Sunday, 7 February 2021

Odia Essay on "Importance of Library", "ପାଠାଗାରର ଉପଯୋଗିତା ରଚନା" for Students

Essay on Importance of Library in Odia Language: In this article "ପାଠାଗାରର ଉପଯୋଗିତା ରଚନା", "ଲାଇବ୍ରେରୀର ଗୁରୁତ୍ୱ ରଚନା", "Pathagara Rachna in Odia for students of class 5, 6, 7, 8, 9, and 10.

Odia Essay on "Importance of Library", "ପାଠାଗାରର ଉପଯୋଗିତା ରଚନା" for Students

ଉପକ୍ରମ : ପାଠାଗାର ହେଉଛି ଜ୍ଞାନପିପାସୁ ମାନବପ୍ରାଣର ଏକ ତୃପ୍ତି-ସରୋବର ଏବଂ ଅଗଣିତ ନରନାରୀଙ୍କ ନିଶବ୍ଦ ଆଳାପର ଏକ ତୀର୍ଥ ସ୍ଥାନ । ଅନ୍ନପୂର୍ଣ୍ଣାର ଅନ୍ତ ଭଣ୍ଡାର ଭଳି ଏହା ଅକ୍ଷୟ ଓ ଚିର ବର୍ଜନଶୀଳ । ଏଥିରୁ ଜ୍ଞାନ-ଭୋକ ଯେତେ ଆହରଣ କଲେ ମଧ୍ୟ ଏହାର କ୍ଷୟ ହୁଏ ନାହିଁ । ଅଜ୍ଞତାର ଅନ୍ଧକାରରେ ମଣିଦୀପ ସଦୃଶ ଏହି ପାଠାଗାର କୋଟି କୋଟି ଅନ୍ତରରୁ ଅଜ୍ଞତା ଓ ଜଡ଼ତାକୁ ଦୂରକରି ତାହାକୁ ଜ୍ଞାନାଲୋକରେ ଉଭାସିତ କରେ ।

ପାଠାଗାରର ଇତିହାସ : ପାଠାଗାରର ଇତିହାସ ସୁପ୍ରାଚୀନ । ପ୍ରାଚୀନ ଯୁଗରେ ଜ୍ଞାନୀ ଆଚାର୍ଯ୍ୟମାନେ ଥିଲେ ସ୍ଵୟଂ ଗୋଟିଏ ଗୋଟିଏ ମୂର୍ଭମାନ ଗ୍ରନ୍ଥାଗାର । ମୁଦ୍ରାଯନ୍ତ୍ର ଏବଂ କାଗଜର ଅନାବିଷ୍କାର ତଥା ଲିଖନ କୌଶଳର ଅଜ୍ଞତା ଯୋଗୁଁ ସ୍ମୃତି-ପୃଷ୍ଠାରେ ସେମାନେ ଗ୍ରନ୍ଥ ରଚନା କରୁଥିଲେ । କ୍ରମେ ମାନବ ପ୍ରାଣର ସେହି ଉବେଳ ଚିନ୍ତାଧାରା ଓ କଳ୍ପନା-ପ୍ରବାହ ମୃତପାତ୍ର, ଚମଡ଼ା ତାମ୍ରଫଳକ ଓ ପ୍ରସ୍ତର ଗାତ୍ରରେ ଚିତ୍ରିତ ହେଲା । ସେଗୁଡ଼ିକୁ ପ୍ରକୃତିର ନିର୍ମମ ଧ୍ବଂସଲୀଳା ମଧ୍ୟରୁ ରକ୍ଷା କରି ପରବର୍ତ୍ତୀ ବଂଶଧରମାନଙ୍କ ପାଇଁ ସଠରେ ସାଇତି ରଖିବାର ପ୍ରୟାସ ବହୁ ଚେଷ୍ଟା କରିଗଲା । ଚିନ୍ତାଧାରାକୁ ଶାଶ୍ୱତ କରି ରଖିବାର ଉକ୍ତ ପ୍ରଚେଷ୍ଟା ମଧ୍ୟରୁ କ୍ରମେ ଆବିଷ୍କୃତ ହେଲା ମୁଦ୍ରାଯନ୍ତ୍ର, ଅକ୍ଷର ଓ କାଗଜ ପ୍ରଭୃତି ।

ଖ୍ରୀଷ୍ଟ ଜନ୍ମର ବହୁ ବର୍ଷ ପୂର୍ବେ ଆସିରୀୟ ସଭ୍ୟତାରେ ଓ ଭାରତର ଗୁପ୍ତ ଓ ମୌର୍ଯ୍ୟ ଯୁଗରେ ତାଳପତ୍ର ଓ ଭୁର୍ଜପତ୍ରରେ ଲିଖିତ ପୁସ୍ତକ ଗ୍ରନ୍ଥାଗାର ଆକାରରେ ଏକତ୍ର ଗଚ୍ଛିତ ଥିବାର ଇତିହାସରେ ଲିଖିତ ଅଛି । ବୌଦ୍ଧ ବିହାରର ବିଶାଳ ଗ୍ରନ୍ଥଶାଳା, ଆଲେକଜାଣ୍ଡିଆ ଓ ନାଳନ୍ଦା ବିଶ୍ୱବିଦ୍ୟାଳୟର ପ୍ରସିଦ୍ଧ ଜ୍ଞାନଭଣ୍ଡାର ତତ୍କାଳୀନ ମାନବ ପ୍ରାଣର ଜ୍ଞାନ ଆହରଣ ପାଇଁ ଥିଲା ଉଦ୍ଦାମ ଔସୁଜ୍ୟର ଶ୍ରେଷ୍ଠ ନିଦର୍ଶନ । ନିଜେ ଶ୍ରୀହର୍ଷଙ୍କର ଏକ ବିପୁଳାୟତନ ଗ୍ରନ୍ଥାଗାର ଥିବାର ପ୍ରମାଣ ଅଛି । ପ୍ରାଚୀନ କାଳରେ ଗୁରୁଗୃହ ଥିଲା ଗୋଟିଏ ଗୋଟିଏ ବିଶ୍ଵ ବିଦ୍ୟାଳୟ ଏବଂ ବୌଦ୍ଧମଠ, ଗିର୍ଜା ଓ ହିନ୍ଦୁ ଦେବାଳୟଗୁଡ଼ିକ ଥୁଲା ଜ୍ଞାନପୀଠ । ଗୁଜୁରାଟର ସୋମନାଥ ମନ୍ଦିରରେ ଅସୁମାରି ଧନରନ୍ ସହିତ ଏକ ମୂଲ୍ୟବାନ ଗ୍ରନ୍ଥାଗାର ଥିବାର ଜଣାଯାଏ । ୧୧ଶ ଶତାବ୍ଦୀରେ ବୈଦିଶିକ ଆକ୍ରମଣକାରୀ ମାମୁଦ ଏହାର ଧ୍ବଂସସାଧନ କରିଥିଲେ । ଆଜି ମୁଦ୍ରାଯନ୍ତର ଉଭାବନ ଫଳରେ ପତ୍ରପତ୍ରିକା ଓ ପୁସ୍ତକ ମୁଦ୍ରଣ କାର୍ଯ୍ୟ ସହଜ ହେବାରୁ ସହସ୍ର ସହସ୍ର ସଂଖ୍ୟାରେ ପାଠାଗାର ମାନ ଗଢ଼ିଉଠୁଛି । ଏହାରି ମାଧ୍ୟମରେ ମାବବ ସାଇତି ରଖୁଛି ସଭ୍ୟତାର ପ୍ରାଣଧାରାକୁ ଯୁଗ ଯୁଗ ଲାଗି ।

ପାଠାଗାରର ଶ୍ରେଣୀ ବିଭାଗ : ପଠାଗାରକୁ ମୁଖ୍ୟତଃ ଚାରି ଶ୍ରେଣୀରେ ବିଭକ୍ତ କରାଯାଏ । ଆମ୍ବରୁଚି, ପ୍ରୟୋଜନ ଓ ପେଶା ଅନୁଯାୟୀ ବ୍ୟକ୍ତିବିଶେଷଙ୍କ ଉଦ୍ୟମରେ ପ୍ରତିଷ୍ଠିତ ଗ୍ରନ୍ଥାଗାରକୁ ବ୍ୟକ୍ତିଗତ ଗ୍ରନ୍ଥାଗାର ବୋଲି କୁହାଯାଏ । ବୈଜ୍ଞାନିକ, ସାହିତ୍ୟିକ ଓ ଆଇନଜୀବୀ ପ୍ରଭୃତି ଜ୍ଞାନର ପରିପୁଷ୍ଟି ନିମନ୍ତେ ଏହିଭଳି ପାଠାଗାର ନିଜ ଗୃହ ପରିସର ମଧ୍ୟରେ ସ୍ଥାପନ କରିଥାଆନ୍ତି । ଦ୍ବିତୀୟ ଶ୍ରେଣୀର ଗ୍ରନ୍ଥାଗାରଗୁଡ଼ିକ ସରକାରୀ ଦପ୍ତରର ପ୍ରୟୋଜନ ଅନୁସାରେ ସୃଷ୍ଟି ହୋଇଥାଏ । ଭୌଗୋଳିକ ସମୀକ୍ଷା, କୃଷି ଗବେଷଣା, ବୈଜ୍ଞାନିକ ଆବିଷ୍କାର ଓ ଉଭାବନ ଇତ୍ୟାଦିର ପ୍ରୟୋଜନୀୟତା ନିମନ୍ତେ ବିଭାଗୀୟ ଦପ୍ତରମାନଙ୍କରେ ଭିନ୍ନ ଭିନ୍ନ ପୁସ୍ତକ, ପରିସଂଖ୍ୟାନ ତଥ୍ୟ ଓ ବିବରଣୀମାନ ସଂଗୃହୀତ ହୋଇ ରଖାଯାଇଥାଏ । ଏହାର ଅଧୁକାରୀ ହେଉଛନ୍ତି ନିଜେ ସରକାର । ବିଭିନ୍ନ ରାଜ୍ୟର ବିଧାନସଭା ଏବଂ ପାର୍ଲାମେଣ୍ଟ ଭବନରେ ମଧ୍ୟ ପାଠାଗାର ସ୍ଥାପିତ ହୋଇଛି । ବିଧାୟକ ଓ ସାଂସଦମାନେ ଏହି ପାଠାଗାରର ଉପଯୋଗ କରିଥାଆନ୍ତି । ତୃତୀୟ ଶ୍ରେଣୀର ପାଠାଗାରଗୁଡ଼ିକ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ସ୍ଥାପିତ ହୋଇଥାଏ । ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରଭୃତି ଶିକ୍ଷାନୁଷ୍ଠାନମାନଙ୍କରେ ସ୍ଥାପିତ ଏହି ପାଠାଗାରଗୁଡ଼ିକ ଛାତ୍ର, ଛାତ୍ରୀ, ଶିକ୍ଷକ ଏବଂ ଅପକମାନଙ୍କର ବ୍ୟବହାରରେ ଲାଗିଥାଏ । ଶେଷ ଶ୍ରେଣୀର ପାଠାଗାରଗୁଡ଼ିକ ସାଧାରଣ ପାଠାଗାର ନାମରେ ପରିଚିତ । ଏହା ଜନସାଧାରଣଙ୍କ ଉଦ୍ୟମରେ କିମ୍ବା ସରକାରୀ ବ୍ୟୟରେ ସ୍ଥାପିତ ହୋଇଥାଏ । ଏଭଳି ଗ୍ରନ୍ଥାଳୟର ଉପଭୋକ୍ତା ହେଉଛନ୍ତି ଜନସାଧାରଣ । କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ପରିଚାଳନାରେ କଲିକତାରେ ଥିବା ଜାତୀୟ ଗ୍ରନ୍ଥାଗାର ହେଉଛି ଦେଶର ଏକ ବୃହତ୍ତମ ଅନୁଷ୍ଠାନ । ଭାରତର ସବୁ ଭାଷାର ପୁସ୍ତକ ଓ ପତ୍ର ପତ୍ରିକା ସେଠାରେ ଗଚ୍ଛିତ ଅଛି । ଏହା ବ୍ୟତୀତ ପାଟନାର ଖୁଦା ବସ ଲାଇବ୍ରେରୀ, ବମ୍ବେର ସେଣ୍ଟ୍ରାଲ ଲାଇବ୍ରେରୀ, ଦିଲ୍ଲୀର ପବ୍ଲିକ୍ ଲାଇବ୍ରେରୀ ଓ ସେଣ୍ଡାଲ ସେକ୍ରେଟେରିଏଟ୍ ଲାଇବ୍ରେରୀ ପ୍ରଭୃତି କେତୋଟି ଗ୍ରନ୍ଥାଗାରର ନାମ ଉଲ୍ଲେଖଯୋଗ୍ୟ । ଓଡ଼ିଶା ସରକାରଙ୍କ ଉଦ୍ୟମରେ ଭୁବନେଶ୍ୱରଠାରେ ହରେକୃଷ୍ଣ ମହତାବ ଗ୍ରନ୍ଥାଗାର ନାମରେ ଏକ ବୃହତ୍ ଗ୍ରନ୍ଥାଗାର ପ୍ରତିଷ୍ଠିତ ହୋଇଛି । ଏହା ବ୍ୟତୀତ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରତି ଜିଲ୍ଲାର ସଦର ମହକୁମାରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଗୋଟିଏ ଲେଖା ପାଠାଗାର ଖୋଲାଯାଇଛି ।

ପାଠାଗାରର ଉପଯୋଗିତା : ସାଂସାରିକ କର୍ମ କୋଳାହଳ ଶେଷରେ ସାଧାରଣ ମନୁଷ୍ୟ ତା’ର ସ୍ୱଳ୍ପ ଅବସରକୁ ଏକ ଆମୋଦପୂର୍ଣ୍ଣ ଓ ଶାନ୍ତିମୟ ପରିବେଶ ମଧ୍ୟରେ ଅତିବାହିତ କରିବାକୁ ଚାହେଁ । ସେ ଚାହେଁ ଚାହିଁ ପ୍ରତ୍ୟେକ ଅବସର ମୁହୁର୍ଭକୁ ନୃତ୍ୟ, ଗୀତ ବା ସଂଗୀତର ଉଲ୍ଲାସ ମଧ୍ୟରେ ଅତିବାହିତ କରିବାକୁ । ଜଣେ ଶାନ୍ତିପ୍ରିୟ, ଜ୍ଞାନପିପାସୁ ଶିକ୍ଷିତ ମାନବ ଏହି ଅବସରକୁ ପୁସ୍ତକ ପାଠ ତଥା ଜ୍ଞାନ ଚର୍ଚ୍ଚାରେ ଅତିବାହିତ କରିବାକୁ ପସନ୍ଦ କରେ । ସେଥିପାଇଁ ପାଠାଗାର ହେଉଛି ତା ପାଇଁ ଅତ୍ୟନ୍ତ ଉପାଦେୟ ।

ସାଧାରଣ ପାଠାଗାରଗୁଡ଼ିକୁ ଗୋଟିଏ ଗୋଟିଏ ସାମାଜିକ ଅନୁଷ୍ଠାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ପାଠ୍ୟପୁସ୍ତକର ଗଣ୍ଡି ମଧ୍ୟରେ ଆପାତତଃ ଆବଦ୍ଧ ରହିବାର କୂପମଣ୍ଡୁକତାକୁ ଦୂର କରିଛି ଆଧୁନିକ ପାଠାଗାର ସମୂହ । ଦୈନିକ, ସାପ୍ତାହିକ, ମାସିକ ଇତ୍ୟାଦି ପତ୍ରପତ୍ରିକା, ଦେଶ ବିଦେଶର ପ୍ରଗତି ସମାଚାର, ଜ୍ଞାନ ବିଜ୍ଞାନ, କଳାଚଚ୍ଚା ଇତ୍ୟାଦି ଜ୍ଞାନପିପାସୁ ମାନବକୁ ଜ୍ଞାନର ସର୍ବୋଚ୍ଚ ଶିଖରରେ ଅଧ୍ୟଷିତ କରାଏ । କବିଗୁରୁ ରବୀନ୍ଦ୍ରଙ୍କର ଭଳି ବହୁ ପ୍ରତିଭାବାନ୍ ବ୍ୟକ୍ତିଙ୍କର ଅଭ୍ୟୁଦୟ ହୋଇଛି ଏହି ଗ୍ରନ୍ଥାଗାର ବକ୍ଷରେ ।

ଭାରତର ସୁଦୀର୍ଘ ପରାଧୀନତା ଜନଗଣ ଉପରେ ନିରକ୍ଷରତାର ଯେଉଁ ଅଭିସମ୍ପାଦ ଲଦି ଦେଇଥିଲା, ସେଥିରେ ଏ ଦେଶର କଳା ଓ ବିଜ୍ଞାନ ସମାଧ ଘେନିଥିଲା । ନାଳନ୍ଦା ବିଶ୍ବବିଦ୍ୟାଳୟ ଭଳି ଏକ ଜ୍ଞାନପୀଠ କେଉଁ ଆଡ଼େ ବିଲୟପ୍ରାପ୍ତ ହେଲା । ଏବେ ପରାଧୀନତାର ଶୃଙ୍ଖଳ ଛିନ୍ନ କରି ଭାରତ ପୂର୍ବ ଗୌରବ ଫେରି ପାଇଛି; ମାତ୍ର ଏହି ବିରାଟ ଦେଶର ପ୍ରଗତି ଏବଂ ନିର୍ମାଣ ପଥରେ ଶ୍ରେଷ୍ଠ ଅନ୍ତରାୟ ହେଉଛି ନିରକ୍ଷରତା । ତେଣୁ ଆମର ପ୍ରଗତିଶୀଳ ସରକାର ଶିକ୍ଷାକ୍ଷେତ୍ରରେ ଏକ ତୁମୁଳ ପରିବର୍ତ୍ତନ ଆଣିବାରେ ଆଗ୍ରହୀ । ଏହାରି ମଧ୍ୟରେ ହିଁ ପାଠାଗାର ଆନ୍ଦୋଳନର ସୂତ୍ରପାତ ହୋଇଛି । ସାଂସ୍କୃତିକ ଅଭ୍ୟୁଦୟ ନିମନ୍ତେ ୧୯୦୭ ମସିହାରେ ପାଶ୍ଚାତ୍ୟ ପ୍ରଣାଳୀ ଅନୁକରଣରେ ବରୋଦାର ମହାରାଜା ପାଠାଗାର ଆନ୍ଦୋଳନର ସୂତ୍ରପାତ କରିଥିଲେ । ଲୋକ ଶିକ୍ଷା ନିମନ୍ତେ ତାଙ୍କ ରାଜ୍ୟରେ କେତୋଟି ଭ୍ରାମ୍ୟମାଣ ପାଠାଗାର ସ୍ଥାପନ କରି ଏହି ଆନ୍ଦୋଳନକୁ ଉଦ୍ଜୀବିତ କରିବା ସଙ୍ଗେ ସଙ୍ଗେ ଭବିଷ୍ୟତ ପାଇଁ ସେ ଏକ ପଥ ନିର୍ଦ୍ଦେଶ କରିଯାଇଛନ୍ତି ।

ସରକାରୀ ସାହାଯ୍ୟ : ସ୍ଵାଧୀନତାର ପରବର୍ତ୍ତୀ କାଳରେ ସରକାର ଶିକ୍ଷା ପ୍ରସାର ସହିତ ପାଠାଗାର ଆନ୍ଦୋଳନ ଉପରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦେଇଛନ୍ତି । ସ୍କୁଲ, କଲେଜର ପାଠାଗାରଗୁଡ଼ିକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରି ସେମାନଙ୍କୁ ଉତ୍ସାହିତ କରୁଛନ୍ତି । ବିଭିନ୍ନ ସ୍ଥାନରେ ସରକାର ଆବଶ୍ୟକତା ଅନୁଯାୟୀ ନିଜେ ପାଠାଗାର ସ୍ଥାପନ କରି ସମସ୍ତ ବ୍ୟୟ ନିଜେ ବହନ କରୁଛନ୍ତି ।

ପାଠାଗାର ପରିଚାଳନା ଦିଗରେ ଏବେ ସ୍ଵତନ୍ତ୍ର ଭାବରେ ତାଲିମ ଦିଆଗଲାଣି ଏବଂ ବିଶ୍ଵବିଦ୍ୟାଳୟମାନେ ଏ ବିଷୟରେ ସ୍ଵତନ୍ତ୍ର ପାଠ୍ୟକ୍ରମ ପ୍ରବର୍ତ୍ତନ କଲେଣି । ପାଠାଗାରରେ ପୁସ୍ତକ ଓ ପତ୍ର ପତ୍ରିକାକୁ କିଭଳି ସୁସଜ୍ଜିତ ଭାବେ ସୁରକ୍ଷିତ କରି ରଖାଯାଇପାରିବ ସେ ଦିଗରେ ବୈଜ୍ଞାନିକ ପଦ୍ଧତି ମଧ୍ୟ ଅନୁସରଣ କରାଗଲାଣି ।

ଶେଷକଥା : ଆଧୁନିକ ବିଶ୍ୱ ହେଉଛି ଜ୍ଞାନାଭିମୁଖୀ । ଶିକ୍ଷାର ପ୍ରସାର ତଥା ଜ୍ଞାନବିଜ୍ଞାନର ପ୍ରସାର ଫଳରେ ପୁସ୍ତକ ଜଗତ ଯେତିକି ସମୃଦ୍ଧ ଓ ସଂପ୍ରସାରିତ ହେଉଛି, ମନୁଷ୍ୟର ପଠନ ପିପାସା ସେତିକି ବୃଦ୍ଧି ପାଉଛି । ତେଣୁ ପାଠାଗାରର ଆବଶ୍ୟକତା କ୍ରମେ ଦିନକୁ ଦିନ ଅଧୁକରୁ ଅଧୁକ ଅନୁଭୂତ ହେଉଛି । ପାଠାଗାର ହେଉଛି ଏକ ଜାତୀୟ ସଂପଦ ଏବଂ କୌଣସି ଏକ ଦେଶର ସାଂସ୍କୃତିକ ଜୀବନର ମାନଦଣ୍ଡ । ତେଣୁ ତାହାର ସୁରକ୍ଷା ତଥା ସଦୁପଯୋଗ ଜ୍ଞାନପିପାସୁ ପ୍ରତ୍ୟେକ ନାଗରିକର ପରମ କର୍ତ୍ତବ୍ୟ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: