷ୍ଟ କରିବା ପରିବର୍ତ୍ତେ ନଷ୍ଟ କରୁଅଛି । କେତେକ ଗବେଷକଙ୍କ ମତରେ ପ୍ରାଚୀନ ରୋମାନ୍ ସାମ୍ରାଜ୍ୟର ଧ୍ବଂସ ସାଧନ ନିମନ୍ତେ ଏହି କ୍ରୀଡ଼ାକୌତୁକ ଏବଂ ଆମୋଦପ୍ରମୋଦର ଆତିଶଯ୍ୟ ହିଁ ଦାୟୀ । ଜର୍ମାନୀର ମ୍ୟୁନିକ୍‌ଠାରେ ଅନୁଷ୍ଠିତ ଅଲିମ୍ପିକ ଖେଳରେ ଆରବ ଗରିଲାମାନେ ଯେଉଁ ରକ୍ତାକ୍ତ କାଣ୍ଡ ସୃଷ୍ଟି କଲେ, ଏହାଦ୍ବାରା ସମଗ୍ର ବିଶ୍ଵ କେବଳ ଉତ୍କଣ୍ଠିତ ହେଲା ନାହିଁ, ଲଜିତ ହେଲା ମଧ୍ୟ । ଏବେ ମଧ୍ୟ ବିଶ୍ଵ ଅଲିମ୍ପିକ ପ୍ରଚଣ୍ଡ ଆଶଙ୍କା ଓ ଉଦ୍‌ବେଗ ମଧ୍ୟରେ ଅନୁଷ୍ଠିତ ହେଉଛି । ଅତଏବ ସୁସ୍ତ ଜାତୀୟ ଜୀବନ ଗଠନ ନିମନ୍ତେ ପ୍ରାଣର ସଂଯମ ମଧ୍ୟରେ ଆମୋଦପ୍ରମୋଦକୁ ଯଥା ସମ୍ଭବ ସୀମିତ କରି ନିୟନ୍ତ୍ରଣରେ ରଖୁବାକୁ ହେବ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: