Tuesday, 6 April 2021

Odia Essay on "Indiscipline among Students", "ଛାତ୍ରମାନଙ୍କ ମଧ୍ୟରେ ଅନୁଶାସନହୀନତା ରଚନା" for Students

Essay on Indiscipline among Students in Odia Language: In this article "ଛାତ୍ରମାନଙ୍କ ମଧ୍ୟରେ ଅନୁଶାସନହୀନତା ରଚନା", "ଛାତ୍ର ବିଶୃଙ୍ଖଳା ଓ ତାର ପ୍ରତିକାର ରଚନା" for students of class 5, 6, 7, 8, 9, and 10.

Odia Essay on "Indiscipline among Students", "ଛାତ୍ରମାନଙ୍କ ମଧ୍ୟରେ ଅନୁଶାସନହୀନତା ରଚନା" for Students

ଉପକ୍ରମ : ଆଜିର ସମସ୍ୟାଜର୍ଜରିତ ଜଟିଳ ବିଶ୍ୱ ପ୍ରତି ସମୟରେ ଏକ ସଙ୍କଟମୟ ପରିସ୍ଥିତି ମଧ୍ୟରେ ଗତି କରୁଛି । ପ୍ରତି ମୁହୁର୍ଭରେ, ପ୍ରତି ସ୍ତରରେ ବିଦ୍ରୋହ ଓ ଅସନ୍ତୋଷର ବହ୍ନି ପ୍ରଜ୍ବଳିତ ହୋଇ ଉଠୁଛି । ଦେଶର ସାମାଜିକ, ଆର୍ଥିକ ଓ ରାଜନୈତିକ ସମସ୍ୟାଗୁଡ଼ିକ ସହିତ ଛାତ୍ରମାନଙ୍କଠାରେ ଦେଖା ଦେଇଥିବା ଅନୁଶାସନହୀନତା ଓ ଉତ୍କୃଙ୍ଖଳତା ଏହି ସମସ୍ୟାକୁ ଅଧୁକ ଗମ୍ଭୀର କରି ପକାଇଛି । କାରଣ ଛାତ୍ରମାନେ ହେଉଛନ୍ତି ଦେଶର ଭାବି ନିର୍ମାତା । ସେହିମାନଙ୍କର ତ୍ୟାଗ, ସାଧନା ଓ ଚରିତ୍ରବତ୍ତା ଉପରେ ଭାବି ସମାଜର ଭାଗ୍ୟ ନିର୍ଭର କରେ । ସେମାନଙ୍କର ବିଶୃଙ୍ଖଳ ମନୋବୃତି ଆଜି କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଦେଶର ସମସ୍ୟା ହୋଇ ରହି ନାହିଁ, ତାହା ସମଗ୍ର ପୃଥିବୀର ଏକ ସମସ୍ୟା । ତେଣୁ ବୁଦ୍ଧିଜୀବୀ ଓ ଦେଶର ଚିନ୍ତାଶୀଳ ନେତୃବର୍ଗ ଏଥିପାଇଁ ବ୍ୟଥିତ ହୋଇପଡ଼ିଛନ୍ତି ।

ଛାତ୍ର ବିଶୃଙ୍ଖଳାର ସ୍ବରୂପ : ଛାତ୍ରଜୀବନ ହେଉଛି ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଧାୟ । ସଂସାରର ସଫଳ ଜୀବନଯାତ୍ରା ନିମନ୍ତେ ଉପଯୁକ୍ତ ପାଥେୟ ସଂଗ୍ରହ କରାଯାଏ ଏଇଠାରୁ । ବ୍ୟକ୍ତିଗତ ଭାବେ ଯେ ଯେତେ କଠିନ ଅଧ୍ୟବସାୟ କରିପାରେ ଏବଂ ସଂଯମ, ଶୃଙ୍ଖଳା, ସରଳତା, ନମ୍ରତା, ଶିଷ୍ଟତା ଇତ୍ୟାଦି ସଦାଚାରଗୁଡ଼ିକ ଅନୁସରଣ କରି ନିଷ୍ଠାପର ଅଧ୍ୟୟନରେ ଆପଣାକୁ ନିୟୋଜିତ କରିପାରେ, ସେହି କେବଳ ଜୀବନ ସଂଗ୍ରାମରେ ବିଜୟମଣ୍ଡିତ ହୁଏ । ଆଜି କିନ୍ତୁ ଛାତ୍ରସମାଜ ବୁଝେ ନାହିଁ ତା’ର ଦାୟିତ୍ର କଅଣ, ତା’ର କର୍ତ୍ତବ୍ୟ କଅଣ ଓ ତା’ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଭୂମିକା ମଧ୍ୟ କଅଣ ? ସେମାନଙ୍କର ବିଶୃଙ୍ଖଳ କ୍ରିୟାକଳାପ କେବଳ ଶିକ୍ଷାନୁଷ୍ଠାନ ପରିସର ମଧ୍ୟରେ ସୀମିତ ନୁହେଁ, ତାହା ସମଗ୍ର ସାମାଜିକ ଜୀବନ ମଧ୍ୟରେ ପରିବ୍ୟାପ୍ତ । ନିଜର ଅଧ୍ୟୟନ ପ୍ରତି ନିଷ୍ଠା ପ୍ରଦର୍ଶନ ନ କରିବା, ଶିକ୍ଷକମାନଙ୍କୁ ଯଥୋଚିତ ସମ୍ମାନ ନ ଦେବା, ପରୀକ୍ଷା ସମୟରେ ଅସାଧୁ ଉପାୟ ଅବଲମ୍ବନ କରିବା, କୌଣସି ଅବାଞ୍ଚିତ ଦାବି ଉପରେ ଅଟଳ ରହି କର୍ତ୍ତୃପକ୍ଷଙ୍କୁ ତାହା ମାନିନେବାକୁ ବାଧ୍ୟ କରିବା, ବେଳେ ବେଳେ ହିଂସାତ୍ମକ କାଣ୍ଡରେ ଉନ୍ମତ୍ତ ହୋଇ ଟେବୁଲ ଚେୟାର ଭାଙ୍ଗିବାଠାରୁ ଆରମ୍ଭ କରି ପାଠାଗାର ଓ ଉପାଦେୟ କାଗଜପତ୍ରକୁ ପୋଡ଼ି ନଷ୍ଟ କରିଦେବା ଆଧୁନିକ ଛାତ୍ରମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଛି । ଶିକ୍ଷାନୁଷ୍ଠାନର ବାହାରେ ମଧ୍ୟ ସେମାନେ ନିଜର ଏହି ସଂଯମ ଓ ଶୃଙ୍ଖଳାହୀନ ମନୋବୃତ୍ତି ଯୋଗୁଁ ବହୁ ସାମାନ୍ୟ ଘଟଣାକୁ ଆଳକରି ଏପରିକି ପାନ ଦୋକାନଠାରୁ ଆରମ୍ଭ କରି ସିନେମା ଘର ପର୍ଯ୍ୟନ୍ତ ଯେ କୌଣସି ସ୍ଥାନରେ ଏକ ତୁମଳକାଣ୍ଡ ସୃଷ୍ଟିକରିବାକୁ ପଶ୍ଚାତ୍‌ପଦ ନୁହନ୍ତି । ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅପମାନିତ କରି, ଜନସାଧାରଣଙ୍କର ସାଧାରଣ ଜୀବନଯାତ୍ରାକୁ ଅଚଳ କରି ବସ୍‌, ଟ୍ରକ, ଡାକଘର, ପାଠାଗାର, ରେଳଷ୍ଟେସନ ଇତ୍ୟାଦି ଜାତୀୟ ସମ୍ପଦକୁ ଧ୍ବଂସ କରି ସେମାନେ ଗୌରବ ଓ ଆତ୍ମତୃପ୍ତି ଲାଭ କରନ୍ତି ।

ଛାତ୍ର ବିଶୃଙ୍ଖଳାର କାରଣ : ଏହି ଛାତ୍ରବିଶୃଙ୍ଖଳା ନିମନ୍ତେ ସାମାଜିକ, ଆର୍ଥିକ, ରାଜନୈତିକ ଓ ଶିକ୍ଷାଗତ ତ୍ରୁଟିଆଦି ନାନା କାରଣ ଦାୟୀ । ଆଜି ସମାଜର ପ୍ରତ୍ୟେକ ସ୍ତରରେ ଏବଂ ପ୍ରତ୍ୟେକ ଲୋକ ମନରେ ଅଶାନ୍ତି, ଅସନ୍ତୋଷ ଓ ନୈରାଶ୍ୟ ସ୍ତୁପୀକୃତ ହୋଇ ରହିଛି । ବୈଜ୍ଞାନିକ ପ୍ରଗତିର ଆଲୋକରେ ବିଶ୍ଵ ଯେତେ ଅଧୁକ ଆଲୋକିତ ହେଲେ ମଧ୍ୟ ମନୁଷ୍ୟ ନିଜର ବ୍ୟକ୍ତିଗତ ଜୀବନରେ ନିଜକୁ ଅତ୍ୟନ୍ତ ଅସହାୟ ଓ ଅପୂର୍ଣ୍ଣ ମନେ କରୁଛି । ହୁଏତ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ନାନା ଅଭାବ ଅନଟନ ଏହି ନୈରାଶ୍ୟର କାରଣ ହୋଇପାରେ । ଏଣୁ ସହିତ ଦେଶରେ ଦୁର୍ନୀତି, ଅନୀତି, ଅସାଧୁତା ଅକ୍ଟୋପସ ଭଳି ବାହୁ ବିସ୍ତାର କରି ରହିଛି । ଅବାଧ ଯୌନଚର୍ଚ୍ଚ, ଅଶ୍ବାଳ ପତ୍ରପତ୍ରିକା ପ୍ରକାଶନ, ରୁଚିହୀନ ନଗ୍ନ ଚଳଚ୍ଚିତ୍ର ପ୍ରଦର୍ଶନ, ଦୂରଦର୍ଶନ ଭଳି ଏକ ଶକ୍ତିଶାଳୀ ଗଣ ମାଧ୍ୟମରେ ନିଗ୍ଧତା, ଅଶ୍ମଳତା ଓ ହିଂସାର ବ୍ୟାପକ ପ୍ରଚାର, ସର୍ବୋପରି ନିଶାଦ୍ରବ୍ୟର ଅବାଧ କାରବାର ଛାତ୍ରଛାତ୍ରୀମାନଙ୍କୁ ବିପଥଗାମୀ କରୁଛି । ଛାତ୍ରମାନଙ୍କ ସମ୍ମୁଖରେ ଆଦର୍ଶ ନାହିଁ, ଶିକ୍ଷାନୁଷ୍ଠାନରେ ଉପଯୁକ୍ତ ପରିବେଶ ନାହିଁ, ମୂଲ୍ୟବୋଧ ପ୍ରତି ଶ୍ରଦ୍ଧା ନାହିଁ । ଏଗୁଡ଼ିକ ପରୋକ୍ଷରେ ଛାତ୍ରବିଶୃଙ୍ଖଳାକୁ ପ୍ରୋତ୍ସାହିତ କରୁଛି ।

ଅର୍ଥନୈତିକ ଦୃଷ୍ଟିକୋଣରୁ ବିଚାର କରି ଦେଲେ, ଜନସଂଖ୍ୟା ଯେଭଳି ଦ୍ରୁତଗତିରେ ବଢ଼ିଚାଲିଛି, କୌଣସି ଦେଶ ବା କୌଣସି ସରକାର ତା’ର ପ୍ରତ୍ୟେକ ନାଗରିକକୁ ଉପଯୁକ୍ତ ପରିମାଣରେ ଖାଦ୍ୟ, ବସ୍ତ୍ର, ବାସଗୃହ ଯୋଗାଇ ପାରିବ ନାହିଁ କିୟ। ସମସ୍ତଙ୍କର କର୍ମ ସଂସ୍ଥାନ ମଧ୍ୟ କରିପାରିବ ନାହିଁ । ଆମେରିକା ଭଳି ଏକ ଧନକୁବେର ରାଷ୍ଟ୍ରରେ ମଧ୍ୟ କ୍ଷୁଧା ଓ ଅନାହାର ସମ୍ପୂର୍ଣ ଦୂରୀଭୂତ ହୋଇପାରିନାହିଁ । ତାହା ତୁଳନାରେ ଭାରତ ଭଳି ଗୋଟିଏ ଦରିଦ୍ର, ଅନୁନ୍ନତ ଦେଶରେ ଆହୁରି ଅଧୁକ ଅଶାନ୍ତି ଅସନ୍ତୋଷ ସୃଷ୍ଟି ହେବା ସ୍ବାଭାବିକ । ତେଣୁ ଆଧୁନିକ ଛାତ୍ର ସମ୍ମୁଖରେ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା ଆଦର୍ଶ ନ ଥିବାରୁ ଏବଂ ତାକୁ ନିଶ୍ଚିନ୍ତ ଜୀବନଯାତ୍ରା ନିମନ୍ତେ ରାଷ୍ଟ୍ର କୌଣସି ନିର୍ଭର ପ୍ରତିଶ୍ରୁତି ଦେଇପାରୁ ନଥିବାରୁ ସେ ବିଦ୍ରୋହୀ ହୋଇପଡ଼ିଛି ।

ଛାତ୍ର ବିଶୃଙ୍ଖଳାର ତୃତୀୟ ପ୍ରଧାନ କାରଣଟି ହେଲା ରାଜନୈତିକ ପ୍ରରୋଚନା । ରାଜନୈତିକ ନେତୃବୃନ୍ଦଙ୍କର ସଂକୀର୍ଣ୍ଣ ସ୍ଵାର୍ଥଚିନ୍ତା ଓ ଉଗ୍ର କ୍ଷମତାଭିଳାଷ ସେମାନଙ୍କୁ ଆଜି ଉଦଦ୍ଭାନ୍ତ କରିପକାଇଛି । ନିଜର ବ୍ୟକ୍ତିଗତ ଓ ଦଳୀୟସ୍ବାର୍ଥ ସାଧନ ଉଦ୍ଦେଶ୍ୟରେ ଛତ୍ରମାନଙ୍କର ସରଳ ଓ ଭାବପ୍ରବଣ ସ୍ୱଭାବର ସୁଯୋଗ ନେଇ ସେମାନଙ୍କୁ ଅନୁଚିତ କାର୍ଯ୍ୟରେ ନିୟୋଳିତ କରିବାରୁ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି ।

ଛାତ୍ର ବିଶୃଙ୍ଖଳାର ଚତୁର୍ଥ ପ୍ରଧାନ କାରଣଟି ହେଉଛି ଆମର ଶିକ୍ଷାଗତ ତ୍ରୁଟି । ଏ ଶିକ୍ଷା କେବଳ ସିଦ୍ଧାନ୍ତକ; ବ୍ୟାବହାରିକ ନୁହେଁ । ବିଦ୍ୟାକୁ ଶୁକବତ୍ କଣ୍ଠସ୍ଥ କରି ପରୀକ୍ଷା ଗୃହରେ ଉଦ୍‌ଗାରି ଦେଲେ, କର୍ଭବ୍ୟ ଶେଷ ହେଲା ବୋଲି ଛାତ୍ରମାନେ ଭାବନ୍ତି । ଅତୀତ ଭାରତରେ ଗୁରୁଗୃହରେ ରହି ବିଦ୍ୟାର୍ଥୀମାନେ ବିଦ୍ୟା ଶିକ୍ଷା କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ ଜୀବନ ନିମନ୍ତେ ଯେଉଁ ସବୁ ସଦ୍ଗୁଣ ଏବଂ ସଦାଚାର ଶିକ୍ଷା କରୁଥିଲେ, ତାହା ଏବେ ସ୍ୱପ୍ନରେ ପରିଣତ ହୋଇଛି । ଛାତ୍ରର ଶିକ୍ଷକଙ୍କ ପ୍ରତି ସମ୍ମାନ ନାହିଁ, ଶିକ୍ଷକଙ୍କର ଛାତ୍ରଙ୍କ ପ୍ରତି ଶ୍ରଦ୍ଧା ବା

ଦର ନାହିଁ । ଉଭୟେ କେବଳ ପରସର ଆନ୍ତରିକତାହୀନ, ଆମୀୟତା ଶୂନ୍ୟ ପରିବେଷ୍ଟନୀ ମଧ୍ୟରେ ଯନ୍ତ୍ରବତ୍ ପରିଚାଳିତ ହୋଇ ନିଜର କର୍ତ୍ତବ୍ୟ ଯଥାସମ୍ଭବ ପାଳନ କରୁଛନ୍ତି । ତେଣୁ ଛାତ୍ରମାନେ ଖୁବ୍ ସହଜରେ ଉକ୍ରାନ୍ତ ହୋଇପଡୁଛନ୍ତି ।

ପ୍ରତିକାର ପନ୍ଥା : ଛାତ୍ର ବିଶୃଙ୍ଖଳାର ସମାଧାନ ନିମନ୍ତେ ଆବଶ୍ୟକ ଏକ ବୈପ୍ଳବିକ ପରିବର୍ଭନ । ଦେଶରେ ପ୍ରଥମେ ଶିକ୍ଷାପ୍ରଣାଳୀରେ ଏକ ବ୍ୟାପକ ସଂସ୍କାର ଆଣି ଶିକ୍ଷାନୁଷ୍ଠାନଗୁଡ଼ିକର ରୂପରେଖକୁ । ପରିବର୍ତ୍ତନ କରିବାକୁ ପଡ଼ିବ । ପ୍ରଥମେ ଏହା ସ୍ବୀକାର କରିବାକୁ ହେବ ଯେ, ଦେଶର ପ୍ରତ୍ୟେକଟି ଯୁବକ ଯୁବତୀ ପୁସ୍ତକସ୍ଥିତ ବିଦ୍ୟାକୁ କଣ୍ଠସ୍ଥ କରି ଡାକ୍ତର, ବୈଜ୍ଞାନିକ,ଅଧ୍ୟାପକ ବା ଇଞ୍ଜିନିୟର ହେବେ ନାହିଁ କିମ୍ବା ଉଚ୍ଚ ସରକାରୀ ଚାକିରିରେ ଅବସ୍ଥାପିତ ହେବେ ନାହିଁ । ଏଭଳି ମନୋବୃତି ପୋଷଣ କରିବା ନିଷ୍ପଳ ପ୍ରୟାସ ଅଟେ । ଶିକ୍ଷା ଯେପରି ବୃଭିମୂଳକ ହୁଏ ଏବଂ ତାହା ପ୍ରତ୍ୟେକ ଯୁବକ ଯୁବତୀଙ୍କୁ ସ୍ବାବଲମ୍ବନଶୀଳ କରି ଗଢ଼ିବାରେ ସାହାଯ୍ୟ କରେ, ସେଥିପ୍ରତି ଦୃଷ୍ଟିଦେବା ବାଞ୍ଛନୀୟ । ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପରେ ବାଳକ ବାଳିକା ଉଭୟଙ୍କ ନିମନ୍ତେ ପୃଥକ୍ ପୃଥକ୍ ସିଲାବସ ତିଆରି କରି ତଦନୁଯାୟୀ ଶିକ୍ଷା ଦେଲେ ଭଲ । ବାଳିକାମାନେ ଗୃହ ବିଜ୍ଞାନ ବାଧ୍ୟତାମୂଳକ ଭାବେ ଶିକ୍ଷାକରି ଭବିଷ୍ୟତରେ ସୁସ୍ତ ପାରିବାରିକ ଜୀବନ ବା ମଧୁର ଦାମ୍ପତ୍ୟ-ଜୀବନ ଯାପନ କରିବାକୁ ଯେପରି କ୍ଷମ ହେବେ ତାହ ଟିଚାର କରି ଦେଖିବା ଉଚିତ୍ । ବାଳକମାନଙ୍କ ନିମନ୍ତେ କୃଷି ବିଜ୍ଞାନଠାରୁ ଆରମ୍ଭ କରି ଜୋତା ତିଆରି,ଦିଆସିଲି ତିଆରି, ବଢ଼େଇ କାମ, କମାର କାମ ଇତ୍ୟାଦି ନାନାବିଧ କ୍ଷୁଦ୍ର ଶିଳ୍ପ ବା ଧନ୍ଦାମୂଳକ ଶିକ୍ଷା ଦିଆଯିବାର ବ୍ୟବସ୍ଥା ରହିଲେ ପରବର୍ତ୍ତୀ ଜୀବନରେ ସେମାନେ କେବଳ ଚାକିରି ପ୍ରାର୍ଥୀ ହେବାକୁ ଇଚ୍ଛା କରିବେ ନାହିଁ । ଦେଶରେ କେତେ ସଂଖ୍ୟାରେ ପ୍ରତିବର୍ଷ ଡାକ୍ତର, ବୈଜ୍ଞାନିକ, ଅଧ୍ୟାପକ, ଇଞ୍ଜିନିୟର ଇତ୍ୟାଦି ତିଆରି ହେବେ । ତାହାର । ଏକ ଧାର୍ଯ୍ୟ ଲକ୍ଷ୍ୟ ରଖୁବାକୁ ହେବ । ଫଳରେ ଉପଯୁକ୍ତ ଏବଂ ମେଧାବୀ ଛାତ୍ର ସେ ଶିକ୍ଷାର ସୁଯୋଗ ଲାଭ କରି ବ୍ୟୁତ୍ପତ୍ତି ହାସଲ କରି ପାରିବେ ଏବଂ ସେମାନଙ୍କର କର୍ମସଂସ୍ଥାନ ମଧ୍ୟ ନିଧାର୍ଯ୍ୟ ହୋଇପାରିବ । ଫଳରେ ବେକାରି ସମସ୍ୟା ଯୋଗୁ ନିରାଶ ଯୁବକମାନେ ବିଶୃଙ୍ଖଳା ହେବାର ସୁଯୋଗ ପାଇବେ ନାହିଁ ।

ଆଜିକାଲି ଯୋଜନାରେ ଶିକ୍ଷା ବିଭାଗକୁ ଯେଭଳି ଅବହେଳିତ କରି ରଖାଯାଇଛି ତାହା ନିନ୍ଦାର ବିଷୟ । ଶିକ୍ଷକମାନଙ୍କୁ ସମାଜରେ ଯଥେଷ୍ଟ ସମ୍ମାନ ଦିଆଗଲେ ଏବଂ ଉଚ୍ଚ ନୈତିକତା ସମ୍ପନ୍ନ ଚରିତ୍ରବାନ୍ ମେଧାବୀ ବ୍ୟକ୍ତିମାନଙ୍କୁ ଶିକ୍ଷକରୂପେ ନିର୍ବାଚନ କରାଗଲେ, ସେମାନେ ଛାତ୍ରମାନଙ୍କୁ ଉଚିତ୍ ଦିଗ୍‌ଦର୍ଶନ ଦେଇପାରିବେ । ଛାତ୍ରମାନଙ୍କର ଚରିତ୍ରଗତ ଆଚରଣ ପ୍ରତି ତୀକ୍ଷ୍ମଣ ଦୃଷ୍ଟି ଦିଆଯାଇ ସେଗୁଡ଼ିକ ପ୍ରାରମ୍ଭରୁ ବିଧିବଦ୍ଧ ଭାବରେ ଲିପିବଦ୍ଧ କରାଯିବା ଉଚିତ୍ । ରାଜନୈତିକ ନେତୃବୃନ୍ଦ ଯେଭଳି ଛାତ୍ରଶକ୍ତିକୁ ଖୋଲାଖୋଲି ଭାବେ ନିଜର ଆୟୁଧ ରୂପେ ବ୍ୟବହାର କରୁଛନ୍ତି, ସେଥିପ୍ରତି ସେମାନେ ମଧ୍ୟ ସତର୍କ ରହିବା ବାଞ୍ଚନୀୟ । ଯେତେଦୂର ସମ୍ଭବ ଆବାସିକ ଶିକ୍ଷା ବ୍ୟବସ୍ଥାର ପ୍ରଚଳନ କରାଗଲେ ତାହା ଅଧକ ଫଳପ୍ରଦ ହୋଇପାରିବ । ସର୍ବୋପରି ନିଶାର ବ୍ୟାପକ ପ୍ରସାରକୁ ପ୍ରତିହତ କରାଯାଇ ପାରିଲେ କେବଳ ଛାତ୍ର ବିଶୃଙ୍ଖଳା କାହିଁକି, ସମାଜରୁ ବହୁ ଅପରାଧର ନିରାକରଣ ହୋଇପାରିବ ।

ଶେଷକଥା : ଛାତ୍ରମାନେ ହେଉଛନ୍ତି ସମାଜର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ସାମାଜିକ ଜୀବନର ଆଦର୍ଶ, ଅନାଦର୍ଶ, କ୍ରିୟା ପ୍ରତିକ୍ରିୟା ସେଇମାନଙ୍କ ମାଧ୍ୟମରେ ପ୍ରକାଶିତ ହୋଇଥାଏ । ସୁତରାଂ ସେମାନଙ୍କର ସମସ୍ୟା ପ୍ରତି ଲଘୁ ମନୋଭାବ ପୋଷଣ ନକରି ତାହାକୁ ଗୁରୁତ୍ବର ସହିତ ବିଚାର କରାଯିବା ଉଚିତ୍ । ସେମାନେ ବିପଥଗାମୀ ହୋଇଗଲେ ଗୋଟିଏ ଦେଶ ବା ଜାତିର ଭବିଷ୍ୟତ ଅନ୍ଧକାରଛନ୍ନ ହୋଇଯିବ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: