Saturday, 6 March 2021

ବାପାଙ୍କ ନିକଟକୁ ପତ୍ର ଲେଖ । Letter to Father Describlin Road accident in Odia

Letter to Father Describlin Road accident in Odia: In this article you will get କୌଣସି ଏକ ଆସନ୍ନ ଦୁର୍ଘଟଣାରୁ ରକ୍ଷା ପାଇଥିବା ବିଷୟ ଜଣାଇ । ବାପାଙ୍କ ନିକଟକୁ ପତ୍ର ଲେଖ ।  Bapanka nikataku patra odia

ବାପାଙ୍କ ନିକଟକୁ ପତ୍ର ଲେଖ । Letter to Father Describlin Road accident in Odia

ଲକ୍ଷ୍ମଣକୁମାର ଛାତ୍ରାବାସ

ତା.............

ପୂଜାସ୍ପଦ ବାପା,

ମୋର ଭୂମିଷ୍ଠ ପ୍ରଣାମ ଗ୍ରହଣ କରିବେ । ମାଆ ଓ ଅନ୍ୟାନ୍ୟ ଗୁରୁଜନମାନଙ୍କୁ ମୋର ନମସ୍କାର ଓ ମୁନା ଓ ସୁନାଙ୍କୁ ମୋର ଆନ୍ତରିକ ସ୍ନେହ ଜଣାଇଦେବେ । ବିଶେଷକରି ଆମ ଗାଁ ଜାଗୁଳେଇ ଠାକୁରାଣୀଙ୍କୁ କୋଟି କୋଟି ଦଣ୍ଡବତ ସୁଦୂର ବାଲୁଗାଁରୁ ହେଉଛି ।

ଏଇ ଆଠ ଦିନ ତଳର କଥା । ସେଦିନ ଝିପିଝିପି ମେଘ ବଷୁଥାଏ । ତଥାପି ରାସ୍ତାରେ ନାହିଁ ନଥିବା ଭିଡ଼ । ସେଇ ଭିଡ଼ କାଟି କାଟି ମୁଁ ସାଇକେଲରେ ଯାଉଥାଏ । ହଠାତ୍ ସାଇକେଲର ଚେନ୍‌ଟି ଖସିଗଲା । ମୁଁ ସେଠାରେ ବସିପଡ଼ି ଚେନ୍‌ଟି ଲଗାଇବାରେ ଲାଗିଲି । ହେଁ ଗାଁ ରଡ଼ିକରି ରାସ୍ତାରେ ଯାଉଥିବା ଚାରିଚକିଆ ଯାନଗୁଡ଼ିକ ଚକରୁ ପାଣି ଛିଟିକା ମୋ ଦେହରେ ପଡ଼ୁଥାଏ । ମୁଁ ରେକୋର୍ଟ(ବର୍ଷାତି)ଟି ପିନ୍ଧିଥାଏ । କିନ୍ତୁ ହଠାତ୍ ସେହି ସମୟରେ ଗୋଟେ ସ୍କୁଟର ମୋ’ ପଛଆଡୁ ଧକ୍କା ଦେଲା । ମୁଁ ରାସ୍ତା ଉପରେ ପଡ଼ିଗଲି । ସଙ୍ଗେ ସଙ୍ଗେ ଲୋକମାନେ ମୋତେ ଘେରିଗଲେ । ମୁହୁର୍ଭକ ପାଇଁ ମୁଁ ସଂଜ୍ଞାହୀନ ହୋଇଗଲି । ଏହି କଥା ଅତି ଶୀଘ୍ର ଚଉଦିଗକୁ ବ୍ୟାପିଗଲା । ବିଦ୍ୟାଳୟର ପ୍ରଧାନ ଗୁରୁଜୀ ଏହା ଜାଣିପାରି ତତ୍‌କ୍ଷଣାତ୍ ଖେଳ ଶିକ୍ଷକଙ୍କୁ ସାଥିରେ ଧରି ମୋ’ ପାଖରେ ପହଞ୍ଚିଲେ । ମୋତେ ପାଖ ଡାକ୍ତରଖାନାକୁ ନେଇଗଲେ । ସେଠାରେ ମୋର ସଂଜ୍ଞା ଫେରିଲା ପରେ ମୁଁ ଦେଖିଲି ମୋ’ ପାଖରେ ଆମ ପ୍ରଧାନ ଗୁରୁଜୀ ଓ ଖେଳ ଶିକ୍ଷକ ଠିଆ ହୋଇଛନ୍ତି । ହଠାତ୍ ମୋତେ ପ୍ରଧାନ ଗୁରୁଜୀ ପଚାରିଲେ, ବାପା ! କେମିତି ଲାଗୁଛି ? ମୋ’ ପାଟିରୁ ବାହାରି ଆସିଲା, ‘ଭଲ ଲାଗୁଛି !” ବାପା, ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ, ମୋର ବିଶେଷ ଖଣ୍ଡିଆ ଖାବରା ହୋଇନଥିଲା । ସାଇକେଲ ଜ୍ୟାଣ୍ଡଟା ମୋ’ ଦେହରେ ମାଡ଼ ହୋଇ ହାତଟା ଦରଜ ଲାଗୁଥିଲା । ଗୋଡ଼ଟା ଟିକିଏ ଆଞ୍ଚୁଡ଼ି ହୋଇଯାଇଥିଲା । ଟୋପାଏ ଦୁଇ ଟୋପା ରକ୍ତ ଝରିଆସିଥିଲା । ଡାକ୍ତରଖାନାରେ ବ୍ୟାଣ୍ଡେଜ୍ ଗୁଡ଼ାଇ ଦିଆଗଲା । ଟିଟାନସ ଇଞ୍ଜେକସନ ନେଲି । କିଛି ବଟିକା ନେଇ ପ୍ରଧାନ ଗୁରୁଜୀଙ୍କ ସାଥିରେ ହଷ୍ଟେଲକୁ ଗଲି । ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ । କାଲିଠାରୁ ବିଦ୍ୟାଳୟକୁ ଯାଉଛି । ଏ ସମ୍ବାଦ ଶୁଣି ତୁମେ ବିବ୍ରତ ହେବନି । ତୁମ ଶରୀର ଭଲ ନାହିଁ । ମା' ଜାଗୁଳେଇ ଠାକୁରାଣୀ ତୁମ ଶରୀର ଭଲ କରିଦେଉ, ମୋ’କଥା ବୋଉକୁ ଜଣାଇବ ନାହିଁ, ସେ ବ୍ୟସ୍ତ ହେବ । ମୁଁ ଆସନ୍ତା ରବିବାର ଦିନ ଗାଁକୁ ଯିବି । ସନ୍ତାନମାନଙ୍କ ପାଖରେ ବାପା, ବୋଉଙ୍କ ଆଶୀର୍ବାଦ ସୁରକ୍ଷା ବଳୟ ହୋଇ ରହିଥାଏ, ତାହା ମୁଁ ସେଦିନ ମର୍ମେ ମର୍ମେ ଅନୁଭବ କଲି । ବାପା ! ରହୁଛି । ବୋଉକୁ ଏ ଘଟଣା ମୋଟେ ଜଣାଇବ ନାହିଁ ସେ ମୋ’ ଉପରେ ଅଭିମାନ କରିବ ।

ଇତି

ଆପଣଙ୍କର ସ୍ନେହାଧୀନ

ଶ୍ରୀଧର

ଠିକଣା

ଡାକ ଚିକେଟ୍

ପ୍ରେରକ: ପ୍ରାପକ

ଶ୍ରୀଧର ପ୍ରଧାନ ଶ୍ରୀ ହରିହର ପ୍ରଧାନ

ସ୍ଥାନ: ଲକ୍ଷ୍ମଣକୁମାର ଛାତ୍ରାବାସ । ସ୍ଥାନ: ଗୁରୁବିହାର

ପୋ: ବାଲୁଗାଁ ପୋ: ସର୍ବୋଦୟନଗର, ପୁରୀଟାଉନ

ଜିଲ୍ଲା:ଖୋଦ୍ଧା ଜିଲ୍ଲା : ପୁରୀ

ପିନ୍କୋଡ୍ : ପିନ୍କୋଡ୍


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: